ରେଙ୍ଗାଳୀ କେନାଲରୁ ଗଳିତ ମୃତ ଦେହ ଉଦ୍ଧାର

ତାଳଚେର, ୧୪/୯ (ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ସଦର ଥାନା ଅନ୍ତର୍ଗତ ତାଳଚେର କଲେଜ ସମ୍ମୁଖସ୍ଥ ରେଙ୍ଗାଳୀ ଦକ୍ଷିଣ କେନାଲରୁ ଆଜି ଜଣେ ମହିଳାଙ୍କ ଗଳିତ ଶବକୁ ତାଳଚେର ପୋଲିସ ଭାସମାନ ଅବସ୍ଥାରେ ଉଦ୍ଧାର କରିଛି। ତାଳଚେର ପୋଲିସ ସୂତ୍ରରୁ ପ୍ରକାଶ, ଯେ ତାଳଚେର ପୈାରାଂଚଳ ୧୦ନମ୍ବର ୱାର୍ଡ଼ ଅନ୍ତର୍ଗତ ଅରା ସାହିର ତ୍ରିନାଥ ନାଥଙ୍କ ପତ୍ନୀ କୈାତୁକ ନାଥ(୬୫) ପାରିବାରିକ କଳହକୁ କେନ୍ଦ୍ର କରି ଗତ ୩ ଦିନ ହେବ ଘରୁ କେଉଁଆଡ଼େ ପଳାଇଥିଲେ। ତେବେ ସ୍ଥାନୀୟ ଲୋକେ ଶୂକ୍ରବାର ସକାଳୁ ଏକ ମୃତ ଦେହ କେନାଲରେ ଭାସୁଥିବାର ଦେଖି ପୋଲିସକୁ ଖବର ଦେଇଥିଲେ। ଖବର ପ୍ରଚାରିତ ହେବାପରେ ପରିବାର ଲୋକେ ଆସି…

"ରେଙ୍ଗାଳୀ କେନାଲରୁ ଗଳିତ ମୃତ ଦେହ ଉଦ୍ଧାର"

ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ବିଜେପି ତରଫରୁ ଭୂମି ପୂଜନ କାର୍ଯ୍ୟକ୍ରମ

ତାଳଚେର, ୧୩/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୨ତାରିଖ ଦିନ ତାଳଚେର ଆସି ନୂତନ କାରଖାନା ତାଳଚେର ଫର୍ଟିଲାଇଜର ଲିମିଟେଡ଼ର ଭିତିପ୍ରସ୍ତର ସ୍ଥାପନ କରିବେ। ଏନେଇ ବ୍ୟାପକ ପ୍ରସ୍ତୁତି ଚାଲିଥିବା ବେଳେ ବିଜେପି ପକ୍ଷରୁ ଆଜି ଏଫ୍.ସି.ଆଇ. ଷ୍ଟାଡିଅମ୍ ସଭାସ୍ଥଳର ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପବିତ୍ର ଗଣେଶ ଚତୁର୍ଥୀ ଉପଲକ୍ଷେ ଆଜି ସକାଳ ୮ ଘଟିକା ସମୟରେ ଏହିସ୍ଥଳରେ ହୋମ, ଯଜ୍ଞ ଆଦି କର୍ମ କରାଯାଇ ଭୂମି ପୂଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ପୂର୍ବତନ ସାଂସଦ ରୁଦ୍ରନାରାୟଣ ପାଣି, ତାଳଚେର ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା, ୨୦ନଂ ଜିଲ୍ଲା ପରିଷଦ ସଦସ୍ୟା ଲକ୍ଷ୍ମୀପ୍ରିୟା ମଲ୍ଲିକ୍,…

"ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ବିଜେପି ତରଫରୁ ଭୂମି ପୂଜନ କାର୍ଯ୍ୟକ୍ରମ"

ହିଙ୍ଗୁଳା ନୋଡ଼ାଲ ହାଇସ୍କୁଲରେ ପ୍ରଭୁ ଗଜାନନଙ୍କୁ ଆରାଧନା

ତାଳଚେର, ୧୩/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅଗ୍ରପୂଜ୍ୟ ମହାପ୍ରଭୁ ଗଜାନନଙ୍କ ପୂଜା ତାଳଚେର ସମେତ ସମସ୍ତ ପୁରପଲ୍ଲୀରେ ମହାସମାରୋହରେ ପାଳନ କରାଯାଉଛି। ତାଳଚେର ବ୍ଲକ କଳମଛୁଇଁ ପଂଚାୟତସ୍ଥିତ ହିଙ୍ଗୁଳା ନୋଡାଲ ହାଇସ୍କୁଲ ପରିସରରେ ମଧ୍ୟ ଗଣେଶ ପୂଜା ମହାଆଡମ୍ବର ସହକାରେ ପାଳନ କରାଯାଇଛି। ପ୍ରଭୁ ଗଣେଶଙ୍କର ମୃଣ୍ମୟୀ ପ୍ରତିମାକୁ ଏକ ସୁସଜ୍ଜିତ ମଣ୍ଡପରେ ରଖି ଛାତ୍ରଛାତ୍ରୀମାନେ ପୂଜାର୍ଚ୍ଚନା କରିଥିଲେ। ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ଶତପଥୀ ମୃଣ୍ମୟୀ ପ୍ରତିମାକୁ ବିଧିପୂର୍ବକ ଜୀବନ୍ୟାସ ଦେଇ ଯଥାରୀତି ପୂଜାର୍ଚ୍ଚନା କରିଥିଲେ। ଶେଷରେ ଛାତ୍ରଛାତ୍ରୀମାନେ ପୂଷ୍ପାଞ୍ଜଳୀ ଦେଇଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ଦୁଃଖବନ୍ଧୁ ସାହୁଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ସେହିପରି କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର…

"ହିଙ୍ଗୁଳା ନୋଡ଼ାଲ ହାଇସ୍କୁଲରେ ପ୍ରଭୁ ଗଜାନନଙ୍କୁ ଆରାଧନା"

ତାଳଚେରରେ ଗଜାନନଙ୍କ ପୂଜା ଆରମ୍ଭ

ତାଳଚେର, ୧୩/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଆଜିଠାରୁ ତାଳଚେରରେ ଆରମ୍ଭ ହୋଇଛି ପ୍ରଭୁ ଗଜାନନଙ୍କ ଆରାଧନା। ଏଥିପାଇଁ ତାଳଚେର ସହରଠୁ ଆରମ୍ଭ କରି ଗ୍ରାମାଂଚଳ ଉତ୍ସବମୂଖର ହୋଇଉଠିଛି। ଚଳିତ ବର୍ଷ ହାଣ୍ଡିଧୂଆଁ ଠାରୁ ତାଳଚେର ଟାଉନର ପୁରୁଣା ପୋଷ୍ଟ ଅଫିସ ପର୍ଯ୍ୟନ୍ତ ଦୀର୍ଘ ୬ କି.ମି ବ୍ୟାପି ରାସ୍ତାରେ ପ୍ରାୟ ୮୦ଟି ସୁସଜ୍ଜିତ ପୂଜାମଣ୍ଡପରେ ବିଘ୍ନ ବିନାଶକ ପୂଜା ପାଉଛନ୍ତି। ବିଭିନ୍ନ ପୂଜା କମିଟିଗୁଡ଼ିକ ନିଜନିଜର ପୂଜାମଣ୍ଡପ ଗୁଡ଼ିକୁ ଆକର୍ଷଣୀୟ କରିବାକୁ ଚେଷ୍ଟା କରିଛନ୍ତି। ହାଣ୍ଡିଧୂଆ ଛକ, ଅନ୍ନପୂର୍ଣ୍ଣା ମାର୍କେଟ, ଶର୍ମା ଛକ, ଆଇ.ଟି.ଆଇ ଛକ, ହିଙ୍ଗୁଳା ମାର୍କେଟ, ଜଗନ୍ନାଥ ମାର୍କେଟ, ହାଟତୋଟା ବଣିକ ସଂଘ, ପ୍ରଜାମଣ୍ଡଳ ପୂଜା କମିଟି, ପ୍ରେସ କ୍ଲବ ଛକ, ହାଟତୋଟା,…

"ତାଳଚେରରେ ଗଜାନନଙ୍କ ପୂଜା ଆରମ୍ଭ"

ବାଘୁଣୀ ସୁନ୍ଦରୀର ମଣିଷ ଶିକାର

ଅନୁଗୋଳ ୧୨-୯ (ଓଡ଼ିଆ ପୁଅ) ଯାହା ଆଶଙ୍କା କରାଯାଉଥିଲା ଶେଷରେ ତାହା ହିଁ ଘଟିଲା। ବାଘୁଣୀ ସୁନ୍ଦରୀ ନେଲା ମଣିଷ ଜୀବନ। ଅନୁଗୋଳ ଜିଲ୍ଲା ଟିକରପଡ଼ା ହାତୀବାରି ଗାଁର ମହିଳା କୈଳାସି ସାଏ ନାମକ ମହିଳା ଆଜି ବାଘୁଣୀର ପ୍ରଥମ ଶିକାର ହୋଇ ଥିବାର ଜଣା ପଡ଼ିଛି। ସୂଚନା ମୁତାବକ କୈଳାସି ଗାଁ ନିକଟସ୍ଥ ନାଳକୁ ଗାଧୋଇବାକୁ ଯାଇଥିବା ବେଳେ ସୁନ୍ଦରୀର ଶିକାର ବନିଛନ୍ତି। ତେବେ କୈଳାସି ବହୁ ସମୟ ଧରି ଘରକୁ ନ ଫେରିବାରୁ ପରିବାର ଲୋକେ ବହୁ ଖୋଜା ଖୋଜି କରିବା ପରେ ନିକଟସ୍ଥ ଜଙ୍ଗଲରୁ ମହିଳାଙ୍କ କ୍ଷତ ବିକ୍ଷତ ଶବ ଉଦ୍ଧାର କରିଛନ୍ତି। ଏହି ଖବର ପ୍ରଚାରିତ ପରେ ଉତ୍ତେଜିତ ଲୋକେ…

"ବାଘୁଣୀ ସୁନ୍ଦରୀର ମଣିଷ ଶିକାର"

ପାଖେଇ ଆସିଲା ଗଣେଷ ପୂଜା.. ଉତ୍ସବମୂଖର ହୋଇ ଉଠିଲାଣି ତାଳଚେର

ତାଳଚେର,୧୧/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେରବାସୀଙ୍କ ପ୍ରତୀକ୍ଷାର ଘଟିବ ଅନ୍ତ । କାରଣ ଆଗାମୀ ୧୩ ତାରିଖରୁ ମହାସମାରୋହରେ ଆରମ୍ଭ ହେବାକୁ ଯାଉଛି ତାଳଚେରର ଗଣପର୍ବର ଆଖ୍ୟା ପାଇଥିବା ଗଣେଷ ପୂଜା । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ତାଳଚେରବାସୀ ଅତି ଆଦରରେ ଅନାଇ ବସିଛନ୍ତି ପ୍ରଭୁ ଗଜାନନଙ୍କୁ ସ୍ୱାଗତ କରିବାପାଇଁ । ଏଥିପାଇଁ ଉତ୍ସବମୁଖର ହୋଇ ଉଠିଲାଣି ସମଗ୍ର ତାଳଚେର ସହର । ହାଣ୍ଡିଧୂଆ ଠାରୁ ତାଳଚେର ଟାଉନ ଘୋଡ଼ାଶାଳ ପର୍ଯ୍ୟନ୍ତ ପ୍ରାୟ ୬ କି.ମି ରାସ୍ତାରେ ଏଥିପାଇଁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଂଚିଛି । ଚଳିତ ବର୍ଷ ପ୍ରାୟ ୮୦ଟି ପୂଜାମଣ୍ଡପରେ ବିଘ୍ନ ବିନାଶକଙ୍କୁ ଆରାଧନା କରାଯାଉଛି । ସମସ୍ତ…

"ପାଖେଇ ଆସିଲା ଗଣେଷ ପୂଜା.. ଉତ୍ସବମୂଖର ହୋଇ ଉଠିଲାଣି ତାଳଚେର"

ମାଛ ମାରିବାକୁ ଯାଇ ନଦୀରେ ଭାସିଗଲେ ଯୁବକ

ତାଳଚେର, ୯/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): କଣିହାଁ ବ୍ଲକର ସମଲ ଥାନା ଅନ୍ତର୍ଗତ ସମଲ ବ୍ୟାରେଜ ନିକଟସ୍ଥ ବ୍ରାହ୍ମଣୀ ନଦୀରେ ଗତକାଲି ବିଳମ୍ବିତ ରାତିରେ ମାଛ ମାରୁଥିବା ବେଳେ ପ୍ରଖର ସ୍ରୋତରେ ଭାସିଯାଇ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ନିଖୋଜ ଯୁବକଙ୍କ ନାମ ରାଜୁ ଗାଗରେଇ। ନିଖୋଜଙ୍କ ସ୍ତ୍ରୀ ପଦ୍ମିନି ଗାଗରେଇଙ୍କ କହିବାନୁଯାୟୀ ଗତକାଲି ରାତିରେ ଖାଇସାରି ତାଙ୍କ ସ୍ୱାମୀ ରାଜୁ ଗାଗରେଇ ମାଛ ମାରିବାକୁ ନଦୀର ଜଳସ୍ରୋତକୁ ଯାଇଥିଲେ। ପ୍ରତ୍ୟେକ ଦିନ ପରି ତାଙ୍କ ସ୍ୱାମୀଙ୍କ ସହ ଅନ୍ୟ ୩ଜଣ ଏକାଠି ହୋଇ ମାଛ ମାରିବାକୁ ଯାଇଥିଲେ। ତେବେ ଜାଲ ସଜାଡିବା ସମୟରେ ସିମେଂଟ୍ ପକ୍କା ଶିଉଳିରେ ଗୋଡ ଖସିଯିବାରୁ ରାଜୁ ପ୍ରଖର ଜଳସ୍ରୋତକୁ…

"ମାଛ ମାରିବାକୁ ଯାଇ ନଦୀରେ ଭାସିଗଲେ ଯୁବକ"

୭ଜଣ ଡକାୟତକୁ ଗିରଫ କଲା ତାଳଚେର ପୋଲିସ

ତାଳଚେର, ୯/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଗତ ଜୁଲାଇ ଓ ଅଗଷ୍ଟ ମାସରେ ତାଳଚେର ସାଉଥବଲଣ୍ଡା କଲୋନୀ ସ୍ଥିତ କ୍ୱାର୍ଟରରେ ହୋଇଥିବା ଚୋରୀର ପର୍ଦ୍ଦଫାଶ କରିଛି ତାଳଚେର ପୋଲିସ। ପୁରୁଷ ଲୋକଙ୍କ ଅନୁପସ୍ଥିତିରେ ଉକ୍ତ ୨ କ୍ୱାର୍ଟରରେ ପଶି ପରିବାରର ମହିଳାମାନଙ୍କୁ ମାରଣାସ୍ତ୍ର ଦ୍ୱାରା ଭୟଭୀତ କରି ଆଖି ପିଛୁଳାକେ ସୁନା ଓ ରୂପା ଗହଣା, ନଗଦ ଅର୍ଥ ନେଇ ଫେରାର ହୋଇ ଯାଇଥିବା ଏକ ୭ଜଣିଆ ଡକାୟତ ଗ୍ୟାଙ୍ଗକୁ ତାଳଚେର ପୋଲିସ ଧରିବାରେ ସଫଳ ହୋଇଛି। ଏ ସମ୍ପର୍କରେ ଆଜି ପୂର୍ବାହ୍ନରେ ତାଳଚେର କୋଲିୟରୀ ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ପ୍ରକାଶଯୋଗ୍ୟ, ଗତ ତା୩୦/୦୮/ ୨୦୧୮ ରିଖ ସନ୍ଧ୍ୟାରେ ବିକ୍ରମପୁର…

"୭ଜଣ ଡକାୟତକୁ ଗିରଫ କଲା ତାଳଚେର ପୋଲିସ"

ସନ୍ଦେହ ଘେରରେ ନିମିତିରି-ବଙ୍କା ପଳସା ରାସ୍ତାର ଶିଳାନ୍ୟାସ ଫଳକ ସ୍ଥାପନ କରି ଲୋକଙ୍କୁ ଭୂଆଁ ବୁଲା ଯାଉଥିବାର ଅଭିଯୋଗ

ଅନୁଗୋଳ, ୯/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଗତ ୪ତାରିଖରେ ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ଅନ୍ତର୍ଗତ ନିମିତିରି ଠାରୁ ବଙ୍କା ପଳସା ରାସ୍ତାର ଶିଳାନ୍ୟାସ କରିଛନ୍ତି ମାନ୍ୟବର ଆଠମଲ୍ଲିକ ବିଧାୟକ ସଞ୍ଜିବ ସାହୁ। ତେବେ ଶିଳାନ୍ୟାସ ଫଳକରେ ବ୍ୟୟ ଅଟକଳ କଥା ଉଲ୍ଲେଖ କରାଯାଇ ନଥିବାରୁ ଏହାର ପୂର୍ଣ୍ଣାଙ୍ଗ କାର୍ଯ୍ୟକାରିତା ନେଇ ସନ୍ଦେହ ପ୍ରକାଶ କରିଛନ୍ତି ଗ୍ରାମବାସୀ। ପୂର୍ବରୁ ବିଧାୟକ ମହାଶୟ ବହୁ ବାର ଉକ୍ତ ରାସ୍ତା ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏବେ ବି ଉକ୍ତ ରାସ୍ତାର ଉନ୍ନତିକରଣ ହୋଇପାରିନି ବୋଲି ଲୋକେ ଅଭିଯୋଗ କରିଛନ୍ତି। ତେବେ ଏପରିସ୍ଥଳେ ନିର୍ବାଚନ ବୈତରଣୀ ପାର ହେବା ପାଇଁ ଏପରି ଏକ ଫଳକ ସ୍ଥାପନ କରାଯାଇ…

"ସନ୍ଦେହ ଘେରରେ ନିମିତିରି-ବଙ୍କା ପଳସା ରାସ୍ତାର ଶିଳାନ୍ୟାସ ଫଳକ ସ୍ଥାପନ କରି ଲୋକଙ୍କୁ ଭୂଆଁ ବୁଲା ଯାଉଥିବାର ଅଭିଯୋଗ"

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତାଳଚେର ଗସ୍ତ ପୂର୍ବରୁ କେନ୍ଦ୍ରମନ୍ତ୍ରୀଙ୍କ ସମୀକ୍ଷା: ତାଳଚେର ପ୍ରଗତୀର ସାକ୍ଷୀଥିବା ତାଳଚେର ଫର୍ଟିଲାଇଜରର ପୁନରୁଦ୍ଧାର ସୌଭାଗ୍ୟର ବିଷୟ-ଧର୍ମେନ୍ଦ୍ର ପ୍ରଧାନ

⦁ ତାଳଚେର ଫର୍ଟିଲାଇଜରରେ ୧୩ ହଜାର କୋଟି ଓ ତାଳଚେର ଥର୍ମାଲରେ ୯ ହଜାର ୭ଶହ କୋଟି ର ପୁଞ୍ଜିନିବେଶ ଭୁବନେଶ୍ୱର/ତାଳଚେର, ୭ ସେପ୍ଟେମ୍ବର(ଓଡ଼ିଆ ପୁଅ)-ଓଡିଶା ଓ ତାଳଚେର ପାଇଁ ବଡ ସୌଭାଗ୍ୟର କଥା ତାଳଚେର ପ୍ରଗତୀର ସାକ୍ଷୀଥିବା ତାଳଚେର ଫର୍ଟିଲାଇଜର ଓ ତାଳଚେର ଥର୍ମାଲ ପ୍ଲାଂଟର ପୁନରୁଦ୍ଧାର ହେବାକୁ ଯାଉଛି। ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତରେ ଏପରି ପ୍ରକଳ୍ପ ଭିତିପ୍ରସ୍ତର ସ୍ଥାପନ ହେଉଛି ଏହା ଆମ ପାଇଁ ସୌଭାଗ୍ୟର କଥା ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତାଳଚେର ଗସ୍ତ ପୂର୍ବରୁ ଆଜି ସମୀକ୍ଷା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ା ଏ ଅବସରରେ ସୂଚନା ଦେଇ ଶ୍ରୀ…

"ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତାଳଚେର ଗସ୍ତ ପୂର୍ବରୁ କେନ୍ଦ୍ରମନ୍ତ୍ରୀଙ୍କ ସମୀକ୍ଷା: ତାଳଚେର ପ୍ରଗତୀର ସାକ୍ଷୀଥିବା ତାଳଚେର ଫର୍ଟିଲାଇଜରର ପୁନରୁଦ୍ଧାର ସୌଭାଗ୍ୟର ବିଷୟ-ଧର୍ମେନ୍ଦ୍ର ପ୍ରଧାନ"