ସମ୍ବଲପୁରରେ ସାଇବର ପୋଲିସ ଥାନା ଖୁବ୍ ଶୀଘ୍ର : ଉତ୍ତରାଞ୍ଚଳ ଆଇଜି

ସମ୍ବଲପୁର, ୨୦/୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – ସମ୍ବଲପୁରରେ ଖୁବ୍ ଶୀଘ୍ର ସାଇବର ପୋଲିସ ଥାନା ଖୋଲିବ ବୋଲି ଉତ୍ତରାଞ୍ଚଳ ଆଇଜି ସୁଶାନ୍ତ କୁମାର ନାଥ ସୂଚନା ଦେଇଛନ୍ତି। ଗତକାଲି ସ୍ଥାନୀୟ ରିଜର୍ଭ ପୋଲିସ ଲାଇନ ସ୍ଥିତ ପୋଲିସ କମ୍ୟୁନିଟୀ ହଲ ଠାରେ ସାଇବର ଅପରାଧ ଅନୁସନ୍ଧାନ ସମ୍ପର୍କୀତ ଏକ କର୍ମଶାଳାକୁ ଉଦ୍ଘାଟନ କରି ସେ ଏହି ସୂଚନା ଦେଇଛନ୍ତି। ଏହାକୁ ସେ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସଞ୍ଜୀବ ଆରୋରା ଉଦ୍ଘାଟନ କରିଥିଲେ। କର୍ମଶାଳାରେ ସାଇବର ଫରେନ୍ସିକ୍, ଏଟିଏମ ଏବଂ କ୍ରେଡ଼ିଟ୍ କାର୍ଡ଼ ଠକେଇର ତଦନ୍ତ, ଫେସବୁକ୍ ସମ୍ପର୍କୀତ ଅପରାଧର ଅନୁସନ୍ଧାନ, ଆପତ୍ତିଜନକ ଚିତ୍ର ଓ ଭିଡ଼ିଓର ପ୍ରସାରଣର ଅନୁସନ୍ଧାନ ବାବଦରେ ପ୍ରଶିକ୍ଷଣ ଦିଆଯାଇଥିଲା।…

"ସମ୍ବଲପୁରରେ ସାଇବର ପୋଲିସ ଥାନା ଖୁବ୍ ଶୀଘ୍ର : ଉତ୍ତରାଞ୍ଚଳ ଆଇଜି"

ଜମନକିରା: ମେ।ବାଇଲ ସେବା ବିପର୍ଯ୍ୟସ୍ତ

ଜମନକିରା, ୧୮।୧(ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା): ସମ୍ବଲପୁର ଜିଲା ଜମନକିରା ବ୍ଲକ୍ ଅଞ୍ଚଳରେ ମେ।ବାଇଲ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହେ।ଇପଡ଼ିଛି। ପ୍ରତ୍ୟେକ ଦିନେ ଦିଦିନ ଅନ୍ତରରେ ମେ।ବାଇଲ ନେଟୱାର୍କ ଲୁଚକାଳି ଖେଳ ଖେଳୁଛି। ଇଣ୍ଟରନେଟ ନଚାଲିବାରୁ ଉପଭେ।କ୍ତା ନାହିଁ ନଥିବା ଅସୁବିଧାରେ ପଡ଼ିଥିବା ଅଭିଯେ।ଗ ହେଉଛି। ଉପଭେ।କ୍ତା ମାନେ ଅଧିକାରୀଙ୍କୁ ଯେ।ଗାଯେ।ଗ କରି ପ୍ରତିକାର ବ୍ୟବସ୍ଥା ପାଇଁ ଅନୁରେ।ଧ କରିଆସୁଥିଲେ ସୁଦ୍ଧା କୌଣସି ପ୍ରତିକାର ବ୍ୟବସ୍ଥା କରାଯାଉନାହିଁ। ତେବେ ଆଗାମୀ ଦିନରେ ଏଭଳି ସମସ୍ୟା ନହେବା ଦିଗରେ ପଦକ୍ଷେପ ନେବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେ।ଇଛି। ଏସଂକ୍ରାନ୍ତରେ ଦେବଗଡ଼ ଏସ୍ ଡ଼ିଓଟି ନିଶିକାନ୍ତ ସିଆଲଙ୍କୁ ଯେ।ଗାଯେ।ଗ କରି ପଚାରବାରୁ ସେ ଛୁଟିରେ ଥିବା ଅଛନ୍ତି ତେବେ…

"ଜମନକିରା: ମେ।ବାଇଲ ସେବା ବିପର୍ଯ୍ୟସ୍ତ"

ଜଳସମ୍ପଦ ବିଶେଷଜ୍ଞ ଜପାମାଳୀ ପୂଜାରୀ ଆଉ ନାହାନ୍ତି

ସମ୍ବଲପୁର, ୧୫ା୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା): ବିଶିଷ୍ଟ ଜଳସମ୍ପଦ ବିଶେଷଜ୍ଞ ତଥା ପୂର୍ବତନ ଅଧିକ୍ଷଣ ଯନ୍ତ୍ରୀ ଜପାମାଳୀ ପୂଜାରୀଙ୍କ ଗତ ୧୦ ତାରିଖ ଦିନ ଭୁବନେଶ୍ୱର ଏକ ହସପିଟାଲରେ ପରଲେ।କ ହେ।ଇଯାଇଛି। ମୃତ୍ୟୁ ବେଲକୁ ତାଙ୍କୁ ୮୩ ବର୍ଷ ବୟସ ହେ।ଇଥିଲା। ସ୍ଥାନୀୟ ରାଜଘାଟରେ ତାଙ୍କ ଅନ୍ତେଷ୍ଟି ସମ୍ପର୍ଣ୍ଣ ହେ।ଇଥିଲା। ତାଙ୍କ ପୁତ୍ର ଇଂ. ସୁଶାନ୍ତ କୁମାର ପୂଜାରୀଙ୍କ ସହିତ ଇଂ ମାନଭଞ୍ଜନ ବେହେରା, ଡା. କାଞ୍ଚନ ରାୟ, ବରିଷ୍ଠ ଆଇନଜୀବୀ ମାଧବଚନ୍ଦ୍ର ପଣ୍ଡା, ଡା. ବିଶ୍ୱଜିତ ମିଶ୍ର, ମହେନ୍ଦ୍ର କୁମାର ପୂଜାରୀ, ବୀରଜାକାନ୍ତ ପାଣିଗ୍ରାହୀ, ଇଂ. ଶ୍ରୀକୃଷ୍ଣ ମାଝୀଙ୍କ ସମେତ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ସ୍ୱର୍ଗତ ପୂଜାରୀ ରେଭେନ୍ସା କଲେଜିଏଟ୍…

"ଜଳସମ୍ପଦ ବିଶେଷଜ୍ଞ ଜପାମାଳୀ ପୂଜାରୀ ଆଉ ନାହାନ୍ତି"

ମାଲକାନଗିରି ବ୍ଲକ ଅଫିସ ଘେରାଉ କଲେ ସାଂସଦ, ବିଧାୟକ ଓ ବିଜେଡି କର୍ମୀମାନେ

ମାଲକାନଗିରି, ୧୫।୧ (ଓଡିଆ ପୁଅ )ଚାଷୀମାନଙ୍କ ଅମଳ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨, ୯୩୦ ଟଙ୍କାକୁ ବୃଦ୍ଧି ଦାବିକରି ମାଲକାନଗିରି ଜିଲ୍ଲା ବିଜେଡି ଦଳ ପକ୍ଷରୁ ଆଜି ମାଲକାନଗିରି ସଦର ବ୍ଲକ କାର୍ଯ୍ୟାଳୟ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଘେରାଉ କରାଯାଇ ସାଂସଦ ଓ ବିଧାୟକ ଦୀର୍ଘ ୫ ଘଟାଂ ଧରି ଧାରଣାରେ ବସିଥିଲେ। ଗରିବ ଚାଷୀଙ୍କ ଧାନର ସର୍ବନିମ୍ନ ମୂଲ୍ୟ ୨, ୯୩୦ ଟଙ୍କାକୁ ବୃଦ୍ଧି କରିବାପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇ ଥିବା ପ୍ରସ୍ତାବକୁ କେନ୍ଦ୍ର ସରକାର ପ୍ରତ୍ୟାଖାନ କରିଥିବାରୁ ଏହାର ପ୍ରତିବାଦରେ ଜିଲ୍ଲା ବେଜେଡି ଦଳ ପକ୍ଷରୁ ଜିଲ୍ଲା ସଭାପତି ମାଲକାନଗିରି ବିଧାୟକ ମାନସ ମାଡକାମିଙ୍କ ନେତୃତ୍ୱରେ ଆଜି ସକାଳ…

"ମାଲକାନଗିରି ବ୍ଲକ ଅଫିସ ଘେରାଉ କଲେ ସାଂସଦ, ବିଧାୟକ ଓ ବିଜେଡି କର୍ମୀମାନେ"

ଦୀପକ ପଣ୍ଡାଙ୍କ ରଚିତ ସମ୍ବଲପୁର ଇତିହାସ ଏମସିଏଲ ସିଏମଡ଼ିଙ୍କ ଦ୍ୱାରା ଉନ୍ମୋଚିତ

ସମ୍ବଲପୁର, ୧୫/୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା)- ଶନିବାରଦିନ ଅପରାହ୍ନରେ ବୁର୍ଲା ସ୍ଥିତ ମହାନଦୀ କୋଇଲା କମ୍ପାନୀ ମୁଖ୍ୟାଳୟର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଅନୀଲ କୁମାର ଝାଙ୍କ ପ୍ରକୋଷ୍ଠରେ ଏମସିଏଲର ସମସ୍ତ ନିର୍ଦ୍ଦେଶକଙ୍କ ଉପସ୍ଥିତିରେ ସମ୍ବଲପୁର ପ୍ରେସ କ୍ଲବର ସଭାପତି ଦୀପକ କୁମାର ପଣ୍ଡାଙ୍କ ଦ୍ୱାରା ରଚିତ ‘ସମ୍ବଲପୁର ଇତିହାସ’ ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ଯେଉଁଥିରେ ଦ୍ୱିତୀୟ ଶତାବ୍ଦୀରୁ ଆଜି ପର୍ଯ୍ୟନ୍ତ ସମ୍ବଲପୁରର ଇତିହାସ ଧାରାବାହିକ ଭାବରେ ବର୍ଣ୍ଣନା କରାଯାଇଛି। ଏହି ଅବସରରେ ବୈଷୟିକ ପରିଚାଳନା ନିର୍ଦ୍ଦେଶକ ଜେ.ପି.ସିଂହ, କାର୍ମିକ ନିର୍ଦ୍ଦେଶକ ଲୀଳାନନ୍ଦ ମିଶ୍ର, ମୁଖ୍ୟ ସତର୍କତା ଅଧିକାରୀ (ଆଇଆରପିଏଫ) ମୁନାବର ଖୁର୍ସିଦ, ଯୋଜନା ଓ ପରିଯୋଜନା ବୈଷୟି୍କ ନିର୍ଦ୍ଦେଶକ ଓ.ପି.ସିଂ, ଏହି ପୁସ୍ତକର ଲେଖକ…

"ଦୀପକ ପଣ୍ଡାଙ୍କ ରଚିତ ସମ୍ବଲପୁର ଇତିହାସ ଏମସିଏଲ ସିଏମଡ଼ିଙ୍କ ଦ୍ୱାରା ଉନ୍ମୋଚିତ"

ସଫଲ ଆଉଟଲେଟ ସମ୍ବଲପୁରରେ ଉଦ୍ଘାଟିତ

ସମ୍ବଲପୁର, ୧୪/୧(ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା): – ମଦର ଡ଼େରୀ ଫ୍ରୁଟ ଏଣ୍ଡ ଭେଜିଟେବଲ୍ ଲିମିଟେଡ଼ର ପୂର୍ଣ୍ଣ ସହଯୋଗୀ ଏନଡ଼ିଡ଼ିବିର ଫ୍ରୁଟ ଏଣ୍ଡ ଭେଜିଟେବଲ ଉପକ୍ରମ ‘ସଫଲ’ ପକ୍ଷରୁ ସମ୍ବଲପୁରରେ ଏହାର ରିଟେଲ ଆଉଟଲେଟ ଖୋଲାଯାଇଛି। ସ୍ଥାନୀୟ ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ସଫଲର ଆଉଟଲେଟକୁ ସମ୍ବଲପୁର ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ ଆଜି ଉଦ୍ଘାଟନ କରିଛନ୍ତି। ସମ୍ବଲପୁର ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍ପି ସଞ୍ଜୀବ ଆରୋରା, ମଦର ଡ଼େରୀ ଫ୍ରୁଟ ଏଣ୍ଡ ଭେଜିଟେବଲ ପ୍ରାଇଭେଟ ଲିମିଟେଡ଼ର ପରିଚାଳନା ନିର୍ଦ୍ଦେଶକ ସଞ୍ଜୀବ ଖାନା, ଏନ୍ଡ଼ିଡ଼ିବିର ଚେୟାରମେନ ଦିଲ୍ଲୀପ ରଥ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ। ସତେଜ ଫଳ, ପନିପରିବା, ଧାରା ଖାଇବା ତେଲ ଏବଂ ବିଭିନ୍ନ ଦୁଗ୍ଧଜାତ ଉତ୍ପାଦନ…

"ସଫଲ ଆଉଟଲେଟ ସମ୍ବଲପୁରରେ ଉଦ୍ଘାଟିତ"

ଶ୍ରେୟସ ମୃତ୍ୟୁ ଘଟଣାର ତଦନ୍ତ କରି ପୋଲିସ ବିଶାଖାପାଟଣା ଫେରିଲା

ବାମରା, ୧୪/୧(ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା): – ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଗଡ଼ପୋଷର ଶୈଳେସ କେଶରୱାନୀଙ୍କ ପୁଅ ଶ୍ରେୟସ (୧୬) ଆନ୍ଧ୍ର ପ୍ରଦେଶ ବିଶାଖାପାଟଣା ଶ୍ରୀଚୈତନ୍ୟ କଲେଜରେ ପଢ଼ୁଥିବା ବେଳେ ସହପାଠୀମାନଙ୍କ ର୍ୟାଗିଂରେ ମୃତ୍ୟୁ ଘଟିଛି। ଶନିବାର ଏହି ଘଟଣାରେ ବିଶାଖାପାଟଣା ପୋଲିସ ଗଡ଼ପୋଷ ପହଞ୍ଚି ତଦନ୍ତ କରି ଫେରିଯାଇଛି। ଆନ୍ଧ୍ର ପୋଲିସର ଏହି ଟିମ୍ ଶନିବାର ରାଉରକେଲାରୁ ଅପରାହ୍ନ ୧ଟାରେ ଗୋବିନ୍ଦପୁର ଥାନାରେ ପହଞ୍ଚି ଥିଲା। ସେଠାରୁ ସ୍ଥାନୀୟ ପୋଲିସ ସହ ଯାଇ ସାଢ଼େ ୩ଟାରେ ଶ୍ରେୟସଙ୍କ ଘର ଗଡ଼ପୋଷରେ ପହଞ୍ଚିଥିଲା। ପ୍ରାୟ ୩ ଘଣ୍ଟା ଧରି ପିଏମ ପାଲାମ ଥାନା ଆଇଆଇସି କେ. ଲକ୍ଷ୍ମଣ ମୂର୍ତ୍ତିଙ୍କ ସମେତ ୫ ଜଣିଆ ତଦନ୍ତକାରୀ ଟିମ୍…

"ଶ୍ରେୟସ ମୃତ୍ୟୁ ଘଟଣାର ତଦନ୍ତ କରି ପୋଲିସ ବିଶାଖାପାଟଣା ଫେରିଲା"

ନ୍ୟାୟ ପାଇଁ ଭିକ୍ଷାଥାଳ ଧରିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ସମ୍ବଲପୁର, ୧୪/୧(ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା):  – ବିଭିନ୍ନ ଦାବି ନେଇ ଆନ୍ଦୋଳନରତ ୧୦୮ ଆମ୍ବୁଲାନ୍ସ ସାର୍ଭିସ କର୍ମଚାରୀ ୟୁନିୟନ ଆଜି ଏଠାରେ ଦାବିପ୍ରତି ଦୃଷ୍ଟି ଆକର୍ଷଣ ସକାଶେ ଭିକ୍ଷା ଅଭିଯାନ କରିଛି। ୟୁନିୟନର ସଦସ୍ୟମାନେ ଗତ ମାସ ୨୦ ତାରିଖ ଠାରୁ ସ୍ଥାନୀୟ ଆରଡ଼ିସି ଅଫିସ ସମ୍ମୁଖରେ ଧାରଣା ଆରମ୍ଭ କରିଥିଲେ। ଓଭରଟାଇମ୍ ପ୍ରାପ୍ୟ, ଖାଦ୍ୟ ଭତ୍ତା, ଆମ୍ବୁଲାନ୍ସ ସେବାର ଆଉଟସୋର୍ସ କମ୍ପାନୀକୁ ଅନ୍ତର କରିବା, ଏହି ଆମ୍ବୁଲାନ୍ସ ସେବାକୁ ଓଡ଼ିଶାରୁ ସଂଚାଳନ କରାଯିବା ପ୍ରଭୃତି ବିଷୟ ଏହି ଦାବି ତାଲିକାରେ ଅନ୍ତର୍ଭୁକ୍ତ ରହିଛି। ଗତ ଜାନୁଆରୀ ୪ ତାରିଖ ରାତି ଏହି ଆନ୍ଦୋଳନକୁ ବେଆଇନ ଘୋଷଣା କରାଯାଇଥିଲା ଏବଂ ପୋଲିସ ଏସ୍ମା ବଳରେ ଧାରଣାସ୍ଥଳରୁ…

"ନ୍ୟାୟ ପାଇଁ ଭିକ୍ଷାଥାଳ ଧରିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ"

ପୁଚି ଖେଳିବା ବେଳେ ୧୦ ଛାତ୍ରୀ ଅଚେତ

ସମ୍ବଲପୁର, ୧୪/୧(ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା): – ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ବଡ଼ସାହିର ଉନ୍ନୀତ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ ଚାଲିଥିବା ବେଳେ ଶନିବାର ଅପରାହ୍ନ ୨ଟାରେ ଅଘଟଣ ଘଟିଛି। ପୁଚି ଖେଳରେ ଭାଗ ନେଇଥିବା ୧୦ ଜଣ ଛାତ୍ରୀ ଅଚେତ ହୋଇ ଯାଇଥିଲେ। ସ୍କୁଲ କର୍ତ୍ତୃପକ୍ଷ, ଅଭିଭାବକ ପାଣି ଛିଞ୍ଚିବା ପରେ ୭ ଜଣଙ୍କ ଚେତା ଫେରିଥିଲା। ତେବେ ଜ୍ୟୋତି ମିର୍ଦ୍ଧା (୧୩), ଅଭିଯାତ୍ରୀ ମିର୍ଦ୍ଧା (୧୨) ଓ ପ୍ରିୟଙ୍କା କିଷାନ (୧୧)ଙ୍କୁ ଜିଲ୍ଲା ସଦର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସା ପରେ ସେମାନଙ୍କୁ ଶିଶୁ ୱାର୍ଡ଼ରେ ଭର୍ତ୍ତି କରାଯାଇଛି। ପ୍ରିୟଙ୍କାଙ୍କ ଅବସ୍ଥାରେ ସୁଧାର ଆସିଥିବା ବେଳେ ଅନ୍ୟ ୨ ଜଣଙ୍କୁ କ୍ୟାବିନରେ ଚିକିତ୍ସା…

"ପୁଚି ଖେଳିବା ବେଳେ ୧୦ ଛାତ୍ରୀ ଅଚେତ"

ସମ୍ବଲପୁର ପୁସ୍ତକମେଳାରେ ଏଥର ୧୬୦ ଷ୍ଟଲ : ପ୍ର. ମୀନକେତନ ପୁରୋହିତ ପାଇବେ ସେତୁ ସମ୍ମାନ

ସମ୍ବଲପୁର, ୧୪/୧(ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା): ସମ୍ବଲପୁରର ବୌଦ୍ଧିକ ଅନୁଷ୍ଠାନ ‘ସେତୁ’ ପକ୍ଷରୁ ‘ବିଂଶତିତମ ସମ୍ବଲପୁର ପୁସ୍ତକ ମେଳା’ ଆସନ୍ତା ଜାନୁଆରୀ ୧୫ରୁ ୨୪ ତାରିଖ ପର୍ଯ୍ୟନ୍ତ ଅଇଁଠାପାଲିସ୍ଥିତ ବିର୍ସା ମଇଦାନରେ ଆୟୋଜିତ ହେବ। ଏ ବର୍ଷ ୧୬୦ଟି ଷ୍ଟଲରେ ରାଜ୍ୟ ତଥା ରାଜ୍ୟ ବାହାରର ଅନୁଷ୍ଠାନ – ପୁସ୍ତକ ବିକ୍ରେତା, ବିତରକ, ପ୍ରକାଶକ, ଆଧ୍ୟାତ୍ମିକ ସଂସ୍ଥା, ଶିକ୍ଷା ପ୍ରତିଷ୍ଠାନ, ବ୍ୟାଙ୍କ ଆଦି ଆଂଶଗ୍ରହଣ କରିବେ ବୋଲି ‘ସେତୁ’ ସଭାପତି ଡା. ରମାବଲ୍ଲଭ ମିଶ୍ର ଶନିବାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଉଦ୍ଘାଟନୀ ଓ ଉଦ୍ୟାପନୀ ଦିବସ ବ୍ୟତିରେକ ପ୍ରତ୍ୟହ ସଂଧ୍ୟାରେ ସାଂପ୍ରତିକ ବିଷୟ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହେବ। ପୁସ୍ତକମେଳାର ‘ମୁଖ୍ୟ ତୋରଣ’ ଓ ‘ସଭାମଞ୍ଚ’…

"ସମ୍ବଲପୁର ପୁସ୍ତକମେଳାରେ ଏଥର ୧୬୦ ଷ୍ଟଲ : ପ୍ର. ମୀନକେତନ ପୁରୋହିତ ପାଇବେ ସେତୁ ସମ୍ମାନ"