େଚାରି ସାମଗ୍ରୀ ସହ ୩ ଗିରଫ

ସମ୍ବଲପୁର, ୨୦/୧୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ କତରକେଲା ଗାଁର ଜଗଦୀଶ ରୋହିଦାସଙ୍କ ଘରୁ େଚାରି ମାମଲାରେ ପୋଲିସ ତିନି ଜଣଙ୍କୁ ଗିରଫ କରିବା ସହିତ େଚାରି ସାମଗ୍ରୀ ଉଦ୍ଧାର କରିଛନ୍ତି। େଚାରି ହୋଇଥିବା ତିନୋଟି ଦୁଆରବନ୍ଧ, ସ୍ପ୍ରେୟର ମେସିନ ପ୍ରଭୃତି ସାମଗ୍ରୀ ଉଦ୍ଧାର କରାଯାଇ ଏହାକୁ ନେବା ସକାଶେ ବ୍ୟବହୃତ ଟାଟା ମ୍ୟାଜିକ ଗାଡ଼ିକୁ ମଧ୍ୟ ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଗଣ୍ଡଜାମମାଲର ସାଧୁ ମେହେର ଓ ଗୁଣ୍ଡୂୁରୁଚୁଆଁର କୁମରମଣି ଭୋଇ ଏବଂ େଚାରି ସାମଗ୍ରୀ ରଖିଥିବା ଗୁଣ୍ଡୁରଚୁଆଁର ଶ୍ରୀକାନ୍ତ କଣ୍ଠିଆଲି।

"େଚାରି ସାମଗ୍ରୀ ସହ ୩ ଗିରଫ"

ପୋଲିସ ପକ୍ଷରୁ ଅବକାରୀ ଚଢ଼ଉ

ସମ୍ବଲପୁର, ୨୦/୧୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – ଗତ ରାତି ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ପୋଲିସ ପକ୍ଷରୁ ଅବକାରୀ ଚଢ଼ଉ କରାଯାଇଥିଲା। ଏ ନେଇ ଧନୁପାଲି, ଅଇଁଠାପାଲି, କ୍ଷେତରାଜପୁର, ଯୁଯୁମୁରା, ହୀରାକୁଦ ଓ ନାକ୍ଟିଦେଉଳ ଥାନାରେ ୬ଟି ମାମଲା ରୁଜୁ କରାଯାଇ ୬ ଜଣଙ୍କୁ ଗିରଫ କରାଯାଇଛି। ଏମାନଙ୍କ ଠାରୁ ୧୧୮ ପାଉଚ ଦେଶୀ ମଦ, ୮୦ ଲିଟର ସ୍ପିରିଟ ମଦ ପ୍ରଭୃତି ଜବତ କରଯାଇଛି। ନାକଟିଦେଉଳ ଥାନା ପୋଲିସ ବ୍ଲକ ଛକରେ ଖାନତଲାସ କରି ୬ କେଜି େଚାରା ଗଞ୍ଜେଇ ସହ ଦେବଗଡ଼ ଜିଳ୍ଲା କୁଣ୍ଢେଇଗୋଲା ଥାନା ଅଞ୍ଚଳର ବାବୁ ପ୍ରଧାନଙ୍କୁ ଗିରଫ କରିଛନ୍ତି।

"ପୋଲିସ ପକ୍ଷରୁ ଅବକାରୀ ଚଢ଼ଉ"

ସମ୍ବଲପୁର ଉପଖଣ୍ଡରେ ୨୯୩୯୬୦ ବସ୍ତା ଧାନ ସଂଗୃହୀତ

ସମ୍ବଲପୁର, ୨୦/୧୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – ସମ୍ବଲପୁର ଜିଲ୍ଲାରେ ୨୦୧୭-୧୮ ବର୍ଷର ଖରିଫ ବା ଋତୁ ଫସଲର ଧାନ ସଂଗ୍ରହ କାର୍ଯ୍ୟ ଧୀରେ ଧୀରେ ଜୋର ଧରିବାରେ ଲାଗିଛି। ଧାନ ଅମଳ କାର୍ଯ୍ୟ ମେଘୁଆ ପାଗ ଯୋଗୁଁ ଧୀମେଇ ଯାଇଥିବା ବେଳେ ଏବେ ଚାଷୀମାନେ ଏଥିପାଇଁ ସକ୍ରିୟ ହୋଇଛନ୍ତି। ଜିଲ୍ଲାର ୩ ଉପଖଣ୍ଡ ମଧ୍ୟରୁ ସମ୍ବଲପୁର ଉପଖଣ୍ଡରେ ଗତ ୫ ଦିନ ହେଲା ଋତୁ ଫସଲର ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ସୁଦ୍ଧା ଏହି ଉପଖଣ୍ଡ ଆରଏମସିର ୩୦ଟି ବଜାର ପ୍ରାଙ୍ଗଣ ଓ ଧାନ କ୍ରୟ କେନ୍ଦ୍ର ମଧ୍ୟରୁ ୨୭ଟିରେ ୧୬୬୯ ଜଣ ଚାଷୀଙ୍କ ୨୯୩୯୬୦ ବସ୍ତା ଧାନ ସଂଗ୍ରହ କରାଯାଇଛି।…

"ସମ୍ବଲପୁର ଉପଖଣ୍ଡରେ ୨୯୩୯୬୦ ବସ୍ତା ଧାନ ସଂଗୃହୀତ"

ପଲ୍ଲୀଶ୍ରୀ ମେଳାରେ ଖୁବ୍ ଭିଡ଼

ସମ୍ବଲପୁର, ୨୦/୧୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – ସ୍ଥାନୀୟ ଅଇଁଠାପାଲି ପିଏଚଇଡ଼ି ପଡ଼ିଆ ବା ବିର୍ଶାମୁଣ୍ଡା ମଇଦାନରେ ଓରମାସ ପକ୍ଷରୁ ଚାଲିଥିବା ପଲ୍ଲୀଶ୍ରୀ ମେଳା ଖୁବ୍ ଜନାଦ୍ରୁତ ହୋଇଛି। ମେଳା ସ୍ଥଳରେ ବହୁ ଲୋକ ଭିଡ଼ ହେବା ସହିତ ବିକ୍ରିବଟା ପୁରାଦମ୍ରେ ଚାଲିଛି। ଗତ ୧୭ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ମେଳାରେ ପ୍ରଥମ ତିନି ଦିନ ମଧ୍ୟରୁ ଶନିବାର, ରବିବାରରେ ପ୍ରଚୁର କାରବାର ହୋଇଛି। ଆଜି ମଧ୍ୟ ମେଳା ସ୍ଥଳରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ପଲ୍ଲୀଶ୍ରୀ ମେଳାରେ ମଧ୍ୟ ପ୍ରଦେଶର ହର୍ବଲ ଜିନିଷ ଓ ପିତଳ କାମ, ପଶ୍ଚିମବଙ୍ଗର ଝୋଟରେ ତିଆରି ସାମଗ୍ରୀ, ପାରମ୍ପରିକ ପୋଷାକ, ଉତ୍ତର ପ୍ରଦେଶର ଫର୍ଣ୍ଣିଚର, କାଠକାମ,…

"ପଲ୍ଲୀଶ୍ରୀ ମେଳାରେ ଖୁବ୍ ଭିଡ଼"

ସମ୍ବଲପୁର ଆକାଶବାଣୀ ସମାଚାର ବିଭାଗରେ ନୂଆ ମୁଖ୍ୟଙ୍କ ଯୋଗଦାନ

ସମ୍ବଲପୁର, ୨୦/୧୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – ସମ୍ବଲପୁର ଆକାଶବାଣୀ ସମାଚାର ବିଭାଗ ବା ଆଞ୍ଚଳିକ ସମ୍ବାଦ ୟୁନିଟର ନୂତନ ସହକାରୀ ସମ୍ପାଦକ ରୂପେ ଶ୍ରୀ ସତ୍ୟନାରାୟଣ ପଟ୍ଟନାୟକ ଆଜି କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ୨୦୧୬ ଜାନୁଆରୀ ୨୩ ତାରିଖ ଏଠାରେ ସମ୍ବାଦ ୟୁନିଟ ସ୍ଥାପନ ଓ ସମ୍ବଲପୁରୀ ଖବର ବୁଲେଟିନ୍ ପ୍ରସାରଣ ସମୟରୁ ଏଠାରେ ଏହି ପଦବୀରେ ଥିବା ସୀତାନାଥ ମିଶ୍ରଙ୍କୁ ଭୁବନେଶ୍ୱର ଦୂରଦର୍ଶନ ସମାଚାର ବିଭାଗର ଉପନିର୍ଦ୍ଦେଶକ ପଦବୀରେ ଅବସ୍ଥାପିତ କରାଯାଇଛି। ଶ୍ରୀ ପଟ୍ଟନାୟକ ପୂର୍ବରୁ ଆକାଶବାଣୀ ସମାଚାରର ସହକାରୀ ନିର୍ଦ୍ଦେଶକ ଭାବେ ଭୁବନେଶ୍ୱରରେ ଅବସ୍ଥାପିତ ଥିଲେ। ଆଜି ସମ୍ବଲପୁର ସମାଚାର ୟୁନିଟରେ ବହୁ ଅଧିକାରୀ ଏବଂ କର୍ମଚାରୀ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ।

"ସମ୍ବଲପୁର ଆକାଶବାଣୀ ସମାଚାର ବିଭାଗରେ ନୂଆ ମୁଖ୍ୟଙ୍କ ଯୋଗଦାନ"

ଭିସୁଟ ମହିଳା କ୍ଲବର ବାର୍ଷିକ ଉତ୍ସବ

ବୁର୍ଲା, ୧୯/୧୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା): – ଭିସୁଟ୍‌ମହିଳା କ୍ଲବର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କୁଳପତି ପ୍ରଫେସର ଇ. ସାଇବାବା ରେଡ୍ଡି ଏହାକୁ ଉଦଘାଟନ କରିଛନ୍ତି। କ୍ଲବ ସଭାନେତ୍ରୀ ସୁଧା ରେଡୀଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ମହିଳା କ୍ଲବ ଦ୍ୱାରା ଅନାଥାଶ୍ରମରେ କମ୍ବଳ ବିତରଣ, ଚାରାରୋପଣ ଓ ସ୍ୱଚ୍ଛଭାରତ ଅଭିଯାନ ହାତକୁ ନିଆ ଯାଇଥିବା ସଂପର୍କରେ ସଭାନେତ୍ରୀ ସୂଚନା ଦେଇଥିଲେ। କ୍ଲବ ସମ୍ପାଦିକା ପୂଜା ହୋତା କ୍ଲବର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ। ଶିଶୁମାନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। କ୍ଲବର ସ୍ମରଣିକାକୁ ମୁଖ୍ୟ ଅତିଥି ଉନ୍ମୋଚନ କରିଥିଲେ। ସମ୍ପାଦିକା ସସ୍ମିତା ବେହେରା ଓ କୋଷାଧ୍ୟକ୍ଷ ଶାନ୍ତି ବେହେରା ବିବରଣୀ…

"ଭିସୁଟ ମହିଳା କ୍ଲବର ବାର୍ଷିକ ଉତ୍ସବ"

ଦ୍ୱାଦଶ ପାଲା ସମ୍ମିଳନୀ ପାଇଁ ପ୍ରସ୍ତୁତି

ସମ୍ବଲପୁର, ୧୯/୧୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା): ଆସନ୍ତା ଡିସେମ୍ବର ୨୧ ଓ ୨୨ ତାରିଖ, ଦୁଇଦିନ ଧରି ସମଲେଶ୍ୱରୀ ମଣ୍ଡପ ଠାରେ ‘ସମର୍ପଣ’ ପକ୍ଷରୁ ଦ୍ୱାଦଶତମ ପଶ୍ଚିମ ଓଡ଼ିଶା ସ୍ତରୀୟ ପାଲା ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିପାଇଁ ଆଜି ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଛି। ଅରବିନ୍ଦ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ସୂଚନା ଦିଆଯାଇଛି ଯେ, ୭୦ଟି ଦଳର ୩୫୦ କଳାକାର ଏହି ସମ୍ମିଳନୀରେ ଯୋଗଦେବେ। ପରିଚାଳନା କମିଟିର ସଦସ୍ୟ ହେମନ୍ତ କୁମାର ମହାପାତ୍ର, ପାଲା ପରିଷଦର ସଭାପତି ନବୀନ ଚନ୍ଦ୍ର ନାୟକ, ପୂର୍ବ ସଭାପତି ରାଧେଶ୍ୟାମ ପଣ୍ଡା, କମଳାକାନ୍ତ ନାୟକ, ମହେନ୍ଦ୍ର ନାୟକ, ପୃଥୁଲ ଝାଙ୍କର, କୃଷ୍ଣଚନ୍ଦ୍ର ଦାଶ, ମାଗୁଣି…

"ଦ୍ୱାଦଶ ପାଲା ସମ୍ମିଳନୀ ପାଇଁ ପ୍ରସ୍ତୁତି"

ସମ୍ବଲପୁରରେ କାର୍ଯ୍ୟକାରୀ ହେଲା କ୍ରେଡ଼େଲ ବେବି ପଏଣ୍ଟ

ସମ୍ବଲପୁର, ୧୯/୧୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା): ଜନ୍ମ ହେବା ପରେ ବାପା ମା’ଙ୍କ ଠାରୁ ଅଲଗା ହୋଇଯାଉଥିବା ପରିଚୟହୀନ ନବଜାତ ଶିଶୁମାନଙ୍କ ଲାଳନ ପାଳନ ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ସ୍ଥାନୀୟ ସଦର ଡାକ୍ତରଖାନାରେ ଏକ କ୍ରେଡ଼େଲ ବେବି ପଏଣ୍ଟ ଗତକାଲି ଠାରୁ କାର୍ଯ୍ୟାରମ୍ଭ କରିଛି। ଜିଲ୍ଲାରେ ପ୍ରଥମ କରି ଆରମ୍ଭ କରାଯାଇଥିବା ଏହି ନବଜାତ ଶିଶୁ ଲାଳନପାଳନ କେନ୍ଦ୍ରକୁ ସିଡ଼ିଏମଓ ଡା. କେ.କେ. ଗୁପ୍ତା, ଜିଲ୍ଲା ଶିଶୁ କଲ୍ୟାଣ କମିଟୀର ଅଧ୍ୟକ୍ଷ ରାମେଶ୍ୱର ପାଢ଼ୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁଚୀସ୍ମିତା ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି କେନ୍ଦ୍ରକୁ ଉଦ୍ଘାଟନ କରାଯାଇଥିଲା। ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗର ଶିଶୁ ସୁରକ୍ଷା…

"ସମ୍ବଲପୁରରେ କାର୍ଯ୍ୟକାରୀ ହେଲା କ୍ରେଡ଼େଲ ବେବି ପଏଣ୍ଟ"

ସମାଜରେ ବ୍ୟଙ୍ଗ ହଜିଯିବା ଗଣମାଧ୍ୟମ ପ୍ରତି ଶୁଭଙ୍କର ନୁହେଁ : ମୃଣାଳ ଚାଟାର୍ଜୀ

ସମ୍ବଲପୁର, ୧୯/୧୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା): ବ୍ୟଙ୍ଗ ସମାଜ ପାଇଁ ମହୌଷଧି। ସଂପ୍ରତି ସମାଜରେ ହାସ୍ୟରସ ଓ ବ୍ୟଙ୍ଗ ହଜିଯାଉଛି। ଗଣମାଧ୍ୟମରେ ଶାସନ ଓ ପ୍ରଶାସନର ଭୁଲକୁ ନେଇ ବ୍ୟଙ୍ଗଚିତ୍ର ବା କାର୍ଟୁନ ଦେଖିବାକୁ ମିଳୁନାହିଁ। ସହିଷ୍ଣୁତାର ହ୍ରାସ ସହିତ ଗଣତନ୍ତ୍ର ପ୍ରତି ବିପଦ ବୃଦ୍ଧି ହୋଇଥାଏ ବୋଲି ଢେଙ୍କାନାଳସ୍ଥିତ ଗଣମାଧ୍ୟମ ପ୍ରତିଷ୍ଠାନର ମୁଖ୍ୟ ପ୍ରଫେସର ମୃଣାଳ ଚାଟାର୍ଜୀ ତାଙ୍କ ବକ୍ତବ୍ୟରେ କହିଥିଲେ। ସମ୍ବଲପୁରର ଅଗ୍ରଣୀ ଅନୁଷ୍ଠାନ ‘ସେତୁ’ ପକ୍ଷରୁ ଅଷ୍ଟାଦଶ ପ୍ରଫେସର ଘନଶ୍ୟାମ ଦାଶ ସ୍ମାରକୀ ବକ୍ତୃତା ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ପଦାର୍ଥ ବିଜ୍ଞାନ ଅଧ୍ୟାପନା କକ୍ଷରେ ରବିବାର ପୂର୍ବାହ୍ଣରେ ଆୟୋଜିତ ହୋଇଥିଲା। ‘ସେତୁ’ ସଭାପତି ଡା. ରମାବଲ୍ଲଭ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ…

"ସମାଜରେ ବ୍ୟଙ୍ଗ ହଜିଯିବା ଗଣମାଧ୍ୟମ ପ୍ରତି ଶୁଭଙ୍କର ନୁହେଁ : ମୃଣାଳ ଚାଟାର୍ଜୀ"

ଜାନୁଆରୀ ୪ରୁ ୬ ଲୋକ ମହୋତ୍ସବ : ଡ. ଦ୍ୱାରିକାନାଥ ନାୟକ ମୁଖ୍ୟ ସଂଯୋଜକ, ସପ୍ତାହେ ମଧ୍ୟରେ ଗଠନ ହେବ ଉପସମିତି

ସମ୍ବଲପୁର, ୧୯/୧୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା): ଆସନ୍ତା ଲୋକ ସଙ୍ଗୀତ ଓ ନୃତ୍ୟର ମହୋତ୍ସବ ସମ୍ବଲପୁର ଲୋକ ମହୋତ୍ସବ ଆୟୋଜନ ପାଇଁ ଶନିବାର ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପୂର୍ବ ବର୍ଷ ଭଳି ଆସନ୍ତା ଜାନୁଆରୀ ୪ରୁ ୬ ତାରିଖ ଲୋକ ମହୋତ୍ସବ ଆୟୋଜିତ ହେବ ବୋଲି ଘୋଷଣା କରାଯାଇଛି। ଚଳିତ ବର୍ଷ ସଂସ୍କୃତି ଗବେଷକ ତଥା କେନ୍ଦ୍ର ସାହିତ୍ୟ ଅକାଡ଼େମୀର ଆଞ୍ଚଳିକ ଉପଦେଷ୍ଟା ଡ. ଦ୍ୱାରିକାନାଥ ନାୟକଙ୍କୁ ମୁଖ୍ୟ ସଂଯୋଜକ ଦାୟିତ୍ୱ ଦିଆଯାଇଛି। ସଦର ଉପଜିଲ୍ଲାପାଳ ପ୍ରଦୀପ ସାହୁଙ୍କୁ ନୋଡାଲ ଅଧିକାରୀ ନିଯୁକ୍ତ କରାଯାଇଛି। ଆଗାମୀ ଦିନରେ…

"ଜାନୁଆରୀ ୪ରୁ ୬ ଲୋକ ମହୋତ୍ସବ : ଡ. ଦ୍ୱାରିକାନାଥ ନାୟକ ମୁଖ୍ୟ ସଂଯୋଜକ, ସପ୍ତାହେ ମଧ୍ୟରେ ଗଠନ ହେବ ଉପସମିତି"