ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସ୍ଥିତି ଅନୁଧ୍ୟାନ ତାଳଚେର ଓ ଝାରସୁଗୁଡାରେ ପ୍ରସ୍ତୁତିର ପୁଣି ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର /ତାଳଚେର /ଝାରସୁଗୁଡା (ଓଡ଼ିଆ ପୁଅ) -ଆସନ୍ତା ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପୂର୍ବରୁ ଆଜି ସ୍ଥିତି ସମୀକ୍ଷା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଉଭୟ ଝାରସୁଗୁଡା ଓ ତାଳଚେରକୁ ଯାଉ ସ୍ଥିତିର ଅନୁଧ୍ୟାନ କରିଛନ୍ତି। ପ୍ରଥମେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଝାରସୁଗୁଡା ଓ ଏହାପରେ ତାଳଚେର ଗସ୍ତରେ ଯାଇଥିଲେ। ପ୍ରଧାନମନ୍ତ୍ରୀ ତାଙ୍କର ଏହି ଗସ୍ତ ସମୟରେ ବହୁ ଜନକଲ୍ୟାଣ ପ୍ରକଳ୍ପର ଶୁଭାରମ୍ଭ କରିବେ। ଏଥିସହିତ ଦୁଇଟି ସ୍ଥାନରେ ହେବାକୁ ଥିବା ଜନସଭାକୁ ଉଦବୋଧନ କରିବେ। ଏହି ଅବସରରେ ଆଜି ମନ୍ତ୍ରୀ ଶ୍ରୀ ପ୍ରଧାନ ଜିଲା ପ୍ରଶାସନ ଓ ସ୍ଥାନୀୟ ଅଂଚଳର କାର୍ଯ୍ୟକର୍ତାଙ୍କ ସହ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ…

"ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସ୍ଥିତି ଅନୁଧ୍ୟାନ ତାଳଚେର ଓ ଝାରସୁଗୁଡାରେ ପ୍ରସ୍ତୁତିର ପୁଣି ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ"

ମୃତ ଯୁବକଙ୍କ ପରିବାରକୁ ସହାୟତା ମିଳିଲା

ଅନୁଗୋଳ,୧୯/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା):ତାଳଚେର ବ୍ଲକ ଘଂଟପଡା ଗ୍ରାମର ପ୍ରଶାନ୍ତ କୁମାର ସାହୁ (୨୮) ଗତ ଜାନୁଆରୀ ୧ ତାରିଖ ଭୋର ସମୟରେ ପାରିବାରିକ କାର୍ଯ୍ୟରେ ଘରୁ ବାହାରି ବଳରାମପ୍ରସାଦ ଗ୍ରାମ ନିକଟ ଲେବଲ କ୍ରସିଂଠାରେ ଆସୁଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଟ୍ରେନ୍ ତାଙ୍କୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତୁ୍ୟ ହୋଇଥିଲା । ତେବେ ଏହାକୁ ନେଇ ସ୍ଥାନୀୟ ଲୋକ ଏବଂ ଘଂଟପଡା ସରପଂଚ ମନୋଜ କୁମାର ବେହେରା,ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ସମାଜସେବୀ କ୍ଷୀରୋଦ ସାହୁ ପ୍ରମୁଖ ମୃତକଙ୍କ ପରିବାରକୁ ରେଡକ୍ରସ ଏବଂ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫାଣ୍ଠିରୁ ସହାୟତା ପାଇଁତ ଜିଲ୍ଲା ପ୍ରଶାସନଙ୍କୁ ଅନୁରୋଧ କରିଥିଲେ । ଅନୁଗୋଳ…

"ମୃତ ଯୁବକଙ୍କ ପରିବାରକୁ ସହାୟତା ମିଳିଲା"

ସ୍କୁଲ, କଲେଜ ଶିକ୍ଷକ ଓ କର୍ମଚାରୀ ମିଳିତ ମଂଚର ଧାରଣା ଓ ପ୍ରତିବାଦ

ତାଳଚେର, ୧୮/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକର ସମସ୍ତ ହାଇସ୍କୁଲ, କଲେଜର ପୂର୍ଣ୍ଣ ଅନୁଦାନ ପାଇ ନଥିବା ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀମାନେ ସୋମବାରଠାରୁ ବିଭିନ୍ନ ଦାବି ନେଇ ପ୍ରତ୍ୟେକ ଗ୍ରାମର ସ୍କୁଲ, କଲେଜ ଓ ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହି କ୍ରମରେ ଆଜି ସଂଘ ପକ୍ଷରୁ ଧାରଣା ଓ ପ୍ରତିବାଦ ସଭା କର୍ଣ୍ଣପୁର ଗ୍ରାମରୁ ଆରମ୍ଭ କରାଯାଇଥିଲା। ଏହାପରେ ସଂଘର କର୍ମକର୍ତା ମାନେ ସାଉଥବଲଣ୍ଡା, ଗୋବରା, ଭରତପୁର, ବଡ ଯୋରଡା, ଡଅଁରା, ହିଙ୍ଗୁଳା ମହାବିଦ୍ୟାଳୟ, କଳମଛୁଇଁ, ଗୋପାଳପ୍ରସାଦ, କୁମୁଣ୍ଡା ଆଦି ଗ୍ରାମରେ ପ୍ରତିବାଦ ସଭା କରିଥିଲେ। ଏହି ଆନ୍ଦୋଳନକୁ ବ୍ଲକ ସ୍ତରରେ ଗଠନ କରାଯାଇଥିବା କାର୍ଯ୍ୟକର୍ତାମଣ୍ଡଳୀ…

"ସ୍କୁଲ, କଲେଜ ଶିକ୍ଷକ ଓ କର୍ମଚାରୀ ମିଳିତ ମଂଚର ଧାରଣା ଓ ପ୍ରତିବାଦ"

ଏନ୍.ଟି.ପି.ସି କଣିହାଁକୁ ନ୍ୟାସନାଲ ସେଫ୍ଟି ଆୱାର୍ଡ଼

ତାଳଚେର, ୧୮/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା):ଏନ୍.ଟି.ପି.ସି.ର ତାଳଚେର କଣିହାଁ ତାପଜ ବିଦ୍ୟୁତ ପ୍ରକଳ୍ପ ଗତ ୧୭ ତାରିଖରେ କେନ୍ଦ୍ର ସରକାରଙ୍କ ଠାରୁ ମର୍ଯ୍ୟଦାଜନକ ଜାତୀୟ ନିରାପତା ପୁରସ୍କାର (ନ୍ୟାସନାଲ ସେଫ୍ଟି ଆୱାର୍ଡ଼)ଲାଭ କରିଛି। ୨୦୧୬ ମସିହାରେ ଦୁର୍ଘଟଣାମୁକ୍ତ ବର୍ଷ ନିମନ୍ତେ କଣିହାଁ ପ୍ରକଳ୍ପକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ନୂଆଦିଲ୍ଲୀଠାରେ ଆୟୋଜିତ କାର୍ଯ୍ୟକ୍ରମରେ କଣିହାଁ ପ୍ରକଳ୍ପର ମହାପ୍ରବନ୍ଧକ (ଓ ଆଣ୍ଡ ଏମ୍) ଏ.କେ.ତ୍ରିପାଠୀ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ସନ୍ତୋଷ କୁମାର ଗଙ୍ଗୱାରଙ୍କ ହାତରୁ ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରିଥିଲେ। ପ୍ରକାଶ ଥାଉକି, ପୂର୍ବରୁ ଏନ୍.ଟି.ପି.ସି.ର ତାଳଚେର କଣିହାଁ ତାପଜ ବିଦ୍ୟୁତ ପ୍ରକଳ୍ପ ଦୁର୍ଘଟଣାମୁକ୍ତ ବର୍ଷଭାବେ ୨ଥର ଜାତୀୟ…

"ଏନ୍.ଟି.ପି.ସି କଣିହାଁକୁ ନ୍ୟାସନାଲ ସେଫ୍ଟି ଆୱାର୍ଡ଼"

ସଞ୍ଜୀବ କିଶୋର ଏନ୍.ଟି.ପି.ସି କଣିହାଁର ନୂତନ କାର୍ଯ୍ୟନିର୍ବାହୀ ନିର୍ଦେଶକ

ତାଳଚେର, ୧୭/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଏନ୍.ଟି.ପି.ସି ତାଳଚେର କଣିହାଁ ତାପଜ ବିଦ୍ୟୁତ ପ୍ରକଳ୍ପର ନୂତନ କାର୍ଯ୍ୟନିର୍ବାହୀ ନିର୍ଦେଶକ ଭାବେ ଆଜି ସଞ୍ଜୀବ କିଶୋର ଦାୟିତ୍ୱ ଗ୍ରହଣ କରିଛନ୍ତି। ଉକ୍ତ ଦାୟିତ୍ୱ ନେବାପୂର୍ବରୁ ସେ କୁଡ଼ଗୀ ସୁପର ଥର୍ମାଲ ପାୱାର ଷ୍ଟେସନର କାର୍ଯ୍ୟନିର୍ବାହୀ ନିର୍ଦେଶକ ଭାବେ କାର୍ଯ୍ୟରତ ଥିଲେ। ଜଣେ ମେକାନିକାଲ ଇଞ୍ଜିନିୟରିଂ ଗ୍ରାଜୁଏଟ ଭାବେ ଉତୀର୍ଣ୍ଣ ଶ୍ରୀ ସଞ୍ଜିବ କିଶୋର ୧୯୮୪ ମସିହାରେ ଏନ.ଟି.ପି.ସି ରେ ୯ମ ବ୍ୟାଚ୍ ଏକଜିକ୍ୟୁଟିଭ ଟ୍ରେନି ଭାବେ ଯୋଗ ଦେଇଥିଲେ। ସେ ଉତର ପ୍ରଦେଶସ୍ଥିତ ସିଙ୍ଗରୈାଲି ସୁପର ଥର୍ମାଲ ପାୱାର ଷ୍ଟେସନରେ ନିଜର କ୍ୟାରିୟର ଆରମ୍ଭ କରିଥିବା ବେଳେ ତାଙ୍କର ଏନ୍.ଟି.ପି.ସି.ରେ ଦୀର୍ଘ ୩୪ ବର୍ଷର ଅଭିଜ୍ଞତା ରହିଛି।…

"ସଞ୍ଜୀବ କିଶୋର ଏନ୍.ଟି.ପି.ସି କଣିହାଁର ନୂତନ କାର୍ଯ୍ୟନିର୍ବାହୀ ନିର୍ଦେଶକ"

ଆଗାମୀ ୨୧ତାରିଖରେ ହିଙ୍ଗୁଳା ପୀଠରେ ନୂଆଁଖାଇ ପର୍ବ

ତାଳଚେର, ୧୭/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ଗୋପାଳପ୍ରସାଦସ୍ଥିତ ହିଙ୍ଗୁଳା ପୀଠରେ ପବିତ୍ର ନୂଆଁଖାଇ ପର୍ବ ତଥା ନବାନ୍ନ ପ୍ରସାଦ ଲାଗି ଚଳିତ ମାସ ୨୧ ତାରିଖ ଶୁକ୍ରବାର ଦିନ ଅନୁଷ୍ଠିତ ହେବ। ଉକ୍ତ ଦିନ ମଧ୍ୟାହ୍ନ ୧୨ଟା ୨୦ମି. ସମୟରେ ପାରମ୍ପରିକ ଓ ବୈଦିକ ରୀତିନୀତି ଅନୁଯାୟୀ ମାଙ୍କ ଠାରେ ପୂଜାର୍ଚ୍ଚନା କରାଯିବା ସହ ନବାନ୍ନ ପ୍ରସାଦ ଲାଗି କରାଯିବ ବୋଲି ପୂଜକ କିଶୋର ଚନ୍ଦ୍ର ଦେହୁରୀ ସୂଚନା ଦେଇଛନ୍ତି। ଏହାପରେ ଏହି ଦିବ୍ୟ ପ୍ରସାଦକୁ ଶ୍ରଦ୍ଧାଳୁମାନଙ୍କୁ ବଣ୍ଟନ କରାଯିବ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ଏହି ନବାହ୍ନ ଭୋଗକୁ ଉକ୍ତ ଦିନ ପ୍ରସାଦ ରୂପେ ଗ୍ରହଣ କଲେ ବର୍ଷ ସାରା ସୁସ୍ୱାଦୁ ଭୋଜନ ମିଳେ…

"ଆଗାମୀ ୨୧ତାରିଖରେ ହିଙ୍ଗୁଳା ପୀଠରେ ନୂଆଁଖାଇ ପର୍ବ"

ଏମ୍.ସି.ଏଲ କୋଇଲାଖଣି ଅଂଚଳରେ ବିଶ୍ୱକର୍ମାଙ୍କୁ ଆରାଧନା

ତାଳଚେର, ୧୭/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଦେବଶିଳ୍ପୀ ବାବା ବିଶ୍ୱକର୍ମାଙ୍କ ପୂଜା ଏମ୍.ସି.ଏଲ.ର ବିଭିନ୍ନ କୋଇଲାଖଣି ଅଂଚଳରେ ମହାସମାରୋହରେ ପାଳିତ ହୋଇଯାଇଛି। ତାଳଚେରସ୍ଥିତ ଏମ୍.ସି.ଏଲ୍ ହିଙ୍ଗୁଳା କୋଇଲାଖଣିରେ ଅନୁଷ୍ଠିତ ବିଶ୍ୱକର୍ମାଙ୍କ ପୂଜା ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ଶତପଥୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିଲା। ହୃଦୟ କୁମାର ଶତପଥୀ ବିଶ୍ୱକର୍ମାଙ୍କ ମୃଣ୍ମୟୀ ପ୍ରତିମୂର୍ତିକୁ ଜୀବନ୍ୟାସ ପ୍ରଦାନ ପୂର୍ବକ ବିଧି ଅନୁଯାୟୀ ପୂଜାର୍ଚ୍ଚନା କରିଥିଲେ। ଖଣି ଅଧିକାରୀ ପି. ଗୁନ୍ ଯଜ୍ଞକର୍ତା ଭାବରେ ପୂଜାରେ ଅଂଶଗ୍ରହଣ କରିଥିଲେ। ଘଣ୍ଟ, ଶଙ୍ଖ, ଢୋଲ ଇତ୍ୟାଦି ବାଦ୍ୟଯନ୍ତ୍ର ସହ ନାମ ସଂକୀର୍ତନ ମଣ୍ଡଳୀଙ୍କ ଦ୍ୱାରା ହରିନାମ ଶଦ୍ଦରେ ସମଗ୍ର ଖଣି ଅଂଚଳ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଉକ୍ତ ଉତ୍ସବରେ ସମସ୍ତ ଶ୍ରମିକ…

"ଏମ୍.ସି.ଏଲ କୋଇଲାଖଣି ଅଂଚଳରେ ବିଶ୍ୱକର୍ମାଙ୍କୁ ଆରାଧନା"

କଂଗ୍ରେସ ଓ ବିଜେଡି କର୍ମୀଙ୍କ ବିଜେପିରେ ଯୋଗଦାନ

ତାଳଚେର, ୧୭/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ରବିବାର ସନ୍ଧ୍ୟାରେ ଏଫ୍.ସି.ଆଇ ହାଉସିଂ ବୋର୍ଡ଼ ଛକ ନିକଟସ୍ଥ ଦଳୀୟ କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ତାଳଚେର ବିଜେଡି ଓ କଂଗ୍ରେସ୍ ଦଳରୁ ଶତାଧିକ କର୍ମକର୍ତା ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ। ଜଗଦୀଶ୍ ସିଂହଙ୍କ ନେତୃତ୍ୱରେ ସୁନିଲ୍ ସିଂ, ଲକ୍ଷ୍ମୀଧର ଦାସ, ସୁବ୍ରତ ସିଂ, ପିଂଟୁ ସାହୁ, ମନୋଜ ଦାସ, ଜୟନ୍ତ ଦାସ, ଧର୍ମାନନ୍ଦ ବେହେରା, କାଳିଆ ବେହେରା, ସୁଶାନ୍ତ ଦାସ, ବିଶ୍ୱଜିତ୍ ଦାସ, ପ୍ରାଣବନ୍ଧୁ ସିଠଙ୍କ ସମେତ ଶତାଧିକ କର୍ମକର୍ତା ବିଜେପିରେ ଯୋଗ ଦେଇଥିଲେ। ଦଳରେ…

"କଂଗ୍ରେସ ଓ ବିଜେଡି କର୍ମୀଙ୍କ ବିଜେପିରେ ଯୋଗଦାନ"

ଗଜାନନ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ

ଅନୁଗୋଳ/୧୬/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା) : ଅସାବଧାନତା ଯୋଗୁଁ ଗଲା ଜଣେ ଛାତ୍ରଙ୍କ ଅକାଳ ଜୀବନ l ଗଜାନନଙ୍କ ମୂର୍ତ୍ତି ବିସର୍ଜନ ବେଳେ ଏଭଳି ଏକ ଅଘଟଣ ଘଟିଛି। ମୂର୍ତ୍ତି ବିସର୍ଜନ ସମୟରେ ପାଣିରେ ବୁଡ଼ି ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଛି । ସୂଚନାରୁ ଅନୁଗୋଳ ଜିଲ୍ଲା ନିଶା ଥାନା ଅଧିନସ୍ଥ ଉଚ୍ଚବିଦ୍ୟାଳୟରେ ଆଜି (ରବିବାର) ଗଣେଶଙ୍କ ମୂର୍ତ୍ତି ବିସର୍ଜନ କରିବାକୁ ସ୍କୁଲର ଛାତ୍ରଛାତ୍ରୀ ଓ ଶିକ୍ଷକ ଯାଇଥିଲେ। ତେବେ ସେହି ସମୟରେ ୧୦ ଶ୍ରେଣୀର ଛାତ୍ର ଚନ୍ଦନ ପରିଡ଼ା ପାଣିରେ ବୁଡ଼ି ଯାଇଥିଲେ। ଅନେକ ଖୋଜାଖୋଜି କରିବା ପରେ ତାଙ୍କୁ ପାଣିରୁ ଉଦ୍ଧାର କରାଯାଇଥିଲା । ପରେ ତାଙ୍କୁ ଅନୁଗୋଳ ମୁଖ୍ୟ…

"ଗଜାନନ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ"

ପ୍ରଧାନମନ୍ତ୍ରୀଙ୍କ ତାଳଚେର ଗସ୍ତ ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସରଜମିନ ସମୀକ୍ଷା

ଭୁବନେଶ୍ୱର/ତାଳଚେର, ୧୬ (ଓଡ଼ିଆ ପୁଅ) – ଆସନ୍ତା ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତାଳଚେର ଗସ୍ତ ଅବ୍ୟବହିତ ପୂର୍ବରୁ ଜନସଭା ପାଇଁ ପ୍ରସ୍ତାବିତ ପଡିଆକୁ ଯାଇ ସରଜମିନ ସମୀକ୍ଷା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତାଳଚେର ଓ ଓଡିଶାର ପ୍ରଗତୀର ସାକ୍ଷୀଥିବା ତାଳଚେର ଫର୍ଟିଲାଇଜର ପ୍ଲାଂଟର ପୁନରୁଦ୍ଧାର ନୂଆ ବୈଷୟିକ ଜ୍ଞାନ କୌଶଳ ଆଧାରରେ ହେବାକୁ ଯାଉଛି। ଦେଶର ପ୍ରଥମ ପ୍ରକଳ୍ପ ଭାବେ କୋଇଲାରୁ ଗ୍ୟାସ ଓ ଗ୍ୟାସରୁ ସାର ଉତ୍ପାଦନ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତରେ ଏପରି ପ୍ରକଳ୍ପ ଭିତିପ୍ରସ୍ତର ସ୍ଥାପନ ହେଉଛି ଏହା ଓଡିଶା ବାସୀଙ୍କ ପାଇଁ ସୌଭାଗ୍ୟର କଥା ବୋଲି…

"ପ୍ରଧାନମନ୍ତ୍ରୀଙ୍କ ତାଳଚେର ଗସ୍ତ ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସରଜମିନ ସମୀକ୍ଷା"