ବ୍ରାଜିଲ : ଜେଲରୁ ଖସିଯିବାକୁ ଚେଷ୍ଟା କରୁଥିବା ୧୯ କଏଦୀଙ୍କୁ ମାରିଦିଆଗଲା

ନୂଆ ଦିଲ୍ଲୀ ୧୧-୪ (ଓଡ଼ିଆ ପୁଅ) : ଉତ୍ତର ବ୍ରାଜୀଲର ଏକ ଜେଲରୁ ଖସିବାକୁ ପ୍ରୟାସ କରୁଥିବା ୧୯ କଏଦୀଙ୍କୁ ମାରିଦିଆଗଲା। ମୃତକଙ୍କ ମଧ୍ୟରେ ଜଣେ ସୁରକ୍ଷାକର୍ମୀ ମଧ୍ୟ ଅଛନ୍ତି। ଏକ ସମାଚାର ଏଜେନ୍ସି ରିପୋର୍ଟରୁ ଏହି ଘଟଣା ସ୍ଥାନୀୟ ସମୟାନୁସାରେ ଦ୍ୱିପ୍ରହର ଗୋଟେ ବେଳେ ସାନ୍ତା ଇଜାୱେଲ ଜେଲ ପରିସରରେ ହୋଇଛି। ହଥିଆର ସହିତ ଏକ ଗୋଷ୍ଠୀ ଜେଲ ଉପରେ ଆକ୍ରମଣ କରି କିଛି କଏଦୀଙ୍କୁ ଖସାଇ ନେବାରେ ସହାୟତା କରୁଥିଲେ। ମୃତ ୧୯ କଏଦିଙ୍କର ପରିଚୟ ମିଳିଛି। ଏହି ସମୟରେ ଜଣେ ଜେଲ ଗାର୍ଡଙ୍କର ମଧ୍ୟ ମୃତ୍ୟୁ ହୋଇଛି। ତା’ ସହିତ ଚାରିଜଣ ସୁରକ୍ଷା ଗାର୍ଡ ମଧ୍ୟ ଆହତ ହୋଇଛନ୍ତି।

"ବ୍ରାଜିଲ : ଜେଲରୁ ଖସିଯିବାକୁ ଚେଷ୍ଟା କରୁଥିବା ୧୯ କଏଦୀଙ୍କୁ ମାରିଦିଆଗଲା"

ଓଡିଶାର କୋରାପୁଟରେ ଛାତ୍ରାବାସ ପରିସରରୁ ୩ ଛାତ୍ରୀ ଅପହୃତ: ଆଜି ଫେରିଲେ ଅପହୃତ ଛାତ୍ରୀମାନେ

କୋରାପୁଟ ୯-୪ (ଓଡ଼ିଆ ପୁଅ) : ରବିବାରଦିନ ବିଳମ୍ବିତ ରାତିରେ କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପ୍ରଜାବେଡ଼ାପଦରରେ ଥିବା ଶେବାଶ୍ରମ ସ୍କୁଲ ଛାତ୍ରାବାସ ପରିସରରୁ କିଛି ଅଜ୍ଞାତ ଦୁର୍ବୃତ୍ତ ୩ଜଣ ଆଦିବାସୀ ଛାତ୍ରୀଙ୍କୁ ଅପହରଣ କରି ନେଇଥିବା ଖବର ମିଳିଛି। ମିଳିଥିବା ପ୍ରାଥମିକ ସୂଚନାନୁଯାୟୀ ୬ ଜଣ ଛାତ୍ରୀ ବିଳମ୍ବିତ ରାତିରେ ବାହାରକୁ ପରିଶ୍ରା କରିବାପାଇଁ ଆସିଥିବା ସମୟରେ ପୂର୍ବ ଯୋଜନାନୁଯାୟୀ ସେଠାରେ ବଲେରୋ ଗାଡ଼ିରେ ଥିବା କେତେକ ଅଜ୍ଞାତ ଯୁବକ ୬ ଜଣ ଛାତ୍ରୀମାନଙ୍କ ମଧ୍ୟରୁ ତିନିଜଣଙ୍କୁ ନେଇଯାଇଥିଲେ। ବାକୀ ତିନିଜଣଙ୍କୁ ଛାଡ଼ିଦେଇଥିଲେ। ଆଜି ସକାଳେ ଅପହୃତ ଛାତ୍ରୀମାନେ ଶେବାଶ୍ରମକୁ ଫେରି ଆସିଛନ୍ତି। ରିପୋର୍ଟ ଅନୁଯାୟୀ ସେହି ନାବାଳିକାମାନେ ଫେରି ଆସିବା ପରେ…

"ଓଡିଶାର କୋରାପୁଟରେ ଛାତ୍ରାବାସ ପରିସରରୁ ୩ ଛାତ୍ରୀ ଅପହୃତ: ଆଜି ଫେରିଲେ ଅପହୃତ ଛାତ୍ରୀମାନେ"

ତେଲେଙ୍ଗାନା: କଥିତ ରୂପରେ ନାବାଳିକା ସହିତ ବଳାତ୍କାର କରିଥିବା ଶ୍ରମିକକୁ ପିଟିପିଟି ମାରିଦେଲେ

ହାଇଦ୍ରାବାଦ ୯-୪ (ଓଡ଼ିଆ ପୁଅ) : ତେଲେଙ୍ଗାନାର ନିଜାମାବାଦ ଜିଲ୍ଲାର ଡଙ୍କେଶ୍ୱର ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। କଥିତ ରୂପରେ ୫୨ ବର୍ଷର ଜଣେ ଶ୍ରମିକକୁ ଏକ ଶିଶୁକନ୍ୟା ସହିତ ବଳାତ୍କାର କରିବା ଅଭିଯୋଗରେ ପରିବାରର ଲୋକମାନେ ପିଟିପିଟ୍ ମାରିଦେଇଛନ୍ତି। ସୂଚନାଯୋଗ୍ୟଯେ, ଗାଁରେ ନାବାଳିକା ଏକୁଟିଆ ଥିବା ବେଳେ ଶ୍ରମିକ ଜଣକ ସନ୍ଧ୍ୟାରେ ନାବାଳିକାର ଘରେ ପ୍ରବେଶ କରିଥିଲା ଏବଂ ତା’ ସହିତ ବଳାତ୍କାର କରିବା ପରେ ସେଠାରୁ ସେ ଚାଲିଯାଇଥିଲା ବୋଲି ପରିବାରଲୋକେ ଅଭିଯୋଗ କରିଛନ୍ତି। ପରେ ବାଲିକା, ନିଜର ମା’କୁ ଏହି ଘଟଣା ଶୁଣାଇବା ପରେ ପରିବାର ଏବଂ ଗ୍ରାମବାସୀମାନେ ସେହି ବ୍ୟକ୍ତିକୁ ଧରି ତାକୁ ଦଣ୍ଡାବାଡ଼ିରେ ପିଟି ପିଟି ମାରି ଦେଇଥିଲେ…

"ତେଲେଙ୍ଗାନା: କଥିତ ରୂପରେ ନାବାଳିକା ସହିତ ବଳାତ୍କାର କରିଥିବା ଶ୍ରମିକକୁ ପିଟିପିଟି ମାରିଦେଲେ"

ଛାତ୍ରକୁ ଯୌନ ନିର୍ଯାତନା ଅଭିଯୋଗ: ଚମ୍ପୁଆ ମହତାବ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗିରଫ

ତୁରୁମୁଙ୍ଗା ୮-୪ (ଓଡ଼ିଆ ପୁଅ/ସନ୍ତୋଷ କୁମାର ପତି) କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଚମ୍ପୁଆ ମହତାବ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ସ୍କୁଲର ଜଣେ ଛାତ୍ରଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଗିରଫ ହୋଇଥିବା ଜଣା ପଡ଼ିଛି। ପ୍ରାପ୍ତ ସୂଚନା ଅନୁଯାଇ ଚମ୍ପୁଆ ମହତାବ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଭିମନ୍ୟୁ ସେଠୀ ସେହି ସ୍କୁଲର ହଷ୍ଟେଲରେ ରହି ପାଠ ପଢ଼ୁଥିବା ନବମ ଶ୍ରେଣୀ ଛାତ୍ରଙ୍କ ସହିତ ଯୌନ ସମ୍ପର୍କ ରଖିବା ଏବଂ ଯୌନ ନିର୍ଯାତନା ଦେଇ ଆସୁଥିଲେ। ଗତକାଲି ସମ୍ପୃକ୍ତ ଛାତ୍ରଙ୍କ ଭାଇ ସ୍କୁଲକୁ ଆସିଥିବା ସମୟରେ ଛାତ୍ର ଜଣଙ୍କ ଭାଇଙ୍କ ସହିତ ଘରକୁ ପଳାଇବାକୁ ଜିଦ ଧରି ବସିଥିଲେ। ଏପରିକି ଏହି ସ୍କୁଲରେ ପାଠ ପଢିବାକୁ…

"ଛାତ୍ରକୁ ଯୌନ ନିର୍ଯାତନା ଅଭିଯୋଗ: ଚମ୍ପୁଆ ମହତାବ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗିରଫ"

ହରିଚନ୍ଦନପୁର ଶନି ମନ୍ଦିରରୁ ୬ ମାସର ଶିଶୁ ପୁତ୍ର ଉଦ୍ଧାର

ହରିଚନ୍ଦନପୁର, ତା ୦୭.୦୪(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲା ହରିଚନ୍ଦନପୁର ହାଟ ପଡିଆ ନିକଟରେ ଥିବା ଶନି ମନ୍ଦିରରୁ ଆଜି ସକାଳ ୬ଟା ସମୟରେ ୬ ମାସର ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ ସକାଳ ସମୟରେ ହରିଚନ୍ଦନପୁର ଦଣ୍ଡାହୁଡି ସାହିର ସୁରେନ୍ଦ୍ର ମଣ୍ଡଳ କୌଣସି କାମରେ ଶନି ମନ୍ଦିର ପାଖ ଦେଇ ଯାଉଥିଲେ। ଛୋଟ ଶିଶୁର କାନ୍ଦ ଶୁଣି ମନ୍ଦିର ନିକଟକୁ ଦୌଡି ଯାଇଥିଲେ। ଏବଂ ସେଠାରେ ଦେଖିଥିଲେ ୬ମାସର ଶିଶୁ ପୁତ୍ରଟି ଏକା ବସି କାନ୍ଦିବା ସହ ପଲେ କୁକୁର ଘେରି ବସିଛନ୍ତି। ଶିଶୁ ପୁତ୍ରଟିକୁ ଉଦ୍ଧାର କରି ଘରକୁ ଆଣିବା ସହ ପୋଲିସ ପ୍ରଶାସନକୁ ଜଣାଇଥିଲେ ଓ ପରେ ପରେ…

"ହରିଚନ୍ଦନପୁର ଶନି ମନ୍ଦିରରୁ ୬ ମାସର ଶିଶୁ ପୁତ୍ର ଉଦ୍ଧାର"

ଲ୍ୟାଣ୍ଡମାଇନ ବଷ୍ଫୋରଣ, ଅଳ୍ପକେ ବର୍ତିଲେ ୪୦ ସିଆରପିଏଫ ଜବାନ

ରାୟଗଡା ୦୬/୦୪ ( ଓଡିଆ ପୁଅ / ସଂଗ୍ରାମ ପଟନାୟକ ) – ରାୟଗଡା ସିଆରପିଏଫ ଚତୁର୍ଥ ବାଟାଲିୟନର ୪୦ ଜଣ ଜବାନ ଲ୍ୟାଣ୍ଡମାଇନ ବଷ୍ଫୋରଣରୁ ଅଳ୍ପକେ ବର୍ତି ଯାଇଛନ୍ତି। ରାୟଗଡା ଜିଲ୍ଲା ସଦର ମହକୁମା ବାରିଝୋଲା ଗ୍ରାମ ଠାରେ ବନ୍ଧୁକ ଚାଳନା ଅଭ୍ୟାସ ପାଇଁ ଯିବା ସମୟରେ ଏକ ଲ୍ୟାଣ୍ଡ ମାଇନ ଠାବ ହୋଇଥିଲା। ଅଧିକ ଲ୍ୟାଣ୍ଡମାଇନ ପୋତା ଯାଇଥିବା ସନ୍ଦେହ ନେଇ ସନ୍ଧାନୀ କୁକୁର ସହାୟତରେ ଲ୍ୟାଣ୍ଡମାଇନର ସ୍ଥିତି ଜାଣିବା ପରେ ସେ ଗୁଡିକୁ ନଷ୍ଟ କରାଯାଇଛି। ଏହି ଘଟଣା ଘଟିବା ପରେ ସମଗ୍ର ସହରରେ ଭୟର ବାତାବରଣ ସୃଷ୍ଟି ହୋଇଛି କାରଣ ସହର ଠାରୁ ମାତ୍ର ୪ କି.ମି ଦୂରରେ ଏହି…

"ଲ୍ୟାଣ୍ଡମାଇନ ବଷ୍ଫୋରଣ, ଅଳ୍ପକେ ବର୍ତିଲେ ୪୦ ସିଆରପିଏଫ ଜବାନ"

ବନ୍ଧୁକ ଦେଖାଇ ଅପହରଣ ଉଦ୍ୟମ

ଯୋଡା- ତା ୦୬/୪ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଦିନକୁ ଦିନ ଯୋଡା ସହର ଅପରାଧିଙ୍କ ଚରାଭୂମି ପାଲଟୁଛି। ଭୁଜାଲି, ବନ୍ଧୁକ ଦେଖାଇ ଲୁଟ, ଅପରହଣ ଘଟଣା ନିତିଦିନିଆ ଘଟଣାରେ ପରିଣତ ହେବାକୁ ବସିଲାଣି। ଘଟଣାରୁ ପ୍ରକାଶ ଯେ, ଶୁକ୍ରବାର ରାତି ପ୍ରାୟ ୧୦ ଘଟିକା ସମୟରେ ସମ୍ଭୁ ଚୌଧୁରୀ ନାମକ ଜଣେ ବ୍ୟବସାୟୀ ତାଙ୍କ ମୋଟରସାଇକେଲ ଯୋଗେ କୁନ୍ଦୁରୁନାଲାସ୍ଥିତ ଘରକୁ ଫେରୁଥିବା ସମୟରେ ଡିଏଭି ସ୍କୁଲ ଛକ ନିକଟରେ ୪ ଜଣ ଦୁବୁତ୍ତ ଝାଡଖଣ୍ଡ ନମ୍ବର ଥିବା ଏକ ଆପାଚି ମୋଟରସାଇକେଲରେ ଆସି ତାଙ୍କୁ ଅଟକାଇବା ସହ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ତାଙ୍କରି ମୋଟରସାଇକେଲରେ ଅନ୍ୟ ଦୁଣ ଜଣ…

"ବନ୍ଧୁକ ଦେଖାଇ ଅପହରଣ ଉଦ୍ୟମ"

ଉତ୍ତର ପ୍ରଦେଶ : ଦବଙ୍ଗ ପିତା-ପୁତ୍ର ଦଳିତ ମହିଳାକୁ ନିର୍ବସ୍ତ୍ର କରି ପିଟିଲେ

ଉତ୍ତର ପ୍ରଦେଶର ରଘୁନାଥପୁରା ଗ୍ରାମରେ ଦବଙ୍ଗ ପିତା-ପୁତ୍ର କଥିତ ରୂପରେ ନିର୍ବସ୍ତ୍ର କରି ଏକ ଦଳିତ ମହିଳାକୁ ଗଛରେ ବାନ୍ଧି ଦେଇ ପିଟିଲେ ଲଲିତପୁର/ଉତ୍ତର ପ୍ରଦେଶ ୬-୪ (ଓଡ଼ିଆ ପୁଅ) ଉତ୍ତର ପ୍ରଦେଶରେ ମହିଳାଙ୍କ ବିରୁଦ୍ଧରେ ହିଂସା ଉପରେ ରୋକ ଲାଗୁନାହିଁ। ମିଡ଼ିଆ ରିପୋର୍ଟ ଅନୁଯାୟୀ ଲଲିତପୁର ଜିଲ୍ଲାର ନଗର କୋତବାଲୀ କ୍ଷେତ୍ରର ରଘୁନାଥପୁରା ଗ୍ରାମରେ ଗୁରୁବାରଦିନ ଦବଙ୍ଗ ପିତା-ପୁତ୍ର କଥିତ ରୂପରେ ନିର୍ବସ୍ତ୍ର କରି ଏକ ଦଳିତ ମହିଳାକୁ ଗଛରେ ବାନ୍ଧି ପିଟିଥିବାର ଖବର ଆସିଛି। ପୁଲିସ କ୍ଷେତ୍ରାଧିକାରୀ ହିମାଂଶୁ ଗୌରବ ଶୁକ୍ରବାରଦିନ ମିଡ଼ିଆକୁ କହିଛନ୍ତି କି “ଗ୍ରାମରେ ହଲ୍କୁ ନାମକ ଏକ ବ୍ୟକ୍ତି ଅବୈଧ ଶରାବ କାରୋବାରରେ ଲିପ୍ତ ଥିଲା। ଦଳିତ ମହିଳା…

"ଉତ୍ତର ପ୍ରଦେଶ : ଦବଙ୍ଗ ପିତା-ପୁତ୍ର ଦଳିତ ମହିଳାକୁ ନିର୍ବସ୍ତ୍ର କରି ପିଟିଲେ"

ବନ୍ଧୁକ ମୁନରେ ଆନ୍ଧ୍ର ବ୍ୟାଙ୍କରୁ ନଗଦ ଅର୍ଥ ଓ ସୁନାଗହଣା ଲୁଟ

ଅନୁଗୋଳ, ୬/୪(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁଗୋଳ ଥାନା ଅନ୍ତର୍ଗତ ବଜାରଛକଠାରେ ଥିବା ଆନ୍ଧ୍ର ବ୍ୟାଙ୍କରେ କଳାକନା ବୁଲାଇଛନ୍ତି ଲୁଟେରା। ବନ୍ଧୁକ ମୁନ୍ରେ ଲୁଟି ନେଇଛନ୍ତି ୨୨ଲକ୍ଷରୁ ନଗଦ ଅର୍ଥ ଓ ସୁନାଗହଣା। ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟା ବେଳେ ସାଧାରଣ ଗ୍ରାହକଭାବେ ୬ଜଣ ଲୁଟେରା ବ୍ୟାଙ୍କରେ ପଶି ବ୍ୟାଙ୍କ କର୍ମଚାରୀ ଏବଂ ଉପସ୍ଥିତ ଉପଭୋକ୍ତାଙ୍କୁ ବନ୍ଧୁକ ଦେଖାଇ ଡରାଇବାସହ ଏକ ରୁମ୍ ରେ ଭର୍ତି କରି ଦେଇଥିଲେ। ସେମାନଙ୍କର ମୋବାଇଲଗୁଡ଼ିକୁ ନେଇଯାଇ ତାଲା ପକାଇ ଦେଇଥିଲେ। ପରେ ବ୍ୟାଙ୍କର ଷ୍ଟ୍ରଙ୍ଗରୁମ୍ ଖୋଲି ସେଠାରେ ଥିବା ଲକରଗୁଡ଼ିକୁ ଭାଙ୍ଗି ସୁନାଗହଣା ଏବଂ ୨୨ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ନେଇ ଚମ୍ପଟ ମାରିଥିଲେ। ସୂଚନା ପାଇ ଅନୁଗୋଳ…

"ବନ୍ଧୁକ ମୁନରେ ଆନ୍ଧ୍ର ବ୍ୟାଙ୍କରୁ ନଗଦ ଅର୍ଥ ଓ ସୁନାଗହଣା ଲୁଟ"

ବଡବିଲରେ ଏକ ଅଭାବନୀୟ ଘଟଣା : ମୋବାଇଲ ନଦେବାରୁ ବ୍ଲେଡରେ ବେକକୁ ମରଣାନ୍ତକ ଆକ୍ରମଣ

ଯୋଡା- ତା ୦୪/୪ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଅଚିହ୍ନା ଯୁବକକୁ ମୋବାଇଲ ନଦେବାରୁ ବ୍ଲେଡରେ ବେକକୁ ଆକ୍ରମଣ ଭଳି ଅଭାବନୀୟ ଘଟଣା ଘଟିଛି ବଡବିଲ ଅଂଚଳରେ। ଘଟଣାରୁ ପ୍ରକାଶ ଯେ, ବଡବିଲ ଟାଟା ହଟିଂ ମିତ୍ର ଏସ.କେ. କଲୋନୀରେ ରହୁଥିବା ଅଶୋକ ଚାତାର ନାମକ ଜଣେ ଯୁବକକୁ ମଙ୍ଗଳବାର ଦିନ ରାତି ପ୍ରାୟ ସାଢେ ୮ଟା ସମୟରେ ତାଙ୍କ ସାଙ୍ଗ ସହିତ ଯାଉଥିବା ବେଳେ ଏସ.ବି. ଆଇ. ଛକ ସନ୍ନିକଟରେ ଜଣେ ଅଚିହ୍ନା ପାଖକୁ ଆସି ଫୋନ କରିବା ପାଇଁ ମୋବାଇଲ ଟି ମାଗିଥିଲା। ତେବେ ଅଶୋକର ମୋବାଇଲରେ ବାଲାନ୍ସ କମ୍ଥିବାରୁ ସେ ମୋବାଇଲଟି ଦେବାକୁ ମନାକରିଥିଲେ। ଫଳରେ ଉକ୍ତ…

"ବଡବିଲରେ ଏକ ଅଭାବନୀୟ ଘଟଣା : ମୋବାଇଲ ନଦେବାରୁ ବ୍ଲେଡରେ ବେକକୁ ମରଣାନ୍ତକ ଆକ୍ରମଣ"