ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ଗ୍ରାମବାସୀଙ୍କ ଧାରଣା ପ୍ରତ୍ୟାହୃତ

ଭଦ୍ରକ, ୧୨ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ପୂର୍ବ ନିଷ୍ପତି କ୍ରମେ ବହୁଦରଡା ପଞ୍ଚୟାତର ଦୁଇଟି ରାସ୍ତାକୁ ଜବର ଦଖଲମୁକ୍ତ କରିବା ଦାବିରେ ଗ୍ରାମବାସୀଙ୍କ ପକ୍ଷରୁ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦିଆଯାଇଥିବା ଗଣଧାରଣା ପ୍ରତିଶ୍ରୁତି ପରେ ପ୍ରତ୍ୟାହୃତ ହୋଇଛି। ସ୍ଥାନୀୟ ସରପଞ୍ଚ ମୁକୁନ୍ଦ ଦେବ ସାମଲଙ୍କ ନେତୃତ୍ୱରେ ରଣଜିତ ନାୟକ, ଗଦାଧର ନାୟକ, ସନ୍ତୋଷ ନାୟକ, ରମାକାନ୍ତ ନାୟକ, ବୁଧିରାମ ସେଠୀ, ହରମୋହନ ନାୟକ, ସୀତା ଦେଈ, ରାଧି ମିଶ୍ର, ଉତ୍କଳ ନାୟକ, ଦେବ୍ରତ ସାହୁଙ୍କ ସମେତ ଶତାଧିକ ପଂଚାୟତବାସୀ ଧାରଣାରେ ବସିଥିଲେ। ଅନିର୍ଦ୍ଦିଷ୍ଟକାଳ ଯାଏ ଧାରଣା ଚାଲୁ ରହିବ ବୋଲି ଚେତାଇ ଦିଆଯାଇଥିଲା। ଉଲ୍ଲେଖନୀୟ ଯେ; ଉକ୍ତ ପଂଚାୟତର ବଡଯେନାସାହି…

"ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ଗ୍ରାମବାସୀଙ୍କ ଧାରଣା ପ୍ରତ୍ୟାହୃତ"

ଭଦ୍ରକ ମହିଳା ମହାବିଦ୍ୟାଳୟରେ ବିବେକାନନ୍ଦ ଜୟନ୍ତୀ ପାଳିତ

ଭଦ୍ରକ, ୧୨ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ମହିଳା ମହାବିଦ୍ୟାଳୟ ଠାରେ ଅଖିଳ ଭାରତ ବିଦ୍ୟାର୍ଥô ପରିଷଦ ତରଫରୁ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ପଣ୍ଡା ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଆସିଷ୍ଟାଣ୍ଡ କଲେକ୍ଟର ସୌମ୍ୟଶ୍ରୀ ପାଣିଗ୍ରାହୀ ଯୋଗ ଦେଇ ଛାତ୍ରୀମାନଙ୍କୁ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶ ଉପରେ ମତ ପ୍ରକାଶ କରିଥିଲେ। ଏ.ବି.ଭି.ପିର ନଗର ଉପସଭାପତି ରଶ୍ମୀ ରଞ୍ଜନ ବିଶ୍ୱାଳଙ୍କ ନେତୃତ୍ୱରେ ଛାତ୍ରୀନେତ୍ରୀ ଶୁଭ୍ରା ସ୍ୱରୁପା, ଶୁଭସନ୍ଧ୍ୟା ରାଉତ, ଅନିତା ପରିଡ଼ା, ଜ୍ୟୋତି ଜେନା, ସସ୍ମିତା ଦାସଙ୍କ ସମେତ ସମସ୍ତ ଛାତ୍ରୀମାନେ ଯୋଗଦେଇଥିଲେ।

"ଭଦ୍ରକ ମହିଳା ମହାବିଦ୍ୟାଳୟରେ ବିବେକାନନ୍ଦ ଜୟନ୍ତୀ ପାଳିତ"

ଭଦ୍ରକ କଲେଜରେ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଓ ରାଷ୍ଟ୍ରିୟ ଯୁବ ଦିବସ ପାଳିତ

ଭଦ୍ରକ, ୧୨ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣୀତ ହେଉଥିବା ରାଷ୍ଟ୍ରବାଦୀ ଛାତ୍ର ସଦଂଗଠନ ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦ, ଭଦ୍ରକ ତରଫରୁ ଆଜି ପୂର୍ବାହ୍ନ ୯ ଘଟିକା ସମୟରେ ମହାନ ସନ୍ଥ ପୂଜ୍ୟ ସ୍ୱାମୀ ବିବେକାନନ୍ଦ ଜୀଙ୍କର ୧୫୪ତମ ଜନ୍ମୋତ୍ସବ ପାଳନ ହେବା ସହି ରାଷ୍ଟ୍ରିୟ ଯୁବ ଦିବସ ପାଳିତ ହୋଇ ଯାଇଛି। ପ୍ରାତଃ ସମୟରେ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟରୁ ବହୁ ସଂଖ୍ୟାରେ ବିଦ୍ୟାର୍ଥୀମାନେ କଲେଜ ପରିସରରେ ଏକତ୍ରିତ ହୋଇ ବରିଷ୍ଠ କାର୍ଯ୍ୟକର୍ତ୍ତା ଅମରେଶ ଜେନାଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା କଲେଜ ପରିସରରୁ ବାହାରି ସ୍ଥାନୀୟ ଟାଉନହଲ ଛକ ମଧ୍ୟ ଦେଇ ଟାଉନହଲ ପରିସରକୁ ଆସିଥିଲା।…

"ଭଦ୍ରକ କଲେଜରେ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଓ ରାଷ୍ଟ୍ରିୟ ଯୁବ ଦିବସ ପାଳିତ"

ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଶହୀଦ୍ ଭଗତ୍ ସେନା ପକ୍ଷରୁ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପ୍ରତିଯୋଗୀତା

ଭଦ୍ରକ, ୧୨ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଆଜି ସ୍ୱାମୀ ବିବେକାନନ୍ଦଙ୍କ ୧୫୫ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଭଦ୍ରକର ଶହୀଦ୍ ଭଗତ୍ସେନା ପକ୍ଷରୁ ଚରମ୍ପାସ୍ଥିତ ପଡ଼ିଆରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଶହୀଦ୍ ଭଗତ୍ସେନାର ମୁଖ୍ୟ ଆବାହକ ସୀତାଂଶୁ ଶେଖର ମହାପାତ୍ରଙ୍କ ଦ୍ୱାରା କାର୍ଯ୍ୟକ୍ରମ ହେଉଥିବା ବେଳେ ମୁଖ୍ୟ ଅତିଥି ଭାବେ ଭଦ୍ରକ ତହସିଲଦାର ପ୍ରଦୀପ କୁମାର ସାହୁ ଯୋଗଦେଇ ମନୁଷ୍ୟ ଶରୀରରୁ ନୁହେଁ ମସ୍ତିସ୍କରୁ ଦୁର୍ବଳ ହୋଇଥାଏ ଏବଂ ଏହାର ଉପକାରିତା ଓ ଏହି ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରାଯିବା ନେଇ ସେନାର ଏହି ପ୍ରୟାସ ନିଶ୍ଚିତ ପ୍ରଶଂସନୀୟ ବୋଲି ବକ୍ତବ୍ୟ ରଖିଥିଲେ। ସେହିପରି ସମାଜସେବୀ କିଶୋର…

"ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଶହୀଦ୍ ଭଗତ୍ ସେନା ପକ୍ଷରୁ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପ୍ରତିଯୋଗୀତା"

ଶ୍ରୀ ଶ୍ରୀ ଆଖଣ୍ଡଳମଣୀଙ୍କ ଜାଗର ମହୋତ୍ସବ ପ୍ରସ୍ତୁତି ବୈଠକ

ଭଦ୍ରକ, ୧୨ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଜାନୁୟାରୀ ୧୨ ତାରିଖ ଅପରାହ୍ନ ୩.୩୦ମିନିଟ୍ ସମୟରେ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହ ଠାରେ ଆରଡ଼ି ଧାମର ଶ୍ରୀଶ୍ରୀବାବା ଆଖଣ୍ଡଳମଣୀଙ୍କ ମହାଶିବରାତ୍ରୀ ଉତ୍ସବ ଶାନ୍ତି ଓ ଶୃଙ୍ଖଳାର ସହ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଜ୍ଞାନଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଆଲୋଚନାକ୍ରମେ ଆସନ୍ତା ଫେବୃୟାରୀ ୧୪ତାରିଖ ବୁଧବାର ଦିନ ଜାଗରଯାତ୍ରା ଅବସରରେ ଶ୍ରୀଶ୍ରୀ ଆଖଣ୍ଡଳମଣୀମହାପ୍ରଭୁଙ୍କର ନୀତିନିର୍ଘଣ୍ଟ ଅନୁଯାୟୀ ପ୍ରାତଃ ୪ଘଣ୍ଟାରେ ମନ୍ଦିର ପହଡ଼ ଖୋଲାଯାଇ ମଙ୍ଗଳାଆଳତି ପରେ କନିକା ରାଜାଙ୍କ ତରଫରୁ ପହିଲି ଘର୍ଷଣର ଭୋଗ, ପ୍ରାତଃ ୫.୪୫ମିନିଟ୍ରୁ ରାତ୍ର ୧୧.୩୦ ମିନିଟ୍ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ଦିଅଦର୍ଶନ ଏବଂ ଘର୍ଷଣ ଭୋଗପରେ ବିଭିନ୍ନ…

"ଶ୍ରୀ ଶ୍ରୀ ଆଖଣ୍ଡଳମଣୀଙ୍କ ଜାଗର ମହୋତ୍ସବ ପ୍ରସ୍ତୁତି ବୈଠକ"

୪ର୍ଥ ଭଦ୍ରକ ମହୋତ୍ସବର ୭ମ ସଂଧ୍ୟା ସଂସ୍କୃତି ଜାତିର ପରିଚୟ

ଭଦ୍ରକ, ୧୨ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ୪ର୍ଥ ଜିଲ୍ଲାସ୍ତରୀୟ ସାଂସ୍କୃତିକ ସମାରୋହ ‘ଭଦ୍ରକ ମହୋତ୍ସବ ଓ ପୁସ୍ତକମେଳାର’ର ଗୁରୁବାର ଥିଲା ୭ମ ସଂଧ୍ୟା। ନେହେରୁ ଷ୍ଟାଡ଼ିୟମ ଠାରେ ବରିଷ୍ଠ ଆଇନଜୀବୀ ରୋ.ଅତିଶ କୁମାର ବେହେରାଙ୍କ ସଭାପତିତ୍ୱରେ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ଶିଳ୍ପପତି ତଥା ରୋଟାରୀ ଗଭର୍ଣ୍ଣର ଅଜୟ କୁମାର ଅଗ୍ରୱାଲ ଯୋଗଦେଇ ଭଦ୍ରକ ମାଟିରେ ଏହି ମହୋତ୍ସବ ସାଂସ୍କୃତିକ ଜାଗରଣ ସୃଷ୍ଟି କରିଛି। ଏହା ବ୍ୟତୀତ ସରବାସୀଙ୍କୁ ମନୋରଂଜନର ଖୋରାକ ଯୋଗାଇଛି ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟବକ୍ତା ଭାବେ ଘାସଫୁଲର ସମ୍ପାଦକ ବିଷ୍ଣୁ ସେଠୀ ଯୋଗଦେଇ ଭଦ୍ରକ ଜିଲ୍ଲାର ସଂସ୍କୃତି ଉପରେ ବକ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ…

"୪ର୍ଥ ଭଦ୍ରକ ମହୋତ୍ସବର ୭ମ ସଂଧ୍ୟା ସଂସ୍କୃତି ଜାତିର ପରିଚୟ"

ବେନ୍ତାଳ ପଞ୍ଚାୟତରେ ଉନ୍ନୟନ କାର୍ଯ୍ୟ ବନ୍ଦ ସମାଧାନ ନହେଲେ ୧୮ ରୁ ବ୍ଲକ କାର୍ଯ୍ୟଳୟ ସମ୍ମୁଖରେ ଧାରଣା

ଭଦ୍ରକ, ୧୨ା୧ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଆଜକୁ ଦୀର୍ଘ ବର୍ଷ ହେବ ଭଦ୍ରକ ବ୍ଲକ ଅଧିନରେ ଥିବା ବେନ୍ତାଳ ଗ୍ରାମ ପଞ୍ଚାୟତରେ ଉନ୍ନୟନମୂଳକ କାର୍ଯ୍ୟ ବନ୍ଦ ହୋଇପଡ଼ିଛି। ପ୍ରଶାସନିକ ଅବହେଳା ଓ ସ୍ଥାଣୁତା ପାଇଁ ନିରିହ ଜନସାଧାରଣଙ୍କ ଅକଥନୀୟ ଦୁର୍ଦ୍ଦଶା ଭୋଗ କରୁଛନ୍ତି। ରାଜନୈତିକ ଆକ୍ରୋଶର ଶିକାର ହୋଇ ବେନ୍ତାଳ ଗ୍ରାମ ପଞ୍ଚାୟତର ବିକାଶ କାର୍ଯ୍ୟ ବନ୍ଦ ହୋଇଯାଇଛି। ୨୦୧୫-୧୬, ୨୦୧୬-୧୭ ଓ ଚାଲୁଥିବା ୨୦୧୭-୧୮ ଆର୍ଥିିକ ବର୍ଷରେ ସି.ଏଫ.ସି ଓ ଏସ.ଏଫ.ସି ରାଶି ପ୍ରାୟ ୯୦ ଲକ୍ଷ ଟଙ୍କା ଉନ୍ନୟନ କାର୍ଯ୍ୟରେ ବିନିଯୋଗ ନହୋଇ ପଡ଼ିରହିଛି। ପଞ୍ଚାୟତର କେତେକ ପ୍ରମୁଖ ରାସ୍ତା ପାଇଁ କାର୍ଯ୍ୟାଦେଶ ହୋଇ ମଧ୍ୟ ୨୦୧୫-୧୬ ର ବନ୍ଦ…

"ବେନ୍ତାଳ ପଞ୍ଚାୟତରେ ଉନ୍ନୟନ କାର୍ଯ୍ୟ ବନ୍ଦ ସମାଧାନ ନହେଲେ ୧୮ ରୁ ବ୍ଲକ କାର୍ଯ୍ୟଳୟ ସମ୍ମୁଖରେ ଧାରଣା"

ଏନ୍ସି ହାଇସ୍କୁଲରେ ପଲିଥିନ ମୁକ୍ତ ବିଶ୍ୱ ଅଭିଯାନ

ଭଦ୍ରକ, ୧୨ା୧ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଭଦ୍ରକ ପୌରପାଳିକା ଅନ୍ତର୍ଗତ ଏନ୍ସି ହାଇସ୍କୁଲରେ ବିଦ୍ୟାଳୟର ସବୁଜ ବାହିନୀ ଆନୁକୂଲ୍ୟରେ ପଲିଥିନ୍ ମୁକ୍ତ ବିଶ୍ୱ ଗଠନ ନିମିତ୍ତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ମାର୍ଗ ଦର୍ଶନରେ ସବୁଜ ବାହିନୀରେ ସାମିଲ ଥିବା ଛାତ୍ରଛାତ୍ରୀ, ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ନେଇ ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ସଂପୃକ୍ତ ବିଭାଗର ଶିକ୍ଷକ ନିତ୍ୟାନନ୍ଦ ରାଉତ, ଶିକ୍ଷକ ବିଜୟ ଖୁଣ୍ଟିଆ, କିଶୋର ଧଳ, କମାଲୁଦ୍ଦିନ୍ ଆଲାମ, ଅମୂଲ୍ୟ ପ୍ରଧାନ, ସରସ୍ୱତୀ ନାୟକ ପ୍ରମୁଖଙ୍କ ନେତୃତ୍ୱରେ ବିଭିନ୍ନ ପ୍ରଚାର ପତ୍ର ଓ ସ୍ଲୋଗାନ ମାଧ୍ୟମରେ ଛାତ୍ରଛାତ୍ରୀ ପ୍ଲାଷ୍ଟିକ୍ ବର୍ଜନ କରିବାକୁ ସଚେତନ କରିଥିଲେ।…

"ଏନ୍ସି ହାଇସ୍କୁଲରେ ପଲିଥିନ ମୁକ୍ତ ବିଶ୍ୱ ଅଭିଯାନ"

ଉଦ୍ୟାପିତ ହେଲା ଭଦ୍ରକ ଜିଲ୍ଲା ମହୋତ୍ସବ

ଭଦ୍ରକ, ୧୨ା୧ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଭଦ୍ରକ ଗାନ୍ଧିପଡିଆରେ ଚାଲିଥିବା ଭଦ୍ରକ ଜିଲ୍ଳା ମହୋତ୍ସବ ମହାଆଡମ୍ବରରେ ଉଦ୍ୟାପିତ ହୋଇ ଯାଇଛି। ଭଦ୍ରକ ଜିଳ୍ଲା ଟ୍ରଷ୍ଟ ବୋର୍ଡ ଆନୁକୁଲ୍ୟରେ ଆୟୋଜିତ ମହୋତ୍ସବର ଉଦ୍ୟାପନୀ ଉତ୍ସବ ସଭାପତି ଦୈତ୍ୟାରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ଉଦ୍ୟାପନୀ ଉତ୍ସବକୁ ପୂର୍ବତନ ବାଚସ୍ପତି ଶରତ କୁମାର କର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିଲେ। ଅନ୍ୟତମ ଅତିଥି ଭାବେ ଓଡିଶା ଭାଷା ପ୍ରତିଷ୍ଠାନର ସଭାପତି ଡା. ହାରିହର କାନୁନ୍ଗୋ, ବିଶିଷ୍ଟ ଶ୍ରମିକ ନେତା ଦିବ୍ୟସିଂହ ନାୟକ, ଯୁବନେତା ଅମ୍ବିକା ଦାସ, ଇଶ୍ୱର ଖବରକାଗଜର ସମ୍ପାଦିକା ମଞ୍ଜୁଲିତା ନାୟକ ପ୍ରମୁଖ ଯୋଗ ଦେଇ ମହୋତ୍ସବ ମାଧ୍ୟମରେ…

"ଉଦ୍ୟାପିତ ହେଲା ଭଦ୍ରକ ଜିଲ୍ଲା ମହୋତ୍ସବ"

ଭଦ୍ରକ : କାମ ଦେଲାନି ବିଡିଓଙ୍କ ଅର୍ଥ ଫେରସ୍ତ ନୋଟିସ ଗୋଚର ଜମିରେ ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ

ଭଦ୍ରକ, ୧୧ା୧ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଏହି ଜିଲାର ଭଣ୍ଡିାରିପୋଖରୀ ବ୍ଲକର ମାଳଦା ତିଆଡିସାହି ଗୋଚର ଜମିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହ ନିର୍ମାଣ ଘଟଣାରେ ଅର୍ଥ ଫେରସ୍ତ ପାଇଁ ବିଡିଓ ପକ୍ଷରୁ ଜାରି ନୋଟିସ ହିତାଧିକାରୀଙ୍କ ନିକଟରେ ପହଞ୍ଚିôବାରେ ବିଫଳ ହୋଇଛି। ହିତାଧିକାରୀ ସଂପୃକ୍ତ ସ୍ଥାନରେ ରହୁ ନଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ ନୋଟିସରେ ଲେଖି ବିଡିଓଙ୍କୁ ଫେରାଇ ଦେଇଥିବାରୁ ଘଟଣା ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି। ଅନ୍ୟପକ୍ଷରେ ତହସିଲଦାରଙ୍କ ନିରବତା ଘଟଣାକୁ ରହସ୍ୟାବୃତ୍ତ କରିଛି। ଯାଜପୁର ଜିଲ୍ଲା ମଙ୍ଗଳପୁର ଅଞ୍ଚଳର ସ୍ଥାୟୀ ବାସିନ୍ଦା ବଟକୃଷ୍ଣ ମାଝୀ ମାଳଦା ପଞ୍ଚାୟତ ମାଳଦା (ତିଆଡିସାହି) ର ବାସିନ୍ଦା ଶ୍ୱଶୁର ପରି ମାଝୀଙ୍କ ଜମିପଟ୍ଟା…

"ଭଦ୍ରକ : କାମ ଦେଲାନି ବିଡିଓଙ୍କ ଅର୍ଥ ଫେରସ୍ତ ନୋଟିସ ଗୋଚର ଜମିରେ ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ"