ପୁଲିସ ଗାଡ଼ିରେ ଚୋରା କାଠ ଚାଲାଣ!

ରାଉରକେଲା୪-୨ (ଓଡ଼ିଆ ପୁଅ/ଶିବରାମ ପାତ୍ର) :ବନବିଭାଗ ପକ୍ଷରୁ ଚୋରା କାଠ ଚାଲାଣ ରୋକିବା ଅଭିଯାନ ଜୋରଦାର ହୋଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ବନଖଣ୍ଡ ସୋଲ ରେଂଜ ଅଂଚଳରେ ବିଭାଗୀୟ ଅଧିକାରୀଙ୍କ ଆଖିରେ ଧୂଳି ଦେଇ ପୁଲିସ ଗାଡ଼ିରେ ଶାଳକାଠ ଚାଲାଣ ଉଦ୍ୟମ ବ୍ୟର୍ଥ୍ୟ ହୋଇଛି। କାଠ ମାଫିଆଙ୍କ ଏଭଳି କଳାକନା ବୁଲାଇବା କୌଶଳ ସାଧାରଣରେ ଆଲୋଚନାର ବିଷୟ ହୋଇଛି। ଗ୍ରାମବାସୀ ଏହି ଗାଡ଼ିକୁ ଅଟକାଇ ବନ ବିଭାଗ ଜିମା ଦେଇଛନ୍ତି। ଗତ ମଙ୍ଗଳବାର ଅପରାହ୍ନ ପ୍ରାୟ ୨ଟାରେ ଏକ ଟାଟା ୯୦୯ ଇଏକ୍ସ ଗାଡ଼ି ଓଡ଼ି ୫ ୱାଇ ୯୬୩୦ରେ ପ୍ରାୟ ୬ରୁ ୭ ଖଣ୍ଡ ଶାଳ ଗଣ୍ଡି ଲୋଡିଂ ହୋଇଥିଲା। ସନ୍ଦେହରେ ଗ୍ରାମବାସୀ…

"ପୁଲିସ ଗାଡ଼ିରେ ଚୋରା କାଠ ଚାଲାଣ!"

ଶ୍ରୀ ଶ୍ରୀ ବଳଦେବଜିଉ ଇନ୍ଫ୍ରାଷ୍ଟ୍ରକ୍ଚର ପ୍ରାଇଭେଟ ଲିମିଟେଡର ପ୍ରବନ୍ଧ ନିର୍ଦ୍ଦେଶକ ଦୁର୍ଗା ପ୍ରସାଦ ମିଶ୍ର ଗିରଫ

– ଗିରଫ କଲା ଆର୍ଥିକ ଅପରାଧ ଶାଖା ଭୁବନେଶ୍ୱର (EOW) ଭୁବନେଶ୍ୱର ୨-୨ (ଓଡ଼ିଆ ପୁଅ) ଶ୍ରୀ ଶ୍ରୀ ବଳଦେବଜିଉ ଇନ୍ଫ୍ରାଷ୍ଟ୍ରକ୍ଚର ପ୍ରାଇଭେଟ ଲିମିଟେଡର ପ୍ରବନ୍ଧ ନିର୍ଦ୍ଦେଶକ ଦୁର୍ଗା ପ୍ରସାଦ ମିଶ୍ରଙ୍କୁ ଗୁରୁବାରଦିନ ଗିରଫ କରିଛି ଆର୍ଥିକ ଅପରାଧ ଶାଖା ଭୁବନେଶ୍ୱର। ସୂଚନାମତେ ଏହି କମ୍ପାନୀ ଦ୍ୱାରା ବଡ଼ ସଂଖ୍ୟାରେ ନିବେଶକଙ୍କୁ ଧୋଖା ଦେବା ମାମଲାରେ ତାଙ୍କୁ ଗିରଫ କରାଯାଇଛି। EOW PS କେସ୍ ନଂ ୩, ତାରିଖ ୩୧-୧-୨୦୧୮ ରେ ଆଇପିସି ଧାରା 420/467/ 468/471/406/ 120-B ଏବଂ ଓଡିଶାର ଜମାକର୍ତ୍ତାଙ୍କର ସୁରକ୍ଷା (ବିତ୍ତୀୟ ପ୍ରତିଷ୍ଠାନରେ) ଅଧିନିୟମ ୨୦୧୧ ଧାରା ୬ ଅନୁଯାୟୀ ଭ୍ରଷ୍ଟାଚାରର ଏକ ରିପୋର୍ଟ ଉପରେ ଏହି କେଶ୍ ଶ୍ରୀ ପ୍ରିୟବ୍ରତ…

"ଶ୍ରୀ ଶ୍ରୀ ବଳଦେବଜିଉ ଇନ୍ଫ୍ରାଷ୍ଟ୍ରକ୍ଚର ପ୍ରାଇଭେଟ ଲିମିଟେଡର ପ୍ରବନ୍ଧ ନିର୍ଦ୍ଦେଶକ ଦୁର୍ଗା ପ୍ରସାଦ ମିଶ୍ର ଗିରଫ"

ମୁଖ୍ୟମନ୍ତ୍ରୀଙ୍କୁ ଅଣ୍ଡା ମାରିଥିବା ମହିଳାଙ୍କ ନାଁ’ ରେ ଥାନାରେ ମାମଲା ରୁଜୁ: ମହିଳାଙ୍କ ସ୍ବାମୀଙ୍କ ଜାମିନ ନାମଞ୍ଜୁର

– ମହିଳାଙ୍କ ସ୍ବାମୀ ଜଳେଶ୍ୱର ଉପକାରଗାରକୁ ଗଲେ – ଆଇପିସି ଧାରା ୩୦୭ ଏବଂ ୧୨(ବି) ଅନୁସାରେ ମାମଲା ରୁଜୁ ବାଲେଶ୍ୱର ୨-୨ (ଓଡ଼ିଆ ପୁଅ) ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ତାଳସାରୀ ବେଳାଭୂମି ମହୋତ୍ସବର ଉଦ୍‌ଘାଟନୀ ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ଅଣ୍ଡାମାଡ କରିଥିବା ମହିଳା ରାଜେଶ୍ୱରୀ କମିଲାଙ୍କ ବିରୁଦ୍ଧରେ ହତ୍ୟାର ପ୍ରୟାସ ପାଇଁ ଆଇପିସି ଧାରା ୩୦୭ ଏବଂ ୧୨(ବି) ଅନୁସାରେ ମାମଲା ରୁଜୁ କରିଛି ତାଳସାରୀ ବେଳାଭୂମି ଥାନା। ହସ୍ପିଟାଲରୁ ବାହାରିବା ପରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଇଆଇସି ଜୋଗେନ୍ଦ୍ର ମଲ୍ଲିକ ପ୍ରକାଶ କରିଛନ୍ତି। ସୂଚନାନୁଯାୟୀ, ରାଜେଶ୍ୱରୀ ଯିଏକି ମୁଖ୍ୟମନ୍ତ୍ରୀଙ୍କ ଉପରେ ଅଣ୍ଡା ଫୋପାଡ଼ିଥିଲେ, ତାଙ୍କୁ କ୍ରୋଧିତ ଲୋକମାନଙ୍କର ଏକ ସମୂହ…

"ମୁଖ୍ୟମନ୍ତ୍ରୀଙ୍କୁ ଅଣ୍ଡା ମାରିଥିବା ମହିଳାଙ୍କ ନାଁ’ ରେ ଥାନାରେ ମାମଲା ରୁଜୁ: ମହିଳାଙ୍କ ସ୍ବାମୀଙ୍କ ଜାମିନ ନାମଞ୍ଜୁର"

୪ ଦିନ ଧରି ନିଖୋଜ ଥିବା ଯୁବକର ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଭଦ୍ରକ, ୩୧ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ କାଉପୁର ପଞ୍ଚାୟତରେ ୨୭ ତାରିଖ ଦିନ ଅନୁଷ୍ଠିତ ଦେବରକୁଣ୍ଡ ମେଳା ଦେଖିବାକୁ ଆସିଥିବା ଜଣେ ଯୁବକ ଚାରିଦିନ ଧରି ନିଖୋଜ ଥିବାବେଳେ ଆଜି ତାର ମୃତଦେହ ନିକଟସ୍ଥ ସାଳନ୍ଦୀ ନଦୀରୁ ଉଦ୍ଧାର ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ମୃତ ଯୁବକର ନାମ ମନମୋହନ ଦାସ ହୋଇଥିବାବେଳେ ତାଙ୍କ ଘର ଆଗରପଡାା ଥାନା ଅଧୀନସ୍ଥ ଓଡଙ୍ଗ ଗ୍ରାମର ବୋଲି ଜଣାପଡିଛି। ଘଟଣାସ୍ଥଳରେ ଗ୍ରାମାଞ୍ଚଳ ଥାନା ପୁଲିସ୍ ପହଞ୍ଚି ମୃତ ଯୁବକର ଶବକୁ ଜବତ କରି ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଯାଇଛି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ…

"୪ ଦିନ ଧରି ନିଖୋଜ ଥିବା ଯୁବକର ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ"

କଣ୍ଟାମାଳ ଦୁଷ୍କର୍ମ ମାମଲାରେ ଦୁଇ ଅଭିଯୁକ୍ତ ଗିରଫ, ପିଡିତା ଗଲେ ବାଳାଶ୍ରମ

ବୌଦ୍ଧ.୩୧ା୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): କଣ୍ଟାମାଳ ଥାନା ଅନ୍ତର୍ଗତ କୁଡିବାହାଲି ଗ୍ରାମରେ ଅଷ୍ଟମ ଶ୍ରେଣୀରେ ପଢୁଥିବା ଜଣେ ନାବାଳିକାକୁ ଟେକିନେଇ ଦୁଷ୍କର୍ମ ମାମଲାରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ମଙ୍ଗଳବାର ଦିନ କୋର୍ଟ ଚାଲାଣ କରିଛି । ମିଳିଥିବା ସୂଚନା ମୁତାବକ ବୌଦ୍ଧ ଜିଲା କଣ୍ଟାମାଳ ଥାନା ଅର୍ନ୍ତଗତ କୁଡିବାହାଲ ଗ୍ରାମ ଠାରେ ଗତ ଶନିବାର ରାତ୍ରୀରେ ଜଣେ ଅଷ୍ଟମଶ୍ରେଣୀ ଛାତ୍ରୀଙ୍କୁ ଗଣ ବଳାକôାର କରାଯାଇଥିବା ଅଭିଯୋଗ ନେଇ କଣ୍ଟାମାଳ ଥାନାରେ ଅଭିଯୋଗ ହେବାପରେ ଏକମାମଲା ରୁଜୁ କରାଯାଇ ପୋଲିସ ଅଭିଯୁକ୍ତମାନଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା । ସୂଚନା ଯୋଗ୍ୟ ଯେ ଶନିବାର ରାତ୍ରୀରେ ପିଡିତା ଜଣକ ନିଜର…

"କଣ୍ଟାମାଳ ଦୁଷ୍କର୍ମ ମାମଲାରେ ଦୁଇ ଅଭିଯୁକ୍ତ ଗିରଫ, ପିଡିତା ଗଲେ ବାଳାଶ୍ରମ"

କଣ୍ଟାମାଳ ରେ ନାବାଳିକା କୁ ଟେକିନେଇ ଦୁଷ୍କର୍ମ, ଦୁଷ୍କର୍ମକାରୀ ଫେରାର

ବୌଦ୍ଧ, ୩୦ା୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବୈାଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଘଣ୍ଟାପଡା ଫାଣ୍ଡି ଅଞ୍ଚଳ ରେ ଗତ ଶନିବାର ଦିନ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଏକ ନାବାଳିକା କୁ ଟେକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ଗତ ଶନିବାର ଦିନ ଖମନମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଛପାପାଲି ଗ୍ରାମର ପ୍ରଦୀପ ଡାଙ୍ଗଙ୍କ ପରିବାରର ସମସ୍ତେ ବାହାଘର କାମରେ ସଂପର୍କୀୟ ପିଉଶୀ ଘରକୁ ଘଣ୍ଟାପଡା ପଞ୍ଚାୟତ ଅନ୍ତର୍ଗତ କୋଡିବାହାଲ ଗ୍ରାମକୁ ଆସିଥିଲେ। ସଂଧ୍ୟା ସମୟ ରେ ପାଣି ପାଇଁ ନିଜ ସଂପର୍କୀୟ ପିଉସୀ ମନ୍ଦାର ଚାଉଳିଆଙ୍କ ସହ ପୀଡିତା ଜଣକ ନିକଟସ୍ଥ ନଳକୂଅକୁ ପାଣି ଆଣି ଯାଇଥିବାବେଳେ ଦୁଇଜଣ…

"କଣ୍ଟାମାଳ ରେ ନାବାଳିକା କୁ ଟେକିନେଇ ଦୁଷ୍କର୍ମ, ଦୁଷ୍କର୍ମକାରୀ ଫେରାର"

ବ୍ୟାଙ୍କ ସାମ୍ନାରୁ ୧୦ ଲକ୍ଷ ଟଙ୍କା ଲୁଟ!

ଭଦ୍ରକ, ୨୦ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ସହରରେ ଗତକାଲି ମଧ୍ୟାହ୍ନରେ ଜଣେ ଯୁବକଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଲୁଟ ହୋଇଥିବା ଖବର ଚର୍ଚ୍ଚାରେ ରହିଛି। ଖବରର ସତ୍ୟତା ସଂପର୍କରେ ଠୋସ ପ୍ରମାଣ ମିଳିନାହିଁ। ତେବେ ଗେଲପୁର ଅଞ୍ଚଳର ଅନୀଲ ନାୟକ ନାମକ ଜଣେ ଯୁବକ ଏକ ବ୍ୟାଗରେ ୧୦ ଲକ୍ଷ ଟଙ୍କା ଭର୍ତ୍ତି କରି ନୂଆବଜାର ଷ୍ଟେଟବ୍ୟାଙ୍କକୁ ଯାଉଥିବା ବେଳେ ବ୍ୟାଙ୍କ ସାମ୍ନାରୁ ହିଁ ଲୁଟ ହୋଇଥିବା କୁହାଯାଉଛି। ପୂର୍ବରୁ ଏକ କଳା ପଲସର ଗାଡିରେ ଥିବା ଦୁର୍ବୃତ୍ତ ପଛପଟୁ ଅନୀଲଙ୍କ ହାତରୁ ବ୍ୟାଗ ଛଡାଇ ନେଇ ନିମିଷକ ମଧ୍ୟରେ ଫେରାର ହୋଇଗଲେ ବୋଲି ଅନୀଲ କହୁଛନ୍ତି। ଅପରପକ୍ଷେ…

"ବ୍ୟାଙ୍କ ସାମ୍ନାରୁ ୧୦ ଲକ୍ଷ ଟଙ୍କା ଲୁଟ!"

କୂଅରୁ ଯୁବ ବ୍ୟବସ୍ଥାୟୀଙ୍କ ଶବ ଉଦ୍ଧାର ଘଟଣା, ୨ମୋବାଇଲ ଉଦ୍ଧାର, ଜଣାପଡିପାରେ ମୃତ୍ୟୁ ରହସ୍ୟ

ଯାଜପୁର, ୨୦/୧୦ (ଓଡିଆ ପୁଅ/ମାନସ ରାଉତ)- ଯାଜପୁର ଜିଲାର ଧର୍ମଶାଳା ଥନା ଅନ୍ତର୍ଗତ ନେଉଳପୁର କଦଳା ଗ୍ରାମର ଅଧ୍ୟାପକ ପ୍ରଦୀପ ସାମଲଙ୍କ ପୁଅ ଦେବାଶିଷ ସାମଲ ଓରଫ ବବୁଲୁ (୩୬)ଙ୍କ ମୃତ୍ୟୁ ଦେହକୁ ଶନିବାର ଦିନ ହରିଦାସପୁର ପଂଚାୟତ ସ୍ଥିତ ସେବାସମିତି ମେଡିକାଲ ନିକଟସ୍ଥ କୁମ୍ଭେଇମୂଳ କୂପରୁ ଉଦ୍ଧାର କରାଯାଇଥିଲା ଏନେଇ ପରିବାର ପକ୍ଷରୁ ତାଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଉଠାଯାଇ ଥାନାରେ ଏତଲା ଦିଆଯାଇଥିଲା। ପୋଲିସ ଶବ ଜବତ ଯାଜପୁର ପଠାଇଥିଲା। ଆଜି ଉକ୍ତ କୂଅକୁ ଦୁଇଟି ବଡ ପାଣି ମୋଟର ଲଗାଇ ଶୁଖାଇଯାଇଥିଲା। ପାଣି ଶୁଖିବା ପରେ କୂଅରୁ ବବୁଲ ବ୍ୟବହାର କରୁଥିବା ଗୋଟିଏ ସାମସଙ୍ଗ୍ ମୋବାଇଲ ଏବଂ ଅନ୍ୟ ଗୋଟିଏ…

"କୂଅରୁ ଯୁବ ବ୍ୟବସ୍ଥାୟୀଙ୍କ ଶବ ଉଦ୍ଧାର ଘଟଣା, ୨ମୋବାଇଲ ଉଦ୍ଧାର, ଜଣାପଡିପାରେ ମୃତ୍ୟୁ ରହସ୍ୟ"

ସିଙ୍ଗାଡିବିଡା ଚିତ୍ରସେନ ହତ୍ୟା ମାମଲା ଜଣେ ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡାଦେଶ, ୩ ଅଭିଯୁକ୍ତ ଏବେବି ଫେରାର

ବୌଦ୍ଧ, ୨୦ା୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବୌଦ୍ଧ ଜିଲା ଦୌରାଜଜ ଶୁଚିସ୍ମିତା ମିଶ୍ର ଏକ ହତ୍ୟା ମାମଲାର ବିଚାର କରି ଜଣେ ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡାଦେଶ ଆଦେଶ ପ୍ରଦାନ କରିଛନ୍ତି। ମାମଲରୁ ପ୍ରକାଶ ଯେ ଗତ ୭.୧୨.୨୦୧୨ ମସିହାରେ ବୌଦ୍ଧ ଜିଲା ପୁରୁଣାକଟକ ଥାନାର ସିଙ୍ଗାଡିବିଡା ଗା୍ରମର ଅଭିଯୁକ୍ତ ଅଶୋକ ନାଏକ, ମନୁ ନାଏକ, ସେବତୀ ନାଏକ ଓ କନିଷ୍ଠ ନାଏକ ଘରୋଇ କଳହକୁ ନେଇ ଚିତ୍ରସେନ ନାଏକକୁ କୁଡି (ଫାଉଡା) ଦ୍ୱାରା ମୁଣ୍ଡକୁ ହାଣି ଦେବାରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଅଚେତ ହୋଇ ପଡିଗଲା। ଏ ଘଟଣା ଦେଖି ଚିତ୍ରସେନର ଭଉଣୀ କୁମାରୀ ନାଏକ ଓ ଅନ୍ୟ ମାନେ ସଙ୍ଗେ…

"ସିଙ୍ଗାଡିବିଡା ଚିତ୍ରସେନ ହତ୍ୟା ମାମଲା ଜଣେ ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡାଦେଶ, ୩ ଅଭିଯୁକ୍ତ ଏବେବି ଫେରାର"

ପଦ୍ମତୋଳା ଅଭୟାରଣ୍ୟ ରୁ ୩ ଶିକାରୀ ଗିରଫ ୧ ଫେରାର, ବନ୍ଧୁକ, ଟାଙ୍ଗିଆ, ମୋବାଇଲ ଓ ଟର୍ଚ୍ଚ ଲାଇଟ ଜବତ

ବୌଦ୍ଧ, ୧୯ା୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ନୟାଗଡ ଜିଲ୍ଲା ବନ୍ୟପ୍ରାଣୀ ଡିଭିଜନ ଅଧିନରେ ଯାଉଥିବା ବୌଦ୍ଧ ଜିଲ୍ଲା ସ୍ଥିତ କୁଶଙ୍ଗ ରେଞ୍ଜ ର ପଦ୍ମତୋଳା ଅଭୟାରଣ୍ୟ ଭିତରେ ବୁଧବାର ବିଳମ୍ବିତ ରାତିରେ ଜନ୍ତୁ ଶିକାର କରୁଥିବା ବେଳେ ୩ ଜଣ ଶିକାରୀଙ୍କୁ ବନ୍ୟପ୍ରାଣୀ ରେଞ୍ଜ କର୍ମଚାରୀ ମାନେ କାବୁ କରିବା ସହିତ ସେମାନଙ୍କ ଠାରୁ ଏକ ଦେଶୀ ବନ୍ଧୁକ,  ୪ ଅଫୁଟା ଗୁଳି, ଟାଙ୍ଗିଆ, ମୋବାଇଲ ଓ ଟର୍ଚ୍ଚ ଲାଇଟ ଜବତ କରିଥିବା ଜଣାପଡିଛିି। ଅନ୍ୟପଟେ ବିଭାଗୀୟ ଚଢାଉ ବେଳେ ଅନ୍ଧାରର ସୁଯୋଗ ନେଇ ଜଣେ ଶିକାରୀ ଫେରାର ହୋଇଯାଇଥିବା ଜଣାଯାଇଛି। ବନ୍ୟପ୍ରାଣୀ ବିଭାଗୀୟ ସୁତ୍ରରୁ ମିଳିଥିବା ସୂଚନା ମତେ ବିଳମ୍ବିତ ରାତିରେ…

"ପଦ୍ମତୋଳା ଅଭୟାରଣ୍ୟ ରୁ ୩ ଶିକାରୀ ଗିରଫ ୧ ଫେରାର, ବନ୍ଧୁକ, ଟାଙ୍ଗିଆ, ମୋବାଇଲ ଓ ଟର୍ଚ୍ଚ ଲାଇଟ ଜବତ"