ଭଦ୍ରକ : ଆଖଣ୍ଡଳମଣିଙ୍କ ଜାଗରଯାତ୍ରା ଆଉ ୫ ଦିନ ମରାମତି ନୋହିଲା ଭଦ୍ରକ-ଆରଡି ମୁଖ୍ୟ ରାସ୍ତା

ଭଦ୍ରକ, ୯ା ୨ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ପ୍ରସିଦ୍ଧ ଶୈବପୀଠ ଆରଡିଧାମର ଆରାଧ୍ୟ ଦେବ ବାବା ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ଜାଗରଯାତ୍ରା ଆଉ ୬ ଦିନ ବାକି। ଏଥି ପାଇଁ ପୀଠରେ ଚାଲିଛି ବ୍ୟାପକ ପ୍ରସ୍ତୁତି। ବିଶେଷକରି ଯାତ୍ରାରେ ଲକ୍ଷାଧିକ ଭକ୍ତମାନଙ୍କର ସମାଗମକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ନେଇ ଗତମାସ ପ୍ରଥମ ସପ୍ତାହରେ ଅନୁଷ୍ଠିତ ହୋଇଥିଲା ପ୍ରସ୍ତୁତି ବୈଠକ। ଉକ୍ତ ବୈଠକରେ ଅଗଣିତ ଭକ୍ତମାନଙ୍କର ଯାତାୟାତ, ପାନୀୟଜଳ, ସ୍ୱାସ୍ଥ୍ୟ ଓ ପରିମଳ ଉପରେ ଗୁରୁତ୍ୱରୋପ ଭାବେ ଆଲୋଚନା କରାଯିବା ସହ ଭଦ୍ରକ- ଆରଡି ମୁଖ୍ୟ ରାସ୍ତାର ମରାମତି ସହ ପୀଠକୁ ସଂଯୋଗ କରୁଥିବା ବିଭିନ୍ନ ରାସ୍ତାର…

"ଭଦ୍ରକ : ଆଖଣ୍ଡଳମଣିଙ୍କ ଜାଗରଯାତ୍ରା ଆଉ ୫ ଦିନ ମରାମତି ନୋହିଲା ଭଦ୍ରକ-ଆରଡି ମୁଖ୍ୟ ରାସ୍ତା"

ଭଦ୍ରକ : ମଦବେପାରୀଙ୍କୁ ଧରିବାକୁ ଯାଇ ମାଡ ଖାଇ ଫେରିଲା ବାଂଶଡା ପୁଲିସ, ଥାନାରେ ମାମଲା

ଭଦ୍ରକ, ୯ା ୨ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଏହି ଜିଲାର ଚାନ୍ଦବାଲି ବ୍ଲକ୍ ଚରଦିଆ ପଞ୍ଚାୟତରେ ଚୋରା ମଦର ସୁଅ ଛୁଟିଛି। ଏ ସମସ୍ତ ଖବର ବାଂଶଡା ପୁଲିସ ପାଖରେ ପହଂଚିବା ପରେ ମଧ୍ୟ ଫଳ ଶୂନ। ଏହି ଚୋରା ମଦବେପାରୀଙ୍କୁ ଧରିବାକୁ ଯାଇ ବାଂଶଡା ପୁଲିସକୁ ହଟହଟା ହେବାକୁ ପଡିଛି। ଘଟଣାରୁ ଜଣା ଯାଇଛି ବାଂଶଡା ଥାନା ପୁଲିସ ଚରଦିଆ ପଂଚାୟତରେ ଥିବା ଚୌଧୁରୀ ଘାଟ, ହରିଶପୁର, ରାଜରାଜେଶ୍ୱର ପଲ୍ଲୀ ତଥା ଚରଦିଆ ବଜାର ଠାରେ ଚାଲିଥିବା ଚୋରା ମଦ ବେପାରୀଙ୍କୁ ଧରିବାକୁ ବହୁତ ପ୍ରୟାଶ କରିଥିଲେ, ହେଲେ ସେଥିରେ ବିଫଳ ହୋଇଛନ୍ତି। ବାଂଶଡା ଥାନା ପୁଲିସ ଯାଇ ଚରଦିଆ…

"ଭଦ୍ରକ : ମଦବେପାରୀଙ୍କୁ ଧରିବାକୁ ଯାଇ ମାଡ ଖାଇ ଫେରିଲା ବାଂଶଡା ପୁଲିସ, ଥାନାରେ ମାମଲା"

ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ

ଭଦ୍ରକ, ୯ା ୨ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ନୂଆବଜାରସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ଚତୁର୍ଦ୍ଦଶ ବାର୍ଷିକ ଉସ୍ôବ ମହାସମାରୋହରେ ପାଳିତ ହୋଇଯାଇଛି। ଅକ୍ଷୟ ପ୍ରସାଦ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ଓ ରାଜ୍ୟପାଳ ପୁରସ୍କୃତପ୍ରାପ୍ତ ଶିକ୍ଷକ ପୁରୁଷୋତ୍ତମ ଓଝା, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରଫେସର ଯୋଗେନ୍ଦ୍ର ଜେନା, ସମ୍ମାନିତ ଅତିଥି ଭାବେ ପରୀକ୍ଷା ନିୟନ୍ତ୍ରକ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ପ୍ରଫେସର ଅଟଳ ବିହାରୀ ନାୟକ, ପଙ୍କଜିନୀ ମହାପାତ୍ର, ଶିବପ୍ରସାଦ ଜେନା ସଂଯୋଜକ ଭାବେ ଯୋଗଦାନପୁର୍ବକ ପିଲାମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା ପୁର୍ବକ ଉତ୍ତମ ନାଗରିକ ହେବା ପାଇଁ ପ୍ରେରଣ ଦେଇଥିଲେ। ଆଚାର୍ଯ୍ୟା ସୁଶ୍ରୀ ତପସ୍ୱିନୀ ଦାଶ…

"ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ"

ଜିଲ୍ଲା ସ୍କୁଲ୍ ଭଦ୍ରକର ବାର୍ଷିକ ଉତ୍ସବ “ବିଦ୍ୟାଳୟ ମଣିଷ ତିଆରି ମନ୍ଦିର”

ଭଦ୍ରକ, ୯ା ୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଜିଲ୍ଲାସ୍କୁଲ୍, ଭଦ୍ରକର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଭଦ୍ରକର ମାନ୍ୟବର ବିଧାୟକ ଯୁଗଳ କିଶୋର ପଟ୍ଟନାୟକ ବିଦ୍ୟାଳୟ ମଣିଷ ତିଆରି ମନ୍ଦିର ବୋଲି ମତପ୍ରଦାନ କରିଥିଲେ। ମୁଖ୍ୟ ବକ୍ତା ଭାବେ ଯୋଗଦାନ କରି ଅବସରପ୍ରାପ୍ତ ପ୍ରଫେସର ଡଃ ନଟବର ଶତପଥୀ ଶିକ୍ଷା ମଣିଷକୁ ଭଲ ମଣିଷ କରିବାରେ ସାହାଯ୍ୟ କରେ ଏବଂ ବିଦ୍ୟାଳୟର ଭୂମିକା ସେ କ୍ଷେତ୍ରରେ ଅଗ୍ରଗଣ୍ୟ ବୋଲି ସ୍ପଷ୍ଟ ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ଭଦ୍ରକର ପୌରାପଳ ଶ୍ରୀଯୁକ୍ତ ମାନସ କୁମାର ମହାନ୍ତି ଶିକ୍ଷକ ଓ ଶିକ୍ଷୟିତ୍ର ମାନେ ସମାଜ…

"ଜିଲ୍ଲା ସ୍କୁଲ୍ ଭଦ୍ରକର ବାର୍ଷିକ ଉତ୍ସବ “ବିଦ୍ୟାଳୟ ମଣିଷ ତିଆରି ମନ୍ଦିର”"

ମହାପ୍ରଭୁ ‘‘ଶ୍ରୀ ଜଗନ୍ନାଥ ଭଜନ ବଲ୍ଲରୀ’’ ପୁସ୍ତକ ଲୋକାର୍ପିତ

ଭଦ୍ରକ, ୯ା ୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଆଜି ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ତାଙ୍କ ଲୀଳାକୁ ନେଇ ରଚିତ ‘‘ଶ୍ରୀ ଜଗନ୍ନାଥ ଭଜନ ବଲ୍ଲରୀ’’ ପୁସ୍ତକ ମହାସମାରୋହରେ ଲୋକାର୍ପିତ ହୋଇଯାଇଛି। ଭଦ୍ରକ ଜିଲ୍ଲା କଳାକାର ସଂଘର ସଭାପତି ଉଜ୍ଜ୍ୱଳ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଲୋକାର୍ପଣ ଉସ୍ôବରେ ଜିଲ୍ଲା ସୂଚନା ଲୋକ ସଂମ୍ପର୍କ ଓ ସଂସ୍କୃତି ଅଧିକାରୀ ଗୋଲକ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁସ୍ତକ ଉନ୍ମୋଚନ କରିଥିଲେ। ଏହି ଅବସରରେ ବିଶ୍ୱର ଦେବତା ଜଗନ୍ନାଥ ମହାପ୍ରଭୁଙ୍କ ଉପରେ ସଂସ୍କୃତି ଆଧାରିତ ଏହି ପୁସ୍ତକ ବେଶ ଜନାଦୃତ ହେବ ବୋଲି କହିଥିଲେ। ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟରେ ସାହିତ୍ୟ…

"ମହାପ୍ରଭୁ ‘‘ଶ୍ରୀ ଜଗନ୍ନାଥ ଭଜନ ବଲ୍ଲରୀ’’ ପୁସ୍ତକ ଲୋକାର୍ପିତ"

ଜିଲ୍ଲା ମହିଳା କଂଗ୍ରେସର କର୍ମୀ ସମ୍ମିଳନୀ

ଭଦ୍ରକ, ୯ା ୨ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ପ୍ରଦେଶ ମହିଳା କଂଗ୍ରେସ ଆହ୍ୱାନ କ୍ରମେ ଭଦ୍ରକ ମହିଳା କଂଗ୍ରେସର ସଭାପତି ସବିତା ଚନ୍ଦଙ୍କ ସଭାପତିତ୍ୱରେ ଜିଲ୍ଲାରେ ମହିଳା କଂଗ୍ରେସକୁ ଶକ୍ତିଶାଳୀ କରିବା ନିମନ୍ତେ ‘ ଆଇ.ଏମ.କରେଜ’ ନାମକ ଏକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଜିଲ୍ଲାରେ ୭ଗୋଟି ବ୍ଲକ ଓ ୪ଗୋଟି ଏନ.ଏ.ସି ସ୍ତରୀୟ ବୈଠକ ମାର୍ଚ୍ଚ ମାସ ଶେଷ ସୁଦ୍ଧା ସମ୍ପର୍ଣ୍ଣ କରାଯାଇ ବୁଥ ସ୍ତରରୁ ମହିଳା ସଶକ୍ତି କରଣ କାର୍ଯ୍ୟକ୍ରମକୁ ହାତକୁ ନିଆଯିବା ପାଇଁ ବୈଠକରେ ନିତି ନିର୍ଦ୍ଧାରଣ କରାଗଲା। ଉକ୍ତ ବୈଠକରେ ପ୍ରଦେଶ ମହିଳା କଂଗେସର ସାଧାରଣ ସମ୍ପାଦିକା ପ୍ରତିମା ମଲ୍ଲିକ, ସମ୍ପାଦିକ ଭାଗ୍ୟଶ୍ରୀ ପ୍ରଧାନ, ଜ୍ୟୋସ୍ନାରାଣୀ ପଣ୍ଡା,…

"ଜିଲ୍ଲା ମହିଳା କଂଗ୍ରେସର କର୍ମୀ ସମ୍ମିଳନୀ"

ଭଦ୍ରକ ଜିଲ୍ଲା ମହୋତ୍ସବ ଭଦ୍ରାୟନୀ ଓ ପଲ୍ଲୀଶ୍ରୀ ମେଳା ୨୦୧୮

ଭଦ୍ରକ, ୯ା ୨ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲ୍ଳାପ୍ରଶାସନ ପକ୍ଷରୁ ଚଳିତ ବର୍ଷ ଜିଲ୍ଲାମହୋତ୍ସବ ଭଦ୍ରାୟନୀ ଜିଲ୍ଲାପାରମ୍ପାରିକ ଲୋକକଳା ଉତ୍ସବ, କୃଷିମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ଆସନ୍ତା ଫେବୃୟାରୀ ୧୫ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ନେହେରୁ ଷ୍ଟାଡ଼ିୟମ ଠାରେ ଅନୁଷ୍ଠିତ ହେବାକୁ ସ୍ଥିରକରାଯାଇଛି। ଏହି ମହୋତ୍ସବକୁ କିପରି ସଫଳତାର ସହ ଅନୁଷ୍ଠିତ ହେବ ଏଥିନିମନ୍ତେ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହ ପରିସରରେ ଜିଲ୍ଲାପାଳ ଜ୍ଞାନ ଦାସ ଜିଲ୍ଲାସ୍ତରୀୟ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସହିତ ଏକ ସୌହାଦ୍ୟପୂର୍ଣ୍ଣ ଆଲୋଚନା କରାଯାଇଥିଲା। ଚଳିତବର୍ଷ ଭଦ୍ରାୟଣୀ ମହୋତ୍ସବ ଜରିଆରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ପାଇଁ ସ୍ଥିର କରାଯାଇଛି। ସବୁ କାର୍ଯ୍ୟକ୍ରମରେ ଗଣମାଧ୍ୟମ ପ୍ରତିନିଧିମାନେ…

"ଭଦ୍ରକ ଜିଲ୍ଲା ମହୋତ୍ସବ ଭଦ୍ରାୟନୀ ଓ ପଲ୍ଲୀଶ୍ରୀ ମେଳା ୨୦୧୮"

ଜୀବନରେ ସଠିକ ଲକ୍ଷ୍ୟ ନିରୂପଣ ସଫଳତାର ମୂଳମନ୍ତ୍ର ସରକାରୀ ବାଳିକା ହାଇସ୍କୁଲ ଭଦ୍ରକରେ କ୍ୟାରିୟର କାଉନ୍ସେଲିଂ କାର୍ଯ୍ୟକ୍ରମ

ଭଦ୍ରକ, ୯ା ୨ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଜୀବନରେ ଉପଯୁକ୍ତ ଲକ୍ଷ୍ୟ ନିର୍ଦ୍ଧାରଣ ଓ ଲକ୍ଷ୍ୟ ଅନୁଗାମୀ କର୍ମପନ୍ଥା ସଫଳତା ଆଣି ଦେଉଥାଏ। ଛାତ୍ରୀ ଜୀବନ ହେଉଛି ଲକ୍ଷ୍ୟ ନିର୍ଦ୍ଧାରଣର ଉପଯୁକ୍ତ ସମୟ ବୋଲି ଭଦ୍ରକ ସରକାରୀ ବାଳିକା ହାଇସ୍କୁଲ ପରିସରରେ ଆୟୋଜିତ କ୍ୟାରିୟର କାଉନ୍ସେଲିଂ କାର୍ଯ୍ୟକ୍ରମ ଅବସରରେ ବକ୍ତାମାନେ ମତପ୍ରକାଶ କରିଛନ୍ତି।ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସିି.ଏଚ୍. ବିଜୟଲକ୍ଷ୍ମୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବକୁ ପୂର୍ତ ବିଭାଗ ନିର୍ବାହି ଯନ୍ତ୍ରୀ ଇଂ ଅମିୟ ରଂଜନ ନାୟକ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ।ପ୍ରଧାନ ଶିକ୍ଷୟିତ୍ରୀ ସ୍ୱାଗତ ଅଭିଭାଷଣ ଉପସ୍ଥାପନ କରିବା ଅବସରରେ ଆଜିର ଦିନରେ ଛାତ୍ରୀମାନଙ୍କ ନିମନ୍ତେ କ୍ୟାରିୟର କାଉନ୍ସେଲିଂ କାର୍ଯ୍ୟକ୍ରମ ଆବଶ୍ୟକତା ଉପରେ…

"ଜୀବନରେ ସଠିକ ଲକ୍ଷ୍ୟ ନିରୂପଣ ସଫଳତାର ମୂଳମନ୍ତ୍ର ସରକାରୀ ବାଳିକା ହାଇସ୍କୁଲ ଭଦ୍ରକରେ କ୍ୟାରିୟର କାଉନ୍ସେଲିଂ କାର୍ଯ୍ୟକ୍ରମ"

କରଞ୍ଜମାଳରେ ମେଗା ସ୍ୱାସ୍ଥ୍ୟଶିବିର : ୮୦୦ ରୁ ଊର୍ଦ୍ଧ୍ୱ ରୋଗୀ ଚିକିତ୍ସିତ

ଭଦ୍ରକ, ୯ା ୨ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଆଦାନୀ ଧାମରା ପୋର୍ଟ ଓ ଜିଲାସ୍ୱାସ୍ଥ୍ୟ ମିଶନର ମିଳିତ ଉଦ୍ୟମରେ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଆଜି ବନ୍ଦର ନିକଟସ୍ଥ କରଞ୍ଜମାଳ ପଂଚାୟତରେ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଭଦ୍ରକ ଜିଲା ପଂଚାୟତ ସମିତି ଅଧ୍ୟକ୍ଷ ଦ୍ୱିଜବର ରାଉତ ଉଦ୍ଘାଟନ କରିଥିଲେ। ଉଦ୍ଘାଟନ ସମୟରେ ଭଦ୍ରକ ଜିଲା ପ୍ରକଳ୍ପ ଅଧିକାରୀ ଦିଲିପ ସାହୁ, ଚାନ୍ଦବାଲି ବିଡ଼ିଓ ମନୋଜ ପାତ୍ର, ଚାନ୍ଦବାଲି ତହସିଲଦାର ପି.ଚାନ୍ଦ, ଚାନ୍ଦବାଲି ପଂଚାୟତ ସମିତି ଅଧ୍ୟକ୍ଷା ମାନସୀ ସାହୁ, କରଞ୍ଜମାଳ ସରପଂଚ ପଦ୍ମାଳୟା ମହାଳିକ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ପ୍ରାଥମିକ ସ୍ୱାସ୍ଥ୍ୟକୁ ଅଗ୍ରାଧିକାର ଦେଇ ଜିଲା…

"କରଞ୍ଜମାଳରେ ମେଗା ସ୍ୱାସ୍ଥ୍ୟଶିବିର : ୮୦୦ ରୁ ଊର୍ଦ୍ଧ୍ୱ ରୋଗୀ ଚିକିତ୍ସିତ"

ଆଧାର ଟେନ୍ସନ୍ : ତ୍ରୁଟି ଯେତିକି, ବରିଷ୍ଠଙ୍କ ଚିନ୍ତା ସେତିକି

ଭଦ୍ରକ, ୮ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଆଧାର କାର୍ଡ ଏବେ ବେଶ୍ ଗୁରୁତ୍ୱପୂର୍ଣ୍ଣ । ବିଦ୍ୟାଳୟରେ ନାମଲେଖା ଠାରୁ ଆରମ୍ଭ କରି ବ୍ୟାଙ୍କ ପାସ୍ବୁକ୍ ଖୋଲାଯିବା ଯାଏ, ଗ୍ୟାସ୍ ସଂଯୋଗଠୁ ଆରମ୍ଭ କରି ଭୋଟର ତାଲିକା ଯାଏ ବିଭିନ୍ନ କ୍ଷେତ୍ରରେ ଏହାକୁ କ୍ରମେ ବାଧ୍ୟତାମୂଳକ କରାଯାଉଛି । ଭବିଷ୍ୟତରେ ମଧ୍ୟ ଏହାର ବ୍ୟବହାର ବାଧ୍ୟତାମୂଳକ ହେବା ଏକ ପ୍ରକାର ନିଶ୍ଚିତ । ହେଲେ ଆଧାରକାର୍ଡରେ ଦେଖାଯାଉଥିବା ବ୍ୟାପକ ତ୍ରୁଟି ଓ ବୟସାଧିକ କାରଣରୁ ଆଙ୍ଗୁଳି ଛାପ ସ୍ପଷ୍ଟ ହୋଇପାରୁନଥିବାରୁ କାର୍ଡଧାରୀଙ୍କ ଚିନ୍ତା ଦିନକୁ ଦିନ ବଢିବାରେ ଲାଗିଛି । ଏବେ ୮୦ ପ୍ରତିଶତ କାର୍ଡରେ କିଛିନା କିଛି ତ୍ରୁଟି ଦେଖିବାକୁ ମିଳୁଛି ।…

"ଆଧାର ଟେନ୍ସନ୍ : ତ୍ରୁଟି ଯେତିକି, ବରିଷ୍ଠଙ୍କ ଚିନ୍ତା ସେତିକି"