ବରଯାତ୍ରୀ ମିନି ଟ୍ରକ ଓଲଟି ୪ ମୃତ ୨୦ ଗୁରୁତର

ବଙ୍ଗୋମୁଣ୍ଡା/ବଲାଙ୍ଗିର ୯/୫ (ଓଡିଆ ପୁଅ/ଜଗଦୀଶ ସୁନା) କଲାହାଣ୍ଡି ଜିଲ୍ଲା ବୋର୍ଡା ଗାଁ ନିକଟରେ ଏକ ବରଯାତ୍ରି ମିନି ଟ୍ରକ ଓଲଟି ପଡିବାରୁ ଘଟଣା ସ୍ଥଳରେ ଚାରି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ ରୁ ଉର୍ଦ୍ଧ୍ୱ ଯାତ୍ରୀ ଗୁରୁତର ହୋଇ ପଡିଛନ୍ତି। ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ରାଣିପୁର ଗାଁର ମହେଶ ବାଗଙ୍କ ବର କନ୍ୟାକୁ ଛାଡିବା ପାଇଁ ଏକ ୪୦୭ ମିନି ଟ୍ରକରେ ପାଖାପାଖି ୩୦ ଜଣ ଲୋକେ କଲାହାଣ୍ଡି ଜିଲ୍ଲା ସାପସିଲେଟ ଗାଁକୁ ଯାଉଥିଲେ। ଆଜି ଅପରାହ୍ନ ସମୟରେ ସାପସିଲେଟ ଗାଁ କନ୍ୟା ଦଳ ଫେରୁଥିବା ବେଳେ କଲାହାଣ୍ଡି ଜିଲ୍ଲା ବୋର୍ଡା ତଥା ବଲାଙ୍ଗିର ଜିଲ୍ଲା ସାଲେପଡା ଛକ ନିକଟରେ ଭାରସାମ୍ୟ ହରାଇ…

"ବରଯାତ୍ରୀ ମିନି ଟ୍ରକ ଓଲଟି ୪ ମୃତ ୨୦ ଗୁରୁତର"

ରାଜ ଯକ୍ଷ୍ମା ଗାଁ ରାଣିମୁଣ୍ଡା

ବଲାଙ୍ଗିର ୧୦/୫ (ଓଡ଼ିଆ ପୁଅ/ଜଗଦୀଶ ସୁନା) ଭାରତବର୍ଷରେ ବସବାସ କରୁଥିବା ଅନେକ ଲୋକ ବିଭିନ୍ନ ରୋଗ ଦ୍ୱାରା ଆକ୍ରାନ୍ତ ହୋଇ ସେମାନେ ଜୀବନ ସହ ସଂଗ୍ରାମ କରନ୍ତି। ଜୀବନ ସହ ସଂଗ୍ରାମ କରୁ କରୁ ଅନେକେ ଆରପାରିକୁ ଚାଳିଯାଆନ୍ତି। ବିତ୍ତ ପରିବାର ଲୋକଙ୍କୁ ରୋଗ ଗ୍ରାସିଲେ ସେମାନେ ଅର୍ଥ ବଳରେ ବଡ ବଡ ଡାକ୍ତଖାନାକୁ ଯାଇ ଚିକିତ୍ସିତ ହୋଇ ଜୀବନକୁ ବଞ୍ଚେଇ ପାରନ୍ତି। ଯଦି ଦିନ ମୂଳିଆ ମଜୁରୀଆ ଗରିବ ଶ୍ରେଣୀର ଲୋକଙ୍କୁ ରୋଗ ଗ୍ରାସିଲେ ଘରେ ଥିବା ଅର୍ଥ ସାଙ୍ଗକୁ ଜୀବନ ମଧ୍ୟ ଚାଲିଯାଏ। ପରବର୍ତ୍ତୀ ପର୍ଯ୍ୟାୟରେ ଛାଡିଯାଇଥିବା ଘରର ଲୋକଙ୍କ ସମସ୍ୟା ଆହୁରି ସାଘାଂତିକ ହୋଇପଡେ। ସେମାନେ ବଡ ବଡ ଡାକ୍ତରଖାନା ଯାଇ…

"ରାଜ ଯକ୍ଷ୍ମା ଗାଁ ରାଣିମୁଣ୍ଡା"

ତହସିଲ କାର୍ଯ୍ୟାଳୟରେ କର୍ମଚାରୀ ଅଭାବ ଯୋଗୁଁ ଲୋକେ ନାହିଁନଥିବା ଅସୁବିଧା

ବଙ୍ଗୋମୁଣ୍ଡା, ବଲାଙ୍ଗିର ୨୮-୦୪ (ଓଡ଼ିଆ ପୁଅ/ଜଗଦୀଶ ସୁନା) ବଙ୍ଗୋମୁଣ୍ଡା ସ୍ଥିତ ତହସିଲ କାର୍ଯ୍ୟାଳୟରେ ସ୍ଥାୟୀ କର୍ମଚାରୀ ଅଭାବ ଯୋଗୁଁ ଲୋକେ ନାହିଁନଥିବା ଅସୁବିଧା ଭୋଗୁଛନ୍ତି। ଜମି ସଂକ୍ରାନ୍ତିୟ କାଗଜପତ୍ର ଠାରୁ ନେଇ ବିଭିନ୍ନ ସାର୍ଟିଫିକେଟ, ରୋୟଲଟି ଦେବା ନେବାରେ ଲୋକଙ୍କୁ ବହୁ ବାଧା ବିଘ୍ନ ପହଞ୍ଚାଉଅଛି। ୨୬ ଗୋଟି ପଞ୍ଚାୟତରୁ ଲୋକେ ପ୍ରତିଦିନ ସରକାରୀ ଚାକିରିରେ ଯୋଗ ଦେଲା ଭଲି ଉପସ୍ଥିତ ହେବାକୁ ପଡୁଛି। ଅପରପକ୍ଷେ କାମ ମଧ୍ୟ ହୋଇ ପାରୁନାହିଁ। ଉକ୍ତ ତହସିଲ କାର୍ଯ୍ୟାଳୟରେ ତିନିଗୋଟି ବରିଷ୍ଟ କିରାଣି ଓ ଜଣେ କନିଷ୍ଟ କିରାଣି ଦ୍ୱାରା ଅଫିସ ଚାଲୁଅଛି। ଯେଉଁଠାରେ କି ସରକାରଙ୍କ ନିର୍ଦ୍ଦେଶ କ୍ରମେ ୯ ଜଣ ରହିବା କଥା ସେହି କ୍ଷେତ୍ରରେ…

"ତହସିଲ କାର୍ଯ୍ୟାଳୟରେ କର୍ମଚାରୀ ଅଭାବ ଯୋଗୁଁ ଲୋକେ ନାହିଁନଥିବା ଅସୁବିଧା"

ଓଡିଆ ପୁଅ ନ୍ୟୁଜର ପ୍ରଭାବ

ବଙ୍ଗୋମୁଣ୍ଡା, ବଲାଙ୍ଗିର ୨୨/୪  (ଓଡ଼ିଆ ପୁଅ/ଜଗଦୀଶ ସୁନା) ଗତ୧୯ ତାରିଖରେ ପ୍ରକାଶିତ ହୋଇଥିବା “ରାଜନିତିର ଛକା-ପଞ୍ଜାରେ ବେହାଲ ବଙ୍ଗୋମୁଣ୍ଡା ବାସୀ” ବହୁ ପ୍ରତିକ୍ଷିତ ଗ୍ରୀଡ ସମସ୍ୟା ନେଇ ବାରମ୍ବାର ଅଞ୍ଚଳରେ ଆନ୍ଦୋଳନ ତେଜି ଉଠିଥିଲା ହେଲେ ଚାଲୁ ହେବାର ବିଲମ୍ବ ହୋଇଥିଲା। ନିକଟରେ ଓଡିଶାର ମୁଖ୍ୟମନ୍ତ୍ରୀ ଗ୍ରୀଡର ଶୁଭ ଉଦ୍ଘାଟନ କରି ଚାଲିଯାଇଥିଲେ, କିନ୍ତୁ ଦୀର୍ଘ ଚାରି ମାସ ପରେ ଜେମିତିକି ସେମିତି ପଡିରହିଥିବା ନେଇ ଅଞ୍ଚଳ ଲୋକମାନଙ୍କ ମନ ଭିତରେ ରାଗ ତେଜି ଉଠିଥିଲା। କିନ୍ତୁ ଗତ ୧୯ ତାରିଖରେ ଓଡିଆ ପୁଅ ଇ-ପେପର ନ୍ୟୁଜରେ ଓ ସୋସିଆଲ ମିଡିଆରେ ସମ୍ବାଦ ପରିବେଷଣ ହେଲା ପରେ ଏହାର ପ୍ରଭାବ କିଛିକାଂଶରେ ପଡିଲା ପରି ମନେ ହେଲା।…

"ଓଡିଆ ପୁଅ ନ୍ୟୁଜର ପ୍ରଭାବ"