ଏକତରଫା ପ୍ରେମର କରୁଣ ପରିଣତି। ପ୍ରେମିକା ମୁହଁରେ ଏସିଡ ଫିଙ୍ଗିଲା ପ୍ରେମିକ।

କଳାହାଣ୍ଡି- ୧୫.୦୧.୨୦୧୮ (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ଏକତରଫା ପ୍ରେମରେ ବିଫଳ ହେବା ପରେ କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ କଲମପୁର ବ୍ଲକ ଅଧିନସ୍ଥ ବଙ୍କାପଲା ଠାରେ ପ୍ରେମିକା ମୁହଁରେ ଏସିଡ ମାଡ କରିଥିବା ଘଟଣା ସମଗ୍ର ଅଂଚଳରେ ଚାଂଚଲ୍ୟ ଖେଳି ଯାଇଛି। ଅଭିଯୋଗ ଅନୁଯାୟୀ, ହାତୀ କୂଳରେ ଥିବା ଖଣ୍ଡିଡଙ୍ଗରୀଗୁଡା ଗ୍ରାମର ୨୨ବର୍ଷୀୟା ଛାତ୍ରୀ ଜଣକ ସବୁଦିନ ପରି ସୋମବାର ସକାଳୂ ନିଜଗାଁରୁ ହାତୀନଦୀ ପାର ହୋଇ ବଙ୍କାପଳା ଗ୍ରାମ ଦେଇ ଜୁନାଗଡ-କଲମପୁର ରାସ୍ତାରେ କଲମପୁର କୁ କମ୍ପ୍ୟୁଟର କ୍ଲାସ କରିବା ପାଇଁ ଯାଉଥିଲେ। ଏହି ସମୟରେ ନଦୀଘାଟ ନିକଟରେ ପୂର୍ବରୁ ଛପି ରହିଥିବା ଅଭିଯୁକ୍ତ ସେହି ଏକା ଗ୍ରାମର ପର୍ଶୁରାମ ମାଝୀ…

"ଏକତରଫା ପ୍ରେମର କରୁଣ ପରିଣତି। ପ୍ରେମିକା ମୁହଁରେ ଏସିଡ ଫିଙ୍ଗିଲା ପ୍ରେମିକ।"

ପୁରୀରେ ବଢ଼ିଛି ଅପରାଧ: ବ୍ରାଉନ ସୁଗାର ବିକ୍ରୀ ଅଭିଯୋଗରେ ମହିଳା ଗିରଫ

ପୁରୀ, ୧୪/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ବେଆଇନ ବ୍ରାଉନସୁଗାର ବିକ୍ରୀ ଅଭିଯୋଗରେ ଜଣେ ମହିଳାଙ୍କୁ ବାରବାଟି ଦେବୀ ଘାଟ ନିକଟକୁ ଅବକାରୀ ବିଭାଗ ଗିରଫ କରିଛି। ମହିଳାଙ୍କ ନିକଟରୁ ୪୬ ଗ୍ରାମ୍ ଓଜନର ବ୍ରାଉନ ସୁଗାର ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୪ଲକ୍ଷ ୬୦ ହଜାର ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଲତା ମଣୀ ଦେବୀ ଘାଟ ନିକଟରେ ଏହି ବ୍ରାଉନ ସୁଗାର ବିକ୍ରୀ କରୁଥିବା ବେଳେ ଅବକାରୀ ବିଭାଗ ତାଙ୍କୁ ଗିରଫ କରିଥିଲା।

"ପୁରୀରେ ବଢ଼ିଛି ଅପରାଧ: ବ୍ରାଉନ ସୁଗାର ବିକ୍ରୀ ଅଭିଯୋଗରେ ମହିଳା ଗିରଫ"

ଭଦ୍ରକ : ଟ୍ରାଭେରା ଗାଡି ସହ ୨୦ ଗ୍ରାମ୍ ର ବ୍ରାଉନ୍ ସୁଗାର ଜବତ, ୩ ଗିରଫ

ଭଦ୍ରକ, ୧୩ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ସହରାଞ୍ଚଳ ଥାନା ପୁଲିସ୍ ପକ୍ଷରୁ ଚଢାଉ କରାଯାଇ ଭଦ୍ରକ ଆସୁଥିବା ଏକ ଟ୍ରାଭେରା ଗାଡିରୁ ଲକ୍ଷାଧିକ ଟଙ୍କାର ୨୦ ଗ୍ରାମ୍ ବ୍ରାଉନ୍ସୁଗାର ଜବତ କରାଯାଇଛି। ଏବଂ ଏହି ଘଟଣାରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଂଚଳର ତିନିଜଣ ଯୁବକକୁ ଗିରଫ କରାଯାଇଛି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ଆରଡିଛକ ଓମ୍ନଗରରେ ରହୁଥିବା ସରୋଜ କୁମାର ଦାସ ଓରଫ ଶତୁରା (୨୯) ନାମକ ଜଣେ ଯୁବକ ସ୍ଥାନୀୟ ରାଜପୁର-ତିହିଡି ବରାଡଡିହି ଗ୍ରାମନିବାସୀ ରାଜେନ୍ଦ୍ର ସେଠୀ ଓରଫ ସନିଆ (୨୫) ନାମକ ଜଣେ ଯୁବକ ସହ ମିଶି ବ୍ରାଉନ୍ସୁଗାର ବ୍ୟବସାୟ ଚଳାଇଆସୁଥିଲା।…

"ଭଦ୍ରକ : ଟ୍ରାଭେରା ଗାଡି ସହ ୨୦ ଗ୍ରାମ୍ ର ବ୍ରାଉନ୍ ସୁଗାର ଜବତ, ୩ ଗିରଫ"

ଜିଲ୍ଲା ଅବକାରି ବିଭାଗ ମାଓ ପ୍ରବଣ ଅଚଂଳରୁ ୪ କୋଟି ୧୨ ଲକ୍ଷ ଟଙ୍କାର ଗଜେଂଇ ଗଛ ପୋଡି ନଷ୍ଟ କଲେ

ମାଲକାନଗିରି, ୧୩।୧ (ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାରେ ଚାଲିଥିବା ବେଆଇନ ଗଜେଂଇ ଚାଲାଣ ଓ ଚାଷକୁ ରୋକିବାପାଇଁ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତି,  ଏସପି ଜଗମୋହନ ମୀନାଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଅବକାରୀ ବିଭାଗ ସୁପରିଟେଣ୍ଡେଟଂ ଅଶୋକ କୁମାର ସେଠଙ୍କ ନେତୃତ୍ୱରେ ଏତ ସ୍ୱତନ୍ତ୍ର ସ୍କାର୍ଡ ଗଠନ କରାଯାଇ ବିଭିନ୍ନ ଅଚଂଳରେ ଚଢାଉ ଚାଲିଛି। ଗତ ଦୁଇଦିନ ହେଲା ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ମାଓ ପ୍ରବଣ ଡାଇକ୨, ରାଇପୁର, ଦୋରାଗୁଡା, ଖିଲଗୁଡା, କଟାଂମାଢି, ସାନକଟାଂ ମାଢି ଗ୍ରାମ ଜଙ୍ଗଲରେ ବେଆଇନ ଭାବେ ଚାଷ କରା ଯାଇଥିବା ୨୫ ଏକର ଜଙ୍ଗଲ ଜମିରୁ ୪୬ହଜାର ୬୦୦ ବୃହତ କଲି ହୋଇଥିବା ଗଜେଂଇ…

"ଜିଲ୍ଲା ଅବକାରି ବିଭାଗ ମାଓ ପ୍ରବଣ ଅଚଂଳରୁ ୪ କୋଟି ୧୨ ଲକ୍ଷ ଟଙ୍କାର ଗଜେଂଇ ଗଛ ପୋଡି ନଷ୍ଟ କଲେ"

କଳାହାଣ୍ଡି ; ଲାଞ୍ଜିଗଡ ଅଂଚଳରେ ମାଓ ତାଣ୍ଡବ, ଠିକାଦାର କେମ୍ପ ପୋଡି ଉପସ୍ଥିତି ଜାହିର କଲେ

କଳାହାଣ୍ଡି- ୧୧-୧ (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲ୍ଲାରେ ପୁଣି ଲାଲ ବାହିନୀ ତାଙ୍କ ଉପସ୍ଥିତି ଜାହିର କରିଥିବା ଜଣାପଡିଛି। ଭବାନୀପାଟଣା ସଦରଥାନା ଅନ୍ତର୍ଗତ ଲାଞ୍ଜିଗଡ ବ୍ଲକ ର ଜାମକନା ଗାଁରେ ପ୍ରଧାନମନ୍ତ୍ରୀ ସଡକ ନିର୍ମାଣ କରୁଥିବା ଠିକାଦାର କେମ୍ପରେ ଗତ ମଙ୍ଗଳବାର ରାତିରେ ରାସ୍ତା ନିର୍ମାଣକୁ ବିରୋଧ କରି ୭ଟି ଗାଡିକୁ ପୋଡି ଦେଇଛନ୍ତି। ଭବାନୀପାଟଣା ସହର ଠାରୁ ମାତ୍ର ୧୬ କି.ମି. ଦୂର ଏବଂ ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ଗୁଣ୍ଡୁରୀ ଠାରୁ କାଡମ ୧୩.୨୦ କି.ମି. ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ରାସ୍ତା ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ୬ କୋଟି ୫୦ଲକ୍ଷ ୮୦ ହଜାର ଟଙ୍କା ଭବାନୀପାଟଣାସ୍ଥିତ ଠାକୁର…

"କଳାହାଣ୍ଡି ; ଲାଞ୍ଜିଗଡ ଅଂଚଳରେ ମାଓ ତାଣ୍ଡବ, ଠିକାଦାର କେମ୍ପ ପୋଡି ଉପସ୍ଥିତି ଜାହିର କଲେ"

ଗୁଟଖା ବ୍ୟାପାରୀର ୬୧ କୋଟିର ସଂପତ୍ତି ଜବତ ଲକରରୁ ବାହାରିଲା ୧୦.୫ କୋଟି ଟଙ୍କାର ନଗଦ ଟଙ୍କା

ନୂଆଦିଲ୍ଲୀ ୧୧-୧ (ଓଡ଼ିଆ ପୁଅ) ନୂଆଦିଲ୍ଲୀରେ ଗୁରୁବାର ସକାଳେ ଆୟକର ବିଭାଗ ଏକ ଗୁଟଖା ବ୍ୟାପାରୀ ଠାବରେ ଛାପା ମାରିଛନ୍ତି। ଛାପାମାରିବା ବେଳେ ପ୍ରାୟତଃ ୬୧ କୋଟି ଟଙ୍କାର ସଂପତ୍ତି ଜବତ କରାଯାଇଛି। ଏହା ବ୍ୟତୀତ ଛାପାମାରିରେ ପ୍ରାୟତଃ ସାଢେ ଦସ କୋଟି ଟଙ୍କାର ନଗଦ ଟଙ୍କା ଏବଂ ଗହଣା ଧରାପଡ଼ିଛି। ଏହି ସମସ୍ତ ଟଙ୍କାର ସମ୍ବନ୍ଧ ଏକ ଗୁଟଖା ବ୍ୟାପାରୀ ଏବଂ ବିଲ୍ଡର ବୋଲି ଦଣା ପଡ଼ିଛି। ନୂଆଦିଲ୍ଲୀର ସାଉଥ ଏକ୍ସଟେନ୍ସନ ପ୍ରାଇବେଟ ଲକରରେ ୧୦.୫ କୋଟି ନଗଦ ଏବଂ ୯.୫ କୋଟିର ଗହଣା ମିଳିଛି। ଇନକମ ଟ୍ୟାକ୍ସ ବିଭାଗର ଛାପାମାରି ରେ ଏହି ନଗଦ ଏବଂ ଗହଣା ଧରାପଡ଼ିଛି। ପୂର୍ବରୁ ମଧ୍ୟ ଏହି…

"ଗୁଟଖା ବ୍ୟାପାରୀର ୬୧ କୋଟିର ସଂପତ୍ତି ଜବତ ଲକରରୁ ବାହାରିଲା ୧୦.୫ କୋଟି ଟଙ୍କାର ନଗଦ ଟଙ୍କା"

ଚୋରା ଗଞ୍ଜେଇ ଚାଲାଣ ମାମଲା ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡାଦେଶ ସହ ୧ ଲକ୍ଷ ଟଙ୍କା ଜୋରିମାନା

ବୌଦ୍ଧ, ୧୦ା୦୧ (ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବୌଦ୍ଧ ଅତିରିକ୍ତ ଜିଲା ଦୌରାଜଜ ତଥା ସ୍ପେଶାଲ ଜଜ ରୁପଶ୍ରୀ ଚୌଧୁରୀ ଏକ ଗଞ୍ଜେଇ ଚୋରା ଚାଲାଣ ମାମଲାକୁ ବିଚାର କରି ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡାଦେଶ ସହ ୧ ଲକ୍ଷ ଟଙ୍କା ଜୋରିମାନା ଆଦେଶ ପ୍ରଦାନ କରିଛନ୍ତି । ମାମଲାରୁ ପ୍ରକାଶ ଯେ ଗତ ୧୫.୩.୧୬ ରିଖରେ ମନମୁଣ୍ଡା ଥାନା ଅଧିକାରୀ ବିଶେଷ ସୁତ୍ରରୁ ଖବର ପାଇଥିଲେ ଯେ, ଥାନା ଅଞ୍ଚଳର ବିଚିକା (ନୁଆସାହି) ଗାଁର ଜଣେ ଲୋକ ବାହାରକୁ ଚାଲାଣ କରିବାକୁ ନିଜ ଘରେ ଗଞ୍ଜେଇ ରଖିଛି । ଥାନା ଏସଆଇ ପି୍ରତିମଞରୀ ଗଡନାୟକ ଓ ଅନ୍ୟ କର୍ମଚାରୀ ମାନେ ବିଚିକା…

"ଚୋରା ଗଞ୍ଜେଇ ଚାଲାଣ ମାମଲା ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡାଦେଶ ସହ ୧ ଲକ୍ଷ ଟଙ୍କା ଜୋରିମାନା"

ଜିଲ୍ଲା ଅବକାରି ବିଭାଗ ପକ୍ଷରୁ ଗାଡି ସହ ୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ଜଣେ ଅବକାରୀ ସବଇନିସପେକ୍ଟର ଆହତ, ତିନି ଗଞ୍ଜେଇ ଚାଲାଣକାରୀ ଗିରଫ

ମାଲକାନଗିରି, ୯ା୧(ଓଡିଆ ପୁଅ ) ଆଜି ମାଲକାନଗିରି ଜିଲ୍ଲା ଅବକାରି ବିଭାଗ କୁ ଏକ ବଡଧରଣର ସଫଳତା ମିଳିଛି। ଦୁଇଟି ଘଟଣାରେ 5 କ୍ବିଣ୍ଟାଲ 31କେଜି ଗଞ୍ଜେଇ ଓ ଗାଡି ଜବତ ହେବାସହିତ 3ଜଣ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରାଯାଇଛି,  ଅଭିନବ ଉପାୟରେ ଠାକୁରପୁର୍ଣ୍ଣ ବ୍ରହ୍ମ ଶ୍ରୀ ଶ୍ରୀ ଗୁରୁଚାନ୍ଦ ଠାକୁର ଲେଖା ଯାଇଥିବା ଗାଡିରେ ଚୋରା ଗଞ୍ଜେଇ ଚାଲାଣ କରୁଥିବା ସମୟରେ ଜିଲ୍ଲା ଅବକାରି ବିଭାଗ ହାବୁଡରେ ପଡି ଜଣେ ଗିରଫ ହେବା ସହିତ ୪ କ୍ୱିଟାଂଲ 27କେଜି ଗଞ୍ଜେଇ ଓ ଗାଡି ଜବତ ହୋଇଛି। ଅନ୍ୟ ଏକ ସ୍ଥାନରେ ଗଞ୍ଜେଇ ଚାଲାଣ କରିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ୧ କ୍ବିଣ୍ଟା ଗଞ୍ଜେଇ…

"ଜିଲ୍ଲା ଅବକାରି ବିଭାଗ ପକ୍ଷରୁ ଗାଡି ସହ ୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ଜଣେ ଅବକାରୀ ସବଇନିସପେକ୍ଟର ଆହତ, ତିନି ଗଞ୍ଜେଇ ଚାଲାଣକାରୀ ଗିରଫ"

ବାଲେଶ୍ୱର: ବ୍ରାଉନ୍ ଜବତ ଜଣେ ଗିରଫ

ବାଲେଶ୍ୱର ୯-୧ (ଓଡ଼ିଆ ପୁଅ/ଅଜିତ୍ ମହାନ୍ତି) ବାଲେଶୱର ଜିଲ୍ଲା ଜଳେଶ୍ୱର ନିକଟରେ ଅବକାରୀ ବିଭାଗ ଚଢ଼ାଉ କରି 20 ଗ୍ରାମ୍ ବ୍ରାଉନ୍ ସୁଗାର ଜବତ କରିଛି। ଏହି ମାମଲାରେ ସେକ୍ ଆଜବାହକ ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଛି ପୋଲିସ୍। ଜବତ କରାଯାଇଥିବା ବ୍ରାଉନ୍ ସୁଗାରର ଆନୁମାନିକ ମୂଲ୍ୟ ପାଖାପାଖି ୨ ଲକ୍ଷ ଟଙ୍କା ହେବ ବୋଲି ତଦନ୍ତ ଅଧିକାରୀ କରୁଣାକର ତିୱାରୀ କହିଛନ୍ତି।

"ବାଲେଶ୍ୱର: ବ୍ରାଉନ୍ ଜବତ ଜଣେ ଗିରଫ"

ସମଲିଙ୍ଗି ଯୌନ ସଂମ୍ପର୍କ ଅପରାଧ କି ନୁହେଁ ? ସୁପ୍ରିମ କୋର୍ଟ ପୁନଃ ବିଚାର କରିବେ

ମୁଖ୍ୟ କଥା: – ସୁପ୍ରିମ କୋର୍ଟ କେସ୍ କୁ ବଡ଼ ବେଞ୍ଚକୁ ରେଫର କଲେ – ସୁପ୍ରିମ କୋର୍ଟରେ ନାଜ ଫାଉଣ୍ଡେସନ ଦାଖଲ କରିଥିଲେ ଯାଚିକା – ସୁପ୍ରିମ କୋର୍ଟ IPC ର ଧାରା 377 ରେ ପରିବର୍ତ୍ତନ କରିବା ପାଇଁ ମନା କରିଥିଲେ ନୂଆଦିଲ୍ଲୀ ୮-୧ (ଓଡ଼ିଆ ପୁଅ) ସମଲୈଙ୍ଗିକତା (ସମଲିଙ୍ଗି ଯୌନ ସଂମ୍ପର୍କ) ମାମଲାରେ ସୁପ୍ରିମ କୋର୍ଟ ସୋମବାରଦିନ ଏକ ଯାଚିକା ଉପରେ ଶୁଣାଣି କରି କହିଲେ କି କୋର୍ଟ ନିଜର ଫଇସଲା ଉପରେ ପୁନର୍ବିଚାର କରିବେ। ଏହି ମାମଲା ଏବେ ଉଚ୍ଚ ଖଣ୍ଡପୀଠକୁ ପଠାଇ ଦିଆଯାଇଛି। ସୁପ୍ରିମ କୋର୍ଟ ଆଇପିସିର ଧାରା ୩୭୭ ଅର୍ଥାତ ସମଲୈଙ୍ଗିକତାକୁ ଅପରାଧ କହୁଥିବା ଧାରାକୁ ଠିକ୍…

"ସମଲିଙ୍ଗି ଯୌନ ସଂମ୍ପର୍କ ଅପରାଧ କି ନୁହେଁ ? ସୁପ୍ରିମ କୋର୍ଟ ପୁନଃ ବିଚାର କରିବେ"