ଭଦ୍ରକ : ଟ୍ରାଭେରା ଗାଡି ସହ ୨୦ ଗ୍ରାମ୍ ର ବ୍ରାଉନ୍ ସୁଗାର ଜବତ, ୩ ଗିରଫ

ଭଦ୍ରକ, ୧୩ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ସହରାଞ୍ଚଳ ଥାନା ପୁଲିସ୍ ପକ୍ଷରୁ ଚଢାଉ କରାଯାଇ ଭଦ୍ରକ ଆସୁଥିବା ଏକ ଟ୍ରାଭେରା ଗାଡିରୁ ଲକ୍ଷାଧିକ ଟଙ୍କାର ୨୦ ଗ୍ରାମ୍ ବ୍ରାଉନ୍ସୁଗାର ଜବତ କରାଯାଇଛି। ଏବଂ ଏହି ଘଟଣାରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଂଚଳର ତିନିଜଣ ଯୁବକକୁ ଗିରଫ କରାଯାଇଛି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ଆରଡିଛକ ଓମ୍ନଗରରେ ରହୁଥିବା ସରୋଜ କୁମାର ଦାସ ଓରଫ ଶତୁରା (୨୯) ନାମକ ଜଣେ ଯୁବକ ସ୍ଥାନୀୟ ରାଜପୁର-ତିହିଡି ବରାଡଡିହି ଗ୍ରାମନିବାସୀ ରାଜେନ୍ଦ୍ର ସେଠୀ ଓରଫ ସନିଆ (୨୫) ନାମକ ଜଣେ ଯୁବକ ସହ ମିଶି ବ୍ରାଉନ୍ସୁଗାର ବ୍ୟବସାୟ ଚଳାଇଆସୁଥିଲା।…

"ଭଦ୍ରକ : ଟ୍ରାଭେରା ଗାଡି ସହ ୨୦ ଗ୍ରାମ୍ ର ବ୍ରାଉନ୍ ସୁଗାର ଜବତ, ୩ ଗିରଫ"

ଜିଲ୍ଲା ଅବକାରି ବିଭାଗ ମାଓ ପ୍ରବଣ ଅଚଂଳରୁ ୪ କୋଟି ୧୨ ଲକ୍ଷ ଟଙ୍କାର ଗଜେଂଇ ଗଛ ପୋଡି ନଷ୍ଟ କଲେ

ମାଲକାନଗିରି, ୧୩।୧ (ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାରେ ଚାଲିଥିବା ବେଆଇନ ଗଜେଂଇ ଚାଲାଣ ଓ ଚାଷକୁ ରୋକିବାପାଇଁ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତି,  ଏସପି ଜଗମୋହନ ମୀନାଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଅବକାରୀ ବିଭାଗ ସୁପରିଟେଣ୍ଡେଟଂ ଅଶୋକ କୁମାର ସେଠଙ୍କ ନେତୃତ୍ୱରେ ଏତ ସ୍ୱତନ୍ତ୍ର ସ୍କାର୍ଡ ଗଠନ କରାଯାଇ ବିଭିନ୍ନ ଅଚଂଳରେ ଚଢାଉ ଚାଲିଛି। ଗତ ଦୁଇଦିନ ହେଲା ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ମାଓ ପ୍ରବଣ ଡାଇକ୨, ରାଇପୁର, ଦୋରାଗୁଡା, ଖିଲଗୁଡା, କଟାଂମାଢି, ସାନକଟାଂ ମାଢି ଗ୍ରାମ ଜଙ୍ଗଲରେ ବେଆଇନ ଭାବେ ଚାଷ କରା ଯାଇଥିବା ୨୫ ଏକର ଜଙ୍ଗଲ ଜମିରୁ ୪୬ହଜାର ୬୦୦ ବୃହତ କଲି ହୋଇଥିବା ଗଜେଂଇ…

"ଜିଲ୍ଲା ଅବକାରି ବିଭାଗ ମାଓ ପ୍ରବଣ ଅଚଂଳରୁ ୪ କୋଟି ୧୨ ଲକ୍ଷ ଟଙ୍କାର ଗଜେଂଇ ଗଛ ପୋଡି ନଷ୍ଟ କଲେ"

କଳାହାଣ୍ଡି ; ଲାଞ୍ଜିଗଡ ଅଂଚଳରେ ମାଓ ତାଣ୍ଡବ, ଠିକାଦାର କେମ୍ପ ପୋଡି ଉପସ୍ଥିତି ଜାହିର କଲେ

କଳାହାଣ୍ଡି- ୧୧-୧ (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲ୍ଲାରେ ପୁଣି ଲାଲ ବାହିନୀ ତାଙ୍କ ଉପସ୍ଥିତି ଜାହିର କରିଥିବା ଜଣାପଡିଛି। ଭବାନୀପାଟଣା ସଦରଥାନା ଅନ୍ତର୍ଗତ ଲାଞ୍ଜିଗଡ ବ୍ଲକ ର ଜାମକନା ଗାଁରେ ପ୍ରଧାନମନ୍ତ୍ରୀ ସଡକ ନିର୍ମାଣ କରୁଥିବା ଠିକାଦାର କେମ୍ପରେ ଗତ ମଙ୍ଗଳବାର ରାତିରେ ରାସ୍ତା ନିର୍ମାଣକୁ ବିରୋଧ କରି ୭ଟି ଗାଡିକୁ ପୋଡି ଦେଇଛନ୍ତି। ଭବାନୀପାଟଣା ସହର ଠାରୁ ମାତ୍ର ୧୬ କି.ମି. ଦୂର ଏବଂ ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ଗୁଣ୍ଡୁରୀ ଠାରୁ କାଡମ ୧୩.୨୦ କି.ମି. ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ରାସ୍ତା ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ୬ କୋଟି ୫୦ଲକ୍ଷ ୮୦ ହଜାର ଟଙ୍କା ଭବାନୀପାଟଣାସ୍ଥିତ ଠାକୁର…

"କଳାହାଣ୍ଡି ; ଲାଞ୍ଜିଗଡ ଅଂଚଳରେ ମାଓ ତାଣ୍ଡବ, ଠିକାଦାର କେମ୍ପ ପୋଡି ଉପସ୍ଥିତି ଜାହିର କଲେ"

ଗୁଟଖା ବ୍ୟାପାରୀର ୬୧ କୋଟିର ସଂପତ୍ତି ଜବତ ଲକରରୁ ବାହାରିଲା ୧୦.୫ କୋଟି ଟଙ୍କାର ନଗଦ ଟଙ୍କା

ନୂଆଦିଲ୍ଲୀ ୧୧-୧ (ଓଡ଼ିଆ ପୁଅ) ନୂଆଦିଲ୍ଲୀରେ ଗୁରୁବାର ସକାଳେ ଆୟକର ବିଭାଗ ଏକ ଗୁଟଖା ବ୍ୟାପାରୀ ଠାବରେ ଛାପା ମାରିଛନ୍ତି। ଛାପାମାରିବା ବେଳେ ପ୍ରାୟତଃ ୬୧ କୋଟି ଟଙ୍କାର ସଂପତ୍ତି ଜବତ କରାଯାଇଛି। ଏହା ବ୍ୟତୀତ ଛାପାମାରିରେ ପ୍ରାୟତଃ ସାଢେ ଦସ କୋଟି ଟଙ୍କାର ନଗଦ ଟଙ୍କା ଏବଂ ଗହଣା ଧରାପଡ଼ିଛି। ଏହି ସମସ୍ତ ଟଙ୍କାର ସମ୍ବନ୍ଧ ଏକ ଗୁଟଖା ବ୍ୟାପାରୀ ଏବଂ ବିଲ୍ଡର ବୋଲି ଦଣା ପଡ଼ିଛି। ନୂଆଦିଲ୍ଲୀର ସାଉଥ ଏକ୍ସଟେନ୍ସନ ପ୍ରାଇବେଟ ଲକରରେ ୧୦.୫ କୋଟି ନଗଦ ଏବଂ ୯.୫ କୋଟିର ଗହଣା ମିଳିଛି। ଇନକମ ଟ୍ୟାକ୍ସ ବିଭାଗର ଛାପାମାରି ରେ ଏହି ନଗଦ ଏବଂ ଗହଣା ଧରାପଡ଼ିଛି। ପୂର୍ବରୁ ମଧ୍ୟ ଏହି…

"ଗୁଟଖା ବ୍ୟାପାରୀର ୬୧ କୋଟିର ସଂପତ୍ତି ଜବତ ଲକରରୁ ବାହାରିଲା ୧୦.୫ କୋଟି ଟଙ୍କାର ନଗଦ ଟଙ୍କା"

ଚୋରା ଗଞ୍ଜେଇ ଚାଲାଣ ମାମଲା ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡାଦେଶ ସହ ୧ ଲକ୍ଷ ଟଙ୍କା ଜୋରିମାନା

ବୌଦ୍ଧ, ୧୦ା୦୧ (ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବୌଦ୍ଧ ଅତିରିକ୍ତ ଜିଲା ଦୌରାଜଜ ତଥା ସ୍ପେଶାଲ ଜଜ ରୁପଶ୍ରୀ ଚୌଧୁରୀ ଏକ ଗଞ୍ଜେଇ ଚୋରା ଚାଲାଣ ମାମଲାକୁ ବିଚାର କରି ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡାଦେଶ ସହ ୧ ଲକ୍ଷ ଟଙ୍କା ଜୋରିମାନା ଆଦେଶ ପ୍ରଦାନ କରିଛନ୍ତି । ମାମଲାରୁ ପ୍ରକାଶ ଯେ ଗତ ୧୫.୩.୧୬ ରିଖରେ ମନମୁଣ୍ଡା ଥାନା ଅଧିକାରୀ ବିଶେଷ ସୁତ୍ରରୁ ଖବର ପାଇଥିଲେ ଯେ, ଥାନା ଅଞ୍ଚଳର ବିଚିକା (ନୁଆସାହି) ଗାଁର ଜଣେ ଲୋକ ବାହାରକୁ ଚାଲାଣ କରିବାକୁ ନିଜ ଘରେ ଗଞ୍ଜେଇ ରଖିଛି । ଥାନା ଏସଆଇ ପି୍ରତିମଞରୀ ଗଡନାୟକ ଓ ଅନ୍ୟ କର୍ମଚାରୀ ମାନେ ବିଚିକା…

"ଚୋରା ଗଞ୍ଜେଇ ଚାଲାଣ ମାମଲା ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡାଦେଶ ସହ ୧ ଲକ୍ଷ ଟଙ୍କା ଜୋରିମାନା"

ଜିଲ୍ଲା ଅବକାରି ବିଭାଗ ପକ୍ଷରୁ ଗାଡି ସହ ୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ଜଣେ ଅବକାରୀ ସବଇନିସପେକ୍ଟର ଆହତ, ତିନି ଗଞ୍ଜେଇ ଚାଲାଣକାରୀ ଗିରଫ

ମାଲକାନଗିରି, ୯ା୧(ଓଡିଆ ପୁଅ ) ଆଜି ମାଲକାନଗିରି ଜିଲ୍ଲା ଅବକାରି ବିଭାଗ କୁ ଏକ ବଡଧରଣର ସଫଳତା ମିଳିଛି। ଦୁଇଟି ଘଟଣାରେ 5 କ୍ବିଣ୍ଟାଲ 31କେଜି ଗଞ୍ଜେଇ ଓ ଗାଡି ଜବତ ହେବାସହିତ 3ଜଣ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରାଯାଇଛି,  ଅଭିନବ ଉପାୟରେ ଠାକୁରପୁର୍ଣ୍ଣ ବ୍ରହ୍ମ ଶ୍ରୀ ଶ୍ରୀ ଗୁରୁଚାନ୍ଦ ଠାକୁର ଲେଖା ଯାଇଥିବା ଗାଡିରେ ଚୋରା ଗଞ୍ଜେଇ ଚାଲାଣ କରୁଥିବା ସମୟରେ ଜିଲ୍ଲା ଅବକାରି ବିଭାଗ ହାବୁଡରେ ପଡି ଜଣେ ଗିରଫ ହେବା ସହିତ ୪ କ୍ୱିଟାଂଲ 27କେଜି ଗଞ୍ଜେଇ ଓ ଗାଡି ଜବତ ହୋଇଛି। ଅନ୍ୟ ଏକ ସ୍ଥାନରେ ଗଞ୍ଜେଇ ଚାଲାଣ କରିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ୧ କ୍ବିଣ୍ଟା ଗଞ୍ଜେଇ…

"ଜିଲ୍ଲା ଅବକାରି ବିଭାଗ ପକ୍ଷରୁ ଗାଡି ସହ ୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ଜଣେ ଅବକାରୀ ସବଇନିସପେକ୍ଟର ଆହତ, ତିନି ଗଞ୍ଜେଇ ଚାଲାଣକାରୀ ଗିରଫ"

ବାଲେଶ୍ୱର: ବ୍ରାଉନ୍ ଜବତ ଜଣେ ଗିରଫ

ବାଲେଶ୍ୱର ୯-୧ (ଓଡ଼ିଆ ପୁଅ/ଅଜିତ୍ ମହାନ୍ତି) ବାଲେଶୱର ଜିଲ୍ଲା ଜଳେଶ୍ୱର ନିକଟରେ ଅବକାରୀ ବିଭାଗ ଚଢ଼ାଉ କରି 20 ଗ୍ରାମ୍ ବ୍ରାଉନ୍ ସୁଗାର ଜବତ କରିଛି। ଏହି ମାମଲାରେ ସେକ୍ ଆଜବାହକ ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଛି ପୋଲିସ୍। ଜବତ କରାଯାଇଥିବା ବ୍ରାଉନ୍ ସୁଗାରର ଆନୁମାନିକ ମୂଲ୍ୟ ପାଖାପାଖି ୨ ଲକ୍ଷ ଟଙ୍କା ହେବ ବୋଲି ତଦନ୍ତ ଅଧିକାରୀ କରୁଣାକର ତିୱାରୀ କହିଛନ୍ତି।

"ବାଲେଶ୍ୱର: ବ୍ରାଉନ୍ ଜବତ ଜଣେ ଗିରଫ"

ସମଲିଙ୍ଗି ଯୌନ ସଂମ୍ପର୍କ ଅପରାଧ କି ନୁହେଁ ? ସୁପ୍ରିମ କୋର୍ଟ ପୁନଃ ବିଚାର କରିବେ

ମୁଖ୍ୟ କଥା: – ସୁପ୍ରିମ କୋର୍ଟ କେସ୍ କୁ ବଡ଼ ବେଞ୍ଚକୁ ରେଫର କଲେ – ସୁପ୍ରିମ କୋର୍ଟରେ ନାଜ ଫାଉଣ୍ଡେସନ ଦାଖଲ କରିଥିଲେ ଯାଚିକା – ସୁପ୍ରିମ କୋର୍ଟ IPC ର ଧାରା 377 ରେ ପରିବର୍ତ୍ତନ କରିବା ପାଇଁ ମନା କରିଥିଲେ ନୂଆଦିଲ୍ଲୀ ୮-୧ (ଓଡ଼ିଆ ପୁଅ) ସମଲୈଙ୍ଗିକତା (ସମଲିଙ୍ଗି ଯୌନ ସଂମ୍ପର୍କ) ମାମଲାରେ ସୁପ୍ରିମ କୋର୍ଟ ସୋମବାରଦିନ ଏକ ଯାଚିକା ଉପରେ ଶୁଣାଣି କରି କହିଲେ କି କୋର୍ଟ ନିଜର ଫଇସଲା ଉପରେ ପୁନର୍ବିଚାର କରିବେ। ଏହି ମାମଲା ଏବେ ଉଚ୍ଚ ଖଣ୍ଡପୀଠକୁ ପଠାଇ ଦିଆଯାଇଛି। ସୁପ୍ରିମ କୋର୍ଟ ଆଇପିସିର ଧାରା ୩୭୭ ଅର୍ଥାତ ସମଲୈଙ୍ଗିକତାକୁ ଅପରାଧ କହୁଥିବା ଧାରାକୁ ଠିକ୍…

"ସମଲିଙ୍ଗି ଯୌନ ସଂମ୍ପର୍କ ଅପରାଧ କି ନୁହେଁ ? ସୁପ୍ରିମ କୋର୍ଟ ପୁନଃ ବିଚାର କରିବେ"

ସହର ଉପକଣ୍ଠକରେ ଫୁଟିଲା ଗୁଳି… ଦୁର୍ଦ୍ଦାନ୍ତ ଗଙ୍ଗା ଭୋଳ ଗୁରୁତର

ପୁରୀ, ୭/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ପୁରୀରେ ପୁଣି ଗୁଳି ଫୁଟିଲା। ପୂର୍ବ ଶତ୍ରୁତାକୁ ନେଇ ଏହି ଗୁଳିକାଣ୍ଡ ଘଟିଥିବା ସୂଚନା ମିଳିଛି। ଏଥିରେ ବାଟ ଗାଁର ଦୁର୍ଦ୍ଦାନ୍ତ ଗଂଗାଧର ଭୋଳ ଗୁରୁତର ଆହତ ହୋଇଛି। ଅବସ୍ଥା ଗୁରୁତର ହେବାରୁ ତାକୁ କଟକ ସ୍ଥାନାନ୍ତର କରାଯାଇଛି। ପୁରୀ ଭୁବନେଶ୍ୱର ଜାତୀୟରାଜପଥର କାଠପୋଲ ନିକଟରେ ଘଟିଛି ଏହିକାଣ୍ଡ।ବାଟଗାଁର ଗଂଗାଭୋଳ ନିଜ ଭାଟିରୁ ଘରକୁ ଫେରୁଥିବା ବେଳେ ହଠାତ୍ ୪ଟି ବାଇକରେ ୮ ଜଣ ଯୁବକ ଆସି କାଠପୋଲ ନିକଟରେ ତାଙ୍କୁ ଖଣ୍ଡା ଓ ଭୂଜାଲିରେ ଆତଙ୍କିତ ଆକ୍ରମଣ କରିଥିଲେ। ଏଥିରେ ଗଂଗା ବର୍ତ୍ତୀ ଯାଇ ଦୈାଡି ପଳାଇବା ସମୟରେ ପଛପଟୁ ଦୁବୃତ ମାନେ ତାଙ୍କୁ ଗୁଳି କରିଥିଲେ।…

"ସହର ଉପକଣ୍ଠକରେ ଫୁଟିଲା ଗୁଳି… ଦୁର୍ଦ୍ଦାନ୍ତ ଗଙ୍ଗା ଭୋଳ ଗୁରୁତର"

ମାଲକାନଗିରି ଜିଲ୍ଲା ଅବକାରି ବିଭାଗ ପକ୍ଷରୁ ଚଢାଉ, କାର ସହିତ ୧୩୪ କେଜି ଗଜେଂଇ ଜବତ, ଦୁଇ ଗିରଫ

ମାଲକାନଗିରି, ୬ା୧ (ଓଡିଆ ପୁଅ) ଚିତ୍ରକୋଣ୍ଡା ଅଚଂଳରୁ ଚୋରା ଗଜେଂଇ ଚାଲାଣ କରୁଥିବା ସମୟରେ ମାଲକାନଗିରି ଜିଲ୍ଲା ଅବକାରି ବିଭାଗ ହାତରେ ଏକ କାର ୧୩୪କେଜି ଗଜେଂଇ ସହ ଦୁଇଜଣ ଧରା ପଡିଛନ୍ତି, ମାଲାକଗନରି ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତି, ଏସପି ଜଗମୋହନ ମୀନାଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଅବକାରି ବିଭାଗ ପକ୍ଷରୁ ବିଭିନ୍ନ ଅଚଂଳ ଚଢ଼ାଉ କରାଯାଇ ଚୋରା ଗଜେଂଇ ଚାଲାଣକୁ ଧରପଗଡ କରିବା ସହ ଗଜେଂଇ ଚାଷ ଗୁଡିକୁ ନଷ୍ଟ କରାଯାଉଛି। ଚିତ୍ରକୋଣ୍ଡା ଅଚଂଳରୁ ଏକ କାର ଯୋଗେ କିଛି ବେପାରି ଚୋରାରେ ଗଜେଂଇ ଚାଲାଣ କରୁଥିବାର ବିଶ୍ୱସ୍ଥ ସୁତ୍ରରୁ ଖବର ପାଇ ଆଜି ସକାଳେ ମାଲକାନଗିରି ଜିଲ୍ଲା ଅବକାରି ଅଧିକ୍ଷକ ଅଶୋକ କୁମାର…

"ମାଲକାନଗିରି ଜିଲ୍ଲା ଅବକାରି ବିଭାଗ ପକ୍ଷରୁ ଚଢାଉ, କାର ସହିତ ୧୩୪ କେଜି ଗଜେଂଇ ଜବତ, ଦୁଇ ଗିରଫ"