ଆନ୍ତର୍ଜାତିକ ପ୍ରତିଯୋଗିତାରେ ଭିସୁଟ ଛାତ୍ରଙ୍କ ସଫଳତା

ସମ୍ବଲପୁର, ୧୦/୯ (ଓଡ଼ିଆ ପୁଅ) – ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଗ୍ଲୋବାଲ ମୋବିଲିଟି ସବ୍ମିଟ୍ ଅବସରରେ ଆୟୋଜିତ ‘ମୁଭହେକ୍ ହେକାଥନ’ରେ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ୪୦ ହଜାର ପ୍ରବେଶ ମୂଳକ ପ୍ରତିଯୋଗିତାରେ ବିଶ୍ୱସ୍ତରରେ ତୃତୀୟ ସ୍ଥାନ ହାସଲ କରିପାରିଛି। ବିଶ୍ୱବିଦ୍ୟାଳୟର ଇଲେକ୍ଟ୍ରୋନିକ୍ସ ଓ ଟେଲି କମ୍ୟୁନିକେସନ ବିଭାଗର ତୃତୀୟ ବର୍ଷର ଛାତ୍ର ଶାଶ୍ୱତ ନନ୍ଦ, କମ୍ପୁ୍ୟଟର ସାଇନ୍ସ ବିଭାଗର ତୃତୀୟ ବର୍ଷର ଛାତ୍ର ତନ୍ମୟ କୁମାର ବିଶୋୟୀ ଏବଂ ମେକାନିକାଲ ବିଭାଗର ତୃତୀୟ ବର୍ଷର ଛାତ୍ର ପ୍ରଭୁଦତ୍ତ ମିଶ୍ର ଏହି ସଫଳତା ହାସଲ କରିଛନ୍ତି। ବିଭିନ୍ନ ମନ୍ତ୍ରଣାଳୟର ସହଯୋଗରେ ନୀତି ଆୟୋଗ ଦ୍ୱାରା ଆୟୋଜିତ ଏହି ପ୍ରତିଯୋଗିତାରେ ମୋଟ ୪୦ ହଜାର ପ୍ରତିଯୋଗୀ…

"ଆନ୍ତର୍ଜାତିକ ପ୍ରତିଯୋଗିତାରେ ଭିସୁଟ ଛାତ୍ରଙ୍କ ସଫଳତା"

ତୈଳର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ଭାରତବନ୍ଦ ସମ୍ବଲପୁରରେ ସଫଳ

ସମ୍ବଲପୁର, ୧୦/୯ (ଓଡ଼ିଆ ପୁଅ) – ତୈଳର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ଆଜି ଦିଆଯାଇଥିବା ଭାରତ ବନ୍ଦ ଡାକରା ସମ୍ବଲପୁର ତଥା ଆଖପାଖ ଅଞ୍ଚଳରେ ସମ୍ପୂର୍ଣ୍ଣ ସଫଳ ହୋଇଛି। ବନ୍ଦକୁ ସ୍ୱତଃସ୍ପୁତଃ ସମର୍ଥନ ମିଳିଥିବା ସହିତ ବନ୍ଦ ଅଭୂତପୂର୍ବ ଥିଲା ବୋଲି ଦର୍ଶାଇ ସମ୍ବଲପୁର ଜିଲ୍ଲା କଂଗ୍ରେସ ଅଧ୍ୟକ୍ଷ ପୂର୍ବତନ ବିଧାୟକ ଅଶ୍ୱିନୀ ଗୁରୁ ଜନସାଧାରଣଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। କଂଗ୍ରେସ ସଦାବେଳେ ଲୋକଙ୍କ ସହିତ ସେମାନଙ୍କର ସୁଖଦୁଃଖରେ ରହିଆସିଛି, ଆଗକୁ ମଧ୍ୟ ରହିଥିବ, ଏଭଳି ପ୍ରତ୍ୟେକ ଜନକଷ୍ଟର ବିଷୟଗୁଡ଼ିକୁ ନେଇ ରାଜରାସ୍ତାକୁ ଓହ୍ଲାଉଥିବ ବୋଲି ଶ୍ରୀ ଗୁରୁ କହିଛନ୍ତି। ବନ୍ଦ ଡାକରା ଯୋଗୁଁ ଆଜି ସମ୍ବଲପୁରରେ ସମସ୍ତ ଦୋକାନ…

"ତୈଳର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ଭାରତବନ୍ଦ ସମ୍ବଲପୁରରେ ସଫଳ"

ଟମ୍ କ୍ରୁସଙ୍କ ଚଳଚ୍ଚିତ୍ରରେ ଓଡ଼ିଆ ଝିଅ ସୁରଭୀ

ସମ୍ବଲପୁର, ୯/୯ (ଓଡ଼ିଆ ପୁଅ) – ପ୍ରଖ୍ୟାତ ଅଭିନେତା ଟମ୍ କ୍ରୁସଙ୍କ ଅଭିନିତ ହଲିଉଡ଼ ଚଳଚ୍ଚିତ୍ର ‘ମିଶନ ଇମ୍ପସିବୁଲ : ଫଲାଉଟ’ରେ ଓଡ଼ିଆ ଆଇଟି ପ୍ରଫେସନାଲ ସୁରଭୀ ପଟ୍ଟନାୟକଙ୍କ ଅଭିନୟ ଦେଖିôବାକୁ ମିଳିଛି। ଗତମାସ ମୁକ୍ତିଲାଭ କରିଥିବା ମିଶନ ଇମ୍ପସିବୁଲର ଏହି ଷଷ୍ଠ ସଂସ୍କରଣ ଚଳଚ୍ଚିତ୍ର ପ୍ରାୟ ୪୮୦ ମିଲିୟନ ଟଙ୍କାର ବ୍ୟବସାୟ କରିସାରିଲାଣି। ଗୁଇନ୍ଦା ଯୁଦ୍ଧକୁ ନେଇ ଏହି ଚଳଚ୍ଚିତ୍ରଟି ପ୍ୟାରିସ, ବ୍ରିଟେନ, ନରୱେ ଓ ନ୍ୟୁଜଲାଣ୍ଡରେ ସୁଟିଂ ହୋଇଥିଲା। ଚଳଚ୍ଚିତ୍ରଟି କାଶ୍ମୀର ଉପତ୍ୟକାର ପ୍ରତିଛବିରେ ରୋମାଞ୍ଚକର ଭାବେ ସମ୍ପୂର୍ଣ୍ଣ ହୋଇଛି। ନ୍ୟୁଜଲାଣ୍ଡର ଦକ୍ଷିଣ ଆଲପସ୍ର ରିସ୍ ଭେଲିରେ ଏକ କାଶ୍ମୀରର ସେଟ୍ ନିର୍ମାଣ କରାଯାଇଥିଲା। ଏଥିରେ କ୍ରୁସ, ହେନେରୀ କାଭିଲ, ସାଇମନ୍ ପେଗଙ୍କ…

"ଟମ୍ କ୍ରୁସଙ୍କ ଚଳଚ୍ଚିତ୍ରରେ ଓଡ଼ିଆ ଝିଅ ସୁରଭୀ"

ଆତଙ୍କବାଦୀ ଆକ୍ରମଣରେ ଶହୀଦ ଓଡ଼ିଆ ଯବାନଙ୍କ ମରଶରୀର ଆସନ୍ତାକାଲି ପହଞ୍ଚିବ

ସମ୍ବଲପୁର, ୯/୯ (ଓଡ଼ିଆ ପୁଅ) – ଭାରତୀୟ ସେନାବାହିନୀର ଆସାମ ରାଇଫଲସରେ କାର୍ଯ୍ୟରତ ଜଣେ ଓଡ଼ିଆ ଯବାନ ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଛନ୍ତି। ଶହୀଦ ଯବାନ ସମ୍ବଲପୁର ଜିଳ୍ଲା ରେଢ଼ାଖୋଲ ବ୍ଲକ ଅନ୍ତର୍ଗତ କଦଳୀଗଡ଼ ପଞ୍ଚାୟତ ଧଉରାଖମଣ ଗ୍ରାମର ଚମ୍ପେଶ୍ୱର ମହାକୁଡ଼ (୩୭) ବୋଲି ଜଣାପଡ଼ିଛି। ଶୁକ୍ରବାର ମଣିପୁରର ଚାନ୍ଦୋଲ ଜିଲ୍ଲା ଅନ୍ତର୍ଗତ ଜୁପି ଠାରେ ଆତଙ୍କବାଦୀଙ୍କ ଗୁଳି ମାଡ଼ରେ ସେ ପ୍ରାଣ ହରାଇଛନ୍ତି। ଏହି ଆତଙ୍କବାଦୀମାନେ ପିଏଲଏ ସଂଗଠନର ବୋଲି ଜଣାପଡ଼ିଛି। ଭାରତ-ମିଆଁମାର ସୀମାବର୍ତ୍ତୀ ଘଞ୍ଚ ଜଙ୍ଗଲରୁ ଯବାନଙ୍କ ମର ଶରୀରକୁ ଆଜି ଇମ୍ଫାଲ ଅଣାଯାଇଛି। ଆସନ୍ତାକାଲି ଶହୀଦ ଯବାନଙ୍କ ମରଶରୀର ତାଙ୍କ ଗାଁରେ ପହଞ୍ଚିବ। ଏହି ଦୁଃଖଦ ଘଟଣା ପହଞ୍ଚିବା ପରେ ରେଢ଼ାଖୋଲ…

"ଆତଙ୍କବାଦୀ ଆକ୍ରମଣରେ ଶହୀଦ ଓଡ଼ିଆ ଯବାନଙ୍କ ମରଶରୀର ଆସନ୍ତାକାଲି ପହଞ୍ଚିବ"

ଯୁବ-ସମ୍ବଲପୁରର ବାର୍ଷିକ ଅଧିବେଶନରେ ଯୁବପ୍ରତିଭା ସମ୍ବର୍ଦ୍ଧିତ

ସମ୍ବଲପୁର, ୯/୯ (ଓଡ଼ିଆ ପୁଅ)- ଯୁବ-ସମ୍ବଲପୁରର ବାର୍ଷିକ ଅଧିବେଶନ ଆଜି ତପସ୍ୱିନୀ ପ୍ରେକ୍ଷାଗୃହରେ ଅନୁଷ୍ଠିତ ହୋଇଯାଇଛି। ସଂଗଠନର ସଭାପତି ଲିଙ୍ଗରାଜ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ତଥା ପ୍ରିୟଦର୍ଶୀ ଅମିତାଭ ଷଡଙ୍ଗୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ବର୍ଷିୟାନ କ୍ରୀଡ଼ା ସଂଗଠକ ତଥା ପୂର୍ବତନ ନଗରପାଳ ସଂଗ୍ରାମ କେଶରୀ ସାହାଣୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି ଉତ୍ସବରେ ଶ୍ରୀ ସାହାଣୀଙ୍କ ସହିତ ଡା. ଶଙ୍କର ରାମଚନ୍ଦାନୀଙ୍କୁ ସେବା ଓ ସମର୍ପଣ ମୂଳକ ଡାକ୍ତରୀ ସେବା ସକାଶେ, ଜଳ ଓ ପରିମଳ ଦିଗରେ କାର୍ଯ୍ୟ କରୁଥିବା ରଞ୍ଜନ ପଣ୍ଡା, ନାଟ୍ୟକାର ନିର୍ଦ୍ଦେଶକ ତଥା ସଙ୍ଗୀତଜ୍ଞ ବ୍ରଜେନ୍ଦ୍ର ନାୟକ, ଐତିହାସିକ ଦୀପକ ପଣ୍ଡା, କବି ଦୁର୍ଗା ପ୍ରସାଦ ପଣ୍ଡା,…

"ଯୁବ-ସମ୍ବଲପୁରର ବାର୍ଷିକ ଅଧିବେଶନରେ ଯୁବପ୍ରତିଭା ସମ୍ବର୍ଦ୍ଧିତ"

ପେଟ୍ରୋଲ-ଡ଼ିଜେଲର ଦରବୃଦ୍ଧି ବିରୁଦ୍ଧରେ ଯୁବ-ଛାତ୍ର ବିଜେଡ଼ି ପକ୍ଷରୁ ବିକ୍ଷୋଭ

ସମ୍ବଲପୁର, ୯/୯ (ଓଡ଼ିଆ ପୁଅ) – ପେଟ୍ରୋଲ ଓ ଡିଜେଲର ଅହେତୁକ ଦରବୃଦ୍ଧି ଏବଂ ଏହାଦ୍ୱାରା ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଆକାଶ ଛୁଆଁ ମୂଲ୍ୟବୃଦ୍ଧି ଯୋଗୁଁ ସାଧାରଣ ଲୋକେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ନେଇ ଆଜି ସମ୍ବଲପୁର ଜିଲ୍ଲା ବିଜୁ ଜନତା ଦଳର ମହିଳା, ଯୁବ ଏବଂ ଛାତ୍ର ସଂଗଠନ ପକ୍ଷରୁ ଜିଲ୍ଲାବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜିଲ୍ଲାର ସମ୍ବଲପୁର, ରେଢ଼ାଖୋଲ, କୁଚିଣ୍ଡା, ରେଙ୍ଗାଲିର ବିଭିନ୍ନ ପେଟ୍ରୋଲ ପମ୍ପ ମାନଙ୍କରେ ଦୀର୍ଘ ସମୟ ଧରି ଦଳର କର୍ମକର୍ତ୍ତା ଓ କର୍ମୀମାନେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରିବା ସହିତ ପେଟ୍ରୋଲ ଓ ଡିଜେଲର ଦରବୃଦ୍ଧିର କାରଣ ଏବଂ ଏଥିରେ କେନ୍ଦ୍ର ସରକାରଙ୍କ ବିଫଳତା ନେଇ ପ୍ରଚାରପତ୍ର ବିତରଣ କରିଥିଲେ। ସହରର…

"ପେଟ୍ରୋଲ-ଡ଼ିଜେଲର ଦରବୃଦ୍ଧି ବିରୁଦ୍ଧରେ ଯୁବ-ଛାତ୍ର ବିଜେଡ଼ି ପକ୍ଷରୁ ବିକ୍ଷୋଭ"

ହୀରାକୁଦ ଡେମରେ ନିର୍ମାଣ କରାଯିବ ଆଉ ୫ ସ୍ଲୁଇସ୍ ଗେଟ: ଅକ୍ଟୋବରରୁ ଆରମ୍ଭ ହେବ ନିର୍ମାଣ କାର୍ଯ୍ୟ

ସମ୍ବଲପୁର, ୮/୯ (ଓଡ଼ିଆ ପୁଅ) – ହୀରାକୁଦ ଡେମରେ ଅତିରିକ୍ତ ସ୍ପିଲୱେ ନିର୍ମାଣ ପାଇଁ ଏହାର ବାମପାର୍ଶ୍ୱ ଡାଇକ୍ରେ ଜାଗା ଚିହ୍ନଟ ହୋଇଛି। ଆଗାମୀ ଅକ୍ଟୋବର ମାସ ଶେଷ ସୁଦ୍ଧା ଏହି ସ୍ପିଲୱେ ପ୍ରକଲ୍ପରେ ପାଂଚଟି ଅତିରିକ୍ତ ସ୍ପିଲୱେ ନିର୍ମାଣ କରାଯିବ। ଏବେ ଡେମର ୬୪ ଟି ସ୍ଲୁଇସ୍ ଓ ୩୪ଟି କ୍ରେଷ୍ଟ ଗେଟକୁ ମିଶାଇ ୯୮ ଟି ଗେଟ ରହିଛି। ଏଥିରୁ ପ୍ରତି ସେକେଣ୍ଡରେ ୧୫ ଲକ୍ଷ କ୍ୟୁସେକ ପାଣି ଛଡ଼ାଯିବାର କ୍ଷମତା ରହିଛି। ଅତିରିକ୍ତ ସ୍ପିଲୱେ ନିର୍ମାଣ ହେଲେ ଡେମରୁ ପାଣି ନିଷ୍କାସନ ପରିମାଣ ପ୍ରତି ସକେଣ୍ଡରେ ୧୮ ଲକ୍ଷ ଘନଫୁଟକୁ ବୃଦ୍ଧି ପାଇବ। ନୂଆ ସ୍ପିଲୱେ ପ୍ରକଲ୍ପ ନିର୍ମାଣ ପାଇଁ ଟାଟା…

"ହୀରାକୁଦ ଡେମରେ ନିର୍ମାଣ କରାଯିବ ଆଉ ୫ ସ୍ଲୁଇସ୍ ଗେଟ: ଅକ୍ଟୋବରରୁ ଆରମ୍ଭ ହେବ ନିର୍ମାଣ କାର୍ଯ୍ୟ"

କୋଇଲା ଚୋରାଚାଲାଣ : ଟ୍ରକ୍, ବୋଲେରୋ ଜବତ, ୪ ଗିରଫ

ସମ୍ବଲପୁର, ୮/୯ (ଓଡ଼ିଆ ପୁଅ) – ସମ୍ବଲପୁର ଜିଲ୍ଳା ହୀରାକୁଦ ସ୍ଥିତ ହିଣ୍ଡାଲକୋ ପ୍ଲାଣ୍ଟକୁ ୧୨ ଟନ୍ ଚୋରା କୋଇଲା ବୋଝେଇ କରି ଆସୁଥିବା ଓଆର୧୪କ୍ୟୁ ୮୫୫୫ ନମ୍ବର ଟ୍ରକ୍କୁ ଅଇଁଠାପାଲି ଥାନା ପୁଲିସ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଟ୍ରକ୍ର ଡ୍ରାଇଭର ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ କର୍ଡାବାହାଲର ଅନୁପମ ସାହୁ (୨୫) ଓ କଣିହାଁ ଥାନା ଅନ୍ତର୍ଗତ କାକୁଡ଼ିଆର ଉମାକାନ୍ତ ଓରଫ୍ କାଳିଆ ସାମଲ (୩୩), ହେଲପର କାକୁଡ଼ିଆର ବାପୁନ୍ ସାମଲ (୨୦) ଏବଂ ଚୋରିରେ ସଂପୃକ୍ତ କଣିହାଁ ଥାନା ଅନ୍ତର୍ଗତ ବଇଣ୍ଡାର ଆର୍ତ୍ତ ବେହେରା (୩୫)। ବିନା କାଗଜପତ୍ରରେ ଉପରୋକ୍ତ ଟ୍ରକରେ କୋଇଲା…

"କୋଇଲା ଚୋରାଚାଲାଣ : ଟ୍ରକ୍, ବୋଲେରୋ ଜବତ, ୪ ଗିରଫ"

ଆଇଆଇଏମ୍ ପାଇଁ ସ୍ଥାୟୀ ପଟ୍ଟା ସହ ଜମି ଯୋଗାଣ ଦାବି

ସମ୍ବଲପୁର, ୮/୯ (ଓଡ଼ିଆ ପୁଅ) – ସମ୍ବଲପୁର ତଥା ପଶ୍ଚିମାଞ୍ଚଳବାସୀଙ୍କ ଲଗାତର ଆନ୍ଦୋଳନ ପରେ ଶେଷରେ ପ୍ରାୟ ୩ବର୍ଷ ତଳେ ସମ୍ବଲପୁରରେ ଆଇଆଇଏମ୍ ପ୍ରତିଷ୍ଠା ହୋଇଛି। ପ୍ରତିଷ୍ଠା ବେଳେ ସରକାର ଧନକଉଡା ବ୍ଳକ କଳାମାଟି ପଞ୍ଚାୟତ ଅନ୍ତର୍ଗତ ଗୋଶାଳା ନିକଟ ବସନ୍ତୁପୁରରେ ୧୮୦ଏକର ଜମି ପ୍ରଦାନ କରିବେ ବୋଲି ଘୋଷଣା କରିଥିଲେ। ଆଇଆଇଏମ୍ ପ୍ରତିଷ୍ଠା ହେବାର ତିନି ବର୍ଷ ବିତିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସ୍ଥାୟୀ କ୍ୟାମ୍ପସ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ। ରାଜସ୍ୱ ବିଭାଗ ଦ୍ୱାରା ଆଇଆଇଏମ୍ ନାମରେ ଜମି ହସ୍ତାନ୍ତର କରାଯାଇ ନଥିବାରୁ ନିର୍ମାଣ କାର୍ଯ୍ୟ ହୋଇପାରୁ ନାହିଁ ବୋଲି ପଶ୍ଚିମାଞ୍ଚଳ ଏକତା ମଞ୍ଚ ଅଭିଯୋଗ କରିଛି। ରାଜ୍ୟ ସରକାର ଆଇଆଇଏମ୍ ନାମରେ…

"ଆଇଆଇଏମ୍ ପାଇଁ ସ୍ଥାୟୀ ପଟ୍ଟା ସହ ଜମି ଯୋଗାଣ ଦାବି"

ପଶ୍ଚିମ ଓଡ଼ିଶା ଓକିଲ ସଂଘର ଝାରସୁଗୁଡ଼ାରେ ମହତ୍ତ୍ୱପୂର୍ଣ୍ଣ ବୈଠକ ଆସନ୍ତାକାଲି

ସମ୍ବଲପୁର, ୮/୯ (ଓଡ଼ିଆ ପୁଅ) – ଆସନ୍ତାକାଲି ୯ ତାରିଖ ରବିବାରରେ ଝାରସୁଗୁଡ଼ା ଠାରେ ପଶ୍ଚିମ ଓଡ଼ିଶା ଓକିଲ ସଂଘ ସମୂହ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟୀର ମହତ୍ତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏଠାରେ କ’ଣ ନିଷ୍ପତ୍ତି ହେବ ତାକୁ ନେଇ କୌତୁହଳ ପ୍ରକାଶ ପାଇଛି। ସୁଦୀର୍ଘ ବର୍ଷ ଧରି ଚାଲି ଆସିଥିବା ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ଆନ୍ଦୋଳନ ଏବେ ଏକ ନିର୍ଣ୍ଣାୟକ ମୋଡ଼ରେ ଆସି ପହଞ୍ଚିଛି। ସାଧାରଣ ନିର୍ବାଚନ ସାଙ୍ଗକୁ ବିଧାନସଭା ନିର୍ବାଚନର ସମୟ ମଧ୍ୟ ପାଖେଇ ଆସୁଛି। ନିର୍ଦ୍ଧାରିତ ସମୟ ଠାରୁ ଆଗୁଆ ନିର୍ବାଚନ ହୋଇଯିବ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଉଛି। ଏଭଳି ସମୟରେ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟୀ ଉଭୟ…

"ପଶ୍ଚିମ ଓଡ଼ିଶା ଓକିଲ ସଂଘର ଝାରସୁଗୁଡ଼ାରେ ମହତ୍ତ୍ୱପୂର୍ଣ୍ଣ ବୈଠକ ଆସନ୍ତାକାଲି"