କେନ୍ଦ୍ରାପଡାରେ ପ୍ରି-ଆକ୍ଟିଭେଟେଡ୍ ସିମ୍ ବିକ୍ରୀ କାରବାର ବୃଦ୍ଧି

କେନ୍ଦ୍ରାପଡା, ୬/୫ (ଓଡ଼ିଆ ପୁଅ/ଚିତ୍ତରଂଜନ ଦାସ) – କେନ୍ଦ୍ରାପଡା ସହର ତଥା ଆଖପାଖ ଅଞ୍ଚଳରେ ବଢୁଛି ପ୍ରିଆକ୍ଟିଭେଟେଡ୍ ସିମ୍ ବିକ୍ରୀ କାରବାର। କେତେକ  କମ୍ପାନୀର ସିମକାର୍ଡ୍ ବିକ୍ରେତା ମାନେ ଜାଲ କାଗଜପତ୍ର ଜରିଆରେ ସିମ୍ ଆକ୍ଟିଭେଟ୍ କରି  ଗ୍ରାହକ ମାନଙ୍କୁ ବିକ୍ରି କରୁଛନ୍ତି। ଏହି ସିମ୍ ବ୍ୟବହାର କରି ଅସାମାଜିକ ବ୍ୟକ୍ତି ମାନେ ବିଭିନ୍ନ ବ୍ୟକ୍ତିଙ୍କୁ ଧମକ ଚମକ ଦେବା, ମହିଳା ତଥା କଲେଜ ଛାତ୍ରୀ ମାନଙ୍କୁ ଅଶ୍ଳିଳ ଇଙ୍ଗିତ ଓ ଗାଳି ଗୁଲଜ କରିବା ସହ ଅପରାଧ ଘଟାଉଛନ୍ତି।  ଏହା ସହ କାଗଜପତ୍ର ନଥିବା ଶସ୍ତା ୟୁ୍ୟଜ ଆଣ୍ଡ ଥ୍ରୋ ସିମ୍ ରେ ବାରମ୍ବାର କଲ୍ କରି ଲୋକ ମାନଙ୍କୁ ହଇରାଣ ହରକତ୍ କରୁଥିବା…

"କେନ୍ଦ୍ରାପଡାରେ ପ୍ରି-ଆକ୍ଟିଭେଟେଡ୍ ସିମ୍ ବିକ୍ରୀ କାରବାର ବୃଦ୍ଧି"

ପୁଣି ଏକ ସାଇବର କ୍ରାଇମ୍ – ବ୍ୟାଙ୍କ ଖାତାରୁ ୫୦ ହଜାର ଉଭାନ୍

ବାଲେଶ୍ୱର,୬/୫(ଓଡ଼ିଆ ପୁଅ/ଅଜିତ୍ ମହାନ୍ତି): : ବାଲେଶ୍ୱରରେ ପୁଣି ଏକ ସାଇବର କ୍ରାଇମ୍ ର ପର୍ଦ୍ଧାଫାସ ଦେଇଛି। ହିତାଧିକାରୀଙ୍କ ଅଲକ୍ଷ୍ୟରେ ଜମାଖାତାରୁ ୫୦ ହଜାର ଟଙ୍କା ଉଭାନ ହେବା ନେଇ ଆଜି ସହଦେବଖୁ୍ ଣ୍ଟା ଥାନାରେ ଅଭିଯୋଗ ହୋଇଛି। ଘୋର୍ଦ୍ଧା ଜିଲ୍ଲା ରମେଶ୍ୱର ଅଞ୍ଚଳର ନିରଂଜନ ସାହୁ ବାଲେଶ୍ୱରସ୍ଥିତ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କର ଶାଖା ପରିଚାଳକ ଭାବେ କାର୍ଯ୍ୟ କରନ୍ତି। ତାଙ୍କର ଏକ୍ସିସ୍ ବ୍ୟାଙ୍କରେ ଥିବା ଏକ ସେଭିଙ୍ଗ୍ ସ ଆକାଉଣ୍ଟରୁ ଗତକାଲି ଅପରାହ୍ନରେ ୫୦ ହଜାର ଟଙ୍କା ଉଠାଯାଇଥିବା ନେଇ ମୋବାଇଲକୁ ମେସେଜ୍ ଆସିଥିଲା। ଏହାକୁ ନେଇ ସେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଜଣାଇ ଥିଲେ। ତେବେ ହୋଟେଲ ବୁକ୍ ପାଇଁ ତାଙ୍କ ଆକାଉଣ୍ଟରୁ ୩ ଥରରେ…

"ପୁଣି ଏକ ସାଇବର କ୍ରାଇମ୍ – ବ୍ୟାଙ୍କ ଖାତାରୁ ୫୦ ହଜାର ଉଭାନ୍"

ସଂଞ୍ଜ ନଇଁଲେ ପୁରୀ ଅସଂଜତ : ରାସ୍ତାରେ ଜମୁଛି ମଦର ଆସର

ପୁରୀ ୬/୫ (ଓଡ଼ିଆ ପୁଅ/ବିଜୟ କୁମାର ପଟ୍ଟନାୟକ)  ଆନ୍ତର୍ଜାତୀକ ପର୍ଯ୍ୟଟନ କ୍ଷେତ୍ର ତଥା ପ୍ରମୁଖ ତୀର୍ଥକ୍ଷେତ୍ର ପୁରୀକୁ ରାଜ୍ୟ ତଥା ରାଜ୍ୟ ବାହାର ହଜାର ହଜାର ସଂଖ୍ୟାରେ ଦୈନଦିନ ପର୍ଯ୍ୟଟକ ତଥା ତୀର୍ଥଯାତ୍ରୀ ଆସିଥାନ୍ତି। ଯେଉଁ ମାନେ ପୁରୀକୁ ଆସନ୍ତି ସେମାନେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରିବା ଓ ବେଳାଭୂମିର ସୌନ୍ଦର୍ଯ୍ୟ ଉପଭୋଗ କରିବା ସହ ସମୁଦ୍ର ସ୍ନାନର ମଜାଉଠାଇଥାନ୍ତି। ତୀର୍ଥଯାତ୍ରୀ  ଓ ପର୍ଯ୍ୟଟକଙ୍କୁ ଛାଡ଼ିଦେଲେ ଅନ୍ୟ କେତେକ ମଧ୍ୟ ବିଭିନ୍ନ ଉଦ୍ଦେଶ୍ୟ ନେଇ ଏଠାକୁ ଆସିଥାନ୍ତି। ବିଶେଷ କରି  ଛୁଟି ଦିନ ଗୁଡ଼ିକରେ ସହର ବାହାରୁ ବହୁ ଯୁବକ ଯୁବତୀ ବାଇକ୍ ଯୋଗେ ଆସୁଥିବା ପରିଲକ୍ଷିତ  ହୁଏ। ଯୁବତୀ ମାନେ ନିଜ ପରିଚୟକୁ ଦୂରେଇ…

"ସଂଞ୍ଜ ନଇଁଲେ ପୁରୀ ଅସଂଜତ : ରାସ୍ତାରେ ଜମୁଛି ମଦର ଆସର"

ରାୟଗଡା ପୋଲିସ ପୁଣି ଏକ ସଫଳତା କ୍ୟାଡର ମହିଳା ମାଓବାଦୀ ଆତ୍ମସମର୍ପଣ

ରାୟଗଡା ୬/୫ (ଓଡ଼ିଆ ପୁଅ/ସଂଗ୍ରାମ ପଟ୍ଟନାୟକ) – ଚଳିତ ମାସ ୩ ତାରିଖ ଦିନ କୁନି ଓରଫ ରଶ୍ମିତା ସିକକା (୨୦) ଆତ୍ମସମର୍ପଣ କରିଥିବା ବେଳେ ଆଜି ଆଉ ଜଣେ ମହିଳା ଡ୍ରିମିଲି ଜାକେସିକା ଓରଫ ମଂଜୁଳା (୨୨) ଆତ୍ମସମର୍ପଣ କରିଛନ୍ତି। ମାଓବାଦୀ ଜଣକ ହେଲେ ବଂଶଧାର ଘୁମୁସରା ନାଗାବଳୀ ଡିଭିଜନର। ମଂଜୁଳା ନାମରେ ସରକାରଙ୍କ ତରଫରୁ ଏକ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିବା ପୋଲିସ ପ୍ରକାଶ କରିଛନ୍ତି। ମଂଜୁଳା ବଂଶଧାର ଘୁମୁସରା ନାଗାବଳୀ ଡିଭିଜନରେ ନିୟମଗିରି ଦଳର ମାଓନେତା ବଂଟି ଏବଂ ଚନ୍ଦ୍ରା ସହ କାମ କରୁଥିଲା। ସେ ଜଣେ ହାର୍ଡକୋର ମାଓବାଦୀ ଥିବା ସହ ଗତ ୫ବର୍ଷ ଧରି ମାଓ କାର୍ଯ୍ୟକଳାପରେ…

"ରାୟଗଡା ପୋଲିସ ପୁଣି ଏକ ସଫଳତା କ୍ୟାଡର ମହିଳା ମାଓବାଦୀ ଆତ୍ମସମର୍ପଣ"

ଲାଞ୍ଚ ନେଇ ଦକ୍ଷିଣବାଡର ଆର.ଆଇ ସୁଜାତା ଦାସ ଭିଜିଲାନ୍ସ ଜାଲରେ

ଭଦ୍ରକ,୫/୫ (ଓଡ଼ିଆ ପୁଅ/ପ୍ରମୋଦ କୁମାର ରାୟ) : ଚାକିରୀ ଜୀବନର ମାତ୍ର ୨ ବର୍ଷରେ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଆଜି ଧରା ପଡିଛନ୍ତି ଏହି ଜିଲାର ଭଣ୍ଡାରିପୋଖରୀ ତହସିଲ ଅଧୀନସ୍ଥ ଦକ୍ଷିଣବାଡ ସର୍କଲର ରାଜସ୍ୱ ନିରୀକ୍ଷକ ସୁଜାତା ଦାସ। ମାତ୍ର କେଇ ବର୍ଷ ପୂର୍ବେ ରାଜସ୍ୱ ନିରୀକ୍ଷକ ଭାବେ କାର୍ଯ୍ୟରେ ଯୋଗଦେଇଥିବାସୁଶ୍ରୀ ଦାସ ଆଜି ଭିଜିଲାନ୍ସ ହାତରେ ଧରାପଡି ଯେଭଳି ଭାବେ ଭୋ ଭୋ କାନ୍ଦିଥିଲେ, ତାହା ଦେଖଣାହାରୀଙ୍କ ପାଇଁ କୌତୁହଳ ସୃଷ୍ଟି କରିଥିଲା। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଏହି ସର୍କଲ ଅଧୀନସ୍ଥ ବୟାଁବନାପୁର ଗ୍ରାମନିବାସୀ ହରିହର ବାରିକଙ୍କ ମୁ୍ୟଟେସନ କେସ ନଂ ୧୫୩୦/୧୦ ଓ ୧୫୩୧/୧୦ର ଫଇସଲା ପାଇଁ ସୁଶ୍ରୀ ଦାସ…

"ଲାଞ୍ଚ ନେଇ ଦକ୍ଷିଣବାଡର ଆର.ଆଇ ସୁଜାତା ଦାସ ଭିଜିଲାନ୍ସ ଜାଲରେ"

ଯୌତୁକ ପାଇଁ ବଧୂହତ୍ୟା ସ୍ୱାମୀଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ

ଭଦ୍ରକ,୫/୫ (ଓଡ଼ିଆ ପୁଅ/ପ୍ରମୋଦ କୁମାର ରାୟ) : ଏକ ଯୌତୁକ ଜନିତ ବଧୁହତ୍ୟା ମାମଲାର ବିଚାର କରି ଆଜି ଭଦ୍ରକ ଅତିରିକ୍ତ ଜିଲା ତଥା ଦୌରାଜଜ୍ ଅରୁପ କୁମାର ଚନ୍ଦନ ଅଭିଯୁକ୍ତ ସ୍ୱାମୀ ସେକ୍ ବିରୁ ଓରଫ ସେକ୍ ସଇମଙ୍କୁ ପିଙ୍ଗଳ କୋର୍ଡର ଦଫା ୪୯୮ (କ) ଓ ଯୌତୁକ ନିରୋଧ ଆଇନ୍ର ଦଫା ୪ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧ ହଜାର ଟଙ୍କା ଜରିମାନା ଅନାଦେୟ ଅଧିକ ୩ ମାସ ଜେଲ୍ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଭଦ୍ରକ ସହରର ଅପର୍ତ୍ତିବିନ୍ଧା ମୀରସାହି ନିବାସୀ ସେକ୍ ଇବ୍ରାହିମ୍ ପୁତ୍ର ସେକ୍ ବିରୁ…

"ଯୌତୁକ ପାଇଁ ବଧୂହତ୍ୟା ସ୍ୱାମୀଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ"

ଦିଲ୍ଲୀ ଚାଲାଣ ପାଇଁ ଅଟକ ନାବାଳିକା ଉଦ୍ଧାର

ରାଉରକେଲା ୨୮-୪ (ଓଡ଼ିଆ ପୁଅ/ଶିବରାମ ପାତ୍ର): ହରିୟଣା ଦିଲ୍ଲୀରେ ବିକ୍ରି ହୋଇଥିବା କୁଲ୍ ବା କନିକାର ଯୁବତୀ ଅତି ଲ୍ ଜ୍ଜାଜନକ ସ୍ଥିତିରେ ଉଦ୍ଧାର ହେବା ପରେ ବି ପ୍ରଶାସନ କି ସରକାର ଚେତିଲେ ନାହିଁ। ସ୍ଥାନୀୟ ଜନ ପ୍ରତିନିଧି ମଧ୍ୟ ଯୁବତୀ ଚାଲାଣ ଭଳି ସମ୍ବେଦନଶୀଳ, ଅମାନବିକ ଘଟଣାକୁ ଗମ୍ଭୀରତାର ସହିତ ନେଲେ ନାହିଁ। ଯାହା ଯୁବତୀ ଚାଲାଣ ର୍ୟାକେଟ ପାଇଁ ପୁଣି ବାଟ ଖୋଲି ଦେଇଛି। ଉତ୍ସାହିତ ହୋଇ ଦଲାଲ ନିରୀହ, ଗରିବ, ଅସହାୟକଙ୍କୁ ଟାର୍ଗେଟ କରୁଛନ୍ତି। କେବଳ ଗାଁ ନୁହେଁ, ଦଲାଲଙ୍କ ଆଖି ଏବେ ସହର ଉପରେ ମଧ୍ୟ ପଡ଼ିଛି। ଏଭଳି କୁତ୍ସିତ ଟାର୍ଗେଟର ଶିକାର ହୋଇ ଦିଲ୍ଲୀ ଚାଲାଣ ହେବାକୁ…

"ଦିଲ୍ଲୀ ଚାଲାଣ ପାଇଁ ଅଟକ ନାବାଳିକା ଉଦ୍ଧାର"