ହିନ୍ଦୋଳ ଓ ଅତାବିରା ନିର୍ବାଚନ ଫଳାଫଳ ପୁଣିଥରେ ପ୍ରମାଣିତ କରିଛି ନବୀନ ପଟ୍ଟନାୟକଙ୍କ ନେତୃତ୍ୱର ବିକଳ୍ପ ନାହିଁ

ଭୁବନେଶ୍ୱର, ୫/୪/୨୦୧୮(ଓଡ଼ିଆ ପୁଅ): ବିଜେପୁରର ବିପୁଳ ବିଜୟ ପରେ ଅତାବିରା ଓ ହିନ୍ଦୋଳ ଏନ୍‌ଏସି ନିର୍ବାଚନରେ ବିଜେଡିର ବିଜୟ ଯାତ୍ରା ଅବ୍ୟାହତ ରହିଛି। ଏଥିରୁ ବିଜେଡି ସରକାର ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ପ୍ରତି ଲୋକମାନଙ୍କର ଶ୍ରଦ୍ଧା, ଶୁଭେଚ୍ଛା ଓ ଗ୍ରହଣୀୟତା ପ୍ରମାଣିତ ହୋଇଛି। ବିଜୁ ଜନତା ଦଳ ସରକାର ଉନ୍ନୟନ ଭିତ୍ତିକ ରାଜନୀତିରେ ବିଶ୍ୱାସ କରେ। ଓଡ଼ିଶାର ପ୍ରଗତି ହିଁ ଦଳର ଏକମାତ୍ର ଏଜେଣ୍ଡା। ଏଥିପାଇଁ ଲୋକମାନଙ୍କର ଶୁଭେଚ୍ଛା ଓ ସଦିଚ୍ଛା ବିଜେଡି ସପକ୍ଷରେ ରହିଆସିଛି। ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଓ ଜନକଲ୍ୟାଣ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ- ବିଜେଡିକୁ ଲୋକମାନଙ୍କର ନିକଟତର କରିଛି। ସାରା ଓଡ଼ିଶାର ଆଶା, ଭରସା ଓ…

"ହିନ୍ଦୋଳ ଓ ଅତାବିରା ନିର୍ବାଚନ ଫଳାଫଳ ପୁଣିଥରେ ପ୍ରମାଣିତ କରିଛି ନବୀନ ପଟ୍ଟନାୟକଙ୍କ ନେତୃତ୍ୱର ବିକଳ୍ପ ନାହିଁ"

ଅତାବିରା ଏନଏସିରେ ବିଜେଡ଼ିର ବାଜିମାତ୍

ଅତାବିରା/ବରଗଡ଼ ୫-୪ (ଓଡ଼ିଆ ପୁଅ/ବିଜୟ ସାହୁ) : ବରଗଡ଼ ଜିଲ୍ଲା ଅତାବିରା ଏନଏସି ନିର୍ବାଚନରେ ବିଜୁ ଜନତା ଦଳର ବାଜିମାତ୍ ହୋଇଛି। ଅତାବିରା ଏନଏସିର ୧୨ଟି ଓ୍ଵାର୍ଡ ପାଇଁ ହୋଇଥିବା ନିର୍ବାଚନରେ ସମସ୍ତ ଆସନ ବିଜେଡି ବିଜୟ ଲାଭ କରିଛି। ହେଲେ ଦ୍ୱିତୀୟ ସ୍ଥାନରେ ରହିଛି ବିଜେପି।      

"ଅତାବିରା ଏନଏସିରେ ବିଜେଡ଼ିର ବାଜିମାତ୍"

ବିଜେପୁର: ପତ୍ନୀର ତଣ୍ଟିକାଟି ହତ୍ୟା କରିବା ପରେ ସ୍ୱାମୀ କଲା ଆତ୍ମହତ୍ୟା

ବିଜେପୁର ୩-୪ (ଓଡ଼ିଆ ପୁଅ/ବିଜୟ କୁମାର ସାହୁ): ବରଗଡ଼ ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ଚାରପାଲି ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ଘଟଣାଟି ଏହିପରି, ସ୍ୱାମୀ ଭୁବନୀ ନିଜ ପତ୍ନୀ ସେବତୀର ତଣ୍ଟି କାଟି ହତ୍ୟା କରିଛି। ଏହା ପରେ ସେ ନିଜେ ମାନସିକ ଭାରସାମ୍ୟ ହରାଇ ନିଜେ ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଛି। ପାରିବାରିକ କଳହରୁ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ସୂଚନାମତେ, ବିଭିନ୍ନ ସମୟରେ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୁଏ। ଗତକାଲି ରାତିରେ ଏହି ପାଟିତୁଣ୍ଡ ଅଧିକ ହେବାରୁ ଭୁବନୀ ଉତ୍ତ୍ୟକ୍ତ ହୋଇ ଏକ ଧାରୁଆ ଅସ୍ତ୍ରରେ ସେବତୀଙ୍କ ତଣ୍ଟିକୁ କାଟି ହତ୍ୟା କରିବା ପରେ ନିଜ ବେକରେ ଦଉଡି…

"ବିଜେପୁର: ପତ୍ନୀର ତଣ୍ଟିକାଟି ହତ୍ୟା କରିବା ପରେ ସ୍ୱାମୀ କଲା ଆତ୍ମହତ୍ୟା"

ଶାସକ ବିଜେଡିର ଦୌରାତ୍ମ ଏବଂ ଗୁଣ୍ଡାରାଜ କାରଣରୁ ଆଜି ରାଜ୍ୟର ଆଇନ ଶୃଙ୍ଖଳା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ: ବିଜେପି

ବିଜେପି ରାଜ୍ୟ ସାଧାରଣ ସଂପାଦକ ରଂଜନ ପଟେଲ ଏବଂ ଯୁବମୋର୍ଚ୍ଚା ରାଜ୍ୟ ସଂପାଦକ ଇରାଶିଷ ଆଚାର୍ଯ୍ୟଙ୍କୁ ମରଣାନ୍ତକ ଆକ୍ରମଣ ପ୍ରସଙ୍ଗରେ ଭୁବନେଶ୍ୱର, ତା ୩୧/୦୩ (ଓଡ଼ିଆ ପୁଅ) : ଶାସକ ବିଜେଡିର ଦୌରାତ୍ମ ଏବଂ ଗୁଣ୍ଡାରାଜ କାରଣରୁ ଆଜି ରାଜ୍ୟର ଆଇନ ଶୃଙ୍ଖଳା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି। ହିଂସା ପରାୟଣ ହୋଇ ପଡି ରାଜନୈତିକ ପ୍ରତିଦ୍ୱନ୍ଦୀମାନଙ୍କୁ ଆକ୍ରୋଶମୁଳକ ଭାବେ ମରଣାନ୍ତକ ଆକ୍ରମଣ କରିବାକୁ ମଧ୍ୟ ପଛାଉ ନାହିଁ। ଶାସକ ବିଜେଡିର ମନ୍ତ୍ରୀ, ବିଧାୟକ, ନେତୃବୃନ୍ଦଙ୍କ ପ୍ରତ୍ୟେକ୍ଷ ପ୍ରରୋଚନାରେ ରାଜ୍ୟରେ ରାଜନୈତିକ ହିଂସା ଦିନକୁ ଦିନ ବଢିବାରେ ଲାଗିଛି। ଆଉ ଏ ସମସ୍ତ ଘଟଣାମାନ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କରାଯାଉଛି ବୋଲି ରାଜ୍ୟ ବିଜେପି ଉପ ସଭାପତି…

"ଶାସକ ବିଜେଡିର ଦୌରାତ୍ମ ଏବଂ ଗୁଣ୍ଡାରାଜ କାରଣରୁ ଆଜି ରାଜ୍ୟର ଆଇନ ଶୃଙ୍ଖଳା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ: ବିଜେପି"

ଆଜି ବିଜେପୁର ଯିବେ ମୁଖ୍ୟମନ୍ତ୍ରୀ: ଝାରସୁଗୁଡ଼ାରେ କରିବେ ବିଜୁ ଏକ୍ସପ୍ରେସ୍ ୱେର ଲୋକାର୍ପଣ

ଭୁବନେଶ୍ୱର ୧୧-୩ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଝାରସୁଗୁଡ଼ାର ପଞ୍ଚପଡ଼ା ହାଇସ୍କୁଲ ପଡ଼ିଆରେ ବିଜୁ ଏକ୍ସପ୍ରେସ୍ ୱେର ଶୁଭ ଉଦ୍ ଘାଟନ କରିବେ। ଓଡ଼ିଶା ସରକାରଙ୍କର ନିଜସ୍ୱ ପାଣ୍ଠିରେ ନିର୍ମିତ ହେଉଥିବା ଏହି ବିଜୁ ଏକ୍ସପ୍ରେସ ୱେ’ ରେ ୩୦୦୦ କୋଟି ଟଙ୍କା ଖର୍ଚ୍ଚର ଅଟକଳ ରଖାଯାଇଛି। ୬୫୦ କିଲୋମିଟର ଲମ୍ବ ଏହି ଏକ୍ସପ୍ରେସ ୱେ’ ପଶ୍ଚିମ ଓଡ଼ିଶାର ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, କଳାହାଣ୍ଡି, ନୂଆପଡ଼ା ନବରଙ୍ଗପୁର ଏବଂ କୋରାପୁଟ ଆଜି ଜିଲ୍ଲାକୁ ସଂଯୋଗ କରିବ। ଏହା ଦ୍ୱାରା ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଆର୍ଥିକ ଏବଂ ସର୍ବାଙ୍ଗୀନ ବିକାଶରେ ଏହା ଯୁଗାନ୍ତକାରୀ ଭୂମିକା ନିଭାଇବ ବୋଲି ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ…

"ଆଜି ବିଜେପୁର ଯିବେ ମୁଖ୍ୟମନ୍ତ୍ରୀ: ଝାରସୁଗୁଡ଼ାରେ କରିବେ ବିଜୁ ଏକ୍ସପ୍ରେସ୍ ୱେର ଲୋକାର୍ପଣ"

ଆସନ୍ତାକାଲି ବିଜେପୁର ଯିବେ ମୁଖ୍ୟମନ୍ତ୍ରୀ – ଝାରସୁଗୁଡ଼ାରେ ବିଜୁ ଏକ୍ସପ୍ରେସ୍ ୱେର ଶୁଭ ଉଦଘାଟନ କରିବେ

ଭୁବନେଶ୍ୱର ୧୧-୩ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା କାଲି ଝାରସୁଗୁଡ଼ାର ପଞ୍ଚପଡ଼ା ହାଇସ୍କୁଲ ପଡ଼ିଆରେ ବିଜୁ ଏକ୍ସପ୍ରେସ୍ ୱେର ଶୁଭ ଉଦ୍ ଘାଟନ କରିବେ। ଓଡ଼ିଶା ସରକାରଙ୍କର ନିଜସ୍ୱ ପାଣ୍ଠିରେ ନିର୍ମିତ ହେଉଥିବା ଏହି ବିଜୁ ଏକ୍ସପ୍ରେସ ୱେ’ ରେ ୩୦୦୦ କୋଟି ଟଙ୍କା ଖର୍ଚ୍ଚର ଅଟକଳ ରଖାଯାଇଛି। ୬୫୦ କିଲୋମିଟର ଲମ୍ବ ଏହି ଏକ୍ସପ୍ରେସ ୱେ’ ପଶ୍ଚିମ ଓଡ଼ିଶାର ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, କଳାହାଣ୍ଡି, ନୂଆପଡ଼ା ନବରଙ୍ଗପୁର ଏବଂ କୋରାପୁଟ ଆଜି ଜିଲ୍ଲାକୁ ସଂଯୋଗ କରିବ। ଏହା ଦ୍ୱାରା ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଆର୍ଥିକ ଏବଂ ସର୍ବାଙ୍ଗୀନ ବିକାଶରେ ଏହା ଯୁଗାନ୍ତକାରୀ ଭୂମିକା ନିଭାଇବ ବୋଲି ମୁଖ୍ୟମନ୍ତ୍ରୀ ନବିନ…

"ଆସନ୍ତାକାଲି ବିଜେପୁର ଯିବେ ମୁଖ୍ୟମନ୍ତ୍ରୀ – ଝାରସୁଗୁଡ଼ାରେ ବିଜୁ ଏକ୍ସପ୍ରେସ୍ ୱେର ଶୁଭ ଉଦଘାଟନ କରିବେ"

ବିଜେପୁର ଉପ ନିର୍ବାଚନର ଜନାଦେଶକୁ ବିଜେପି ନମ୍ରତାର ସହ ସ୍ୱୀକାର କରୁଛି – ଧର୍ମେନ୍ଦ୍ର ପ୍ରଧାନ

– ବିଜୟ ପାଇଁ ରୀତା ସାହୁଙ୍କୁ ଅଭିନନ୍ଦନ – କଂଗ୍ରେସ ଦଳ ସମୂଳେ ବିଜୁ ଜନତା ଦଳ ସହ ଏକ ଅହେତୁକ ଓ ଅଦୃଶ୍ୟ ବୁଝାମଣା ଥିବା ସମ୍ପର୍କରେ ବିଜେପି ଯେଉଁ ଅଭିଯୋଗ କରୁଥିଲା ଏହି ନିର୍ବାଚନ ଫଳାଫଳ ତାକୁ ପ୍ରମାଣିତ କରୁଛି – ରାଜ୍ୟ ସରକାରଙ୍କର ସ୍ଥାଣୁତା ଓ ଅପାରଗତା ସମ୍ପର୍କରେ ବିଜେପି ତାର ଅଭିମତକୁ ବିଜେପୁରର ଜନସାଧାରଣକୁ ସଠିକ ଭାବେ ବୁଝାଇବାରେ ସଫଳ ହୋଇ ପାରି ନାହିଁ – କଂଗ୍ରେସ ରାଜ୍ୟ ରାଜନୀତିରେ ଅପ୍ରାସଙ୍ଗିକ ହୋଇ ଯିବାର ବାର୍ତ୍ତା ଏହି ନିବ ର୍।ଚନରେ ମତଦାତା ମାନେ ଦେଇଛନ୍ତି – ରାଜ୍ୟର ପ୍ରମୁଖ ବିରୋଧୀ ଦଳ ହିସାବରେ ଆହୁରି ମୁଖର ଭାବେ ଜନ ସମସ୍ୟାକୁ…

"ବିଜେପୁର ଉପ ନିର୍ବାଚନର ଜନାଦେଶକୁ ବିଜେପି ନମ୍ରତାର ସହ ସ୍ୱୀକାର କରୁଛି – ଧର୍ମେନ୍ଦ୍ର ପ୍ରଧାନ"

ସରିଲା ବିଜେପୁର ଲଢେଇ: ଷ୍ଟ୍ରାଟେଜି ବୁଝିପାରିଲେ ନାହିଁ ଧର୍ମେନ୍ଦ୍ର !

ଭୁବନେଶ୍ୱର ୨୮-୨ (ଓଡିଆ ପୁଅ- ପ୍ରିୟରଂଜନ ସାହୁ) ବହୁ ଚର୍ଚ୍ଚିତ ବିଜେପୁର ଉପ ନିର୍ବାଚନର ସରିଲା। ଫଳ ପ୍ରକାଶ ପାଇଲା। ବାଜି ମାରିଲା ଶାସକ ବିଜେଡି। ବହୁ ବ୍ୟବଧାନରେ ୪୧, ୯୩୩ ଖଣ୍ଡ ଭୋଟରେ ବିଜେପିକୁ ହରାଇଲା ବିଜେଡି। ଆଶା ଠାରୁ ବହୁ ଅଧିକା ଭୋଟ୍ ପାଇଲା ବିଜେଡି। ପ୍ରଚାର ସରିବା ପରେ ନିଶ୍ଚିତ ହୋଇ ଯାଇଥିଲା ବିଜେଡି ଏହି ଆସନ କରାୟତ କରିବ। ଭୋଟ୍ ର ବ୍ୟବଧାନ ୧୦ ରୁ ୧୫ ହଜାର ଭିତରେ ରହିବ। ବିଜେପି ଶିବିର ମଧ୍ୟ ଜାଣିଥିଲା ପରାଜୟ ସୁନିଶ୍ଚିତ। ପରାଜୟର ବ୍ୟବଧାନ ବହୁ କମ୍ ରହିବ। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କ ସୌନ୍ୟ ବାହିନୀ ଯଥା ମନ୍ତ୍ରୀ, ବିଧାୟକ,…

"ସରିଲା ବିଜେପୁର ଲଢେଇ: ଷ୍ଟ୍ରାଟେଜି ବୁଝିପାରିଲେ ନାହିଁ ଧର୍ମେନ୍ଦ୍ର !"

ବିଜେପୁରର ଜନାଦେଶକୁ ବିନମ୍ରତାର ସହ ସ୍ୱୀକାର କରୁଛୁ: ବସନ୍ତ ପଣ୍ଡା

– ବିଜୟୀ ପ୍ରାର୍ଥିନୀ ରୀତା ସାହୁଙ୍କୁ ଅଭିନନ୍ଦନ ଜଣାଇଲେ ଶ୍ରୀ ପଣ୍ଡା ଭୁବନେଶ୍ୱର, ତା.୨୮/୦୨ (ଓଡ଼ିଆ ପୁଅ): ବିଜେପୁର ଉପ ନିର୍ବାଚନରେ ବିଜେପୁର ଭୋଟର ଭାଇ ଭଉଣୀମାନଙ୍କର ଜନାଦେଶକୁ ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା ବିନମ୍ରତାର ସହ ସ୍ୱୀକାର କରି ସମ୍ମାନ ଜଣାଇବା ସହ ବିଜୟୀ ରୀତା ସାହୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ନିର୍ବାଚନରେ ଦିବଙ୍ଗତ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ଶ୍ରୀମତୀ ରୀତା ସାହୁଙ୍କ ପ୍ରତି ସମବେଦନା ଓ ସଂପୂର୍ଣ କଂଗ୍ରେସ ଦଳ ବିଜେଡି ସହ ମିଶି ଯିବା କାରଣରୁ ବିଜେଡିର ବଡ ବ୍ୟବଧାନରେ ବିଜୟୀ ହୋଇଛି। ବିଜେପୁର ଉପ ନିର୍ବାଚନ ରାଜ୍ୟ ରାଜନୀତିରେ କଂଗ୍ରେସ ଦଳକୁ ସଂପୂର୍ଣ ରୂପେ ଅଲୋଡା ପରିସ୍ଥିତିରେ…

"ବିଜେପୁରର ଜନାଦେଶକୁ ବିନମ୍ରତାର ସହ ସ୍ୱୀକାର କରୁଛୁ: ବସନ୍ତ ପଣ୍ଡା"

ବିଜେପୁର ଉପନିର୍ବାଚନ: ୪୧ ହଜାର ୯୩୩ ଭୋଟରେ ଜିତିଲା ବିଜେଡ଼ି: ହାରିଲା ବିଜେପି; ତୃତୀୟ ସ୍ଥାନରେ କଂଗ୍ରେସ

ବିଜେପୁର ୨୮-୨ (ଓଡ଼ିଆ ପୁଅ) ସବୁ କଳ୍ପନା ଜଳ୍ପନାର ଶେଷ ହେଇଛି। ବିଜେପୁର ବାସୀ ସୁନାକଳସ ଢ଼ାଲିଛନ୍ତି ବିଜେଡି ସମର୍ଥିତ ପ୍ରାଥୀ ରିତା ସାହୁଙ୍କ ମୁଣ୍ଡରେ। ନବୀନ ବାବୁ ଙ୍କ ଲୋକପ୍ରିୟତା ଏବେ ବି ଓଡ଼ିଶାରେ ଅକ୍ଷୁର୍ଣ୍ଣ ଅଛି ତାହା ବିଜେପୁର ଉପ ନିର୍ବାଚନରୁ ସ୍ପଟ ହୋଇଯାଇଛି। ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ୪୧ ହଜାର ୯୩୩ ଖଣ୍ଡ ଭୋଟରେ ହରାଇଛନ୍ତି ବିଜେଡ଼ି ପ୍ରାର୍ଥୀ ରୀତା ସାହୁ। ବିଜେପୁର ଉପନିର୍ବାଚନ ଭୋଟ ଗଣତି ବୁଧବାର ସକାଳ ୮ଟାରୁ ଆରମ୍ଭ ହୋଇଥିଲା। ପଦ୍ମପୁରସ୍ଥିତ ଅଞ୍ଚଳ କଲେଜରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୋଟ ଗଣତି ହେଉଥିବାବେଳେ ବିଜେଡି ବୃହତ୍‌ ବିଜୟ ଲାଭ କରିବା ସମ୍ଭାବନା ଉଜ୍ୱଳ ହୋଇଥିଲା। ବାଜି…

"ବିଜେପୁର ଉପନିର୍ବାଚନ: ୪୧ ହଜାର ୯୩୩ ଭୋଟରେ ଜିତିଲା ବିଜେଡ଼ି: ହାରିଲା ବିଜେପି; ତୃତୀୟ ସ୍ଥାନରେ କଂଗ୍ରେସ"