ଆମ୍ବୁଲାନ୍ସରେ ରୋଗୀ ବଦଳରେ ଗଞ୍ଜେଇ, ମୁଦୁଲିପଡା ପୁଲିସକୁ ସଫଳତା, ଦୁଇଟି ଗାଡିସହ ୧୦୩ କେଜି ଗଞ୍ଜେଇ ଜବତ, ୫ଜଣ ଗିରଫ

ମାଲକାନଗିରି,, ୭ା୯(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ଗଞ୍ଜେଇ ଚାଷ ଓ ଚୋରାଚାଲାଣର ଭୁସ୍ୱର୍ଗ ପାଲଟିଛି, ଚୋରା ଗଞ୍ଜେଇ ଚାଲାଣ ଦିନକୁ ଦିନ ବଢିବାରେ ଲାଗିଛି, ପୁଲିସର ଧରପଗଡ ଚାଲିଥିବାରୁ ଚାଲାଣକୀରିମାନେ ଅଭିନବ ଉପାୟରେ ଆମ୍ବୁଲାନ୍ସରେ ଗଞ୍ଜେଇ ବୋଝେଇ କରି ବାହାର ରାଜ୍ୟକୁ ଚାଲାଣ କରୁଛନ୍ତି। ଆଜି ମୁଦୁଲିପଡା ଥାନା ପୁଲିସକୁ ଏକ ବଡଧରଣର ସଫଳତା ମିଳିଛି। ଚୋରା ଗଞ୍ଜେଇ ଚାଲାଣ କରୁଥିବା ସମୟରେ ଗୋଟିଏ ଆମ୍ବୁଲାନ୍ସ ଓ ଗୋଟିଏ ପିକକ ଭ୍ୟାନ ୧୦୩ କେଜି ଗଞ୍ଜେଇ ଜବତ ସହ ୫ ଜଣଙ୍କୁ ଗିରଫ କରିଛନ୍ତି। ଏସଡିପିଓ ମାନସରଞ୍ଜନ ବାରିକଙ୍କ ନେତୃତ୍ୱରେ ମୁଦୁଲୁପଡା ଥାନା ଅଧିକାରୀ ଯୁଗଳ କୁମାର ଶବର ଓ ଅନ୍ୟାନ୍ୟ ପୁଲିସ ସଦଳବଳ…

"ଆମ୍ବୁଲାନ୍ସରେ ରୋଗୀ ବଦଳରେ ଗଞ୍ଜେଇ, ମୁଦୁଲିପଡା ପୁଲିସକୁ ସଫଳତା, ଦୁଇଟି ଗାଡିସହ ୧୦୩ କେଜି ଗଞ୍ଜେଇ ଜବତ, ୫ଜଣ ଗିରଫ"

ସୁପ୍ରୀମ କୋର୍ଟର ଗୁରୁତ୍ତ୍ୱପୂର୍ଣ୍ଣ ରାୟ: ପରଷ୍ପର ବୁଝାମଣାରେ ସମଲିଙ୍ଗୀ ଯୌନ ସମ୍ବନ୍ଧ ଅପରାଧ ନୁହେଁ

ନୂଆ ଦିଲ୍ଲୀ ୬-୯ (ଓଡ଼ିଆ ପୁଅ) ଉଚ୍ଚତମ ନ୍ୟାୟାଳୟ ପରଷ୍ପର ବୁଝାମଣାରେ ସମଲିଙ୍ଗୀ ଯୌନ ସମ୍ବନ୍ଧକୁ ଅପରାଧ ଘୋଷିତ କରାଯାଉଥିବା ଭାରତୀୟ ପିଙ୍ଗଳ କୋର୍ଡ଼ ଧାରା ୩୭୭ର ସଂବୈଧାନିକ ବୈଧତାକୁ ବିରୋଧ କରୁଥିବା ଜନସ୍ୱାର୍ଥ ମାମଲା ଉପରେ ବହୁ ପ୍ରତୀକ୍ଷିତ ନିଷ୍ପତି ଶୁଣାଇ କହିଛନ୍ତି କି ପରଷ୍ପର ବୁଝାମଣାରେ ସମଲିଙ୍ଗୀ ସମ୍ବନ୍ଧ ବନାଇବା ଅପରାଧର ଶ୍ରେଣୀରେ ଆସିବ ନାହିଁ। କୁହାଯାଉଛିଯେ, ପୀଠର ନିଷ୍ପତି ପୂର୍ଣ୍ଣ ସହମତି ମିଳିଛି। ସମଲିଙ୍ଗୀ ସମ୍ବନ୍ଧର ପକ୍ଷଧର ନ୍ୟାୟାଳୟର ଏହି ନିଷ୍ପତି ଉପରେ ଖୁସି ମନାଇବା ସହିତ ଏହା ଏକ ବଡ଼ ବିଜୟ ବୋଲି କହିଛନ୍ତି। ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କର ଅଧ୍ୟକ୍ଷତାରେ ପାଞ୍ଚଜଣ ବିଚାରପତିଙ୍କର ଖଣ୍ଡପୀଠ ସମଲିଙ୍ଗୀ ଅଧିକାର କାର୍ଯ୍ୟକର୍ତାମାନଙ୍କ…

"ସୁପ୍ରୀମ କୋର୍ଟର ଗୁରୁତ୍ତ୍ୱପୂର୍ଣ୍ଣ ରାୟ: ପରଷ୍ପର ବୁଝାମଣାରେ ସମଲିଙ୍ଗୀ ଯୌନ ସମ୍ବନ୍ଧ ଅପରାଧ ନୁହେଁ"

ହାଟଡିହି ଅଞ୍ଚଳ ପାଲଟିଛି ଚୋରା ଗଞ୍ଜେଇ ବେପାରର ପେଣ୍ଠସ୍ଥଳୀ ମରୈଗାଁରୁ ଏକକୁଇଣ୍ଟାଲରୁ ଉର୍ଦ୍ଧ ଗଞ୍ଜେଇ ଜବଦ, ଜଣେ ମହିଳା ଗିରଫ

ହାଟଡ଼ିହି, ୪ । ୯ : (ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଏବେ ଚୋରା ଗଞ୍ଜେଇ ବେପାରର ପେଣ୍ଠସ୍ଥଳୀ ପାଲଟିଛି । ହାଟଡିହି ବ୍ଲକର ମରୈଗାଁ, ଠୁଣିଗାଁ ଆଦି ଅଞ୍ଚଳରୁ ଜିଲ୍ଲା ତଥା ରାଜ୍ୟ ବାହାରକୁ ଦୈନିକ କୁଇଣ୍ଟାଲ କୁଇଣ୍ଟାଲ ଗଞ୍ଜେଇ ଚୋରା ଚାଲାଣ କରାଯାଉଛି । ଜିଲ୍ଲା ପୁଲିସ ଓ ଅବକାରୀ ବିଭାଗର ଜ୍ଞାତସାରରେ ଏହି ଚୋରା ବ୍ୟବସାୟ ଚାଲିଥିବା ଅଭିଯୋଗ ହେଉଛି । ଆଜି କଟକର ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାର୍ଡ କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ମରୈଗାଁ ଗ୍ରାମରେ ଚଢ଼ାଉକରି ଏକ କୁଇଣ୍ଟାଲରୁ ଉର୍ଦ୍ଧ ଗଞ୍ଜେଇ ଜବଦ କରିଛନ୍ତି । ଏହି ଘଟଣାରେ ସଂପୃକ୍ତ ଗଞ୍ଜେଇ ବ୍ୟବସାୟୀର ପତ୍ନୀକୁ ଗିରଫ…

"ହାଟଡିହି ଅଞ୍ଚଳ ପାଲଟିଛି ଚୋରା ଗଞ୍ଜେଇ ବେପାରର ପେଣ୍ଠସ୍ଥଳୀ ମରୈଗାଁରୁ ଏକକୁଇଣ୍ଟାଲରୁ ଉର୍ଦ୍ଧ ଗଞ୍ଜେଇ ଜବଦ, ଜଣେ ମହିଳା ଗିରଫ"

ଛେଳି ମେଣ୍ଢା ଚୋରିକୁ ନେଇ ହତ୍ୟାକାଣ୍ଡ

ସୋରଡ଼ା ୪-୯ (ଓଡ଼ିଆ ପୁଅ/ଲଡ଼ୁ କିଶୋର ଦାଶ) ସୋରଡ଼ା ଥାନା ଅନ୍ତର୍ଗତ ଗୁଣ୍ଡୁରିବାଡ଼ି ନିକଟସ୍ଥ ଡିହପଦରଠାରେ ଏକ ହତ୍ୟାକାଣ୍ଡ ଘଟିଛି। ଡିହପଦର ଗ୍ରାମର ଗଙ୍ଗା ସେଠୀ ଓ କାନ୍ଦରା ମଲ୍ଲିକ ମିଳିତ ଭାବେ ଗୁହାଳରୁ ଛେଳି ମେଣ୍ଢା ଚୋରି କରି ନେଉଥିଲେ। ଏହି ଘଟଣାକୁ ନେଇ ଗତ ଶୁକ୍ରବାର ଗ୍ରାମରେ ଏକ ବୈଠକ ବସିଥିଲା। ତେବେ ବୈଠକରେ କୌଣସି ସମାଧାନ ହୋଇପାରିନଥିଲା। କିନ୍ତୁ ଗଙ୍ଗା ସେଠୀ ଗ୍ରାମର ବାଞ୍ଛାନିଧି ଗୌଡ଼କୁ ହତ୍ୟା ଧମକ ଦେଇଥିଲା। ଗତ ମଧ୍ୟରାତ୍ରିରେ ବାଞ୍ଛାନିଧି ଗୁହାଳରେ ଶୋଇଥିବାବେଳେ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ତାର ଗୋଡ଼କୁ ହାଣି ଦେଇଥିଲା। ନିକଟରେ ଥିବା ଅନ୍ୟ କୁଆଁରୀର ଲୋକ ଆସି ବାଞ୍ଛାନିଧିଙ୍କୁ ଉଦ୍ଧାର କରି…

"ଛେଳି ମେଣ୍ଢା ଚୋରିକୁ ନେଇ ହତ୍ୟାକାଣ୍ଡ"

ସ୍ତ୍ରୀକୁ କଟୁରୀରେ ହାଣିବା ମାମଲାରେ ସ୍ୱାମୀକୁ ୭ବର୍ଷ ଜେଲ୍ ଦଣ୍ଡ

ନୟାଗଡ଼, ୨ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ): ଖଣ୍ଡପଡ଼ା ଥାନା ଅଂଚଳରେ ମାଳତୀ ବେହେରାଙ୍କୁ ତାଙ୍କ ସ୍ୱାମୀ ଦିବାକର ବେହେରା କଟୁରୀରେ ହାଣି ହତ୍ୟା କରିବା ମାମଲାରେ ମହିଳା କୋର୍ଟ ସ୍ୱାମୀ ଦିବାକରକୁ ୭ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହିତ ୧୦ ହଜାର ଟଙ୍କା ଜରିମାନା ଓ ଜରିମାନା ଅନାଦେୟ ଦିବାକରକୁ ଅଧିକ ୬ମାସ ଜେଲ ଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦିବାକର ୨୦୧୧ ମସିହାରେ କଂଟିଲୋ ପାଟଣା ସାହିର ମାଳତୀଙ୍କୁ ବିବାହ କରିଥିଲେ। ବିବାହ ପରଠାରୁ ସ୍ୱାମୀ ଦିବାକର ସ୍ତ୍ରୀ ମାଳତୀକୁ ନିର୍ଯ୍ୟାତନା ଦେବା ସହିତ ୨୦୧୭ ଜାନୁଆରୀ ୧୭ରେ ମାଳତୀକୁ ଏକ କଟୁରୀରେ ହାଣି ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଏଥିରେ ମାଳତୀ ଗୁରୁତର…

"ସ୍ତ୍ରୀକୁ କଟୁରୀରେ ହାଣିବା ମାମଲାରେ ସ୍ୱାମୀକୁ ୭ବର୍ଷ ଜେଲ୍ ଦଣ୍ଡ"

ଜମନକିରା ବ୍ୟାଙ୍କ ଲୁଟ ଘଟଣାର ପର୍ଦ୍ଦାଫାଶ : ୩ ପିସ୍ତଲ, ୧୨ ଗୁଳି ଓ ନଗଦ ଟଙ୍କା ସହ ୩ ଗିରଫ

ସମ୍ବଲପୁର, ୧/୯ (ଓଡ଼ିଆ ପୁଅ) – ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଅନ୍ତର୍ଗତ ଆନ୍ଧ୍ରା ବ୍ୟାଙ୍କର ଜମନକିରା ଶାଖାରେ ଗତମାସ ୩ ତାରିଖ ଅପରାହ୍ନ ୩ଟା ସମୟରେ ହୋଇଥିବା ୧୦ ଲକ୍ଷ ଟଙ୍କାର ଲୁଟ ଘଟଣାର ପର୍ଦ୍ଦାଫାଶ କରିବାରେ ପୋଲିସ ସକ୍ଷମ ହୋଇଛି। ଏ ବାବଦରେ ସୂଚନା ଦେଇ ଏସପି ସଞ୍ଜିବ ଆରୋରା କହିଛନ୍ତି ଯେ, ଏହି ଘଟଣାରେ ବ୍ୟାଙ୍କରୁ ୧୦ ଲକ୍ଷ ଟଙ୍କା ଲୁଟ ହୋଇଥିଲା। ଏ ନେଇ ଥାନାର କେସ ସଂଖ୍ୟା ୧୧୨/୨୦୧୮ ଉପରେ ଆଇପିସିର ଧାରା ୪୫୪, ୩୯୪ ଏବଂ ୨୫/୨୭ ଆର୍ମସ ଆକ୍ଟ ବଳରେ ଏକ ମାମଲା ରୁଜୁ କରି ପୋଲିସ ଘଟଣାର ଅନୁସନ୍ଧାନ ସକାଶେ ଏକ ସ୍ୱତନ୍ତ୍ର ଟିମ୍…

"ଜମନକିରା ବ୍ୟାଙ୍କ ଲୁଟ ଘଟଣାର ପର୍ଦ୍ଦାଫାଶ : ୩ ପିସ୍ତଲ, ୧୨ ଗୁଳି ଓ ନଗଦ ଟଙ୍କା ସହ ୩ ଗିରଫ"

ଏଟିଏମ ଲୁଟ ଉଦ୍ୟମ

ହିଞ୍ଜିଳୀକାଟୁ ୧-୯ (ଓଡ଼ିଆ ପୁଅ/ଲଡ଼ୁ କିଶୋର ଦାଶ) : ସ୍ଥାନୀୟ ହିଂଜିଳିଥାନା ଅଧୀନ ଶ୍ୟାମଳାଇ ଛକରେ ଥିବା ଏକ ଏଟିଏମ କାଉଣ୍ଟରରେ ଶୁକ୍ରବାର ଲୁଟ ଉଦ୍ୟମ ହୋଇଥିବା ଜଣାପଡିଛି। ଶ୍ୟାମଲାଇ ଛକ ସ୍ଥିତ ବିଷୋୟୀ କମ୍ପ୍ଲେକ୍ସରେ ଥିବା ଟାଟାଇଣ୍ଡିକ୍ୟାସ ଏଟିଏମ କାଉଣ୍ଟରରେ ପଶି ଦୁର୍ବୃତ୍ତ ଟଙ୍କା ଲୁଟିବାକୁ ଉଦ୍ୟମ କରି ବିଫଳ ହୋଇଥିବା ଜଣାପଡିଛି। କୌଣସି ଅଜଣା ଦୁର୍ବୃତ୍ତ ଏଟିଏମ ମେସିନର ଟଙ୍କା ବାହାରୁଥିବା ଓ ଅନ୍ୟାନ୍ୟ ଅଂଶକୁ ତାଢି ଏଭଳି କାଣ୍ଡ ଭିଆଇଥିବା ଦେଖାଯାଇଛି। ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଚଳାଇ ତଦନ୍ତ କରିଛି। ସ୍ଥାନୀୟ ଅଞ୍ଚଳରେ ଚୋର, ଲୁଟେରାଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଉଥିବାରୁ ଏଥିପ୍ରତି ଦୃଷ୍ଟିଦେବା…

"ଏଟିଏମ ଲୁଟ ଉଦ୍ୟମ"

ହତ୍ୟାକରି ଶବକୁ ନଦୀରେ ଭଷାଇବା ଘଟଣାରେ ଅଧ୍ୟାପକ ଓ ଶିକ୍ଷୟତ୍ରୀ ପତ୍ନୀ ଗିରଫ

ହାଟଡ଼ିହି-୧/୯,(ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବାଲିବରେଇ ଗ୍ରାମରେ ସାନଭାଇକୁ ହତ୍ୟାକରି ସାଳନ୍ଦୀ ନଦୀରେ ଭଷାଇ ଦେବା ଅଭିଯୋଗରେ ବଡଭାଇ ତଥା ସୋସୋ ବଉଳା କଲେଜର ଅଧ୍ୟାପକ ନିରାକାର ମହାନ୍ତି ଓ ତାଙ୍କ ଶିକ୍ଷୟତ୍ରୀ ପତ୍ନୀ ମଧୁମିତା ବୋଇତେଇଙ୍କୁ ସୋସୋ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଖବରରୁ ଜଣାଯାଇଛି ଯେ ଗତକାଲି ଶାଳନ୍ଦୀ ନଦୀରେ ଏକ ଶବ ଭାଷୁଥିବା ବେଳେ ସୋସୋ ପୁଲିସ ହାଟଡିହି ଦମକଳ ବାହିନୀ ସହଯୋଗରେ ଉଦ୍ଧାର କରିଥିଲା । ପରେ ଏହା ବାଲିବରେଇ ଗ୍ରାମର ଅବନୀ ମହାନ୍ତିଙ୍କ ଶବ ବୋଲି ଚିହ୍ନଟ ହୋଇଥିଲା । ଏନେଇ ଅବନୀଙ୍କ ସ୍ତ୍ରୀ ଶକୁନ୍ତଳା ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ…

"ହତ୍ୟାକରି ଶବକୁ ନଦୀରେ ଭଷାଇବା ଘଟଣାରେ ଅଧ୍ୟାପକ ଓ ଶିକ୍ଷୟତ୍ରୀ ପତ୍ନୀ ଗିରଫ"

ପ୍ରେମିକର ଆଖି ଫୁଟାଇବା ଘଟଣା ପରେ ପ୍ରେମିକାକୁ ଅପହରଣ ଅଭିଯୋଗ

ପୁଲିସ କହିଲା ମିଥ୍ୟା ଅଭିଯୋଗ:ଯୁବତୀ ପୁଲିସ ତତ୍ୱାବଧାନରେ ଭୁବନେଶ୍ୱର;୩୧,ଅଗଷ୍ଟ(ଓଡ଼ିଆ ପୁଅ)- :ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଗୋଳବାଇ ଗ୍ରାମରେ ପ୍ରେମକୁ ନେଇ ଘଟିଥିବା ଗଣ୍ଡଗୋଳ ଘଟଣାରେ ପ୍ରେମିକକୁ ମାଡ଼ ମାରି ଆଖି ଫୁଟାଇବା ଘଟଣା ପରେ ଏବେ ପ୍ରେମିକାକୁ ଅପହରଣ କରାଯାଇଥିବା ଅଭିଯୋଗ ଉଠିଛି।ତେବେ ଏପରି ଅଭିଯୋଗକୁ ଜଙ୍କିଆ ପୁଲିସ ଖଣ୍ଡନ କରିଛି। ଗୋଳବାଇ ଗ୍ରାମର ବୁଦ୍ଧେଶ୍ୱର ବେହେରାଙ୍କର ପୁଅ ବିଶ୍ୱଜିତ ଏବଂ ସେହି ଗ୍ରାମର ଜଣେ ଯୁବତୀଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିଲା।ତେବେ ଏହାକୁ ବିରୋଧ କରୁଥିବା ଯୁବତୀଙ୍କ ପରିବାର ଲୋକ ବିଶ୍ୱଜିତକୁ ତାଙ୍କ ଘରକୁ ଡକାଇ ସେଠାରେ ତାଙ୍କୁ ନିସ୍ତୁକ ମାଡ଼ ମାରିବା ସହ ତାଙ୍କ ଆଖିରେ ଏକ ଲୁହା ରଡ଼…

"ପ୍ରେମିକର ଆଖି ଫୁଟାଇବା ଘଟଣା ପରେ ପ୍ରେମିକାକୁ ଅପହରଣ ଅଭିଯୋଗ"

ହଷ୍ଟେଲ ଯିବା ରାସ୍ତାରୁ ୯ମ ଶ୍ରେଣୀର ବାଳକ ନିଖୋଜକୁ ନେଇ ଥାନାରେ ଅଭିଯୋଗ

ହରିଚନ୍ଦନପୁର,ତା ୩୦ ଅଗଷ୍ଟ (ଓଡିଆ ପୁଅ/ପ୍ରେମାନନ୍ଦ ଦାସ) ହରିଚନ୍ଦନପୁର ଥାନା ଅନ୍ତର୍ଗତ ପିଠାଗୋଳା ଗ୍ରାମର ବ୍ରହ୍ମାନନ୍ଦ ସାହୁଙ୍କ ପୁଅ ଗଗନ ସାହୁ ନିଖୋଜକୁ ନେଇ ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ଗଗନ ପିଟାପିଟି ଗ୍ରାମର ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟରେ ୯ମ ଶ୍ରେଣୀରେ ପାଠାୟନ କରୁଥିଲେ । ସେ ଉକ୍ତ ବିଦ୍ୟାଳୟର ହଷ୍ଟେଲରେ ରହି ପାଠ ପଢୁଥିଲେ କିଛି ଦିନ ପୂର୍ବରୁ ଗଗନ ମିଳିମିଳା ରୋଗରେ ପିଡିତ ଥିବାରୁ ଘରକୁ ଛୁଟି ନେଇ ଯାଇଥିଲେ । ମିଳିମିଳା ଭଲ ହେବା ପରେ ଚଳିତ ମାସ ୯ତାରିଖ ଦିନ ଗଗନ ହାତରେ ୨୦କିଲୋ ଚାଉଳ ଧରି ଘରୁ ହଷ୍ଟେଲ ଅଭିମୁଖେ ଆସିଥିଲେ । ଚାଷ କାର୍ଯ୍ୟରେ…

"ହଷ୍ଟେଲ ଯିବା ରାସ୍ତାରୁ ୯ମ ଶ୍ରେଣୀର ବାଳକ ନିଖୋଜକୁ ନେଇ ଥାନାରେ ଅଭିଯୋଗ"