ସବଳା କିଶୋରୀ ତାଲିମ୍ ଉଦ୍ ଘାଟିତ

ଭଦ୍ରକ, ୨୭/୪ (ଓଡ଼ିଆ ପୁଅ/ପ୍ରମୋଦ କୁମାର ରାୟ) : ସୋସାଇଟି ଫର ଉଇକର କମ୍ୟୁନିଟି ତରଫରୁ ମହିଳା ଓ ଶିଶୁ ବିକାଶ ବିଭାଗ ସହାୟତାରେ ସବଳା କିଶୋରୀ ତାଲିମ୍ ସ୍ଥାନୀୟ ବାଇପାସ ଅଙ୍ଗନୱାଡି କେନ୍ଦ୍ର ସଭା ଗୃହରେ ଜିଲା ସମାଜ ମଙ୍ଗଳ ଅଧିକାରୀଣି ଆଶାଲତା ମହାନ୍ତିଙ୍କ ଦ୍ୱାରା ଉଦ୍ ଘାଟିତ ହୋଇଯାଇଛି। ଅନ୍ୟ ପ୍ରମୁଖ ବ୍ୟକ୍ତିଙ୍କ ମଧ୍ୟରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ପଦ୍ମମ୍ନ କୁମାର ରାୟ, ଜିଲା ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଅବସର ପ୍ରାପ୍ତ ପ୍ରାଧ୍ୟାପକ କମଳାକାନ୍ତ ସ୍ୱାଇଁ, ଅତିରିକ୍ତ ଜିଲା ସମାଜ ମଙ୍ଗଳ ଅଧିକାରୀ ବିଭୁତି ଭୂଷଣ ତ୍ରିପାଠୀ ପ୍ରମୁଖ ଯୋଗଦେଇ କିଶୋରୀ ମାନଙ୍କୁ ସଚେତନ କରିବା ସହିତ ଉତ୍ସାହିତ କରିଥିଲେ।…

"ସବଳା କିଶୋରୀ ତାଲିମ୍ ଉଦ୍ ଘାଟିତ"

ଭଦ୍ରକ ଜିଲାପାଳଙ୍କ ଦ୍ୱାରା ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମ ଉଦଘାଟିତ

ଭଦ୍ରକ, ୨୭/୪ (ଓଡ଼ିଆ ପୁଅ/ପ୍ରମୋଦ କୁମାର ରାୟ) : ଆଜି ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟଠାରେ ଉପସ୍ଥିତ ଆଦାନୀ ଧାମରା ବନ୍ଦରର ଉଚ୍ଚପଦସ୍ଥ ଅଧିକାରୀଙ୍କ ଗହଣରେ ଆଦାନୀ ଫାଉଣ୍ଡେସନ ଓ ହେଲ୍ପପେଜ ଇଣ୍ଡିଆ ସହାୟତାରେ ଚିକିତ୍ସା କ୍ଷେତ୍ରରେ ଉନ୍ନତି ସାଧନ ପାଇଁ ସୁବ୍ୟବସ୍ଥିତ ତଥା ଅଭିଜ୍ଞ ଡାକ୍ତରୀଦଳଙ୍କ ଦ୍ୱାରା ପରିଚାଳିତ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ଯାନକୁ ଭଦ୍ରକ ଜିଲାପାଳ ଜ୍ଞାନ ରଜଂନ ଦାସ ଉଦଘାଟିତ କରିଛନ୍ତି। ଏହି ସେବାର ମୂଳ ଉଦ୍ଦେଶ୍ୟ ହେଉଛି ଭଦ୍ରକ ଜିଲାର ଧାମରା, ତିହିଡି ଚାନ୍ଦବାଲି ଓ ଭଦ୍ରକ ବ୍ଲକ ର ଅପହଂଚ ଗାଁ ଗୁଡିକରେ ଉତ୍ତମ ସ୍ୱାସ୍ଥ୍ୟସେବା ପହଂଚାଇବା। ଜଣେ ଅଭିଜ୍ଞ ଡାକ୍ତର, ଜଣେ ପାରାମେଡିକ୍ସ ଷ୍ଟାଫ ଏବଂ ଜଣେ ସମାଜ…

"ଭଦ୍ରକ ଜିଲାପାଳଙ୍କ ଦ୍ୱାରା ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମ ଉଦଘାଟିତ"

ଭଦ୍ରକ : ଜନ୍ମରୁ ଦୃଷ୍ଟି ବାଧିତ ସୁଶାନ୍ତଙ୍କ ପାଇଁ ବିଜୁ ପକ୍କା ଘର ପ୍ରସଙ୍ଗ :ପିଡି କହିଲେ ୩ ଦିନ ମଧ୍ୟରେ କାର୍ଯ୍ୟାଦେଶ ଦିଅ, ବିଡିଓ କହିଲେ ଘର ପାଇବାର ଯୋଗ୍ୟତା ନାହିଁ

ଭଦ୍ରକ, ୨୮/୪ (ଓଡ଼ିଆ ପୁଅ/ପ୍ରମୋଦ କୁମାର ରାୟ) : ଜନ୍ମରୁ ଦୃଷ୍ଟି ବାଧିତ ସୁଶାନ୍ତ ବାରିକ ବିଜୁ ପକ୍କା ଘର ଖଣ୍ଡିଏ ପାଇଁ କାର୍ଯ୍ୟାଦେଶ ପାଇବେ କି ନାହିଁ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଜିଲା ପ୍ରକଳ୍ପ ସଂଯୋଜକ ୩ ଦିନ ମଧ୍ୟରେ କାର୍ଯ୍ୟାଦେଶ ଦେବା ସହ ପ୍ରଥମ କିସ୍ତି ଦେବାକୁ ତିହିଡି ବିଡିଓଙ୍କୁ ଚିଠି ଲେଖିଥିବା ବେଳେ ସୁଶାନ୍ତ ଏହି ଘର ପାଇବା ପାଇଁ ଯୋଗ୍ୟ ନୁହଁନ୍ତି ବୋଲି ବିଡିଓ କହିଛନ୍ତି। ଏହି ଜିଲାର ତିହିଡି ବ୍ଲକ ଅଧୀନ ଯାମଜୋଡି ପଞ୍ଚାୟତ ନୂଆସାହି ଗ୍ରାମର ସୁଶାନ୍ତ ବାରିକ (୩୫) ଜନ୍ମରୁ ଅନ୍ଧ। ଦୁଇ ବଡ ଭାଇଙ୍କ ସହଯୋଗରେ ଜୀବନ ବଞ୍ଚୁଥିବା ବେଳେ ବିବାହ…

"ଭଦ୍ରକ : ଜନ୍ମରୁ ଦୃଷ୍ଟି ବାଧିତ ସୁଶାନ୍ତଙ୍କ ପାଇଁ ବିଜୁ ପକ୍କା ଘର ପ୍ରସଙ୍ଗ :ପିଡି କହିଲେ ୩ ଦିନ ମଧ୍ୟରେ କାର୍ଯ୍ୟାଦେଶ ଦିଅ, ବିଡିଓ କହିଲେ ଘର ପାଇବାର ଯୋଗ୍ୟତା ନାହିଁ"

ଭଦ୍ରକ : ଭୁବନେଶ୍ୱରରେ ରହୁଛନ୍ତି ଅଙ୍ଗନବାଡି କର୍ମୀ, ୫ବର୍ଷ ହେଲା ହେଲପର ଚଳାଉଛନ୍ତି କେନ୍ଦ୍ର

ଭଦ୍ରକ, ୨୬/୪ (ଓଡ଼ିଆ ପୁଅ/ପ୍ରମୋଦ କୁମାର ରାୟ) : ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଓଳଗ ପଞ୍ଚାୟତ ଅମୃୟମଣୀ ଗ୍ରାମରେ ଥିବା ଅଙ୍ଗନବାଡି କେନ୍ଦ୍ରରେ ଅଧ୍ୟୟନ କରୁଛନ୍ତି ୩୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ। ହେଲେ ଉକ୍ତ କେନ୍ଦ୍ରରେ ନିଯୁକ୍ତି ପାଇଥିବା କର୍ମୀ ଦୀର୍ଘ ୫ବର୍ଷ ହେବ ରହୁଛନ୍ତି ଭୁବନେଶ୍ୱରରେ। ମାସକୁ ୨/୩ଥର ଆସି କାର୍ଯ୍ୟାଳୟ ଖବର ବୁଝିବା ସହିତ ଦରମା ପାଇ ପୁର୍ନବାର ଭୁବନେଶ୍ୱର ଚାଲିଯାଆନ୍ତି। ଚାନ୍ଦବାଲି ବିଡିଓଙ୍କ ନିକଟରେ ଏହି ଅଭିଯୋଗ ଆଣିଛନ୍ତି ଅମୃତମଣୀ ଗ୍ରାମବାସୀ ଓ ଅଭିବାବକ। ସରକାର ସାରା ରାଜ୍ୟରୁ ନିରକ୍ଷର ହଟାଇବା ପାଇଁ ୩ବର୍ଷରୁ ଊର୍ଦ୍ଧ୍ୱ ପିଲାଙ୍କ ପାଠପଢା ନିମନ୍ତେ ଗାଁ ଗାଁରେ ପ୍ରତିଷ୍ଠା କରିଛନ୍ତି ଅଙ୍ଗନବାଡି କେନ୍ଦ୍ର। ତାହାସହ ପିଲାଙ୍କ…

"ଭଦ୍ରକ : ଭୁବନେଶ୍ୱରରେ ରହୁଛନ୍ତି ଅଙ୍ଗନବାଡି କର୍ମୀ, ୫ବର୍ଷ ହେଲା ହେଲପର ଚଳାଉଛନ୍ତି କେନ୍ଦ୍ର"

ଭଦ୍ରକ : ଅଜଣା ବ୍ୟକ୍ତିଙ୍କ ଚିକିତ୍ସା କରାଇଲେ ତ୍ରିଲୋଚନ

ଭଦ୍ରକ, ୨୬/୪ (ଓଡ଼ିଆ ପୁଅ/ପ୍ରମୋଦ କୁମାର ରାୟ) : ଏହି ଜିଲାର ତିହିଡି ବଜାର ରାସ୍ତା କଡରେ ଜଣେ ବୟସ୍କ ବ୍ୟକ୍ତି ସଂଜ୍ଞାହୀନ ହୋଇ ପଡିଥିବାର ଖବର ମିଳିଥିଲା। ତିହିଡି ଦମକଳ ବାହିନୀ ତାଙ୍କୁ ନିକଟସ୍ଥ ତିହିଡି ଡାକ୍ତରଖାନାକୁ ଆଣିଥିଲେ। ଡାକ୍ତରଖାନାରେ  ଶହଶହ ଲୋକ ରୁଣ୍ଡ ହୋଇ ଏହି ଅଜଣା ବ୍ୟକ୍ତି କିଏ ତାହା ଜାଣିବା ପାଇଁ ଭିଡ ଜମାଇଥିବା ବେଳେ ତାଙ୍କୁ କିପରି ତୁରନ୍ତ ଚିକିତ୍ସ। ପ୍ରଦାନ କରାଯାଇ ପାରିବ ସେଥିରେ ବ୍ୟସ୍ତତା ପ୍ରକାଶ କରି ଭିଡ ଭିତରୁ ବାହାରିଥିଲେ ଜଣେ ଯୁବକ। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଯୁବକ ଜଣକ ତାଙ୍କ ବେଡ୍ ପାଖରେ ବସି ତାଙ୍କର ସେବା ଶୁଶ୍ରୁଷା କରିଥିଲେ। ତେବେ ବ୍ୟକ୍ତି…

"ଭଦ୍ରକ : ଅଜଣା ବ୍ୟକ୍ତିଙ୍କ ଚିକିତ୍ସା କରାଇଲେ ତ୍ରିଲୋଚନ"

ଭଦ୍ରକ : ଆରଡି ପୀଠରୁ ଦୁଇ ଲୁଟେରା ଗିରଫ, ଭକ୍ତଙ୍କ ବେକରୁ ଚେନ ଲୁଟ୍ ବେଳେ ଧରାପଡିଲେ

ଭଦ୍ରକ, ୨୬/୪ (ଓଡ଼ିଆ ପୁଅ/ପ୍ରମୋଦ କୁମାର ରାୟ) : ରାଜ୍ୟର ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିଧାମର ବାବା ଆଖଣ୍ ଡଳମଣିଙ୍କ ମନ୍ଦିର ପବିତ୍ର ବୈଶାଖମାସ ସୋମବାର ଅବସରରେ ଅଗଣିତ ଭକ୍ତମାନଙ୍କ ସମାଗମ ହୋଇଥିବା ବେଳେ ଏହାର ସୁଯୋଗ ନେଇ ପୀଠରେ ଘୂରି ବୁଲୁଥିଲେ ଦୁଇ ଲୁଟେରା। ଏପରିକି ସୁଯୋଗ ଦେଖି ଦୁଇ ଲୁଟେରା ମନ୍ଦିର ପରିସରରେ ଦର୍ଶନାର୍ଥୀ ଭକ୍ତଙ୍କ ଭିଡରେ ପଶି ଏକ ବ୍ଲେଡ ଦ୍ୱାରା ଛୋଟଛୋଟ ପିଲାଙ୍କ ବେକରୁ ଲୁଟି ଚାଲିଥିଲେ ସୁନା ଲକେଟ ଓ ଚେନ।  ଜଣେ ମହିଳା ଭକ୍ତ ମନ୍ଦିର ମଧ୍ୟରୁ ଦର୍ଶନ ସାରି ତାଙ୍କ ପରିବାରଙ୍କ ସହ ଫେରୁଥିବା ସମୟରେ ଏହାର ସୁଯୋଗ ନେଇ ଦୁଇ ଲୁଟେରା ମହିଳାଙ୍କ କୋଳରେ ଥିବା…

"ଭଦ୍ରକ : ଆରଡି ପୀଠରୁ ଦୁଇ ଲୁଟେରା ଗିରଫ, ଭକ୍ତଙ୍କ ବେକରୁ ଚେନ ଲୁଟ୍ ବେଳେ ଧରାପଡିଲେ"

ଭଦ୍ରକ : ପାଣି ନେବାକୁ କେନ୍ଦ୍ରକରି ସଂଘର୍ଷ, ୧୦ଆହତ

ଭଦ୍ରକ, ୨୬/୪ (ଓଡ଼ିଆ ପୁଅ/ପ୍ରମୋଦ କୁମାର ରାୟ) : ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍ ଝୁଟଣା ପଞ୍ଚାୟତ ଅନ୍ତର୍ଗତ ବବୁରିବଣ ଗ୍ରାମରେ ବାସୁଳିମନ୍ଦିର ନିକଟରେ ଥିବା ଏକ ସରକାରୀ ନଳକୂରୁ ପାଣି ବ୍ୟବହାରକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ଉଭୟ ପକ୍ଷର ୧୦ରୁ ଅଧିକ ପୁରୁଷ ଓ ମହିଳା ଆହତ ହୋଇଛନ୍ତି। ପୁଲିସ ଉଭୟ ପକ୍ଷର ଏତଲାକୁ ଗ୍ରହଣକରି ଦୁଇଟି ପୃଥକ ପୃଥକ ମାମଲା ଋଜୁ କରିଛି। ମିଳିଥିବା ସୂଚନା ଅନୁଯାୟୀ; ଏହି ଗ୍ରାମର ରବୀନ୍ଦ୍ର ବାରିକଙ୍କ ପତ୍ନୀ ରୁାଲି ବାରିକ ଓ ତାଙ୍କ ଯା’ ଏହି ନଳକୂ ନିକଟରେ ଗାଧୋଉଥିବା ବେଳେ ଗ୍ରାମର ଆନନ୍ଦ ବେହେରା ନଳକୂପରୁ ପାଣି ନେବା…

"ଭଦ୍ରକ : ପାଣି ନେବାକୁ କେନ୍ଦ୍ରକରି ସଂଘର୍ଷ, ୧୦ଆହତ"

ଭଦ୍ରକ ହିଂସାକୁ ନେଇ ନେତାଙ୍କ ବୟାନବାଜି, କ୍ଷତିଗ୍ରସ୍ତଙ୍କ ଦୁଃଖର ଅନ୍ତଃ ନାହିଁ

ଭଦ୍ରକ, ୨୬/୪ (ଓଡ଼ିଆ ପୁଅ/ପ୍ରମୋଦ କୁମାର ରାୟ) : ଭଦ୍ରକ ହିଂସାକୁ ୨୧ ଦିନ ପୁରିଥିଲେ ମଧ୍ୟ କ୍ଷତିଗ୍ରସ୍ତଙ୍କ ପାଇଁ  ରାଜନେତାମାନେ ସମ୍ବେଦନଶୀଳ ନ ହୋଇ ପରଷ୍ପର ଉପରେ ଆରୋପ ପ୍ରତ୍ୟାରୋପ କରୁଛନ୍ତି। ହିଂସାରେ କ୍ଷତିଗ୍ରସ୍ତ ବ୍ୟବସାୟୀ ନିଜର ଭବିଷ୍ୟତକୁ ଖୋଜୁଛନ୍ତି, ସାରା ସହରବାସୀ ୮ ଘଣ୍ଟିଆ କର୍ଫ୍ୟୁ ପୀଡିତ ହୋଇ ରହିଛନ୍ତି; ହେଲେ ନେତାଏ କିନ୍ତୁ ହିଂସାକୁ ନେଇ ରାଜନୀତି କରିବା ଛାଡୁ ନାହାନ୍ତି। ହିଂସାକୁ ନେଇ ସରୁନି ରାଜନେତାଙ୍କ ବୟାନବାଜି। ଭଦ୍ରକ ହିଂସା ପରେ ପରେ ଏକ ଟିଭି ଚାନେଲରେ ସାଂସଦ ଅର୍ଜୁନ ସେଠୀଙ୍କ ବୟାନ ବିତର୍କକୁ ଆସିଥିଲା। ସାଂସଦ ପରୋକ୍ଷରେ ଭଦ୍ରକ ବିଧାୟକଙ୍କୁ ହିଂସା ପାଇଁ କେତେକାଂଶରେ ଦାୟୀ କଲେ ବୋଲି…

"ଭଦ୍ରକ ହିଂସାକୁ ନେଇ ନେତାଙ୍କ ବୟାନବାଜି, କ୍ଷତିଗ୍ରସ୍ତଙ୍କ ଦୁଃଖର ଅନ୍ତଃ ନାହିଁ"

ଭଦ୍ରକରେ ଭାଇଚାରାର ସୁଦୃଢୀକରଣ ପାଇଁ ପ୍ରସ୍ତୁତି ବୈଠକ

ଭଦ୍ରକ, ୨୬/୪ (ଓଡ଼ିଆ ପୁଅ/ପ୍ରମୋଦ କୁମାର ରାୟ) : ଜାତି, ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ଆମେ ସମସ୍ତେ ଭାଇଚାରାକୁ ଦୃଢୀକରଣ କରି ସମନ୍ୱୟର ବାତାବରଣ ସୃଷ୍ଟି କରିପାରିଲେ ଦଙ୍ଗା ଭଳି ଅପ୍ରିତିକର ପରିସ୍ଥିତିକୁ ସହଜରେ ଏଡାଇ ପାରିବା ବୋଲି ଆଜି ଭଦ୍ରକର ପାଟଣାସାହି ଉନ୍ନୀତ ମଧ୍ୟ ଇଂରାଜୀ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ମତପ୍ରକାଶ ପାଇଛି। ଆଜି ସନ୍ଧ୍ୟା ୫ ଘଟିକା ସମୟରେ ଏହି ବିଦ୍ୟାଳୟ ପ୍ରାଙ୍ଗଣରେ ଆୟୋଜିତ ବୈଠକରେ ପାଟଣାସାହି, ନଙ୍ଗାମହଲା, ପୁରୁଣାବଜାର, କାଜିବଜାର, ଶଙ୍କରପୁର ଭଳି ଗ୍ରାମର ମୁରବୀମାନେ ଅଂଶଗ୍ରହଣ କରିଥିଲେ।  ଏଥିରେ ବିଗତ ଦିନର ହିଂସାକାଣ୍ଡକୁ ନେଇ ଉଭୟ ସଂପ୍ରଦାୟ ମଧ୍ୟରେ ଭାଇଚାରାର ଯେଉଁ ଅପୂରଣୀୟ କ୍ଷତି ଘଟିଛି, ତାହାକୁ…

"ଭଦ୍ରକରେ ଭାଇଚାରାର ସୁଦୃଢୀକରଣ ପାଇଁ ପ୍ରସ୍ତୁତି ବୈଠକ"

ଭକ୍ତକବି ଦିନକୃଷ୍ଣ ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ଭଦ୍ରକରୁ ସଂଙ୍ଗୀତଜ୍ଞ ସୁବାଷ ଚନ୍ଦ୍ର ମଲ୍ଲିକ ସମ୍ବର୍ଦ୍ଧିତ

ଭଦ୍ରକ, ୨୬/୪ (ଓଡ଼ିଆ ପୁଅ/ପ୍ରମୋଦ କୁମାର ରାୟ) : ଓଡ଼ିଶା ସାହିତ୍ୟ ଏକାଡେ଼ମୀ ଏବଂ ଦୀନକୃଷ୍ଣ ସ୍ମୃତି ପରିଷଦ ମିଳିତ ଆନୁକୂଲ୍ୟରେ ଆୟୋଜିତ ଭକ୍ତକବି ଦୀନକୃଷ୍ଣ ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ଭଦ୍ରକର ସଂଗୀତଜ୍ଞ ସୁବାଷ ଚନ୍ଦ୍ର ମଲ୍ଲିକ ସମ୍ବର୍ଦ୍ଧିତ ହେବା ଘଟଣା ଜିଲାବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳାଇଦେଇଛି। ଏଠାରେ ସୂଚନାଯୋଗ୍ୟ  ଭକ୍ତକବି ଦୀନକୃଷ୍ଣଙ୍କ ଜନ୍ମପୀଠ ସୀମାନ୍ତ ଓଡ଼ିଶା ଜଳେଶ୍ୱର ବ୍ଲକ ରାଇବଣିଆ ଥାନା ଖୁଦିଆମାଝୀ ସାହି ଗ୍ରା: ପ: ଅଧିନ ମୁଣୁତୁଣିଆ ଗ୍ରାମ ସ୍ଥିତ କବିଡ଼ିହ ଠାରେ ଦିବସବ୍ୟାପୀ ଆୟୋଜିତ ଏହି ସାରସ୍ୱତ ଉତ୍ସବରେ ପ୍ରାଧ୍ୟାପକ ଡ଼. ରମାକାନ୍ତ ଭଞ୍ଜ ଅଧ୍ୟକ୍ଷତା କରିଥିବାବେଳେ ଏହାକୁ  ଫକୀରମୋହନ ବିଶ୍ୱବିଦ୍ୟାଳୟର କୂଳପତି ଡ଼. ଶିବପ୍ରସାଦ ଅଧିକାରୀ …

"ଭକ୍ତକବି ଦିନକୃଷ୍ଣ ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ଭଦ୍ରକରୁ ସଂଙ୍ଗୀତଜ୍ଞ ସୁବାଷ ଚନ୍ଦ୍ର ମଲ୍ଲିକ ସମ୍ବର୍ଦ୍ଧିତ"