ଦିନକ ପରେ ନୂଆଁଖାଇ : ପଶ୍ଚିମ ଓଡ଼ିଶାରେ ଜନଜୀବନ ଚଳଚଞ୍ଚଳ

ସମ୍ବଲପୁର, ୧୩/୯ (ଓଡ଼ିଆ ପୁଅ) – ଦିନକ ପରେ ମହାନ୍ ଗଣପର୍ବ ନୂଆଁଖାଇ। ଭାଦ୍ରବ ଶୁକ୍ଲପକ୍ଷ ପଞ୍ଚମୀର ପବିତ୍ର ତିଥିରେ ପାଳନ ହେବାକୁ ଥିବା ଏହି ପର୍ବ ସକାଶେ ସମଗ୍ର ପଶ୍ଚିମ ଓଡ଼ିଶା ଚଳଚଞ୍ଚଳ ହୋଇଉଠିଛି। ଗାଁ ଠୁ ସହର ସବୁଠି ଏହି ପର୍ବ ପାଳନ ପାଇଁ ଜୋରଦାର ପ୍ରସ୍ତୁତି ହେଉଛି। ବିଭିନ୍ନ ଦୈନିକ ହାଟ ସହିତ ସାପ୍ତାହିକ ହାଟମାନଙ୍କରେ ନୂଆଁଖାଇର ଆବଶ୍ୟକୀୟ ସାମଗ୍ରୀ ନୂଆ ଧାନ, ସାରୁପତ୍ର, ହଳଦୀପତ୍ର, ସାରୁ, କୁରେଇପତ୍ର ସହିତ ଚଳିତ ଋତୁର ନୂଆ ପନିପରିବାର ଜୋର ସଉଦା ଚାଲିଛି। ଆସନ୍ତାକାଲି ଗଣେଶ ପୂଜା ଆଉ ତା’ପରଦିନ ଶୁକ୍ରବାର ନୂଆଁଖାଇ ସକାଶେ ଦୋକାନ ବଜାରରେ ଲୋକେ ଭିଡ଼ ଜମାଇଛନ୍ତି। ପର୍ବାଣୀକୁ ଦୃଷ୍ଟିରେ…

"ଦିନକ ପରେ ନୂଆଁଖାଇ : ପଶ୍ଚିମ ଓଡ଼ିଶାରେ ଜନଜୀବନ ଚଳଚଞ୍ଚଳ"

ଆବାସିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଉପରେ ଗୁରୁତ୍ୱାରୋପ

ସମ୍ବଲପୁର, ୧୩/୯ (ଓଡ଼ିଆ ପୁଅ) – ସମ୍ବଲପୁର ଏସ୍ଟି ଏବଂ ଏସ୍ସି ଉନ୍ନୟନ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ତପସ୍ୱିନୀ ପ୍ରେକ୍ଷାଳୟ ଠାରେ ଆଜି ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ନିରାପତ୍ତା ଏବଂ ସୁରକ୍ଷା ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏଥିରେ ଭୁବନେଶ୍ୱରର ସାଧନ କର୍ମୀ ଶ୍ରୀମତୀ ସୋନୀ ରାଉତ ଆବାସିକ ବିଦ୍ୟାଳୟ ମାନଙ୍କରେ ଛାତ୍ରଛାତ୍ରୀମାନଙ୍କ ବିଭନ୍ନ ସମସ୍ୟା ଏବଂ ତା’ର ପ୍ରତିକାର ସହିତ ବିଦ୍ୟାଳୟ ପରିସରରେ ଅନୁକୂଳ ବାତାବରଣ ନିର୍ମାଣ କରାଯିବାକୁ ଗୁରୁତ୍ୱାରୋପ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଅଜୟ କୁମାର ଜେନା କୁଚିଣ୍ଡା ଆଇଟିଡ଼ିଏର ପ୍ରକଳ୍ପ ପ୍ରଶାସକ କାରୁ ସୋରେନ୍, କଲ୍ୟାଣ ବିଭାଗ ସ୍କୁଲ ସମୂହର ମଣ୍ଡଳ ନିରୀକ୍ଷିକା ଶ୍ରୀମତୀ ଗୌରୀରାଣୀ…

"ଆବାସିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଉପରେ ଗୁରୁତ୍ୱାରୋପ"

ସ୍କୁଲ କଲେଜ ଶିକ୍ଷକ-କର୍ମଚାରୀ ମିଳିତ ମଞ୍ଚର ଧାରଣା

ରେଢ଼ାଖୋଲ, ୧୨/୯ (ଓଡ଼ିଆ ପୁଅ) – ୬ ଦଫା ଦାବି ନେଇ ସ୍କୁଲ, କଲେଜ ଶିକ୍ଷକ-କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ରେଢ଼ାଖୋଲ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବିଡ଼ିଓ ପରିକ୍ଷୀତ ସାହୁଙ୍କୁ ପ୍ରଦାନ କରାଯାଇଛି। ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଗତ ୨୦୧୭ ସେପ୍ଟେମ୍ବର ୧ ତାରିଖରେ ବ୍ଲକଗ୍ରାଣ୍ଟ ବ୍ୟବସ୍ଥା ଉଚ୍ଛେଦ କରାଯିବା ନେଇ ଘୋଷଣା କରିଥିଲେ। ଏଥି ସହିତ ୨୦୧୮ ଜୁନ ମାସରୁ ସପ୍ତମ ପେ ପ୍ରଦାନ କରାଯିବ ବୋଲି କହିଥିଲେ ହେଁ ଅଦ୍ୟାବଧି ପ୍ରଦାନ କରାଗଲା ନାହିଁ। ସେହିପରି ୨୦୧୮ ଏପ୍ରିଲ ୧୮ ତାରିଖ ଦିନ ଘୋଷଣା କରାଯାଇଥିବା ପୂର୍ଣ୍ଣ ଅନୁଦାନ ମଧ୍ୟ…

"ସ୍କୁଲ କଲେଜ ଶିକ୍ଷକ-କର୍ମଚାରୀ ମିଳିତ ମଞ୍ଚର ଧାରଣା"

ଆଇଆଇଏମ ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଅସୁବିଧା ଦୂରହେବ

ସମ୍ବଲପୁର, ୧୧/୯ (ଓଡ଼ିଆ ପୁଅ): ସମ୍ବଲପୁର ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ (ଆଇଆଇଏମ୍)ର ଜ୍ୟୋତିବିହାର ଅସ୍ଥାୟୀ କ୍ୟାମ୍ପସ୍ରେ ହଷ୍ଟେଲ ସୁବିଧାକୁ ନେଇ ଉପୁଜିଥିବା ସମସ୍ୟାର ଆଶୁ ସମାଧାନର ବାଟ ଫିଟିଛି। ଆଜି ସନ୍ଧ୍ୟାରେ କଲେକ୍ଟୋରେଟରେ ଜିଲ୍ଲାପାଳ ସମର୍ଥ ବର୍ମା ଆଇଆଇଏମ୍ ପ୍ରଶାସକ ଦୀପ୍ତିରଞ୍ଜନ ମହାପାତ୍ର, ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦୀପକ ବେହେରା ଏବଂ ପୂର୍ତ୍ତ ବିଭାଗ ଅଧିକାରୀଙ୍କ ସହ ବୈଠକ କରିଛନ୍ତି। ବୈଠକରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ମୁଖ୍ୟାଳୟ ଜ୍ୟୋତିବିହାରରେ ନିର୍ମାଣାଧୀନ ହଷ୍ଟେଲ କାମ ଆସନ୍ତା ୨୦ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ କରି ପୂର୍ତ୍ତ ବିଭାଗ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିବାକୁ ସ୍ଥିର ହୋଇଛି। ଆଇଆଇଏମ୍ ଛାତ୍ରଙ୍କ ସହ ଗୋଟିଏ ହଷ୍ଟେଲରେ ରହୁଥିବା ବିଶ୍ୱବିଦ୍ୟାଳୟର ୭୦…

"ଆଇଆଇଏମ ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଅସୁବିଧା ଦୂରହେବ"

ସମ୍ବଲପୁରରେ ରାଜ୍ୟସ୍ତରୀୟ କୁଳପତି ସମ୍ମିଳନୀରେ ଗବେଷଣା ଓ ବିକାଶ ଉପରେ ଜୋର

ସମ୍ବଲପୁର, ୧୧/୯ (ଓଡ଼ିଆ ପୁଅ): ଉଚ୍ଚଶିକ୍ଷା ଅନୁଷ୍ଠାନ ମାନଙ୍କରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ୧୧ଟି ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ନେଇ କୁଳପତି ସମ୍ମିଳନୀ ଆୟୋଜିତ ହୋଇଯାଇଛି। ହୋଟେଲ ନିକିରେ ଅନୁଷ୍ଠିତ କୁଳପତି ସମ୍ମିଳନୀ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ହୋଇଥିବା ବେଳେ ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ, ଭିମସାର ଓ ଭିସୁଟ୍‌ସହଯୋଗ କରିଥିଲେ। ପୂର୍ବାହ୍ଣରେ ଆୟୋଜିତ ପ୍ରାରମ୍ଭିକ ଅଧିବେଶନରେ ଉଚ୍ଚ ଶିକ୍ଷା ସଂସ୍କାର, କ୍ୟାମ୍ପସ ମାନଙ୍କରେ ଗବେଷଣା ପରିବେଶ, ଇନ୍‌ଷ୍ଟିଚ୍ୟୁସନାଲ ଏକାଡ଼େମିକ ଇଣ୍ଟେଗ୍ରିଟି ପାନେଲ (ଆଇଏଆଇପି) ଓ ଡିପାର୍ଟମେଣ୍ଟାଲ ଏକାଡେମିକ ଇଣ୍ଟେଗ୍ରିଟି ପାନେଲ (ଡିଏଆଇପି) ଗଠନ, ଉଚ୍ଚ ଶିକ୍ଷା ଅନୁଷ୍ଠାନ ମାନଙ୍କର ଶିକ୍ଷକ ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ବ୍ୟବସ୍ଥା, କ୍ଲଷ୍ଟର…

"ସମ୍ବଲପୁରରେ ରାଜ୍ୟସ୍ତରୀୟ କୁଳପତି ସମ୍ମିଳନୀରେ ଗବେଷଣା ଓ ବିକାଶ ଉପରେ ଜୋର"

ଇତିହାସ ରଚିଲେ ଭିସୁଟ ଛାତ୍ରଛାତ୍ରୀ : ୩.୬ କିଲୋମିଟର ଉତ୍କ୍ଷେପିତ ହେଲା ଭିଏସଏଲଭି

ବୁର୍ଲା, ୧୧/୯ (ଓଡ଼ିଆ ପୁଅ): ବୁର୍ଲା ବୀରସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିଏସଏସ୍ୟୁଟି) ଛାତ୍ରମାନଙ୍କ ଦ୍ୱାରା ନିର୍ମିତ ଭିଏସ୍ଏଲଭିର ତୃତୀୟ ସଂସ୍କରଣ ୧୩ ହଜାର ଫୁଟ ଅର୍ଥାତ ୩.୯୬ କିଲୋମିଟର ପ୍ରକ୍ଷେପିତ ହେବାରେ ସଫଳ ହୋଇଛି। ଭିସୁଟ ଆଇଡ଼ିଆ ଇନୋଭେସନ ସେଲର ପ୍ରାୟ ୪୦ ଜଣ ସଦସ୍ୟ ସୋମବାର ଗୋଶାଳା ନିକଟ ମହାନଦୀ କୂଳରେ ସଫଳତାର ସହ ଏହାର ପ୍ରକ୍ଷେପଣ କରିଥିଲେ। ଏହି ରକେଟଟି ୬.୫ କିଲୋ ଏବଂ ୧.୮ ମିଟର ଉଚ୍ଚତା ବିଶିଷ୍ଟ ଅଟେ ବୋଲି କୁହାଯାଇଛି। ଦଳର କ୍ୟାପ୍ଟେନ ତଥା ସମ୍ପାଦକ କେମିକାଲ ଇଞ୍ଜିନିୟରିଂର ଶେଷବର୍ଷର ଛାତ୍ର ଜଶସ୍ୱୀ ଯଶୋବନ୍ତ ସାହୁଙ୍କ ନେତୃତ୍ୱରେ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଙ୍ଗ, ମେକାନିକାଲ ଇଞ୍ଜିନିୟରିଙ୍ଗ, ସିଭିଲ ଇଞ୍ଜିନିୟରିଙ୍ଗ, ପ୍ରଡକ୍ସନ…

"ଇତିହାସ ରଚିଲେ ଭିସୁଟ ଛାତ୍ରଛାତ୍ରୀ : ୩.୬ କିଲୋମିଟର ଉତ୍କ୍ଷେପିତ ହେଲା ଭିଏସଏଲଭି"

ସମଲେଈ ଗୁଡ଼ିରେ ପହଞ୍ଚିଲା ନୂଆ ଧାନ

ସମ୍ବଲପୁର, ୧୧/୯ (ଓଡ଼ିଆ ପୁଅ) ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଏବେ ସମଗ୍ର ପଶ୍ଚିମ ଓଡ଼ିଶା ଚଳଚଞ୍ଚଳ ହୋଇ ଉଠିଛି। ଘରେ ଘରେ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆଜି ସମ୍ବଲପୁରର ଇଷ୍ଟଦେବୀ ମା’ ସମଲେଶ୍ୱରୀଙ୍କୁ ନବାନ୍ନ ଭୋଗ ପାଇଁ ନୂତନ ଧାନ ମନ୍ଦିରରେ ପହଞ୍ଚିଛି। ବଲବସପୁରର ଚାଷୀ ସୁବାସ ବେହେରା ଆଜି ସନ୍ଧ୍ୟାରେ ମନ୍ଦିରରେ ପହଞ୍ଚି ମୁଖ୍ୟ ପୂଜକ ଅମ୍ବିକା ରାୟ ଓ ତାଙ୍କ ପତ୍ନୀ ସୁରଭିଙ୍କୁ ନୂଆ ଧାନ ପ୍ରଦାନ କରିଛନ୍ତି। ପରମ୍ପରା ଅନୁଯାୟୀ ମୁଖ୍ୟ ପୂଜକଙ୍କ ପରିବାର ପକ୍ଷରୁ ଉକ୍ତଧାନରୁ ଭୋଗ ପ୍ରସ୍ତୁତି ପାଇଁ ଆବଶ୍ୟକ କାର୍ଯ୍ୟ ସମ୍ପନ୍ନ ହେବ ବୋଲି ଶ୍ରୀ ରାୟ ସୂଚନା ଦେଇଛନ୍ତି। ଇତିମଧ୍ୟରେ ନୂଆଁଖାଇ…

"ସମଲେଈ ଗୁଡ଼ିରେ ପହଞ୍ଚିଲା ନୂଆ ଧାନ"

ସମ୍ବଲପୁରର ଯୁବ ଗବେଷକ ମାନସଙ୍କୁ ଆନ୍ତର୍ଜାତୀୟ ଖ୍ୟାତି

ସମ୍ବଲପୁର, ୧୦/୯ (ଓଡ଼ିଆ ପୁଅ) – ସମ୍ବଲପୁରର ପ୍ରତିଭାବାନ ଛାତ୍ର ମାନସ ନନ୍ଦ ପ୍ରାକୃତିକ ଡିଟରଜେଣ୍ଟ ପ୍ରସ୍ତୁତ କରି ଏଥିସକାଶେ କରିଥିବା ଗବେଷଣା ପାଇଁ ଆନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାକୁ ଆସିଛନ୍ତି। ସ୍ଥାନୀୟ ସେଂଟ୍ଯୋଶେଫ୍ କନ୍ଭେଂଟ୍ ସ୍କୁଲ୍ ଏବଂ ପରେ ଗଙ୍ଗାଧର ମେହେର ଜୁନିୟର କଲେଜରୁ ପ୍ରଥମ ଶ୍ରେଣୀରେ କୃତୀତ୍ୱର ସହ ଉତ୍ତୀର୍ଣ୍ଣ ହୋଇ ମାନସ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ, ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଣ୍ଟରୁ ଅର୍ଥନୈତିକ ବ୍ୟାପାରରେ ସ୍ନାତକ ଡିଗ୍ରୀ ହାସଲ କରି ପୁଞ୍ଜି ନିବେଶ ଗବେଷକ ଭାବେ କାର୍ଯ୍ୟାରମ୍ଭ କରିଥିଲେ। ପୁଞ୍ଜି ନିବେଶ ଏବଂ ଅନୁକୂଳ ଅଂଶଧନ ସହିତ ଅର୍ଥନୈତିକ ଉପାଦାନ ଗଠନ କ୍ଷେତ୍ରରେ ସେ ବିଶ୍ୱର ମାନ୍ୟତାପ୍ରାପ୍ତ କମ୍ପାନୀମାନଙ୍କରେ ୫ ବର୍ଷ ଅବସ୍ଥାପିତ…

"ସମ୍ବଲପୁରର ଯୁବ ଗବେଷକ ମାନସଙ୍କୁ ଆନ୍ତର୍ଜାତୀୟ ଖ୍ୟାତି"

ବିଷ୍ଣୁ ପ୍ରଧାନଙ୍କ ପରଲୋକ

ସମ୍ବଲପୁର, ୧୦/୯ (ଓଡ଼ିଆ ପୁଅ) – ପୁରାତନ ଲୋକପ୍ରିୟ ପୁରସ୍କାରପ୍ରାପ୍ତ ଶିକ୍ଷକ, ପ୍ରାଥମିକ ଶିକ୍ଷକ ସଂଘର ପ୍ରାରମ୍ଭିକ କାଳର କର୍ମକର୍ତ୍ତା ବିଷ୍ଣୁ ଚରଣ ପ୍ରଧାନଙ୍କ ତାଙ୍କ ମୁଦିପଡ଼ା ସ୍ଥିତ ବାସଭବନରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୯୭ ବର୍ଷ ବୟସ ହୋଇଥିଲା। କାଲି ସନ୍ଧ୍ୟାରେ ତାଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି ସ୍ଥାନୀୟ ରାଜଘାଟରେ ଦାହସକ୍ରାର କରାଯାଇଛି।

"ବିଷ୍ଣୁ ପ୍ରଧାନଙ୍କ ପରଲୋକ"

ମହାନଦୀରେ ନିଖୋଜ ଛାତ୍ରଙ୍କ ଶବ ଦେଓଗାଁରେ ମିଳିଲା

ସମ୍ବଲପୁର, ୧୦/୯ (ଓଡ଼ିଆ ପୁଅ) – ସମ୍ବଲପୁର ନୂଆ ମହାନଦୀ ବ୍ରିଜ୍ ତଳେ ଗାଧୋଇବାକୁ ଯାଇ ରବିବାର ପୂର୍ବାହ୍ନରୁ ନିଖୋଜ ଥିବା ଅଇଁଠାପାଲିର ଦୀନେଶ ପାଶ୍ୱାନଙ୍କ ପୁଅ ଅମନ୍ (୧୫)ଙ୍କ ମୃତଦେହ ଆଜି ମଧ୍ୟାହ୍ନ ପୂର୍ବରୁ ଦେଓଗାଁ ନିକଟରେ ମହାନଦୀରୁ ଉଦ୍ଧାର କରାଯାଇଛି। ଗତକାଲିଠାରୁ ଏହି କାମରେ ଲାଗିଥିବା ଅଗ୍ନିଶମ ବିଭାଗ କର୍ମଚାରୀ ଏବଂ ପୋଲିସ ଧମା ପର୍ଯ୍ୟନ୍ତ ବ୍ୟାପକ ଖୋଜାଖୋଜି କରିବା ପରେ ଆହୁରି ଆଗକୁ ବଢ଼ିବାରେ ଦେଓଗାଁ ନିକଟରେ ଶବ ଠାବ କରିଛନ୍ତି। ପୋଷ୍ଟମର୍ଟମ ପରେ ମୃତଦେହକୁ ତାଙ୍କ ପରିବାର ବର୍ଗଙ୍କୁ ଦିଆଯାଇଛି। ମଦନାବତୀ ସ୍କୁଲରେ ଦଶମ ଶ୍ରେଣୀରେ ପଢ଼ୁଥିବା ଅମନ୍ ତାଙ୍କ ୫ ଜଣ ସହପାଠୀଙ୍କ ସହ ହାୱାମଇଦାନ୍କୁ ଫୁଟବଲ ଖେଳିବାକୁ…

"ମହାନଦୀରେ ନିଖୋଜ ଛାତ୍ରଙ୍କ ଶବ ଦେଓଗାଁରେ ମିଳିଲା"