ସିଟୁର ଧର୍ମଘଟ ଡ଼ାକରା କୋଇଲାଖଣି ଶ୍ରମିକଙ୍କ ଦଶମ ବେତନ ଚୁକ୍ତିନାମା

ତାଳଚେର ୧୮/୫ (ଓଡ଼ିଆ ପୁଅ/ସୌଭାଗ୍ୟ ମହାରଣା) କେନ୍ଦ୍ର ସରକାରଙ୍କର କୋଇଳା ଉଦ୍ୟୋଗରେ କାର୍ଯ୍ୟରତ ଶ୍ରମିକଙ୍କର ଦଶମ ବେତନ ଚୁକ୍ତିନାମା ଓ ଅନ୍ୟାନ୍ୟ ଦାବୀ ନେଇ ସିଟୁ ଶ୍ରମିକ ସହ ବନ୍ଧିତ ଓଡ଼ିଶା କୋଲଫିଲଡ଼ସ୍ ୱାର୍କର୍ସ ୟୁନିୟନ (ଓ.ସି.ଡ଼.ବ୍ଲିୟୁ) ଓ ଅଲ ଇଣ୍ଡିଆ କୋଲ ୱାର୍କର୍ସ ଫେଡ଼ରସନ ପକ୍ଷରୁ ଧର୍ମଘଟ ଡ଼ାକରା ଦିଆଯାଇଛି। ବୁଧବାର ତାଳଚେର ହାଟତୋଟା ସ୍ଥିତ ବୃନ୍ଦାବନ ହୋଟେଲ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଲଇଣ୍ଡିଆ କୋଲ ୱାର୍କର୍ସ ଫେଡ଼ରସନ ସାଧାରଣ ସମ୍ପାଦକ ବିବି ରାମାନନ୍ଦନ ଏବଂ କୋଲ ଇଣ୍ଡିଆ ସେପ୍ଟିବୋର୍ଡ଼ର ସଭ୍ୟ ଜିକେ ଶ୍ରୀବାସ୍ତବ ଯୋଗଦେଇ ୯ଟି ଆଞ୍ଚଳିକ ସିଏମପିଏଫ୍ କାର୍ଯ୍ୟାଳୟକୁ ବନ୍ଦ କରାଯାଇ ଶ୍ରମିକଙ୍କ ଭବିଷ୍ୟନିଧି ପାଣ୍ଠିକୁ ପିଏଫରେ ପରିବର୍ତ୍ତନ…

"ସିଟୁର ଧର୍ମଘଟ ଡ଼ାକରା କୋଇଲାଖଣି ଶ୍ରମିକଙ୍କ ଦଶମ ବେତନ ଚୁକ୍ତିନାମା"

ତାଳଚେର ବିଧାୟକଙ୍କ ନାମରେ ସଙ୍ଗୀନ ଅଭିଯୋଗ – ପ୍ରେମିକା ଶାଶୁଘରକୁ ଆସିଲେ : ବିଧାୟକ ଛାନିଆଁ

ତାଳଚେର ତା ୦୯/୦୫ (ଓଡ଼ିଆ ପୁଅ/ସୌଭାଗ୍ୟ ମହାରଣା) ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଚରିତ୍ରକୁ ନେଇ ରାଜନୈତିକ ମହଲରେ ଝଡ଼ସୃଷ୍ଟି ହୋଇଛି। ଗତ କିଛିମାସ ତଳେ ତାଳଚେର ବିଧାୟକ ଏକ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ତାଙ୍କ ସହ ଶାରିରୀକ ସମ୍ପର୍କ ରଖିଥିବା ଏହି ଚକିତ ଘଟଣା ଆଗରୁ ଘଟିଥିଲା। କିନ୍ତୁ ହଠାତ୍ ଆଜି ଉକ୍ତ ଯୁବତୀ ଜଣକ ସକାଳ ୧୧ଘଟିକା ସମୟରେ ବିଧାୟକଙ୍କ ହାଣ୍ଡିଧୂଆଁ ସ୍ଥିତ ବାସଭବନରେ ପହଞ୍ଚି ଲୋକଙ୍କୁ ଠିକଣା ପଚାରିପଚାରି ତାଙ୍କ ବାସଭବନ ସମ୍ମୁଖରେ ପହଞ୍ଚିଥିଲେ ବିଧାୟକଙ୍କ ଘରଭିତରକୁ ପଶିବା ପାଇଁ ଉଦ୍ୟମ କରିଥିବା ବେଳେ ସେଠାରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ମୋ ସହିତ ତାଳଚେର ବିଧାୟକ ବ୍ରଜ…

"ତାଳଚେର ବିଧାୟକଙ୍କ ନାମରେ ସଙ୍ଗୀନ ଅଭିଯୋଗ – ପ୍ରେମିକା ଶାଶୁଘରକୁ ଆସିଲେ : ବିଧାୟକ ଛାନିଆଁ"

ତାଳଚେରରେ ନୂତନ ଉପଜିଲ୍ଲାପାଳଙ୍କ ଯୋଗଦାନ

ତାଳଚେର ତା ୦୮/୦୫ (ଓଡ଼ିଆ ପୁଅ/ସୌଭାଗ୍ୟ ମହାରଣା)  ତାଳଚେରର ନୂତନ ଉପଜିଲ୍ଳାପାଳ ଭାବେ ଶ୍ରୀଯୁକ୍ତ ମିହିର ପ୍ରସାଦ ମହାନ୍ତି ଆଜି ପୂର୍ବାହ୍ନରେ ଦାୟୀତ୍ୱ ଗ୍ରହଣ କରିଛନ୍ତି। ପୂର୍ବତନ ଭାରପ୍ରାପ୍ତ ଉପଜିଲ୍ଲାପାଳ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ଦଳାଇଙ୍କ ଠାରୁ ଏହି ଦାୟୀତ୍ୱ ଗ୍ରହଣ କରଇଛନ୍ତି। ଏହି ଅବସରରେ ଶ୍ରୀ ମହାନ୍ତିଙ୍କୁ ତାଙ୍କ ପ୍ରକୋଷ୍ଠରେ ଉପଖଣ୍ଡ ପ୍ରଶାସନର ଅଧିକାରୀ ଓ ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ ପୁଷ୍ପଗୁଚ୍ଚ ଦେଇ ସ୍ୱାଗତ ଜଣାଇଥିଲେ। ପରେପରେ ଶ୍ରୀ ମହାନ୍ତି ହିଙ୍ଗୁଳା ପୀଠକୁ ଯାଇ ମାଙ୍କ ଅର୍ଶିବାଦ ଭିକ୍ଷା କରିଥିଲେ। ତତପରେ ଅନୁଗୋଳ ଯାଇ ଜିଲ୍ଲାପାଳଙ୍କୁ ଭେଟିଥିଲେ। ଶ୍ରୀ ମହାନ୍ତି ତାଳଚେର ଉପଜିଲ୍ଲାପାଳ ପଦ ମଣ୍ଡନ କରିବା ପୂର୍ବରୁ ଯାଯପୁର ଜିଲ୍ଲା ଦାନଗୋଦି ବ୍ଲକରେ…

"ତାଳଚେରରେ ନୂତନ ଉପଜିଲ୍ଲାପାଳଙ୍କ ଯୋଗଦାନ"

ଏନଟିପିସି ପକ୍ଷରୁ ଅଗ୍ନିକ୍ଷତିଗ୍ରସ୍ତ ଓ ତାଳଚେର କଲେଜକୁ ସହାୟତା ପ୍ରଦାନ

ତାଳଚେର ତା ୦୪/୦୫ (ଓଡ଼ିଆ ପୁଅ/ସୌଭାଗ୍ୟ ମହାରଣା) ଏନଟିପିସି କଣିହାଁ ପକ୍ଷରୁ କର୍ପୋରେଟ୍ ସମାଜିକ ଦାୟୀତ୍ୱ ନିର୍ବାହ କାର୍ଯ୍ୟକଳାପର ଅଂଶ ସ୍ୱରୂପ ଢେ଼ଙ୍କାନାଳ ଜିଲ୍ଲା କାଣ୍ଟିମେଳା ଗ୍ରମାପଞ୍ଚାୟତର ଧୋବଣୀନନ୍ଦ ଗ୍ରାମର ୬୬ ଜଣ ଅଗ୍ନକାଣ୍ଡ କ୍ଷତିଗ୍ରସ୍ତ ପରିବାର ବର୍ଗକୁ ସହାୟତା ଯୋଗାଇ ଦେଇଥିବା ଜଣାପଡ଼ିଛି। ଉକ୍ତ ସହାୟତା ପ୍ରଦାନ ଉତ୍ସବରେ ଢେ଼ଙ୍କାନାଳ ସାଂସଦ ତଥାଗତ ଶତପଥି, ଉପଜିଲ୍ଲାପାଳ ସତ୍ୟାନନ୍ଦ ଦାସ ହିନ୍ଦୋଳ, ଏଲଡ଼ି ସାହୁ ଜେନେରାଲ ମ୍ୟାନେଜର୍ (ଓଏଣ୍ଡଏମ୍ ) କଣିହାଁ, ପିଭିଜି ଭି ଶ୍ରୀବାସନ ଏଜିଏମ୍ (ଏଚ୍ .ଆର୍ ), ଏକେ ଦାସ ସିନିୟରକ ମ୍ୟାନେଜର ପ୍ରମୁଖ ଯୋଗଦେଇଥିଲେ। ଏବଂ ସ୍ଥାନୀୟ ଲୋକପ୍ରତିନିଧି ଗ୍ରାମର କ୍ଷତିଗ୍ରସ୍ତ ପରିବାରଙ୍କୁ ବାସନକୁସନ, ତେଜରାତି ସାମଗ୍ରୀ ବଣ୍ଟନ କରିଥିବା…

"ଏନଟିପିସି ପକ୍ଷରୁ ଅଗ୍ନିକ୍ଷତିଗ୍ରସ୍ତ ଓ ତାଳଚେର କଲେଜକୁ ସହାୟତା ପ୍ରଦାନ"

ଲିଙ୍ଗରାଜ୍ କୋଇଲା ଖଣି ବିଶ୍ରାମରର ଛପରପଡ଼ି ସିକ୍ୟୁରିଟି ଗାର୍ଡ ମୃତ-ଗ୍ରାମବାସୀଙ୍କ ଦ୍ୱାରା କୋଇଲା ଖଣିରେ ଉତ୍ତେଜନା

ତାଳଚେର ୩/୫ (ଓଡ଼ିଆ ପୁଅ/ସୌଭାଗ୍ୟ ମହାରଣା) ଲିଙ୍ଗରାଜ କୋଇଲା ଖଣିର ଡେ଼ରା ଶାନ୍ତିନଗର ପଛ ପାଖରେ ଥିବା ବିଶ୍ରାମ ଗୃହକୁ ସୁବାଷ ପ୍ରଧାନ (୩୫) ନାମକ ସିକ୍ୟୁରିଟିଗାଡର଼୍ ହଠାତ୍ ଝଡ଼ ପବନ ଆସିବାରୁ ଆଶ୍ରୟ ନେବାପାଇଁ ଯାଉଥିବା ଅବସ୍ଥାରେ ଗୃହର ଛପର ଛାତ ତାଙ୍କ ଉପରେ ମାଡ଼ି ବସିଥିଲା। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ଘଟଣାରୁ ପ୍ରକାଶ ବିଶ୍ରାମ ଗୃହଟି ଆଜକୁ ତିନିମାସ ହେବ ନୂତନ ଭାବେ ନିର୍ମାଣ କରାଯାଇଥିଲା। ବିଶ୍ରମ ଗୃହଟି ବନ୍ଦ ହୋଇ ରହିଥିଲା। ହଠାତ୍ ଶ୍ରୀ ପ୍ରଧାନ ଯୋର୍ ରେ ଝଡ଼ ତୋଫାନ ଆସିବାରୁ ସେ ବିଶ୍ରାମ ଗୃହର ବାରଣ୍ଡାକୁ ଦୌଡ଼ିଯାଇଥିଲେ। ସେଠାରେ ପହଞ୍ଚିବାର ପାଞ୍ଚ ମିନିଟ୍ ପରେ ଘରର…

"ଲିଙ୍ଗରାଜ୍ କୋଇଲା ଖଣି ବିଶ୍ରାମରର ଛପରପଡ଼ି ସିକ୍ୟୁରିଟି ଗାର୍ଡ ମୃତ-ଗ୍ରାମବାସୀଙ୍କ ଦ୍ୱାରା କୋଇଲା ଖଣିରେ ଉତ୍ତେଜନା"

କଂଗ୍ରେସ ନେତା ସୁବଳ ସାହୁ ଙ୍କ ପରଲୋକ

ତାଳଚେର ୩/୫(ଓଡ଼ିଆ ପୁଅ/ସୌଭାଗ୍ୟ ମହାରଣା) ବରିଷ୍ଠ କଂଗ୍ରେସ ନେତା ସୁବଳ ସାହୁ (୫୦)ଙ୍କ ଆଜି ଅପରାହ୍ଣ ୦୨.୩୦ମି ସମୟରେ ପରଲୋକ ହୋଇଯାଇଛି। କିଛିଦିନ ତଳେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇଥିବାରୁ ତାଙ୍କର ପରିବାର ଲୋକେ ତାଙ୍କୁ କଟକ ବଡ଼ ମେଡ଼ିକାଲ ଡ଼ାକ୍ତର ଖାନାକୁ ନେଇଥିଲେ। ପ୍ରାୟ ୧୫ଦିନ ଚିକିତ୍ସା ହେବାପରେ ସ୍ୱାସ୍ଥ୍ୟବସ୍ଥା ଉନ୍ନତି ଆସିବାରୁ ଘରଲୋକ ତାଙ୍କୁ ଘରକୁ ଆଣିଥିଲେ। ହଠାତ୍ ପ୍ରାୟ ୨ଘଟିକା ସମୟରେ ତାଙ୍କୁ ଯନ୍ତ୍ରଣା ଅନୁଭବ ହେବାରୁ ସ୍ଥାନୀୟ ତାଳଚେର ସରକାରୀ ଡ଼ାକ୍ତରଖାନାକୁ ନିଆଯାଇଥିଲା କିନ୍ତୁ ସେଠାରେ ଡ଼ାକ୍ତର ତାଙ୍କୁ ମୃତ୍ୟୁ ଘୋଷାଣା କରିଥିଲେ। ଏ ଖବର ତାଳଚେରରେ ପ୍ରଚାରିତ ହେବାପରେ ତାଙ୍କ ବାସଭବନକୁ ଲୋକଙ୍କ ସୁଅ ଛୁଟିଥିଲା। ସେ ଜେଣେ…

"କଂଗ୍ରେସ ନେତା ସୁବଳ ସାହୁ ଙ୍କ ପରଲୋକ"

ପାକ୍ଷିକ ସମ୍ବାଦ ପତ୍ରର ଶ୍ରମିକ ବାର୍ତ୍ତା ପକ୍ଷରୁ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ

ତାଳଚେର ୨/୫ (ଓଡ଼ିଆ ପୁଅ/ସୌଭାଗ୍ୟ ମହାରଣା) ପାକ୍ଷିକ ସଂବାଦପତ୍ର ଶ୍ରମିକ ବାର୍ତ୍ତା ପକ୍ଷରୁ ଆର୍ନ୍ତଜାତିକ ଶ୍ରମିକ ଦିବସ ଉପଲକ୍ଷେ ତାଳଚେର ପଞ୍ଚାୟତ ସଭାଘର ଠାରେ ଅସଂଗଠିତ ଶ୍ରମିକଙ୍କ ପାଇଁ ସାମାଜିକ ସୁରକ୍ଷା ଶିର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଆଲୋଚନାର ଆରମ୍ଭରେ କବି ନିମାଇଁ ମିଶ୍ର ମଇ ଦିବସ ଉପଲକ୍ଷେ ଏକ ସ୍ୱରଚିତ କବିତା ପାଠକରି ମଇ ଦିବସର ତାତ୍ପର୍ଯ୍ୟ ବିଷୟରେ ଆଲୋଚନା କରିଥିଲୋଶ୍ରମିକ ବାର୍ତ୍ତାର ସଂପାଦକ ଏଥିରେ ଅଂଶ ଗ୍ରହଣ କରି କହିଥିଲେ, ଆମ ଦେଶର ଶ୍ରମଜିବୀମାନଙ୍କ ମଧ୍ୟରୁ ୯୩ ପ୍ରତିଶତ ଶ୍ରମିକ ଅସଂଗଠିତ କ୍ଷେତ୍ରରେ କାମ କରୁଥିବାବେଳେ ସେମାନେ ସାମାଜିକ ସୁରକ୍ଷାରୁ ବଳୟ ବାହାରେ ଅଛନ୍ତିାତେଣୁ ସରକାର ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକାଅନ୍ୟ…

"ପାକ୍ଷିକ ସମ୍ବାଦ ପତ୍ରର ଶ୍ରମିକ ବାର୍ତ୍ତା ପକ୍ଷରୁ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ"

ତାଳଚେର ଓକିଲ ସଂଘ ପକ୍ଷରୁ ମଧୁ ବାବୁଙ୍କ ଜୟନ୍ତୀ ପାଳନ

ତାଳଚେର ୨୯/୦୪ (ଓଡ଼ିଆ ପୁଅ/ସୌଭାଗ୍ୟ ମହାରଣା) ତାଳଚେର ଓକିଲ ସଂଘ ପକ୍ଷରୁ ସିଭିଲ୍ କୋର୍ଟ ପରିସରରେ ଥିବା ମଧୁ ବାବୁ ସମ୍ମିଳନୀ କକ୍ଷରେ ଆଇନ୍ ଜୀବୀଙ୍କ ଦିନ (ମଧୁ ଜୟନ୍ତୀ) ଓକିଲ ସଂଘର ସଭାପତି ରଂଜିତ ଘୋଷଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି। ଏହି ସଭାରେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ଭାବେ ସିଭିଲ୍ ଜଜ୍ ସିନିୟର ଡିଭିଜନ୍ ସନ୍ତୋଷ କୁମାର ରାଏ, ଏସ୍ .ଡି.ଜେ.ଏମ୍ . ଜୀବନ କୁମାର ପଟ୍ଟନାୟକ, ଜେ.ଏମ୍ .ଏଫ୍ .ସି. ତପନ କୁମାର ବେହେରା, ଦାୟୀତ୍ୱ ନିର୍ବାହୀ ଉପଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ଦଳେଇ ଯୋଗଦେଇ ମଧୁ ବାବୁଙ୍କ ଜୀବନୀ ଓ ଆଇନ୍ ଜୀବୀ…

"ତାଳଚେର ଓକିଲ ସଂଘ ପକ୍ଷରୁ ମଧୁ ବାବୁଙ୍କ ଜୟନ୍ତୀ ପାଳନ"

ତାଳଚେର ସାର କାରଖାନା ପୁନରୁଦ୍ଧାର କାର୍ଯ୍ୟ ପ୍ରଗତି ସନ୍ତୋଷଜନକ – ଧର୍ମେନ୍ଦ୍ର ପ୍ରଧାନ

– ବର୍ଷା ପରେ ଓ ଦୁର୍ଗା ପୂଜା ପୂର୍ବରୁ ଶିଳାନ୍ୟାସ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ କରାଯାଇଛି ଅନୁରୋଧ – ତାଳଚେର ସମେତ ଉତର ପ୍ରଦେଶର ଗୋରଖପୁର, ବିହାରର ବରୌନୀ, ଝାଡଖଂଡର ସିନ୍ଧ୍ରି ସ୍ଥିତ ବନ୍ଦ ପଡିଥିବା ସାର କାରଖାନାର ପୁନରୁଦ୍ଧାର ପାଇଁ ୫୦ ହଜାର କୋଟି ଟଙ୍କାର ପୁଂଜି ନିବେଶ – ତୈଳ ମନ୍ତ୍ରଣାଳୟ ତରଫରୁ ୨୬୫୦ କିମିର ପ୍ରାକୃତିକ ଗ୍ୟାସ ପାଇପଲାଇନ ସହ ଧାମରା ଏଲଏନଜି ଟର୍ମିନାଲର କାର୍ଯ୍ୟ ଦୃତ ବେଗରେ ଅଗ୍ରସର – ପୂର୍ବ ଭାରତରେ ଦ୍ୱିତୀୟ ସବୁଜ ବିପ୍ଲବ ସହ ଅର୍ଥନୀତିକୁ କରିବ ଗତିଶୀଳ ନୂଆଦିଲ୍ଲୀ/ ଭୁବନେଶ୍ୱର, ୨୭ ଏପ୍ରିଲ (ଓଡ଼ିଆ ପୁଅ) – ତାଳଚେର ସ୍ଥିତ ସାର କାରଖାନାର ପୁନରୁଦ୍ଧାର…

"ତାଳଚେର ସାର କାରଖାନା ପୁନରୁଦ୍ଧାର କାର୍ଯ୍ୟ ପ୍ରଗତି ସନ୍ତୋଷଜନକ – ଧର୍ମେନ୍ଦ୍ର ପ୍ରଧାନ"

ତାଳଚେର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ୧୪ କୋଟି ୩୩ ଲକ୍ଷ ଟଙ୍କା ରାଜସ୍ୱ ଆଦାୟ

ତାଳଚେର,୨୮/୪ (ଓଡ଼ିଆ ପୁଅ/ସୌଭାଗ୍ୟ ମହାରଣା): ତାଳଚେର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଚଳିତ ଆର୍ଥିକ ବର୍ଷରେ ୧୪ କୋଟି ୩୩ ଲକ୍ଷ ୩୧ ହଜାର ୪୦୧ ଟଙ୍କା ରାଜସ୍ୱ ଆଦାୟ କରି ଓଡ଼ିଶାରେ ପ୍ରଥମ ହୋଇଥିବା ଜଣାପଡ଼ିଛି। ମୋଟର ଭେହିକିଲ୍ ଟ୍ୟାକ୍ସ ତଥା ଅନ୍ୟାନ୍ୟ ଜରିମାନା ବାବଦରେ ଏହି ଅର୍ଥ ଆଦାୟ କରାଯାଇଥିବା ଜଣାପଡ଼ିଛି। ଯାହାକି ୬୪ ପ୍ରତିଶତ ରାଜସ୍ୱ ଆଦାୟ ହୋଇଛି। ସେହିପରି ୨୦୧୪-୧୫ ଆର୍ଥିକ ବର୍ଷରେ ୧ କୋଟି ୬୮ ଲକ୍ଷ ଟଙ୍କା ରାଜସ୍ୱ ଆଦାୟ ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା ବେଳେ ୨ କୋଟି ୫ ଲକ୍ଷ ୧୨ ହଜାର ୨୦୮ ଟଙ୍କା ଆଦାୟ ହୋଇଥିଲା। ୨୦୧୫-୧୬ ଆର୍ଥିକ ବର୍ଷରେ ୯ କୋଟି ୪…

"ତାଳଚେର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ୧୪ କୋଟି ୩୩ ଲକ୍ଷ ଟଙ୍କା ରାଜସ୍ୱ ଆଦାୟ"