ମା’ଦକ୍ଷିଣକାଳିକା ମନ୍ଦିରର ଅଷ୍ଟାଦଶ ବାର୍ଷିକ ଜନ୍ମୋତ୍ସବ ପାଳିତ

ତାଳଚେର, ୮/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ଘଂଟପଡ଼ା ଗ୍ରାମସ୍ଥିତ ମା’ଦକ୍ଷିଣକାଳିକା ମନ୍ଦିରର ଅଷ୍ଟାଦଶ ବାର୍ଷିକ ଜନ୍ମୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଗତ ୫ତାରିଖରୁ ୭ତାରିଖ ପର୍ଯ୍ୟନ୍ତ ପାଳିତ ଏହି ୩ ଦିନିଆ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଗତ ୪ତାରିଖରେ ଏକ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଶ୍ରଦ୍ଧାଳୁମାନେ ଗ୍ରାମ ପୁଷ୍କରିଣୀରୁ କଳସରେ ଜଳ ଆଣି ଦେବୀ ପୀଠରେ ସ୍ଥାପନ କରିଥିଲେ। ୫ତାରିଖରେ ଯଜ୍ଞାରମ୍ଭ ହୋଇଥିଲା। କ୍ଷୀରୋଦ ଚନ୍ଦ୍ର ପ୍ରଧାନ ଯଜ୍ଞକର୍ତା ଭାବେ ଯୋଗ ଦେଇଥିଲେ। ସନ୍ଧ୍ୟାକାଳରେ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ୬ତାରିଖରେ ରୁଦ୍ରାଭିଷେକ ରୁଦ୍ର ଯଜ୍ଞ ଅନୁଷ୍ଠିତ ହେବାସହ ଶ୍ରୀ ଶନିଦେବ ଏବଂ ସାଇଦେବଙ୍କର ନୂତ ବିଗ୍ରହ ମନ୍ଦିର ପ୍ରତିଷ୍ଠା କରାଯାଇଥିଲା। ଶେଷ ଦିବସରେ…

"ମା’ଦକ୍ଷିଣକାଳିକା ମନ୍ଦିରର ଅଷ୍ଟାଦଶ ବାର୍ଷିକ ଜନ୍ମୋତ୍ସବ ପାଳିତ"

ତାଳଚେରରେ ବ୍ଲକସ୍ତରୀୟ ଅଭିଯୋଗ ଶୁଣାଣି

ତାଳଚେର, ୮/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ପଂଚାୟତ ସମିତି ସଭା ଗୃହଠାରେ ସୋମବାର ପୂର୍ବାହ୍ନରେ ଏକ ବ୍ଲକସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ଶିବିରରେ ପଞ୍ଜିକୃତ ମୋଟ ୧୩୭ଟି ଅଭିଯୋଗ ମଧ୍ୟରୁ ୧୨୨ଟି ବ୍ୟକ୍ତିଗତ ସମସ୍ୟା ଏବଂ ୧୫ଟି ସାମୁହିକ ସମସ୍ୟା ସମ୍ପର୍କିତ ଥିଲା। ସେହିପରି ତାଳଚେର ବ୍ଲକ ଗୁରୁଜାଙ୍ଗୁଲି ଗ୍ରାମର ଯୋଗୀ ନାଏକଙ୍କ ପୁତ୍ର ଗଜେନ୍ଦ୍ର ନାଏକଙ୍କୁ ଚିକିତ୍ସା ନିମନ୍ତେ ଜିଲ୍ଲା ରେଡ଼କ୍ରସ ପାଣ୍ଠିରୁ ୩ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଅତିରିକ୍ତ ଜିଲ୍ଳାପାଳ ଶ୍ରୀନାବସ ବେହେରା, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାୟ, ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର…

"ତାଳଚେରରେ ବ୍ଲକସ୍ତରୀୟ ଅଭିଯୋଗ ଶୁଣାଣି"

ଜ୍ଞାନେଶ୍ୱର ସାହୁଙ୍କୁ ସେବା ପଦ୍ମ ସମ୍ମାନ

ତାଳଚେର, ୮/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ସମାଜସେବା ସେବାକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସମାଧାନ’ର ସଭାପତି ଜ୍ଞାନେଶ୍ୱର ସାହୁଙ୍କୁ ବାଲେଶ୍ୱର ପଦ୍ମ ଲୋଚନ ପାଠାଗାର ପକ୍ଷରୁ ‘ସେବା ପଦ୍ମ’ ସମ୍ମାନ-୨୦୧୮ରେ ସମ୍ମାନୀତ କରାଯାଇଛି। ବାଲେଶ୍ୱରର ଅନନ୍ତପୁରରଠାରେ ଆୟୋଜିତ ଏକ ବିଂଶତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥିଭାବେ ଓଡ଼ିଆ ଭାଷା ପ୍ରତିଷ୍ଠାନର ସଦସ୍ୟ ପ୍ରଫୁଲ୍ଲ କୁମାର ମହାପାତ୍ର, ବରେଣ୍ୟ ଅତିଥିଭାବେ ଯାତ୍ରା କଳାକାର ଦୈତାରୀ ପଣ୍ଡା ଓ ମୁଖ୍ୟବକ୍ତା ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ଅଭୟ ସୂତାର ପ୍ରମୁଖ ଯୋଗଦେଇ ଶ୍ରୀ ସାହୁଙ୍କୁ ଉତରୀୟ ଓ ମାନପତ୍ର ଦେଇ ସମ୍ମାନୀତ କରିଥିଲେ। ଆୟୋଜିତ ଉତ୍ସବରେ ଅନୁଷ୍ଠାନର ସଭାପତି ପଦ୍ମ ଲୋଚନ ମହାକୁଡ,…

"ଜ୍ଞାନେଶ୍ୱର ସାହୁଙ୍କୁ ସେବା ପଦ୍ମ ସମ୍ମାନ"

ଓଡ଼ାନ ଲକ୍ଷ୍ୟ ସଙ୍ଗଠନ ପକ୍ଷରୁ ଯୁବକ ଉଦ୍ଧାର

ଅନୁଗୋଳ, ୭/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଓଡ଼ାନ ଲକ୍ଷ୍ୟ ସଙ୍ଗଠନ ପକ୍ଷରୁ ରବିବାର ସକାଳେ ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅଧିନସ୍ଥ ଚାଇଁପାଳ ନିକଟରୁ ଜଣେ ଅସହାୟ ଯୁବକଙ୍କୁ ଉଦ୍ଧାର କରାଯାଇଛି। ଯୁବକଙ୍କ ନାମ ପିଂଟୁ ସିକାଲ (୨୩)ଏବଂ ତାର ଘର କଲକତା ପଟରାପଲ୍ଲୀ ଥାନା ଅନ୍ତର୍ଗତ ବୋଡ଼ା ଅଂଚଳରେ ବୋଲି ଜଣାପଡ଼ିଛି। ତେବେ ଯୁବକ ଜଣକ ମୁକ ହୋଇଥିବାର ଜଣାପଡ଼ିଛି। ସଙ୍ଗଠନର ସଦସ୍ୟମାନେ ଯୁବକଙ୍କୁ ଉଦ୍ଧାର କରି ତାର ସେବା ଯତ୍ନ କରିବାପରେ ତାଳଚେର ଉପଖଣ୍ଡ ଡାକ୍ତରଖାନାକୁ ନେଇ ତାହାର ଚିକିତ୍ସା କରାଇଛନ୍ତି। ତାଳଚେର କିମ୍ବା ବଅଁରପାଳ ଥାନା ସହଯୋଗରେ ଯଥାଶୀଘ୍ର ଉକ୍ତ ମୁକ ଯୁବକଙ୍କୁ ତାର ଘରର ସଠିକ୍ ଠିକଣାରେ ପଠାଇ ଦିଆଯିବ…

"ଓଡ଼ାନ ଲକ୍ଷ୍ୟ ସଙ୍ଗଠନ ପକ୍ଷରୁ ଯୁବକ ଉଦ୍ଧାର"

ବ୍ଲକସ୍ତରୀୟ ମାଧ୍ୟମିକ ଶିକ୍ଷକ, କର୍ମଚାରୀ ବନ୍ଧୁ ମିଳନ ଉତ୍ସବ

ତାଳଚେର, ୭/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା)-ତାଳଚେର ବ୍ଲକ ଗୋପାଳପ୍ରସାଦ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ସପ୍ତମ ବ୍ଲକସ୍ତରୀୟ ମାଧ୍ୟମିକ ଶିକ୍ଷକ, କର୍ମଚାରୀଙ୍କର ବନ୍ଧୁ ମିଳନ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଗୋପାଳପ୍ରସାଦ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହେମନ୍ତ କୁମାର ମିଶ୍ର ଅଧ୍ୟକ୍ଷତା କରିଥିଲେ। ସମ୍ମାନୀତ ଅତିଥିଭାବେ ବନ୍ଧୁମିଳନ କମିଟିର ସମ୍ପାଦକ ରବିନ୍ଦ୍ର କୁମାର ପଣ୍ଡା, ପ୍ରାକ୍ତନ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରତାପ ଚନ୍ଦ୍ର ନନ୍ଦ, ହେଁସମୂଳ ପଂଚାୟତ ହାଇସ୍କୁଲର ଶିକ୍ଷକ ତ୍ରିଲୋଚନ ଦାସ, ହାଣ୍ଡିଧୂଆଁ ହାଇସ୍କୁଲର ଶିକ୍ଷକ କିଶୋର ଚନ୍ଦ୍ର କର, ଗୋବରା ହାଇସ୍କୁଲର ପ୍ରଧାନଶିକ୍ଷକ ଲଳିତ କୁମାର ରଥ, ଯୁବରାଜ ହାଇସ୍କୁଲର ଶିକ୍ଷକ ଗୋବର୍ଦ୍ଧନ ନାୟକ ଓ ସମାଜସେବୀ ବିଭୁତି ଭୂଷଣ…

"ବ୍ଲକସ୍ତରୀୟ ମାଧ୍ୟମିକ ଶିକ୍ଷକ, କର୍ମଚାରୀ ବନ୍ଧୁ ମିଳନ ଉତ୍ସବ"

ଭରତପୁର ୟୁକୋ ବ୍ୟାଙ୍କରେ ୭୫ତମ ପ୍ରତିଷ୍ଠା ଦିବସ ପାଳିତ

ତାଳଚେର, ୭/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ଭରତପୁର ଶାଖା ପକ୍ଷରୁ ୟୁକୋ ବ୍ୟାଙ୍କର ୭୫ତମ ପ୍ରତିଷ୍ଠା ଦିବସ ଶନିବାର ଦିନ ପାଳିତ ହୋଇଯାଇଛି। ଏହି ଅବସରରେ ବ୍ୟାଙ୍କ ପରିସରରେ ଏକ ସଚେତନତା ସଭାର ଆୟୋଜନ କରାଯାଇଥିଲା। ଏଥିରେ ବ୍ୟାଙ୍କ ଶାଖା ପରିଚାଳକ ବିଶ୍ୱନାଥ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ପ୍ରଖ୍ୟାତ ଶିଳ୍ପପତି ଘନଶ୍ୟାମ ଦାସ ବିର୍ଲା ୧୯୪୩ ମସିହା ଜାନୁୟାରୀ ମାସ ୬ ତାରିଖ ଦିନ ୟୁକୋ ବ୍ୟାଙ୍କ ପ୍ରତିଷ୍ଠା ପ୍ରଦାନ କରାଯାଇଆସୁଛି ବୋଲି ଏହି ଅବସରରେ ଶ୍ରୀ ପଟ୍ଟନାୟକ ପ୍ରକାଶ କରିଥିଲେ। ଏଥିସହିତ ବ୍ୟାଙ୍କ ପକ୍ଷରୁ ଗ୍ରାହକମାନଙ୍କୁ କ୍ୟାସଲେସ୍ ଟ୍ରାଞ୍ଜାକସନ୍, ଇ-ବ୍ୟାଙ୍କିଙ୍ଗ୍, ନେଟ୍ ବ୍ୟାଙ୍କିଙ୍ଗ୍, ମୋବାଇଲ ବ୍ୟାଙ୍କିଙ୍ଗ୍ ପରି ଅତ୍ୟାଧୁନିକ ଡିଜିଟାଲ୍ ସେବାର ବହୁଳ…

"ଭରତପୁର ୟୁକୋ ବ୍ୟାଙ୍କରେ ୭୫ତମ ପ୍ରତିଷ୍ଠା ଦିବସ ପାଳିତ"

ଜିଲ୍ଲାସ୍ତରୀୟ ଜନଜାତି କ୍ରୀଡ଼ା ପ୍ରତିଯୋଗିତା ଉଦଘାଟିତ

ଅନୁଗୋଳ, ୭/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଜିଲ୍ଲାର ଜନଜାତିମାନଙ୍କ ମଧ୍ୟରେ ଥିବା କ୍ରୀଡ଼ା ପ୍ରତିଭାର ଅନ୍ୱେଷଣ ଓ ଏହାର ବିକାଶ ନିମନ୍ତେ ଏକ ୨ଦିନିଆ ଜିଲ୍ଲାସ୍ତରୀୟ ଜନଜାତି କ୍ରୀଡ଼ା ପ୍ରତିଯୋଗିତା ଅନୁଗୋଳ ଷ୍ଟାଡିୟମଠାରେ ଶନିବାର ପୂର୍ବାହ୍ନରେ ଉଦଘାଟିତ ହୋଇଯାଇଛି। ଜିଲ୍ଲାପାଳ ଅନିଲ କୁମାର ସାମଲ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଆନୁଷ୍ଠାନିକଭାବେ ଏହାକୁ ଉଦଘାଟନ କରିଥିଲେ। ଜଣେ ଲେଖାଏଁ ସଫଳ ଓ ବୃତିଗତ କ୍ରୀଡ଼ାବିତ ହୋଇ ଜର୍ଗର ସହ ବଂଚିବା ପାଇଁ ଜିଲ୍ଲାପାଳ ଉପସ୍ଥିତ ପ୍ରତିଯୋଗୀ ମାନଙ୍କୁ ଆହ୍ୱାନ କରିଥିଲେ। ନିଜ ମଧ୍ୟରେ ଥିବା ଅନ୍ତର୍ନିହିତ ଶକ୍ତିର ପରିପ୍ରକାଶ କରି ଜଣେ ଭଲ କ୍ରୀଡ଼ାବିତ ଭାବେ ଜିଲ୍ଲାର ସୁନାମ ବଜାୟ ରଖିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।…

"ଜିଲ୍ଲାସ୍ତରୀୟ ଜନଜାତି କ୍ରୀଡ଼ା ପ୍ରତିଯୋଗିତା ଉଦଘାଟିତ"

ଚାଳଗଡ଼ ତାରିଣୀ ମନ୍ଦିରର ୧୫ତମ ବାର୍ଷିକ ଉତ୍ସବ ପାଳିତ

ତାଳଚେର, ୬ /୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ ଘଂଟପଡ଼ା ପଂଚାୟତ ଅନ୍ତର୍ଗତ ଚାଳଗଡ଼ ଗ୍ରାମର ମା’ତାରିଣୀ  ମନ୍ଦିରର ୧୫ତମ ଜନ୍ମ ବାର୍ଷିକ ଉତ୍ସବ ମହାସମାରୋହରେ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଊପଲକ୍ଷେ ଶନିବାର ପୂର୍ବାହ୍ନରେ   ୫ଶହରୁ ଉର୍ଦ୍ଧ୍ୱ  ପୁରୁଷ ଓ ମହିଳା ଏକ ଶୋଭାଯାତ୍ରାରେ ଶିବ ମନ୍ଦିର ନିକଟସ୍ଥ ପୁଷ୍କରିଣୀରୁ କଳସରେ ଜଳ ଆଣି ଗ୍ରାମ ପରିକ୍ରମା ପୂର୍ବକ ମନ୍ଦିରଠାରେ ସ୍ଥାପନ କରିଥିଲେ । ଏହାପରେ ଏକ ସ୍ୱତନ୍ତ୍ର ହୋମ କରାଯାଇ ମା’ଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ଏଥିରେ ଗ୍ରାମର ବରିଷ୍ଠ    ନାଗରିକ ଯଜ୍ଞକର୍ତାଭାବେ ଯୋଗ ଦେଇଥିଲେ । ଏହି ଉତ୍ସବରେ ବହୁ ସଂଖ୍ୟାରେ ଶ୍ରଦ୍ଧାୁ ଯୋଗ ଦେଇ ମା’ଙ୍କର ଆରାଧନା କରିଥିଲେ…

"ଚାଳଗଡ଼ ତାରିଣୀ ମନ୍ଦିରର ୧୫ତମ ବାର୍ଷିକ ଉତ୍ସବ ପାଳିତ"

ଏମ୍.ସି.ଏଲ ଅଧିଗ୍ରୁହିତ ରଙ୍ଗମାଟିଆ ଓ ଏକଡାଳ ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ

ତାଳଚେର, ୬/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଏମ୍.ସି.ଏଲ ଦ୍ୱାରା ଅଧିଗ୍ରୁହିତ ତାଳଚେର ବ୍ଲକର ଏକଡାଳ ଓ ରଙ୍ଗମାଟିଆ ଗ୍ରାମର କ୍ଷତିଗ୍ରସ୍ତ ପ୍ରଜାଙ୍କୁ ମିଳି ପାରୁନାହିଁ କ୍ଷତିପୂରଣ ଏବଂ କରାଯାଉନି ଥଇଥାନ ବ୍ୟବସ୍ଥା। ଏ କ୍ଷେତ୍ରରେ ଏମ୍.ସି.ଏଲ କର୍ତ୍ତୃପକ୍ଷ ଏବଂ ପ୍ରଶାସନିକସ୍ତରରେ ବାରମ୍ବାର ବୈଠକ ଏବଂ ଆଲୋଚନା ଅନୁଷ୍ଠିତ ହୋଇସାରିଛି। କିନ୍ତୁ ଦିଆଯାଉଥିବା ପ୍ରତିଶ୍ରୁତିଗୁଡ଼ିକ କାଗଜ, କଲମରେ ସୀମିତ ରହୁଛି କୈାଣସି ସୁଫଳ ମିଳିନାହିଁ। ଏଣୁ ଉକ୍ତ ୨ଗ୍ରାମର କ୍ଷତିଗ୍ରସ୍ତ ପ୍ରଜାମାନେ ଚଳିତ ମାସ ୧୦ତାରିଖରେ ଭୂବନେଶ୍ୱରୀ, ଅନନ୍ତ ଏବଂ ଜଗନ୍ନାଥ ଖୋଲାମୁହାଁ କୋଇଲାଖଣି କାର୍ଯ୍ୟାଳୟରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି। ପ୍ରକାଶ ଥାଉକି, ତାଳଚେର ବ୍ଲକର ପଦ୍ମାବତୀପୁର ପଂଚାୟତ ଅନ୍ତର୍ଗତ ଏକଡାଳ ଏବଂ ବ୍ରଜନାଥପୁର ପଂଚାୟତ…

"ଏମ୍.ସି.ଏଲ ଅଧିଗ୍ରୁହିତ ରଙ୍ଗମାଟିଆ ଓ ଏକଡାଳ ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ"

ଉପଖଣ୍ଡସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ତାଳଚେର, ୬/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ଉପଖଣ୍ଡସ୍ତରୀୟ ସାଧାରଣତନ୍ତ୍ର ଦିବସକୁ ସରସ, ସୁନ୍ଦରଭାବେ ପାଳନ କରିବା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଶନିବାର ଅପରାହ୍ନରେ ପଂଚାୟତ ସଭାଘରଠାରେ ଅନୁଷ୍ଠିତ ହୋଇଯାଇଛି। ତାଳଚେର ଉପଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୈାରଭ ପ୍ରଧାନ ବିଗତ ବର୍ଷର ବିବରଣୀ ପାଠ କରିଥିଲେ। ଏହି ଦିବସ ପରିପ୍ରେକ୍ଷୀରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମର ଆୟୋଜନ କରାଯିବ ବୋଲି ନିଷ୍ପତି ହୋଇଥିଲା। ଜାନୁଆରୀ ୨୫ତାରିଖ ପୂର୍ବାହ୍ନରେ ଏକ ଗଣ ଦୈାଡ଼ ତାଳଚେର ଷ୍ଟାଡିୟମଠାରୁ ଆରମ୍ଭ ହୋଇ ସହର ପରିକ୍ରମା ପୂର୍ବକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଶେଷ ହେବ। ‘ଆମର…

"ଉପଖଣ୍ଡସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ"