ବାଲିଯୋଡ଼ି ଦୁର୍ଗାପୂଜା କମିଟିର ନୂତନ କର୍ମକର୍ତ୍ତା

ରାଉରକେଲା ୧୦-୯ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଆସନ୍ତା ଦୁର୍ଗାପୂଜା ପାଇଁ ବାଲିଯୋଡ଼ି ଦୁର୍ଗା ପୂଜାର ପ୍ରସ୍ତୁତି ବୈଠକ ସ୍ୱପ୍ନେଶ୍ୱର କ୍ଲବ ପରିସରରେ ଡ଼ାକ୍ତର ଫକୀର ଚରଣ ହୋତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ସର୍ବସମ୍ମତି କ୍ରମେ ଚଳିତ ବର୍ଷ ପାଇଁ ସଭାପତି ଭାବେ ଡ଼ାକ୍ତର ଫକୀର ଚରଣ ହୋତା ମନୋନୀତ ହୋଇଛନ୍ତି।କାର୍ଯ୍ୟକାରୀ ସଭାପତି କାହ୍ନୁ ଚରଣ ସୂତାର, ଉପସଭାପତି ଭାବେ ବିଶ୍ୱନାଥ ଦାସ, ପ୍ରଫୁଲ୍ଲ କୁମାର ସାହୁ, ସତ୍ୟେନ୍ଦ୍ର କୁମାର ଚାନ୍ଦ, ସାଧାରଣ ସମ୍ପାଦକ ଭାବେ ସୁଶାନ୍ତ କୁମାର ମହାପାତ୍ର, ସମ୍ପାଦକ ରବିନ୍ଦ୍ର କୁମାର ନାୟକ, କୋଷାଧ୍ୟକ୍ଷ ବିଦ୍ୟାଧର ରାଉତ, ସହସମ୍ପାଦକ ମୂର୍ତି ଗୈରବ ଥାପ୍ପା, ସହ-ସମ୍ପାଦକ ପୂଜା କିଶୋର ଖଟୁଆ, ସହ ସମ୍ପାଦକ ପ୍ରସାଦ ପିଟୁଂ ନନ୍ଦ,…

"ବାଲିଯୋଡ଼ି ଦୁର୍ଗାପୂଜା କମିଟିର ନୂତନ କର୍ମକର୍ତ୍ତା"

ମଦ ସହ ବାଇକ ଜବତ: ୫ ଗିରଫ

ରାଉରକେଲା ୧୦-୯ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଅବକାରୀ ପୁଲିସ ସହରର ବିଭିନ୍ନ ସ୍ଥାନରେ ଚଢାଉ କରି ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଖରିଆବାହାଲର ଭୀମ କୁମ୍ଭାର, ସେକ୍ଟର-୧୪ର ମଙ୍ଗଳ ଭୂମିଜ, ସମ୍ଭାରୀ ଭୂମିଜ, ତୁମକେଲାର ପିଙ୍କି ଭୂମିଜ, ତୁମକେଲାର ପିଙ୍କି ଭୂମିଜ, ସେକ୍ଟର-୧୮ର ସନ୍ଦୀପ ଆନନ୍ଦ ଟପ୍ପୋ। ସେମାନଙ୍କ ଠାରୁ ୧୪୫ ଲିଟର ଦେଶୀ ମଦ, ବାଇକ ପୁଲିସ ଜବତ କରିଛି। ଇନ୍ଦପେକ୍ଟର ଏସକେ ଧଳସାମନ୍ତ, ଇନ୍ସପେକ୍ଟର ଏମକେ ସେଠୀ, ସବଇନ୍ସପେକ୍ଟର ଏସକେ ରାଉତ, ପିପି ଚୌଧୁରୀ ପ୍ରମୁଖ ଚଢାଉର ନେତୃତ୍ୱ ନେଇଥିଲେ।

"ମଦ ସହ ବାଇକ ଜବତ: ୫ ଗିରଫ"

ତେଲ ପାଇଁ ବନ୍ଦ ହେଲା ଭାରତ: ରାଉରକେଲାରେ ବନ୍ଦ ଶାନ୍ତିପୂର୍ଣ୍ଣ

ରାଉରକେଲା ୧୦-୯ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଆଜି ତେଲ ପାଇଁ ବନ୍ଦ ରହିଥିଲା ପୁରା ଭାରତ। ପେଟ୍ରୋଲ ଓ ଡିଜେଲ ଦର ଅହେତୁକ ଭାବେ ବୃଦ୍ଧି ପାଉଥିବା ବେଳେ ଏହା ଏବେ ଓଡ଼ିଶା ସମେତ ସାରା ଦେଶରେ ଏକ ବଡ଼ ରାଜନୈତିକ ପ୍ରସଙ୍ଗ ପାଲଟିଛି। ଆଜି କଂଗ୍ରେସ, ବାମପନ୍ଥୀ ଦଳ ସମେତ ୧୭ଟି ରାଜନେତିକ ଦଳ ଏହାକୁ ସମର୍ଥନ ଦେଇଥିଲେ। ଭାରତ ବନ୍ଦର ପ୍ରଭାବ ରାଉରକେଲାରେ ମଧ୍ୟ ଦେଖିବାକୁ ମିଳିଥିଲା। ସକାଳ ୬ଟାରୁ ଆନ୍ଦୋଳନକାରୀ ମାନେ ପିକେଟିଂ କରି ଦୋକାନ ବଜାର ବନ୍ଦ କରିଥିଲେ। ସେହିପରି ସହରର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ, କଲେଜ, ପେଟ୍ରୋଲ ପମ୍ପ, ସିନେମା ହଲ ବନ୍ଦ ରହିବା ସହିତ…

"ତେଲ ପାଇଁ ବନ୍ଦ ହେଲା ଭାରତ: ରାଉରକେଲାରେ ବନ୍ଦ ଶାନ୍ତିପୂର୍ଣ୍ଣ"

ଦ୍ୱିତୀୟ ବ୍ରାହ୍ମଣୀ ସେତୁର ନିର୍ମାଣ କାର୍ଯ୍ୟ ବର୍ଷକ ଭିତରେ ସାରିବାକୁ ଦିଲିପ ରାୟଙ୍କ ଦାବି

ଭୁବନେଶ୍ୱର, ୧୦ା୯ (ଓଡ଼ିଆ ପୁଅ): ରାଉରକେଲା ନିକଟରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁର ନିର୍ମାଣ କାର୍ଯ୍ୟ କେବେ ସୁଦ୍ଧା ଶେଷ ହେବ ସେଥିଘେନି ଆକଳନ କରାଯାଇପାରୁନଥିବା ବେଳେ ଏହି ସେତୁକୁ ସଂଯୋଗ କରୁଥିବା ବୀରମିତ୍ରପୁର-ରାଜାମୁଣ୍ଡା-ବାରକୋଟ୍ ରାସ୍ତାର କାର୍ଯ୍ୟ ଅଢ଼େଇ ବର୍ଷ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରହିଛି। ରାଉରକେଲା ନିକଟବର୍ତ୍ତୀ ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁର ନିର୍ମାଣ ସହିତ ଏହାକୁ ସଂଯୋଗ କରୁଥିବା ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ସମ୍ପର୍କରେ ରାଉରକେଲା ବିଧାୟକ ଦିଲିପ ରାୟ ବିଧାନସଭାରେ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ଉପରୋକ୍ତ ସୂଚନା ଦେଇଛନ୍ତି। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ରାଉରକେଲା ନିକଟସ୍ଥ ୧୪୩ ନମ୍ବର ଜାତୀୟ ରାଜପଥରେ ବ୍ରାହ୍ମଣୀ…

"ଦ୍ୱିତୀୟ ବ୍ରାହ୍ମଣୀ ସେତୁର ନିର୍ମାଣ କାର୍ଯ୍ୟ ବର୍ଷକ ଭିତରେ ସାରିବାକୁ ଦିଲିପ ରାୟଙ୍କ ଦାବି"

ଡମ୍ପର ଧକ୍କାରେ ଶ୍ରମିକ ମୃତ, ଚାଳକ ଫେରାର

ରାଉରକେଲା ୧୦-୯ (ଓଡ଼ିଆ ପୁଅ/ଶିବରାମ ପାତ୍ର) : କୋଇଡ଼ା ସ୍ଥିତ ଏରିୟନ ଲୁହା ଖଣିର ୧ ନଂ ଗେଟ ନିକଟରେ ଡମ୍ପର ଧକ୍କାରେ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଶିବାଜୀ ଚରଣ ପାତ୍ର। ଦୁର୍ଘଟଣା ପରେ ଡମ୍ପର ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ, କୋଇଡ଼ା ଥାନା ପୁଲିସ ଘଟଣାସ୍ଥଳରେ ପହଂଚି ଦୁର୍ଘଟଣା ଘଟାଇଥିବା ଡମ୍ପରକୁ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି। ମିଳିଥିବା ସୂଚନାଅନୁଯାୟୀ, କୋଇଡ଼ା ସ୍ଥିତ ଏରିୟନ ମାଇନିଂ ଆଣ୍ଡ ଟ୍ରେଡ଼ିଂ କମ୍ପାନୀରେ ମେକାନିକ ଭାବେ କାର୍ଯ୍ୟରତ ଶିବାଜୀ ଚରଣ ପାତ୍ର ଗତକାଲି ନିଜର ଡ୍ୟୁଟି ସାରି ସଂଧ୍ୟାରେ ଘରକୁ ଫେରୁଥିବା ବେଳେ, ଖଣିର ୧ ନଂ…

"ଡମ୍ପର ଧକ୍କାରେ ଶ୍ରମିକ ମୃତ, ଚାଳକ ଫେରାର"

ସାରନଗରୀ ଦୁର୍ଗା ପୂଜା କମିଟି ଗଠିତ

ରାଉରକେଲା ୯-୯ (ଓଡ଼ିଆ ପୁଅ/ଶିବରାମ ପାତ୍ର) :ଚଳିତ ବର୍ଷ ଶାରଦୀୟ ଦୁର୍ଗାପୂଜାକୁ ମହାସମାରୋହରେ ପାଳନ କରିବା ପାଇଁ ସାରନଗରୀ ପୂଜା କମିଟି ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି ବୈଠକ। ଅନୁଷ୍ଠିତ ସଭାରେ ନୂତନ କର୍ମକର୍ତା ଚୟନ କରାଯାଇଥିଲାା ସର୍ବସମ୍ମତି କ୍ରମେ ଚଳିତ ବର୍ଷ ନୂତନ କମିଟିର ସଭାପତି ଭାବେ ଶ୍ରୀଚରଣ ସାମଲ ମନୋନୀତ ହୋଇଥିବାବେଳେ କାର୍ଯ୍ୟକାରୀ ସଭାପତି ଭାବେ ଗୋକୁଳା ନନ୍ଦ ବେହେରା, ଉପସଭାପତି ସଂଜୟ ଦାସ (ଲାଲା), ନୀଳାଚଂଳ ନାୟକ, ଅଜୟ ପରିଡ଼ା, ଗଙ୍ଗାରାମ ଗୋପ, ଅଜୟ ମହାନ୍ତି ପ୍ରମୁଖଙ୍କୁ ଚୟନ କରାଯାଇଛି।ସାଧାରଣ ସମ୍ପାଦକ ଭାବେ ଦୀଲିପ କୁମାର ମଲ୍ଲିକ, ସମ୍ପାଦକ ଭାବେ ଗଣପତି ଦାସ ଓ ରମ୍ୟ ରଂଜନ ବିଶୋଇ, କୋଷାଧ୍ୟକ୍ଷ ଭାବେ…

"ସାରନଗରୀ ଦୁର୍ଗା ପୂଜା କମିଟି ଗଠିତ"

ଜାତୀୟସ୍ତରୀୟ ଶାସ୍ତ୍ରୀୟ ସଙ୍ଗୀତ ସମାରୋହରେ ଶ୍ରୋତା ମନ୍ତ୍ରମୁଗ୍ଧ

ରାଉରକେଲା ୯-୯ (ଓଡ଼ିଆ ପୁଅ/ଶିବରାମ ପାତ୍ର): ରାଉରକେଲା ସ୍ଥିତ ବାଟମଙ୍ଗଳା ମନ୍ଦିର ପରିସରରେ ପ୍ରଥମ ଜାତୀୟସ୍ତରୀୟ ସଙ୍ଗୀତ ସମାରୋହ ଉଦଘାଟିତ ହୋଇଯାଇଛି। ଜୟଦେବ କଳାବିକାଶ କେନ୍ଦ୍ର ଓ ଜଗଦା ସାଂସ୍କୃତିକ ମିଳିତ ସହଯୋଗରେ ଏହି ସମାରୋହ ଅନୁଷ୍ଠିତ କରାଯାଇଥିଲା। ଉଦଘାଟନୀ ଉତ୍ସବରେ ଆରଡ଼ିଏ ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ ଯୋଗ ଦେଇ ସଙ୍ଗୀତ ସମସ୍ତଙ୍କୁ ଏକ ସୂତ୍ରରେ ବାନ୍ଧି ରଖିବାରେ ସାହାଯ୍ୟ କରିଥାଏ ବୋଲି ମତବ୍ୟକ୍ତ କରିଥିଲେ। ପ୍ରାରମ୍ଭରେ ସାଧାରଣ ସମ୍ପାଦକ ପ୍ରଦୀପ କୁମାର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସଭାପତି ପିତାମ୍ବର ନାଏକ ନିଜ ଅଭିଭାଷଣ ପ୍ରଦାନ କରିଥିଲେ। ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ପୂର୍ବତନ…

"ଜାତୀୟସ୍ତରୀୟ ଶାସ୍ତ୍ରୀୟ ସଙ୍ଗୀତ ସମାରୋହରେ ଶ୍ରୋତା ମନ୍ତ୍ରମୁଗ୍ଧ"

ଏଲଆଇସି ରାଉରକେଲା ଶାଖାରେ ୬୨ତମ ବାର୍ଷିକୀ ବୀମା ସପ୍ତାହ

ରାଉରକେଲା ୯-୯ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଭାରତୀୟ ଜୀବନବୀମା ନିଗମ ଶାଖାରେ ୬୨ତମ ବାର୍ଷିକୀ ପ୍ରତିଷ୍ଠା ଉତ୍ସବ ଓ ବୀମାସପ୍ତାହକୁ ରାଜ୍ୟ ଶିକ୍ଷା ବିଭାଗର ପ୍ରାକ୍ତନ ଅଧ୍ୟକ୍ଷ ସୁଧିର ମିଶ୍ରଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି। ଏହି ଅବସରରେ ଶ୍ରୀ ମିଶ୍ର ଏଲଆଇସିର ଦୀର୍ଘ ଛଅ ଦଶକର ଯାତ୍ରା ବିଷୟରେ ଆଲୋକପାତ କରି ଆଗାମୀ ଦିନରେ ଗ୍ରାହକ ମାନଙ୍କୁ ଆହୁରି ଅଧିକ ଡିଜିଟାଲ ସେବା ପ୍ରଦାନ କରିବା ପାଇଁ ପରାମର୍ଶ ଦେଇଥିଲେ। କ୍ଷଣଭଙ୍ଗୁର ଜୀବନରେ ଅନିଶ୍ଚିତା ଜୀବନରେ ଅନିଶ୍ଚିତାକୁ ସମ୍ମୁଖୀନ ହେବାପାଇଁ ଜୀବନବୀମା ଏକ ଆବଶ୍ୟକତା ବୋଲି ଉତ୍ସବରେ ଅଧ୍ୟକ୍ଷତା କରି ବରିଷ୍ଠ ଶାଖା ପ୍ରବନ୍ଧକ ପ୍ରଦୀପ କୁମାର ମହାପାତ୍ର ମତ ପୋଷଣ କରିଥିଲେ। ୨୦୪୮ ଶାଖା…

"ଏଲଆଇସି ରାଉରକେଲା ଶାଖାରେ ୬୨ତମ ବାର୍ଷିକୀ ବୀମା ସପ୍ତାହ"

ଶିକ୍ଷକ ଅଭାବ ଯୋଗୁ ରାଉରକେଲାରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ : ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଲେ ଦିଲିପ ରାୟ

ଭୁବନେଶ୍ୱର, ୮ା୯(ଓଡ଼ିଆ ପୁଅ): ରାଉରକେଲା ସରକାରୀ ସ୍ୱୟଂଶାସିତ କଲେଜରେ ଅଧ୍ୟକ୍ଷଙ୍କ ସମେତ ଅଧାରୁ ଅଧିକ ଶିକ୍ଷକ ପଦବୀ ଖାଲିପଡ଼ିଛି। ଏହି ଗୁରୁତ୍ୱପୂର୍ଣ୍ଣ ଶିକ୍ଷାନୁଷ୍ଠାନର ସ୍ୱୟଂଶାସିତ ମର୍ଯ୍ୟାଦାର ଅବଧି ସରି ଯାଇଥିଲେ ମଧ୍ୟ ୧୧ ବର୍ଷ ଧରି ତାହାର ନବୀକରଣ ହୋଇପାରିନାହିଁ। ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ବିଧାନସଭାରେ ଏହି ସ୍ୱୀକାରୋକ୍ତି ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ। ଏହି ଶିକ୍ଷାନୁଷ୍ଠାନର ସ୍ୱୟଂଶାସିତ ମର୍ଯ୍ୟାଦାର ନବୀକରଣ ସହିତ ଉକ୍ତ କଲେଜକୁ ଏକକ ବିଶ୍ୱବିଦ୍ୟାଳୟରେ ପରିଣତ କରିବା ଓ ଏଠାରେ ଖାଲି ପଡ଼ିଥିବା ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ପୂରଣ ଲାଗି ବିଧାୟକ ଶ୍ରୀ ରାୟ ବିଧାନସଭାରେ ପ୍ରଶ୍ନ ଉଠାଇଥିଲେ। ଏହାର ଉତ୍ତରରେ ମନ୍ତ୍ରୀ…

"ଶିକ୍ଷକ ଅଭାବ ଯୋଗୁ ରାଉରକେଲାରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ : ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଲେ ଦିଲିପ ରାୟ"

ବାଟା ଇଣ୍ଡିଆ ଲିମିଟେଡ କର୍ତ୍ତୃପକ୍ଷଙ୍କ ଅମାନବିକତାର ଶିକାର ଅଭିଯୋଗ

ରାଉରକେଲା ୮-୯ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ବାଟା ଇଣ୍ଡିଆ ଲିମିଟେଡର ପୂର୍ବତନ କର୍ମଚାରୀ ଶ୍ରୀ ଅଭୟ କୁମାର ଦାସ ବୟସ-୫୦ ବର୍ଷ, ଉଦିତ ନଗର ଓରାମପଡା, ରାଉରକେଲା-୧୨ କତୃପକ୍ଷଙ୍କ ବିରୁଦ୍ଧରେ ଆମରଣ ଅନଶନ ଓ ଆତ୍ମାହୂତି ନୋଟିସ ମୂତାବକ ଅନଶନ କରିଥିଲେ। ଅବଗତ କରାଉଅଛିକି ମୁଁ ୧୯୮୬ ମସିହା ଜାନୁୟାରୀ ୨୪ ତାରିଖରୁ ବାଟା କର୍ତ୍ତୃପକ୍ଷଙ୍କ ଅଧିନରେ ଶ୍ରୀ ଦାସ ଦୋକାନରେ ହେଲ୍ପର ଭାବରେ କାର୍ଯ୍ୟକରି ଆସୁଥିଲେ ମ୍ମ ୨୦୦୭ ମସିହାରେ ତାଙ୍କୁ ସ୍ଥାୟୀ କର୍ମଚାରୀର ମାନ୍ୟତା ଦେବାପାଇଁ ଶ୍ରମ ଅଫିସରେ ଅଭିଯୋଗ ଆଣିବା ପରେ ତାହା ରାଜ୍ୟ ସରକାରଙ୍କ ଦ୍ୱାରା ଶିଳ୍ପ ବିବାଦ ଅଦାଲତର ପିଠାଧୀଶ ରାଉରକେଲାଙ୍କ ଅଧିନରେ ଶିଳ୍ପ ବିବାଦ ମକଦମା…

"ବାଟା ଇଣ୍ଡିଆ ଲିମିଟେଡ କର୍ତ୍ତୃପକ୍ଷଙ୍କ ଅମାନବିକତାର ଶିକାର ଅଭିଯୋଗ"