ଡିପ୍ଲୋମା ଓ ଆଇଟିଆଇ ଛାତ୍ରଛାତ୍ରୀଙ୍କ ସକାଶେ ସରକାରଙ୍କ ନୂତନ ଯୋଜନା

ରାଉରକେଲା ୩୦/୪ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ରାଜ୍ୟ ଉନ୍ନୟନ କମିଶନର ଆର.ବାଳକୃଷ୍ଣନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଓଡ଼ିଶା ସରକାର ରାଜ୍ୟର ବୈଷୟିକ ଶିକ୍ଷାର ଡିପ୍ଲୋମା ଓ ଆଇଟିଆଇ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଉନ୍ନତ ଭବିଷ୍ୟତ ପାଇଁ ଅନେକ ନୂତନ ଯୋଜନା ପ୍ରଣୟନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନୂତନ ନିଷ୍ପତ୍ତି ଅନୁଯାୟୀ ଆଇଟିଆଇ ପଢ଼ୁଥିବା ସମସ୍ତ ଛାତ୍ରୀଙ୍କୁ ଚାକିରି ନ ପାଇବା ପର୍ଯ୍ୟନ୍ତ ମାସିକ ୧୦୦୦ଟଙ୍କା ଭତ୍ତା, ଆସନ୍ତୀ ଶିକ୍ଷାବର୍ଷରୁ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ନାମଲେଖା ଫି’ ଛାଡ଼, ପାଠ୍ୟ ଉପକରଣ ଓ ଅନୁଷ୍ଠାନକୁ ଯିବା ଆସିବା କରିବା ନିମନ୍ତେ ଛାତ୍ରୀଙ୍କୁ ମାସିକ ୫୦୦ଶହ ଟଙ୍କାର ସହାୟତା, ତା’ ଛଡ଼ା ଡିପ୍ଲୋମା ପଢ଼ୁଥିବା କୌଣସି…

"ଡିପ୍ଲୋମା ଓ ଆଇଟିଆଇ ଛାତ୍ରଛାତ୍ରୀଙ୍କ ସକାଶେ ସରକାରଙ୍କ ନୂତନ ଯୋଜନା"

‘ସାମାଜିକ ପରିବର୍ତ୍ତନରେ ସମସ୍ତଙ୍କ ସହଯୋଗ ଆବଶ୍ୟକ’

ରାଉରକେଲା୨୪/୪ (ଓଡ଼ିଆ ପୁଅ/ଶିବରାମ ପାତ୍ର) ‘ଓଡ଼ିଶା ଷ୍ଟେଟ ଡିଜାବିଲିଟି ନେଟୱାର୍କ’ (ଓଏସଡିଏନ) ସୁନ୍ଦରଗଡ଼ ଶାଖା, ଶ୍ରଦ୍ଧା ଏବଂ ‘ଅନ୍ନଦା’ ସଂଗଠନର ମିଳିତ ଆନୁକୂଲ୍ୟରେ ବସ୍ତିଆ ଭବନଠାରେ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି। ରାଉରକେଲା ସ୍ୱାର୍ଟସିଟି ଯୋଜନାରେ ବିଭିନ୍ନ ଖୋଠାବାଡ଼ିରେ ବାଧାଶୂନ୍ୟ, ନିରାପଧ ଏବଂ ଆତ୍ମସମ୍ମାନ ରକ୍ଷା ସହ କିପରି ଭିନ୍ନକ୍ଷମ ଯା’ ଆସ ଏବଂ କାର୍ଯ୍ୟ କରିବେ ଏହାର ଅନୁଧ୍ୟାନ ପ୍ରକ୍ରିୟା ସକାଶେ (ଆକ୍ସେସେବିଲିଟି ଅଡ଼ିଟ) ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ସୁଗମ୍ୟ ଭାରତ ମିଶନ ଲକ୍ଷପୂରଣ ଉଦ୍ଦେଶ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଉଦ୍ ଘାଟନ ରୂପେ ଇସ୍ପାତ ସ୍ୱୟଂଶାସିତ ମହାବିଦ୍ୟାଳୟ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ.ପ୍ରଭାବ ମଲ୍ଲିକ ଯୋଗ ଦେଇଥିଲେ। ସେ କହିଲେ ସ୍ମାର୍ଟସିଟିର ଯୋଜନା ତୃଣମୂଳ…

"‘ସାମାଜିକ ପରିବର୍ତ୍ତନରେ ସମସ୍ତଙ୍କ ସହଯୋଗ ଆବଶ୍ୟକ’"

ଅଭାବରେ ପୀଡିତ ରାଉରକେଲା ସରକାରୀ ହସ୍ପିଟାଲ

ରାଉରକେଲା ୨୪/୪ (ଓଡ଼ିଆ ପୁଅ/ଶିବରାମ ପାତ୍ର) ରାଜ୍ୟରେ ସ୍ୱାସ୍ଥ୍ୟସେବାର ବିକାଶ ପାଇଁ ଅଧିକ ଗୁରୁତ୍ୱ ଦିଆଯାଉଥିବା ସରକାର କହୁଥିବା ବେଳେ ବାସ୍ତବ କ୍ଷେତ୍ରରେ ଏହାର ବହୁ ବ୍ୟତିକ୍ରମ ଦେଖିବାକୁ ମିଳୁଛି। ରାଜ୍ୟରେ ଡାକ୍ତର ଅଭାବ ରହିଥିବା ସରକାର ଉପଲବ୍ଧି କରୁଥିବା ବେଳେ ଆଜି ଯାଏଁ ଏ ଦିଗରେ ସେମିତି କୌଣସି ଆଖିଦୃଶିୟା ପଦକ୍ଷେପ ନିଆଯାଇ ନାହିଁ। ଗୋଟିଏ ପଟେ ଡାକ୍ତରଙ୍କ ଅଭାବ ଅନ୍ୟ ପଟେ ଯୋଗଦେଉ ନ ଥିବା ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିବାରୁ ନିରୀହ ରୋଗୀଙ୍କୁ ଏହାର ଫଳ ଭୋଗିବାକୁ ପଡ଼ୁଛି। ରାଉରକେଲା ସରକାରୀ ହସ୍ପିଟାଲ(ଆରଜିଏଚ)ରେ ଏମିତି ଚିତ୍ର ଦେଖିବାକୁ ମିଳୁଛି। ଗୋଟିଏ ପଟେ ଡାକ୍ତରଙ୍କ ଅଭାବ ଅନ୍ୟପଟେ ନିରାମୟ କେନ୍ଦ୍ରରୁ…

"ଅଭାବରେ ପୀଡିତ ରାଉରକେଲା ସରକାରୀ ହସ୍ପିଟାଲ"