ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ପାଳିତ

ଭଦ୍ରକ, ୧୩ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ମହିଳା ମହାବିଦ୍ୟାଳୟ ପରିସରରେ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଉତ୍ସବ ମହା ସମାରୋହରେ ପାଳନ କରାଯାଇଛି। ବିବେକାନନ୍ଦ ଛାତ୍ରମଞ୍ଚ ଆନୁକୁଲ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ମହିଳା ମହାବିଦ୍ୟାଳୟ ଠାରେ ଅଖିଳ ଭାରତ ବିଦ୍ୟାର୍ଥô ପରିଷଦ ତରଫରୁ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ପଣ୍ଡା ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଆସିଷ୍ଟାଣ୍ଡ କଲେକ୍ଟର ସୌମ୍ୟଶ୍ରୀ ପାଣିଗ୍ରାହୀ ଯୋଗ ଦେଇ ଛାତ୍ରୀମାନଙ୍କୁ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶ ଉପରେ ମତ ପ୍ରକାଶ କରିଥିଲେ। ସାମ୍ପ୍ରତିକ ପରିସ୍ଥିତିରେ ସ୍ୱାମୀଜୀଙ୍କର ଦର୍ଶନ ଆଜିର ଛାତ୍ର ସମାଜକୁ ପ୍ରଭାବିତ କଲେ…

"ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ପାଳିତ"

ଜାଗରରେ ବାବା ମଣିଙ୍କ ପୀଠକୁ ସୂର୍ଯ୍ୟାସ୍ତରୁ ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ଫେରିଘାଟ ବନ୍ଦକୁ ନେଇ ଅସନ୍ତୋଷ ତେଜିଲା ପୁନର୍ବିଚାର ପାଇଁ ଦାବି

ଭଦ୍ରକ, ୧୩ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଆସନ୍ତା ଫେବୃଆରୀ ୧୪ ତାରିଖ ପ୍ରସିଦ୍ଧ ଶୈବପୀଠ ଆରଡି ଧାମର ବାବା ଆଖଣ୍ଡଳମଣିଙ୍କ ଜାଗର ଯାତ୍ରା ସମୟରେ ସୁରକ୍ଷା ଆଳରେ ଜିଲ୍ଲା ପ୍ରଶାସନ ସୂର୍ଯ୍ୟାସ୍ତ ଠାରୁ ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ଫେରିଘାଟ ବନ୍ଦ କରିବା ନିଷ୍ପତିକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏ ନେଇ ଅସନ୍ତୋଷ ପ୍ରକଟ କରି ଆରଡି ଜୋନ୍ର ପୂର୍ବତନ ଜିଲ୍ଳାପରିଷଦ ସଭ୍ୟ ଅଜୟ ନାୟକ ଏହି ନିଷ୍ପତିର ପୁନର୍ବିଚାର କରିବାକୁ ପ୍ରେସ ବିଜ୍ଞପ୍ତି ଯୋଗେ ଦାବି ଜଣାଇଛନ୍ତି। ଲକ୍ଷ ଲକ୍ଷ ଭକ୍ତଙ୍କ ଧାର୍ମିକ ଆବେଗକୁ ଆଖି ଆଗରେ ରଖି ପ୍ରଶାସନ ଏ ସମ୍ପର୍କରେ ପୁନର୍ବିଚାର ପାଇଁ ଶ୍ରୀ ନାୟକ ଅନୁରୋଧ…

"ଜାଗରରେ ବାବା ମଣିଙ୍କ ପୀଠକୁ ସୂର୍ଯ୍ୟାସ୍ତରୁ ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ଫେରିଘାଟ ବନ୍ଦକୁ ନେଇ ଅସନ୍ତୋଷ ତେଜିଲା ପୁନର୍ବିଚାର ପାଇଁ ଦାବି"

ସରସ୍ୱତୀ ଶିଶୁ ମନ୍ଦିରରେ ଶିଶୁ ଶିବିର ଓ ଶିଶୁମେଳା

ଭଦ୍ରକ, ୧୩ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ନୂଆବଜାର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ସଂପାଦକ କୃପାସିନ୍ଧୁ ନାୟକଙ୍କ ପୌରହିତ୍ୟରେ ବିଦ୍ୟାଳୟରେ ଶିଶୁ ବାଟିକା ବିଭାଗର ଶିଶୁ ଶିବିର ଓ ଶିଶୁ ମେଳା ମହା ଆଡ଼ମ୍ବରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ପୁରଜିତ ମୁନ୍ନି ଅତିଥି ପରିଚୟ ଓ ପ୍ରାରମ୍ଭିକ ଭାଷଣ ମେଳାର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଭାବରେ ବରଗଡ଼ ବ୍ରୀଡ଼ କଲୋନୀର ଶିିଶୁ ଜ୍ଞନମନ୍ଦିରର ଯୁକ୍ତ ଦୁଇ ବିଜ୍ଞାନର ଅଧ୍ୟକ୍ଷ ବିଷ୍ଣୁପ୍ରସାଦ ମହାଳିକ ଯୋଗଦେଇ ଶିଶୁ ଶିବିର ଓ ଶିଶୁ ମେଳାର ବିଭିନ୍ନ ଦିଗ ସମ୍ପର୍କରେ ବହୁ ମୁଲ୍ୟବାନ ତଥ୍ୟ ଉପସ୍ଥାପନ…

"ସରସ୍ୱତୀ ଶିଶୁ ମନ୍ଦିରରେ ଶିଶୁ ଶିବିର ଓ ଶିଶୁମେଳା"

୪ର୍ଥ ଭଦ୍ରକ ମହୋତ୍ସବର ୮ମ ସଂଧ୍ୟା ଦୃଢ଼ ମୂଳଦୁଆ ଉପରେ ପ୍ରତିଷ୍ଠିତ ଓଡ଼ିଆ ଭାଷା ପ୍ରତି ବିପଦ ନାହିଁ

ଭଦ୍ରକ, ୧୩ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ୪ର୍ଥ ଜିଲ୍ଲାସ୍ତରୀୟ ସାଂସ୍କୃତିକ ସମାରୋହ ‘ଭଦ୍ରକ ମହୋତ୍ସବ ଓ ପୁସ୍ତକମେଳାର’ର ଶୁକ୍ରଭାର ଥିଲା ୮ମ ସଂଧ୍ୟା। ନେହେରୁ ଷ୍ଟାଡ଼ିୟମ ଠାରେ ମହୋତ୍ସବ କମିଟିର ଆବାହକ ନିହାର ରଂଜନ କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶା ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶିକା ପ୍ର. ତମସାରାଣୀ ଦାସମହାପାତ୍ର ଯୋଗଦେଇ ସାହିତ୍ୟିରେ ଆଧ୍ୟାତ୍ମିକତା ଓ ମୌଳିକତା ନ ରହିଲେ ଏହା କାଳଜୟୀ ହୋଇ ପାରିବ ନାହିଁ ବୋଲି କହିଥିଳେ। ତେଣୁ ଆମ ଭାଷା ସାହିତ୍ୟକୁ ଅଧିକ ସୁଦୃଢ଼ କରିବାକୁ ଆଜିର ଯୁବପିଢ଼ୀ ଲେଖନୀ ଚାଳନା କରିବାକୁ ଆହ୍ୱାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟବକ୍ତା ଭାବେ…

"୪ର୍ଥ ଭଦ୍ରକ ମହୋତ୍ସବର ୮ମ ସଂଧ୍ୟା ଦୃଢ଼ ମୂଳଦୁଆ ଉପରେ ପ୍ରତିଷ୍ଠିତ ଓଡ଼ିଆ ଭାଷା ପ୍ରତି ବିପଦ ନାହିଁ"

କମାରବନ୍ଧ ବିବେକାନନ୍ଦ ପାଠଚକ୍ରର ୨୮ତମ ଯୁବତ୍ସୋବ

ଭଦ୍ରକ, ୧୩ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ବିଗତବର୍ଷ ପରି ଚଳିତବର୍ଷ ଏହି ଜିଲାର ଧାମନଗର ବ୍ଲକ୍ କମାରବନ୍ଧ ଗ୍ରାମର ବିବେକାନନ୍ଦ ପାଠଚକ୍ର ଆନୁକୂଲ୍ୟରେ ୨୮ତମ ଯୁବତ୍ସୋବ ପାଳିତ ହୋଇଯାଇଛି। ପ୍ରତ୍ୟୁଷରୁ ପାଠଚକ୍ରର ସଦସ୍ୟ/ସଦସ୍ୟା ତଥଶ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ରଭାତଫେରୀ ମାଧ୍ୟମରେ ସ୍ଥାନୀୟ ଅଂଚଳ ପରିକ୍ରମା କରି ବିବେକାନନ୍ଦଙ୍କ ଆଦର୍ଶ ବାର୍ତ୍ତା ପ୍ରଚାର କରିଥିଲେ। ପରେ ସଂଘର କର୍ମକର୍ତ୍ତା ଅଶୋକ ରାଉତ, ଦୀପକ ରାଉତ, ସତ୍ୟବ୍ରତ ରାଉତ, କବି ପ୍ରସାଦ ମଲ୍ଲିକ ଓ ଆଲୋକ ରାଉତଙ୍କ ସହ ଛାତ୍ରଛାତ୍ରୀମାନେ ସ୍ୱାମୀଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ସମୂହ ପ୍ରାର୍ଥନା ସଭାର ଆୟୋଜନ କରିଥିଲେ। ବିବେକାନନ୍ଦଙ୍କ ଆଦର୍ଶ ଓ ଜୀବନୀ ସଂପର୍କିତ ବକ୍ତୃତା ପ୍ରତିଯୋଗିତା…

"କମାରବନ୍ଧ ବିବେକାନନ୍ଦ ପାଠଚକ୍ରର ୨୮ତମ ଯୁବତ୍ସୋବ"

ପବିତ୍ର ମକର ସଂକ୍ରାନ୍ତୀ ଉପଲକ୍ଷେ ତିନିଦିନ ବ୍ୟାପୀ ବିଶ୍ୱ ଶାନ୍ତି ମହାଯଜ୍ଞର ଶୁଭାରମ୍ଭ

ଭଦ୍ରକ, ୧୩ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ପବିତ୍ର ମକର ସଂକ୍ରାନ୍ତୀ ଉପଲକ୍ଷେ ଭଦ୍ରକ ସହରର ରାଜଘାଟଛକ ନିକଟସ୍ଥ ଶ୍ମଶାନ କାଳୀ ପଡିଆ ସୁଦର୍ଶନ ଚକ୍ରପୀଠରେ ପ୍ରତିଷ୍ଠିତ ମା’ ବୈଷ୍ଣୋ ଦେବୀଙ୍କ ୧୯ତମ ବାର୍ଷିକ ଉତ୍ସବ ଓ ବିଶ୍ୱଶାନ୍ତି ମହାଯଜ୍ଞ ଆଜିଠାରୁ ତିନିଦିନ ବ୍ୟାପୀ ଆରମ୍ଭ ହୋଇଛି। ଏଥି ଉପଲକ୍ଷେ ଆଜି ଅପରାହ୍ନ ୨ ଘଟିକାରେ ମହିଳାଙ୍କ ଦ୍ୱାରା କଳସ ଶୋଭାଯାତ୍ରା ବାହାରି ରାଜଘାଟସ୍ଥିତ ସାଳନ୍ଦୀ ନଦୀଘାଟରେ ଜଳ ଉତ୍ତୋଳନ ପୂର୍ବକ ସ୍ଥାନୀୟ ଅଂଚଳ ପରିକ୍ରମା କରି ଘଟ ସ୍ଥାପନ କରିଥିଲେ। ମନ୍ଦିରର ପ୍ରତିଷ୍ଠାତା ଅକ୍ଷୟ କୁମାର ଜେନାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ପୂଜକମାନଙ୍କ ଦ୍ୱାରା ସୂର୍ଯ୍ୟପୂଜା ଓ ଅଗ୍ନିକୁଣ୍ଡ ପ୍ରତିଷ୍ଠା ପରେ ପ୍ରାରମ୍ଭିକ…

"ପବିତ୍ର ମକର ସଂକ୍ରାନ୍ତୀ ଉପଲକ୍ଷେ ତିନିଦିନ ବ୍ୟାପୀ ବିଶ୍ୱ ଶାନ୍ତି ମହାଯଜ୍ଞର ଶୁଭାରମ୍ଭ"

ଭଦ୍ରକ : ଟ୍ରାଭେରା ଗାଡି ସହ ୨୦ ଗ୍ରାମ୍ ର ବ୍ରାଉନ୍ ସୁଗାର ଜବତ, ୩ ଗିରଫ

ଭଦ୍ରକ, ୧୩ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ସହରାଞ୍ଚଳ ଥାନା ପୁଲିସ୍ ପକ୍ଷରୁ ଚଢାଉ କରାଯାଇ ଭଦ୍ରକ ଆସୁଥିବା ଏକ ଟ୍ରାଭେରା ଗାଡିରୁ ଲକ୍ଷାଧିକ ଟଙ୍କାର ୨୦ ଗ୍ରାମ୍ ବ୍ରାଉନ୍ସୁଗାର ଜବତ କରାଯାଇଛି। ଏବଂ ଏହି ଘଟଣାରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଂଚଳର ତିନିଜଣ ଯୁବକକୁ ଗିରଫ କରାଯାଇଛି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ଆରଡିଛକ ଓମ୍ନଗରରେ ରହୁଥିବା ସରୋଜ କୁମାର ଦାସ ଓରଫ ଶତୁରା (୨୯) ନାମକ ଜଣେ ଯୁବକ ସ୍ଥାନୀୟ ରାଜପୁର-ତିହିଡି ବରାଡଡିହି ଗ୍ରାମନିବାସୀ ରାଜେନ୍ଦ୍ର ସେଠୀ ଓରଫ ସନିଆ (୨୫) ନାମକ ଜଣେ ଯୁବକ ସହ ମିଶି ବ୍ରାଉନ୍ସୁଗାର ବ୍ୟବସାୟ ଚଳାଇଆସୁଥିଲା।…

"ଭଦ୍ରକ : ଟ୍ରାଭେରା ଗାଡି ସହ ୨୦ ଗ୍ରାମ୍ ର ବ୍ରାଉନ୍ ସୁଗାର ଜବତ, ୩ ଗିରଫ"

ଡି.ପି.ଏସ୍. ବିଦ୍ୟାପୀଠର ବାର୍ଷିକ ଉତ୍ସବ “ସରଗମ୍” ମହାସମାରୋହରେ ପାଳିତ

ଭଦ୍ରକ, ୧୩ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକର ଅଗ୍ରଣୀ ଶିକ୍ଷାୟତନ ଡି.ପି.ଏସ୍. ବିଦ୍ୟାପୀଠର ୩୧ତମ ଅଭିଭାବକ ଦିବସ ୨୦୧୭-୧୮ ଓ ବାର୍ଷିକ ଉତ୍ସବ “ସରଗମ୍” ରାନ୍ଦିଆ ଡି.ପି.ନଗରସ୍ଥିତ ବିଦ୍ୟାଳୟ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉତ୍ସବକୁ ଉତ୍କଳ ବିଶ୍ୱବିଦ୍ୟାଳୟର ଭୂଗୋଳ ବିଭାଗର ପ୍ରଫେସର ଗୋପାଳକୃଷ୍ଣ ପଣ୍ଡା ମୁଖ୍ୟଅତିଥି, ଜିଲା ଶିକ୍ଷାଧିକାରୀ ରଂଜନ କୁମାର ଗିରି ମୁଖ୍ୟବକ୍ତା, ଫେକରର ମୁଖ୍ୟ ନିର୍ବାହୀ ଅଧିକାରୀ ପି.ଜି. ସୁରେଶ୍ କୁମାର ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉତ୍ସବର ଶୁଭ୍ ଉଦ୍ଘାଟନ କରିଥିଲେ। ଏହି ଅବସରରେ ଅଧ୍ୟକ୍ଷ ଅଶୋକ କୁମାର ପରିଡା ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିବା ମଧ୍ୟରେ ଅନୁଷ୍ଠାନର…

"ଡି.ପି.ଏସ୍. ବିଦ୍ୟାପୀଠର ବାର୍ଷିକ ଉତ୍ସବ “ସରଗମ୍” ମହାସମାରୋହରେ ପାଳିତ"

ବୃନ୍ଦାବନ କଳାକେନ୍ଦ୍ରରେ ଶୋକସଭା

ଭଦ୍ରକ, ୧୨ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ମାଟିର ଯୋଗ୍ୟ ସନ୍ତାନ ତଥା ସଂଗୀତ ଜଗତର ଏକ ଉଜ୍ୱଳ ଜ୍ୟୋତିଷ୍କ ଗୁରୁ ରାମହରି ମହାନ୍ତିଙ୍କର ତିରୋଧାନରେ ବୃନ୍ଦାବନ କଳାକେନ୍ଦ୍ର ତା’ର ସଭାଗୃହରେ ନାଟ୍ୟକାର ନିର୍ମଳ ରାଉତଙ୍କ ଉପସ୍ଥିତିରେ ଏକ ଶୋକସଭା ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ସଭାରେ ସଂଗୀତ ଗୁରୁ କେଶବ ଯେନା ସ୍ୱର୍ଗତ ରାମହରି ମହାନ୍ତିଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଅନୁଷ୍ଠାନର ସଂଗୀତ ପ୍ରଶିକ୍ଷକ ଗୁରୁ ସୁରେନ୍ଦ୍ର ଗାହାଣ ଅମରଆତ୍ମା ଉଦ୍ଦେଶ୍ୟରେ ଏକ ଶାସ୍ତ୍ରିୟ ସଂଗୀତ ଗାନ କରିଥିଲେ। ତାପରେ ୧ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ସ୍ୱର୍ଗତ ମହାନ୍ତି ଦୀର୍ଘ ପଚାଶ ବର୍ଷରୁ ଉଦ୍ଧ୍ୱର୍କାଳ ସଂଗୀତ କ୍ଷେତ୍ରରେ…

"ବୃନ୍ଦାବନ କଳାକେନ୍ଦ୍ରରେ ଶୋକସଭା"

ଭଦ୍ରକ : ନିଲମ୍ବିତ ଆରଆଇଙ୍କ ମାଡରେ ସୁପରଭାଇଜର ଗୁରୁତର

ଭଦ୍ରକ, ୧୨ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଏହି ଜିଲାର ଚାନ୍ଦବାଲି ତହସିଲର ବହୁ ଚର୍ଚ୍ଚିତ ଆର୍ଆଇ ବିକାଶ ଦାସ ଆଦାୟ କରିଥିବା ରାଜସ୍ୱକୁ ନିଜ ଅଣ୍ଟିରେ ରଖି ଜମା ଦେଇ ନଥିବାରୁ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିଲା। ଏହି ଚର୍ଚ୍ଚିତ ଆର୍ଆଇ ୨ଜଣ ସହଯୋଗୀଙ୍କ ସହ ଚାନ୍ଦବାଲି ଠାରେ ଚାନ୍ଦବାଲି ତହସିଲର ସୁପରଭାଇଜର ଦାଶରଥୀ ଦାସଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ଜୀବନରୁ ମାରି ଦେବାକୁ ଧମକ ଦେଇଥିବା ଜଣାଯାଇଛି। ଏ ବାବଦରେ ଚାନ୍ଦବାଲି ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି ବୋଲି ଚାନ୍ଦବାଲି ଥାନାଧିକାରୀଙ୍କ ନିକଟରୁ ପ୍ରକାଶ। ନିଲମ୍ବିତ ଆର୍ଆଇ ବିକାଶ ଦାସ ନାଲଗୁଣ୍ଡାରେ ଆର୍ଆଇ…

"ଭଦ୍ରକ : ନିଲମ୍ବିତ ଆରଆଇଙ୍କ ମାଡରେ ସୁପରଭାଇଜର ଗୁରୁତର"