୨୭ ତାରିଖ ମଧ୍ୟ ରାତ୍ରିରେ ହାଣି ଲୁଟିବା ଘଟଣା ! ଜଣକୁ ଗିରଫ ସହ ୩ ବାଇକ ଜବଦ କଲା ପୋଲିସ

– ଏବାବଦରେ ଖନ୍ତାପଡ଼ା ଥାନାରେ ବଲେଶ୍ୱର ଏସପିଙ୍କ ପ୍ରେସମିଟ ବାହାନଗା/ବାଲେଶ୍ୱର, ୦୭/୦୩(ଓଡିଆ ପୁଅ/ ଭଗବାନ ଦାସ)- ଖନ୍ତାପଡ଼ା ଥାନା ଅଧିନ ଗୋପାଳପୁର ଫାଣ୍ଡି ଅଞ୍ଚଳରୁ ୨୭ତାରିଖ ମଧ୍ୟ ରତ୍ରରେ ଦୁର୍ବୁତ ମାନେ ହାଣି ଲୁଟିଥିବାର ଘଟଣାରେ ଖନ୍ତାପଡ଼ା ପୋଳିସକୁ ସଫଳତା ମିଳିଥିବାର ଜଣାପଡ଼ିଛି। ଏବାବଦରେ ଖନ୍ତାପଡ଼ା ଥାନାରେ ଜିଲ୍ଲାଆରକ୍ଷୀ ଅଧିକ୍ଷକ ନୀତି ଶେଖର ଏକ ପ୍ରେସ ମିଟ ଜରିଆରେ ଖୋଲାସା କରିଛନ୍ତି। ଖନ୍ତାପଡ଼ା ଥାନା ଗୋପାଳପୁର ଫାଣ୍ଡି ପୋଲିସର ମିଳିତ ଉଦ୍ୟମରେ ବରିପଦା ଗ୍ରାମର କମଳାକାନ୍ତ ମଳିକଙ୍କ ପୁଅ ଅଜୁ ଓରଫ ଅଜୟ ମଳିକ ଗିରଫ ହେବା ସହ ଆଜି କୋର୍ଟ ଚାଲାଣ ହୋଇଥିବାର ଆଜି ପ୍ରେସମିଟ ଜରିଆରେ ବାଲେଶ୍ୱର ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି।…

"୨୭ ତାରିଖ ମଧ୍ୟ ରାତ୍ରିରେ ହାଣି ଲୁଟିବା ଘଟଣା ! ଜଣକୁ ଗିରଫ ସହ ୩ ବାଇକ ଜବଦ କଲା ପୋଲିସ"

କଲେଜରୁ ଘରକୁ ଫେରୁଥିବା ଯୁବତୀଙ୍କୁ ଧମକ ଓ ମାଡ଼ ମାରି ୨ ମାସ ପରେ ଭିଡ଼ିଓକୁ ଭାଇରାଲ

– କଲେଜରୁ ଘରକୁ ଫେରୁଥିବା ଯୁବତୀଙ୍କୁ ଧମକ ଓ ମାଡ଼ ମାରି ୨ ମାସ ପରେ ଭିଡ଼ିଓକୁ ଭାଇରାଲ ସାଧାରଣରେ ତିବ୍ର ଅସନ୍ତୋଷ, ପଦାରେ ପଡ଼ିଲା କଲେଜରେ ଛାତ୍ରୀ ସୁରକ୍ଷା ଔପଦା ୭-୩ (ଓଡ଼ିଆ ପୁଅ/ନିରଞ୍ଜନ ପ୍ରସାଦ ବାରିକ):ବାଲେଶ୍ୱର ଜିଲ୍ଲା ଔପଦା +୩ କଲେଜର ୨ୟ ବର୍ଷର ଜଣେ ଛାତ୍ରୀ କଲେଜରୁ ବାହାରୁଥିବା ବେଳେ କଲେଜ ମୁଖ୍ୟ ଗେଟ ସମ୍ମୁଖ ରାସ୍ତା ଉପରେ ଜଣେ ଅଣ ଛାତ୍ର ଛାତ୍ରୀଙ୍କୁ ଅଟକାଇ ମାଡ଼ ମାରିବା ଓ ପରେ ଭିଡ଼ିଓକୁ ସୋସିଆଲ ମିଡ଼ିଆରେ ଭାଇରାଲ କରାଯିବାକୁ ନେଇ ସାଧାରଣରେ ତିବ୍ର ଅସନ୍ତୋଷ ଦେଖା ଦେଇଛି ଓ କଲେଜର ଛାତ୍ରୀ ସୁରକ୍ଷା ଆଜି ପଦାରେ ପଡ଼ିଥିବା ମଧ୍ୟ ଜଣାଯାଇଛି। ଏ…

"କଲେଜରୁ ଘରକୁ ଫେରୁଥିବା ଯୁବତୀଙ୍କୁ ଧମକ ଓ ମାଡ଼ ମାରି ୨ ମାସ ପରେ ଭିଡ଼ିଓକୁ ଭାଇରାଲ"

୬ବର୍ଷର ଶିଶୁକୁ ଚେଙ୍କ ଦେବା ଘଟଣା : ଜିଲ୍ଲା ପ୍ରସାଶନ ହେପାଜତରେ ଶିଶୁ, ସୋର ଥାନାରେ ମାମଲାରୁଜୁ କଲା ଅଜା

ବାହାନଗା/ବାଲେଶ୍ୱର, ୦୬/୦୩(ଓଡ଼ିଆ ପୁଅ /ଭଗବାନ ଦାସ)-ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଦାଣ୍ଡହରିପୁର ପଞ୍ଚାୟତର ମୁଗୁନିପୁର ଗ୍ରାମର ଦମ୍ପତି ଜଣେ ୬ବର୍ଷିଆ ଶିଶୁକୁ ଦୀର୍ଘଦିନ ଧରି ନିର୍ଯ୍ୟାତନା ଦେବା ସହ ଦେହର ବିଭିନ୍ନ ଜାଗାରେ ଚେଙ୍କ ଦେବା ଭଳି ସମ୍ବେଦନଶୀଳ ଘଟଣା ଗତ ୨୭ତାରିଖ ଦିନ ଲୋକ ଲୋଚନକୁ ଆସିଥିଲା।।କୌଣସି ସୂତ୍ରରୁ ଶିଶୁର ଅଜା ଚେଙ୍କ ଦିଆଯାଇଥିବାର ଖବର ପାଇ ଶିଶୁଟିକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଗୋପାଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ। ଘଟଣା ଲୋକଲୋଚନକୁ ଆସିବା ପରେ ପ୍ରଶାସନିକ ସ୍ତରରେ ଯାଞ୍ଚ ଆରମ୍ଭ ହେବା ସହ ଶିଶୁକୁ ଜିଲ୍ଲା ପ୍ରଶାସନ ନିଜ ହେପାଜତକୁ ନେଇଥିଲା।ଘଟଣାକୁ ୮ଦିନ ବିତିଯାଇଥିବା ବେଳେ ଶିଶୁଟି ଜିଲ୍ଲା ମୁଖ୍ୟ…

"୬ବର୍ଷର ଶିଶୁକୁ ଚେଙ୍କ ଦେବା ଘଟଣା : ଜିଲ୍ଲା ପ୍ରସାଶନ ହେପାଜତରେ ଶିଶୁ, ସୋର ଥାନାରେ ମାମଲାରୁଜୁ କଲା ଅଜା"

ହୋଟେଲରୁ ଶିଶୁ ଶ୍ରମିକ ଉଦ୍ଧାର, କାର୍ଯ୍ୟାନୁଷ୍ଠାନ ନହେବା ନେଇ ପ୍ରଶ୍ନବାଚୀ!

ବାହାନଗା/ବାଲେଶ୍ୱର, ୦୬/୦୩(ଓଡ଼ିଆ ପୁଅ/ଭଗବାନ ଦାସ)- ଶିଶୁ ଶ୍ରମିକଙ୍କୁ କାର୍ଯ୍ୟରେ ନିୟୋଜିତ ନ କରିବାକୁ ନିୟମ ରହିଥିବା ବେଳେ ବିଭିନ୍ନ ହୋଟେଲ, ଢାବା ମାନଙ୍କରୁ ପ୍ରାୟତଃ ସବୁ ସମୟରେ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିବା ଘଟଣା ଚର୍ଚ୍ଚା ହୋଇ ଆସୁଥିବା ବେଳେ ଏଭଳି ଏକ ଘଟଣା ଆଜି ଦେଖିବାକୁମିଳିଛି। ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ୧୬ନଂ ଜାତୀୟ ରାଜପଥ ପାଶ୍ୱର୍ରେ ଥିବା ବିଜୟାଞ୍ଜଳୀ ଛକ ଠାରେ ଅବସ୍ଥିତ ରବିପ୍ଲାଜା ହୋଟେଲରେ। ସୂଚନା ଅନୁସାରେ ଏହି ହୋଟେଲ ରେ ଦୀର୍ଘ ଦିନ ଧରି ଶିଶୁ ଶ୍ରମିକ ଖଟୁଥିବାର ଅଭିଯୋଗ ଉଠିଥିଲା। ତେବେ ଅଭିଯୋଗ ପାଇ ଖଇରା ଚାଇଲ୍ଡଲାଇନ ନିର୍ଦ୍ଦେଷକ ମଦନମୋହନ ବେହେରାଙ୍କ ନିର୍ଦ୍ଦେଷରେ ଟିମ ସଦସ୍ୟ ପଞ୍ଚାନନ ତ୍ରିପାଠୀ…

"ହୋଟେଲରୁ ଶିଶୁ ଶ୍ରମିକ ଉଦ୍ଧାର, କାର୍ଯ୍ୟାନୁଷ୍ଠାନ ନହେବା ନେଇ ପ୍ରଶ୍ନବାଚୀ!"

ମହାରାଜପୁର ପଞ୍ଚାୟତର ନିର୍ବାଚନୀ ମାମଲା : କୋର୍ଟରେ ଖାରଜ

ବାହାନଗା/ବଲେଶ୍ୱର/୦୪/୦୩(ଓଡ଼ିଆ ପୁଅ/ଭଗବାନ ଦାସ)- ରେମୁଣା ବ୍ଲକ ମହାରାଜପୁର ପଞ୍ଚାୟତର ସରପଞ୍ଚ ନିର୍ବାଚନକୁ ନେଇ ପରାଜିତ ସରପଞ୍ଚ ପ୍ରାର୍ଥୀନିଙ୍କ ତରଫରୁ ଏକ ମାମଲା ରୁଜୁ କରାଯାଇଥିଲା। ତେବେ ମାନ୍ୟବର ବାଲେଶ୍ୱର ସିଭିଲ ଜଜକୋର୍ଟରେ ମାମଲାକୁ ଖାରଜ କରାଯାଇଥିବାର ଜଣାପଡ଼ିଛି। ସୂଚନା ଅନୁସାରେ ୧୯/୦୨/୨୦୧୭ମସିହାରେ ମହାରାଜପୁର ପଞ୍ଚାୟତରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ନିର୍ବାଚନରେ ସୁହାସିନୀ ଲେଙ୍କା ୧୩୧୮ ଖଣ୍ଡ ଭୋଟ ପାଇଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦୀ ଲତିକା ପାଣି ୧୨୯୬ ଖଣ୍ଡ ଭୋଟ ପାଇ ୨୨ ଖଣ୍ଡ ଭୋଟରେ ପରାଜୟ ବରଣ କରିଥିଲେ। ନିର୍ବାଚନ ଫଳାଫଳକୁ ନେଇ ପରାଜିତ ପ୍ରାର୍ଥିନୀ ଶ୍ରୀମତୀ ପାଣି ବାଲେଶ୍ୱର ସିଭିଲ କୋର୍ଟରେ ପୁନଃଗଣତି ନିମନ୍ତେ ୨୮/୨୦୧୭ନଂରେ ମାମଲା ରୁଜୁ କରିଥିଲେ।…

"ମହାରାଜପୁର ପଞ୍ଚାୟତର ନିର୍ବାଚନୀ ମାମଲା : କୋର୍ଟରେ ଖାରଜ"

ଟଙ୍କା ପାଇଁ ସାଙ୍ଗ ନେଲା ସାଙ୍ଗର ଜୀବନ,ଅଭିଯୁକ୍ତକୁ ଗିରଫ କରିଛି ଚେନାଇପୁଲିସ ବାରିକପୁରରୁ ।

ଖଇରା/ବାଲେଶ୍ୱର,୨/୩/୨୦୧୮ (ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)- ବାଲେଶ୍ୱର ଜିଲ୍ଲା ଖଇରା ଥାନା ସୁଣ୍ଢିରା ଚାନ୍ଦଗୋଛି ଗ୍ରାମର ମାୟାଧର ଖଟୁଆଙ୍କ ପୁଅ ଅମର (୩୨) ଚେନ୍ନାଇ ସ୍ଥିତ ଥରାଇପନମ୍ ସ୍ଥିତ ସିଷ୍ଟା କମ୍ପାନୀର ହାଉସ୍ କିପର ଭାବେ କାର୍ଯ୍ୟ କରୁଥିଲେ । ସେ ଚଳିତ ମାସ  ୧୮ ତାରିଖ ଠାରୁ ନିଖୋଜ ଥିବାର  ସେହି କମ୍ପାନୀର ମାନବ ସମ୍ବଳ ଅଧିକାରୀ ଅଜିତ୍ ଡଙ୍ଗି ତାଙ୍କ ବଡଭାଇଙ୍କୁ ଖବର ଦେଇଥିଲେ ।  ଅମରର ନିଖୋଜ ଖବରର ପ୍ରକୃତ ରହସ୍ୟ ଲୋକଲୋଚନକୁ ଆଣିବାପାଇଁ  କମ୍ପାନୀ ସେଠାକାର ସ୍ଥାନୀୟ ପୋଲିସର ସାହାଯ୍ୟ ଲୋଡିଥିଲେ । ସିଏସଟି କମ୍ପାନି ଏଥିନେଇ ଏକ କେସ୍ ରୁଜୁ କରିବା ପରେ ପୁଲିସ  ତଦନ୍ତ ଚଳାଇଥିଲା ।ଘଟଣାରୁ…

"ଟଙ୍କା ପାଇଁ ସାଙ୍ଗ ନେଲା ସାଙ୍ଗର ଜୀବନ,ଅଭିଯୁକ୍ତକୁ ଗିରଫ କରିଛି ଚେନାଇପୁଲିସ ବାରିକପୁରରୁ ।"

ମଧ୍ୟରାତ୍ରିରେ ଛିନତାଇ : ବାଇକ ସହ ଦୁର୍ବୁତ ଲୁଟିଲେ, ମୋବାଇଲ, ଟଙ୍କା ଓ ଲାପଟପ

ବାହାନଗା/ବାଲେଶ୍ୱର, ୨୮/୦୨(ଓଡ଼ିଆ ପୁଅ /ଭଗଗବାନ ଦାସ)- ଖନ୍ତାପଡ଼ା ଥାନା ଅଧିନବାହନଗା -ରଢୁଆ ଓ ମାଗୁରା ରାସ୍ତାରେ ଗତକାଲି ମଧ୍ୟରାତ୍ରୀରେ ଦୁର୍ବୁତ ମାନେ ବାଇକ ସହ ମୋବାଇଲ, ଟଙ୍କା ଓ ଲାପଟପ ଲୁଟି ନେଇଥିବାର ଜଣାପଡ଼ିଛି। ଖବର ଅନୁସାରେ ରଢୁଆ ଗ୍ରାମର ରମାକାନ୍ତ ବେହେରାଙ୍କ ପୁଅ କେଶବ ବେହେରା(୩୫) କଲିକତାରଏକ ଘରୋଇ କମ୍ପାନିର ଚାକିରୀ କରନ୍ତି। ସେ ଗତ କାଲି ମଧ୍ୟରାତ୍ରୀରେ କଲିକତାରୁ ନିଜ ଗ୍ରାମ ରଢୁଆକୁ ଫେରୁଥିଲେ। ସେ ବାହାନଗାରେ ଉହ୍ଲାଇ ତାଙ୍କର ବଡ଼ ଭାଇ ତ୍ରୈଲୋକ୍ୟ ବେହେରାଙ୍କୁ ଫୋନ ଯୋଗେ ବାଇକ ନେଇ ବାହାନଗାକୁ ଆସିବାକୁ କହିଥିଲେ। ତ୍ରୈଲୋକ୍ୟ ବାଇକ ସହିତ ତାଙ୍କ ପଡ଼ୋଶୀ କାର୍ତ୍ତକ ବେହେରାଙ୍କୁ ସାଙ୍ଗରେ ଧରି ବାହାନଗା ଯାଇଥିଲେ। ବାହାନଗା…

"ମଧ୍ୟରାତ୍ରିରେ ଛିନତାଇ : ବାଇକ ସହ ଦୁର୍ବୁତ ଲୁଟିଲେ, ମୋବାଇଲ, ଟଙ୍କା ଓ ଲାପଟପ"

୧ ବର୍ଷରୁ ଉର୍ଦ୍ଧ ବିତିଲା ଜଳ ଟୋପେ ମିଲୁ ନାହିଁ ବଜାରବାସୀଙ୍କୁ

– ଦୀପ ତଳ ଅନ୍ଧାରରେ ପାନୀୟ ଜଳ ଯୋଜନା ଖଇରା/ବାଲେଶ୍ୱର, ୨୬/୨/୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ସରକାର ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦେବାପାଇଁ ଗାଁ ଠାରୁ ସହର ଓ ଘରକୁଘର ପାନୀୟ ଜଳ ଯୋଗାଇବା ପାଇଁ ବଦ୍ଧପରିକର ଥିବାର ପ୍ରକାଶ କରୁଥିବାବେଳେ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଖଇରା ପଞ୍ଚାୟତର ଖଇରା ବଜାରରେ ୧ ବର୍ଷରୁ ଉର୍ଦ୍ଧ ହେବ ପାନୀୟଜଳ ପାଇବାରୁ ବଞ୍ଚିତହେବା ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ଖଇରା ବଜାରକୁ ଆଜକୁ ୧୦ ବର୍ଷ ହେବ ପାଇପ୍ ପାଣି ଯୋଗାଇବା ଆରମ୍ଭ ହୋଇଥିଲା। ଏହି ପ୍ରକଳ୍ପଟି ଆରମ୍ଭ ହେଲା ପରେ ବଜାରରେ ଥିବା ୪ ଶହରୁ ଉର୍ଦ୍ଧ ଉଠା ଦୋକାନୀଙ୍କ ସମେତ ବ୍ଲକମୁଖ୍ୟାଳୟକୁ ଆସୁଥିବା…

"୧ ବର୍ଷରୁ ଉର୍ଦ୍ଧ ବିତିଲା ଜଳ ଟୋପେ ମିଲୁ ନାହିଁ ବଜାରବାସୀଙ୍କୁ"

ପାଳିତା ମାଆର ନିର୍ଯାତନାରେ ଶିକାର ହେଲେ ୬ବର୍ଷର ଶିଶୁ :ଚେଙ୍କରେ ସିଝିଲା ସାରା ଦେହ ଓ ମୁଣ୍ଡ

ବାହାନଗା/ ବାଲେଶ୍ୱର, ୨୭/୦୨(ଓଡ଼ିଆ ପୁଅ/ ଭଗବାନ ଦାସ)-ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଦାଣ୍ଡହରିପୁର ପଞ୍ଚାୟତ ବାହାବଳପୁର ଗ୍ରାମର ଦମ୍ପତି ଜଣେ ୬ବର୍ଷିଆ ନାବାଳକୁ ଦୀର୍ଘଦିନ ଧରି ନିର୍ଯାତନା ଦେବା ସହ ଦେହର ବିଭିନ୍ନ ଜାଗାରେ ଚେଙ୍କ ଦେବା ସହ ମୁଣ୍ଡକୁ ଧାରୁଆ ଅସ୍ତ୍ରରେ ଆଘାତ କରିବା ଭଳି ସମ୍ବେଦନଶୀଳ ଘଟଣା ଆଜି ବାଲେଶ୍ୱର ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବାବେଳେ ନବାଳକକୁ ନିର୍ଯାତନା ସହ ଚେଙ୍କ ଦିଆଯାଇଥିବା ଖବର ପାଇ ନାବାଳକର ଅଜା ଉପେନ୍ଦ୍ର ମଳିକ ଶିଶୁଟିକୁ ଉଦ୍ଧାର କରି ଗୋପାଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିବାରୁ ଚିକିତ୍ସାଳୟରେ ଏଭଳି ଘଟଣା ଦେଖିବା ପାଇଁ ସ୍ଥାନୀୟ ଅଂଚଳବାସୀଙ୍କ ସହ ଗଣମାଧ୍ୟମ ପ୍ରତିନିଧିଙ୍କ ନାହିଁ ନଥିବା ଭିଡ଼ ଜମିବାରେ ଲାଗିଛି।…

"ପାଳିତା ମାଆର ନିର୍ଯାତନାରେ ଶିକାର ହେଲେ ୬ବର୍ଷର ଶିଶୁ :ଚେଙ୍କରେ ସିଝିଲା ସାରା ଦେହ ଓ ମୁଣ୍ଡ"

ଅଙ୍ଗନୱାଡ଼ି କେନ୍ଦ୍ରରୁ ୨ ପିଲା ଖାଦ୍ୟ ନପାଇ ଭୋକିଲା ଫେରିବା ଘଟଣା : ସିଡିପିଓଙ୍କ ନିର୍ଦ୍ଦେଶକୁ ଅବମାନନା କଲେ ଉଭୟ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା !

ବାହାନଗା/ବାଲେଶ୍ୱର, ୨୬ /୦୨(ଓଡ଼ିଆ ପୁଅ/ଭଗବାନ ଦାସ)- ବାଲେଶ୍ୱର ଜିଲ୍ଲାର ଏକ ଗୁରୁତ୍ୱପୁର୍ଣ୍ଣ ଓ ସମ୍ବେଦନଶୀଳ ଘଟଣା ଭାବେ କିଛିଦିନ ହେଲା ଚର୍ଚ୍ଚା ପାଲଟିଥିବା ଅଙ୍ଗନୱାଡିକେନ୍ଦ୍ରରୁ ଖାଦ୍ୟ ନପାଇ ଭୋକରେ ୨ ପିଲା ଫେରିବା ଘଟଣାର ଭିନ୍ନ ମୋଡ଼। ସମ୍ମନ୍ନିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ (ସଡ଼ିପିଓ) ଙ୍କ ନିର୍ଦ୍ଦେଶକୁ ଉଭୟ କର୍ମୀ ଓ ସହାୟିକା ଅବମାନନା କରିଥିବା ଘଟଣା ପଦାରେ ପଡ଼ିଛି। ଖବର ଅନୁସାରେ ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଜେନା ସାହି ଅଙ୍ଗନୱାଡି କେନ୍ଦ୍ରରେ ଗତ ୧୬ ତାରିଖ ଦିନ ୧୦ ଗୋଟି ପିଲାଙ୍କୁ ଖାଦ୍ୟ ଖାଇବାକୁ ଦିଆଯାଇଥିବା ବେଳେ ୨ ଗୋଟି ପିଲାଙ୍କୁ ଖାଦ୍ୟ ଖାଇବାକୁ ଦିଆଯାଇନଥିଲା। ଶେଷରେ ପିଲାଦ୍ୱୟ ଭୋକରେ ଫେରିଥିଲେ…

"ଅଙ୍ଗନୱାଡ଼ି କେନ୍ଦ୍ରରୁ ୨ ପିଲା ଖାଦ୍ୟ ନପାଇ ଭୋକିଲା ଫେରିବା ଘଟଣା : ସିଡିପିଓଙ୍କ ନିର୍ଦ୍ଦେଶକୁ ଅବମାନନା କଲେ ଉଭୟ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା !"