ଭଦ୍ରକ ଜିଲ୍ଲା ମହୋତ୍ସବର ଷଷ୍ଠ ସନ୍ଧ୍ୟା

ଭଦ୍ରକ, ୧୦ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ଗାନ୍ଧିପଡିଆରେ ଚାଲିଥିବା ଭଦ୍ରକ ଜିଲ୍ଳା ମହୋତ୍ସବର ଷଷ୍ଠ ସନ୍ଧ୍ୟାରେ କବି ବିଦ୍ୟୁତ୍ପ୍ରଭା ଦେବୀଙ୍କ ନାମରେ ନାମିତ ମଞ୍ଚକୁ ପୂର୍ବତନ ବାଚସ୍ପତି ଶରତ କର ମୁଖ୍ୟଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିଲେ। ଉତ୍ସବରେ ବିଶିଷ୍ଟ ଅତିଥି ଭାବେ ଆଠଗଡ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ମୁଖ୍ୟବକ୍ତା ଭାବେ ଓଡିଶା ବୈଷୟିକ ଶିକ୍ଷା ନିର୍ଦ୍ଦେଶକ ଡ. ହରିହର କାନୁନ୍ଗୋ, ବରେଣ୍ୟ ଅତିଥି ଭାବେ କବୟତ୍ରୀ ଡ. ମନୋରମା ବିଶ୍ୱାଳ ମହାପାତ୍ର, ଡ. ଅଭୟ ଦ୍ୱିବେଦୀ, ସୌଭାଗ୍ୟ ସାହୁ, ଯୁବନେତା ନଳିନୀ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ମୁଖ୍ର ଅତିଥି ଶ୍ରୀ କର ତାଙ୍କ ଭାଷଣରେ…

"ଭଦ୍ରକ ଜିଲ୍ଲା ମହୋତ୍ସବର ଷଷ୍ଠ ସନ୍ଧ୍ୟା"

୪ର୍ଥ ଭଦ୍ରକ ମହୋତ୍ସବର ୫ମ ସଂଧ୍ୟା ଜୟ ଜବାନ, ଜୟ କିସାନ ନାରାର ଏବେ ମଧ୍ୟ ପ୍ରାସଙ୍ଗିକତା ରହିଛି

ଭଦ୍ରକ, ୧୦ା୧ (ଓଡ଼ିଆପୁଅ / ପ୍ରମୋଦ ରାୟ) : ୪ର୍ଥ ଜିଲ୍ଲାସ୍ତରୀୟ ସାଂସ୍କୃତିକ ସମାରୋହ ‘ଭଦ୍ରକ ମହୋତ୍ସବ ଓ ପୁସ୍ତକମେଳାର’ର ବମଙ୍ଗଳବାର ଥିଲା ୫ମ ସଂଧ୍ୟା। ନେହେରୁ ଷ୍ଟାଡ଼ିୟମ ଠାରେ ବରିଷ୍ଠ ଆଇନଜୀବୀ ନିରାକାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସାରସ୍ୱତ ସଂଧ୍ୟାରେ ମୁଖ୍ୟ ଅତିଥି ଭାବରେ ପ୍ରାକ୍ତନ ବିଧାୟକ ନରେନ ପଲେଇ ଯୋଗଦେଇ ଲାଲା ବାହାଦୁର ଶାସ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ‘ଜୟ ଜବାନ ଜୟ କିସାନ’’ ନାରାର ଆଜି ମଧ୍ୟ ପ୍ରାସଙ୍ଗିକତା ରହିଥିବା କହିଥିଲେ। ‘କୃଷି, କୃଷକ ଓ କୃଷିନିତୀ’ ଶୀର୍ଷକ ଆଲୋଚନାଚକ୍ରରେ ଉପରେ ଶ୍ରୀ ପଲେଇ କହିଥିଲେଯେ କୃଷକଙ୍କ ପାଇଁ ଦେଶର ପ୍ରଗତୀ ସମ୍ଭବ ହୋଇଛି। କିନ୍ତୁ ସେମାନଙ୍କ ପାଇଁ ଉପଯୁକ୍ତ ପ୍ରୋତ୍ସାହନ…

"୪ର୍ଥ ଭଦ୍ରକ ମହୋତ୍ସବର ୫ମ ସଂଧ୍ୟା ଜୟ ଜବାନ, ଜୟ କିସାନ ନାରାର ଏବେ ମଧ୍ୟ ପ୍ରାସଙ୍ଗିକତା ରହିଛି"

ଭଦ୍ରକରେ ଜିଲ୍ଲାସ୍ତରୀୟ ଜନଜାତି କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ

ଭଦ୍ରକ, ୧୦ା୧ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲ୍ଲା ପ୍ରଶାସନ ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗ ମିଳିତ ଆନୁକୁଲ୍ୟରେ ଦୁଇଦିନ ଧରି ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଜନଜାତି କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଉଦଯାପନୀ ଉତ୍ସବରେ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁବିକାଶ ବିଭାଗର ମନ୍ତୀ ପ୍ରଫୁଲ ସାମଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜ୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ଜନଜାତି ପିଲାମାନଙ୍କର କ୍ରୀଡାର ବିକାଶ କରିବା ସହ ସେମାନଙ୍କ କ୍ରୀଡା ପ୍ରତିଭାକୁ ଆଣିବା ପାଇଁ ଜନଜାତି କ୍ରୀଡା ପ୍ରତିଯୋଗିତା ଆୟୋଜନ କରାଯାଇଛି ବୋଲି ମନ୍ତୀ ଶ୍ରୀ ସାମଲ ବକ୍ତବ୍ୟରେ…

"ଭଦ୍ରକରେ ଜିଲ୍ଲାସ୍ତରୀୟ ଜନଜାତି କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ"

ଭଦ୍ରକ ଜିଲା ଓଷ୍ଟାର ବନ୍ଧୁମିଳନ ଓ ସାମ୍ବାଦିକ ସମ୍ମିଳନୀ

ଭଦ୍ରକ, ୧୦ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ଭଦ୍ରକ ଜିଲା ଶାଖାର ବନ୍ଧୁମିଳନ ଓ ସାମ୍ବାଦିକ ସମ୍ମିଳନୀ ଅପର୍ତ୍ତିବିନ୍ଧାସ୍ଥିତ ସଂଘ କାର୍ଯ୍ୟାଳୟ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ସଭାରେ ସଭାପତିତ୍ୱ କରିଥିଲେ ଓଷ୍ଟାର ଜିଲା ସଭାପତି ଉପେନ୍ଦ୍ର ପ୍ରସାଦ ପାଢୀ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଓଷ୍ଟାର ସଂପାଦକ ଅକ୍ଷୟ କୁମାର ହୋତା, ରାଜ୍ୟ ସଂପାଦିକା ସୁରଜିତା ନାୟକ, ଜିଲା ଓଷ୍ଟାର ଉପଦେଷ୍ଟା ସାଧୁଚରଣ ଷଡଙ୍ଗୀ, ଜିଲା ସଂପାଦକ ପ୍ରଦୀପ୍ତ କୁମାର ଦାସ, ରାଜ୍ୟ କାର୍ଯ୍ୟକାରୀ ସଭ୍ୟ ପୂର୍ଣ୍ଣଚନ୍ଦ୍ର ଦାଶ, କାର୍ଯ୍ୟକାରୀ ସଭାପତି ରବିନାରାୟଣ ମଲ୍ଲିକ, ଉପସଭାପତି ତରୁଙ୍ଗିଣୀ ନାୟକ ଓ ଦେବବ୍ରତ ତ୍ରିପାଠୀ,…

"ଭଦ୍ରକ ଜିଲା ଓଷ୍ଟାର ବନ୍ଧୁମିଳନ ଓ ସାମ୍ବାଦିକ ସମ୍ମିଳନୀ"

ଭଦ୍ରକ ଜିଲା ସମିତି ସଭ୍ୟ/ସଭ୍ୟା ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ

ଭଦ୍ରକ, ୧୦ା୧ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଗ୍ରାମପଞ୍ଚାୟତର ସମସ୍ତ ଆର୍ଥିକ ଉନ୍ନୟନ ଓ ଜନହିତକର ଯୋଜନାର ନେଣଦେଣରେ ସମିତି ସଭ୍ୟ/ସଭ୍ୟାଙ୍କ ଅନ୍ତର୍ଭୁକ୍ତ ସହ ଚେକ୍ରେ ଦସ୍ତଖତର ଆବଶ୍ୟକତାକୁ ବାଧ୍ୟତାମୂଳକ କରାଯିବା, ଗ୍ରାମପଞ୍ଚାୟତର ଜନସାଧାରଣଙ୍କୁ ଅଧିକରୁ ଅଧିକତର ସେବା ଯୋଗାଇଦେବା ପାଇଁ ପାଉଥିବା ମାସିକ ଭତ୍ତା ୧୮୮୦ ଟଙ୍କା ପରିବର୍ତ୍ତେ ୩୦ ହଜାର କରାଯିବା, ଗ୍ରାମପଞ୍ଚାୟତର ଉନ୍ନୟନ ମୂଳକ କାର୍ଯ୍ୟପାଇଁ ସମିତି ସଭ୍ୟ / ସଭ୍ୟାଙ୍କ ବାର୍ଷିକ ହାତପାଣ୍ଠି ୩୦ ଲକ୍ଷ ଟଙ୍କା କରାଯିବା, ବିଭିନ୍ନ ପ୍ରମାଣପତ୍ର ପ୍ରଦାନରେ ସମିତି ସଭ୍ୟ / ସଭ୍ୟାଙ୍କୁ କ୍ଷମତା ପ୍ରଦାନ, ଗ୍ରାମପଞ୍ଚାୟତର ବାର୍ଷିକ ଖସଡା ଅନୁମୋଦନରେ ସମିତି ସଭ୍ୟ/ସଭ୍ୟାଙ୍କ ଦସ୍ତଖତ ସହ ଅନ୍ତର୍ଭୁକ୍ତ କରାଯିବା, ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ…

"ଭଦ୍ରକ ଜିଲା ସମିତି ସଭ୍ୟ/ସଭ୍ୟା ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ"

ବିଜେପୁର ଗୁଳିକାଣ୍ଡକୁ ବିରୋଧ କରି ଭଦ୍ରକ ଜିଲ୍ଲା ବିଜେପି ପକ୍ଷରୁ ବିକ୍ଷୋଭ ମୁଖ୍ୟମନ୍ତ୍ରୀ ଓ ଶ୍ରମମନ୍ତ୍ରୀଙ୍କ ଇସ୍ତପା ଦାବି ସହ କୁଶ ପୁତ୍ତଳିକା ଦାହ

ଭଦ୍ରକ, ୧୦ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ବିଜେପୁରରେ ଶାସକ ବିଜେଡ଼ି ଗୁଣ୍ଡାଙ୍କ ଦ୍ୱାରା ବିଜେପି ଯୁବକାର୍ଯ୍ୟକର୍ତ୍ତା ମନୋରଂଜନ ମେହେରଙ୍କୁ ଜୀବନରୁ ମାରିଦେବାକୁ ଧମକ ଓ ଘରେ ପଶି ଗୁଳି ଫୁଟାଇବା ପ୍ରତିବାଦରେ ଆଜି ଭଦ୍ରକ ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲା ସଭାପତି ବଦ୍ରୀନାରାୟଣ ଧଳଙ୍କ ନେତୃତ୍ୱରେ ଗଣବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ବିଜେପିର ଶତାଧିକ କାର୍ଯ୍ୟକର୍ତ୍ତା ଜିଲ୍ଲା କାର୍ଯ୍ୟଳୟରୁ ବାହାରି ନବୀନ ସରକାର ବିରୋଧି ନାରା ଦେଇ ଏକ ଶୋଭାଯାତ୍ରାରେ ବନ୍ତଛକ ବସଷ୍ଟାଣ୍ଡ ଠାରେ ପହଞ୍ଚିଥିଲେ। ଜିଲ୍ଲା ସଭାପତି ଶ୍ରୀ ଧଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବିକ୍ଷୋଭ ସଭାରେ ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ଡ଼ା ପ୍ରଦୀପ ନାୟକ, ଜାତୀୟ ପରିଷଦ ସଭ୍ୟ ଶରତ ଦାସ,…

"ବିଜେପୁର ଗୁଳିକାଣ୍ଡକୁ ବିରୋଧ କରି ଭଦ୍ରକ ଜିଲ୍ଲା ବିଜେପି ପକ୍ଷରୁ ବିକ୍ଷୋଭ ମୁଖ୍ୟମନ୍ତ୍ରୀ ଓ ଶ୍ରମମନ୍ତ୍ରୀଙ୍କ ଇସ୍ତପା ଦାବି ସହ କୁଶ ପୁତ୍ତଳିକା ଦାହ"

ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସଂପତ୍ତି ନଷ୍ଟ, ୫ ଗୋରୁ ଜୀବନ୍ତ ଦଗ୍ଧ

ଭଦ୍ରକ, ୧୦ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ପୂର୍ବ ଶତ୍ରୁତାକୁ ନେଇ ଭଦ୍ରକ ବ୍ଲକ୍ ଅଧୀନସ୍ଥ କଲେଇ ଗ୍ରାମପଞ୍ଚାୟତର କଲେଇ-ଗଉଡସାହିର ଜଣେ ବ୍ୟକ୍ତିର ଗୃହକୁ କେତେକ ଦୃବୁର୍ତ୍ତ ପୋଡି ଦେଇଥିବା ସଂପର୍କିତ ଅଭିଯୋଗ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ କରାଯାଇଛି। ଗୃହକର୍ତ୍ତା ପଞ୍ଚାନନ ବେହେରାଙ୍କ ଅଭିଯୋଗରୁ ଯାହା ଜଣାଯାଏ ତାଙ୍କର ସେହି ଗ୍ରାମର କିଛି ବ୍ୟକ୍ତିଙ୍କ ସହ ପୂର୍ବ ଶତ୍ରୁତା ରହିଥିଲା। ଗତକାଲି ରାତିରେ ପଞ୍ଚାନନ ସପରିବାର ଶୋଇଥିବାବେଳେ ରାତି ପ୍ରାୟ ୨ଟା ସମୟରେ ଘରେ ନିଆଁ ଲାଗିଯାଇଥିଲା। ଏହି ଅଗ୍ନିକାଣ୍ଡ ମୂଳରେ ସେ କେତେକ ଲୋକଙ୍କୁ ଦାୟୀ କରିଛନ୍ତି। ତେବେ ଏହି ଅଗ୍ନିକାଣ୍ଡରେ ତାଙ୍କର ୮ ବଖରା ଘର ସମେତ ୫ ଗାଈ…

"ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସଂପତ୍ତି ନଷ୍ଟ, ୫ ଗୋରୁ ଜୀବନ୍ତ ଦଗ୍ଧ"

ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ନୂତନ ବର୍ଷର ଅଭିନନ୍ଦନ ଉତ୍ସବ ଓ ଆଧ୍ୟାତ୍ମିକ ଚିନ୍ତନ

ଭଦ୍ରକ, ୯ା୧ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର କାର୍ଯ୍ୟାଳୟ ସମାବେଶ କେନ୍ଦ୍ର “ନିତ୍ୟାନନ୍ଦ ଭବନ” କୁଆଁସ ଠାରେ ପ୍ରଫେସର ଡ. ଶିବନାରାୟଣ ପାଢ଼ୀଙ୍କ ପୌରୋହିତ୍ୟରେ ନୂତନ ବର୍ଷର ଅଭିନନ୍ଦନ ଉତ୍ସବ ଓ ଆଧ୍ୟାତ୍ମିକ ଚିନ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରାରମ୍ଭରେ ରାଷ୍ଟ୍ରପତି ପୁରସ୍କୃତ ଜିଲ୍ଲାସ୍କୁଲ ଭଦ୍ରକର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ସଂଘର କାର୍ଯ୍ୟକାରୀ ସାଧାରଣ ସମ୍ପାଦକ ପ୍ରଭାକର ମଲ୍ଲିକ ପୂର୍ବ ଅଧିବେଶନର ବିବରଣୀ ପାଠ ସହ ସମସ୍ତଙ୍କୁ ନବବର୍ଷର ଅଭିନନ୍ଦନ ଜଣାଇ ବକ୍ତବ୍ୟ ପ୍ରଦାନ କରିଥିଲେ। ନବବର୍ଷର ଅଭିନନ୍ଦନ କାର୍ଯ୍ୟକ୍ରମରେ ବାସୁଦେବ ଦାଶ, କୃପାସିନ୍ଧୁ ବାରିକ, କାଶୀନାଥ ସାହୁ, ହରେକୃଷ୍ଣ ସାହୁ, ତାରକ ଦାସ…

"ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ନୂତନ ବର୍ଷର ଅଭିନନ୍ଦନ ଉତ୍ସବ ଓ ଆଧ୍ୟାତ୍ମିକ ଚିନ୍ତନ"

୧୯୮୭ ବ୍ୟାଚ୍ ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ ଉତ୍ସବ

ଭଦ୍ରକ, ୯ା୧ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଭଦ୍ରକ କଲେଜର ୧୯୮୭ ବ୍ୟାଚର ବାଣିଜ୍ୟ ଛାତ୍ରଛାତ୍ରୀଙ୍କର ଏକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଚରମ୍ପା ସ୍ଥିତ ଅଗ୍ରୱାଲ ପ୍ୟାଲେସ୍ରେ ଅନୁଷ୍ଠିତ ଏହି ଉତ୍ସବରେ ସୁରେଶ ଅଗ୍ରୱାଲ ଓ ପ୍ରତିଭା ରଞ୍ଜନ ମହାରଣା ସଂଯୋଜନା କରିଥିଲେ। ସମ୍ମାନିତ ଅତିଥିଭାବେ ଅଧ୍ୟାପକ ବିଚିତ୍ରାନନ୍ଦ ବଳ, ଅଧ୍ୟାପକ ଭଜହରି ଜେନା, ବନଲତା ବଳ ଓ ମିନତୀ ନାୟକ ଯୋଗ ଦେଇଥିଲେ। ଶିକ୍ଷାନୁଷ୍ଠାନ ପ୍ରତି ପୁରାତନ ଛାତ୍ରଛାତ୍ରୀଙ୍କର ଯଥେଷ୍ଟ କର୍ତ୍ତବ୍ୟ ରହିଛି ଏବଂ ସେମାନେ ଏହାକୁ ସମ୍ପାଦନ କରିବା ଆବଶ୍ୟକ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ପୁରାତନ ଛାତ୍ର ସୁଶାନ୍ତ ନାୟକ, ସନ୍ଦୀପ ଘୋଷ, ସଂଜିତ ବଳ,…

"୧୯୮୭ ବ୍ୟାଚ୍ ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ ଉତ୍ସବ"

ମା’ ଭଦ୍ରାକାଳୀ ସଂସ୍ଥା ପକ୍ଷରୁ କୃଷିନାଟ୍ୟ କାର୍ଯ୍ୟକ୍ରମ

ଭଦ୍ରକ, ୯ା୧ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଭଦ୍ରକ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଆତ୍ମାର ସହାୟତାରେ ଓକରା ହାଇସ୍କୁଲରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଶିକ୍ଷକ ମାନଙ୍କ ସହ ପୁରାତନ ଛାତ୍ରଛାତ୍ରୀ ମାନେ ଯୋଗଦାନ କରିଥିଲେ। ଏହି ଅବସରରେ ମା ଭଦ୍ରକାଳୀ କୃଷିନାଟ୍ୟ ସସ୍ଥା ଦ୍ୱାରା କୃଷି ଉପରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏଥିରେ କୃଷି ଚଉତିଷା, କୃଷି ଚାଳିଷା, କୃଷି ଲୋକଗୀତ, ଘୋଡ଼ାନାଚ ଗୀତ, ଚକୁଳିଆ ପଣ୍ଡା ଗୀତ, ଯୋଗୀ ଗୀତ ପରେ ଚାଷୀ ଚାଷୁଣୀ ଇତ୍ୟାଦି ମାଧ୍ୟମରେ କ୍ାର୍ଯ୍ୟକ୍ରମ ହୋଇଥିଲା। ନରେନ୍ଦ୍ର ପ୍ରସାଦ ପରିଡ଼ାଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ…

"ମା’ ଭଦ୍ରାକାଳୀ ସଂସ୍ଥା ପକ୍ଷରୁ କୃଷିନାଟ୍ୟ କାର୍ଯ୍ୟକ୍ରମ"