ଟିଟିଲାଗଡରେ ଦୀର୍ଘ ଦିନରୁ ଚାଲିଆସୁଥିବା ସେକ୍ସ ରାକେଟର ପର୍ଦାଫାଶ

ଟିଟିଲାଗଡ ୧୫-୩ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ ଥାନା ଅନ୍ତର୍ଗତ ଭାଟିପଡା ଗ୍ରାମ ନିକଟରେ ଥିବା ଏକ ଭଡା ଘରେ ଦୀର୍ଘ ଦିନ ଧରି ଚାଲି ଆସୁଥିବା ଏକ ସେକ୍ସ ରେକେଟର ପର୍ଦାଫାଶ ହୋଇଛି। ପ୍ରକାଶ ଯେ ଦୀର୍ଘ ଛଅ ମାସ ହେବ ୱେଷ୍ଟ ବେଙ୍ଗଲର ମାଲଦା ଅଞ୍ଚଳରୁ ତିନି ଜଣ ଯୁବତୀଙ୍କୁ ଅଣେଇ (ପ୍ରାୟ ପଚିଶ ରୁ ତିରିଶ ବର୍ଷ ମଧ୍ୟରେ) ଏହି ଭଡା ଘର ନେଇ ରଖେଇ ଦେହ କାରବାର ଚଳାଇ ଆସୁଥିଲା ବୋଲି ପୋଲିସ ସୂଚନାଠାରୁ ଜଣl ଯାଇଛି। ଟିଟିଲାଗଡ ହାଟପଦା ପଡାର ଘାଷି ନାଗ ଉକ୍ତ ଯୁବତୀଙ୍କୁ ରଖି ଏହି ଯୌନ କାରବାର ଚଲେଇ ଆସୁଥିବା ଓ ଜୋର ଜବରଦସ୍ତ…

"ଟିଟିଲାଗଡରେ ଦୀର୍ଘ ଦିନରୁ ଚାଲିଆସୁଥିବା ସେକ୍ସ ରାକେଟର ପର୍ଦାଫାଶ"

ଜୈନ ଗୁରୁ ଆଚାର୍ଯ୍ୟ ଶ୍ରୀ ଶ୍ରବଣଜୀ ମହାରାଜଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଟିଟିଲାଗଡ଼ ୧୦-୩ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼କୁ ପଦଯାତ୍ରା କରି କରି ତେରା ପନ୍ଥ ଧର୍ମସଂଘର ଏଗାର ତମ ଆଚାର୍ଯ୍ୟ ମହାନ ସନ୍ଥ ଶାନ୍ତି ଦୂତ, ଅହିଂସା ଯାତ୍ରାର ପ୍ରଣୟନ କର୍ତା ତାଙ୍କ ଧବଳ ବାହିନୀ ସହ ଟିଟିଲାଗଡ ପହଞ୍ଚିଛନ୍ତି। ତିନିଦିନ ଧରି ସ୍ଥାନୀୟ ଗୋବିନ୍ଦ ବଟିକା ଠାରେ ଉପସ୍ଥିତ ରହି ପ୍ରବଚନ ଦେବା ଆୟୋଜନ କରାଯାଇଛି। ପଦଯାତ୍ରା କରି ଆସିବା ବାଟରେ ବିଭିନ୍ନ ସ୍ଥାନରେ ଏହି ଧର୍ମ ଗୁରୁଙ୍କୁ ଭକ୍ତିପୂତ ଭାବେ ସ୍ୱାଗତ କରାଯାଇଥିଲା। ସ୍ଥାନୀୟ ହାଟପଦାଠାରେ ଶୁଭ୍ରାଂଶୁ ଦାସ, ମୋତିଲାଲ ଅଗ୍ରୱାଲ, ତ୍ରିନାଥ ସରାଫ ପରି ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଶ୍ରଦ୍ଧାର ସ୍ୱାଗତ କରି ସ୍ଥାନୀୟ ମା ଘଣ୍ଟାଶୁଣୀ ମନ୍ଦିର…

"ଜୈନ ଗୁରୁ ଆଚାର୍ଯ୍ୟ ଶ୍ରୀ ଶ୍ରବଣଜୀ ମହାରାଜଙ୍କୁ ଭବ୍ୟ ସମ୍ବର୍ଦ୍ଧନା"

ପୋଲ ନିର୍ମାଣ ଓ ବିଦ୍ୟୁତ ସମସ୍ୟା ସମାଧାନ ନ ହେଲେ ନ ହେଲେ ଆନ୍ଦୋଳନ କରିବେ ଗ୍ରାମବାସୀ

ଟିଟିଲାଗଡ଼ ୯-୩ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ ଅନ୍ତର୍ଗତ ଡେଂଗ ଗ୍ରାମ ଓ ପ୍ରାୟ ସାତଟି ଗ୍ରାମ କୁ ସଂଯୋଗ କରୁଥିବା ଲାଂଥ ନଦୀର ଅର୍ଧନିର୍ମିତ ପୋଲ ନିର୍ମାଣ ପାଇଁ ଦୀର୍ଘ ବର୍ଷ ରୁ ଦାବି ହୋଇ ଆସୁଥିବା ବେଳେ ପ୍ରଶାସନ ନିରବ ଥିବା ନେଇ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ସଇଁତଳା ବଡ଼ମାଳ ଫପସି ଗ୍ରାମ ତରଫରୁ ଏହି ଲାଂଥ ନଦୀ ଦେଇ ପ୍ରାୟ ସlତ ଗୋଟି ଗ୍ରାମବାସୀ ସଇଁତଳା ,ବଲାଙ୍ଗୀର ,ଟିଟିଲାଗଡ଼ ଆଦି ଅଂଚଳକୁ ଯିବା ଆସିବା ପାଇଁ ନିର୍ଭର କରିଥାନ୍ତି। ହେଲେ ଏହି ନଦୀ ପlର ହୋଇ ଯିବା ଆସିବା କରିବା ପ୍ରମୁଖ ମାଧ୍ୟମ ହୋଇଥିବା ସତ୍ୱେ…

"ପୋଲ ନିର୍ମାଣ ଓ ବିଦ୍ୟୁତ ସମସ୍ୟା ସମାଧାନ ନ ହେଲେ ନ ହେଲେ ଆନ୍ଦୋଳନ କରିବେ ଗ୍ରାମବାସୀ"

ସରକାରୀ ଡାକ୍ତରଖାନାରେ ମ୍ୟାଲେରିଆ ଓ ଏଚ.ଆଇ.ଭି ପରୀକ୍ଷା ପାଇଁ ଟଙ୍କା ଆଦାୟ, ଗରିବ ରୋଗୀଙ୍କୁ ଶୋଷଣ

ଟିଟିଲାଗଡ଼ ୫-୩ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଆଦିବାସୀ ଅଧ୍ୟୁସିତ ଜିଲ୍ଲା ତଥା ପଛୁଆ ଅଂଚଳ ଗୁଡିକରେ ସରକାର ସ୍ୱାସ୍ଥ୍ୟ ସେବା ପ୍ରଦାନ ପାଇଁ କୋଟି କୋଟି ତାଙ୍କ ବ୍ୟୟ ବରାଦ କରୁଥିବାବେଳେ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଏହା ପ୍ରହସନରେ ପରିଣତ ହୋଇଛି। ପଛୁଆ ,ଅନଗ୍ରସର ଏହି ଟିଟିଲାଗଡ ସରକାରୀ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟକୁ ନିୟମିତ ସହ ସହ ରୋଗୀ ଆସିବା ଓ ଡାକ୍ତରଙ୍କ ପରାମର୍ଶ କ୍ରମେ ମ୍ୟାଲେରିଆ ଓ ଏଚ.ଆଇ.ଭି ପରୀକ୍ଷା କରାଇଥାନ୍ତି। ହେଲେ ଦୁଃଖର ବିଷୟ ଏଠାକାର ଗରିବ ଶ୍ରେଣୀୟ ବ୍ୟକ୍ତି ହେଉ ଅବା ଚିକିତ୍ସାଧୀନ ରୋଗୀ ହେଉ ଶହେ କୋଡ଼ିଏ ଟଙ୍କା ମ୍ୟାଲେରିଆ ପରୀକ୍ଷା ପାଇଁ ଓ ଶହେ…

"ସରକାରୀ ଡାକ୍ତରଖାନାରେ ମ୍ୟାଲେରିଆ ଓ ଏଚ.ଆଇ.ଭି ପରୀକ୍ଷା ପାଇଁ ଟଙ୍କା ଆଦାୟ, ଗରିବ ରୋଗୀଙ୍କୁ ଶୋଷଣ"

ଶିକ୍ଷାନୁଷ୍ଠାନରେ ଅନିୟମିତତା ନେଇ ବିଦ୍ୟାଳୟ କମିଟିର ଅଭିଯୋଗ

ଟିଟିଟିଟିଲା ଗଡ଼ ୪-୩ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଟିଟିଲା ଗଡ଼ ଉପଖଣ୍ଡ ଅନ୍ତର୍ଗତ ମୁରୀବାହାଲ ବ୍ଲକର ମାଲେସିରl ଗ୍ରାମ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ବ୍ୟାପକ ଅନିୟମିତତା ଓ ମନମୁଖୀ କାର୍ଯ୍ୟକଳାପ ନେଇ ସ୍କୁଲ କେମିତି ତରଫରୁ ଗୁରୁତର ଅଭିଯୋଗ ହୋଇଛି। ଏହି ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାନ୍ନ ଭୋଜନ ଦୀର୍ଘ ଦିନଧରି ପ୍ରଦାନ ନ କରିବା ବିଦ୍ୟାଳୟ ସଠିକ ଭାବେ ଖୋଲା ନ ଯିବା ନେଇ ଗ୍ରାମ ବିଦ୍ୟାଳୟ କମିଟୀ ଲିଖିତ ଆକାରରେ ଦାବି ପତ୍ର ପ୍ରେରଣ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଟିଟିଲାଗଡ ଉପଜିଲ୍ଲାପାଳ, ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଶିକ୍ଷା ନିରୀକ୍ଷକ, ମୁରୀବାହଲ ବ୍ଲକ ଶିକ୍ଷାଧିକାରୀଙ୍କୁ ଲିଖିତ ଭାବେ ଅଭିଯୋଗ ପତ୍ର ପ୍ରେରଣ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ…

"ଶିକ୍ଷାନୁଷ୍ଠାନରେ ଅନିୟମିତତା ନେଇ ବିଦ୍ୟାଳୟ କମିଟିର ଅଭିଯୋଗ"

ଲାୟନସ କ୍ଲବର ବାର୍ଷିକ ସମ୍ମିଳନୀ ଆୟୋଜିତ

ଟିଟିଲାଗଡ଼ ୨୭-୨ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ସ୍ଥାନୀୟ ଗୋବିନ୍ଦ ବାଟିକା ପରିସରରେ ଲାୟନସକ୍ଲବର ତିନିସ ବାଇଶ ସି ଦୁଇର ସତେଇଶ ତମ ଦୁଇ ଦିବସୀୟ ବାର୍ଷିକ ଆଞ୍ଚଳିକ ସମିଳନୀ ଅନୁଷ୍ଠିତ ହୋଇଯାଇଛି। ଏ ନେଇ ଲାୟନସ କ୍ଲବପ୍ରତିନିଧି ଙ୍କ ପକ୍ଷରୁ ସହରରେ ଶାନ୍ତି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଟିଟିଲାଗଡ ଲାୟନସ କ୍ଲବ ସଭାପତି ଦୀପକ ଗୋୟଲଙ୍କ ଅଧ୍ୟକ୍ଷତାରେ ତଥା ପ୍ରୋଜେକଟ ଚେୟାରମେନ ସଞ୍ଜୟ ସାହୁ ଡ଼ି.ଜି ବ୍ରିଜମୋହନ ଅଗ୍ରୱାଲ ଦ୍ୱିତୀୟ ଡ଼ି ଜି ବିନୋଦ ମୋହନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଂଚାସୀନ ଥିଲେ। ଗଭରନର ଭାବେ ଦୁର୍ଗାପ୍ରସାଦ ଶର୍ମା ମନୋନିତ ହୋଇଥିଲେ। ସମ୍ମିଳନୀରେ ଲାୟନ ଦୀପକ ସାହୁ ଈଶ୍ୱର ଜୈନ, ସଞ୍ଜୟ ନାୟକ, ରାଧାକାନ୍ତ…

"ଲାୟନସ କ୍ଲବର ବାର୍ଷିକ ସମ୍ମିଳନୀ ଆୟୋଜିତ"

ରହସ୍ୟଜନକ ଭାବେ ଯୁବତୀ ଚାଲାଣ, ତଦନ୍ତ ଦାବି: ପୋଲିସର ନୀରବତା ନେଇ ଅସନ୍ତୋଷ

ବଲାଙ୍ଗୀର ୧୩-୨ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବାହ୍ୟ ରାଜ୍ୟରୁ ଓଡ଼ିଶା ଆସି ଗରିବ ଶ୍ରେଣୀ ପରିବାରର ଅଭାବ ଅନାଟନର ସୁଯୋଗ ନେଇ ନା ନା ପ୍ରଲୋଭନ ଦେଇ ବିବାହ କରିବେ କହି ନେଇ ନିର୍ଯ୍ୟାତନା ଦେବା ଓ ବିକ୍ରି କରିଦେବା ଘଟଣା ସାମ୍ନାକୁ ଆସୁଥିବା ବେଳେ ଏହି ଜିଲ୍ଲାର ଟିଟିଲାଗଡ ହାଟପଦା ପଡାର ଜଣେ ବର୍ଷୀୟା ନାବାଳିକାକୁ ବିକ୍ରି କରାଯାଇଥିବା ପରି ଗୁରୁତର ଅଭିଯୋଗ ହୋଇଛି। ଟିଟିଲାଗଡ ଥାନା ଅନ୍ତର୍ଗତ ହାଟପଦା ପଡା ର କୃପା ଘିବେଲାଙ୍କ ଝିଅ ହିମାନି ଘିବେଲା ଅଗଷ୍ଟ ୨ ତାରିଖ ସକାଳେ ଗାଧୋଇଯାଇ ଆଉ ଫେରି ନ ଥିଲା। ଝିଅକୁ ନ ପାଇ ଟିଟିଲାଗଡ ପୋଲିସ ରେ ଏତଲା ବି…

"ରହସ୍ୟଜନକ ଭାବେ ଯୁବତୀ ଚାଲାଣ, ତଦନ୍ତ ଦାବି: ପୋଲିସର ନୀରବତା ନେଇ ଅସନ୍ତୋଷ"

ଓଡିଶା ରାଜ୍ୟ ସ୍ତରୀୟ ବଡି ବିଲଡିଂ ପ୍ରତିଯୋଗିତା

ଟିଟିଲାଗଡ ୨୯-୧ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲା ଟିଟିଲାଗଡଠାରେ ସ୍ଥାନୀୟ ଫିଟ୍ନେସ କ୍ଲବରେ ଓଡିଶା ରାଜ୍ୟ ସ୍ତରୀୟ ବଡି ବିଲଡିଂ ପ୍ରତିଯୋଗିତା ନେଇ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ବିଭିନ୍ନ ପ୍ରାନ୍ତରୁ ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ। ଖେଳାଳି ପ୍ରତିଯୋଗୀଙ୍କ ଅଧିକ କୁଶଳତା ହାସଲ କରିବା ପାଇଁ ଓ ପେଶାଦାର ମନୋବୃତି ପୋଷଣ ସହଯୋଗ ଉଦେଶ୍ୟରେ ଆୟୋଜନ କରାଯିବ ବୋଲି ପ୍ରକାଶ କରାଯାଇଛି। ଓଡିଶାର ବିଭିନ୍ନ ପ୍ରାନ୍ତରୁ ଶହେ କୋଡିଏ ଜଣ ଖେଳାଳି ଓ ପଚିଶ ଜଣ ଅଧିକାରୀ ଭାଗ ନେବେ। ଆସନ୍ତା ଫେବୃଆରି ଚାରି ତାରିଖରେ ଏହି ପ୍ରତିଯୋଗିତା ସ୍ଥାନୀୟ ଗୋବିନ୍ଦ ବାଟିକାଠାରେ ହେବ। ବର୍ତ୍ତମାନ ସମୟରେ ଶାରୀରିକ…

"ଓଡିଶା ରାଜ୍ୟ ସ୍ତରୀୟ ବଡି ବିଲଡିଂ ପ୍ରତିଯୋଗିତା"