ସପନ ଯେନା ସ୍ମାରକୀ କ୍ରିକେଟ ୟୁନିକ ଇଲେଭେନକୁ ହରାଇ ୟୁ ଆଣ୍ଡ ମି ବାଲେଶ୍ୱର ଫାଇନାଲରେ

ଭଦ୍ରକ, ୧୯ା୪ (ଓଡ଼ିଆପୁଅ / ପ୍ରମୋଦ ରାୟ) : ବାଗୁରାଇ ହାଇସ୍କୁଲ ପଡିଆରେ ଚାଲିଥିବା ସପନ ଯେନା ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜି ପ୍ରଥମ ସେମି ଫାଇନାଲ ମ୍ୟାଚ କେନ୍ଦୁଝରର ୟୁନିକ ଇଲେଭେନ ଓ ବାଲେଶ୍ୱରର ୟୁ ଆଣ୍ଡ ମି ଦଳ ମଧ୍ୟରେ ଖେଳା ଯାଇଥିଲା । ଏଥିରେ ୟୁନିକ ଇଲେଭେନ ଦଳକୁ ୟୁ ଆଣ୍ଡ ମି ୬ ଉଇକେଟରେ ହରାଇ ଫାଇନାଲ ଖେଳିବାକୁ ଯୋଗ୍ୟ ହୋଇଛି । ୟୁ ଆଣ୍ଡ ମି ଦଳ ଟସ୍ ଜିତି ପ୍ରଥମେ ଫିଲଡିଂ କରିଥିଲା । ୟୁନିକ ଇଲେଭେନ ବ୍ୟାଟିଂ କରି ୧୯.୫ ଓଭରରେ ୧୨୮ରନ କରି ସମସ୍ତ ଖେଳାଳି ଆଉଟ ହୋଇ ଯାଇଥିଲେ । ଦଳ ପକ୍ଷରୁ…

"ସପନ ଯେନା ସ୍ମାରକୀ କ୍ରିକେଟ ୟୁନିକ ଇଲେଭେନକୁ ହରାଇ ୟୁ ଆଣ୍ଡ ମି ବାଲେଶ୍ୱର ଫାଇନାଲରେ"

ବାପାର ନାମ ବଦଳାଇ ଅନ୍ୟର ଜମି ହଡପ ଅଭିଯୋଗ

ଭଦ୍ରକ, ୧୮ା୪  (ଓଡ଼ିଆପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲା ଚାନ୍ଦବାଲି ତହସିଲ ଅଧୀନ ଖେରଙ୍ଗ ପଂଚାୟତ ନୂଆଗାଁ ଗ୍ରାମର ସ୍ୱର୍ଗତ ଦାଶରଥୀ ରାଉତଙ୍କ ଏକମାତ୍ର ଝିଅ ରେବତୀ ରାଉତ (୫୮) ନିଜ ପୈତୃକ ସଂପତ୍ତିର ଏକମାତ୍ର ଉତ୍ତରାଦôକାରୀ ହୋଇଥିବାବେଳେ ସେହି ଗାଁର ୰ ଭରତ ରାଉତଙ୍କ ସାନ ପୁଅ ସନାତନ ରାଉତ ନିଜକୁ ଦାଶରଥୀ ରାଉତଙ୍କ ପୁଅ ବୋଲି ଜାଲ୍ କାଗଜପତ୍ର କରି ରେବତୀଙ୍କ ପୈତୃକ ସଂପତ୍ତିକୁ ହଡପ କରିବାକୁ ଚକ୍ରାନ୍ତ କରୁଥିବା ଅଭିଯୋଗ ହୋଇଛି । ଏପରିକି କେତେକ ସଂପତ୍ତିକୁ ମଧ୍ୟ ବିକି୍ର କରିଦେଇଥିବା ଅଭିଯୋଗ ହୋଇଛି । ବାହୁବଳ ଓ ଲୋକବଳ ଦେଖାଇ ରେବତୀ ଓ ତାଙ୍କ ପରିବାରକୁ ଜୀବନରୁ…

"ବାପାର ନାମ ବଦଳାଇ ଅନ୍ୟର ଜମି ହଡପ ଅଭିଯୋଗ"

ଭଦ୍ରକ : କୋଚିଳା ବ୍ୟାରେଜରେ ଖର୍ଚ୍ଚ ହେବ ୧୮୬.୭୯ କୋଟି ଟଙ୍କା ଖୁବ୍ଶୀଘ୍ର ଆରମ୍ଭ ହେବ ନିର୍ମାଣ କାର୍ଯ୍ୟ

ଭଦ୍ରକ, ୧୮ା୪  (ଓଡ଼ିଆପୁଅ / ପ୍ରମୋଦ ରାୟ) : ଏହି ଜିଲାର ଧାମନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋଚିଳା ନଦୀ ମୁହାଣ ଦାସପାରିଠାରେ ଏବଂ ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୈତରଣୀ ନଦୀର ଅର୍ଦାଳୁଆଠାରେ ବ୍ୟାରେଜ ନିର୍ମାଣ ପାଇଁ ୧୮୬ କୋଟି ୭୯ ଲକ୍ଷ ଟଙ୍କା ରାଜ୍ୟ ସରକାର ଅନୁମୋଦନ କରିଛନ୍ତି । ଦୁଇଟି ପ୍ରକଳ୍ପ ନିର୍ମାଣ ନିମନ୍ତେ ଡ୍ରଇଂ ଓ ଡିଜାଇନିଂ ପାଇଁ ଆବଶ୍ୟକ ସର୍ଭେ ପରେ ଖୁବ୍ଶୀଘ୍ର ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବ ବୋଲି ଚଳିତ ବିଧାନସଭାର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଜଳସଂପଦ ମନ୍ତ୍ରୀ ନିରଞ୍ଜନ ପୁଜାରୀ ସୂଚନା ଦେଇଛନ୍ତି । ଏହି ଦୁଇ ପ୍ରକଳ୍ପ ନିର୍ମାଣ ବାବଦରେ ସୋମବାର ଧାମନଗର ବିଧାୟକ ମୁକ୍ତିକାନ୍ତ…

"ଭଦ୍ରକ : କୋଚିଳା ବ୍ୟାରେଜରେ ଖର୍ଚ୍ଚ ହେବ ୧୮୬.୭୯ କୋଟି ଟଙ୍କା ଖୁବ୍ଶୀଘ୍ର ଆରମ୍ଭ ହେବ ନିର୍ମାଣ କାର୍ଯ୍ୟ"

ଭଦ୍ରକ : ଓଡ଼ିଆ ଭାଷା ଭିତରେ ଓଡ଼ିଆ ଜାତିର ଅସ୍ମିତା ଲୁଚି ରହିଛି ରାଜ୍ୟସ୍ତରୀୟ ବିଷୁବ ମିଳନ ଉସôବ

ଭଦ୍ରକ, ୧୮ା୪  (ଓଡ଼ିଆପୁଅ / ପ୍ରମୋଦ ରାୟ) : ସାହିତ୍ୟ ଜନଜୀବନର ଚେତନା ପ୍ରବାହକୁ ପ୍ରବାହିତ କରିଥାଏ । ସମାଜର ଚିତ୍ର, ଚରିତ୍ରକୁ ଉଜ୍ଜୀବିତ କରିବା ସହିତ ଐତିହ, ପରମ୍ଫର. ସଂସ୍କୃତିକୁ ଜନମାନସରେ ପହଞ୍ଚାଇବାକୁ ପ୍ରଚେଷ୍ଟା କରିଥାଏ ।  ଓଡିଆ ଭାଷା ଭିତରେ ଓଡିଆ ଜାତିର ଅସ୍ମିତା ଲୁଚି ରହିଥାଏ ବୋଲି ଅବସର ତ୍ରୟୋଦଶ ରାଜ୍ୟ ସ୍ତରୀୟ ବିଷୁବ ମିଳନ ଉସôବରେ ଏହି ମତ ପ୍ରକାଶ ପାଇଛି । ଏହି ଜିଲାର ବାସୁଦେବପୁର ବ୍ଲକ୍ର ଅଟଳବିହାରୀ ହାଇସ୍କୁଲ ପରିସରରେ ଆୟୋଜିତ ରାଜ୍ୟସ୍ତରୀୟ ବିଷୁବ ମିଳନ ଉସôବର ସାଧାରଣ ସଭା, ସମ୍ବର୍ଦ୍ଧନା ପର୍ବ, ପୁସ୍ତକ ଉନ୍ମୋଚନ, ବିଷୁବ କବିତା ଆସର ଓ ରାଜ୍ୟ ସ୍ତରୀୟ ସାରସ୍ୱତ ସମାରୋହ…

"ଭଦ୍ରକ : ଓଡ଼ିଆ ଭାଷା ଭିତରେ ଓଡ଼ିଆ ଜାତିର ଅସ୍ମିତା ଲୁଚି ରହିଛି ରାଜ୍ୟସ୍ତରୀୟ ବିଷୁବ ମିଳନ ଉସôବ"

ମା’ ମଙ୍ଗଳାଙ୍କ ୩୩ତମ ବାର୍ଷିକ ଉତ୍ସବ

ଭଦ୍ରକ, ୧୮ା୪  (ଓଡ଼ିଆପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲ୍ଲା ଅନ୍ତର୍ଗତ ବେନ୍ତାଳ ଗ୍ରାମ ପଞ୍ଚାୟତ ଅଧିନସ୍ଥ କାଶଲପୁର ଗ୍ରାମର ଐତିହାସିକ ମା’ ମଙ୍ଗଳା ଟ୍ରଷ୍ଟ ବୋର୍ଡର ସମସ୍ତ କର୍ମକର୍ତ୍ତା ଓ ଗ୍ରାମବାସୀଙ୍କ ସହଯୋଗରେ ୩୩ତମ ବାର୍ଷିକ ଉତ୍ସବ ହୋଇଯାଇଛି । ପଣାସଂକ୍ରାନ୍ତି, ଘୋଡାବସା, ଚଣ୍ଡିହୋମ, ପାଟୁଆ ମେଳଣ, ଭଜନ ସନ୍ଧ୍ୟା, ନାମ ସଂକିର୍ତ୍ତନ, ହରିବୋଲ ସଭା, ନଗର ଶୋଭାଯାତ୍ରା ଗତ ତା ୧୪.୦୪.୧୮ ରିଖରୁ ଆମ୍ଭ ହୋଇ ମହାସମାରୋହରେ ଆରମ୍ଭ ହୋଇ ତା ୧୬.୦୪.୧୮ରିଖ ସନ୍ଧ୍ୟାରେ ଉଦ୍ୟାପିତ ହୋଇଯାଇଛି । ଏହି ସମାରୋହରେ ବହୁ ଦୂର ଦୂରାନ୍ତରୁ ଆସି ଭକ୍ତମାନଙ୍କର ମାନସିକ ପୂର୍ଣ୍ଣ ହୋଇଥିବାରୁ ଏଥର ଭକ୍ତମାନଙ୍କର ଲମ୍ବାଧାଡି ଦୃଷ୍ଟିଗୋଚର ହୋଇଥିଲା ଓ…

"ମା’ ମଙ୍ଗଳାଙ୍କ ୩୩ତମ ବାର୍ଷିକ ଉତ୍ସବ"

ବିଜୁ ସ୍ମୃତି କମିଟି ପକ୍ଷରୁ କୃଷକ ସମ୍ବର୍ଦ୍ଧନା

ଭଦ୍ରକ, ୧୮ା୪  (ଓଡ଼ିଆପୁଅ / ପ୍ରମୋଦ ରାୟ) : ବିଜୁ ସ୍ମୃତି କମିଟି ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୧ତମ ଶ୍ରାଦ୍ଧ ଉପଲକ୍ଷେ ସ୍ମୃତି କମିଟିର ଅଧ୍ୟକ୍ଷା ଅମିତାବାଳା ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ କୃଷକ ମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ୰ ପଟ୍ଟନାୟକଙ୍କ ସ୍ମୃତିଚାରଣ ଅବସରରେ ଉପସ୍ଥିତ ଅତିଥି ମାନଙ୍କ ମଧ୍ୟେରେ ପ୍ରଫେସର ଅଟ୍ଟଳ ବିହାର ନାୟକ ଯୋଗଦେଇ ପବିତ୍ର ଅକ୍ଷୟ ତୃତୀୟା ଦିବସରେ କୃଷକ ମାନଙ୍କ ପାଇଁ ଏହା ଏକ ବରଦାନର ଦିବସ ବୋଲି କହିବା ସହ ବିଗୁ ବାବୁ ପ୍ରତିବର୍ଷ ଏହି ଦିନ ମାନଙ୍କରେ କୃଷକ ମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାନ କରୁଥିଲେ ବୋଲି ମତବ୍ୟକ୍ତ କରିଥିଲେ ।…

"ବିଜୁ ସ୍ମୃତି କମିଟି ପକ୍ଷରୁ କୃଷକ ସମ୍ବର୍ଦ୍ଧନା"

ସିପିଆଇ(ଏମ୍) ପକ୍ଷରୁ ୨୨ତମ ସର୍ବଭାରତୀୟ ଅଧିବେଶନ ନିମନ୍ତେ ପତାକା ଉତ୍ତୋଳନ

ଭଦ୍ରକ, ୧୮ା୪  (ଓଡ଼ିଆପୁଅ / ପ୍ରମୋଦ ରାୟ) : ଆଜି ସିପିଆଇ(ଏମ୍) ଭଦ୍ରକ ଜିଲା  ଶାଖା ପକ୍ଷରୁ ୨୨ତମ ସର୍ବଭାରତୀୟ ଅଧିବେଶନ ଉପଲକ୍ଷେ ଲାଲ ପତାକା ଉତ୍ତୋଳନ କରାଯାଇଥିଲା ।  ବିଶେଷକରି ଆମ ଦେଶର ଗଣତନ୍ତ୍ର, ସମ୍ବିଧାନ, ଭାଇଚାରା ଓ ସଦ୍ଭାବନା ଅସୁରକ୍ଷିତ ହୋଇପଡିଥିବାରୁ ଜନସାଧାରଣଙ୍କର ସ୍ୱାର୍ଥକୁ ଆଖି ଆଗରେ ରଖି ସିପିଆଇ(ଏମ୍) ପକ୍ଷରୁ ହାଇଦ୍ରାବାଦରେ ଅନୁଷ୍ଠିତ ହୋଇଛି ତାର ୨୨ତମ ସର୍ବଭାରତୀୟ ଅଧିବେଶନ । ସେହି ପ୍ରତିଷ୍ଠା ଦିବସ ଓ ଅଧିବେଶନ ପାଇଁ ଏହାକୁ ସଫଳ ରୂପାୟନ ସହ ସୁଦୃଢ ଏକ ଭାଇଚାରା ଜ୍ଞାପନ ନିମନ୍ତେ ଏହି ପତାକାକୁ ଭଦ୍ରକ ସିପିଆଇ(ଏମ୍) ପାର୍ଟିର ବରିଷ୍ଠ ବର୍ଷିୟାନ ଅଭିନ୍ନ ରାଏ ଯୋଗ ଦେଇ ଉତ୍ତୋଳନ କରିଥିଲେ…

"ସିପିଆଇ(ଏମ୍) ପକ୍ଷରୁ ୨୨ତମ ସର୍ବଭାରତୀୟ ଅଧିବେଶନ ନିମନ୍ତେ ପତାକା ଉତ୍ତୋଳନ"

ମନମୋହନ ସଂଗୀତ ପରିଷଦ ପକ୍ଷରୁ ‘ମୋଗଲ ତାମସା’ ମଂଚସ୍ଥ

ଭଦ୍ରକ, ୧୮ା୪  (ଓଡ଼ିଆପୁଅ / ପ୍ରମୋଦ ରାୟ) : ଭଦ୍ରକ ସ୍ଥିତ ମନମୋହନ ସଂଗୀତ ପରିଷଦ ପକ୍ଷରୁ ଭଦ୍ରକରେ ପ୍ରସିଦ୍ଧ ‘ ମୋଗଲ ତାମସା’ଭୁବନେଶ୍ୱର ବାପୁଜୀ ନଗର ଝରଣାସାହି ମହୋସôବରେ ପରିବେଷଣ କରାଯାଇ ଉଚ୍ଚ ପ୍ରଶଂସିତ ହୋଇଛି ।  ୰ ବଂଶୀବଲ୍ଲଭ ଗୋସ୍ୱମୀଙ୍କ ରଚିତ ଏହି ମୋଗଲ ତାମସାକୁ ସଂସ୍ଥାର ସମ୍ପାଦକ ଭଜଗୋବିନ୍ଦ ଜେନାଙ୍କ ସଂମ୍ପାଦନା ଓ ସୁରେଶ ଚନ୍ଦ୍ର ଜେନାଙ୍କ ନିଦେ୍ର୍ଧଶନାରେ ଓଡ଼ିଶା ତଥା ଦେଶର ବିଭିନ୍ନ ସ୍ଥାନରେ ପରିବେଷଣ କରି ରାଜ୍ୟ ପାଇଁ ସଂସ୍କୃତି କ୍ଷେତ୍ରରେ ବେଶ ପ୍ରଂଶସା ସାଉଂଟି ପାରିଛନ୍ତି । ନିକଟରେ ଓଡ଼ିଶା ସଂସ୍କୃତି ବିଭାଗର ପ୍ରୋସôାହନରେ ଧାମନଗର ମହୋସôବ, କନ୍ଦରପୁରର କୁଚୁଳି ମହୋସôବ ଭୁବନେଶ୍ୱର ସ୍ଥିତ ଚନ୍ଦ୍ରଶେଖର ପୂରର…

"ମନମୋହନ ସଂଗୀତ ପରିଷଦ ପକ୍ଷରୁ ‘ମୋଗଲ ତାମସା’ ମଂଚସ୍ଥ"

ବଣିଆ ଶିଶୁ ମନ୍ଦିରରେ ବାର୍ଷିକ ଉସ୍ôବ ପାଳିତ

ଭଦ୍ରକ, ୧୮ା୪  (ଓଡ଼ିଆପୁଅ / ପ୍ରମୋଦ ରାୟ) : ବଣିଆ ଶିଶୁ ମନ୍ଦିରରେ ବାର୍ଷିକ ଉସôବ ଆନୁଷ୍ଠାନିକ ଭାବେ ମହାସମାରୋହାରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ପୁର୍ବତନ ବିଧାୟକ ବିଷ୍ଣୁ ସେଠୀ, ମୁଖ୍ୟବକ୍ତା ଭାବେ ଜୀବନ ବିନ୍ଦୁର ଜିଲ୍ଲା ସଂଯୋଜକ ଅଜୟ ନାୟକ, ସମ୍ମାନୀତ ଅତିଥି ଭାବେ ଏରେଇଁର ପୁର୍ବତନ ସରପଂଚ ଶଙ୍କର୍ଷଣ ପଣ୍ଡା ଯୋଗଦେଇ ଛାତ୍ରଛାତ୍ରୀ ମାନେ ଦେଶର ଭବିଷ୍ୟତ ବୋଲ ମତବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ ଗୁରୁ ଗୋବିନ୍ଦ ଘଢେଇଙ୍କ ଅତିଥି ପରିଚୟ ପରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ରମାପଦ ରଣା ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ଆଦର୍ଶ ଶିକ୍ଷକ ରବିନାରାୟଣ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା…

"ବଣିଆ ଶିଶୁ ମନ୍ଦିରରେ ବାର୍ଷିକ ଉସ୍ôବ ପାଳିତ"

ଭଦ୍ରକରେ ଜିଲ୍ଲାସ୍ତରୀୟ ଜୟଦେବ ଜୟନ୍ତୀ ପାଳିତ:

ଭଦ୍ରକ, ୧୮ା୪  (ଓଡ଼ିଆପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲ୍ଲାପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ କବି ଜୟଦେବ ଜୟନ୍ତି ଭଦ୍ରକ ସଂସ୍କୃତିଭବନ ପରିସରରେ ପାଳିତ ହୋଇଯାଇଛି । ଏହି ଜୟନ୍ତି ଉସôବରେ ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇ କହିଥିଲେ ଜଗନ୍ନାଥ ସଂସ୍କୃତିରେ ଭକ୍ତ ଓ ଭଗବାନ କିପରି ଏକାକାର ହୋଇପାରିଛନ୍ତି,ତାହାର ଉଦାହରଣ ଗୀତଗୋବିନ୍ଦରେ ଜୟଦେବ ବର୍ଣ୍ଣନା କରିଛନ୍ତି । ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍ ବାଇଧର ସାହୁ ବକ୍ତବ୍ୟରେ ଜଗନ୍ନାଥ ମହାପ୍ରଭୁ ଗୀତଗୋବିନ୍ଦର ସ୍ୱର ଓ ମାଧୁର୍ଯ୍ୟରେ ବିଭୋର ହୋଇ ବିଭିନ୍ନ ସମୟରେ ସେ କିପରି ଶ୍ରୀମନ୍ଦିରରୁ ଭକ୍ତଙ୍କ ପାଖକୁ ଛୁଟିଥାନ୍ତି ଏବଂ ରାଧାକୃଷ୍ଠଙ୍କ ଅନାବିଳ ପ୍ରେମର ଝଲକ ଗୀତଗୋବିନ୍ଦ ବୋଲି…

"ଭଦ୍ରକରେ ଜିଲ୍ଲାସ୍ତରୀୟ ଜୟଦେବ ଜୟନ୍ତୀ ପାଳିତ:"