ପୋଲିସ ନଜରରେ ଚାଲିଛି ବେଧଡକ ଜୁଆଖେଳ ଓ ଧୁଣ୍ଡିପାଲି

ହରିଚନ୍ଦନପୁର ତା-୨୭.୦୨(ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ସାରା ରାଜ୍ୟରେ ଜୁଆଖେଳ ଓ ଧୁଣ୍ଡିପାଲି ଖେଳକୁ ପ୍ରଶାସନ ବେଆଇନି ଘୋଷଣା କରିଥିବା ବେଳେ ସ୍ଥାନୀୟ ପୋଲିସ ଜ୍ଞାତ ସାରରେ ଏହା ଖୁଲମଖୁଲା ହାଟ ଓ ଅନେକ ଛକ ମାନଙ୍କରେ ଚାଲିଥିବା ନେଇ ଅଞ୍ଚଳ ବାସୀ କ୍ଷୋଭ ପ୍ରକାଶ କରିଛନ୍ତି । ଏପରି ବେଆଇନ କାର୍ଯ୍ୟକୁ ପୋଲିସ ରୋକିବା ଦିଗରେ ପଦକ୍ଷେପ ନେବା ପରିବର୍ତ୍ତେ ମୋଟା ଅଙ୍କର ହାତଗୁଞ୍ଜା ନେଇ ଚୁପ ହୋଇ ବସୁଛି । ଫଳରେ ଘରର ଆବଶ୍ୟକୀୟ ସଉଦା ପତ୍ର ଓ ଅନ୍ୟାନ୍ୟ ଜିନିଷ କିଣିବାକୁ ଆସୁଥିବା ଲୋକମାନେ ଜୁଆ ଖେଳରେ ମାତି ସର୍ବସାନ୍ତ ହୋଇ ଘରକୁ ଶୂନ୍ୟ ହାତରେ ଫେରି ପାରିବାରକ କଳହର ଶିକାର ହୋଇଥିବା…

"ପୋଲିସ ନଜରରେ ଚାଲିଛି ବେଧଡକ ଜୁଆଖେଳ ଓ ଧୁଣ୍ଡିପାଲି"

ଗୋଧ୍ରା ଟ୍ରେନ ପୋଡ଼ିକୁ ୧୬ ବର୍ଷ ପୁରିଲା ଜୀବନ୍ତ ଜଳି ଯାଇଥିଲେ ୫୯ ଯାତ୍ରୀ

ଭୁବନେଶ୍ୱର;୨୭,୦୨,୨୦୧୮(ଓଡ଼ିଆ ପୁଅ/ଦେବଦତ୍ତ ରଥ): ଆଜିର ଦିନରେ ୨୦୦୨ ମସିହା ଫେବୃୟାରୀ ୨୭ ତାରିଖରେ ଘଟିଥିଲା ଗୋଧ୍ରା ଟ୍ରେନ ପୋଡ଼ି ଘଟଣା।ଗୁଜରାଟର ଏକ ରେଳ ଷ୍ଟେସନ ଗୋଧ୍ରା ନିକଟରେ ଘଟିଥିଲା ଏହି ଜଘନ୍ୟ କାଣ୍ଡ।ସାବରମତି ଏକ୍ସପ୍ରେସର ଏସ-୬ ବଗିରେ ଅଗ୍ନିକାଣ୍ଡ ଘଟି ୫୯ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ।ମୃତକଙ୍କ ମଧ୍ୟରେ ୨୪ ଜଣ ପୁରୁଷ ୧୫ ଜଣ ମହିଳାଙ୍କ ସମେତ ୨୦ ଜଣ ଶିଶୁ ଥିଲେ।ଏହି ବଗିରେ କାରସେବକ ମାନେ ଯାତ୍ରା କରୁଥିଲେ। ଅଯୋଧ୍ୟାର ବିବାଦୀୟ ରାମ ଜନ୍ମଭୂମି ସ୍ଥଳରୁ କାରସେବା ସାରି ନେଇ ଫେରୁଥିଲେ।ଏହି କାଣ୍ଡ ପରେ ଗୁଜୁରାଟରେ ହିନ୍ଦୁ ମୁସଲିମ ସଂପ୍ରଦାୟ ମଧ୍ୟରେ ଭୟଙ୍କର ଦଙ୍ଗା ଉପୁଜିଥିଲା। ଏହାର ତଦନ୍ତ ପାଇଁ ଗୁଜରାଟ ସରକାର ନାନାବତୀ/ଶାହ…

"ଗୋଧ୍ରା ଟ୍ରେନ ପୋଡ଼ିକୁ ୧୬ ବର୍ଷ ପୁରିଲା ଜୀବନ୍ତ ଜଳି ଯାଇଥିଲେ ୫୯ ଯାତ୍ରୀ"

ପାଳିତା ମାଆର ନିର୍ଯାତନାରେ ଶିକାର ହେଲେ ୬ବର୍ଷର ଶିଶୁ :ଚେଙ୍କରେ ସିଝିଲା ସାରା ଦେହ ଓ ମୁଣ୍ଡ

ବାହାନଗା/ ବାଲେଶ୍ୱର, ୨୭/୦୨(ଓଡ଼ିଆ ପୁଅ/ ଭଗବାନ ଦାସ)-ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଦାଣ୍ଡହରିପୁର ପଞ୍ଚାୟତ ବାହାବଳପୁର ଗ୍ରାମର ଦମ୍ପତି ଜଣେ ୬ବର୍ଷିଆ ନାବାଳକୁ ଦୀର୍ଘଦିନ ଧରି ନିର୍ଯାତନା ଦେବା ସହ ଦେହର ବିଭିନ୍ନ ଜାଗାରେ ଚେଙ୍କ ଦେବା ସହ ମୁଣ୍ଡକୁ ଧାରୁଆ ଅସ୍ତ୍ରରେ ଆଘାତ କରିବା ଭଳି ସମ୍ବେଦନଶୀଳ ଘଟଣା ଆଜି ବାଲେଶ୍ୱର ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବାବେଳେ ନବାଳକକୁ ନିର୍ଯାତନା ସହ ଚେଙ୍କ ଦିଆଯାଇଥିବା ଖବର ପାଇ ନାବାଳକର ଅଜା ଉପେନ୍ଦ୍ର ମଳିକ ଶିଶୁଟିକୁ ଉଦ୍ଧାର କରି ଗୋପାଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିବାରୁ ଚିକିତ୍ସାଳୟରେ ଏଭଳି ଘଟଣା ଦେଖିବା ପାଇଁ ସ୍ଥାନୀୟ ଅଂଚଳବାସୀଙ୍କ ସହ ଗଣମାଧ୍ୟମ ପ୍ରତିନିଧିଙ୍କ ନାହିଁ ନଥିବା ଭିଡ଼ ଜମିବାରେ ଲାଗିଛି।…

"ପାଳିତା ମାଆର ନିର୍ଯାତନାରେ ଶିକାର ହେଲେ ୬ବର୍ଷର ଶିଶୁ :ଚେଙ୍କରେ ସିଝିଲା ସାରା ଦେହ ଓ ମୁଣ୍ଡ"

ପାଟଣା ପୋଲିସ ପକ୍ଷରୁ ଜୁଆ ଆଡ଼୍ଡା ଉପରେ ଚଢ଼ାଉ, ୨ଗିରଫ

ପାଟଣା, ତା୨୭/୦୨(ଓଡିଆ ପୁଅ/ଅଭିମନ୍ୟୁ)କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଞ୍ଚଳରେ କେତେକ ହାଟରେ ଜୁଆଖେଳ ଚାଲୁଥିବା ଖବର ପାଇ ପାଟଣା ପୋଲିସ ସୋମବାର ଅପରାହ୍ନ ରେ ବିଲା ହାଟରେ ଚଢ଼ାଉ ହୋଇଥିଲା। ଚଢ଼ାଉ ସମୟରେ ଜୁଆ ଖେଳରେ ବ୍ୟବହୃତ ସାମଗ୍ରୀ ସହ ଜୁଆଖେଳ ରେ ସଂପୃକ୍ତ ଥିବା ଦେବରାଜ ରାଉତ (୩୨) ଓ ଦିଲ୍ଲୀପ କୁମାର ନାଏକ (୩୧) ଙ୍କୁ ପୋଲିସ ଗିରଫ କରିଛି। ଏମାନଙ୍କ ଠାରୁ ନଗଦ ୨୭୦ଟଙ୍କା ଜବତ କରିବା ସହ ଜୁଆଖେଳ ରେ ବ୍ୟବହୃତ ହେଉଥିବା ଗୋଟି, ପାଲି, ଡାଲା ଇତ୍ୟାଦି ଜବତ କରାଯାଇଛି। ପାଟଣା ଥାନାଧିକାରିଣୀ ପ୍ରମୋଦିନୀ ସାହୁ ଙ୍କ ନେତୃତ୍ବ ରେ ଏଏସଆଇ ଅଶୋକ କୁମାର ନାୟକ ଓ ସୁଧାଂଶୁ…

"ପାଟଣା ପୋଲିସ ପକ୍ଷରୁ ଜୁଆ ଆଡ଼୍ଡା ଉପରେ ଚଢ଼ାଉ, ୨ଗିରଫ"

ସରକାରୀ ବସରେ ଚୋରା ଗଞ୍ଜେଇ ଚାଲାଣ ମାମଲା, ଦୁଇ ଅଭିଯୁକ୍ତ ନିଦେ୍ର୍ଦାଷରେ ଖଲାସ

ବୌଦ୍ଧ,୨୭ା୦୨(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବୌଦ୍ଧ ଜିଲା ଦୌରାଜଜ ତଥା ସ୍ପେଶାଲ ଜଜ ଶୁଚିସ୍ମିତା ମିଶ୍ର ଏକ ଚୋରା ଗଞ୍ଜେଇ ଚାଲାଣ ମାମଲାକୁ ବିଚାର କରି ଦୁଇ ଜଣ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ନିଦେ୍ର୍ଦାଷରେ ଖଲାସ କରିଛନ୍ତି । ମାମଲାରୁ ପ୍ରକାଶ ଯେ ଗତ ୨୨.୭.୨୦୦୮ ତାରିଖରେ ତତକାଳିନ ବୌଦ୍ଧ ଥାନା ଅଧିକାରୀ ସୁରେଶ କୁମାର ଦାସ ବିଶେଷ ସୁତ୍ରରୁ ଖବର ପାଇଥିଲେ ଯେ, ବ୍ରହ୍ମପୁର ଠାରୁ ବନ୍ଧବାହାଲ ଯାଉଥିବା ସରକାରୀ ବସ ( ଓଆର ୦୭-କ୍ୟୁୂ -୧୯୪୫) ରେ ତିନିଜଣ ଯାତ୍ରୀ ଚୋରା ଗଞ୍ଜେଇ ଚାଲାଣ ପାଇଁ ନେଉଛନ୍ତି । ସେମାନଙ୍କ ଟିକେଟ ନଂ ୪୪,୪୫,୪୬ ଓ ସେମାନେ ବସିଥିବା ସିଟ ତଳେ…

"ସରକାରୀ ବସରେ ଚୋରା ଗଞ୍ଜେଇ ଚାଲାଣ ମାମଲା, ଦୁଇ ଅଭିଯୁକ୍ତ ନିଦେ୍ର୍ଦାଷରେ ଖଲାସ"

କେନ୍ଦୁଝର : ଅପରଧିଙ୍କର ଚରାଭୁମି ପାଲଟିଛି ସହର :ଦୁର୍ଗା ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଗହଣା ଓ ଟଙ୍କା ଲୁଟ

କେନ୍ଦୁଝର ତା ୨୬.୨.୧୮ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ରେ ଦୁର୍ଗା ମନ୍ଦିର ରୁ ଲକ୍ଷାଧିକ ଟଙ୍କାର ଗହଣା ଓ ଟଙ୍କା ଲୁଟ। କେନ୍ଦୁଝର ସହରର ଜନଗହଳି ପୁର୍ଣ୍ଣ ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଥିବା ଦୁର୍ଗା ମନ୍ଦିରରୁ ରବିବାର ରାତି ରେ କେହି ଦୃବୃର୍ତ ମନ୍ଦିରର ତାଲା ଭାଙ୍ଗି ମନ୍ଦିର ଭିତରେ ଥିବା ହୁଣ୍ଡି ତାଡି ଠାକୁର ଙ୍କର ଲକ୍ଷାଧିକ ଟଙ୍କାର ଗହଣା ଓ ଟଙ୍କା ଲୁଟ ନେଇଛନ୍ତି। ପୂଜକ ଭାସ୍କର ପଣ୍ଡାଙ୍କର କହିବା ଅନୁସାରେ ସୋମବାର ଭୋର ରେ ସେ ପୂଜା କରିବାକୁ ଆସିଥିବା ସମୟରେ ମନ୍ଦିରରୁ ଚୋରୀ ହୋଇଥିବାର ଜାଣିବାକୁ ପାଇଥିଲେ। ଠାକୁର ଦୁର୍ଗାଙ୍କର ମୁକୁଟ ଓ ବାକ୍ସ ଭିତରେ ଥିବା…

"କେନ୍ଦୁଝର : ଅପରଧିଙ୍କର ଚରାଭୁମି ପାଲଟିଛି ସହର :ଦୁର୍ଗା ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଗହଣା ଓ ଟଙ୍କା ଲୁଟ"

ପରିକ୍ଷାର୍ଥୀ ମାନଙ୍କୁ ୩୦ ନମ୍ବରର ଉତ୍ତର ଦେବାକୁ ନେଇ ଅଭିଭାବକ ମାନେ ପରିକ୍ଷା କେନ୍ଦ୍ର ସମ୍ମୁଖରେ ଉତ୍ତେଜନା

ହରିଚନ୍ଦନପୁର, ତା୨୬.୦୨(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଉଚ୍ଚ ବିଦ୍ୟାଳୟରେ ଚାଲିଥିବା ଦଶମ ଶ୍ରେଣୀବୋର୍ଡ ପରିକ୍ଷାରେ ପରିକ୍ଷାର୍ଥୀମାନଙ୍କୁ ୩୦ ନମ୍ବରର ଉତ୍ତର ଦେବାକୁ ନେଇ ପରିକ୍ଷା କେନ୍ଦ୍ର ସମ୍ମୁଖରେ ଉତ୍ତେଜନା ଦେଖିବାକୁ ମିଳିଛି। ଖବର ଅନୁଯାୟୀ ପରିକ୍ଷା କେନ୍ଦ୍ର ମଧ୍ୟରେ ପରିକ୍ଷାର୍ଥୀମାନଙ୍କୁ କପି କରିବାର ସୁଯୋଗ ଦେଉନଥିବାକୁ ନେଇ କେତେକ ଅଭିଭାବକ ତାତି ଯାଇଥିଲେ। ପରିକ୍ଷା କେନ୍ଦ୍ର ସମ୍ମୁଖରେ ଅଭିଭାବକମାନେ ଏକତ୍ରିତ ହୋଇ ବିଦ୍ୟାଳୟର ପରିକ୍ଷା ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷକଙ୍କ ବିରୋଧରେ ହୋ ହାଲା କରିବା ସହ ବିଭିନ୍ନ ପ୍ରକାରର ନାରାବାଜି କରିଥିଲେ।ଆଗାମୀ ଦିନ ପରିକ୍ଷାରେ ଛାତ୍ରଛାତ୍ରୀ ମାନଙ୍କୁ କପି କରିବାର ସୁଯୋଗ ନଦେଲେ ରାସ୍ତାରୋକ କରିବାକୁ କିଛି ଅଭିଭାବକ ମାନେ ଚେତାବନୀ ଦେଉଥିବାର…

"ପରିକ୍ଷାର୍ଥୀ ମାନଙ୍କୁ ୩୦ ନମ୍ବରର ଉତ୍ତର ଦେବାକୁ ନେଇ ଅଭିଭାବକ ମାନେ ପରିକ୍ଷା କେନ୍ଦ୍ର ସମ୍ମୁଖରେ ଉତ୍ତେଜନା"

ଓଏମସି କମ୍ପାନୀର ସିକୃଟିଗାର୍ଡ ଓ ମାଲ ପରିବହନ କରୁଥିବା ଟ୍ରକ ଡ୍ରାଇଭର ମୁହାଁମୁହିଁ, ଜିନିଷପତ୍ର ଭଙ୍ଗାରୁଜା ସହ ରାସ୍ତା ଅବରୋଧ, ଉଭୟ ପକ୍ଷଙ୍କୁ ଥାନାରେ ଅଟକ

ହରିଚନ୍ଦନପୁର, ତା୨୬.୦୨(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ଅନ୍ତର୍ଗତ ବଳିପର୍ବତ ନିକଟରେ ଥିବା ଓଏମେସି କମ୍ପାନୀରେ ଆଜି ସକାଳେ ଟ୍ରକ୍ ଗୁଡିକ ମାଲ ପରିବହନ କରିବାକୁ ଯାଉଥିବା ବେଳେ କମ୍ପାନୀର ଓଆଇଏସଏଫ ସିକୃଟିଗାର୍ଡଙ୍କ ସହ ଟ୍ରକ ଡ୍ରାଇଭରଙ୍କ ମୁହାଁମୁହିଁ ହୋଇଥିବା ସହ ଘଟଣାଟି ଉଗ୍ରରୂପ ନେଇଥିଲା। ଉତ୍ୟକ୍ତ ହୋଇ ଡ୍ରାଇଭରମାନେ କମ୍ପାନୀ ପରିସର ମଧ୍ୟରେ ଥିବା ଅନେକ ଜିନିଷପତ୍ର ଭଙ୍ଗାରୁଜା କରିବା ସହ ବ୍ରାହ୍ମଣୀପାଳ ଦୈତାରୀ ରାସ୍ତା ଅବରୋଧ କରିଥିଲେ। ଖବର ପାଇ ଦୈତାରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିକ୍ଷୋଭକାରୀମାନେ ମାନିବାକୁ ପ୍ରସ୍ତୁତ ନହେବାକୁ ନେଇ ବାଧ୍ୟରେ ଉଭୟ ପକ୍ଷର ବିକ୍ଷୋଭକାରୀଙ୍କୁ ଥାନାରେ…

"ଓଏମସି କମ୍ପାନୀର ସିକୃଟିଗାର୍ଡ ଓ ମାଲ ପରିବହନ କରୁଥିବା ଟ୍ରକ ଡ୍ରାଇଭର ମୁହାଁମୁହିଁ, ଜିନିଷପତ୍ର ଭଙ୍ଗାରୁଜା ସହ ରାସ୍ତା ଅବରୋଧ, ଉଭୟ ପକ୍ଷଙ୍କୁ ଥାନାରେ ଅଟକ"

ନୀରବ ମୋଦୀଙ୍କ ପରେ ଏବେ ହୀରା ବ୍ୟାପାରୀ ଦ୍ଵାରକା ଦାସ ସେଠ ଇଣ୍ଟରନ୍ୟାସନାଲ୍ ବିରୁଦ୍ଧରେ ୩୮୯.୯୫ କୋଟିର ଠକେଇ ମାମଲା ରୁଜୁ

ନୂଆଦିଲ୍ଲୀ ୨୪-୨ (ଓଡ଼ିଆ ପୁଅ): ନୀରବ ମୋଦୀଙ୍କ ପରେ ଏବେ ହୀରା ବ୍ୟାପାରୀ ଦ୍ଵାରକା ଦାସ ସେଠ ଇଣ୍ଟରନ୍ୟାସନାଲ୍ ବିରୁଦ୍ଧରେ ୩୮୯.୯୫ କୋଟିର ଠକେଇ ମାମଲା ରୁଜୁ କରିଛି ସିବିଆଇ। ସରକାରୀ କ୍ଷେତ୍ର ବ୍ୟାଙ୍କର ଅଭିଯୋଗର ଛ’ ମାସ ପରେ ଏଜେନ୍ସୀ, କମ୍ପାନୀର ନିର୍ଦ୍ଦେଶକ ସଭ୍ୟ ସେଠ, ରୀତା ସେଠ, କୃଷ୍ଣ କୁମାର ସିଂହ, ରବି ସିଂହ ଏବଂ ଏକ ଅନ୍ୟ କମ୍ପାନୀ ଦ୍ଵାରକା ଦାସ ସେଠ ଏସଇଜେଡ ଇନକର୍ପୋରେଶନ ବିରୁଦ୍ଧରେ ମାମଲା ରୁଜୁ କରିଛି। ନୀରବ ମୋଦୀ ଏବଂ ମେହୁଲ ଚୋକସୀଙ୍କ ପରେ ସିବିଆଇ ଦିଲ୍ଲୀର ଏକ ହୀରା ବ୍ୟାପାରୀ ଦ୍ଵାରକା ଦାସ ସେଠ ଇଣ୍ଟରନ୍ୟାସନାଲ୍ ଲିମିଟେଡ ଉପରେ ଓରିଏଂଟଲ ବ୍ୟାଙ୍କ ଅଫ କମର୍ସରେ…

"ନୀରବ ମୋଦୀଙ୍କ ପରେ ଏବେ ହୀରା ବ୍ୟାପାରୀ ଦ୍ଵାରକା ଦାସ ସେଠ ଇଣ୍ଟରନ୍ୟାସନାଲ୍ ବିରୁଦ୍ଧରେ ୩୮୯.୯୫ କୋଟିର ଠକେଇ ମାମଲା ରୁଜୁ"

ପୋଲିସ ଧରିଥିବା ମଦ ବ୍ୟବସାୟୀ ଓ ଗାଡି ଛାଡିବା ଘଟଣା ହରିଚନ୍ଦନପୁରରେ ଚର୍ଚ୍ଚାର ବିଷୟ ପାଲଟିଛି

ହରିଚନ୍ଦନପୁର ତା.୨୨.୦୨(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଓ ଘଟଗାଁ ଏସଡିପିଓଙ୍କ ଅଧିନସ୍ଥ ହରିଚନ୍ଦନପୁର ଥାନା ପୋଲିସ ଚୋରାମଦ ବ୍ୟବସାୟୀ ଓ ଗାଡି ଧରି ଛାଡିଦେବା ଘଟଣା ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି । ପ୍ରକାଶଯେ, ଚୋରା ମଦ ରନ୍ଧା ଓ କାରବାକୁ ରୋକିବା ଦିଗରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ବିଭାଗ ପକ୍ଷରୁ ପ୍ରତିଦିନ ଧର ପକଡ ଚାଲିଥିବା ବେଳେ ଖୋଦ ପୋଲିସ ବିଭାଗର କର୍ମଚାରୀ ଏହାକୁ ଖୋଲମଖୋଲା ଭାବେ ମୋଟା ଅଙ୍କର ଅର୍ଥ ଆଦାୟକରି ଛାଡି ଦେଇଥିବା ଘଟଣା ହରିଚନ୍ଦନପୁର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଯୋଗ୍ୟଯେ, ଗତ ୨୧ ତାରିଖ ଅପରାହ୍ନ ୧୨ଟା ୩୦ ସମୟରେ…

"ପୋଲିସ ଧରିଥିବା ମଦ ବ୍ୟବସାୟୀ ଓ ଗାଡି ଛାଡିବା ଘଟଣା ହରିଚନ୍ଦନପୁରରେ ଚର୍ଚ୍ଚାର ବିଷୟ ପାଲଟିଛି"