ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଏଡ୍ସ ଆକ୍ରାନ୍ତ: ପ୍ରଶାସନକୁ ଗୁହାରି ସତ୍ୱେ ମିଳୁନି ସହାୟତା

ବଲାଙ୍ଗୀର ୨୮-୭ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ରାଜ୍ୟ ସରକାର ଓ କେନ୍ଦ୍ର ସରକାର ସାଧାରଣ ଓ ଅସହାୟ ଗରୀବ କେହି ବି ସ୍ବାସ୍ଥ୍ୟ ସେବାରୁ ବଂଚିତ ନ ହୁଅନ୍ତୁ ବୋଲି କୋଟି, କୋଟି ଟଙ୍କାର ବ୍ୟୟ ବରାଦ କରି ବିଭିନ୍ନ ଯୋଜନା କଯ୍ୟକାରୀ କରିଛନ୍ତି। ହେଲେ ବଲାଙ୍ଗିର ଜିଲ୍ଲାର ଗରିବ ଓ ଏଡ୍ସରେ ଅକ୍ରାନ୍ତ ହୋଇ ସୁଦ୍ଧା ଏହି ଜିଲ୍ଲାର ଅନୁଦାନ ପ୍ରାପ୍ତ ସ୍ୱେଚ୍ଛା ସେବୀ ଅନୁଷ୍ଠାନ କେବଳ ଅର୍ଥ ହରିଲଟ କରି ଚାଲିଛନ୍ତି। ଟିଟିଲାଗଡ ସହର ନେହେରୁ ନଗରର ଜଣେ ଅସହାୟ ବିଧବାଙ୍କ ଆକୁଳ ନିବେଦନ ସତ୍ୱେ ନୀରବ ଦ୍ରଷ୍ଟା ସାଜିବା ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି। ପ୍ରକାଶ ଯେ, ଏହି ଜିଲ୍ଲାରେ ମାସିକ…

"ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଏଡ୍ସ ଆକ୍ରାନ୍ତ: ପ୍ରଶାସନକୁ ଗୁହାରି ସତ୍ୱେ ମିଳୁନି ସହାୟତା"

୩ ଛାତ୍ରୀଙ୍କ ଅସ୍ମିଳ ଭିଡ଼ିଓ ଭାଇରଲ ନେଇ ପୋଲିସ ନିରବ: ସାଧାରଣରେ ଚର୍ଚ୍ଚା

ବଲାଙ୍ଗୀର ୨୮-୭ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ସହରାଞ୍ଚଳରେ ଆଜିକୁ ପ୍ରାୟ ତିନି ଦିନ ହେବ ତିନିଜଣ ଛାତ୍ରୀଙ୍କ ଆପତ୍ତି ଜନକ ଅସ୍ମିଳ ଭିଡିଓ ଭାଇରାଲ ହୋଇ ଚାଲିଛି। ପ୍ରକାଶ ଯେ ତିନି ଜଣ ଛାତ୍ରୀ ଅଧ୍ୟୟନ କରୁଥିବା ବିଦ୍ୟାଳୟ ପରିସରର ଏକ କୋଠରୀରେ ତିନି ଜଣ ଛାତ୍ର ସହ ଥିବା ଅବସ୍ଥାରେ କେହି ଭିଡ଼ିଓ ରେକର୍ଡ଼ କରି ଦେଇ ସୋସିଆଲ ମିଡ଼ିଆରେ ଭାଇରାଲ କରିଦେଇଥିଲା। ତେବେ ଉକ୍ତ ଗୁପ୍ତ ଭିଡ଼ିଓଟି ଏବେ ଭାଇରାଲ ହୋଇ ଚାଲିଛି। ଏ ନେଇ ବଲାଙ୍ଗୀର ଟାଉନ ଥାନାରେ ଏହି ଭାଇରାଲ ଭିଡିଓ କୁ ତୁରନ୍ତ ବନ୍ଦ କରିବା ସହ ଉକ୍ତ ଅଭିଯୁକ୍ତକୁ ଗିରଫ ପାଇଁ ଜଣାଇଥିଲେ ହେଲେ ଲିଖିତ…

"୩ ଛାତ୍ରୀଙ୍କ ଅସ୍ମିଳ ଭିଡ଼ିଓ ଭାଇରଲ ନେଇ ପୋଲିସ ନିରବ: ସାଧାରଣରେ ଚର୍ଚ୍ଚା"

ପଚାଶ ମିଟର ରାସ୍ତା ନିର୍ମାଣରେ ୫ ଲକ୍ଷ୍ୟ ବ୍ୟୟ: ମାସେନ ପୁରୁଣୁ ନଷ୍ଟ ହେଲା ରାସ୍ତା

ମୁରିବାହଲ ୨୮-୭ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ମୁରିବାହାଲ ବ୍ଲକକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଯାହାକି ହଳଦୀ ଗ୍ରାମଠାରୁ ମୁରିବାହଲକୁ ସଂଯୋଗ କାରିଥାଏ, ଉକ୍ତ ରାସ୍ତା ନିମନ୍ତେ ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗ ତରଫରୁ ପାଇଁ ପାଞ୍ଚ ଲକ୍ଷ ଟଙ୍କା ଯୋଗାଇ ଦିଆ ଯାଇଥିଲା। ହେଲେ ଉକ୍ତ ରାସ୍ତା ନିର୍ମାଣର ଏକ ମାସ ନ ପୁରୁଣୁ ଉକ୍ତ ରାସ୍ତା ସମ୍ପୁର୍ଣ୍ଣ ଉଜୁଡ଼ି ନଷ୍ଟ ବୋଇଯିବା ନେଇ ଅସନ୍ତୋଷ ଦେଖାଦେଇଛି। ମାତ୍ର ପଚାଶ ମିଟର ରାସ୍ତା ପାଇଁ ପାଞ୍ଚ ଲକ୍ଷ ଟଙ୍କା ଆସିଥିଲା ଓ ତାହା ଅତ୍ୟନ୍ତ ନିମ୍ନ ମାନର କାମ କରି କଂକ୍ରିଟ ରାସ୍ତା ଦର୍ଶେଇ ଉକ୍ତ ଟଙ୍କା ହଡପ କରିଦିଆ ଯାଇଥିବା ଗ୍ରାମବାସୀ…

"ପଚାଶ ମିଟର ରାସ୍ତା ନିର୍ମାଣରେ ୫ ଲକ୍ଷ୍ୟ ବ୍ୟୟ: ମାସେନ ପୁରୁଣୁ ନଷ୍ଟ ହେଲା ରାସ୍ତା"

ନକଲି ଔଷଧ କାରବାର ସକ୍ରିୟ, ପଡ଼ୋଶୀ ରାଜ୍ୟରୁ ଚୋରାରେ ଆସୁଛି ନକଲି ଔଷଧ: ସେହିପରି ଏକ୍ସପାଇରୀ ଔଷଧ ବିକ୍ରି ନେଇ ଅଭିଯୋଗ

ବଲାଙ୍ଗୀର ୨୭-୭ (ଓଡ଼ିଆ ପୁଅ) ଜିଲ୍ଲାର ବିଭିନ୍ନ ସ୍ଥାନରେ ଏପରି କି ବଲାଙ୍ଗୀର ଜିଲ୍ଲାର ମୁଖ୍ୟ ମେଡିକାଲ କଲେଜ ଚିକିତ୍ସାଳୟ ପରିସରରେ ଥିବା ଔଷଧ ଦୋକାନରେ ଏହି ଧାର୍ଯ୍ୟ ଅବଧି ସମାପ୍ତି ତାରିଖ ଔଷଧ ଇଂଜେକସନ ବିକ୍ରି ହେବାପରି ଗୁରୁତର ଅଭିଯୋଗ ହେଉଛି। ସରଳ ଓ ଗାଉଁଲି ଲୋକଙ୍କ ସରଳତାର ସୁଯୋଗ ନେଇ ଏହି ମୂଲ୍ୟ ଓ ଧାର୍ଯ୍ୟ ଅବଧି ସମାପ୍ତି ସତ୍ତ୍ୱେ ଦେଇଦିଆଯାଉଛି ଓ ଉକ୍ତ ସମୟ ସୀମା ଓ ମୂଲ୍ୟ ଉପରେ ମାର୍କର ଦେଇ କଳାକରି ରୋଗୀଙ୍କ ଜୀବନ ସହ ଖେଳ ଚାଲିଛି। ସେହିପରି ସରକାରୀ କଡ଼ା ଆଇନ ଅନୁଯାୟୀ ବିଲ ପ୍ରଦାନ ବ୍ୟବସ୍ଥା ସତ୍ତ୍ୱେ ବିଲ ପ୍ରଦାନ କରାଯାଉନାହିଁ। ଯଦି କେହି…

"ନକଲି ଔଷଧ କାରବାର ସକ୍ରିୟ, ପଡ଼ୋଶୀ ରାଜ୍ୟରୁ ଚୋରାରେ ଆସୁଛି ନକଲି ଔଷଧ: ସେହିପରି ଏକ୍ସପାଇରୀ ଔଷଧ ବିକ୍ରି ନେଇ ଅଭିଯୋଗ"

ବିଶାଖା ପାଟଣା ଦୁର୍ଗ ପାସେଞ୍ଜର ଟ୍ରେନରେ ଡକାୟତି

ଟିଟିଲାଗଡ଼ ୨୪-୭ (ଓଡ଼ିଆ ପୁଅ), ବିଶାଖାପାଟଣାରୁ ଦୁର୍ଗ ଯାଉଥିବା ପେସେଞ୍ଜର ଟ୍ରେନ ନଂ ୫୮୫୩o ରେ ଆଜି ମୁନିଗୁଡା ରେଳ ଷ୍ଟେସନରୁ କଣ୍ଟାବାଞ୍ଜି ଯିବା ପାଇଁ ଗୋଟିଏ ପରିବାରର ୪ ଜଣ ଟ୍ରେନରେ ଚଢିଥିଲେ। ସକାଳ ପ୍ରାୟ ୬ ଟାରେ ଟିଟିଲାଗଡ଼ ରେଳ ଷ୍ଟେସନରେ ଉକ୍ତ ଟ୍ରେନ ପହଞ୍ଚିଥିଲା। ହେଲେ ଟିଟିଲାଗଡରୁ ଟ୍ରେନ ଛାଡିବା କିଛି ସମୟପରେ ଉକ୍ତ ଟ୍ରେନର ତିନି ନମ୍ବର ବଗିକୁ ମୁନିଗୁଡା ରେଳ ଷ୍ଟେସନରୁ ଚଢ଼ି ଥିବା ମୁକ୍ତି ବାଗ ନାମକ ଜଣେ ବ୍ୟକ୍ତିଙ୍କ ନିକଟକୁ ତିନି ଜଣ ଅଜଣା ଯୁବକ ଆସି ଅତର୍କିତ ଆକ୍ରମଣ କରି ତାଙ୍କ ନିକଟରେ ଥିବା ମୋବାଇଲ ଓ ମନିପର୍ସ ଲୁଟି ନେଇଥିଲେ। ଉକ୍ତ ମନିପର୍ସରେ…

"ବିଶାଖା ପାଟଣା ଦୁର୍ଗ ପାସେଞ୍ଜର ଟ୍ରେନରେ ଡକାୟତି"

ବସଷ୍ଟାଣ୍ଡର ଅବସ୍ଥା ଶୋଚନୀୟ ହୋଇପଡିବା ନେଇ ଅସନ୍ତୋଷ

ବଲାଙ୍ଗୀର ୨୨-୭ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଜିଲ୍ଲାର ବେସରକାରୀ ବସଷ୍ଟାଣ୍ଡର ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇ ପଡ଼ିଥିବା ବେଳେ ସାଧାରଣ ଲୋକ ବ୍ୟାପକ ହଟହଟା ହେବା ସାର ହେଉଛି। ଏହି ବସଷ୍ଟାଣ୍ଡଟି ଉପରେ ଦୈନିକ ବିଭିନ୍ନ ଅଞ୍ଚଳରୁ ଶହ ଶହ ଯାତ୍ରୀ ନିର୍ଭର କରି ଆସୁଥିବା ବେଳେ ପରିଚାଳନା ଗତ ତ୍ରୁଟି ଓ ପ୍ରଶାସନିକ ଦାଇତ୍ୱର ଅଭାବ ଯୋଗୁଁ ଯାତ୍ରୀ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ବିଶ୍ରାମଗାରର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଥିବା ସତ୍ୱେ ଲୋକେ ବିଭିନ୍ନ ଦୋକାନ କଡରେ ମୁଣ୍ଡ ଗୁଞ୍ଜି ହଟହଟା ହେବା ସାର ହେଉଛି। ସେହିପରି ବସ ଗୁଡିକ ର ସଂଖ୍ୟା ବୃଦ୍ଧି ପାଇବା ଯୋଗୁଁ ଟ୍ରାଫିକ ସମସ୍ୟା ସର୍ବଦା…

"ବସଷ୍ଟାଣ୍ଡର ଅବସ୍ଥା ଶୋଚନୀୟ ହୋଇପଡିବା ନେଇ ଅସନ୍ତୋଷ"

ବିନା ଟଙ୍କାରେ ମିଳୁନି ଋଣ ଦଲାଲଙ୍କ ଦୌରାତ୍ମ, ଋଣ ଗ୍ରସ୍ତଚାଷୀଙ୍କୁ ଶୋଷଣ

ଟିଟିଲାଗଡ଼ ୨୨-୭ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ଷ୍ଟେଟ ବ୍ୟାଙ୍କ ଶାଖା ମୁଖ୍ୟ କାର୍ଯ୍ୟାଳୟରେ ବିଭିନ୍ନ ଋଣ ପାଇଁ ସାଧାରଣ ଆବେଦନ କରି ମାସ ମାସ ଧାଇଁଲେ ସୁଦ୍ଧା ନିରାଶ ହେବ ସାର ହେଉଥିବା ବେଳେ ଯଦି ଦଲାଲ ସହ କମିସନ ଫିକ୍ସ କରିଦିଆ ଯାଏ ତେବେ ତୁରନ୍ତ ଋଣ ମିଳିଯାଏ। ଦୀର୍ଘ ଦିନ ଧରି ଏହି ବ୍ୟାଙ୍କର ଋଣ ବିଭାଗରେ ଜଣେ ସକ୍ରିୟ ଦଲାଲ ଓ ମୁନାଫା ଖୋର ବ୍ୟବସାୟୀ ମିଶି ଖୋଲାଖୋଲି ଏହି ବେଆଇନ କାର୍ଯ୍ୟ କର୍ମଚାରୀଙ୍କ ସହ ମିଶି ଚଳାଇ ଆସିଥିବା ଓ ବେଶ ମାଲାମାଲ ହେଉଥିଲେ ହେଁ ସାଧାରଣ ଅକଥନୀୟ ଦୁର୍ଦଶା ଭୋଗ କରୁଛନ୍ତି। ସରକାରୀ ପେନସନ…

"ବିନା ଟଙ୍କାରେ ମିଳୁନି ଋଣ ଦଲାଲଙ୍କ ଦୌରାତ୍ମ, ଋଣ ଗ୍ରସ୍ତଚାଷୀଙ୍କୁ ଶୋଷଣ"

ଗୋଳାବାରୁଦ କାରଖାନା, ଅଫିସରଙ୍କ ଦୁର୍ନୀତି ଚରମ ସୀମାରେ

ଟିଟିଲାଗଡ଼ ୨୨-୭ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଭାରତ ସରକାରଙ୍କ ପ୍ରତିରକ୍ଷା ବିଭାଗ ଅଧୀନରେ ଥିବା ଓଡିଶାର ଆଦିବାସୀ ଅଧ୍ୟୁଷିତ ବଲାଙ୍ଗୀର ଜିଲ୍ଲା ବଡ଼ମାଳ ଗୋଳାବାରୁଦ କାରଖାନାରେ ଦୁର୍ନୀତି ଚରମ ସୀମାରେ ପହଂଚିଥିବା ସତ୍ୱେ କେନ୍ଦ୍ରସରକାର କୌଣସି ପ୍ରକାରର ପଦକ୍ଷେପ ନ ନେଉଥିବାରୁ ଏହି ଗୋଳାବାରୁଦ କାରଖାନାରେ କାର୍ଯ୍ୟରତ ଦୁର୍ନୀତି ଗ୍ରସ୍ତ ଅଫିସର ବିନା ଭୟରେ କୋଟି,କୋଟି ଟଙ୍କା କ୍ୟାଶ ପରଚେଜ ଓ ଏଲ.ପି.ସି ପରଚେଜ କରି କେନ୍ଦ୍ର ସରକାର ଓ ଓଡିଶା ସରକାରଙ୍କ ଟ୍ୟାକ୍ସ ଓ ଭ୍ୟାଟ ଟ୍ୟାକ୍ସ, ତଥା ଜି.ଏସ.ଟି ଆଦିରେ ଲକ୍ଷ ଲକ୍ଷ ଟଙ୍କା ହରାଇ ଆସୁଛନ୍ତି। ଏହି ଦୁର୍ନୀତି ଗ୍ରସ୍ତ ଅଫିସରମାନେ ରାୟପୁର ଛତିଶଗଡ଼ ଏବଂ କଲିକତାରୁ କମ ମୂଲ୍ୟରେ ଆଣି…

"ଗୋଳାବାରୁଦ କାରଖାନା, ଅଫିସରଙ୍କ ଦୁର୍ନୀତି ଚରମ ସୀମାରେ"

ମ୍ୟାଲେରିଆରେ ତେର ଆକ୍ରାନ୍ତ: ଝାଡା ବାନ୍ତିରେ ଷୋହଳ ଡାକ୍ତର ଖାନାରେ ଭର୍ତ୍ତି

ଟିଟିଲାଗଡ଼ ୨୨-୭ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ସବ୍ଡିଭିଜନାଲ ସରକାରୀ ଡାକ୍ତରଖାନାରେ ମ୍ୟାଲେରିଆରେ ତେରଜଣ ଓ ଝାଡା ବାନ୍ତିରେ ଷୋହଳଜଣ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ବିଶେଷ କରି ଏହି ଋତୁରେ ଏହି ଦୁଇ ରୋଗରେ ପୀଡିତ ହୋଇ ଆସୁଥିବା ବେଳେ ସଚେତନତାର ଅଭାବ ଯୋଗୁଁ ବିଶେଷ କରି ଆଖପାଖ ଗ୍ରାମାଞ୍ଚଳର ଏହାର ପ୍ରକୋପ ବଢିଥାଏ। ସେହିପରି କିଛି ଅସାଧୁ କ୍ୱାକଙ୍କୁ ଭରସା କରି ଅତ୍ୟଧିକ ଗୁରୁତର ହେବା ପରେ ଡାକ୍ତର ଖାନାକୁ ଆଣିବା ଦ୍ୱାରା ସ୍ଥିତି ଗମ୍ଭୀର ହୋଇଯାଇଥାଏ। ଗତ ବର୍ଷ ଏହି ଋତୁରେ ପ୍ରାୟ ଅଠର ଜଣ ଦୁଇ ମାସ ମଧ୍ୟରେ ଝାଡା ବାନ୍ତିରେ ମୃତ୍ୟୁ ବରଣ କରିଥିବା ବେଳେ…

"ମ୍ୟାଲେରିଆରେ ତେର ଆକ୍ରାନ୍ତ: ଝାଡା ବାନ୍ତିରେ ଷୋହଳ ଡାକ୍ତର ଖାନାରେ ଭର୍ତ୍ତି"

ଡାକ୍ତର ଖାନାରେ ରୋଗୀ ଶୋଷଣ ନେଇ କର୍ଯ୍ୟାନୁଷ୍ଠାନ ଦାବି

ବଲାଙ୍ଗୀର ୧୭-୭ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର, ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ମେଡ଼ିକାଲ କଲେଜ ଡ଼ାକ୍ତର ଖାନାର ମାନ୍ୟତା ପ୍ରଦାନ କରାଯାଇଛି। ତେବେ ସବୁ ପ୍ରକାର ସ୍ବାସ୍ଥ୍ୟ ସେବା ଲୋକେ ପାଇବା ନେଇ ବ୍ୟାପକ ପଦକ୍ଷେପ ନିଆ ଯାଉଛି ଓ ଅନେକ କ୍ଷେତ୍ରରେ ଏ ସୁବିଧା ପାଇଁ ବ୍ୟବସ୍ଥା କରାଯାଉଥିବା ବେଳେ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇ ଚାଲିଛି ଓ ଦୂରଦୂରାନ୍ତରୁ ଲୋକେ ଆସୁ ଥିବା ବେଳେ ଏଠାକାର କର୍ମଚାରୀ ନା ନା ଆଳରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଶୋଷଣ କରିବା ସହ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହୋଇଆସୁଛି। ଭର୍ତି ରୋଗୀଙ୍କ ଆତ୍ମୀୟ ଠାରୁ ଇଂଜେକସନ ସାଲାଇନ ମାନ ଦେବା ନିମନ୍ତେ ନର୍ସ…

"ଡାକ୍ତର ଖାନାରେ ରୋଗୀ ଶୋଷଣ ନେଇ କର୍ଯ୍ୟାନୁଷ୍ଠାନ ଦାବି"