ଲୁହାପଥର ଚୋରା ଚାଲାଣ ଉଦ୍ୟମ ଟ୍ରକ ଜବତ ୫ ଗିରଫ

ଚଂପୁଆ ୭ ଜୁନ (ଓଡ଼ିଆ ପୁଅ/ରଂଜନ ପ୍ରଧାନ) ଲୁହାପଥର ଚୋରା ଚାଲାଣ ଉଦ୍ୟମ ବେଳେ ଚଂପୁଆ ପୋଲିସ ପକ୍ଷରୁ ଚଢାଉ କରାଯାଇ ଏକ ଟ୍ରକକୁ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ୫ ଜଣକୁ ଗିରଫ କରିଥିବା ଜଣାପଡିଛି। ଗତ ରାତି ପ୍ରାୟ ୧୨ ବେଳକୁ ଆଂଗୁଳିଆ ନିକଟରେ ଥିବା ଏକ ପୁରୁଣା କ୍ରସର ନିକଟରୁ RJ04GA4958 ଟ୍ରକ ରେ ଲୁହାପଥର ଚୋରା ଚାଲାଣ ହେଉଥିବା ଖବର ଚଂପୁଆ ପୋଲିସ ପାଇଥିଲା। ସଂଗେ ସଂଗେ ପୋଲିସ ପକ୍ଷରୁ ଘଟଣାସ୍ଥଳରେ ଚଢାଉ କରାଯାଇ ସଂପୃକ୍ତ ଟ୍ରକ ସହ ଗାଡିରେ ଥିବା ବଡବିଲର କିଶାନ ମୁଣ୍ଡା, କ୍ରାନ୍ତି ମୁଣ୍ଡା ଠାକୁରାଣୀ ର ବିଶାଲ ମୁଣ୍ଡା, ଆଂଗୁଳିଆ ର ବିଶାଲ…

"ଲୁହାପଥର ଚୋରା ଚାଲାଣ ଉଦ୍ୟମ ଟ୍ରକ ଜବତ ୫ ଗିରଫ"

ସ୍ତ୍ରୀର ଟାଙ୍ଗିଆ ଚୋଟରେ ସ୍ବାମୀ ମୃତ, ଥାନାରେ ଆତ୍ମସମର୍ପଣ

ହରିଚନ୍ଦନପୁର, ତା ୫ ଜୁନ(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଦୈତାରୀ ଥାନା ଅନ୍ତର୍ଗତ ଗୌଣିଘଷା ଗ୍ରାମ ପଞ୍ଚାୟତ ନିକଟସ୍ଥ ଖଡିଖମଣ ଗ୍ରାମର √ସୁବଧ ମାରାଣ୍ଡିଙ୍କ ପୁଅ ମାରନ୍ଦା ମାରାଣ୍ଡି(୩୫)ଙ୍କୁ ତାଙ୍କ ସ୍ତ୍ରୀ ମାୟାବତୀ ମାରାଣ୍ଡି ଟାଙ୍ଗିଆରେ ହାଣି ହତ୍ୟା କରିଥିବାର ଜଣାପଡିଛି। ସ୍ୱାମୀ ସ୍ତ୍ରୀ ଏକ ପବିତ୍ର ସଂପର୍କ ଯେଉଁ ସ୍ୱାମୀ ସାତ ଜନ୍ମ ପାଇଁ ନିଜର କରି ଆଣିଥିଲା ସେହି ସ୍ତ୍ରୀ ସାଜିଲା ହତ୍ୟାକାରୀ। ସୂଚନା ମୁତାବକ ସୋମବାର ଦିନ ରାତି ଖାଇସାରି ଶୋଇବା ପରେ କୈାଣସି କାରଣରୁ ସ୍ତ୍ରୀ ସ୍ୱାମୀ ଉପରେ ରାଗି ଯାଇ ଟାଙ୍ଗିଆରେ ବେକକୁ ହାଣି ହତ୍ୟା କରିଥିବାର ଜଣାପଡିଛି। ଗ୍ରାମବାସୀଙ୍କ କହିବା ଅନୁସାରେ ଉକ୍ତ…

"ସ୍ତ୍ରୀର ଟାଙ୍ଗିଆ ଚୋଟରେ ସ୍ବାମୀ ମୃତ, ଥାନାରେ ଆତ୍ମସମର୍ପଣ"

ପିଲା ଚୋରି ଗୁଜବକୁ ନେଇ ଅଚିହ୍ନା ପାଗଳକୁ ନିସ୍ତୁକ ମାଡ

ହରିଚନ୍ଦନପୁର, ତା ୪ ଜୁନ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଦୈତାରୀ ଥାନା ଅନ୍ତର୍ଗତ ବଳିପର୍ବତ ନିକଟସ୍ଥ ଚମ୍ପାନଗର ଠାରେ ଏକ ଅଚିହ୍ନା ପାଗଳକୁ ନିସ୍ତୁକ ମାଡ ମାରିଥିବାର ଅଭିଯୋଗ ହୋଇଛି। ସୂଚନା ମୁତାବକ ସୋସିଆଲ ମିଡିଆରେ ପିଲା ଚୋରିର ଗୁଜବକୁ ନେଇ ସାରା ରାଜ୍ୟର ଲୋକମାନେ ଆତଙ୍କିତ ହୋଇଯାଇଛନ୍ତି। ତାହାକୁ ନେଇ ଏବେ ଅନେକ ଗ୍ରାମରେ ଅଚିହ୍ନା ଲୋକ ଦେଖିଲେ ଲୋକମାନେ ପିଲା ଚୋର ଭାବି ମାଡ ମାରିବାକୁ ପଛାଉନାହାନ୍ତି। ଚମ୍ପାନଗର ଠାରେ ସୋମବାର ଦିନ ସକାଳ ସମୟରେ ଏକ ଅଚିହ୍ନା ପାଗଳକୁ ଦେଖି ପିଲା ଚୋର ଭାବି କିଛି ଯୁବକ ନିସ୍ତୁକ ମାଡ ମାରିଥିବାର ଜଣାପଡିଛି। ଏହି ବାବଦରେ…

"ପିଲା ଚୋରି ଗୁଜବକୁ ନେଇ ଅଚିହ୍ନା ପାଗଳକୁ ନିସ୍ତୁକ ମାଡ"

ସ୍ୱାମୀ ସ୍ତ୍ରୀ ଝଗଡ଼ା: ବନ୍ଦ ଘରେ ଏକୁଟିଆ ପ୍ରସବ କଲେ ସ୍ତ୍ରୀ: ହସ୍ପିଟାଲ ନେବା ସମୟରେ ମହିଳାଙ୍କ ମୃତ୍ୟୁ

ମୟୁରଭଞ୍ଜ ୨ ଜୁନ୍ (ଓଡ଼ିଆ ପୁଅ/ସନ୍ତୋଷ କୁମାର ବରଜ) ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ରେ ଘଟିଛି ସ୍ୱାମୀ- ସ୍ତ୍ରୀ ମଧ୍ୟରେ କଲହର କରୁଣ କାହାଣୀ। ସ୍ଵାମୀ- ସ୍ତ୍ରୀ ମଧ୍ୟରେ କଳହ କୁ କେନ୍ଦ୍ରକରି ଗର୍ଭବତୀ ମହିଳାକୁ ରୁମ ଭିତରେ ବନ୍ଦକଳା ସ୍ଵାମୀ। ବନ୍ଦ ଘରେ ସନ୍ତାନ ପ୍ରସବ କଲେ ମହିଳା। କବାଟ ଭାଙ୍ଗି ଝିଅକୁ ବାହାର କଲେ ବାପଘର ଲୋକେ। ପ୍ରସବ ପରେ ହସ୍ପିଟାଲ ଆଣିବା ରାସ୍ତାରେ ମହିଳା ମୃତ। ଏ ପରି ଘଟଣା ଘଟିଛି ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ମାଣିଦା ଗ୍ରାମରେ। ଉକ୍ତ ଗ୍ରାମର ରାଜେଶ ସେଠି ତାଙ୍କ ସ୍ତ୍ରୀ ସହ କିଛି ଦିନ ହେବ ଝଗଡା ଲାଗି ରହି ଥିଲା। ଗତ…

"ସ୍ୱାମୀ ସ୍ତ୍ରୀ ଝଗଡ଼ା: ବନ୍ଦ ଘରେ ଏକୁଟିଆ ପ୍ରସବ କଲେ ସ୍ତ୍ରୀ: ହସ୍ପିଟାଲ ନେବା ସମୟରେ ମହିଳାଙ୍କ ମୃତ୍ୟୁ"

ଅଟୋରୁ ମଦ ଜବତ, ୩ ଗିରଫ

ରାଉରକେଲା ୧ ଜୁନ୍ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ଓଡ଼ିଶା ଝାଡଖଣ୍ଡ ସୀମାନ୍ତରୁ ରାଉରକେଲା ଅବକାରୀ ବିଭାଗ ଝିରପାଣି ନିକଟରୁ ଜବତ କରିଛି। ସେମାନଙ୍କ ନିକଟରୁ ୬୩୮ ଲିଟର ଦେଶୀ ମଦ ଜବତ କରାଯାଇଛି। ଏହି ଘଟଣାରେ ତିନିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସେମାନେ ହେଲେ ଝିରପାଣିର ରାଜ କୁମାର ଶର୍ମା, ଦିଲୀପ ଶର୍ମା ଓ ଜାମସେରାର ରାଜ କୁମାର ସାଣ୍ଡିଲ। ଅବକାରୀ ବିଭାଗର ଏହି ଚଢାଉ ଫଳରେ ଦେଶୀ ମଦ କାରବାର କରୁଥିବା ବେପାରୀ ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।

"ଅଟୋରୁ ମଦ ଜବତ, ୩ ଗିରଫ"

ପାରିବାରିକ କଳହ ଯୋଗୁଁ ସ୍ତ୍ରୀ କୁ ପିଟିପିଟି ମାରିଦେଲା ସଇତାନ ସ୍ୱାମୀ

ତୁରୁମୁଙ୍ଗା ୩୧ ମଇ (ଓଡ଼ିଆ ପୁଅ/ ସନ୍ତୋଷ ପତି) କେନ୍ଦୁଝର ଜିଲା ଝୁମ୍ପୁରା ଥାନା ବାରଖଣ୍ଡିଆ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ଗତକାଲି ବିଳମ୍ବିତ ରାତିରେ ସ୍ୱାମୀ ଶୋଇଥିବା ବେଳେ ସ୍ତ୍ରୀ ଖାଇବାକୁ ଡାକିଥିଲେ। କିନ୍ତୁ ମଦ ନିଶାରେ ଥିବା ସ୍ୱାମୀ ଖାଇବାକୁ ମନା କରିଦେଇଥିଲା। ସ୍ତ୍ରୀ ଖାଇବାକୁ ବାଧ୍ୟ କରିବାରୁ ସ୍ୱାମୀ ଉତକ୍ଷିପ୍ତ ହୋଇ ଏକ ବାଡ଼ି ସାହାଯ୍ୟରେ ମୁଣ୍ଡକୁ ବାଡେଇଥିଲା ପରେ ଛୁଟିକୁ ଧରି ତଳେ ବାରମ୍ବାର ମୁଣ୍ଡକୁ ବାଡେଇବାରୁ ଘଟଣା ସ୍ଥଳରେ ସ୍ତ୍ରୀ କାଳନ୍ଦୀ ବେଣ୍ଟକାର ମୃତ୍ୟ ଘଟିଥିଲା। ଖବର ପାଇ ଝୁମ୍ପୁରା ପୋଲିସ ପହଁଚି ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି। ଅଭିଯୁକ୍ତ ସ୍ୱାମୀ ପ୍ରଦୀପ ବେଣ୍ଟକାରକୁ…

"ପାରିବାରିକ କଳହ ଯୋଗୁଁ ସ୍ତ୍ରୀ କୁ ପିଟିପିଟି ମାରିଦେଲା ସଇତାନ ସ୍ୱାମୀ"

ମୋତେ ଆଉ କାଟ ନି ବାପା ମୁଁ ମରିଯିବି : ନୃସଂଶ ଭାବେ ଗଳା କାଟି ହତ୍ୟା କଲା ବାପ ନିଜ ଝିଅକୁ

ବାରିପଦା ୩୧ ମଇ (ଓଡ଼ିଆ ପୁଅ/ସନ୍ତୋଷ କୁମାର ବରଜ) ବାବୁ ମୋତେ ଅଉ କାଟ ନାହିଁ ମୁଁ ମରିଯିବି। ଏହା ଏକ ଏଗାର ବର୍ଷର ଝିଅ ନିଜ ବାପାଙ୍କୁ ଶେଷ ଅନୁରୋଧ। କିନ୍ତୁ ନୃଶଂସ ବାପା କିଛି ନ ଶୁଣି ଝିଅର ହାତ ଗୋଡ ବାନ୍ଧି କାଟି ଚାଲିଥିଲା। ଜୀବନରେ ସବୁଠାରୁ ବେଶୀ ଭଲ ପାଉଥିବା ତା’ ଝିଅ ବେକକୁ। ଅତି ସ୍ନେହରେ ତା ଝିଅଟିର ନାମ ରଖିଥିଲା ଫୁଲସରି। ମାତ୍ର କେଉଁ କାରଣରୁ ତାକୁ ଏପରି ଭାବରେ ହତ୍ୟା କଲା ତାହା ଗ୍ରାମବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି। ଶବ ଉଦ୍ଧାର ପରେ ଝିଅଟିକୁ ଦେଖିଲେ ଯେ କୌଣସି ଲୋକର ଆଖିରୁ ଲୁହ ବୋହି ଆସିବ। ଘଟଣା…

"ମୋତେ ଆଉ କାଟ ନି ବାପା ମୁଁ ମରିଯିବି : ନୃସଂଶ ଭାବେ ଗଳା କାଟି ହତ୍ୟା କଲା ବାପ ନିଜ ଝିଅକୁ"

ପିଲାଚୋର ନାମରେ ହିଂସା ମହଙ୍ଗା ପଡିଲା – ରାୟଗଡାର ୨ଗିରଫ

ରାୟଗଡା, ୩୧।୫(ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ଡାଳ)- ପିଲାଚୋର ନାମରେ ହିଂସା ମହଙ୍ଗା ପଡିଛି। ଗୁଜବକୁ ନେଇ ମରଣାନ୍ତକ ଆକ୍ରମଣ କରିଥିବା ରାୟଗଡା ସହରର ଗୌରିଶଙ୍କର ନାଇଡୁ ଏବଂ କିଶୋଣ ଖିଲ ୨ଜଣଙ୍କୁ ପୁଲିସ ଗିରଫ କରିଛି। ମାମଲା ନମ୍ବର ୧୦୦ ପ୍ରକାରେ ସେମାନଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଗତ ୨୧ତାରିଖ ରାତିରେ ରାୟଗଡା ସହରରେ ହଠାତ ଗୁଜବ ଗୁଞ୍ଜୁରି ଉଠିଲା। ସୋସିଆଲ ମିଡିଆରେ ତୁହାକୁ ତୁହା ଭିଡିଓ ଫଟୋ ଭାଇରଲ ହେବାରେ ଲାଗିଲା। ସହର ଉପକଣ୍ଠ ମାଙ୍କଡଝୋଲା ଗାଁରେ ରିଫାନ ନାମକ ଜଣେ ମାନସିକ ରୂପେ ଦିବ୍ୟାଙ୍ଗଙ୍କୁ ବୁଲୁଥିବା ଦେଖି ପିଲାଚୋର ସନ୍ଦେହରେ ସଙ୍ଗବଦ୍ଧ ହୋଇ ଆକ୍ରମଣ କରିଥିଲେ। ରିଫାନ ଆହତ ହୋଇ ତଳେ ପଡିବାପରେବି…

"ପିଲାଚୋର ନାମରେ ହିଂସା ମହଙ୍ଗା ପଡିଲା – ରାୟଗଡାର ୨ଗିରଫ"

କେନ୍ଦ୍ରାଞ୍ଚଳ ରାଜସ୍ୱ ଗୁଇନ୍ଦା ବିଭାଗର ଚଢଉ ଦେଢ କୋଟି ଟଙ୍କାର ଗଂଜେଇ ଜବତ

ଭଦ୍ରକ, ୨୯ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଖୋର୍ଦ୍ଧାରୁ ଚୋରା ଗଂଜେଇ ମାଫିଆଙ୍କ ଚେର ବିହାର ପର୍ଯ୍ୟନ୍ତ ଲମ୍ବିଛି। ଆଉ ଗତକାଲି ଅପରାହ୍ନରେ ଏଇ ମାଫିଆଙ୍କ କଳା କାରନାମା ଧରା ପଡିଯାଇଛି କେନ୍ଦ୍ରାଞ୍ଚଳ ରାଜସ୍ୱ ଗୁଇନ୍ଦା ବିଭାଗର ଅଧିକାରୀମାନଙ୍କ ହାତରେ। ଖୋର୍ଦ୍ଧାରୁ ଏକ କଣ୍ଟେନର (ଏନ୍ଏନ-ଓ-୨କ୍ୟୁ-୦୩୮୯) ରେ ବୋଝେଇ ହୋଇ ଚୋରା ଚାଲାଣ ହେଉଥିବା ୩୩ ବସ୍ତା ଗଂଜେଇ ଜବତ କରାଯାଇଛି। ପ୍ରାଥମିକ ଆକଳନରୁ ଜବତ ଗଂଜେଇର ଓଜନ ୧୦ କ୍ୱିଣ୍ଟାଲ ଏବଂ ବଜାର ମୂଲ୍ୟ ଦେଢ କୋଟି ଟଙ୍କା ହେବ ବୋଲି କେନ୍ଦ୍ରାଞ୍ଚଳ ରାଜସ୍ୱ ଗୁଇନ୍ଦା ବିଭାଗ ଅନୁମାନ କରିଛି। ତେବେ ଗଂଜେଇ ନେଇ ଯାଉଥିବା ଗାଡିର ଡ୍ରାଇଭର ସମେତ ଚୋରା…

"କେନ୍ଦ୍ରାଞ୍ଚଳ ରାଜସ୍ୱ ଗୁଇନ୍ଦା ବିଭାଗର ଚଢଉ ଦେଢ କୋଟି ଟଙ୍କାର ଗଂଜେଇ ଜବତ"

କୋରାପୁଟ ରେଲବାଇ କଲୋନୀ ନିକଟରେ ଥିବା ଏକ କାରରୁ ୨୦୮.୫୦୦ କେଜି ଗଞ୍ଜେଇ ଜବତ କଲା ଟାଉନ ପୋଲିସ

କୋରାପୁଟ ୨୭-୦୫-୧୮ (ଓଡିଆ ପୁଅ /ରଂଜନ କୁମାର ଦାସ) କୈାଣସି ସୂତ୍ରରୁ ଖବର ପାଇ କୋରାପୁଟ ଟାଉନ ପୋଲିସ ରେଲବାଇ କଲୋନୀ ନିକଟରେ ଥିବା ଏକ କାରରୁ୨୦୮.୫୦୦ କେଜି ଗଞ୍ଜେଇ ଜବତ କରିଥିବା ଜଣାପଡିଛି।ମାରୁତି ସୁଜିକି ଗାଡିଟିର ନମ୍ବର ପ୍ଲେଟ ଓଡି-୧୦ ବି ୨୫୩୯ ଥିବା ବେଳେ କାର ମଧ୍ୟରୁ ଡବ୍ଲୁ ୦୬ବି ୬୬୬୮ଏକ ନମ୍ବର ପ୍ଲେଟକୁ ପୋଲିସ ବାହାର କରିଥିଲା। କାରଟିର ପଛ ଚକା କଢାଯାଇଥିବା ଓ କାର ଭିତରେ ଏକ ପଥର ରକାଯାଇଥିବା ଦେଖିବାକୁ ମିଲିଥିଲା।ସହକାରୀ ଜିଲ୍ଲାପାଳ ଆଲୋକ ଅନୁଗୁଲିଆ ମାଜିଷ୍ଟ୍ରେଟ ଭାବେ ଘଟଣାସ୍ଥଳରେ ପହଂଚିବା ପରେ କାର ଡିକିରେ ଥିବା ଗଞ୍ଜେଇ କଢାଯାଇ ଓଜନ କରାଯାଇଥିଲା।ଗଞ୍ଜେଇର ଆନୁମାନିକ ମୁଲ୍ୟ ପ୍ରାୟ ୪…

"କୋରାପୁଟ ରେଲବାଇ କଲୋନୀ ନିକଟରେ ଥିବା ଏକ କାରରୁ ୨୦୮.୫୦୦ କେଜି ଗଞ୍ଜେଇ ଜବତ କଲା ଟାଉନ ପୋଲିସ"