କଂଗ୍ରେସ ନେତା ସୁବଳ ସାହୁ ଙ୍କ ପରଲୋକ

ତାଳଚେର ୩/୫(ଓଡ଼ିଆ ପୁଅ/ସୌଭାଗ୍ୟ ମହାରଣା) ବରିଷ୍ଠ କଂଗ୍ରେସ ନେତା ସୁବଳ ସାହୁ (୫୦)ଙ୍କ ଆଜି ଅପରାହ୍ଣ ୦୨.୩୦ମି ସମୟରେ ପରଲୋକ ହୋଇଯାଇଛି। କିଛିଦିନ ତଳେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇଥିବାରୁ ତାଙ୍କର ପରିବାର ଲୋକେ ତାଙ୍କୁ କଟକ ବଡ଼ ମେଡ଼ିକାଲ ଡ଼ାକ୍ତର ଖାନାକୁ ନେଇଥିଲେ। ପ୍ରାୟ ୧୫ଦିନ ଚିକିତ୍ସା ହେବାପରେ ସ୍ୱାସ୍ଥ୍ୟବସ୍ଥା ଉନ୍ନତି ଆସିବାରୁ ଘରଲୋକ ତାଙ୍କୁ ଘରକୁ ଆଣିଥିଲେ। ହଠାତ୍ ପ୍ରାୟ ୨ଘଟିକା ସମୟରେ ତାଙ୍କୁ ଯନ୍ତ୍ରଣା ଅନୁଭବ ହେବାରୁ ସ୍ଥାନୀୟ ତାଳଚେର ସରକାରୀ ଡ଼ାକ୍ତରଖାନାକୁ ନିଆଯାଇଥିଲା କିନ୍ତୁ ସେଠାରେ ଡ଼ାକ୍ତର ତାଙ୍କୁ ମୃତ୍ୟୁ ଘୋଷାଣା କରିଥିଲେ। ଏ ଖବର ତାଳଚେରରେ ପ୍ରଚାରିତ ହେବାପରେ ତାଙ୍କ ବାସଭବନକୁ ଲୋକଙ୍କ ସୁଅ ଛୁଟିଥିଲା। ସେ ଜେଣେ…

"କଂଗ୍ରେସ ନେତା ସୁବଳ ସାହୁ ଙ୍କ ପରଲୋକ"

ପାକ୍ଷିକ ସମ୍ବାଦ ପତ୍ରର ଶ୍ରମିକ ବାର୍ତ୍ତା ପକ୍ଷରୁ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ

ତାଳଚେର ୨/୫ (ଓଡ଼ିଆ ପୁଅ/ସୌଭାଗ୍ୟ ମହାରଣା) ପାକ୍ଷିକ ସଂବାଦପତ୍ର ଶ୍ରମିକ ବାର୍ତ୍ତା ପକ୍ଷରୁ ଆର୍ନ୍ତଜାତିକ ଶ୍ରମିକ ଦିବସ ଉପଲକ୍ଷେ ତାଳଚେର ପଞ୍ଚାୟତ ସଭାଘର ଠାରେ ଅସଂଗଠିତ ଶ୍ରମିକଙ୍କ ପାଇଁ ସାମାଜିକ ସୁରକ୍ଷା ଶିର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଆଲୋଚନାର ଆରମ୍ଭରେ କବି ନିମାଇଁ ମିଶ୍ର ମଇ ଦିବସ ଉପଲକ୍ଷେ ଏକ ସ୍ୱରଚିତ କବିତା ପାଠକରି ମଇ ଦିବସର ତାତ୍ପର୍ଯ୍ୟ ବିଷୟରେ ଆଲୋଚନା କରିଥିଲୋଶ୍ରମିକ ବାର୍ତ୍ତାର ସଂପାଦକ ଏଥିରେ ଅଂଶ ଗ୍ରହଣ କରି କହିଥିଲେ, ଆମ ଦେଶର ଶ୍ରମଜିବୀମାନଙ୍କ ମଧ୍ୟରୁ ୯୩ ପ୍ରତିଶତ ଶ୍ରମିକ ଅସଂଗଠିତ କ୍ଷେତ୍ରରେ କାମ କରୁଥିବାବେଳେ ସେମାନେ ସାମାଜିକ ସୁରକ୍ଷାରୁ ବଳୟ ବାହାରେ ଅଛନ୍ତିାତେଣୁ ସରକାର ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକାଅନ୍ୟ…

"ପାକ୍ଷିକ ସମ୍ବାଦ ପତ୍ରର ଶ୍ରମିକ ବାର୍ତ୍ତା ପକ୍ଷରୁ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ"

ତାଳଚେର ଓକିଲ ସଂଘ ପକ୍ଷରୁ ମଧୁ ବାବୁଙ୍କ ଜୟନ୍ତୀ ପାଳନ

ତାଳଚେର ୨୯/୦୪ (ଓଡ଼ିଆ ପୁଅ/ସୌଭାଗ୍ୟ ମହାରଣା) ତାଳଚେର ଓକିଲ ସଂଘ ପକ୍ଷରୁ ସିଭିଲ୍ କୋର୍ଟ ପରିସରରେ ଥିବା ମଧୁ ବାବୁ ସମ୍ମିଳନୀ କକ୍ଷରେ ଆଇନ୍ ଜୀବୀଙ୍କ ଦିନ (ମଧୁ ଜୟନ୍ତୀ) ଓକିଲ ସଂଘର ସଭାପତି ରଂଜିତ ଘୋଷଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି। ଏହି ସଭାରେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ଭାବେ ସିଭିଲ୍ ଜଜ୍ ସିନିୟର ଡିଭିଜନ୍ ସନ୍ତୋଷ କୁମାର ରାଏ, ଏସ୍ .ଡି.ଜେ.ଏମ୍ . ଜୀବନ କୁମାର ପଟ୍ଟନାୟକ, ଜେ.ଏମ୍ .ଏଫ୍ .ସି. ତପନ କୁମାର ବେହେରା, ଦାୟୀତ୍ୱ ନିର୍ବାହୀ ଉପଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ଦଳେଇ ଯୋଗଦେଇ ମଧୁ ବାବୁଙ୍କ ଜୀବନୀ ଓ ଆଇନ୍ ଜୀବୀ…

"ତାଳଚେର ଓକିଲ ସଂଘ ପକ୍ଷରୁ ମଧୁ ବାବୁଙ୍କ ଜୟନ୍ତୀ ପାଳନ"

ତାଳଚେର ସାର କାରଖାନା ପୁନରୁଦ୍ଧାର କାର୍ଯ୍ୟ ପ୍ରଗତି ସନ୍ତୋଷଜନକ – ଧର୍ମେନ୍ଦ୍ର ପ୍ରଧାନ

– ବର୍ଷା ପରେ ଓ ଦୁର୍ଗା ପୂଜା ପୂର୍ବରୁ ଶିଳାନ୍ୟାସ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ କରାଯାଇଛି ଅନୁରୋଧ – ତାଳଚେର ସମେତ ଉତର ପ୍ରଦେଶର ଗୋରଖପୁର, ବିହାରର ବରୌନୀ, ଝାଡଖଂଡର ସିନ୍ଧ୍ରି ସ୍ଥିତ ବନ୍ଦ ପଡିଥିବା ସାର କାରଖାନାର ପୁନରୁଦ୍ଧାର ପାଇଁ ୫୦ ହଜାର କୋଟି ଟଙ୍କାର ପୁଂଜି ନିବେଶ – ତୈଳ ମନ୍ତ୍ରଣାଳୟ ତରଫରୁ ୨୬୫୦ କିମିର ପ୍ରାକୃତିକ ଗ୍ୟାସ ପାଇପଲାଇନ ସହ ଧାମରା ଏଲଏନଜି ଟର୍ମିନାଲର କାର୍ଯ୍ୟ ଦୃତ ବେଗରେ ଅଗ୍ରସର – ପୂର୍ବ ଭାରତରେ ଦ୍ୱିତୀୟ ସବୁଜ ବିପ୍ଲବ ସହ ଅର୍ଥନୀତିକୁ କରିବ ଗତିଶୀଳ ନୂଆଦିଲ୍ଲୀ/ ଭୁବନେଶ୍ୱର, ୨୭ ଏପ୍ରିଲ (ଓଡ଼ିଆ ପୁଅ) – ତାଳଚେର ସ୍ଥିତ ସାର କାରଖାନାର ପୁନରୁଦ୍ଧାର…

"ତାଳଚେର ସାର କାରଖାନା ପୁନରୁଦ୍ଧାର କାର୍ଯ୍ୟ ପ୍ରଗତି ସନ୍ତୋଷଜନକ – ଧର୍ମେନ୍ଦ୍ର ପ୍ରଧାନ"

ତାଳଚେର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ୧୪ କୋଟି ୩୩ ଲକ୍ଷ ଟଙ୍କା ରାଜସ୍ୱ ଆଦାୟ

ତାଳଚେର,୨୮/୪ (ଓଡ଼ିଆ ପୁଅ/ସୌଭାଗ୍ୟ ମହାରଣା): ତାଳଚେର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଚଳିତ ଆର୍ଥିକ ବର୍ଷରେ ୧୪ କୋଟି ୩୩ ଲକ୍ଷ ୩୧ ହଜାର ୪୦୧ ଟଙ୍କା ରାଜସ୍ୱ ଆଦାୟ କରି ଓଡ଼ିଶାରେ ପ୍ରଥମ ହୋଇଥିବା ଜଣାପଡ଼ିଛି। ମୋଟର ଭେହିକିଲ୍ ଟ୍ୟାକ୍ସ ତଥା ଅନ୍ୟାନ୍ୟ ଜରିମାନା ବାବଦରେ ଏହି ଅର୍ଥ ଆଦାୟ କରାଯାଇଥିବା ଜଣାପଡ଼ିଛି। ଯାହାକି ୬୪ ପ୍ରତିଶତ ରାଜସ୍ୱ ଆଦାୟ ହୋଇଛି। ସେହିପରି ୨୦୧୪-୧୫ ଆର୍ଥିକ ବର୍ଷରେ ୧ କୋଟି ୬୮ ଲକ୍ଷ ଟଙ୍କା ରାଜସ୍ୱ ଆଦାୟ ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା ବେଳେ ୨ କୋଟି ୫ ଲକ୍ଷ ୧୨ ହଜାର ୨୦୮ ଟଙ୍କା ଆଦାୟ ହୋଇଥିଲା। ୨୦୧୫-୧୬ ଆର୍ଥିକ ବର୍ଷରେ ୯ କୋଟି ୪…

"ତାଳଚେର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ୧୪ କୋଟି ୩୩ ଲକ୍ଷ ଟଙ୍କା ରାଜସ୍ୱ ଆଦାୟ"

ବନ୍ଦ ସାରକାରଖାନା ଗୁଡିକର ପୁନରୁଦ୍ଧାର ପାଇଁ ଯୁଗ୍ମ ସମୀକ୍ଷା ବୈଠକ : ୮ ହଜାର କୋଟି ଟଙ୍କା ପୁଞ୍ଜିନିବେଶରେ ତାଳଚେର ସାରକାରଖାନାର ପୁନରୁଦ୍ଧାର

–    ଧାମରାରେ ଏଲଏନଜି ଟର୍ମିନାଲ ପାଇଁ ୬ ହଜାର କୋଟି ନିବେଶ –    ୨୬୫୦ କିମି ପ୍ରଧାନମନ୍ତ୍ରୀ ଉର୍ଜ୍ଜା ଗଙ୍ଗା ପାଇପଲାଇନ ପ୍ରକଳ୍ପ ପାଇଁ ୧୩ ହଜାର କୋଟି –    ପୂର୍ବ ଭାରତକୁ ନ୍ୟାସନାଲ ଗ୍ୟାସ ଗ୍ରୀଡ ସହ ସଂଯୁକ୍ତ କରିବା ପାଇଁ ନୂତନ ଗ୍ୟାସ ପାଇପ ଲାଇନର ନିର୍ମାଣ –    ପୂର୍ବ ଭାରତରେ ଆସିବ ଦ୍ୱିତୀୟ ସବୁଜ ବିପ୍ଳବ ବନ୍ଦ ହୋଇଯାଇଥିବା ସାରକାରଖାନା ଗୁଡିକର ପୁନରୁଦ୍ଧାର ନିମନ୍ତେ କେନ୍ଦ୍ର ରସାୟନ ଓ ସାର ମନ୍ତ୍ରଣାଳୟ ଆନୁକୂଲ୍ୟରେ ଆୟୋଜିତ ସମୀକ୍ଷା ବୈଠକରେ ଯୋଗଦେଇଛନ୍ତି ପେଟ୍ରୋଲୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ଅନୁଷ୍ଠିତ ପ୍ରେସ କନଫରେନ୍ସରେ ଶ୍ରୀ ପ୍ରଧାନ କହିଛନ୍ତି ଦେଶରେ…

"ବନ୍ଦ ସାରକାରଖାନା ଗୁଡିକର ପୁନରୁଦ୍ଧାର ପାଇଁ ଯୁଗ୍ମ ସମୀକ୍ଷା ବୈଠକ : ୮ ହଜାର କୋଟି ଟଙ୍କା ପୁଞ୍ଜିନିବେଶରେ ତାଳଚେର ସାରକାରଖାନାର ପୁନରୁଦ୍ଧାର"

୧୯ ନମ୍ବର ୱାର୍ଡ ଉପନିର୍ବାଚନ ପାଇଁ ବିଜେଡି ପକ୍ଷରୁ ପ୍ରାର୍ଥୀ ପତ୍ର ଦାଖଲ

ତାଳଚେର ୨୫/୪(ଓଡିଆପୁଅ/ସୌଭାଗ୍ୟ ମହାରଣା) ତାଳଚେର ପୌରପରିଷଦର ୧୯ ନମ୍ବର ୱାର୍ଡର ଉପନିର୍ବାଚନ ପାଇଁ ଶାସକ ବିଜେଡି ପକ୍ଷରୁ ଆଜି ବିଧିବଧ ଭାବରେ ପ୍ରାର୍ଥୀପତ୍ର ତାଳଚେର ପୌରପରିଷଦ ନିର୍ବାଚନ ଅଧିକାରୀ ଦାରିଦ୍ରଭଞ୍ଜନ ମଦନ ମୋହନ ପାତ୍ରଙ୍କ ନିକଟରେ ଦାଖଲ କରାଯାଇଛି। ୧୯ ନମ୍ବର ୱାର୍ଡର ପୂର୍ବତନ କାଉଁସିଲର ସୁଜାତା ସାହୁ ମଧ୍ୟବର୍ତ୍ତୀ କାଳୀନ ଇସ୍ତଫା ପତ୍ର କିଛି ଦିନ ପୂର୍ବରୁ ଦେଇଥିବାରୁ କାଉଁସିଲର ପଦବୀ ବିଧିବଧ ଭାବେ ସରକାରୀ ପକ୍ଷରୁ ଘୋଷଣା କରାଯାଇଥିଲା। ତେବେ ଆଜି ଶାସକ ବିଜେଡି ଦଳ ପକ୍ଷରୁ ପ୍ରାର୍ଥନୀ ସୁଶ୍ରୀ ଶୁଭଶ୍ରୀ ଶୁଭସ୍ମିତା ପ୍ରଧାନଙ୍କୁ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ନେତୃତ୍ୱରେ ଶତାଧିକ କର୍ମୀଙ୍କ ସହିତ ହାଣ୍ଡିଧୂଆଁ ଛକଠାରେ ଥିବା ଦୁର୍ଗାଦେବୀଙ୍କୁ ଦର୍ଶନ…

"୧୯ ନମ୍ବର ୱାର୍ଡ ଉପନିର୍ବାଚନ ପାଇଁ ବିଜେଡି ପକ୍ଷରୁ ପ୍ରାର୍ଥୀ ପତ୍ର ଦାଖଲ"

ପୋଲିସ୍ ମାଡରେ ପ୍ରଭଞ୍ଜନଙ୍କ ମୃତ୍ୟୁ : କ୍ରାଇମ୍ ବ୍ରାଞ୍ଚ ତଦନ୍ତ ଓ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କଲା ସମାଜବାଦୀ ପାର୍ଟି

ଭୁବନେଶ୍ୱର, ୨୪/୪ (ଓଡ଼ିଆ ପୁଅ): ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବ୍ରାହ୍ମଣୀବେଲି ଗାଁର ଗ୍ରାମସଭାକୁ କେନ୍ଦ୍ରକରି ଦୁଇଗୋଷ୍ଠି ଭିତରେ ଗଣ୍ଡଗୋଳ ଏବଂ ପରେ ପ୍ରଭଞ୍ଜନ ସାହୁଙ୍କ ମୃତ୍ୟୁର କ୍ରାଇମ୍ ବ୍ରାଞ୍ଚ ତଦନ୍ତ କରିବା ପାଇଁ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଦାବି କରାଯାଇଛି। ଏହାବ୍ୟତୀତ ଛେଣ୍ଡିପଦା ଥାନା ଅଧିକାରୀଙ୍କୁ ତୁରନ୍ତ ସସ୍ ପେଣ୍ଡ କରିବା ଓ ତାଙ୍କ ବିରୁଦ୍ଧରେ ହତ୍ୟା ମକଦ୍ଧମା ରୁଜୁ କରିବା ଓ ପ୍ରଭଞ୍ଜନଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଦେବାପାଇଁ ମଧ୍ୟ ପାର୍ଟି ପକ୍ଷରୁ ଦାବି କରାଯାଇଛି। ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଏ ସଂକ୍ରାନ୍ତରେ ପୋଲିସ୍ ଡି.ଜି.ଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଘଟଣାରେ…

"ପୋଲିସ୍ ମାଡରେ ପ୍ରଭଞ୍ଜନଙ୍କ ମୃତ୍ୟୁ : କ୍ରାଇମ୍ ବ୍ରାଞ୍ଚ ତଦନ୍ତ ଓ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କଲା ସମାଜବାଦୀ ପାର୍ଟି"

ଦିନ ଦ୍ୱିପହରେ ମହିଳାଙ୍କ ବେକରୁ ସୁନାଚେନ ଲୁଟ୍

ତାଳଚେର ତା ୧୯/୦୪ (ଓଡ଼ିଆ ପୁଅ/ସୌଭାଗ୍ୟ ମହାରଣା) ଆଜି ତାଳଚେର ପୌର ପରିଷଦର ୱାର୍ଡ଼ ନଂ-୩ ତାଳଚେର ସଦର ଥାନା ଠାରୁ ୨୦୦ମିଟର ଦୂରରେ ଅମଲାପଡ଼ା ସ୍ଥିତ ବିଜେପି କାଉନସିଲର ପ୍ରକାଶ ମହାରଣାଙ୍କ ଘର ସାମ୍ନାରୁ କଲେଜରେ ପାଠ ପଢ଼ାଇସାରି ଜୈନିକ ମହିଳା ତାଙ୍କ ଘରକୁ ସ୍କୁଟିରେ ଫେରୁଥିବା ବେଳେ ତିନିଜଣ ଦୁର୍ବୁତ୍ତ ଏକ ୟୁନିକର୍ଣ୍ଣ ବାଇକରେ ଆସି ତାଙ୍କ ବେକରୁ ୩ଭରୀ ଓଜନର ସୁନା ଚେନ ଲୁଟିନେଇ ଆଖିପିଛୁଳାକେ ଚାଲିଯାଇଥିଲେ। ତାଳଚେର ଭିତରେ ଥାନା ଓ ଫାଣ୍ଡି ଥାଇ ସୁନା ଚୋରୀହେବା ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ବୋଲି ବୁଦ୍ଧୀଜିବୀ ମାନେ ପ୍ରକାଶ କରିଛନ୍ତି। ଏହାକୁ ନେଇ ତାଳଚେର ଜନସାଧାରଣଙ୍କ ମନରେ ଭୟସୃଷ୍ଟି ହୋଇଛି।

"ଦିନ ଦ୍ୱିପହରେ ମହିଳାଙ୍କ ବେକରୁ ସୁନାଚେନ ଲୁଟ୍"

ବରିଷ୍ଠ ବିଜେଡ଼ି ନେତାଙ୍କ ପରଲୋକ

ତାଳଚେର ୧୯/୦୪ (ଓଡ଼ିଆ ପୁଅ/ସୌଭାଗ୍ୟ ମହାରଣା) ତାଳଚେରର ବରିଷ୍ଠ ବିଜେଡ଼ିନେତା ତଥା ପୂର୍ବତନ କାଉନସିଲର ମହମ୍ମଦ ନାଶିର୍ ବୟସ (୭୨)ଙ୍କ ଗତକାଲି ୧୧ଘଟିକା ସମୟରେ ତାଙ୍କ ବାସ ଭବନରେ ମୃତ୍ୟୁ ଘଟିଥିଲା। ଏହି ଖବର ପ୍ରକାଶ ବେହା ପରେ ତାଳଚେରରେ ଶୋକର ଛାୟା ଖେଳି ଯାଇଥିଲା। ଏହି ମୃତ୍ୟୁ ଖବର ପାଇ ପାଲଲହଡ଼ା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ମହେଶ ସାହୁ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ତାଳଚେର ପୌରପରିଷଦର ନଗରପାଳ ପବିତ୍ର ଭୂତିଆ, ନଗରସଭାପତି ଆସିଫ୍ ଖାନ, ବରିଷ୍ଠ ବିଜେଡ଼ି ନେତା ତଥା ସମାଜସେବୀ ବାନାମ୍ବର ଭୂତିଆ, ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ଜିଲ୍ଲା ଉପସଭାପତି ଯଯାତି କେଶରୀ…

"ବରିଷ୍ଠ ବିଜେଡ଼ି ନେତାଙ୍କ ପରଲୋକ"