ଖାଦାନରେ ଯୁବକର ମୃତ୍ୟୁ

ଖଇରା, ୧୬/୯/୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ଥାନା କୁପାରୀ ଆରଆଇ ଅଧିନ ପାହାଡ ଅଂଚଳର ଦେଉଳ ଗଡିଆ ପଥର ଖାଦାନରେ ଗାଡିରେ ମେଟାଲ ଲୋଡ କରୁଥିବାବେଳେ ପଥର ମୁଣ୍ଡଉପରେ ପଡିଯିବାରୁ ତଳେପଡି ଚେତା ଶୁନ୍ୟ ହୋଇ ପଡିଥିଲେ। ପାଖରେଥିବା ଅନ୍ୟ ଲୋକମାନେ ସଂଗେ ସଂଗେ ତାକୁ ଅଗରପଡା ମେଡିକାଲକୁ ଚିକିତ୍ସାପାଇଁ ନେଇଥିଲେ। ଡାକ୍ତର ଚିକତ୍ସାକରି ଅବସ୍ଥା ଗୁରୁତର ଥିବାର ଜାଣି ଅଧିକ ଚିକିତ୍ସା ନିମନ୍ତେ କଟକଟ ବଡ ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ହେଲେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ପ୍ରକାଶ ଥାଉକି ଗଡପୋଖରି ଅଂଚଳର କଟ ପରିଡାଙ୍କ ପୁଅ ପ୍ରପୁଲ୍ଲ ପରିଡା(୨୭) ଦୈନଦିନ ପରି ଆଜି ମଧ୍ୟ ଖାଦାନରେ ଗାଡି ଲୋଡ କରୁଥିଲାବେଳେ…

"ଖାଦାନରେ ଯୁବକର ମୃତ୍ୟୁ"

ଅବକାରୀ ଚଢାଉ ୩ ଗିରଫ

ଖଇରା,୧୬/୯/୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ଜିଲ୍ଲା ଅବକାରୀ ଅଧିକ୍ଷକ ବିବେକାନନ୍ଦ ନାୟକଙ୍କ ନିଦେ୍ର୍ଦଶ କ୍ରମେ କାର୍ଯ୍ୟାଳୟର ଅବକାରୀ ନିରୀକ୍ଷକ କରୁଣା ଶଙ୍କର ତିୱାରିଙ୍କ ତତ୍ୱାବଧାନରେ ସୋର ଓ ଜିଲ୍ଲା ମୋବାଇଲ ବାଲେଶ୍ୱର ଜିଲ୍ଲା ଖଇରା ଓ ସିମୁଳିଆ ଅଂଚଳରେ ଚଢାଉକରି ଅନିଲ କୁମାର ପରିଡାଙ୍କ ଠାରୁ ୬ ଲିଟର ମହୁଲି ମଦ,ପୁରସ୍ତମପୁର ଓରଫ ଖଇରାର ବାବୁଲି ସାହୁଙ୍କଠାରୁ ୧୫ ଲିଟର ମହୁଲି ମଦ ଓ ରପେୟା ଗ୍ରାମର ସୁବାଷ ମହାନ୍ତିଙ୍କଠାରୁ ୩.୯୬୦ଲିଟର ବିଦେଶୀ ମଦ ଜବଦ କରି ସେମାନଙ୍କ ବିରୋଧରେ କେସ ନମ୍ବର ୭୦/୧୮-୧୯,୮୬ ଏବଂ ୮୭/୨୦୧୮-୧୯ରେ କେସ ରୁଜୁକରି କୋର୍ଟ ଚାଲାଣ କରାଯାଇଅଛି । ଏଥିସହିତ ଖଇରାର ବିଭିନ୍ନ ଢାବା,ହୋଟେଲରେ ଦେଶୀ ଓ ବିଦେଶୀ ମଦ…

"ଅବକାରୀ ଚଢାଉ ୩ ଗିରଫ"

ଗୋପାଳପୁର ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଗ୍ରେଡ଼ବିମ ପଡ଼ୁଥିବା ବେଳେ ଅଘଟଣ, ମିକ୍ସର ମେସିନରେ ହାତ ଚାପି ଶ୍ରମିକ ଗୁରୁତର

ବାହାନଗା/ବାଲେଶ୍ୱର, ୧୬/୦୯(ଓଡ଼ିଆ ପୁଅ / ଭାରତୀ ଦାସ) – ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ନୂତନ ଗୃହ ନିର୍ମାଣ ପାଇଁ ଗ୍ରେଡ଼ବିମ ପଡ଼ୁଥିବା ବେଳେ ଏକ ଅଭାବନୀୟ ଦୁର୍ଘଟଣା ଘଟିଯାଇଛି। କାମ ଶେଷ ପରେ ବାପ ପୁଅ ମିକ୍ସର ମେସିନ ଧୂଆ ଯାଉଥିବା ବେଳେ ମେସିନରେ ହାତ ଚାପି ପୁଅ ଗୁରୁତର ଆହତ ହୋଇଥିବାର ଜଣାପଡ଼ିଛି। ସୂଚନା ଅନୁସାରେ ଗୋପାଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ୮୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ବର୍ହିବିଭାଗ ଗୃହ ନିର୍ମାଣ ହେଉଥିଲା।ଏଥି ପାଇଁ ପାଇଁ ଆଜି ନୂତନ ଗୃହର ଗ୍ରେଡ଼ବିମ ପଡ଼ୁଥିବା ବେଳେ…

"ଗୋପାଳପୁର ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଗ୍ରେଡ଼ବିମ ପଡ଼ୁଥିବା ବେଳେ ଅଘଟଣ, ମିକ୍ସର ମେସିନରେ ହାତ ଚାପି ଶ୍ରମିକ ଗୁରୁତର"

୧୦ ଚକିଆ ଟ୍ରକ ଚକାତଳେ ଦିଲ୍ଲୀରେ ଓଡିଆ ଯୁବକଙ୍କ ମୃତ୍ୟୁ

ଖଇରା, ୧୬/୯/୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ଥାନା ମହତୀପୁର ପଞ୍ଚାୟତ ପୂର୍ବପଡା ଗ୍ରାମର ଜଣେ ଯୁବକର ଗତକାଲି ଦିଲ୍ଲୀ ସ୍ଥିତ ରାଜଧାନୀ ଦିଲ୍ଲୀରେ ଏକ ଟ୍ରକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଖବର ଅନୁଯାଇ ଦିନବନ୍ଧୁ ରଣାଙ୍କ ପୁଅ ଅକ୍ଷୟ ବାଙ୍ଗାଲୋରରେ ଏକ ମିଠା ଦୋକାନ କରିଥିବାବେଳେ କୌଣସି କାରଣରୁ ଦିଲ୍ଲୀରେ ରହୁଥିବା ଦାଦା ପୁଅ ଭାଇ ଓ ସାଙ୍ଗମାନଙ୍କ ପାଖକୁ ଯାଇଥିଲେ। ଆଗ୍ରା ଷ୍ଟେସନରୁ ଟେମ୍ପୁରେ ଯାଉଥିବାବେଳେ ବିପରିତ ଦିଗରୁ ଆସୁଥିବା ଏକ ୧୦ ଚକିଆ ଟ୍ରକ ଟେମ୍ପୁ ସହିତ ଘସିହେବାରୁ ଡାହାଣପଟେ ବସିଥିବା ଅକ୍ଷୟ ୧୦ ଚକିଆ ଟ୍ରକ ଚକାତଳେ ପଡିଯିବାରୁ ଟ୍ରକଟି ତାଙ୍କ ଉପରେ ମାଡି ଯାଇଥିଲା। ଫଲରେ ଘଟଣା…

"୧୦ ଚକିଆ ଟ୍ରକ ଚକାତଳେ ଦିଲ୍ଲୀରେ ଓଡିଆ ଯୁବକଙ୍କ ମୃତ୍ୟୁ"

ଯୁବତୀଙ୍କୁ ବିବାହ କରାଇଦେବାକୁ କହି ଗର୍ଭବତୀ କଲେ ଯୁବକ

ଖଇରା, ୧୬/୯/୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା )-ବାଲେଶ୍ୱର ଜିଲ୍ଲା ଖଇରା ଥାନା ପଳସା ପଚଂୟାତ ତାଳମହୁରୀ ଗ୍ରାମର ଜୟକୃଷ୍ଣ ଦାସଙ୍କ ପୁଅ ଭରତ ଦାସ ଯୁବତୀକୁ ବିବାହ କରାଇଦେବାକୁ କହି ଗର୍ଭବତୀ କରାଇଦେବା ସମ୍ପୃକ୍ତ ଅଚଂଳରେ ଆଲୋଡନା ସୃଷ୍ଟି କରିଛି। ଘଟଣାରୁ ପ୍ରକାଶ ଯେ ଯୁବତୀଟିର ବିବାହ ପ୍ରସ୍ତାବ ବାରମ୍ବାର ଭାଙ୍ଗିଯାଉଥିବାରୁ ଯୁବତୀର ମା ଭରତ ପାଖରେ ପ୍ରକାଶ କରିଥିଲେ। ଭରତ ଗୁଣି କରି ବିବାହ କରିଦେବାକୁ କହି ପ୍ରାୟ ଚାରି ମାସ ଧରି ଯୁବତୀ ସହିତ ଯୌନ ସର୍ମ୍ପକ ରଖିଆସୁଥିଲେ। ଏବେ ଯୁବତୀ ଜଣଙ୍କ ତିନି ମାସରେ ଗର୍ଭବତୀ ଅଛନ୍ତି। ଶ୍ରୀ ଦାସ ଜଣେ ବିବାହିତ ପୁରୁଷ ହୋଇଥିବାରୁ ଘରେ ତାଙ୍କର ସ୍ତ୍ରୀ ଓ…

"ଯୁବତୀଙ୍କୁ ବିବାହ କରାଇଦେବାକୁ କହି ଗର୍ଭବତୀ କଲେ ଯୁବକ"

ପାଠ ପଢା ଗଲା ଚୁଲିକୁ, ପଢିବା ସମୟରେ ସ୍କୁଲ ଛାତ୍ର ଟଲିରେ ବୋହିଲେ ଟେଣ୍ଟ ବାଉଁଶ

ବାହାନଗା/ବାଲେଶ୍ୱର,୧୫/୦୯(ଓଡ଼ିଆ ପୁଅ/ ଭାରତୀ ଦାସ)- ଆଗ କାଳରେ ପିଲାମାନେ ପାଠ ନପଢି କାମ ଦାମ କଲେ ଜେଜେମା ମାନେ କହୁଥିଲେ ପାଠ ପଢା ତୋର ଚୁଲିକୁ ଗଲାକି । କିନ୍ତୁ ବର୍ତ୍ତମାନ ସମୟରେ ସଭିଏଁ ପଢିବେ ସମସ୍ତେ ପଢିବେ ସର୍ବଶିକ୍ଷା ଅଭିଯାନରେ ସମସ୍ତେ ବିଦ୍ୟାଳୟକୁ ଯିବେ । ଦଣ୍ଡ ମୁକ୍ତ ଅଞ୍ଚଳ ଘୋଷିତ ବାତାବରଣରେ ଛାତ୍ରଛାତ୍ରୀ ପାଠ ପଢିବେ ବୋଲି ଅବିଭାବକ କହୁଥିବା ବେଳେ  ଏକ ସଦ୍ୟ ସମାପ୍ତ ଗଣେଶ ପୂଜା ଟେଣ୍ଟ ସରଞ୍ଜାମ ରିକ୍ସାରେ ୩କିମି ବ୍ୟାପି ବୋହି ନେବାକୁ କେନ୍ଦ୍ର କରି ବାଲେଶ୍ୱର ଜିଲ୍ଲା ଶ୍ରୀଜଙ୍ଗ ସ୍ଥିତ ଦାସମହାପାତ୍ର ନୋଡାଲ ବିଦ୍ୟାଳୟରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଛି । ସୂଚନା ଅନୁସାରେ ଶ୍ରୀଜଙ୍ଗ…

"ପାଠ ପଢା ଗଲା ଚୁଲିକୁ, ପଢିବା ସମୟରେ ସ୍କୁଲ ଛାତ୍ର ଟଲିରେ ବୋହିଲେ ଟେଣ୍ଟ ବାଉଁଶ"

ଶିଶୁ ମନ୍ଦିରରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

ଖଇରା,୧୫/୯/୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ଭାରତୀୟ ଶିକ୍ଷାବିକାଶ ସଂସ୍ଥାନ ଚିଠି ନମ୍ବର ବିଏସଭିଏସ/୨୦୩୩/୨୦୧୮ ତା ୦୧/୮/୨୦୧୮ରିଖର ଆଦେଶ ମୁତାବକ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଫାଉଣ୍ଡର ଦିଲ୍ଲୀପ କୁମାର ଲେଙ୍କାଙ୍କ ଦ୍ୱାରା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକର ସାମ୍ବାଦିକମାନେ ଉପସ୍ଥିତ ଥିଲେ । ଏହି ସମ୍ମିଳନୀରେ ଶ୍ରୀ ଲେଙ୍କା ସାମ୍ବାଦିକ ମାନଙ୍କ ଆଗରେ ପ୍ରକାଶ କରିଥିଲେ ଯେ ୨୦୧୨ ମସିହାରେ ବନ୍ଧୁ ବିକାଶ କୁମାର ପାତ୍ରଙ୍କ ସହଯୋଗରେ ଖଇରା କଲେଜ ନିକସ୍ଥ ଏକ ଭଡାଘରେ ସନ୍ସାଇନ୍ ପବ୍ଲିକ ସ୍କୁଲ ନାମରେ ଅନୁଷ୍ଠାନଟିଏ କରିଥିଲେ । ପ୍ରଧାନ ଶିକ୍ଷକ ଦାୟିତ୍ୱ ଦିଲ୍ଲୀପ କୁମାର ଲେଙ୍କା ନେଇଥିଲେ । ପ୍ରଥମ ବର୍ଷ ୩୦ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିଲେ…

"ଶିଶୁ ମନ୍ଦିରରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ"

ସିଏଚସି ହେବା ପରେବି ଗୋପାଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଚାଲିଛି ଡେପୁଟେସନ ଡାକ୍ତରଙ୍କ ଦ୍ୱାରା , ସବୁ ଜାଣି ସମସ୍ତେ ନିରବ ଦ୍ରଷ୍ଟା , ସ୍ୱାସ୍ଥ୍ୟସେବା ବ୍ୟାହତ

ବାହାନଗା/ ବାଲେଶ୍ୱର, ୧୪/୦୯(ଓଡିଆ ପୁଅ/ ଭାରତୀ ଦାସ)- ବାଲେଶ୍ୱର ଜିଲ୍ଲା ଧନ, ମାନ, ପ୍ରାଣ ପାଇଁ ସୁନାମ ରଚୁଥିଲା ବେଳେ ସ୍ୱାସ୍ଥ୍ର୍ୟ ସେବା କ୍ଷେତ୍ରରେ ପଛୁଆ ରହିଛି । ଏପରିକି ବିଭିନ୍ନ ସମୟରେ ସ୍ୱାସ୍ଥ୍ୟ ସେବାରେ ଅବହେଳା ପାଇଁ ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏପରିକି ଜିଲ୍ଲା ସଦର ଚିକିସôାଳୟରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଛି । ସେଭଳି ବାହାନଗା ବ୍ଲକରେ ମୁଖ୍ୟ ବାଣିଜ୍ୟ ପେଣ୍ଠସ୍ଥଳୀ ଗୋପାଳପୁରରେ ଅବସ୍ଥିତ । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଅବସ୍ଥା ନକହିବା ଭଲ । କାରଣ ୨୦୦୮ରୁ ଗୋପାଳପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଟି ମାନ୍ୟତା ପାଇଥିଲେବି ଏହାର ସେବା ଏବେବି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଭଳି ରହିଛି ।…

"ସିଏଚସି ହେବା ପରେବି ଗୋପାଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଚାଲିଛି ଡେପୁଟେସନ ଡାକ୍ତରଙ୍କ ଦ୍ୱାରା , ସବୁ ଜାଣି ସମସ୍ତେ ନିରବ ଦ୍ରଷ୍ଟା , ସ୍ୱାସ୍ଥ୍ୟସେବା ବ୍ୟାହତ"

ଗଣେଶପୂଜାରେ ଛେଚା ଖାଇଲେ, ଲିଖିତ ଦେଇ ଛାଡ଼ ପାଇଲେ

ବାହାନଗା/ ବାଲେଶ୍ୱର, ୧୪/୦୯(ଓଡ଼ିଆପୁଅ/ ଭାରତୀ ଦାସ)- ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଅଧିନ ଜାଗେଶ୍ୱରପଦା ଭଗବାନ ଚନ୍ଦ୍ର ସଂସ୍କୃତ ମହାବିଦ୍ୟାଳୟ ପରିସରରେ ରୋମିଓ ଗିରି ଦେଖାଇ ଅଣଛାତ୍ର ଛେଚା ଖାଇଥିବାର ଜଣାପଡ଼ିଛି। ପରେ ମହାବିଦ୍ୟାଳୟ ଅଧ୍ୟକ୍ଷ, ଅଧ୍ୟାପକ ଓ ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ ଅଣ୍ଡରଟେକିଂ ଲେଖି ଛାଡ଼ ପାଇଥିବାର ଜଣାପଡ଼ିଛି। ସୂଚନା ଅନୁସାରେ ବରିପଦା ପଞ୍ଚାୟତ ଅଧିନ ଖେରଙ୍ଗ ଅଞ୍ଚଳର ରାମଚନ୍ଦ୍ର ମାଝୀଙ୍କ ପୁଅ ଭୋଳାନାଥ ଉକ୍ତ ମହାବିଦ୍ୟାଳୟକୁ ପୂଜା ଦେଖିବାକୁ ଯାଇଥିଲେ। ତେବେ କଲେଜ ମଧ୍ୟରେ ବୁଲୁଥିବା ବେଳେ ଭୋଳାନାଥ ମହାବିଦ୍ୟାଳୟର ଛାତ୍ରୀଙ୍କୁ ଟଣାଓଟରା କରିବା ସହ ଅଶ୍ଳିଳ ଇଙ୍ଗିତ ପ୍ରଦର୍ଶନ କରିଥିଲେ। ଛାତ୍ରୀ ମାନେ ବିରୋଧ କରିବାରୁ କଲେଜର ଛାତ୍ର ମାନେ ଭୋଳାନାଥକୁ…

"ଗଣେଶପୂଜାରେ ଛେଚା ଖାଇଲେ, ଲିଖିତ ଦେଇ ଛାଡ଼ ପାଇଲେ"

ଆରୋଗ୍ୟ ହୋଇ ଫେରିଲା ହରେକୃଷ୍ଣ, ନିଜକୁ ଧନ୍ୟ ମନେକଲା ଯୁବସ୍ୱାଭିମାନ ମଂଚ

ଖଇରା, ୧୩/୯(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ବ୍ଲଜ ଜଳଦା ପଞ୍ଚାୟତ ସାଦିକପୁର ଗ୍ରାମର ଗତ ୮ଦିନ ତଳେ ସାପ କାମୁଡାରେ ଭଉଣୀ କରିସ୍ମାର ମୃତ୍ୟୁ ଘଟିଥିବାବେଳେ ଭାଇ ହରେକୃଷ୍ଣ କଟକରେ ଚିକିତ୍ସିତ ହେଉଥିଲେ। ଅତ୍ୟନ୍ତ ଗରିବ ପରିବାରକୁ ସହାୟତା ଦେବାକୁ ବାଜି ଲଗାଇଥିଲା ଗଣ୍ଡବେଡ ଅଂଚଳର ଯୁବ ସ୍ୱାଭିମାନ ମଂଚ। ଏହି ମଂଚର କର୍ମକର୍ତ୍ତାମାନେ ସାଦିକପୁର ଗ୍ରାମର ଭଞ୍ଜ ମହାନ୍ତିଙ୍କ ଘରେ। ପରିବାରର ସଦସ୍ୟମାନେ ମଂଚର କର୍ମକର୍ତ୍ତାମାନଙ୍କୁ ଦେଖି ଆନନ୍ଦ ହେବା ସହିତ କୃତଜ୍ଞତା ଜଣାଇଥିଲେ। ସୁସ୍ଥହୋଇ ଫେରିଥିବା ପୁଅକୁଦେଖି ସମସ୍ତେ ଆନନ୍ଦ ଲାଭ କରିଥିଲେ। କରିସ୍ମାକଥା ପଚାରିବାରୁ ପିତାମାତାଙ୍କର ଆଖିର ଲୁହ ଅମାନିଆ ହୋଇ ଉଠିଥିଲା। ଝିଅର ଶୁଦ୍ଧିକ୍ରିୟା ପାଇଁ ମଂଚ…

"ଆରୋଗ୍ୟ ହୋଇ ଫେରିଲା ହରେକୃଷ୍ଣ, ନିଜକୁ ଧନ୍ୟ ମନେକଲା ଯୁବସ୍ୱାଭିମାନ ମଂଚ"