ମହାନଦୀ ଜଳ ବିବାଦକୁ ନେଇ କେନ୍ଦ୍ର ଓ ଛତିଶଗଡ଼ ସରକାରଙ୍କ ଷଡ଼ଯନ୍ତ୍ର ବିରୋଧରେ ବିଜେଡ଼ିର ୪ ଘଣ୍ଟିଆ ହରତାଳ

– ୧୦ ତାରିଖ ସକାଳ ୬ଟାରୁ ପୁର୍ବାହ୍ନ ୧୦ ପର୍ଯ୍ୟନ୍ତ ୪ ଘଣ୍ଟିଆ ହରତାଳ – ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ସୋନପୁର ଜିଲ୍ଲାରେ ହରତାଳକୁ ସଫଳ କରିବା ପାଇଁ ଆଜି ଅପରାହ୍ନ ୪ଟାରେ ପଥପ୍ରାନ୍ତ ସଭା, ବାଇକ୍, ରାଲି ଓ ଶୋଭାଯାତ୍ରା ଭୁବନେଶ୍ଵର, ୯/୬ (ଓଡ଼ିଆ ପୁଅ) :ଓଡ଼ିଶାର ସଂସ୍କୃତି ଓ ଅର୍ଥନୀତିରେ ମହାନଦୀର ଅବଦାନ ଓ ବିଶେଷତ୍ୱ ସଂପର୍କରେ ପ୍ରତ୍ୟେକ ଓଡ଼ିଆ ସଚେତନ। ମହାନଦୀ କେବଳ ନଦୀ ନୁହେଁ। ଏହା ଓଡ଼ିଆମାନଙ୍କ ଆବେଗର ସ୍ରୋତ, ଜୀବନ ଓ ଜୀବିକାର ସୂତ୍ର। ଏଣୁ ମହାନଦୀ ଉପରେ ଆକ୍ରମଣକୁ ଓଡ଼ିଆ ଜାତି ଉପରେ ଆକ୍ରମଣ ବୋଲି ବିବେଚନା କରାଯାଇପାରେ। ମହାନଦୀକୁ ନେଇ ଚାଲିଛି ଜଘନ୍ୟ ଷଡ଼ଯନ୍ତ୍ର। ପତ୍ରୋଶୀ…

"ମହାନଦୀ ଜଳ ବିବାଦକୁ ନେଇ କେନ୍ଦ୍ର ଓ ଛତିଶଗଡ଼ ସରକାରଙ୍କ ଷଡ଼ଯନ୍ତ୍ର ବିରୋଧରେ ବିଜେଡ଼ିର ୪ ଘଣ୍ଟିଆ ହରତାଳ"

ପୁଣି ମହାନଦୀ ଜଳ ବିବାଦ! ରମଣଙ୍କୁ ନବୀନ ଚିଠି! ଛତିଶ ଗଡ଼ର ଦାଦାଗିରି – କଲମା ବ୍ୟାରେଜ ଗେଟ ବନ୍ଦ କଲେ

ଭୁବନେଶ୍ୱର ୩/୬ (ଓଡ଼ିଆ ପୁଅ) ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କୁ ଚିଠି ଲେଖିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଚିଠିରେ ଦର୍ଶାଇଛନ୍ତିଯେ, ମହାନଦୀ ଉପରେ ଥିବା କଲମା ବ୍ୟାରେଜର ଗେଟ ଛତିଶଗଡ଼ ଦ୍ୱାରା ବନ୍ଦ କରିଦିଆଯାଇଛି। ଏକତରଫା ନିର୍ଣ୍ଣୟ କରାଯାଇ ମହାନଦୀର ଜଳ ପ୍ରବାହ ବନ୍ଦ କରିବା ଦ୍ୱାରା ଓଡ଼ିଶାରେ ଗମ୍ଭିର ସଂକଟ ଦେଖାଯାଇଛି। ଓଡ଼ିଶାର ସମ୍ୱଲପୁର, ଝାରସୁଗୁଡ଼ା, ବରଗଡ଼ ଏତଦ୍ ବ୍ୟତୀତ ଅନେକ ଜିଲ୍ଲାରେ ପାନୀୟ ଜଳର ଘୋର ଅଭାବ ଦେଖାଦେଇଛି। ମହାନଦୀ ଜଳର ମୁକ୍ତ ପ୍ରବାହ ରୋକିବା ଏବଂ ଛତିଶ ଗଡ଼ର ଏକତରଫା ନିର୍ଣ୍ଣୟ ଯୋଗୁଁ ଓଡ଼ିଶାରେ ଲୋକମାନଙ୍କ ମଧ୍ୟରେ ପ୍ରବଳ ଅଶାନ୍ତିର ବାତାବରଣ ଦେଖାଯାଇଛି…

"ପୁଣି ମହାନଦୀ ଜଳ ବିବାଦ! ରମଣଙ୍କୁ ନବୀନ ଚିଠି! ଛତିଶ ଗଡ଼ର ଦାଦାଗିରି – କଲମା ବ୍ୟାରେଜ ଗେଟ ବନ୍ଦ କଲେ"

ବରଗଡ଼ରେ ଝଡ଼ତୋଫାନ : ଗଛପଡ଼ି ଜଣେ ମୃତ

ସମ୍ବଲପୁର, ୨୧/୫ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – ଦୀର୍ଘଦିନର ପ୍ରଚଣ୍ଡ ଖରା ଉତ୍ତାରୁ ଦିନବେଳା ବରଗଡ଼ ସହରରେ ହଠାତ୍ ପ୍ରବଳ ଝଡ଼ ସହିତ ବର୍ଷା ହୋଇଛି। ଏହା ତାତିରୁ ଲୋକଙ୍କୁ ସାମାନ୍ୟ ନିସ୍ତାର ଦେଇଥିଲେ ମଧ୍ୟ ଜନଜୀବନକୁ ପ୍ରଭାବିତ କରିଛି। ଜୋର ପବନରେ ଗଛ ପଡ଼ିବାରୁ ଗାନ୍ଧି ଛକରେ ଏକ ଅଟୋରେ ଆଶ୍ରୟ ନେଇଥିବା ଜଣେ ଅଟୋଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତାଙ୍କ ନାମ ସିରାଜୁଲ ହକ(୪୫)। ସେହିଭଳି ଏଥିଯୋଗୁଁ ବରଗଡ଼ର ବ୍ୟାପକ ଅଞ୍ଚଳରେ ବିଦ୍ୟୁତ ବିଭ୍ରାଟ ଦେଖାଦେଇଛି। ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛଗୁଡ଼ିକ ଉପୁଡ଼ି ପଡ଼ିଛି।

"ବରଗଡ଼ରେ ଝଡ଼ତୋଫାନ : ଗଛପଡ଼ି ଜଣେ ମୃତ"

ତାଳବଣିଆ ଥାନା ଘେରାଉ

ପୁରୀ୨୪/୪ (ଓଡ଼ିଆ ପୁଅ/ବିଜୟ କୁମାର ପଟ୍ଟନାୟକ) ତାଳବଣିଆ  ଥାନା ପୋଲିସର ମାତ୍ରାଧିକ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ କାଉସିଲର୍ ଙ୍କ ସମେତ ସାଧାରଣ ଲୋକେ ସୋମବାର ମଧ୍ୟାହ୍ନରେ ଥାନା ଘେରାଉ କରିଥିଲେ। କୌଣସି ଅପରାଧିକ ମାମଲାନଥାଇ ତାଳବଣିଆ ଥାନାପୋଲିସ ୪ଜଣ ଯୁବକଙ୍କୁ ଥାନାରେ ଅଟକ ରଖିଥିବାରୁ ଏହାର ତୀବ୍ର ପ୍ରତିବାଦ କରାଯାଇଥିଲା। ଫତେଗନ ଅଞ୍ଚଳର ଗୁରୁଦେବ ଦଳେଇ, କାଶିରତ ପୁରର ୱାଡର଼୍ ମେମ୍ବର ଯଶୋବନ୍ତ ନାୟକ, ଏସ୍ ସିଏସ୍ କଲେଜ ଛକର ସେଖ ଇସ୍ ମତ ଉଲ୍ଲା ଏବଂ ବାଲିଝାଟ ଅଞ୍ଚଳର ସୁକାନ୍ତ ଦଲେଇ ୩ଦିନ ତଳେ ମାଟିଆପଡ଼ା ନିକଟ ଏକ କବାଡ଼ି ଖାନାରେ ମଦ୍ୟପାନ କରୁଥିବା ବେଳେ ପୋଲିସ ସେମାନଙ୍କୁ ଉଠାଇନେଇ ଥାନାରେ ଅଟକ ରଖିଥିବା…

"ତାଳବଣିଆ ଥାନା ଘେରାଉ"

ଉତ୍କଳମଣୀ ଗୋପବନ୍ଧୁ ବିଦ୍ୟାମନ୍ଦିର ବାର୍ଷିକ ଉତ୍ସବ

ପୁରୀ ୨୪/୪ (ଓଡ଼ିଆ ପୁଅ/ବିଜୟ କୁମାର ପଟ୍ଟନାୟକ) ଚୁଡ଼ଙ୍ଗସାହି ନୀଳକଣ୍ଠ ନଗର ଉତ୍କଳମଣି ଗୋପବନ୍ଧୁ ବିଦ୍ୟାମନ୍ଦିରର ପଞ୍ଚଦଶ ତମ ବାର୍ଷିକ ଉତ୍ସବ ଶନିବାର ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ସମାଜସେବୀ ଚକ୍ରଧର ମହାପାତ୍ର ଏବଂ ଶିକ୍ଷାବିତ୍ ରଘୁନାଥ ମହାପାତ୍ର ମିଳିତ ଭାବେ ପ୍ରଦୀପ ପ୍ରଜ୍ୱଳନ କରି ଉତ୍ସବକୁ ଉଦ୍ ଘାଟନ କରିଥିଲେ। ବିଦ୍ୟାମନ୍ଦିରର ସଂପାଦକ ଲକ୍ଷ୍ମୀଧର ମହାପାତ୍ର ଉତ୍ସବରେ ଅଧ୍ୟକ୍ଷତା କରିବାସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ପ୍ରଧାନ ଆଚାର୍ଯ୍ୟା ମଂଜୁଲତା ଦାଶ ଅତିଥି ମାନଙ୍କ ପରିଚୟ ପ୍ରଦାନ କାରିବା ସହ  ବାର୍ଷିକ ବିବରଣୀ ଉପସ୍ଥାପନ କରି ବିଦ୍ୟାଳୟର ଇତିବୃତ୍ତି ଓ ଛାତ୍ରଛାତ୍ରୀଙ୍କ କୃତିତ୍ୱ ସଂପର୍କରେ ସମ୍ୟକ୍ ସୂଚନା ଦେଇଥିଲେ। ଉତ୍ସବରେ ଉଦ୍ ବୋଦନ ଦେଇ ଶିକ୍ଷାବିତ୍…

"ଉତ୍କଳମଣୀ ଗୋପବନ୍ଧୁ ବିଦ୍ୟାମନ୍ଦିର ବାର୍ଷିକ ଉତ୍ସବ"