ଭଦ୍ରକ ହିଂସାକୁ ପୁରିଲା ୩୦ ଦିନ ୭ ଘଣ୍ଟିଆ ରାତ୍ରୀକାଳୀନ କର୍ଫ୍ୟୁ ବଳବତ୍ତର, ଗିରଫଦାରୀ ସଂଖ୍ୟା ୨୫୪ ରେ ପହଞ୍ଚିଲା

ଭଦ୍ରକ,୫/୫ (ଓଡ଼ିଆ ପୁଅ/ପ୍ରମୋଦ କୁମାର ରାୟ): ଇତିମଧ୍ୟରେ ଭଦ୍ରକ ହିଂସା ଘଟଣାକୁ ମାସେ ପୁରିଛି। ଏବଂ ଏହି ହିଂସାକାଣ୍ଡ ଜନିତ ସମୁଦାୟ ୪୪୦ ପ୍ରଭାବିତଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୧୭୦ ଜଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ସ୍ଥାନୀୟ ତହସିଲ ପକ୍ଷରୁ ୬୦ ଲକ୍ଷ ୮୫ ହଜାର ଟଙ୍କା ଜମା କରାଯାଇଛି। ଏଠାରେ ସୂଚନାଯୋଗ୍ୟ ଭଦ୍ରକରେ ଅନୁଷ୍ଠିତ ହୋଇଥିବା ପବିତ୍ର ଶ୍ରୀରାମ ନବମୀ ମହୋତ୍ସବ ପରେ ପରେ ସୋସିଆଲ ମିଡିଆରେ ହିନ୍ଦୁ ଦେବାଦେବୀଙ୍କ ପ୍ରତି କରାଯାଇଥିବା ଅଶାଳୀନ ମନ୍ତବ୍ୟକୁ ନେଇ ଗତ ଏପି୍ରଲ ୬ ତାରିଖରେ ସମଗ୍ର ସହରରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏବଂ ଏହି ଘଟଣାରେ ସମଗ୍ର ସହରରେ ୧୪୪ ଧାରା ଜାରି ହୋଇଥିଲା। ମାତ୍ର ଜିଲାପାଳଙ୍କ…

"ଭଦ୍ରକ ହିଂସାକୁ ପୁରିଲା ୩୦ ଦିନ ୭ ଘଣ୍ଟିଆ ରାତ୍ରୀକାଳୀନ କର୍ଫ୍ୟୁ ବଳବତ୍ତର, ଗିରଫଦାରୀ ସଂଖ୍ୟା ୨୫୪ ରେ ପହଞ୍ଚିଲା"

ଭଦ୍ରକ ପ୍ରିମିୟର ଲିଗ ସିଜନ-୩ ଏମ୍ଏମ୍ ଗ୍ରାଉଣ୍ଡ ଫାଇଟର୍ସ ଓ ଚରମ୍ପା ୱାରିୟର୍ସ ବିଜୟୀ

ଭଦ୍ରକ,୫/୫ (ଓଡ଼ିଆ ପୁଅ/ପ୍ରମୋଦ କୁମାର ରାୟ) : ଭଦ୍ରକ କଳେଜ ପଡିଆରେ ଚାଲିଥିବା ଭଦ୍ରକ ପ୍ରିମିୟର ସିଜନ ୩ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଆଜି ୨ଟି ମ୍ୟାଚ ଖେଳା ଯାଇଥିଲା। ପ୍ରଥମ ମ୍ୟାଚରେ ଏମଏମ ଗ୍ରାଉଣ୍ଡ ଫାଇଟର୍ସ ବିଜୟୀ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଚରମ୍ପା ୱାରିୟର୍ସ ବିଜୟୀ ହୋଇଛି। ଫାଇଟର୍ସ ଦଳ ପ୍ରଥମ ମ୍ୟାଚରେ ବାଲେଶ୍ୱର ଏକାଦଶକୁ ଭେଟିଥିଲା। ଫାଇଟର୍ସ କ୍ଷମାସାଗର ବଳଙ୍କ ୫୯ ଓ ଜି. ଇଶ୍ୱର ରାଓଙ୍କ ୩୮ ରନ ବଳରେ ୨୦ ଓଭରରେ ୬ ଉଇକେଟ ହରାଇ ୧୯୨ ରନ କରିଥିଲା। ଜବାବରେ ବାଲେଶ୍ୱର ଏକାଦଶ ୨୦ ଓଭରରେ ୮ ଉଇକେଟ୍ ବିନିମୟରେ ୧୩୩ ରନ କରିଥିଲେ। ବାଲେଶ୍ୱର ପକ୍ଷରୁ ଖଗେଶ୍ୱର…

"ଭଦ୍ରକ ପ୍ରିମିୟର ଲିଗ ସିଜନ-୩ ଏମ୍ଏମ୍ ଗ୍ରାଉଣ୍ଡ ଫାଇଟର୍ସ ଓ ଚରମ୍ପା ୱାରିୟର୍ସ ବିଜୟୀ"

ଭଦ୍ରକ : ବିଷାକ୍ତ ମଦ୍ୟପାନ ଜନିତ ମୃତ୍ୟୁ ଅଭିଯୋଗ

ଭଦ୍ରକ, ୪/୫ (ଓଡ଼ିଆ ପୁଅ/ପ୍ରମୋଦ କୁମାର ରାୟ) : ଏହି ଜିଲାର ତିହିଡି ଥାନା ଅଧୀନ ବୋଡକ ପଞ୍ଚାୟତର ନନ୍ଦୋରରେ ସନାତନ ଓଝା (୩୩) ନାମକ ଜନୈକ ବ୍ୟକ୍ତିଙ୍କର ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସ।ଳୟରେ ମୃତ୍ୟୁ ହୋଇଯାଇଛି। ତେବେ ମଦ୍ୟପାନ କରିବା ପରେ ତାଙ୍କର ମୃତ୍ୟୁ ହୋଇଥିବାରୁ ବିଷାକ୍ତ ମଦ କିମ୍ବା କେହି ମଦରେ ବିଷ ମିଶାଇଥିବା ଯୋଗୁ ତାଙ୍କର ମୃତ୍ୟୁ ହୋଇଥାଇପାରେ ବୋଲି ପରିବାର ପକ୍ଷରୁ ସନେ୍ଦହ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ; ପୁରୀରେ ରହୁଥିବା ସନାତନ ନିଜର ପରିବାର ସହ ୨୯ ତାରିଖରେ ଗାଁକୁ ବଡ ବାପାଙ୍କ ଝିଅ ବାହାଘରରେ ଯୋଗଦେବାକୁ ଆସିଥିଲେ। ୩୦ ତାରିଖରେ ବିଭାଘର ସରିଥିଲା। ତେବେ ୧ ତାରିଖରେ…

"ଭଦ୍ରକ : ବିଷାକ୍ତ ମଦ୍ୟପାନ ଜନିତ ମୃତ୍ୟୁ ଅଭିଯୋଗ"

ଭଦ୍ରକ : ଗ୍ରାମ୍ୟ ରାସ୍ତା ନିର୍ମାଣ ପାଇଁ ମନ୍ତ୍ରୀଙ୍କ ଭିତ୍ତିପ୍ରସ୍ତର ସ୍ଥାପନ

ଭଦ୍ରକ, ୪/୫ (ଓଡ଼ିଆ ପୁଅ/ପ୍ରମୋଦ କୁମାର ରାୟ) : ବ୍ଲକର ବିଭିନ୍ନ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ରାସ୍ତା ନିର୍ମାଣ ପାଇଁ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଓ ସାଂସଦ ଅର୍ଜୁନଚରଣ ସେଠୀ ଏକାଧିକ ସ୍ଥାନରେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଜିଲାର ବାସୁଦେବପୁର ବ୍ଲକ୍ ବିରଷ ପଞ୍ଚାୟତର ପୂର୍ତ୍ତ ବିଭାଗ ରାସ୍ତାଠାରୁ ଗଦଳା ରାସ୍ତା, ରାଜଘରପୋଖରୀ ପଞ୍ଚାୟତ ପୂର୍ତ୍ତ ବିଭାଗ ରାସ୍ତାଠାରୁ ସାନମଛୁଆଘାଇ ରାସ୍ତା, ଜଗନ୍ନାଥ ପ୍ରସାଦ ପଞ୍ଚାୟତର ଗ୍ରାମ୍ୟ ଉନ୍ନୟନ ରାସ୍ତାଠାରୁ କୁରୁବାଟିଆ ଶାସନ, ସେହି ପଞ୍ଚାୟତର ଗ୍ରାମ୍ୟ ଉନ୍ନୟନ ରାସ୍ତାଠାରୁ ଜଗନ୍ନାଥ ପ୍ରସାଦ ଓ ଜୟକୃଷ୍ଣପୁର ରାସ୍ତର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ମଧ୍ୟାହ୍ନରେ ଲଷ୍ମୀଦାସପୁର ପଞ୍ଚାୟତର ଗ୍ରାମ୍ୟ ଉନ୍ନୟନ…

"ଭଦ୍ରକ : ଗ୍ରାମ୍ୟ ରାସ୍ତା ନିର୍ମାଣ ପାଇଁ ମନ୍ତ୍ରୀଙ୍କ ଭିତ୍ତିପ୍ରସ୍ତର ସ୍ଥାପନ"

ଭଦ୍ରକ : ମଦମୃତ୍ୟୁ ଅଭିଯୋଗ ଆସିଥିବା ଗ୍ରାମରେ ପହଞ୍ଚିଲା ବିଜେପି ଟିମ୍ ‘ଅବକାରୀ ବିଭାଗ ଚୋରା ମଦ ବିକ୍ରିକୁ ପ୍ରୋତ୍ସାହିତ କରୁଛି’

ଭଦ୍ରକ, ୪/୫ (ଓଡ଼ିଆ ପୁଅ/ପ୍ରମୋଦ କୁମାର ରାୟ) : ଏହି ଜିଲାର ତିହିଡି ବ୍ଲକ ଅଧୀନ ବାରସର ପଞ୍ଚାୟତର କାଞ୍ଜିଆପାଟ ଗ୍ରାମରେ ମଦ ପିଇବା ଫଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ପରେ ବିଜେପିର ରାଜ୍ୟ ଉପସଭାପତି ବିଷ୍ଣୁ ସେଠୀଙ୍କ ନେତୃତ୍ୱରେ ଏକ ଟିମ୍ ସଂପୃକ୍ତ ଅଞ୍ଚଳ ଗସ୍ତ କରିଛନ୍ତି। ଗସ୍ତ ପରେ ପରେ ତିହିଡି ଡାକବଙ୍ଗଳା ପରିସରରେ ସମ୍ବାଦଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଉପସଭାପତି ବିଷ୍ଣୁ ସେଠୀ, ଓବିସି ମୋର୍ଚ୍ଚାର ରାଜ୍ୟ ଉପସଭାପତି ରଘୁନାଥ ପାତ୍ର, ଅନୁସୂଚିତ ଜାତି ମୋର୍ଚ୍ଚାର ଉପସଭାପତି ଶରତ ଦାସ, ଜିଲା ଉପସଭାପତି ଦୁର୍ଗାଚରଣ ନାୟକ, ଓବିସି ମୋର୍ଚ୍ଚାର ଜିଲା ସଭାପତି ବୁଦ୍ଧଦେବ ଜେନା, ଐଶାନ୍ୟଚଣ୍ଡୀ ମଣ୍ଡଳର ସଭାପତି…

"ଭଦ୍ରକ : ମଦମୃତ୍ୟୁ ଅଭିଯୋଗ ଆସିଥିବା ଗ୍ରାମରେ ପହଞ୍ଚିଲା ବିଜେପି ଟିମ୍ ‘ଅବକାରୀ ବିଭାଗ ଚୋରା ମଦ ବିକ୍ରିକୁ ପ୍ରୋତ୍ସାହିତ କରୁଛି’"

ଭଦ୍ରକ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ନେରଡାରେ ଉତ୍ତେଜନା, ବାଲି ଲିଜଧାରୀଙ୍କୁ ଆକ୍ରମଣ

ଭଦ୍ରକ, ୪/୫ (ଓଡ଼ିଆ ପୁଅ/ପ୍ରମୋଦ କୁମାର ରାୟ) : ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ନେରଡା ଗ୍ରାମ ବାଲି ଉଠାଣକୁ କେନ୍ଦ୍ର କରି ପୁଣି ଅଶାନ୍ତ ହୋଇଉଠିଛି। ଗ୍ରାମର ନେରଡା- ୨ ସୈରାତ ବାଲିଲିଜ୍ଧାରୀ ଉମାକାନ୍ତ ବୋଇତାଇଙ୍କ ଉପରେ ବାଲିଉଠାଣ ବିରୋଧୀମାନେ ମରଣାନ୍ତକ ଆକ୍ରମଣ କରି ଲହୁଲୁହାଣ କରିପକାଇଥିବା ଅଭିଯୋଗ ହୋଇଛି। ଆକ୍ରମଣକାରୀ ଯୋଜନାବଦ୍ଧଭାବେ ଗ୍ରାମର ଦୀପକ ରାଉତଙ୍କୁ ମାରଧର କରୁଥିବା ବେଳେ ଉମାକାନ୍ତ ବୋଇତାଇ ଓ ତାଙ୍କ ପତ୍ନୀ ପ୍ରତିବାଦ କରିଥିଲେ। ସୁଯୋଗ ମିଳିଛି ବୋଲି କହି ଆକ୍ରମଣକାରୀ ଦୀପକଙ୍କୁ ଛାଡି ଉମାକାନ୍ତଙ୍କ ଉପରେ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ ବୋଲି ପତ୍ନୀ ସ୍ୱଣ୍ଣ ର୍ଲତା ବୋଇତାଇ ଭଣ୍ଡାରିପୋଖରୀ ଥାନାରେ ଅଭିଯୋଗ କରିଛନ୍ତି।…

"ଭଦ୍ରକ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ନେରଡାରେ ଉତ୍ତେଜନା, ବାଲି ଲିଜଧାରୀଙ୍କୁ ଆକ୍ରମଣ"

ଭାଷ୍କର ସୁଧାକର ଫକିର ମୋହନ ମାଗଣା ମଧୁମେହ ଚିକିତ୍ସା କେନ୍ଦ୍ର ଉଦ୍ଘାଟିତ

ଭଦ୍ରକ, ୪/୫ (ଓଡ଼ିଆ ପୁଅ/ପ୍ରମୋଦ କୁମାର ରାୟ) : ଭଦ୍ରକ ଡାଇବେଟିସ୍ ଫାଉଣ୍ଡେସନ ଓ ଡା. ରଞ୍ଜିତ ଖଟୁଆଙ୍କ ତତ୍ତ୍ୱାଧାନରେ ‘ଭାଷ୍କର ସୁଧାକର ଫକିର ମୋହନ ମାଗଣା ଚିକିତ୍ସା କେନ୍ଦ୍ର ଡା. ଖଟୁଆଙ୍କ ଚିକିତ୍ସା କେନ୍ଦ୍ରରେ ଉଦ୍ଘାଟିତ ହୋଇଛି। ଏଥିରେ ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ଜିଲ୍ଲାରୁ ଅଭାବୀ ୨୦ଜଣ ମଧୁମେହ ରୋଗୀଙ୍କୁ ଚିହ୍ନଟ କରାଯାଇ ଚିକିତ୍ସା କରାଯାଇଛି। ଏହି ରୋଗୀମାନଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା, ରକ୍ତ ପରୀକ୍ଷା ଓ ଔଷଧ ଯୋଗାଇ ଦିଆ ଯାଇଛି। ଚିକତ୍ସା କେନ୍ଦ୍ରର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡ. ଆର୍. କେ. ନାୟକ, ଡ. ଏଚ୍. କେ. ନାୟକ, ଅନିରୁଦ୍ଧ ଦାସ, ବିଷ୍ଣୁମୋହନ ନାୟକ, ଭଦ୍ରକ ସତ୍ୟସାଇ ସମିତିର…

"ଭାଷ୍କର ସୁଧାକର ଫକିର ମୋହନ ମାଗଣା ମଧୁମେହ ଚିକିତ୍ସା କେନ୍ଦ୍ର ଉଦ୍ଘାଟିତ"

ଭଦ୍ରକ ସାଂପ୍ରଦାୟୀକ ବିଦ୍ୱେଷର ସମାଧାନ ପାଇଁ ଜିଲାପାଳଙ୍କୁ ସ୍ମାରକପତ୍ର

ଭଦ୍ରକ, ୪/୫ (ଓଡ଼ିଆ ପୁଅ/ପ୍ରମୋଦ କୁମାର ରାୟ) : ଭଦ୍ରକରେ ଘଟିଥିବା ସାଂପ୍ରଦାୟୀକ ବିଦ୍ୱେଷର ଏକ ବିଚାର ବିଭାଗୀୟ ତଦନ୍ତ କରାଯାଇ,ଏହାର ମୂଳକାରଣକୁ ଅନୁସନ୍ଧାନ କରାଯିବା ସହିତ ସ୍ଥାୟୀ ସମାଧାନ ନିମନ୍ତେ ପ୍ରୟାସ କରାଯାଉ ଓ ଘଟଣା ସମୟରେ ଯେଉଁ ସବୁ ଅଧିକାରୀମାନେ ନିୟୋଜିତ ହୋଇ କାର୍ଯ୍ୟରେ ଅବହେଳା ପ୍ରର୍ଦଶନ କରିଥିଲେ ,ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଏକ ସ୍ମାରକପତ୍ର ମାଧ୍ୟମରେ ଜିଲାପାଳଙ୍କ ନିକଟରେ ଦାବି କରିଛି ଭଦ୍ରକ ଶାନ୍ତି ସଦଭାବନା ସମିତି। ଏହା ସହିତ ଏହି ହିଂସାର ପରବର୍ତ୍ତୀକାଳରେ ଗିରଫ ହୋଇଥିବା ବା ନିରପରାଧ ବ୍ୟକ୍ତିମାନଙ୍କୁ ତୁରନ୍ତ ସମ୍ମାନରସହ ଖଲାସ କରାଯାଉ। ଏକ ଫାଷ୍ଟଟ୍ରାକ କୋର୍ଟରେ ସମସ୍ତ ଅଭିଯୁକ୍ତମାନଙ୍କର ବିଚାର…

"ଭଦ୍ରକ ସାଂପ୍ରଦାୟୀକ ବିଦ୍ୱେଷର ସମାଧାନ ପାଇଁ ଜିଲାପାଳଙ୍କୁ ସ୍ମାରକପତ୍ର"

ସଡକ ଦୁର୍ଘଟଣାରେ ପତ୍ନୀଙ୍କ ମୃତ୍ୟୁ, ସ୍ୱାମୀ ଓ ଶିଶୁପୁତ୍ର ଗୁରୁତର

ଭଦ୍ରକ, ୪/୫ (ଓଡ଼ିଆ ପୁଅ/ପ୍ରମୋଦ କୁମାର ରାୟ) : ଆଜି ଅପରାହ୍ନ ପ୍ରାୟ ୧ଟା ସମୟରେ ବାଇକ୍ ଯୋଗେ ସପରିବାର ସହ ଭଦ୍ରକ ଡାକ୍ତରଖାନା ଆସୁଥିବା ଜଣେ ବ୍ୟକ୍ତିଙ୍କର ପତ୍ନୀ ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବାବେଳେ ସେ ଓ ତାଙ୍କର ୫ ବର୍ଷର ଶିଶୁପୁତ୍ର ଗୁରୁତର ଭାବେ ଭଦ୍ରକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ପଡୋଶୀ ବାଲେଶ୍ୱର ଜିଲାର ସିମୁଳିଆ ଥାନା ଅଧୀନସ୍ଥ ସହଜପଦା ଗ୍ରାମନିବାସୀ ଭାଗବତ ଓଝା ନିଜ ବାଇକ୍ରେ ପତ୍ନୀ ଦମୟନ୍ତୀ (୨୮) ଓ ପୁତ୍ର ଦୁଷ୍ମନ୍ତ (୫) ସହ ଭଦ୍ରକ ଡାକ୍ତରଖାନା ଆସୁଥିଲେ। ଅପରାହ୍ନ ପ୍ରାୟ ୧ଟା ସମୟରେ ୫ନଂ ଜାତୀୟ ରାଜପଥର ରାଣୀତାଲ କୃଷି ବିଜ୍ଞାନ…

"ସଡକ ଦୁର୍ଘଟଣାରେ ପତ୍ନୀଙ୍କ ମୃତ୍ୟୁ, ସ୍ୱାମୀ ଓ ଶିଶୁପୁତ୍ର ଗୁରୁତର"

ଭଦ୍ରକ ସାହିତ୍ୟ ଓ ସଂସ୍କୃତି ଏକାଡେମୀର ପୁସ୍ତକ ଉନ୍ମୋଚନ ସମାରୋହ

ଭଦ୍ରକ, ୪/୫ (ଓଡ଼ିଆ ପୁଅ/ପ୍ରମୋଦ କୁମାର ରାୟ) : ଭଦ୍ରକ ସାହିତ୍ୟ ଓ ସଂସ୍କୃତି ଏକାଡେମୀର ପୁସ୍ତକ ଉନ୍ମୋଚନ ଓ ବଂଧୁମିଳନ ସମାରୋହ ସ୍ଥାନୀୟ ଜାନୁଗଂଜସ୍ଥ “ଦିବ୍ୟମ୍” ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଏକାଡେମୀର ପ୍ରତିଷ୍ଠାତା ଡ. ଶଶଧର ଦାସଙ୍କ ଲିଖିତ ଶିଶୁ କାହାଣୀ ପୁସ୍ତକ “ସାଇନି ପାଇଁ କାହାଣୀ” ର ଉନ୍ମୋଚନ ସମାବେଶରେ ପ୍ରଫେସର ଡ. ସନାତନ ମହାନ୍ତି ଅଧ୍ୟକ୍ଷତା କରିଥିଲେ। ଉନ୍ମୋଚିତ ପୁସ୍ତକର ସମୀକ୍ଷା କରିଥିଲେ ବିଶିଷ୍ଟ ସ୍ତମ୍ଭକାର ଡ. ନରହରି ବେହେରା। ଡ. ଦୁର୍ଯ୍ୟୋଧନ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ନିଜ ପୁସ୍ତକ ସଂପର୍କରେ ଲେଖକ ଡ. ଦାସ କହିଲେ ଯେ ଶିଶୁ ସାହିତ୍ୟ ରଚନାରେ ଏହା ତାଙ୍କର ଆଦ୍ୟ…

"ଭଦ୍ରକ ସାହିତ୍ୟ ଓ ସଂସ୍କୃତି ଏକାଡେମୀର ପୁସ୍ତକ ଉନ୍ମୋଚନ ସମାରୋହ"