ବଡ଼ଯୋରଡାରେ ଶ୍ରୀରାମ ଚରିତ ମାନସ ପାରାୟଣ

ତାଳଚେର, ୧୨/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ ବଡ଼ଯୋରଡା ଗ୍ରାମରେ ୨୨ତମ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୀତାରାମ ସେବାସଂଘର ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଚଳିତ ମାସ ୩ ତାରିଖରୁ ଆରମ୍ଭ ହୋଇ ୯ଦିନ ଧରି ଅନୁଷ୍ଠିତ ହୋଇଥିଲା। ପ୍ରତି ଦିନ ନିତ୍ୟ ପୂଜା ବିଧି, ମଙ୍ଗଳ ଆରତୀ, ଗୀତ ଗୋବିନ୍ଦ ପାଠ, ନାମ ସଂକୀର୍ତନ, ଯଜ୍ଞ କର୍ମ, ହନୁମାନ ଚାଳିଶା ପାଠ, ଶ୍ରୀରାମ ଚରିତ ମାନସ ପାରାୟଣ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଧୀରେନ୍ଦ୍ର କୁମାର ପତି ବ୍ୟାସ ରୂପେ ଅଧିଷ୍ଠିତ ହୋଇଥିବା ବେଳେ ନବଘନ ସାମନ୍ତ ପୂଜା ପାଠ ଓ ଆଚାର୍ଯ୍ୟ…

"ବଡ଼ଯୋରଡାରେ ଶ୍ରୀରାମ ଚରିତ ମାନସ ପାରାୟଣ"

ଯୁବ ସମାଜସେବୀ ସଙ୍ଗଠନ ପକ୍ଷରୁ ଜାତୀୟ ଯୁବ ଦିବସ ପାଳିତ

ତାଳଚେର, ୧୨/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଯୁବ ସମାଜସେବୀ ସଙ୍ଗଠନ ପକ୍ଷରୁ ତାଳଚେର ପ୍ରେସ କ୍ଲବଠାରେ ଜାତୀୟ ଯୁବ ଦିବସ ପାଳନ କରାଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ତାଳଚେର କଲେଜର ପୂର୍ବତନ ଅଧ୍ୟାପକ ତୁଷାର ରଞ୍ଜନ ପାଲଟାସିଂ ଏବଂ ସଙ୍ଗଠନର ସଭାପତି ସ୍ୱାଧୀନ ଥମ୍ବ, ସଙ୍ଗଠନର ଆଇନ ପରାମର୍ଶଦାତା ତଥା ତାଳଚେର ଓକିଲ ସଂଘର ପୂର୍ବତନ ସଭାପତି ଦୟାସାଗର ମିଶ୍ର, ସଙ୍ଗଠନର ମୁଖ୍ୟ ଆବାହକ ଯଯାତୀ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ। ସ୍ୱାମୀ ବିବେକାନନ୍ଦଙ୍କ ଜନ୍ନ ଜୟନ୍ତୀକୁ ଭାରତ ସରକାରଙ୍କ ପକ୍ଷରୁ ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଉ ଥିବାବେଳେ ଯୁବ ସମାଜସେବୀ ସଙ୍ଗଠନ, ତାଳଚେର ପକ୍ଷରୁ ଏହି ଦିବସକୁ ପାଳନ କରାଯିବା…

"ଯୁବ ସମାଜସେବୀ ସଙ୍ଗଠନ ପକ୍ଷରୁ ଜାତୀୟ ଯୁବ ଦିବସ ପାଳିତ"

ତାଳଚେରରେ ଗଣ ଦୈାଡ଼ ନିମନ୍ତେ ପ୍ରସ୍ତୁତି ବୈଠକ

ତାଳଚେର, ୧୨/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେରରେ ଉପଖଣ୍ଡସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଏକ ଗଣ ଦୈାଡ଼ ଚଳିତ ମାସ ୨୫ତାରିଖରେ ଉପଖଣ୍ଡ ପ୍ରଶାସନ ପକ୍ଷରୁ ଆୟୋଜିତ ହେବ। ଏହି ଗଣ ଦୈାଡ଼ର ସଫଳ ରୂପାୟନ ନିମନ୍ତେ ଏକ ବୈଠକ ତାଳଚେର ଉପଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି। ‘ଆମର ଲକ୍ଷ୍ୟ ପ୍ରଦୁଷଣମୁକ୍ତ ତାଳଚେର’ବୋଲି ଏହି ଗଣଦୈାଡ଼ର ବାର୍ତ୍ତା ରହିଛି। ଏଥିରେ ଭାଗ ନେବାକୁ ଚାହୁଁଥିବା ପ୍ରତିଭାଗୀମାନେ ଚଳିତ ମାସ ୨୨ତାରିଖ ସୁଦ୍ଧା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଜ ନାମ ପଞ୍ଜିକୃତ କରିପାରିବେ। ୧ମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ୧୫ଶହ ଟଙ୍କା, ୨ୟ ଙ୍କୁ ୧ହଜାର, ୩ୟଙ୍କୁ ୭ଶହ ୫୦ଟଙ୍କା,…

"ତାଳଚେରରେ ଗଣ ଦୈାଡ଼ ନିମନ୍ତେ ପ୍ରସ୍ତୁତି ବୈଠକ"

ନୀଳକଣ୍ଠେଶ୍ୱର ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉଦଯାପିତ

ତାଳଚେର, ୧୧/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ ସାଉଥବଲଣ୍ଡାସ୍ଥିତ ନୀଳକଣ୍ଠେଶ୍ୱର ମହାବିଦ୍ୟାଳୟର ୨୩ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ବୁଧବାର ଦିନ କଲେଜ ପରିସରରେ ଉଦଯାପିତ ହୋଇଯାଇଛି। ଗତ ୯ତାରିଖ ଦିନ ଅନୁଷ୍ଠିତ ଉଦଘାଟନୀ ସମାରୋହରେ ତାଳଚେର ବିଧାୟକ ତଥା କଲେଜ ପରିଚାଳନା ସମିତିର ସଭାପତି ବ୍ରଜକିଶୋର ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗ ଦେଇ କ୍ରୀଡ଼ା ଓ ଯୋଗର ମହତ୍ୱ ସମ୍ପର୍କରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ୨ ଦିନ ଧରି ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ମୋଟ ୨୪ଟି ବିଭାଗରେ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ଏଥିରେ ବାଳକ ବିଭାଗରେ ଯୁକ୍ତ ୩ର ଛାତ୍ର ଚନ୍ଦନ ପ୍ରସାଦ ଓ ଯୁକ୍ତ୨ର ଛାତ୍ରୀ ସୁଭଦ୍ରା ବିଶ୍ୱାଳ ବାଳିକା ବିଭାଗରେ ଚାମ୍ପିୟାନ…

"ନୀଳକଣ୍ଠେଶ୍ୱର ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉଦଯାପିତ"

ରାସ୍ତାରୁ ଅପରିପକ୍ୱ ଶିଶୁ ଭ୍ରୁଣ ଉଦ୍ଧାର

ଅନୁଗୋଳ, ୧୧/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁଗୋଳ ଜିଲ୍ଲା କଣିହାଁ ଥାନା ନିକଟସ୍ଥ ରାସ୍ତାରେ ଗୁରୁବାର ସକାଳେ ଏକ ପଲିଥିନରେ ଗୁଡ଼ା ଅପରିପକ୍ୱ ଶିଶୁ ଭ୍ରୁଣ ପଡ଼ିଥିବାର ଲକ୍ଷ୍ୟ କରାଯାଇଥିଲା। ସ୍ଥାନୀୟ ଲୋକେ ଏ ସମ୍ପର୍କରେ ଜାଣିବାପରେ କଣିହାଁ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଂଚି ଭ୍ରୁଣଟିକୁ ଉଦ୍ଧାର କରିବାସହ ତାହା ଶିଶୁ ପୁତ୍ରର ଅବା କନ୍ୟା ଭ୍ରୁଣ ପରୀକ୍ଷା କରିବା ନିମନ୍ତେ ତାଳଚେର ଉପଖଣ୍ଡ ଡାକ୍ତରଖାନାକୁ ପଠାଇଥିଲେ। ତେବେ କେହି ଜଣେ ଗାଡ଼ିରେ ଗଲା ସମୟରେ ପଲିଥିନ ଗୁଡ଼ା ଉକ୍ତ ଅପରିପକ୍ୱ ଶିଶୁ ଭ୍ରୁଣଟିକୁ ଫିଙ୍ଗି ଦେଇଥିବାର ସ୍ଥାନୀୟ ଅଂଚଳରେ ଆଲୋଚନା ହେଉଛି। ଏହା କୁମାରୀ ମାତୃତ୍ୱ ଅବା ଅବୈଧ ସମ୍ପର୍କର ପରିଣାମ…

"ରାସ୍ତାରୁ ଅପରିପକ୍ୱ ଶିଶୁ ଭ୍ରୁଣ ଉଦ୍ଧାର"

ତାଳଚେର ଥର୍ମାଲ ପକ୍ଷରୁ ବହୁଭାଷୀ କବି ସମ୍ମିଳନୀ

ତାଳଚେର, ୧୧/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଏନ୍.ଟି.ପି.ସି ତାଳଚେର ଥର୍ମାଲ ଠାରେ ଗତ ୧୦ତାରିଖରେ ବହୁଭାଷୀ କାବ୍ୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବିଗତ ୩ବର୍ଷ ଧରି ନିରବଚ୍ଛିନ୍ନ ଭାବେ ତାଳଚେର ଥର୍ମାଲ ତରଫରୁ ଏପରି ବହୁଭାଷୀ କାବ୍ୟ ସମ୍ମିଳନୀର ଆୟୋଜନ କରାଯାଉଥିବା ବେଳେ ଚଳିତ ଥର ମଧ୍ୟ ହିନ୍ଦୀ, ଓଡ଼ିଆ, ଇଂରାଜୀ ଆଦି ଭାଷାରେ ସ୍ଥାନୀୟ କବିମାନେ ସ୍ୱରଚିତ କବିତାମାନ ପାଠ କରିଥିଲେ। ଏହି ସମ୍ମିଳନୀରେ ଏନ୍.ଟି.ପି.ସି, ସି.ଆଇ.ଏସ.ଏଫ୍, ଡିଏଭି ସ୍କୁଲ ଏବଂ ସ୍ଥାନୀୟ ଅଂଚଳର କବି ପ୍ରତିଭାମାନେ ଅଂଶଗ୍ରହଣ କରିଥିଲେ। ଏହି ସମ୍ମିଳନୀ ଅବସରରେ ତାଳଚେର ଥର୍ମାଲ ପକ୍ଷରୁ ପ୍ରକାଶ ପାଉଥିବା ତୈମାସିକ ହିନ୍ଦୀ ଇ.ପତ୍ରିକା ‘ଉତ୍କଳ ଜ୍ୟୋତି’ର ଉନ୍ମୋଚନ କରା ଯାଇଥିଲା। ଏଥିରେ…

"ତାଳଚେର ଥର୍ମାଲ ପକ୍ଷରୁ ବହୁଭାଷୀ କବି ସମ୍ମିଳନୀ"

ତାଳଚେର ବସ ମାଲିକ ସଂଘ ପକ୍ଷରୁ କମ୍ବଳ ବିତରଣ

ତାଳଚେର, ୧୧/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବସ ମାଲିକ ସଂଘ ପକ୍ଷରୁ ଦରିଦ୍ର ଲୋକଙ୍କୁ କମ୍ବଳ ବିତରଣ କରାଯାଇଛି। ସଂଘ ତରଫରୁ ତାଳଚେର ବସଷ୍ଟାଣ୍ଡ ଠାରେ ଗତ ୮ତାରିଖରେ ତାଳଚେର ବସ ମାଲିକ ସଂଘର ସଭାପତି ଇଂ ଶ୍ରୀକାନ୍ତ କୁମାର ପାଣି, ସାଧାରଣ ସମ୍ପାଦକ ସୁରେଶ ଚନ୍ଦ୍ର ସାହୁ, କୋଷାଧ୍ୟକ୍ଷ ମଦନ ମୋହନ ମହାନ୍ତି, ସମାଜସେବୀ ବାପି ମହାନ୍ତି ଏବଂ ଅନ୍ୟ ସହୃଦୟ ବ୍ୟକ୍ତିଗଣ ଗରିବ ତଥା ଅସହାୟ ଲୋକଙ୍କୁ କମ୍ବଳ ବିତରଣ କରିଥିଲେ। ବର୍ତମାନ ତାଳଚେରରେ ଅନୁଭୂତ ହେଉଥିବା ପ୍ରବଳ ଶୀତ ଦାଉରୁ ଦରିଦ୍ର ତଥା ଅସହାୟ ଲୋକଙ୍କୁ ରକ୍ଷା କରିବା ନିମନ୍ତେ ଏପରି ସଂଘର ଏପରି ଉଦ୍ୟମକୁ ଭୂୟସୀ ପ୍ରଂଶସା କରାଯାଇଛି।

"ତାଳଚେର ବସ ମାଲିକ ସଂଘ ପକ୍ଷରୁ କମ୍ବଳ ବିତରଣ"

୬ ଦଫା ଦାବିରେ ଲକେଇପଶି ଗ୍ରାମବାସୀଙ୍କ ଖଣି ବନ୍ଦ ଆନ୍ଦୋଳନ

ତାଳଚେର, ୧୦/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା)- ତାଳଚେର ବ୍ଲକ ଡଅଁରା ପଂଚାୟତ ଅନ୍ତର୍ଗତ ଲକେଇପଶି ଗ୍ରାମବାସୀଙ୍କ ପକ୍ଷରୁ ନିଯୁକ୍ତି, ଥଇଥାନ ଓ କ୍ଷତିପୂରଣ ଆଦି ଛଅ ଦଫା ଦାବିରେ ଏମ୍ସିଏଲ୍ ଭରତପୁର କୋଇଲା ଖଣିରେ ବନ୍ଦ ଆନ୍ଦୋଳନ କରା ଯାଇଛି। ଗ୍ରାମର ଶତାଧିକ ଆନ୍ଦୋଳନକାରୀ ବୁଧବାର ସକାଳୁ ଭରତପୁର କୋଇଲା ଖଣିର ଟାଇମ ଅଫିସ, ସିଏଚ୍ପି, ରେଲୱେ ସାଇଡିଙ୍ଗ୍ରେ ବସି ରହି ଆନ୍ଦୋଳନ କରିବାରୁ କୋଇଲା ଉତ୍ପାଦନ ଓ ପରିବହନ ଗୁରୁତର ଭାବରେ ବାଧାପ୍ରାପ୍ତ ହୋଇଥିଲା। ସୂଚନାରୁ ପ୍ରକାଶ ଯେ- ଲକେଇପଶି ଗ୍ରାମର ସମସ୍ତ ଜମିବାଡି ଓ ଘରଦ୍ୱାର ଏମ୍ସିଏଲ ଦ୍ୱାରା ୨୨/୧୦/ ୨୦୧୧ ମସିହାରୁ ଫୋର-ୱାନ(୪-୧) କରାଯାଇଅଛି। ମାତ୍ର ଅଦ୍ୟାବଧି ଗ୍ରାମବାସୀମାନଙ୍କୁ ନିଯୁକ୍ତି ଓ…

"୬ ଦଫା ଦାବିରେ ଲକେଇପଶି ଗ୍ରାମବାସୀଙ୍କ ଖଣି ବନ୍ଦ ଆନ୍ଦୋଳନ"

ଭାରିଯାନ ଧକ୍କାରେ ଠିକା କର୍ମଚାରୀଙ୍କ ମୃତ୍ୟୁ ନେଇ ଉତେଜନା ଏନ୍.ଟି.ପି.ସି କଣିହାଁ ଅଧିକାରୀଙ୍କୁ ମାରପିଟ ଅଭିଯୋଗ

ଅନୁଗୋଳ, ୧୦/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁଗୋଳ ଜିଲ୍ଲା ତାଳଚେର କଣିହାଁ ଏନ୍.ଟି.ପି.ସି ନିକଟସ୍ଥ ଆମ୍ବପାଳ ଗ୍ରାମ ନିକଟରେ ବୁଧବାର ସକାଳେ ଏକ ମର୍ମନ୍ତୁଦ ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକଙ୍କ ନାମ ବନ୍ଦିଆ ପ୍ରଧାନ ବୋଲି ଜଣା ପଡ଼ିଛି। ସେ ଆରକେଡି ନାମକ କମ୍ପାନୀରେ ଠିକା କର୍ମଚାରୀଭାବେ କାର୍ଯ୍ୟ କରୁଥିଲେ। ବୁଧବାର ସକାଳ ପ୍ରାୟ ୮ଟା ବେଳେ ସେ ଆମ୍ବପାଳ ଗ୍ରାମ ନିକଟସ୍ଥ ରାସ୍ତାରେ ଜେ.ଆଇ.ଟି.ପି.ଏଲ କମ୍ପାନୀରେ କୋଇଲା ପରିବହନ ପାଇଁ ନିୟୋଜିତ ଏକ ଟ୍ରକ ଧକ୍କାରେ ପ୍ରାଣ ହରାଇଥିଲେ। ଏହି ଦୁର୍ଘଟଣାର ଖବରପାଇଁ ଏନ୍.ଟି.ପି.ସି କଣିହାଁ ପ୍ରକଳ୍ପର ଡିଜିଏମ୍ (ଏଚ୍ ଆର) ଜାକିର ଖାନ୍, ରାଜେନ୍ଦ୍ର ସାହୁ ଏବଂ ସନ୍ତୋଷ…

"ଭାରିଯାନ ଧକ୍କାରେ ଠିକା କର୍ମଚାରୀଙ୍କ ମୃତ୍ୟୁ ନେଇ ଉତେଜନା ଏନ୍.ଟି.ପି.ସି କଣିହାଁ ଅଧିକାରୀଙ୍କୁ ମାରପିଟ ଅଭିଯୋଗ"

ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତାରୋକ ଆନ୍ଦୋଳନ

ତାଳଚେର, ୧୦/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବାଇପାସ ରାସ୍ତାର ଲିଟିଲ ଆଞ୍ଜେଲ ସ୍କୁଲ ନିକଟରେ ଏକ ଭ୍ୟାନ୍ ଏବଂ ସ୍କୁଟି ମଧ୍ୟରେ ସାମ୍ନାସାମ୍ନି ଧକ୍କା ହେବା ଫଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଏବଂ ସ୍କୁଟି ଚାଳକ ଗୁରୁତର ଆହତ ହେବା ଘଟଣାକୁ ନେଇ ବୁଧବାର ଦିନ ତମାମ ସ୍ଥାନୀୟ ଶର୍ମାଛକ ଏବଂ ଦୁର୍ଘଟଣାସ୍ଥଳରେ ରାସ୍ତାରୋକ ଆନ୍ଦୋଳନ କରାଯାଇଥିଲା। ଫଳରେ ସହର ଦେଇ ଯାଇଥିବା ମୁଖ୍ୟ ରାସ୍ତା ଉପରେ ଯାତାୟତ ଦୀର୍ଘ ଘଂଟା ଧରି ବାଧାପ୍ରାପ୍ତ ହୋଇଥିଲା। ସୂଚନାରୁ ପ୍ରକାଶ, ବାଘୁଆବୋଲ ଅଂଚଳର ମନ୍ତ୍ରୀ ନାଏକ(୫୦) ନିଜ ସ୍କୁଟି (ଓଡି-୩୫-୮୧୭୧) ରେ ବିଷ୍ଣୁ ମାଲୀ (୫୫)ଙ୍କୁ ପଛରେ ବସାଇ ବୁଧବାର ପୂର୍ବାହ୍ନ ୧୦ସମୟରେ ହାଣ୍ଡିଧୂଆ ଅଭିମୂଖେ…

"ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତାରୋକ ଆନ୍ଦୋଳନ"