ବୌଦ୍ଧରେ ଭୋଟର ତାଲିକା ସ୍ୱତନ୍ତ୍ର ସଂଶୋଧନ ପ୍ରକିୟାରେ ଶତପ୍ରତିଶତ ମହିଳାଙ୍କୁ ଭୋଟର ତାଲିକାରେ ସାମିଲ କରାଯିବାକୁ ଲକ୍ଷଧାର୍ଯ୍ୟ

ବୌଦ୍ଧ,୧୮ା୧୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିଦେ୍ର୍ଦଶକ୍ରମେ ବୌଦ୍ଧଜିଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ପ୍ରକ୍ରିୟା ଅବଧି ବୃଦ୍ଧି କରାଯାଇଛି । ଚଳିତ ନଭେମ୍ବର ୧୫ ତାରିଖ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ଏହି ସଂଶୋଧନ ପ୍ରକ୍ରିୟା ଚାଲୁ ରହିବ ବୋଲି ଜିଲା ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ଏକ ସାମ୍ବାଦିକ ସମ୍ମିନଳୀରେ ସୂଚନା ଦିଆଯାଇଛି । ଏହି ଅବସରରେ ବୌଦ୍ଧଜିଲାର ବୌଦ୍ଧ ଓ କଂଟାମାଳ ନିର୍ବାଚନ ମଣ୍ଡଳୀର ସମୁଦାୟ ୩୯୧ ଟି ଭୋଟ ଗ୍ରହଣ କେନ୍ଦ୍ରରେ ବୁଥସ୍ତରୀୟ ଅଧିକାରୀଙ୍କ ଦ୍ୱାରା ଘରକୁ ଘର ସର୍ବେକ୍ଷଣ କରାଯିବ । ଜିଲାରେ ଯେପରି ଜଣେ ହେଲେ ଭୋଟର ମତଦାନ ଅଧିକାରରୁ ବଂଚିତ…

"ବୌଦ୍ଧରେ ଭୋଟର ତାଲିକା ସ୍ୱତନ୍ତ୍ର ସଂଶୋଧନ ପ୍ରକିୟାରେ ଶତପ୍ରତିଶତ ମହିଳାଙ୍କୁ ଭୋଟର ତାଲିକାରେ ସାମିଲ କରାଯିବାକୁ ଲକ୍ଷଧାର୍ଯ୍ୟ"

ବୌଦ୍ଧରେ ନବଜାତ ଶିଶୁ ସପ୍ତାହ ପାଳନ

ବୌଦ୍ଧ,୧୮ା୧୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ସରକାର ଜନନୀ ସୂରକ୍ଷା ଓ ନବଜାତ ଶିଶୁଙ୍କ ସୂରକ୍ଷା ପାଇଁ ପ୍ରତିବର୍ଷ ବଜେଟରେ କୋଟିକୋଟି ଟଙ୍କାର ଅନୁଦାନ ଯୋଗାଇ ଦେଇଆସୁଛନ୍ତି । ଚିକିତ୍ସାଳୟରେ ପ୍ରସବକୁ ପ୍ରୋତ୍ସାହିତ କରାଇବା ପାଇଁ ବ୍ୟାପକ ଭିତ୍ତିଭୂମି ନିର୍ମାଣ ସହିତ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଜଣେ ନବଜାତ ଶିଶୁର ପ୍ରକୃତ ଯନô ମା ପେଟରୁ ଆରମ୍ଭ ହୋଇଥାଏ । ଜନ୍ମ ପରେ ଅନୁ୍ୟନ ଏକବର୍ଷ ପର୍ଯ୍ୟନ୍ତ ଶିଶୁକୁ ବହୁ ଯନôରେ ଲାଳନ ପାଳନ କରିବାକୁ ପଡିଥାଏ । ସେଥିପାଇଁ ଯେଉଁ ଦେଶରେ ଶିଶୁ ଓ ମାତୃ ମୃତୁ୍ୟ ହାର କମ ସେହି ଦେଶ ସେତେ ବିକଶିତ ବୋଲି ନବଜାତ ଶିଶୁ…

"ବୌଦ୍ଧରେ ନବଜାତ ଶିଶୁ ସପ୍ତାହ ପାଳନ"

ବୌଦ୍ଧ ଠାରେ ଶନି ମହାପ୍ରଭୁଙ୍କ ଚତୁର୍ଥ ବାର୍ଷିକ ମହୋସôବ ଓ ଶାନ୍ତି ଯଜ୍ଞ ୧୮ ତାରିଖରେ

ବୌଦ୍ଧ,୧୭ା୧୧ (ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ସ୍ଥାନୀୟ ରଥ ସାହି ସ୍ଥିତ ଶନି ମନ୍ଦିର କମିଟି ପକ୍ଷରୁ ବାର୍ଷିକ ମହୋସôବ ପାଇଁ ଏକ ପ୍ରସ୍ତୁତି ବୈଠକ ସଭାପତି ସଂଜୀବ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବାର୍ଷିକ ମହୋସôବ ଏବଂ ଶାନ୍ତି ମହାଯଜ୍ଞ ପାଇଁ ଆଲୋଚନା କରାଯାଇ ଆଗାମୀ ୧୮ ତାରିଖ ଦିନ ମହାପ୍ରଭୁଙ୍କ ଚତୁର୍ଥ ବାର୍ଷିକ ମହୋସôବ ଏବଂ ଶାନ୍ତି ମହାଯଜ୍ଞ ଆୟୋଜିତ ହେବ ସ୍ଥିର କରାଯାଇଛି । ପ୍ରାତଃ ସମୟରୁ ଠାକୁରଙ୍କ ଦୈନନ୍ଦିନ ସକାଳ ଧୂପ ସଂପୂର୍ଣ୍ଣ କରାଯିବା ପରେ ସ୍ମତନ୍ତ୍ର ପୂଜା ଆରମ୍ଭ ହେବ । ସକାଳ ୭ ଟାରେ କଳସ ଶୋଭାଯାତ୍ରା କରାଯାଇ ମହାନଦୀର ପବିତ୍ର…

"ବୌଦ୍ଧ ଠାରେ ଶନି ମହାପ୍ରଭୁଙ୍କ ଚତୁର୍ଥ ବାର୍ଷିକ ମହୋସôବ ଓ ଶାନ୍ତି ଯଜ୍ଞ ୧୮ ତାରିଖରେ"

ଜିଲା ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

ବୌଦ୍ଧ,୧୭ା୧୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବୌଦ୍ଧଜିଲା ସାମ୍ବାଦିକ ସଂଘ ପକ୍ଷରୁ ସ୍ଥାନୀୟ ସଂଘ କାର୍ଯ୍ୟାଳୟ ଠାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ସଂଘର ସଭାପତି ସଂପତ କୁମାର ଅଗ୍ରୱାଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନା ସଭାରେ ସାଧାରଣ ସଂପାଦକ ଶଶାଙ୍କ ଶେଖର ମିଶ୍ର ସ୍ୱାଗତ ଭାଷଣ ଦେଇ ସାମ୍ବାଦିକମାନେ କର୍ମକ୍ଷେତ୍ରରେ ସମ୍ମୁଖିନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ଅଲୋକପାତ କରିଥିଲେ । ବିଶେଷ ଭାବରେ ଜିଲାରେ କର୍ତବ୍ୟରତ ସାମ୍ବାଦିକମାନଙ୍କ ସୂରକ୍ଷା ଓ ପ୍ରଶାସନ ସହିତ ସମନ୍ୱୟ ଏବଂ ସୂଚନା ଆଦାନ ପ୍ରଦାନ କ୍ଷେତ୍ରରେ ସହଯୋଗ ନେଇ ବୈଠକରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ମନୋରଂଜନ…

"ଜିଲା ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ"

ବୌଦ୍ଧରେ ଜାତୀୟ ପ୍ରେସ ଦିବସ ପାଳିତ, ସାମ୍ବାଦିକମାନେ ସତ୍ୟର ଅନୁଗାମୀ ହେବା ଉଚିତ୍

ବୌଦ୍ଧ,୧୭ା୧୧ (ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବୌଦ୍ଧଠାରେ ଜାତୀୟ ପ୍ରେସ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଜିଲାପାଳ ମଧୁସୁଦନ ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଆୟୋଜିତ ଏହି ସମାରୋହକୁ ଚଳିତବର୍ଷ ନିଆରା ଢଙ୍ଗରେ ପାଳନ କରାଯାଇଥିଲା । ସୂଚନା ଓ ଲୋକସଂପର୍କ ଅଧିକାରୀ ଶିଶିର କୁମାର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିବାପରେ ଜିଲାପାଳ ଶ୍ରୀମିଶ୍ର ନିଜର ସମ୍ଭାଷଣରେ ସାମ୍ବାଦିକମାନେ ସତ୍ୟର ଅନୁଗାମୀ ହେବା ଉଚିତ୍ ବୋଲି ପରାମର୍ଶ ଦେଇଥିଲେ । ଲୋକଙ୍କ ନିକଟକୁ ପ୍ରଶାସନ ପକ୍ଷରୁ ସମସ୍ତ ସେବା ଯୋଗାଇଦେବା ଜିଲାର ଅଧିକାରୀମାନଙ୍କ ଦାୟିତ୍ୱ ହୋଇଥିବାବେଳେ ସବୁ ସ୍ଥାନକୁ ଯାଇ ଲୋକଙ୍କ ସମସ୍ୟା ଅନୁଧ୍ୟାନ…

"ବୌଦ୍ଧରେ ଜାତୀୟ ପ୍ରେସ ଦିବସ ପାଳିତ, ସାମ୍ବାଦିକମାନେ ସତ୍ୟର ଅନୁଗାମୀ ହେବା ଉଚିତ୍"

ବୌଦ୍ଧରେ ଧାନକ୍ରୟ ବୈଠକ, ୨୨ ରୁ ଖୋଲିବ ମଣ୍ଡି

ବୌଦ୍ଧ,୧୭ା୧୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବୌଦ୍ଧଜିଲାରେ ଖରିଫ ଧାନ କ୍ରୟ ପାଇଁ ଯୋଜନା ବୈଠକ ସ୍ଥାନୀୟ ସର୍ବଶିକ୍ଷା ଅଭିଯାନ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ ମଧୁସୂଦନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲାରେ ଖରିଫ ଧାନ ଅମଳ ଆରମ୍ଭ ହୋଇଯାଇଥିବାରୁ ମିଲର ମଣ୍ଡି ଗୁଡିକ ମଧ୍ୟରେ ସମନ୍ୱୟ,ଏଫଏକୁ୍ୟ ମାନ ଚିହ୍ନଟ କରି ଚାଷୀଙ୍କୁ ଉଚିତ ମୂଲ୍ୟ ପ୍ରଦାନ ଓ ମଣ୍ଡି ଗୁଡିକରେ ଚାଷୀମାନଙ୍କ ଠାରୁ ଧାନ କ୍ରୟ ସମୟରେ ଶୃଙ୍ଖଳା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଆସନ୍ତା ନଭେମ୍ବର ୨୨ ତାରିଖ ଠାରୁ ଜିଲାରେ ଧାନମଣ୍ଡି ଖୋଲାଯିବାକୁ ବୈଠକରେ ନିଷ୍ପତି ନିଆଯାଇଥିବାବେଳେ ପ୍ରତିଦିନ ଚାଷୀଙ୍କ ଠାରୁ କିଣା ଯାଉଥିବା…

"ବୌଦ୍ଧରେ ଧାନକ୍ରୟ ବୈଠକ, ୨୨ ରୁ ଖୋଲିବ ମଣ୍ଡି"

୩ କୋଟି ବ୍ୟୟରେ ନିର୍ମିତ ଆର୍ ଡି ରାସ୍ତା ଶୋଚନୀୟ, ନିର୍ମାଣ ର ୧ ବର୍ଷ ନପୁରୁଣୁ ଶତାଧିକ ସ୍ଥାନରୁ ଉଠିଲା ପିଚୁ

ବୌଦ୍ଧ, ୧୫ା୧୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) ; ସରକାର ଗ୍ରାମାଞ୍ଚଳ ରେ ରହୁଥିବା ଲୋକ ମାନଙ୍କ ଗମନାଗମନ ର ସୁବିଧା ପ୍ରତି ପ୍ରାଥମିକତା ଦେଇ କୋଟି କୋଟି ଟଙ୍କା ଆର୍ଥିକ ଅନୁଦାନ ଯୋଗାଇ ଦେଉଛନ୍ତି । ମାତ୍ର କେତେକ ସ୍ଥଳରେ ବିଭାଗୀୟ କର୍ତୁପକ୍ଷ ଙ୍କ ଆନ୍ତରିକ ଇଛାଶକ୍ତିର ଅଭାବ ସହିତ ଠିକାଦାରଙ୍କ ଳାଭଖୋର ମନଭାବ ଓ ବେପାରୁଆ ନୀତି ଯୋଗୁଁ ଜନହିତକର ଯୋଜନା ପାଇଁ ଆସୁଥିବା କୋଟି କୋଟି ଟଙ୍କାର ଅନୁଦାନରେ ନିର୍ମିତ ପ୍ରକଳ୍ପ ମୁଳ ଲକ୍ଷ୍ୟ ଠାରୁ ଦୁରେଇ ଯାଉଛି ଏହାର ନମୁନା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲାର ସବୁଠାରୁ ପଛୁଆ ବ୍ଲକ କୁହାଯାଉଥିବା ହରଭଙ୍ଗା ବ୍ଲକ ରେ । ବ୍ଲକର ସଦର…

"୩ କୋଟି ବ୍ୟୟରେ ନିର୍ମିତ ଆର୍ ଡି ରାସ୍ତା ଶୋଚନୀୟ, ନିର୍ମାଣ ର ୧ ବର୍ଷ ନପୁରୁଣୁ ଶତାଧିକ ସ୍ଥାନରୁ ଉଠିଲା ପିଚୁ"

ସ୍ତ୍ରୀ ହତ୍ୟା ମାମଲା ସ୍ୱାମୀ , ଦେଢଶୁର , ଦୁଇ ଦିଅର ନିଦେ୍ର୍ଦାଷରେ ଖଲାସ

ବୌଦ୍ଧ,୧୫ା୧୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବୌଦ୍ଧ ଜିଲା ଦୌରାଜଜ ଶୁଚିସ୍ମିତା ମିଶ୍ର ଏକ ସ୍ତ୍ରୀ ହତ୍ୟା ମାମଲାକୁ ବିଚାର କରି ଅଭିଯୁକ୍ତ ସ୍ୱାମୀ, ଦେଢଶୁର ଓ ଦୁଇ ଦିଅରଙ୍କୁ ନିଦେ୍ର୍ଦାଷରେ ଖଲାସ କରିଛନ୍ତି । ମାମଲାରୁ ପ୍ରକାଶ ଯେ ସୋନପୁର ଜିଲା ତରଭା ଥାନାର ତାଳପଦର ଗା୍ରମର ଯୁଧିଷ୍ଠିର ସେଠୀଙ୍କ ଝିଅ ଶୋଭାଗିନୀ ସେଠୀକୁ ବୌଦ୍ଧ ଜିଲା କଣ୍ଟମାଳ ଥାନା ଉଡେର ଗା୍ରମର ଜଗନ୍ନାଥ ସେଠୀ ଘଟଣାର ୧୪ ବର୍ଷ ପୁର୍ବରୁ ବିବାହ କରିଥିଲେ । ଗତ ୧୩.୧୨.୨୦୧୨ ତାରିଖରେ ରାତିରେ ଯୁଧିଷ୍ଠିର ଖବର ପାଇଲେ ଯେ ତମ ଝିଅ ମରି ଯାଇଛି । ଏହା ପରେ ଯୁଧିଷ୍ଠିରର ପରିବାର ଲୋକ ରାତିରେ…

"ସ୍ତ୍ରୀ ହତ୍ୟା ମାମଲା ସ୍ୱାମୀ , ଦେଢଶୁର , ଦୁଇ ଦିଅର ନିଦେ୍ର୍ଦାଷରେ ଖଲାସ"

ବୌଦ୍ଧରେ ମଧୁମେହ ଦିବସ ପାଳିତ

ବୌଦ୍ଧ,୧୫ା୧୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବୌଦ୍ଧଠାରେ ଜିଲାସ୍ତରୀୟ ମଧୁମେହ ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ଏଏନଏମ ଟ୍ରେନିଂ ସେଣ୍ଟର ଠାରେ ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆୟୋଜିତ ଏକ ଆଲୋଚନା ସଭାରେ ମୁଖ୍ୟଅତିଥି ଭାବରେ ଜିଲାପାଳ ମଧୁସୁଦନ ମିଶ୍ର ଯୋଗଦେଇ ମଧୁମେହ ରୋଗୀଙ୍କ ସଂଖ୍ୟା ବୃଦ୍ଧିପାଇ ଚାଲିଥିବାବେଳେ ସତର୍କତା ଅବଲମ୍ବନ ସହ ଶାରିରୀକ ବ୍ୟାୟାମ ଓ ଖାଦ୍ୟପେୟରେ ନିୟନ୍ତ୍ରଣ କଲେ ଏଥିରୁ ମୁକ୍ତି ମିଳିପାରିବ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସଦାନନ୍ଦ ମିଶ୍ର,ଏନଏସି ଅଧ୍ୟକ୍ଷା ଦିପ୍ତୀପ୍ରଭା ସ୍ୱାଇଁ, ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ରାମଚନ୍ଦ୍ର ରାଉତ,ଡା. ଅନୀତା ପଟ୍ଟନାୟକ,ଡା.ସୁଜାତା ମିଶ୍ର,ଡିପିଏମ ସଂଜିବ…

"ବୌଦ୍ଧରେ ମଧୁମେହ ଦିବସ ପାଳିତ"

ବୌଦ୍ଧରେ ବିଭିନ୍ନ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ,ଛାତ୍ରଛାତ୍ରୀଙ୍କ ସହ ଜିଲାପାଳ ଦେଖିଲେ ମୁଖ୍ୟମନ୍ତ୍ରୀଙ୍କ ସମ୍ଭାଷଣ

ବୌଦ୍ଧ,୧୫ା୧୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବୌଦ୍ଧରେ ବିଭିନ୍ନ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ ହୋଇଯାଇଛି । ଅଗ୍ରଣୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଗୌରୀ ଶଙ୍କର ପବ୍ଲିକ ସ୍କୁଲ ଠାରେ ଆୟୋଜିତ ସମାରୋହରେ ମୁଖ୍ୟଅତିଥି ଭାବରେ ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ରାମଚନ୍ଦ୍ର ରାଉତ ଯୋଗଦେଇ ଶିଶୁମାନେ ଦେଶର ଭବିଷ୍ୟତ ଛାତ୍ର ଜୀବନରୁହିଁ ସେମାନେ ନିଜ ଜୀବନର ଲକ୍ଷ ସ୍ଥିର କରିନେବା ଉଚିତ ବୋଲି ଗଳ୍ପ ଛଳରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟର ଅଧ୍ୟକ୍ଷା ମାନମୟୀ ରଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାରୋହରେ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ସଫଳ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା…

"ବୌଦ୍ଧରେ ବିଭିନ୍ନ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ,ଛାତ୍ରଛାତ୍ରୀଙ୍କ ସହ ଜିଲାପାଳ ଦେଖିଲେ ମୁଖ୍ୟମନ୍ତ୍ରୀଙ୍କ ସମ୍ଭାଷଣ"