ଜିଲ୍ଲାମାନ୍ୟତା ଦାବି ନେଇ ଯୁବ ନାଗରିକ କମିଟି ତରଫରୁ ଶୋଭାଯାତ୍ରା

ଟିଟିଲାଗଡ ୮-୪ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ପ୍ରଦାନ ଦାବି ନେଇ ଅତୀତରେ କେବଳ ପ୍ରତିଶୃତି ଦେଇ ନିରବ ରହିଯାଉଥିବା ପଦାଧିକାରୀଙ୍କ ବିରୋଧରେ ଚାଲିଥିବା ଅନଶନରେ ଆଜି ସ୍ଥାନୀୟ ସଚେତନ ନାଗରିକ କମିଟି ତରଫରୁ ଏକ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ସ୍ଥାନୀୟ ହାଟପଦା ପଡା ଠାରୁ ପଦଯାତ୍ରାରେ ଏହି ଯୁବ ସଚେତନ ନାଗରିକ କମିଟି ସହର ପରିକ୍ରମା କରି ଧାରଣା ସ୍ଥଳରେ ଯାଇ ପହଞ୍ଚିଥିଲେ। ବିଭିନ୍ନ ସ୍ଲୋଗାନମାନ ଦେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଦିଆଯାଇଥିବା ଧାରଣା ସ୍ଥଳରେ ଏକ ସଭାର ଆୟୋଜନ କରି ଏହି ଦାବିକୁ ତୁରନ୍ତ ସରକାର ପୂରଣ ନ କଲେ ପରିଣାମ ଭୟଙ୍କର ହେବ ଓ ସରକାର ହିଁ ଦାୟୀ…

"ଜିଲ୍ଲାମାନ୍ୟତା ଦାବି ନେଇ ଯୁବ ନାଗରିକ କମିଟି ତରଫରୁ ଶୋଭାଯାତ୍ରା"

ରେଳ ଦୁର୍ଘଟଣାରୁ ବଞ୍ଚିଲେ ଯାତ୍ରୀ: ବିନା ଇଞ୍ଜିନ୍ ରେ ୧୨ କିଲୋମିଟର ଓଲଟା ଚାଲିଲା ପୁରୀ ଅହମଦାବାଦ୍ ଏକ୍ସପ୍ରେସ୍

ଟିଟିଲାଗଡ଼ ୮-୪ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ଼ ରେଳ ଷ୍ଟେସନରେ ଆଜି ଅହମଦାବାଦରୁ ପୁରୀ ଏକ୍ସପ୍ରେସ ଟ୍ରେନ ସମ୍ବଲପୁରକୁ ଇଞ୍ଜିନ୍ ବଦଳେଇ ଯିବା ବଦଳରେ ଓଲଟା ବିନା ଇଞ୍ଜିନ୍ ରେ ବଗିଗୁଡିକ ଚାଲିଯାଇ କେସିଙ୍ଗା ରେଳ ଷ୍ଟେସନରେ ପହଂଚିଛି। ପ୍ରକାଶ ଯେ, ଟ୍ରେନ ନଂ 18406 ଅହମ୍ମଦାବାଦ ପଟୁ ଆସି ସମ୍ବଲପୁର ଦେଇ ପୁରୀକୁ ଯାତ୍ରା କରିବା କଥା ଓ ଟିଟିଲାଗଡ ରେ ଇଞ୍ଜିନ୍ ବଦଳାଯାଇଥାଏ। ହେଲେ ରେଳ ବିଭାଗ କର୍ମକର୍ତ୍ତାଙ୍କ ଖାମଖିଆଲ ମନୋଭାବ ଯୋଗୁଁ ଉକ୍ତ ଟ୍ରେନ ବିନା ଇଞ୍ଜିନ୍ ରେ ବାର କିମି ଦୂର ବିଶାଖାପାଟଣା ପଟେ ଯାଇ କେସିଙ୍ଗା ରେଳ ଷ୍ଟେସନରେ ପହଂଚିଛି। ତେବେ ଏ ନେଇ ରେଳ ଷ୍ଟେସନରେ ସାଧାରଣ…

"ରେଳ ଦୁର୍ଘଟଣାରୁ ବଞ୍ଚିଲେ ଯାତ୍ରୀ: ବିନା ଇଞ୍ଜିନ୍ ରେ ୧୨ କିଲୋମିଟର ଓଲଟା ଚାଲିଲା ପୁରୀ ଅହମଦାବାଦ୍ ଏକ୍ସପ୍ରେସ୍"

ପ୍ରାକୃତିକ ଜଳ ସ୍ରୋତ ସତ୍ୱେ ଫ୍ଲୋରାଇଡ ମୁକ୍ତ ବିଶୁଦ୍ଧ ପାନୀୟ ଜଳ ଉପଲବ୍ଧ କରାଇବାରେ ନବୀନ ସରାକାର ବିଫଳ : ଅମିତ ଶାହା

– ବଲାଙ୍ଗୀରର ଫ୍ଲୋରାଇଡ ପ୍ରଭାବିତ ଗାଁ ପରିଦର୍ଶନ କଲେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା – ବିଜେପି ଶାସନାଧୀନ ରାଜ୍ୟରେ ଯେଉଁଠି ପ୍ରାକୃତିକ ଜଳ ସ୍ରୋତ ନାହିଁ ସେଠାରେ ଯନ୍ତ୍ର ଲଗାଇ ଫ୍ଲୋରାଇଡ ମୁକ୍ତ ପାଣି ଉପଲବ୍ଧ କରା ଯାଉଛି – ମୁଖ୍ୟମନ୍ତ୍ରୀ ଯଦି ଥରେ ପ୍ରଧାନମନ୍ତ୍ରୀଙ୍କୁ ଏ ସମ୍ପର୍କରେ ଅନୁରୋଧ କରିଥାନ୍ତେ ତେବେ ଏହାର ସମାଧାନ ହୋଇ ଯାଇଥାନ୍ତା – ମୁଖ୍ୟମନ୍ତ୍ରୀ କରନ୍ତୁ ବା ନ କରନ୍ତୁ ବିଜେପିର ରାଜ୍ୟ ନେତା ମାନେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରନ୍ତୁ, ସମାଧାନ କରିବାକୁ ନେଇ ସେ ନିଶ୍ଚିତ – ରାଜ୍ୟରେ ଲୋକ ମାନଙ୍କର ନବୀନ ସରକାର ପ୍ରତି ପ୍ରବଳ ଅସନ୍ତୋଷ ଦେଖା ଯାଉଛି, ୨୦୧୯ରେ ବଦଳିବ…

"ପ୍ରାକୃତିକ ଜଳ ସ୍ରୋତ ସତ୍ୱେ ଫ୍ଲୋରାଇଡ ମୁକ୍ତ ବିଶୁଦ୍ଧ ପାନୀୟ ଜଳ ଉପଲବ୍ଧ କରାଇବାରେ ନବୀନ ସରାକାର ବିଫଳ : ଅମିତ ଶାହା"

ବଲାଙ୍ଗୀରରେ ଯୁବ ମୋର୍ଚା ଦ୍ୱାରା ଆୟୋଜିତ ବିଶାଳ ଯୁବ ସମାବେଶରେ ଉଦବୋଧନ ମୋଦି ସରକାର ଓଡିଶା ସମେତ ପୂର୍ବ ଭାରତର ବିକାଶ ପାଇଁ ଭଣ୍ଡାର ଘର ଖୋଲି ଦେଇଛନ୍ତି – ଧର୍ମେନ୍ଦ୍ର ପ୍ରଧାନ

– ବିଭିନ୍ନ ଯୋଜନାରେ ପୂବ ର୍ ସରକାରମାନଙ୍କ ତୁଳନାରେ ପ୍ରଚୁର ଅର୍ଥ ଆସୁଛି ଓଡିଶାକୁ – ରାଜ୍ୟରେ ଥିବା ବିଜେଡି ସରକାର ସାଧାରଣ ଗରୀବ ଯୋଗ୍ୟ ବ୍ୟକ୍ତିଙ୍କ ପାଖରେ ଏହି ଲାଭ ପହଂଚାଉ ନାହିଁ – ଯୋଜନାର ଲାଭକୁ ଦଳୀୟ ଆଧାରରେ ଓ ହାତଗୁଂଜା ଆଧାରରେ ବଂଟାର ପ୍ରତିବାଦ କରିବାକୁ ଯୁବ ପୀଢୀକୁ ଆହ୍ୱାନ – ଗରୀବ ଓ ସାଧାରଣ ଲୋକଙ୍କ ହକ ଓ ସ୍ୱାର୍ଥ ରକ୍ଷା ବିନା ନୂଆ ଓଡିଶା ଗଠନ ଅସମ୍ଭବ – ଅପ୍ରିଲ ମେ ଓ ଜୁନ ମାସରେ ବ୍ଲକ ଓ ଜିଲ୍ଲାପରିଷଦ ସ୍ତରର ହାଟ ବଜାର ମାନଙ୍କରେ ଜଳ ଛତ୍ର ଖୋଲନ୍ତୁ ଯୁବ ମୋର୍ଚା କାର୍ଯ୍ୟକର୍ତା ବଲାଙ୍ଗୀର, ୦୫ ଏପ୍ରିଲ…

"ବଲାଙ୍ଗୀରରେ ଯୁବ ମୋର୍ଚା ଦ୍ୱାରା ଆୟୋଜିତ ବିଶାଳ ଯୁବ ସମାବେଶରେ ଉଦବୋଧନ ମୋଦି ସରକାର ଓଡିଶା ସମେତ ପୂର୍ବ ଭାରତର ବିକାଶ ପାଇଁ ଭଣ୍ଡାର ଘର ଖୋଲି ଦେଇଛନ୍ତି – ଧର୍ମେନ୍ଦ୍ର ପ୍ରଧାନ"

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧ କୋଟି ୧୫ ଲକ୍ଷ ଟଙ୍କାର ୨୩ଟି ପ୍ରକଳ୍ପ ସରପଞ୍ଚଙ୍କ ପ୍ରସ୍ତାବକୁ ମଂଜୁରୀ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୩୧-୩ (ଓଡ଼ିଆ ପୁଅ) ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଝାରସୁଗୁଡା ଜିଲ୍ଲାର ଦୁଗା ଗ୍ରାମ ପଞ୍ଚାୟତ ଓ ଅନୁଗୁଳ ଜିଲ୍ଲାର ବକେରା ପଞ୍ଚାୟତ ଏବଂ ବଲାଙ୍ଗୀର ଜିଲ୍ଲାର ଟିକ୍ରାପଡ଼ା ଗ୍ରାମ ପଞ୍ଚାୟତ ପାଇଁ ୧ କୋଟି ୧୫ ଲକ୍ଷ ଟଙ୍କାର ୨୩ଟି ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗ୍ରାମ ବିକାଶ କାର୍ଯ୍ୟକ୍ରମର ସଫଳତା ପାଇଁ ଲୋକଙ୍କ ସହଯୋଗ ଲୋଡିବା ସହିତ ମଞ୍ଜୁର ହୋଇଥିବା ପ୍ରକଳ୍ପ ଗୁଡିକର କାର୍ଯ୍ୟକୁ ଶୀଘ୍ର ଏବଂ ଭଲ ଭାବରେ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି ପ୍ରକଳ୍ପ ଗୁଡିକ ମଧ୍ୟରେ ଝାରସୁଗୁଡା ଜିଲ୍ଲାର ଦୁର୍ଗା ଗ୍ରାମ…

"ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧ କୋଟି ୧୫ ଲକ୍ଷ ଟଙ୍କାର ୨୩ଟି ପ୍ରକଳ୍ପ ସରପଞ୍ଚଙ୍କ ପ୍ରସ୍ତାବକୁ ମଂଜୁରୀ ଦେଲେ ମୁଖ୍ୟମନ୍ତ୍ରୀ"

ଜିଲ୍ଲା ମାନ୍ୟତା ଅନଶନରତ ଯୁବଛାତ୍ର ଅଂଶୁଘାତର ଶିକାର

ଟିଟିଲାଗଡ ୨୪-୩ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡକୁ ଜିଲ୍ଲା ମାନ୍ୟତା ଦାବି ଆଜି ପଞ୍ଚମ ଦିନରେ ପହଂଚି ଥିବା ବେଳେ ଉତ୍କଟ ଖରାରେ ଧାରଣା ରତ ଜଣେ ଛାତ୍ର ଅଂଶୁଘାତର ଶିକାର ହୋଇଛନ୍ତି l ଟିଟିଲାଗଡ ସ୍ଥିତ ଡ଼ି.ଏ.ଭି ମହାବିଦ୍ୟାଳୟର ଯୁକ୍ତ+ ୩ ରେ ଅଧ୍ୟୟନ କରୁଥିବା ରୁଦ୍ରପ୍ରସାଦ ପୁଞ୍ଜି ଧାରଣା ସ୍ଥଳରେ ହଠାତ ଅଚେତ ହୋଇଯାଇଥିଲେ। ତୁରନ୍ତ ତାଙ୍କୁ ଧାରଣାସ୍ଥଳରୁ ଟିଟିଲାଗଡ ମୁଖ୍ୟ ସରକାରୀ ଚିକିତ୍ସାଳୟର ଅଂଶୁଘାତ କକ୍ଷରେ ଡାକ୍ତର କୃଷ୍ଣଚନ୍ଦ୍ର ପାଲ ଭର୍ତି କରି ଚିକିତ୍ସା ଆରମ୍ଭ କରିଥିବା ସୂଚନା ମିଳିଛି। କ୍ରମାଗତ ଭାବେ ଅନିଦ୍ଧିଷ୍ଟ କାଳ ପାଇଁ ଚାଲୁଥିବା ଏ ଧାରଣା ଓ ଦାବିନେଇ ସରକାର ତୁରନ୍ତ ପଦକ୍ଷେପ ନେବାକୁ ଛାତ୍ର…

"ଜିଲ୍ଲା ମାନ୍ୟତା ଅନଶନରତ ଯୁବଛାତ୍ର ଅଂଶୁଘାତର ଶିକାର"

ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଫେରାର

ଟିଟିଲାଗଡ଼ ୨୨-୩ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ ଥାନାରୁ ଚାରି କିମି ଦୂର ସିରୁଲ ଗ୍ରାମ ନିକଟରେ ଜଣେ ଯୁବକର ମୃତ ଦେହ ପଡିଥିବା ଦେଖିବାକୁ ମିଳିଛି। ପ୍ରାୟ ତିରିଶ ବର୍ଷୀୟ ଜଣେ ଯୁବକଙ୍କୁ ଆକ୍ରମଣ କରି ହତ୍ୟା କରିଦେଇ ଦୁର୍ବୃତ ଫେରାର ହୋଇଯାଇଥିବା ଆଲୋଚନା ହେଉଛି। ଉକ୍ତ ଯୁବକର ମୃତଦେହ ନିକଟରେ ତନିସ୍କା ସୋ ରୁମ ଉଲ୍ଲେଖ ଥିବା ଏକ ନୂତନ କିଣା ଯାଇଥିବା ଗାଡି ପଡ଼ି ରହିଛି। ତେବେ ଏ ଘଟଣା ନେଇ ଗ୍ରାମବାସୀ ପୋଲିସକୁ ସୂଚନା ଦେଇଥିବା ଜଣାଯାଇଛି। ଉକ୍ତ ଯୁବକର ନାମ ରୋମାଞ୍ଚ ରଣା ଓ ସେ ତେନ୍ତୁଳୀଖୁଣ୍ଟି ଗ୍ରାମର ବୋଲି ଜଣାଯାଇଛି କ୍ଷ ଟିଟିଲାଗଡ଼ ଥାନା ଅଧିକାରୀ ଘଟଣା…

"ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଫେରାର"

ଜିଲ୍ଲା ମାନ୍ୟତା ଦାବି ନେଇ ଅନିର୍ଦିଷ୍ଟ କାଳ ପାଇଁ ରିଲେ ଅନଶନ ଆରମ୍ଭ

ଟିଟିଲାଗଡ ୨୦-୩ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ ଆକାର ଓ ଆୟତନ ଦୃଷ୍ଟି ରୁ ଜିଲ୍ଲା ମାନ୍ୟତା ପାଇଁ ସମ୍ପୂଣ୍ଣ ହୋଇ ଥିବା ସତ୍ୱେ ଓ ଏହି ଦାବି ନେଇ ଦୁଇ, ଦୁଇ ଥର ଏନ.ଏ.ସି ନିର୍ବାଚନ ବର୍ଜନ କରାଯାଇଥିଲା। ହେଲେ ସରକାର ନିରବ ରହିବା ଓ ଜିଲ୍ଲା ଘୋଷଣା କରାଯିବା ଦାବିପାଇଁ ବିଗତ ଦିନ ରେ ଧାରଣା, ଅନଶନ କ୍ରମାଗତ ଭାବେ ବିଭିନ୍ନ ଅନୁଷ୍ଠାନ ତରଫରୁ କରଯିବା ଓ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ର ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ଙ୍କୁ ସାକ୍ଷାତ ସହ ଦାବି ପତ୍ର ପ୍ରଦାନ କରି ସୁଦ୍ଧା ବିଚାର କରାଯିବ କହି ପ୍ରତିଶୃତି ଦେଉ ଥିଲେ ବି କିଛି ପଦକ୍ଷେପ…

"ଜିଲ୍ଲା ମାନ୍ୟତା ଦାବି ନେଇ ଅନିର୍ଦିଷ୍ଟ କାଳ ପାଇଁ ରିଲେ ଅନଶନ ଆରମ୍ଭ"

କଲେଜ ଛାତ୍ରୀ ରହସ୍ୟଜନକ ଭାବେ ଗାୟବ

ଟିଟିଲାଗଡ ୧୭-୩ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ ଡି.ଏ.ଭି କଲେଜ ରେ ଯୁକ୍ତ ୩ ଶ୍ରେଣୀରେ ପାଠ ପଢ଼ୁଥିବା ଜଣେ ଛାତ୍ରୀ ଗତ ସାତ ତାରିଖ ଦିନ ଠାରୁ ହଠାତ କେଉଁ ଆଡେ ଗାୟବ ହୋଇଯାଇଛନ୍ତି। ପରିବାର ଲୋକେ ଅନେକ ଖୋଜା,ଖୋଜି କରି କିଛି ସୁରାକ ପାଇ ନ ପାରି ସ୍ଥାନୀୟ ଥାନା ରେ ଲିଖିତ ଏତଲା ଦାୟର କରିଛନ୍ତି। ତେବେ ଉକ୍ତ ଛାତ୍ରୀ ଙ୍କ ପରିବାର ଲୋକଙ୍କୁ କେତେକ ଅଜଣା ନମ୍ବର ଗୁଡିକ ରୁ ବାରମ୍ବାର ଫୋନ ଆସିବା ଓ ଧମକ ଚମକ ଆସୁଥିବା ନେଇ ପୋଲିସକୁ ସୂଚନା ଦିଆଯିବା ସହ ଦୃଢ ପଦକ୍ଷେପ ପାଇଁ ଦାବି ହୋଇଛି। ଏ ନେଇ ଟିଟିଲାଗଡ ଥାନା…

"କଲେଜ ଛାତ୍ରୀ ରହସ୍ୟଜନକ ଭାବେ ଗାୟବ"

ଟିଟିଲାଗଡରେ ଦୀର୍ଘ ଦିନରୁ ଚାଲିଆସୁଥିବା ସେକ୍ସ ରାକେଟର ପର୍ଦାଫାଶ

ଟିଟିଲାଗଡ ୧୫-୩ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ ଥାନା ଅନ୍ତର୍ଗତ ଭାଟିପଡା ଗ୍ରାମ ନିକଟରେ ଥିବା ଏକ ଭଡା ଘରେ ଦୀର୍ଘ ଦିନ ଧରି ଚାଲି ଆସୁଥିବା ଏକ ସେକ୍ସ ରେକେଟର ପର୍ଦାଫାଶ ହୋଇଛି। ପ୍ରକାଶ ଯେ ଦୀର୍ଘ ଛଅ ମାସ ହେବ ୱେଷ୍ଟ ବେଙ୍ଗଲର ମାଲଦା ଅଞ୍ଚଳରୁ ତିନି ଜଣ ଯୁବତୀଙ୍କୁ ଅଣେଇ (ପ୍ରାୟ ପଚିଶ ରୁ ତିରିଶ ବର୍ଷ ମଧ୍ୟରେ) ଏହି ଭଡା ଘର ନେଇ ରଖେଇ ଦେହ କାରବାର ଚଳାଇ ଆସୁଥିଲା ବୋଲି ପୋଲିସ ସୂଚନାଠାରୁ ଜଣl ଯାଇଛି। ଟିଟିଲାଗଡ ହାଟପଦା ପଡାର ଘାଷି ନାଗ ଉକ୍ତ ଯୁବତୀଙ୍କୁ ରଖି ଏହି ଯୌନ କାରବାର ଚଲେଇ ଆସୁଥିବା ଓ ଜୋର ଜବରଦସ୍ତ…

"ଟିଟିଲାଗଡରେ ଦୀର୍ଘ ଦିନରୁ ଚାଲିଆସୁଥିବା ସେକ୍ସ ରାକେଟର ପର୍ଦାଫାଶ"