ଶୀତଳପଡ଼ା ବସ୍ତିବାସିନ୍ଦାଙ୍କୁ ବସ୍ତି ଉଠିଯିବା ଭୟ!

ରାଉରକେଲା ୯ ଜୁନ୍ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଟାଙ୍ଗରପାଲ୍ଲୀ ଥାନା ଅନ୍ତର୍ଗତ ହେକେଟ ରୋଡ଼ରେ ଥିବା ଆରଏସପିର ୯ନଂ କଲଭର୍ଟରେ ୫ ଜଣ ଯୁବକ ନିଖୋଜ ଘଟଣାକୁ ୬ ଦିନ ବିତି ସାରିଛି। ଏହି ଯୁବକ ମାନେ ଶୀତଳପଡ଼ା ଅଂଚଳର। ଏମାନେ ସମସ୍ତେ ଆରଏସପି ଡମ୍ପିୟାର୍ଡକୁ ମଳଲୁହା ସଂଗ୍ରହ କରିବାକୁ ଯାଇଥିବା ବେଳେ, ସେଠାରୁ ନିଖୋଜ ହୋଇ ଯାଇଛନ୍ତି। ପରିବାର ଲୋକଙ୍କ ପକ୍ଷରୁ ଏ ସମ୍ପର୍କରେ ସ୍ଥାନୀୟ ଉଦିତନଗର ଥାନାରେ ଏତଲା ଦେବା ପରେ ପୁଲିସ ସର୍ଚ୍ଚ ଅପରେସନ ଆରମ୍ଭ କରିଛି। ପୁଲିସ ଓ ନିଖୋଜ ଯୁବକଙ୍କ ପରିବାରବର୍ଗଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଉଦିତନଗର ଥାନା ଅନ୍ତର୍ଗତ ଶୀତଳପଡ଼ା ଅଂଚଳରେ ରହୁଥିବା କ୍ରୀଷ୍ଣା ବଡ଼ାଇକ,…

"ଶୀତଳପଡ଼ା ବସ୍ତିବାସିନ୍ଦାଙ୍କୁ ବସ୍ତି ଉଠିଯିବା ଭୟ!"

ଆରଏସପି ଅଧିକାରୀଙ୍କ ଘରେ ସିବିଆଇ ଚଢାଉ

ରାଉରକେଲା ୯ ଜୁନ୍ (ଓଡ଼ିଆ ପୁଅ/ଶିବରାମ ପାତ୍ର): ରାଉରକେଲା ଇସ୍ପାତ କାରଖାନାରେ ଦୁର୍ନିତୀ ଅଭିଯୋଗରେ ଏକାଧିକ ସ୍ଥାନରେ ଚଢାଉ କରାଯାଇଥିବାର ଖବର ମିଳିଛି। ଏହି ଚଢାଉ ସିବିଆଇ ପକ୍ଷରୁ କରାଯାଇଥିବା ବେଳେ, ବିଭିନ୍ନ ଅଫିସର ଓ ବ୍ୟବସାୟୀଙ୍କ ଅଫିସ ଓ ବାସଭବନରେ ଚଢାଉ କରାଯାଇଥିବା ଖବର ମିଳିଛି। କେନ୍ଦ୍ର ଇସ୍ପାତମନ୍ତ୍ରୀ ବୀରେନ୍ଦ୍ର ସିଂଙ୍କ ରାଉରକେଲା ଗସ୍ତ ୧୧ରେ ଥିବା ବେଳେ, ଏହାର ଦୁଇ ଦିନ ପୂର୍ବରୁ ସିବିଆଇ ଚଢାଉ ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ଆରଏସପିର ଓଭେନ ମେସିନ ଓ କୋଲ ଡ୍ରାଏ କୁଲିଙ୍ଗ ପ୍ଲାଂଟ ମରାମତି ଟେଣ୍ଡରରେ ମହାଦୁର୍ନତି ଅଭିଯୋଗେର ଏହି ଚଢାଉ କରାଯାଇଛି। ସିବିଆଇର ୫ଟି ଟିମ ଆରଏସପିର ୨ ଜଣ…

"ଆରଏସପି ଅଧିକାରୀଙ୍କ ଘରେ ସିବିଆଇ ଚଢାଉ"

ଆଇରନ ଆଣ୍ଡ ଷ୍ଟିଲ କୋପରେଟିଭ ସୋସାଇଟି ଉପରେ ମାଜିଷ୍ଟ୍ରେଟ ଚଢାଉ

ରାଉରକେଲା ୮ ଜୁନ୍ (ଓଡ଼ିଆ ପୁଅ/ଶିବରାମ ପାତ୍ର): ରାଉରକେଲା ଇସ୍ପାତ କାରଖାନାର ଏଲଡ଼ିବିପି ବିଭାଗରେ କାର୍ଯ୍ୟ କରୁଥିବା ଆଇରନ ଆଣ୍ଡ ଷ୍ଟିଲ କୋପରେଟିଭ ସୋସାଇଟି ଗତ ଫେବୃଆରୀ ମାସରୁ ବନ୍ଦ ଥିଲା। ଏହାର ପୂର୍ବତନ ସଭାପତି ବିଜୟ କୁମାର ଧଳ ଗତ ଡିସେମ୍ବର ମାସରେ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଅବସର ଗ୍ରହଣ କରିଥିଲେ। କିନ୍ତୁ ଅବସର ପୂର୍ବରୁ କୋଅପରେଟିଭ ସଂପୂର୍ଣ୍ଣ ନିୟନ୍ତ୍ରଣ ନିଜ ହାତରେ ରଖିବା ପାଇଁ ସେ ଦୀର୍ଘ ୨୦ ବର୍ଷ ଧରି ସଂପାଦକ କାର୍ଯ୍ୟ ଚଲାଇ ଆସୁଥିବା ଗଙ୍ଗାରାମ ଟୁଡ଼ୁଙ୍କୁ ଚକ୍ରାନ୍ତ କରି ବହିଷ୍କାର କରିଥିଲେ ଏବଂ ନିଜର ଜଣେ ଅନୁଗତ ବ୍ୟକ୍ତି ଅମୀୟ କୁମାର ଦାଶଙ୍କୁ ସଂପାଦକ ରୂପେ ନିଯୁକ୍ତି କରିଥିଲେ। ନୂତନ…

"ଆଇରନ ଆଣ୍ଡ ଷ୍ଟିଲ କୋପରେଟିଭ ସୋସାଇଟି ଉପରେ ମାଜିଷ୍ଟ୍ରେଟ ଚଢାଉ"

ମଡେଲ ହସ୍ପିଟାଲକୁ ୩୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେସିଆଲିଷ୍ଟ ହସ୍ପିଟାଲ ପାଇଁ ହିନ୍ଦ ମଜଦୁର ସଭାର ଦାବି

ରାଉରକେଲା ୮ ଜୁନ୍ (ଓଡ଼ିଆ ପୁଅ/ଶିବରାମ ପାତ୍ର): ହିନ୍ଦ୍ ମଜଦୁର ସଭା ତରଫରୁ ସୁନ୍ଦରଗଡ ଜିଲ୍ଲା ଶିଳ୍ପାଚଂଳ ଶ୍ରମିକ ସଭାର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଦିଗାମ୍ବର ମହାନ୍ତି, କାର୍ଯ୍ୟକାରୀ ସଭାପତି ଶ୍ରୀ ହରେକୃଷ୍ଣ ପାଢୀ, ରାଉରକେଲା ଗ୍ରସ୍ତରେ ଆସିଥିବା. ଓଡିଶା ସରକାରଙ୍କ ଶ୍ରମ ଓ ଇ.ଏସ.ଆଇ. ସଚିବ, ଶ୍ରୀମତୀ ଅନୁ ଗର୍ଗଙ୍କୁ, ଭା.ପ୍ର.ସେ., ସାକ୍ଷାତ କରି ରାଉରକେଲା ତଥା ପଶ୍ଚିମ ଓଡିଶାରେ ୨ ଲକ୍ଷ ୭୦ ହଜାରରୁ ଉର୍ଦ୍ଧ ବୀମାଭୂକ୍ତ କର୍ମଚାରୀଙ୍କ ପାଇଁ କୌଣସି ପ୍ରକାର ସୁପର ସ୍ପେସିଆଲିଷ୍ଟ ଚିକିତ୍ସା ପାଇଁ, ଇ.ଏସ.ଆଇ. ଡାକ୍ତରଖାନାରେ ସୁବିଧା ନଥିବାରୁ ବୀମାଭୂକ୍ତ କର୍ମଚାରୀଙ୍କ ପରିବାର ବର୍ଗ ସୁପର ସ୍ପେସିଆଲିଷ୍ଟ ଚିକିତ୍ସା ପାଇବା ପାଇଁ ଦୀର୍ଘ ୪୫୦ରୁ ୫୦୦ କିଲୋମିଟର…

"ମଡେଲ ହସ୍ପିଟାଲକୁ ୩୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେସିଆଲିଷ୍ଟ ହସ୍ପିଟାଲ ପାଇଁ ହିନ୍ଦ ମଜଦୁର ସଭାର ଦାବି"

‘ସାନ୍ତାଳୀ ଶିକ୍ଷା, ସଂସ୍କୃତି ଓ ପରମ୍ପରା ଅନନ୍ୟ’

ରାଉରକେଲା ୮ ଜୁନ୍ (ଓଡ଼ିଆ ପୁଅ/ଶିବରାମ ପାତ୍ର): ସାନ୍ତାଳୀ ଶିକ୍ଷା, ସଂସ୍କୃତି ଓ ପରମ୍ପରା ଅନନ୍ୟ। ସାନ୍ତାଳୀ ସମାଜକୁ ଏକ ସୂତ୍ରରେ ବାନ୍ଧି ରଖିବା ଲାଗି ଭାଇଚାରାର ଆବଶ୍ୟକତା ରହିଛି। ନାଚଗୀତ ମାଧ୍ୟମରେ ଏକତାର ଭାବ ସୃଷ୍ଟି କରାଯାଇ ପାରିବ ବୋଲି ଗୁରୁ ଗୋମକେ ସାନ୍ତାଳୀ ବିଦ୍ୟାଳୟ ପରିସରରେ ଆୟୋଜିତ ଏକ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଲୁଗୁବୁରୁ ଘାଟାଂବାଳିର ସମ୍ପାଦକ ଲବିନ ମୁର୍ମୁ ଏହା ପ୍ରକାଶ କରିଛନ୍ତି। ଏହି ଅବସରରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଗଜେନ୍ଦ୍ର କିସ୍କୁ ନାୟକ, ଶିବ ଚରଣ ଟୁଡୁ, ରାଉରକେଲା ପ୍ରଗଣାର ସାଇବା ମାଝୀ, ରାଉରକେଲା ଆସେବା ସମ୍ପାଦକ ଅର୍ଜୁନ ମାର୍ଣ୍ଡି, ହଜାରିବାଗର ସଂଜୟ…

"‘ସାନ୍ତାଳୀ ଶିକ୍ଷା, ସଂସ୍କୃତି ଓ ପରମ୍ପରା ଅନନ୍ୟ’"

ଗଡ଼ିଲାନି ଅଟୋ, ଯାତ୍ରୀ ହନ୍ତସନ୍ତ

ରାଉରକେଲା ୮ ଜୁନ୍ (ଓଡ଼ିଆ ପୁଅ/ଶିବରାମ ପାତ୍ର): ବର୍ଦ୍ଧିତ ତୈଳ ଦର, ନିର୍ଦ୍ଧାରିତ ଭଡ଼ାବୃଦ୍ଧି, ସାମାଜିକ ସୁରକ୍ଷା, ପରିବହନ କଲ୍ୟାଣ ବୋର୍ଡ ଗଠନ, ସହରରେ ନିଶୁକ୍ଲ ପାର୍କିଂ ବ୍ୟବସ୍ଥା ଆଦି ଦାବିରେ ଅଖିଳ ଓଡ଼ିଶା ଅଟୋ ରିକ୍ସା ଓ ଟ୍ୟାକ୍ସି ଚାଳକ ମହାସଂଘ ଡାକରାରେ ୧୨ ଘଣ୍ଟିଆ ବନ୍ଦ ଡାକରାକୁ ରାଉରକେଲା ଅଟୋ ସଂଘ ପକ୍ଷରୁ ସମର୍ଥନ ଜଣାଇ ସହରରେ ୧୨ ଘଣ୍ଟା ସମସ୍ତ ଅଟୋ ଚଳାଚଳକୁ ବନ୍ଦ ରଖାଯାଇଥିଲା। ଫଳରେ ସହରର ବିଭିନ୍ନ ସ୍ଥାନକୁ ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଅଟୋ ଚଳାଚଳ ବନ୍ଦ ରହିଥିଲା। ଏହା ଫଳରେ ଯାତ୍ରୀ ମାନଙ୍କୁ ହଇରାଣ ହରକତର ସମ୍ମୁଖୀନ ହେବାକୁ ପଡ଼ିଥିଲା। ବିଶେଷ କରି ବୀରମିତ୍ରପୁର,…

"ଗଡ଼ିଲାନି ଅଟୋ, ଯାତ୍ରୀ ହନ୍ତସନ୍ତ"

ସାମ୍ବାଦିକଙ୍କ ପାଇଁ ରାଜ୍ୟସରକାରଙ୍କ ପଦକ୍ଷେପକୁ ଜର୍ଣ୍ଣାଲିଷ୍ଟ ଆସୋସିଏସନର ସ୍ୱାଗତ

ରାଉରକେଲା ୮ ଜୁନ୍ (ଓଡ଼ିଆ ପୁଅ/ଶିବରାମ ପାତ୍ର): ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ପାଇଁ କରାଯାଇଥିବା ବିଭିନ୍ନ କଲ୍ୟାଣକାରୀ ଯୋଜନାକୁ ରାଉରକେଲା ଜର୍ଣ୍ଣାଲିଷ୍ଟ ଆସୋସିଏସନ ପକ୍ଷରୁ ସ୍ୱାଗତ କରାଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି। ସାମ୍ବାଦିକ ମାନଙ୍କ ପାଇଁ ସରକାର ଗୋପବନ୍ଧୁ ସ୍ୱାସ୍ଥବୀମା ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହା ଫଳରେ ସାମ୍ବାଦିକ ମାନେ ୨ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ସୁବିଧା ପାଇ ପାରିବେ। ସେହିପରି କାର୍ଯ୍ୟରତ ସାମ୍ବାଦିକ ଯଦି ଦୁର୍ଘଟଣାରେ ଅକ୍ଷମ ହୁଅନ୍ତି ତେବେ ଆର୍ଥିକ ସହାୟତା, ମୃତ୍ୟୁବରଣ କଲେ ୪ଲକ୍ଷ ଟଙ୍କା ସହାୟତା ରାଶି ପରିବାରକୁ ପ୍ରଦାନ କରିବା ସହିତ ମୃତ ସାମ୍ବାଦିକ ପିଲାମାନଙ୍କ ଦଶମ ଶ୍ରେଣୀ ପର୍ଯ୍ୟନ୍ତ…

"ସାମ୍ବାଦିକଙ୍କ ପାଇଁ ରାଜ୍ୟସରକାରଙ୍କ ପଦକ୍ଷେପକୁ ଜର୍ଣ୍ଣାଲିଷ୍ଟ ଆସୋସିଏସନର ସ୍ୱାଗତ"

ତମାଖୁର ଚକ୍ରବ୍ୟୁହରେ ଯୁବପିଢୀ, ସଚେତନତା ଜରୁରୀ

ରାଉରକେଲା ୭ ଜୁନ୍ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ତମାଖୁ ସେବନର ଭୟାବହତା ସମ୍ବନ୍ଧରେ ସଚେତନତା ବାର୍ତ୍ତା ମଧ୍ୟ ପ୍ରେରଣ କରାଯାଇ ଲୋକଙ୍କୁ ସଚେତନ କରାଯାଉଛି ମାତ୍ର, ତମାଖୁର ବ୍ୟବହାର ଦିନକୁ ଦିନ ବଢିବାରେ ଲାଗିଛି। ତମାଖୁର ଚକ୍ରବ୍ୟୁହରେ ପଡ଼ି ଯାଇଛନ୍ତି ଯୁବପିଢୀ। ଏଥିପାଇଁ ସତେଚତନତା ଜରୁରୀ ବୋଲି ମତପ୍ରକାଶ ପାଇଛି। ଦକ୍ଷିଣ ରାଉରକେଲା ଅନ୍ତର୍ଗତ ସାରନଗରୀ ଅଂଚଳରେ ତମାଖୁ ବର୍ଜନ ଦିବସ ପାଳନ ପ୍ରହସନରେ ପରିଣତ ହେଲାଭଳି ସ୍ପଷ୍ଟ ବାରି ହୋଇ ପଡୁଛି। ୨୦୧୨ ମସିହା ଜାନୁଆରୀ ୧ ତାରିଖରୁ ରାଜ୍ୟରେ ଗୁଟଖା ବନ୍ଦ କରାଯିବ ବୋଲି ନିୟମକୁ ୫ ବର୍ଷ ପୁରି ସାରିଥିଲେ ସୁଦ୍ଧା, ଏହି ନିୟମ କେବଳ କାଗଜ କଲମରେ ଚାଲୁଛି…

"ତମାଖୁର ଚକ୍ରବ୍ୟୁହରେ ଯୁବପିଢୀ, ସଚେତନତା ଜରୁରୀ"

ବିଶ୍ୱ ପରିବେଶ ଦିବସ ପାଳନ ପ୍ରହସନ! ଧ୍ୱନୀ ପ୍ରଦୂଷଣରୁ ନିସ୍ତାର ନାହିଁ

ରାଉରକେଲା ୭ ଜୁନ୍ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ପ୍ରତିବର୍ଷ ପରି ଚଳିତ ବର୍ଷ ଜୁନ ୫ ତାରିଖରେ ସାରା ବିଶ୍ୱରେ ପାଳିତ ହୋଇଯାଇଛି ବିଶ୍ୱ ପରିବେଶ ଦିବସ। ଓଡ଼ିଶାର ଶିଳ୍ପ ରାଜଧାନୀ ରାଉରକେଲା ସମେତ ଦକ୍ଷିଣ ରାଉରକେଲାରେ ମଧ୍ୟ ଏହି ଦିବସ ବିଭିନ୍ନ ସାମାଜିକ ସଂସ୍ଥା ପକ୍ଷରୁ ଯାକଯମକରେ ପାଳନ କରାଯିବା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି। ମାତ୍ର ଏହି ଦିବସ ପାଳନ କେବଳ କାଗଜ କଲମରେ ପାଳନ ହେଉଥିବା ସ୍ପଷ୍ଟ ବାରି ହୋଇ ପଡୁଛି। ରାଉରକେଲା ସମେତ ଦକ୍ଷିଣ ରାଉରକେଲାରେ ରହିଛି ବିଭିନ୍ନ ଛୋଟ ବଡ କଳ କାରଖାନା। ଏହି ସବୁ କାରଖାନାରୁ ନିର୍ଗତ ହେଉଥିବା ବିଷାକ୍ତ ଗ୍ୟାସ ଦ୍ୱାରା ପରିବେଶ…

"ବିଶ୍ୱ ପରିବେଶ ଦିବସ ପାଳନ ପ୍ରହସନ! ଧ୍ୱନୀ ପ୍ରଦୂଷଣରୁ ନିସ୍ତାର ନାହିଁ"

କର୍ମଜିବୀ ମହିଳା ମାନଙ୍କ ସଚେତନତା କର୍ମଶାଳା

ରାଉରକେଲା ୭ ଜୁନ୍ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ଉତ୍କଳମଣି ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟ ଏବଂ ଭାରତ ସରକାରଙ୍କ ଶ୍ରମ ବିଭାଗ ଦ୍ୱାରା ପରିଚାଳିତ ଜାତୀୟ ଶ୍ରମିକ ଶିକ୍ଷା ପ୍ରତିଷ୍ଠାନ ମିଳିତ ସହଯୋଗରେ କର୍ମଜିବୀ ମହିଳା ମାନଙ୍କ ପାଇଁ ଏକ ଦୁଇ ଦିବସୀୟ ସଚେନତା କର୍ମଶାଳା ସ୍ଥାନୀୟ ଲେବର କଲୋନୀ ଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ôଳମଣି ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟର ସମ୍ପାଦକ ଅରୁଣ କୁମାର ପରିଡ଼ା ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ଶ୍ରମିକ ଶିକ୍ଷା ପ୍ରତିଷ୍ଠାନର ବରିଷ୍ଠ ଶିକ୍ଷାଧିକାରୀ ନାଗାର୍ଜୁନ ରେଡ଼ି ଏହି କର୍ମଶାଳାକୁ ଉଦଘାଟନ କରି କହିଲେ ଆମ ଦେଶରେ ମହିଳା ଶ୍ରମିକ ମାନଙ୍କ ସୁରକ୍ଷା ପାଇଁ ବିଭିନ୍ନ ଆଇନ ପ୍ରଣୟନ କରଯାଇଛି…

"କର୍ମଜିବୀ ମହିଳା ମାନଙ୍କ ସଚେତନତା କର୍ମଶାଳା"