ବନବାସପୁର ଗ୍ରାମବାସୀଙ୍କ ଦ୍ୱାରା ହିଙ୍ଗୁଳା ଖଣି ବନ୍ଦ ଆନେ୍ଦାଳନ

ତାଳଚେର,୧୪/୩(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ ଗୋପାଳପ୍ରସାଦ ପଂଚାୟତ ଅନ୍ତର୍ଗତ ବନବାସପୁର ଗ୍ରାମବାସୀ ମାନେ ବୁଧବାର ସକାଳୁ ନିଯୁକ୍ତି ଦାବୀରେ ଏମ୍.ସି.ଏଲ୍ ହିଙ୍ଗୁଳା କୋଇଲାଖଣିରେ ବନ୍ଦ ଆନେ୍ଦାଳନ କରିଥିଲେ । ଗ୍ରାମବାସୀମାନେ ହିଙ୍ଗୁଳା ଟାଇମ୍ ଅଫିସ, ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟ ସମେତ ଶାଳବଣିଆ ସ୍ଥିତ ପରିବହନ ରାସ୍ତାରେ ଆନେ୍ଦାଳନ କରିବାରୁ କୋଇଲା ଉତୋଳନ ଓ ପରିବହନ କାର୍ଯ୍ୟ ସମ୍ପୂର୍ଣ୍ଣ ବ୍ୟାହତ ହୋଇଥିଲା। ସୂଚନାରୁ ପ୍ରକାଶ,ଏମ୍.ସି.ଏଲ୍ ଦ୍ୱାରା ବନବାସପୁର ଗ୍ରାମ ଅଧିଗ୍ରହଣ କରାଯାଇଥିବା ବେଳେ ଗ୍ରାମର୧୧ଜଣ କ୍ଷତିଗ୍ରସ୍ଥ ପ୍ରଜାଙ୍କୁ ଏମ୍.ସି.ଏଲ୍ ପକ୍ଷରୁ ନିଯୁକ୍ତି ପ୍ରଦାନ କରାଯାଇନାହିଁ । ସେମାନଙ୍କର ମେଡିକାଲ୍ ଟେଷ୍ଟ ହୋଇସାରଥିବା ବେଳେ ନିଯୁକ୍ତି ସମ୍ବନ୍ଧୀୟ ଆବଶ୍ୟକୀୟ କାଗଜପତ୍ରକୁ ଏଫ୍.ଡି. କରିବା ନିମନ୍ତେ ଏମ୍ସିଏଲ୍…

"ବନବାସପୁର ଗ୍ରାମବାସୀଙ୍କ ଦ୍ୱାରା ହିଙ୍ଗୁଳା ଖଣି ବନ୍ଦ ଆନେ୍ଦାଳନ"

ଏନ୍.ଟି.ପି.ସି କଣିହାଁ ତରଫରୁ ଛତୁ ଚାଷ ତାଲିମ ଶିବିର

ତାଳଚେର,୧୪/୩(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଏନ୍.ଟି.ପି.ସି ତାଳଚେର କଣିହାଁ ପ୍ରକଳ୍ପ ପକ୍ଷରୁ ଏହାର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ ଯୋଜନାରେ ଏକ ଛତୁ ଚାଷ ତାଲିମ ଶିବିର ଗତ ୧୨ତାରିଖରେ ଆର ଆଣ୍ଡ ଆର ସେଂଟରରେ ଶୁଭାରମ୍ଭ ହୋଇଯାଇଛି । ଆଖପାଖ ଗ୍ରାମାଂଚଳର ବେକାର ଯୁବକ ଓ ସ୍ୱଂୟ ସହାୟକ ଗୋଷ୍ଠୀଙ୍କୁ ସ୍ୱାବଲମ୍ବୀ କରିବା ତଥା ରୋଜଗାରକ୍ଷମ କରିବା ଏହି ପ୍ରଶିକ୍ଷଣ ଶିବିରର ମୂଖ୍ୟ ଉଦେ୍ଦଶ୍ୟ ରହିଛି । ପ୍ରାୟ ୨ ସପ୍ତାହ ବ୍ୟାପି ଏହି ଶିବିର ଅନୁଷ୍ଠିତ ହେବ । ଏନ୍.ଟି.ପି.ସି କଣିହାଁର ଏଜିଏମ୍ (ଏଚ୍ ଆର) କେ.ଏସ୍.ସାରମା ଏହି ତାଲିମ ଶିବିରକୁ ଉଦଘାଟନ କରିଥିଲେ । ପ୍ରକଳ୍ପର ଡିଜିଏମ (ଏଚ୍ ଆର) ପି.କେ.ସାହୁ,ସିନିୟର ମ୍ୟାନେଜର…

"ଏନ୍.ଟି.ପି.ସି କଣିହାଁ ତରଫରୁ ଛତୁ ଚାଷ ତାଲିମ ଶିବିର"

ଅନୁଗୋଳ ବାର ଆସୋସିଏସନ ପକ୍ଷରୁ ନୂତନ ସଭ୍ୟଙ୍କୁ ସ୍ୱାଗତ

ଅନୁଗୋଳ,୧୪/୩(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁଗୋଳ ବାର ଆସୋସିଏସନ ପକ୍ଷରୁ ନୂତନ ସଭ୍ୟସଭ୍ୟାମାନଙ୍କୁ ସ୍ୱାଗତ କରାଯାଇଛି । ଏହି ପରିପ୍ରେକ୍ଷୀରେ ବୁଧବାର ମଧ୍ୟାହ୍ନରେ ଏକ ସ୍ୱାଗତ ସଭା ସଂଘର ସଭାପତି ଦିଲ୍ଲିପ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ବାର ଆସୋସିଏସନ ପକ୍ଷରୁ ସାଧାରଣ ସମ୍ପାଦକ ଜିତେନ୍ଦ୍ର କୁମାର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିବାସହ ସମସ୍ତ ନୂତନ ସଭ୍ୟ,ସଭ୍ୟାମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା । ଆସୋସିଏସନର ବରିଷ୍ଠ ସଦସ୍ୟ ଭୂପେଶ ଚନ୍ଦ୍ର ପ୍ରଧାନ,ଗଣେଶ୍ୱର ସାହୁ,ବସନ୍ତ କୁମାର ପ୍ରଧାନ ପ୍ରମୁଖ ଉପାଦେୟ ପରାମର୍ଶ ପ୍ରଦାନ କରିବା ସହ ନୂତନ ସଦସ୍ୟମାନଙ୍କୁ ସ୍ୱାଗତ କରିଥିଲେ । ଏହି ଅବସରରେ ଆଗାମୀ ଅପ୍ରେଲ ୨୮ତାରିଖ…

"ଅନୁଗୋଳ ବାର ଆସୋସିଏସନ ପକ୍ଷରୁ ନୂତନ ସଭ୍ୟଙ୍କୁ ସ୍ୱାଗତ"

ଏମ୍.ସି.ଏଲ ଜଗନ୍ନାଥ ଜି.ଏମ୍.ଙ୍କ ଲୁଚାଣିଆ ସାମ୍ବାଦିକ ସମ୍ମିଳନୀକୁ ବିଭିନ୍ନ ମହଲରେ ନିନ୍ଦା

ତାଳଚେର, ୧୩/୩(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଗତ ସୋମବାର ଦିନ ଭାରତ ସରକାରଙ୍କ କୋଇଲା ମନ୍ତ୍ରଣାଳୟର ଯୁଗ୍ମ ସଚିବ (ଆଇ.ଏ.ଏସ୍) ରାଜେଶ୍ କୁମାର ସିହ୍ନା ଏବଂ ଏମ୍.ସି.ଏଲ.ର ଅନ୍ୟାନ୍ୟ ଉଚ୍ଚପଦସ୍ଥ କର୍ମଚାରୀମାନେ ତାଳଚେର କୋଇଲାଖଣି ଗସ୍ତରେ ଆସି ବିଭିନ୍ନ ସମସ୍ୟା ବିଷୟରେ ଅବଗତ ହୋଇଥିଲେ। ଏହି ଗସ୍ତ କାର୍ଯ୍ୟକ୍ରମର ପ୍ରଚାର ଓ ପ୍ରସାର ପାଇଁ ସ୍ଥାନୀୟ ଡେରାସ୍ଥିତ ସି.ଏମ୍.ଡି ବଙ୍ଗଳାରେ ଏମ୍.ସି.ଏଲ ଜଗନ୍ନାଥ କ୍ଷେତ୍ର ମହାପ୍ରବନ୍ଧକ ଏମ୍.ଜି ବ୍ରହ୍ମପୁରକରଙ୍କ ଦ୍ୱାରା କେତେକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦିଆଯାଇ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ତେବେ ଏଥିରେ ସ୍ଥାନୀୟ ଅଂଚଳର ଅନ୍ୟାନ୍ୟ କାର୍ଯ୍ୟରତ ସାମ୍ବାଦିକଙ୍କୁ କାର୍ଯ୍ୟକ୍ରମକୁ ଡକା ଯାଇନଥିଲା। ସମସ୍ତଙ୍କୁ ଡକାଇବା ଦ୍ୱାରା ଖଣି…

"ଏମ୍.ସି.ଏଲ ଜଗନ୍ନାଥ ଜି.ଏମ୍.ଙ୍କ ଲୁଚାଣିଆ ସାମ୍ବାଦିକ ସମ୍ମିଳନୀକୁ ବିଭିନ୍ନ ମହଲରେ ନିନ୍ଦା"

ତାଳଚେର ସଦର ଥାନା ପକ୍ଷରୁ ଆମ ପୋଲିସ୍ ସମିତି ବୈଠକ

ତାଳଚେର, ୧୩/୩(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ସଦର ଥାନା ପକ୍ଷରୁ ଆମ ପୋଲିସ୍ ସମିତିର ମାସିକ ଆଲୋଚନାଚକ୍ର ତାଳଚେର ବ୍ଲକ୍ର ସନ୍ଥପଡା ଗ୍ରାମ ପଂଚାୟତ ଅଫିସ୍ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି। ତାଳଚେର ଉପଖଣ୍ଡ ଅଧିକାରୀ ହେମନ୍ତ କୁମାର ପଣ୍ଡା ଓ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ପାତ୍ର, ସଂଘର ସମସ୍ତ କର୍ମକର୍ତା ତଥା ଗ୍ରାମବାସୀ ଓ ଲୋକ ପ୍ରତିନିଧି ଯୋଗ ଦେଇ ତାଳଚେର ବିଭିନ୍ନ ସମସ୍ୟା ଉପରେ ବିଚାର ବିମର୍ଷ କରିଥିଲେ। ପ୍ରଥମେ ତାଳଚେର ଥାନା ଅଧିକାରୀ ସମସ୍ତ ଗ୍ରାମବାସୀ ଓ ଲୋକ ପ୍ରତିନିଧିଙ୍କୁ ସ୍ୱାଗତ ଜଣାଇବା ପରେ ଗ୍ରାମବାସୀଙ୍କ ପକ୍ଷରୁ ହୋଇଥିବା ଅଭିଯୋଗର ସଫଳ ରୂପାୟନ ପାଇଁ ପୋଲିସ୍ ପକ୍ଷରୁ…

"ତାଳଚେର ସଦର ଥାନା ପକ୍ଷରୁ ଆମ ପୋଲିସ୍ ସମିତି ବୈଠକ"

ସାହିତ୍ୟ ଘର ପକ୍ଷରୁ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳିତ

ତାଳଚେର, ୧୩/୩(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ ସାଉଥବଲଣ୍ଡାସ୍ଥିତ ଜଗନ୍ନାଥ କଳାକେନ୍ଦ୍ର ପରିସରରେ ସାଉଥବଲଣ୍ଡା ସାହିତ୍ୟ ଘର ପକ୍ଷରୁ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳିତ ହୋଇଯାଇଛି। ସଂଯୋଜକ ରଙ୍ଗାଧର ନାୟକଙ୍କ ଆବାହକତ୍ୱରେ ସାହିତ୍ୟ ଘରର ବରିଷ୍ଠ ସଦସ୍ୟ ତଥା ଶିକ୍ଷାବିତ୍ ଶତ୍ରୁଘ୍ନ ବେହେରା ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ “ଶାସ୍ତ୍ରୀୟ ଭାଷା ମାନ୍ୟତା ପାଇବା ପରେ ଆମ ଭାଷା କେତେ ବିକଶିତ” ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ସାହିତ୍ୟ ଘରର ଅଧ୍ୟକ୍ଷ ବିଭୂତି ଭୂଷଣ ସାହୁ ଆଲୋଚନାରେ ଅଂଶଗ୍ରହଣ କରି ଓଡିଆ ଭାଷାର ଇତିହାସ ସମ୍ପର୍କରେ ଆଲୋଚନା କରିବା ସହ ଏହା ଷଷ୍ଠ ଶାସ୍ତ୍ରୀୟ ଭାଷାର ମର୍ଯ୍ୟଦା ପାଇଥିବାରୁ…

"ସାହିତ୍ୟ ଘର ପକ୍ଷରୁ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳିତ"

ଆଶପଣ୍ଡରୁ ପାଉଁଶ ଉଡ଼ିବା ସମସ୍ୟାର ପ୍ରତିକାର ପାଇଁ ଦାବି

ଅନୁଗୋଳ, ୧୩/୩(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ସାମାନ୍ୟ ପବନ ହେଲେ ଏନ୍.ଟି.ପି.ସି କଣିହାଁର ଆଶପଣ୍ଡରୁ ପାଉଁଶ ଉଡ଼ି ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିବାସହ ଆଖପାଖ ଅଂଚଳରେ ପଡ଼ି ଏକ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି। କଣିହାଁ ବ୍ଲକ କାର୍ଯ୍ୟାଳୟ ଠାରୁ ମାତ୍ର ୧ କି.ମି ଦୂରରେ ଏହି ଆଶପଣ୍ଡ ଅବସ୍ଥିତି ଥିବାବେଳେ ଏହା କଣିହାଁଠାରୁ ଡେରେଙ୍ଗ ପର୍ଯ୍ୟନ୍ତ ଲମ୍ଭିଛି। ତେବେ ସାମାନ୍ୟ ପବନରେ ଏଥିରୁ ପାଉଁଶ ଉଡ଼ି ପ୍ରାୟ ୨୦କିମି ପାଶ୍ୱର୍ବର୍ତ୍ତୀ ସ୍କୁଲ, କଲେଜ, ଡାକ୍ତରଖାନା ଏବଂ ଜନବସତି ଅଂଚଳରେ ବ୍ୟାପି ଏକ ପ୍ରଦୁଷିତ ବାତାବରଣ ସୃଷ୍ଟି କରୁଛି। ଏ ସମ୍ପର୍କରେ କଣିହାଁ ପଂଚାୟତ ସମିତି ସଭ୍ୟ ଦେବେନ୍ଦ୍ର ବାରିକ୍ ଏକ ସ୍ମାରକପତ୍ର କଣିହାଁ ତହସିଲଦାରଙ୍କ ଜରିଆରେ…

"ଆଶପଣ୍ଡରୁ ପାଉଁଶ ଉଡ଼ିବା ସମସ୍ୟାର ପ୍ରତିକାର ପାଇଁ ଦାବି"

ତେହେରାନପୁର ଗ୍ରାମକୁ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ ଦାବୀ

ତାଳଚେର,୧୨/୩(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ ଜଗନ୍ନାଥପୁର ପଂଚାୟତ ଅନ୍ତର୍ଗତ ତେହେରାନପୁର ଗ୍ରାମବାସୀ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଦାବୀ ହୋଇଛି । ପ୍ରାୟ ୬ଶହ ଜନସଂଖ୍ୟା ବିଶିଷ୍ଟ ଏହି ଗ୍ରାମରେ ଗ୍ରୀଷ୍ମ ଋତୁରେ ପ୍ରବଳ ଜଳାଭାବ ଦେଖା ଦେଇଥାଏ । ଚଳିତବର୍ଷ ମଧ୍ୟ ଗ୍ରୀଷ୍ମ ଋତୁର ଆବିର୍ଭାବ ଯୋଗୁଁ ବ୍ୟବହୃତ କୂଅଗୁଡ଼ିକ ଶୁଖିଗଲାଣି । ଫଳରେ ଲୋକେ ବାଧ୍ୟ ହୋଇ ନନ୍ଦିରା ଯୋରର ଜଳକୁ ବ୍ୟବହାର କରୁଛନ୍ତି । ଯଦ୍ୱାରା ଲୋକେ ଝାଡ଼ା,ବାନ୍ତି,ଚର୍ମରୋଗ ଓ ପେଟରୋଗରେ ଆକ୍ରାନ୍ତ ହେଉଛନ୍ତି । ପ୍ରତିବର୍ଷ ଏପରି ଜଳାଭାବରେ ଲୋକେ ସମ୍ମୁଖୀନ ହୋଇ ଆସୁ ଥିବାବେଳେ ଏଥିପାଇଁ ସ୍ଥାନୀୟ ପ୍ରଶାସନକୁ ପୂର୍ବରୁ ଅନେକବାର ଅବଗତ ମଧ୍ୟ…

"ତେହେରାନପୁର ଗ୍ରାମକୁ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ ଦାବୀ"

ତାଳଚେର ପୁସ୍ତକ ମହୋତ୍ସବରେ ଶ୍ରୀଜଗନ୍ନାଥ ସଂସ୍କୃତି ସମ୍ପର୍କରେ ଆଲୋଚନା

ତାଳଚେର,୧୨/୩(ଓଡ଼ିଆ ପୁଅ/ଅଜିତ କୁମାର ବେହେରା) : ତାଳଚେର ପୁସ୍ତକ ମହୋତ୍ସବର ୨ୟ ସନ୍ଧ୍ୟାରେ “ଜନଜୀବନରେ ଶ୍ରୀଜଗନ୍ନାଥ ମହାପ୍ରଭୁ” ସମ୍ପର୍କିତ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇ ଯାଇଛି । ଏହି ଆଲୋଚନାଚକ୍ରରେ ମୂଖ୍ୟ ଅତିଥିଭାବେ ପ୍ରବଚକ,ସଙ୍ଗଠନ ସଚିବ,ଗୋବର୍ଦ୍ଧନ ପୀଠ, ପୂରୀ ଏବଂ ଦ୍ୱିଭାଷିକ ଅଧ୍ୟାତ୍ମିକ ପତି୍ରକା ‘ଆମ ପ୍ରଣାମ’ର ସମ୍ପାଦକ ଶୁଭେନ୍ଦୁ କୁମାର ସ୍ୱାଇଁ,ସମ୍ମାନିତ ଅତିଥିଭାବେ ଦୈନିକ ଖବରକାଗଜ ‘କାଳାନ୍ତର’ର ସମ୍ପାଦକ ଓ ଚାରଣଗୋଷ୍ଠୀ,ପୂରୀର ମିଡ଼ିଆ ପ୍ରଭାରୀ ସୈାମ୍ୟକାନ୍ତ ସାମନ୍ତରାୟ,ଲେଖକ ତଥା ଓଡ଼ିଶା ହାଇକୋର୍ଟର ଆଇନଜୀବୀ ତଥା ଆଇନ ପରାମର୍ଶ ଦାତା,ଚାରଣ ଗୋଷ୍ଠୀ,ପୂରୀର ବାମଦେବ ବରାଳ, ଆଦିତ୍ୟ ବାହିନୀ,ଗୋବର୍ଦ୍ଧନ ପୀଠ,ପୂରୀରକ୍ଷେତ୍ରୀୟ ସମ୍ପାଦକ ଡ.ଲିଙ୍ଗରାଜ ପତି ପ୍ରମୁଖ ଯୋଗ ଦେଇ ଶ୍ରୀଜଗନ୍ନାଥ ସଂସ୍କୃତି ଉପରେ ସାରଗର୍ଭକ ଆଲୋଚନା କରିଥିଲେ।…

"ତାଳଚେର ପୁସ୍ତକ ମହୋତ୍ସବରେ ଶ୍ରୀଜଗନ୍ନାଥ ସଂସ୍କୃତି ସମ୍ପର୍କରେ ଆଲୋଚନା"

୨ୟ ତାଳଚେର ପୁସ୍ତକ ମହୋତ୍ସବ ଉଦଘାଟିତ

ତାଳଚେର,୧୧/୩(ଓଡ଼ିଆ ପୁଅ/ଅଜିତ କୁମାର ବେହେରା) : ୨ୟ ତାଳଚେର ପୁସ୍ତକ ମହୋତ୍ସବ ସାଉଥ ବଲଣ୍ଡାସ୍ଥିତ ଶିବ ମନ୍ଦିର ପଡିଆଠାରେ ରବିବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି । କମିଟିର ସଭାପତି ବଳରାମ ପତି ପୁସ୍ତକ ମହୋତ୍ସବରେ ଅଧ୍ୟକ୍ଷତା କରିଥିବାବେଳେ ଅନୁଗୋଳ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଶ୍ରୀନିବାସ ବେହେରା ମୂଖ୍ୟ ଅତିଥିଭାବେ ଏବଂ ତାଳଚେର ଥର୍ମାଲର ମହାପ୍ରବନ୍ଧକ ମିଥିଲେଶ କୁମାର ସିଂ ସମ୍ମାନିତ ଅତିଥିଭାବେ ଏବଂ ସାହିତି୍ୟକ ତଥା ତାଳଚେର ସ୍ୱଂୟଶିସିତ କଲେଜର ଓଡ଼ିଆ ବିଭାଗର ଅଧ୍ୟାପକ ବିରଂଚି ନାରାୟଣ ସାମଲ ମୂଖ୍ୟ ବକ୍ତାଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏହି ମହୋତ୍ସବର ଶୁଭାରମ୍ଭ କରିଥିଲେ । ପ୍ରାରମ୍ଭରେ ଏନ୍.ଏସ.ଏଲ.ର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଓ…

"୨ୟ ତାଳଚେର ପୁସ୍ତକ ମହୋତ୍ସବ ଉଦଘାଟିତ"