ଅସୁସ୍ଥ ଯୁବତୀକୁ ଖଟିଆ ଓ ଟ୍ରଲିରେ ଆଣିଲେ ଲୋକ, ବାଟରେ ମୃତ୍ୟୁ

ଖଇରା/ ବାଲେଶ୍ୱର, ୯/୧/୨୦୧୮ (ଓଡିଆ ପୁଅ/ ନରେନ୍ଦ୍ର ପ୍ରସାଦ ବେହେରା) ସରକାର ୧୦୮ ଆମ୍ବୁଲାନସର ସେବାକୁ ଯେତେ ପହଞ୍ଚ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ତାହା ଅପହଞ୍ଚ ହୋଇଯାଇଛି। ଏ ପରି ଏକ ଘଟଣା ଦେଖିବାକୁ ମିଳିଛି ଖଇରା ବ୍ଲକ ଗଡପୋଖରି ପଞ୍ଚାୟତ ପାରିଖମା ଗାଁରେ। ଆଜି ସକାଳେ ରଘୁନାଥ ବିଶ୍ୱାଳଙ୍କ ଝିଅ ସବିତା ଭାଉଜଙ୍କ ସହିତ ବଡି ବିଛାଉଥିଲେ। ହଠାତ ସେ ଅସୁସ୍ଥ ହେବା ସହିତ ତଳେ ପଡିଯାଇ ଚେତାଶୁନ୍ୟ ହୋଇଯାଇଥିଲେ।। ପଡୋଶୀମାନେ ତୁରନ୍ତ ୧୦୮ ଆମ୍ବୁଲାନସକୁ ଖବର ଦେଇଥିଲେ ହେଲେ ଖଇରାରେ ୧୦୮ ଆମ୍ବୁଲାନସ ନ ଥିବାରୁ ପରିବାରଲୋକ ସବିତାର ଅବସ୍ଥା ଦେଖି ବ୍ୟସ୍ତ ହୋଇ ପଡିଥିଲେ। ପଡୋଶୀମାନେ ଅନ୍ୟ ଉପାୟ…

"ଅସୁସ୍ଥ ଯୁବତୀକୁ ଖଟିଆ ଓ ଟ୍ରଲିରେ ଆଣିଲେ ଲୋକ, ବାଟରେ ମୃତ୍ୟୁ"

ବାଲେଶ୍ୱର: ବ୍ରାଉନ୍ ଜବତ ଜଣେ ଗିରଫ

ବାଲେଶ୍ୱର ୯-୧ (ଓଡ଼ିଆ ପୁଅ/ଅଜିତ୍ ମହାନ୍ତି) ବାଲେଶୱର ଜିଲ୍ଲା ଜଳେଶ୍ୱର ନିକଟରେ ଅବକାରୀ ବିଭାଗ ଚଢ଼ାଉ କରି 20 ଗ୍ରାମ୍ ବ୍ରାଉନ୍ ସୁଗାର ଜବତ କରିଛି। ଏହି ମାମଲାରେ ସେକ୍ ଆଜବାହକ ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଛି ପୋଲିସ୍। ଜବତ କରାଯାଇଥିବା ବ୍ରାଉନ୍ ସୁଗାରର ଆନୁମାନିକ ମୂଲ୍ୟ ପାଖାପାଖି ୨ ଲକ୍ଷ ଟଙ୍କା ହେବ ବୋଲି ତଦନ୍ତ ଅଧିକାରୀ କରୁଣାକର ତିୱାରୀ କହିଛନ୍ତି।

"ବାଲେଶ୍ୱର: ବ୍ରାଉନ୍ ଜବତ ଜଣେ ଗିରଫ"

ପ୍ରତିଭା ମହୋତ୍ସବ ଉଦ୍ୟାପିତ

ଖଇରା/ବାଲେଶ୍ୱର, ୮/୧(ଓଡ଼ିଆ ପୁଅ/ନରେନନ୍ଦ୍ର ପ୍ରସାଦ ବେହେରା)-ଖଇରା ବଜାର ଦୂର୍ଗା ମଣ୍ଡପ ଠାରେ ୨ ଦିନ ଧରି ଅନୁଷ୍ଠିତ ହୋଇଥିବା ପ୍ରତିଭା ମହୋତ୍ସବ ଗତକାଲି ଉଦ୍ୟାପିତ ହୋଇଯାଇଛି। ଏହି ଉଦ୍ୟାପନି ଦିବସରେ ବୁଧିରାମ ପାଣିଗ୍ରାହୀ ସଭାପତିତ୍ୱ କରିଥିବାବେଳେ ମୁଖ୍ୟଅତିଥି ଭାବେ ବାଲେଶ୍ୱରର ଭେଷଜ ବିଶେଷଜ୍ଞ ଚୌଧୁରି ସତ୍ୟବ୍ରତ ନନ୍ଦ ଯୋଗଦେଇ ଭାରତ ବିଶ୍ୱର ଏକ ଆଧ୍ୟାତ୍ମିକ ଦେଶ ହୋଇଥିବାରୁ ଏ ଦେଶ ମଧ୍ୟରେ ସଭ୍ୟତା ଓ ସଂସ୍କୃତି ଭରି ରହିଛି ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟ ବକ୍ତା ଭାବେ ଅଭଣା ବେଳାଭୂମି କଲେଜର ଅଧ୍ୟକ୍ଷ ଡା.ବନମାଳି ବେହେରା ଯୋଗଦେଇ ସମୟକୁ ବିତେଇବା ଓ ନିଜର ଭାବନାକୁ ପରିପ୍ରକାଶ କରିବା ପାଇଁ ପ୍ରତିଭା ପରିବାର ଏକ ମାଧ୍ୟମ ଭାବେ…

"ପ୍ରତିଭା ମହୋତ୍ସବ ଉଦ୍ୟାପିତ"

ପରଲୋକରେ ସ୍ୱାଧୀନତା ସଂଗ୍ରାମୀ

ଖଇରା/ବାଲେଶ୍ୱର, ୮/୧(ଓଡ଼ିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ଖଇରା ବ୍ଲକ ସାରୁଗାଁ ପଞ୍ଚାୟତ ସାରୁଗାଁ ଗ୍ରାମର ସ୍ୱାଧୀନତା ସଂଗ୍ରାମୀ ମନମୋହନ ଦାଶଙ୍କର ୯୬ବର୍ଷ ବୟସରେ ଗତକାଲି ଦେହାନ୍ତ ହୋଇଯାଇଛି। ସ୍ୱର୍ଗତ ଦାଶ ଭାରତ ଛାଡ ଆନ୍ଦୋଳନରେ ଯୋଗଦେଇ ବାଲେଶ୍ୱର ଜେଲରେ ୧୦ମାସ କାଟିଥିଲା ବେଳେ ସେ ଡ.ହରେକୃଷ୍ଣ ମହତାବ, ନିଳମଣୀ ରାଉତରାୟ, ଲୋକନାଥ ମିଶ୍ର, ସୁରେନ୍ଦ୍ର ନାଥ ଦ୍ୱିବେଦୀ, ନିଳାମ୍ବର ଦାସ ଓ ନନ୍ଦକିଶୋର ଦାସଙ୍କ ସହଯୋଗୀ ଥିଲେ। ସେ କିଛିଦିନଧରି ଅସୁସ୍ଥ ଥାଇ ବାଲେଶ୍ୱର ଠାରେ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ। ଗତକାଲି ସେଠାରେ ତାଙ୍କର ଦେହାନ୍ତ ହୋଇଥିଲା। ସେ ମଧ୍ୟ ଠାକୁର ନିଗମାନନ୍ଦଙ୍କର ଭକ୍ତ ଥିଲେ। ତାଙ୍କର ୪ଝିଅ ଓ ୩ ପୁଅ ଥିଲାବେଳେ ତାଙ୍କର…

"ପରଲୋକରେ ସ୍ୱାଧୀନତା ସଂଗ୍ରାମୀ"

ଓଡିଶା ପୋଲିସ ହାବିଲଦାର କନେଷ୍ଟବଳ ବାଲେଶ୍ୱର ଶାଖା ସଂଘର ନିର୍ବାଚନ

ଖଇରା/ବାଲେଶ୍ୱର, ୭/୧(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ପୋଲିସ ହାବିଲଦାର କନେଷ୍ଟବଳ ଶାଖା ସଂଘର ନିର୍ବାଚନ ସୁଚାରୁ ରୁପେ ସମାପ୍ତ ହୋଇଛି। ନିର୍ବାଚନରେ ସଭାପତି ଭାବେ ଶ୍ରୀକାନ୍ତ ଷଢଙ୍ଗୀ, ଉପ-ସଭାପତି ଭାବେ ଶ୍ରୀନାଥ ସାହୁ, ସମ୍ପାଦକ ଭାବେ ସୁଶାନ୍ତ କୁମାର ପଣ୍ଡା, କୋଷାଧ୍ୟକ୍ଷ ଭାବେ ସଶାଙ୍କ ଶେଖର ଉପାଧ୍ୟାୟ, ସହ-ସମ୍ପାଦକ ଭାବେ ପ୍ରେମନାଥ ସାମଲ ଓ କହ୍ନେଇ ଟୁଡୁ ଏବଂ ସଭ୍ୟ ଭାବେ ଚିତ୍ତରଞ୍ଜନ ପୃଷ୍ଟି, ଦୀପକ କୁମାର ପରିଡା, ପ୍ରକାଶ କୁମାର ଜେନା, ରଞ୍ଜନ କୁମାର ଦେହୁରି ଓ ରତିକାନ୍ତ ନାୟକ ପ୍ରମୁଖ ନିର୍ବାଚିତ ହୋଇଛନ୍ତି। ଏଥିରେ ୭୯୩ଜଣ ହାବିଲଦାର କନେଷ୍ଟବଳ ମତଦାତା ମତଦାନ କରିଥିଲା ବେଳେ ନିର୍ବାଚନ ପରିଚାଳନା କରିଥିଲେ ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ…

"ଓଡିଶା ପୋଲିସ ହାବିଲଦାର କନେଷ୍ଟବଳ ବାଲେଶ୍ୱର ଶାଖା ସଂଘର ନିର୍ବାଚନ"

ପିତା ମାତାଙ୍କ ସ୍ୱପ୍ନ ସାକାର କଲେ ଶୁଭଶ୍ରୀ ନାୟକ

ଖଇରା/ବାଲେଶ୍ୱର, ୬/୧ (ଓଡିଆ ପୁଅ /ନରେନ୍ଦ୍ର ପ୍ରସାଦ ବେହେରା) – ଖଇରା ବ୍ଲକ କୋଚିଆକୋଇଲି ଗ୍ରାମରେ ରତ୍ନାକର ନାୟକ ଓ ସୁବର୍ଣ୍ଣନାଙ୍କ ଜ୍ୟୋଷ୍ଠା କନ୍ୟା ଶୁଭଶ୍ରୀ ଖଇରା ଅଞ୍ଚଳର ଗୌରବ। ଜଣେ ମଧ୍ୟବିତ ପରିବାରେ ଜନ୍ମ ଗ୍ରହଣ କରି ସେ ନିଜର ପରିଶ୍ରମ ଓ ଚେଷ୍ଠା ବଳରେ ନିଜର ଲକ୍ଷ ଧାର୍ଯ୍ୟକରି କଟକ ଏସିବି ମେଡିକାଲ କଲେଜରେ ଏମ୍ବିବିଏସ୍ କରିବା ପାଇଁ ସକ୍ଷମ ହୋଇ ପାରିଛନ୍ତି। ତାଙ୍କୁ ନେଇ ଅଜି ଖଇରା ଅଞ୍ଚଳ ଗର୍ବୀତ ମନେ କରିବା ସହିତ ପ୍ରତିଭା ପରିବାର ଦ୍ୱାରା ଡାକ୍ତରୀ ଛାତ୍ରୀ ପ୍ରତିଭା ସମ୍ମାନ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଛି। ଶୁଭଶ୍ରୀ ସମ୍ବର୍ଦ୍ଧିତ ହୋଇ ନିଜକୁ ଗୌରବାନିତ୍ୱ ମନେ କରୁଛନ୍ତି ବୋଲି ପ୍ରକାଶ…

"ପିତା ମାତାଙ୍କ ସ୍ୱପ୍ନ ସାକାର କଲେ ଶୁଭଶ୍ରୀ ନାୟକ"

ଭଲପାଇବାର ଅଭାବରେ ଅନୁଷ୍ଠାନ ଭାଙ୍ଗିଯାଏ ହେଲେ ଅର୍ଥରେ ନୁହେଁ: ପ୍ରତିଭା ପରିବାର ମହୋତ୍ସବ ଉଦ୍ଘାଟିତ

ଖଇରା/ବାଲେଶ୍ୱର, ୬/୧(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ଖଇରା ବ୍ଲକର ଅନ୍ୟତମ ପୂଜ୍ୟପୂଜା ସାମାଜିକ ସଂଗଠନ ପ୍ରତିଭାପରିବାରର ପ୍ରତିଭା ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି। ଦୂର୍ଗା ମଣ୍ଡପ ପରିସରରେ ଉଦ୍ଘାଟନି ଉତ୍ସବରେ ପ୍ରତିଭା ପରିବାରର ବରିଷ୍ଠ ଉପଦେଷ୍ଟା ସନାତନ ବେହେରା ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥ ଭାବେ ଖଇରା ଥାନାଅଧିକାରିଣୀ ଲୋପାମୁଦ୍ରା ନାୟକ ଯୋଗଦେଇ ଗ୍ରାମାଂଚଳରେ ପ୍ରତିଭାବିକାଶର ପ୍ରମୁଖ ଭୂମିକା ଗ୍ରହଣ କରୁବୋଲି ପରାମର୍ଶ ଦେଇଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ବକ୍ତାଭାବେ ଖଇରା କଲେଜର ଅଧ୍ୟକ୍ଷ ବସନ୍ତ କୁମାର ଖିଲାର ଯୋଗଦେଇ ପ୍ରତିଭାବିକାଶରେ ସମସ୍ତଙ୍କର ଉଦ୍ୟମ ରହିବା ନେଇ ଗୁରୁତ୍ୱ ଆରୋପ କରିଥିଲେ। ଇୟୁକ ବ୍ୟାଙ୍କର ଶାଖା ପରିଚାଳକ ପୁଷ୍ପାମିତ୍ରା କର ସମ୍ମାନିତ ଅତିଥିଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ…

"ଭଲପାଇବାର ଅଭାବରେ ଅନୁଷ୍ଠାନ ଭାଙ୍ଗିଯାଏ ହେଲେ ଅର୍ଥରେ ନୁହେଁ: ପ୍ରତିଭା ପରିବାର ମହୋତ୍ସବ ଉଦ୍ଘାଟିତ"

ବାବାଲଙ୍କେଶ୍ୱର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ

ବାଲେଶ୍ୱର/ଖଇରା ୬/୧/୨୦୧୮(ଓଡିଆପୁଅ/ ନରେନ୍ଦ୍ର ପ୍ରସାଦ ବେହେରା)-ଖଇରା ବ୍ଲକ ଗଣ୍ଡିବେଡ ଠାରେ ବାବା ଲଙ୍କେଶ୍ୱର କ୍ରିକେଟ ଟୁର୍ଣ୍ଣାମେଣ୍ଟଉଦ୍ଘାଟିତ ହୋଇଯାଇଛି। ଉଦ୍ଘାଟନିମେଚରେ ବିଡିଓଶିବାନନ୍ଦ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଆନଷ୍ଠାନିକଭାବେ ଉଦ୍ଘାଟନ କରିଥିଲେ। ଏଥିରେ ଶୁସାନ୍ତ ମହାକୁଡ, ଅଜୟ କୁମାର ବେହେରା, ଟୁର୍ଣ୍ଣାମେଣ୍ଟର ସଭାପତି ଅଭିମନ୍ୟୁ ରାଉଳ ଯୋଗଦେଥିଲେ। ଉଦ୍ଘାଟନି ଦିବସରେ କଟକ ନିମାପୁର ସ୍ପୋଟିଂ ଟଚ ଜିତି ବୋଲିଂ କରିବାପାଇଁ ସିଦ୍ଧାନ୍ତ ନେଇଥିଲେ। ବାଲେଶ୍ୱର ସମ୍ରାଟ କ୍ରିକେଟ କ୍ଲବ ୨୦ ଓଭରରେ ୧୭୩ ରନ ସଂଗ୍ରହ କରିଥିଲା। ଜବାବରେ ଆବଶ୍ୟକ ରନ ସଂଗ୍ରହ କରି କଟକ ନିମାପୁର ସ୍ପୋଟିଂ କ୍ଲବ ଆବଶ୍ୟକ ରନ ସଂଗ୍ରହ କରି ଉଦ୍ଘାଟନି ମ୍ୟାଚରେ ବିଜୟି ହୋଇଛି। ଅମ୍ପେୟାର ଭାବେ…

"ବାବାଲଙ୍କେଶ୍ୱର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ"

କୁରୁଣ୍ଟାରେ ଗ୍ରାହକ ସେବା କେନ୍ଦ୍ର ଉଦ୍ଘାଟିତ

ବାଲେଶ୍ୱର/ଖଇରା ୬/୧/୨୦୧୮(ଓଡିଆ ପୁଅ/ ନରେନ୍ଦ୍ର ପ୍ରସାଦ ବେହେରା)-ଖଇରା ବ୍ଲକ କୁରୁଣ୍ଟା ପଞ୍ଚାୟତ ପରିସରରେ ଗ୍ରାହକ ସେବା କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି। ଏହି ଉଦ୍ଘାଟିତ ଉତ୍ସବରେ ବ୍ଲକ ଅଧ୍ୟକ୍ଷା ଅଭିଲିପ୍ସା ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗ୍ରାହକ ସେବା କେନ୍ଦ୍ରଟିକୁ ଆନୁଷ୍ଠାନିକଭାବେ ଉଦ୍ଘାଟିତ କରିଥିଲେ। ଏଥିରେ ଓଡିଶା ଜୀବିକା ମିଶନର ସିନିଅର କନସଲଣ୍ଟାଟ ଆର କେ ବସ୍ତିଆ, ଆସୋସିଏଟ କନସଲଣ୍ଟାଟ ପି ଗଣେଶ, ଡିପିଏମ ଚନ୍ଦନ କୁମାର ବେହେରା, ବିପିଏମ ରବିନ୍ଦ୍ର କୁମାର ଜେନା, ଏଫଆଇଏସି କୃପାସିନ୍ଧୁ ଦାସଯୋଗଦେଇ ଗ୍ରାମାଂଚଳରେ ସଂଚୟ ପରେ ମହିଳାମାନେ ଅଧିକରୁଅଧିକ ସଂଚୟ ସହିତ ବ୍ୟାଙ୍କ କାରବାର ଉପରେ ଗୁରୁତ୍ୱ ଦେଇଥିଲେ। ଖୋଲାଯାଇଥିବା ଗ୍ରାକ ସେବା କେନ୍ଦ୍ରଟି ଏସ ବି…

"କୁରୁଣ୍ଟାରେ ଗ୍ରାହକ ସେବା କେନ୍ଦ୍ର ଉଦ୍ଘାଟିତ"

ଅଗ୍ନିକାଣ୍ଡରେ ୨ ବଖରା ନଷ୍ଟ: ବୃଦ୍ଧ ଗୁରୁତର

ବାଲେଶ୍ୱର/ଖଇରା ୬/୧/୨୦୧୮(ଓଡିଆ ପୁଅ/ ନରେନ୍ଦ୍ର ପ୍ରସାଦ ବେହେରା)-ଖଇରା ତହସିଲ ଅଧିନ କଣ୍ଟାପଡା ଗ୍ରାମରେ ଗତକାଲି ରାତ୍ରିରେ ଅଗ୍ନିକାଣ୍ଡ ଘଟି ସଂଜୁଲତା ଜେନାଙ୍କର ୨ ବଖରା ଘର ପୋଡିନଷ୍ଟ ହୋଇଯାଇଛି। ଖବର ପାଇ ଖଇରା ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ। ଶ୍ରୀମତୀ ଜେନାଙ୍କ ଶ୍ୱଶୁର ଉମାକାନ୍ତ ଘରେ ଶୋଇଥିବାବେଳେ ହଠାତ୍ ଗରମ ଅନୁଭୁତ ହେବାରୁ ଉଠିଦେଖନ୍ତିତ ଘରେ ନିଆଁ ଜଳୁଛି। ରକ୍ଷାକର ରକ୍ଷାକର ବୋଲି ୯୫ବର୍ଷ ବୟସର ବୃଦ୍ଧ ଉମାକାନ୍ତ ଚିତ୍କାର କରନ୍ତେ ସଙ୍ଗେସଙ୍ଗେ ପାଖପଡୋଶି ଲୋକମାନେ ଘଟଣା ସ୍ଥଳକୁ ଦୌଡିଆସି ଉଦ୍ଧାର କାର୍ଯ୍ୟରେ ଲାଗିପଡିଥିଲେ। ଅଗ୍ନିକାଣ୍ଡର କାରଣ ଜଣାପଡି ନଥିଲାବେଳେ ୯୫ବର୍ଷ ବୟସର ଉମାକାନ୍ତ ଏହି ଅଗ୍ନିକାଣ୍ଡରେ ଆହତ ହୋଇଥିବାର…

"ଅଗ୍ନିକାଣ୍ଡରେ ୨ ବଖରା ନଷ୍ଟ: ବୃଦ୍ଧ ଗୁରୁତର"