ମନରେଗା ଯୋଜନାରେ ପାଉଣା ପାଇନାହାନ୍ତି ଶ୍ରମିକ

ରାଉରକେଲା ୭-୨ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ମନରେଗା ଯୋଜନାରେ କାମ କରିବାର ଅନେକ ବର୍ଷ ବିତିଯାଇଥିଲେ ମଧ୍ୟ କାମ କରିଥିବା ଶ୍ରମିକ ଟଙ୍କା ପାଇ ନଥିବା ବେଳେ କାମ କରି ନଥିବା ଲୋକଙ୍କ ମଧ୍ୟରେ ଲକ୍ଷ ଲକ୍ଷ ଟଙ୍କା ଆତ୍ମସ୍ମାତ କରିଥିବା ଅଭିଯୋଗ ହୋଇଛି। ଏଥିରେ ସ୍କୁଲ ଶିକ୍ଷକ, ରୋଷେୟା, ଏବଂ ପୂର୍ବତନ ସରପଂଚ ମଧ୍ୟ ବାଦ ପଡ଼ି ନାହାନ୍ତି। ଏ ବାବଦରେ କାମ କରିଥିବା ଶ୍ରମିକ ମାନେ ଗାଁ ସାଥୀ, ଜିଆରଏସ, ସରପଂଚ, କାର୍ଯ୍ୟନିର୍ବାହୀ, ବିଡ଼ିଓ ଏହିଭଳି ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଫାଇଲରେ କୌଣସି ଅଗ୍ରଗତି ହୋଇ ପାରିନାହିଁ। ଲହୁଣୀପଡ଼ା ବ୍ଲକ ଅନ୍ତର୍ଗତ ଦର୍ଜିଂ ପଂଚାୟତର କରିମାଡ଼ିହି ମାଟି…

"ମନରେଗା ଯୋଜନାରେ ପାଉଣା ପାଇନାହାନ୍ତି ଶ୍ରମିକ"

ସୁନ୍ଦରଗଡରେ ଶୋକର ଛାୟା: ପୂର୍ବତନ ସାଂସଦ ତଥା ମନ୍ତ୍ରୀ ଫ୍ରିଡ଼ା ଟପ୍ନୋଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ

ରାଉରକେଲା ୭-୨ (ଓଡ଼ିଆ ପୁଅ): ସୁନ୍ଦରଗଡ଼ର ପୂର୍ବତନ ସାଂସଦ ତଥା ମନ୍ତ୍ରୀ ଫ୍ରୀଡ଼ା ଟପ୍ନୋଙ୍କ ଗତକାଲି ୯୩ ବର୍ଷ ବୟସରେ ବିୟୋଗ ହୋଇଯାଇଛି। ଏହି ଖବର ସମଗ୍ର ରାଜ୍ୟ ସମେତ ସୁନ୍ଦରଗଡ଼ ଜିଳ୍ଲାରେ ଶୋକର ଲହରୀ ଖେଳାଇ ଦେଇଛି। ବିଭିନ୍ନ ସଙ୍ଗଠନ ପକ୍ଷରୁ ସ୍ୱର୍ଗତା ଫ୍ରିଡ଼ା ଟପ୍ନୋଙ୍କ ବିୟୋଗରେ ଶୋକ ବାର୍ତ୍ତା ଦିଆଯାଇ ଗଭୀର ଶ୍ରଦ୍ଧାଜଂଳି ଅର୍ପଣ କରାଯାଇଛି। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତିଯେ, ସେ ଜଣେ ଲୋକପ୍ରୀୟ ଓ ସରଳ ଆଦିବାସୀ ରାଜନେତ୍ରୀ ଥିଲେ। ତାଙ୍କର ଚାକିରୀ ଜୀବନ କାଳରେ ସେ ଆଦିବାସୀଙ୍କୁ ଅନେକ ସାହାଯ୍ୟ କରିଥିଲେ। ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ଥାଇ ରାଜ୍ୟର ଆଦିବାସୀ…

"ସୁନ୍ଦରଗଡରେ ଶୋକର ଛାୟା: ପୂର୍ବତନ ସାଂସଦ ତଥା ମନ୍ତ୍ରୀ ଫ୍ରିଡ଼ା ଟପ୍ନୋଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ"

ଜେଏସପିଏଲ ଟେନସା ଖଣିକୁ ଜେଆଇପିଏମ ଟିପିଏମ ଉତ୍କର୍ଷତା ପୁରସ୍କାର

ରାଉରକେଲା୪-୨ (ଓଡ଼ିଆ ପୁଅ/ଶିବରାମ ପାତ୍ର) ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ୯ଜେଏସପିଏଲ)ର ସ୍ଥାନୀୟ ଟି ଆର ବି ଲୌହ ଖଣି, ଟୋଟାଲ ପ୍ରୋଡ଼କଟିଭମେଣ୍ଟାନାସ(ଟିପିଏମ)ରେ ସର୍ବୋଚ୍ଚ ଉତ୍କର୍ଷତା ପାଇଁ ଜାପାନର ୂଟୋକିଓ ସ୍ଥିତ ଜାପାନ ଇନଷ୍ଟିଚ୍ୟୁଟ ଅଫ ପ୍ଲାଣ୍ଟ ମେଣ୍ଟାନାସ(କେଆଇପିଏମ) ପକ୍ଷରୁ ୨୦୧୭ ବର୍ଷ ପାଇଁ ଟିପିଏମ ଏକ୍ସିଲେନ୍ସ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛି। ଏହି ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇ ଏକଜୁ୍ୟଟିଭ ଡାଇରେକ୍ଟର ଏବଂ ଗ୍ରୁପ ମୁଖ୍ୟ (ମାଇନ୍ସ ଏଣ୍ଡ ମିନେରାଲ) ଆଶିଷ କୁମାର କହିଲେଯେ, ଜେଆିପିଏମ ଭଳି ଆନ୍ତର୍ଜାତୀୟ ସଂସ୍ଥା ଦ୍ୱାରା ସମ୍ମାନିତ ହେବା ବାସ୍ତବରେ ଏକ ଗୌରବର ବିଷୟ। ଏହି ମାଇନ୍ସରେ ଆମେ ଉତ୍ପାଦନ, ଗୁଣବତ୍ତା, ସ୍ୱାସ୍ଥ୍ୟ, ସୁରକ୍ଷା, ବଜାୟ ରଖି…

"ଜେଏସପିଏଲ ଟେନସା ଖଣିକୁ ଜେଆଇପିଏମ ଟିପିଏମ ଉତ୍କର୍ଷତା ପୁରସ୍କାର"

ଜାତିର ଜାଗ୍ରତ ପହରୀ ପଦ୍ମଭୂଷଣ ଡଃ ରାଧାନାଥ ରଥଙ୍କ ଶ୍ରାଦ୍ଧଦିବସ ପାଳିତ

ରାଉରକେଲା୪-୨ (ଓଡ଼ିଆ ପୁଅ/ଶିବରାମ ପାତ୍ର) ଓଡ଼ିଆ ଭାଷା ବିକାଶ ମଂଚ ଓ ରଘୁନାଥପଲୀ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଜାତିର ଜାଗ୍ରତ ପହରୀ ପଦ୍ମଭୂଷଣ ଡଃ ରାଧାନାଥ ରଥଙ୍କ ଶ୍ରାଦ୍ଧ ଦିବସ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବିଜୟିନୀ ଜେନା ଅଧ୍ୟକ୍ଷତା କରିଥିଲେ। ଜର୍ଣ୍ଣାଲିଷ୍ଟ ଆସୋସିଏସନର ଉପ ସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟ ଅତିଥି, ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦାଶ ଅନ୍ୟତମ ଅତିଥି ଓ ମଂଚର ସାଧାରଣ ସଂପାଦକ ଆର୍ତତ୍ରାଣ ମହାପାତ୍ର ମୁଖ୍ୟବକ୍ତା ରୂପେ ଯୋଗଦେଇ ରାଧାନାଥଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ପ୍ରାରମ୍ଭରେ ଅତିଥି ମାନେ ରାଧାନାଥଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପରେ…

"ଜାତିର ଜାଗ୍ରତ ପହରୀ ପଦ୍ମଭୂଷଣ ଡଃ ରାଧାନାଥ ରଥଙ୍କ ଶ୍ରାଦ୍ଧଦିବସ ପାଳିତ"

ଡ଼ ରାଧାନାଥ ରଥଙ୍କ ଶ୍ରାଦ୍ଧଉତ୍ସବ ଓ ଶ୍ରଦ୍ଧାଂଜଳି ସଭା

ରାଉରକେଲା୪-୨ (ଓଡ଼ିଆ ପୁଅ/ଶିବରାମ ପାତ୍ର) ଉତ୍କଳମଣି ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ, ଜନନାୟକ, ପ୍ରକ୍ଷାତ ସମାଜସେବୀ, ଉତ୍କଳରତ୍ନ ପଦ୍ମଭୂଷଣ ଡଃ. ରାଧାନାଥ ରଥଙ୍କର ବିଂଶତମ ଶ୍ରାଦ୍ଧଉତ୍ସବ ଓ ଶ୍ରଦ୍ଧାଂଜଳି ସଭା ସ୍ଥାନୀୟ ଗୋପବନ୍ଧୁ ନଗରଠାରେ ପାଳିତ ହୋଇଯାଇଛି। ଏହି ଶ୍ରଦ୍ଧାଂଜଳି ସଭାରେ ଅନୁଷ୍ଠାନର ସଂପାଦକ ତଥା ସମାଜ ସେବୀ ଅରୁଣ କୁମାର ପରିଡା ଅଧ୍ୟକ୍ଷତା କରି ଡଃ. ରାଧାନାଥ ରଥଙ୍କୁ କିମ୍ବଦନ୍ତୀ ପୁରୁଷଭାବେ ବର୍ଣ୍ଣନା କରି କହିଲେ ଆଧୁନିକ ଓଡିଶାର ନିର୍ମାତା ତଥା ଭାରତୀୟ ଗଣମାଧ୍ୟମରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିବାରେ ସଫଳ ହୋଇଥିଲେ ବାବୁଜୀ। ଓଡିଶାର ଜନସାଧାରଣଙ୍କୁ ଅନ୍ତରରୁ ସେ ଭଲପାଉଥିଲେ। ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କ ମନ୍ତ୍ରୀ…

"ଡ଼ ରାଧାନାଥ ରଥଙ୍କ ଶ୍ରାଦ୍ଧଉତ୍ସବ ଓ ଶ୍ରଦ୍ଧାଂଜଳି ସଭା"

ରାଉରକେଲା ପୁସ୍ତକ ମେଳା ଉଦ୍ ଘାଟିତ

ରାଉରକେଲା୪-୨ (ଓଡ଼ିଆ ପୁଅ/ଶିବରାମ ପାତ୍ର) ସ୍ମାଟୟ ସିଟିର ଭଂଜଭବନ ଠାରେ ଆଦର୍ଶ ପାଠାଗାର ପକ୍ଷରୁ ଆୟୋଜିତ ରାଉରକେଲା ପୁସ୍ତକ ମେଳା ୨୫ ବର୍ଷରେ ପଦାପର୍ଣ କରିଛି। ଏହି ଅବସରରେ ପାଠାଗାର ପକ୍ଷରୁ ରୌପ୍ୟ ଜୟନ୍ତୀ ପାଳନ କରାଯାଉଛି। ଗତ ଗୁରୁବାର ସଂଧ୍ୟାରେ ପାଠାଗାର ପକ୍ଷରୁ ଆୟୋଜିତ ଚିତ୍ତାକର୍ଷକ କାର୍ଯ୍ୟକ୍ରମରେ ରାଉରକେଲା ଇସ୍ପାତ କାରଖାନା(ଆରଏସପି) ସିଇଓ ଅଶ୍ୱୀନୀ କୁମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଉରକେଲା ପୁସ୍ତକ ମେଳାକୁ ଆନୁଷ୍ଠାନିକ ଭାବରେ ଶୁଭ ଉଦଘାଟନ କରିଥିଲେ। ସେ ଏହି ଅବସରରେ କହିଲେଯେ, ସୋସିଆଲ ମିଡ଼ିଆ କାୟା ବିସ୍ତାର କରିଥିଲେ ମଧ୍ୟ ପୁସ୍ତକର ଚାହିଦା ଆଜିବି ଅତୁଟ ରହିଛି। ପୁସ୍ତକ ଜନ ସମାଜର ବନ୍ଧୁ ବୋଲି ସେ…

"ରାଉରକେଲା ପୁସ୍ତକ ମେଳା ଉଦ୍ ଘାଟିତ"

ରାଉରକେଲା ବଣିକ ସଂଘର ବଜେଟ କର୍ମଶାଳା

ରାଉରକେଲା୪-୨ (ଓଡ଼ିଆ ପୁଅ/ଶିବରାମ ପାତ୍ର) ଲୋକସଭାରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଚଳିତ ବର୍ଷର ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି। ଏହି ଅବସରରେ ରାଉରକେଲା ବଣିକ ସଂଘ ପକ୍ଷରୁ ଚଳିତ ବର୍ଷର ବଜେଟକୁ ସ୍ୱାଗତ କରାଯାଇଛି। ବଣିକ ସଂଘର ସଭାପତି କେକେ ପୋଦ୍ଦାର ତାଙ୍କ ପ୍ରତିକ୍ରୀୟାରେ କହିଛନ୍ତିଯେ, ଏଥର ବଜେଟ ଭଲ ହୋଇଛି। କୃଷି, ଶିକ୍ଷା, ସ୍ୱାସ୍ଥ୍ୟକୁ ବଜେଟରେ ଗୁରୁତ୍ୱ ଦିଆଯାଇଛି। ସେହିପରି ସେନା ସେକ୍ଟର, ରେଳ ବିଭାଗ କ୍ଷେତ୍ରରେ ବଜେଟରେ ସୁବିଧା ପ୍ରଦାନ କରାଯାଇଛି। ତିନୋଟି ଲୋକସଭା କ୍ଷେତ୍ରରେ ଗୋଟିଏ ମେଡ଼ିକାଲ କଲେଜ ହେବାର ଯୋଜନା ସରକାରଙ୍କ ପକ୍ଷରୁ ରହିଛି ବୋଲି ଆୟୋଜିତ ଏକ କର୍ମଶାଳାରେ ମତ ବିନିମୟ କରାଯାଇଥିଲା। ଚାକିରିଆଙ୍କ ପାଇଁ ଟ୍ୟାକ୍ସ…

"ରାଉରକେଲା ବଣିକ ସଂଘର ବଜେଟ କର୍ମଶାଳା"

ରେଲୱେ ବିପକ୍ଷରେ ଯୁବ ବିଜେଡ଼ି ନେତାଙ୍କ ଅନଶନ

ରାଉରକେଲା୪-୨ (ଓଡ଼ିଆ ପୁଅ/ଶିବରାମ ପାତ୍ର) ରାଉରକେଲା ରେଲୱେ ସହାୟକ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଯୁବ ବିଜେଡ଼ି ନେତା ପ୍ରକାଶ ପାଶୱାନଙ୍କ ଧାରଣା ଜାରି ରହିଛି। ଏହି ଧାରଣାରେ ସ୍ଥାନୀୟ ଗୋପବନ୍ଧୁପାଲ୍ଲୀ ଅଂଚଳର ଶତାଧିକ କର୍ମୀ ଉପସ୍ଥିତ ଥିଲେ। ରାଉରକେଲା ସହର ସ୍କାର୍ଟସିଟି ମାନ୍ୟତା ପାଇବା ପରେ ସହରର ବିଭିନ୍ନ ସ୍ଥାନରେ ବହୁ ଉନ୍ନତିମୂଳକ କାର୍ଯ୍ୟ ଚାଲିଛି। ସେଥି ମଧ୍ୟରୁ ରିଙ୍ଗରୋଡ଼ ବିଏସଏନଏଲ ଛକ ଠାରୁ ବାସନ୍ତୀ କଲୋନୀ ପର୍ଯ୍ୟନ୍ତ ଏକ ଚାରିଲେନର ରାସ୍ତା କାମ ଶେଷ ହେବାକୁ ବସିଲାଣି। ଏହି ରାସ୍ତା ନିର୍ମାଣ ହେଲେ ବାସନ୍ତୀ କଲୋନୀ, ଉଦିତନଗର, ଛେଣ୍ଡ, ଗୋପବନ୍ଧୁପାଲ୍ଲୀ, ରେଲୱେ କଲୋନୀ, ଡେଲିମାର୍କେଟ ଭଳି ବିଭିନ୍ନ ଅଂଚଳର ଶତାଧିକ ଲୋକେ ଯାତାୟତରେ ଉପକୃତ…

"ରେଲୱେ ବିପକ୍ଷରେ ଯୁବ ବିଜେଡ଼ି ନେତାଙ୍କ ଅନଶନ"

ଦିଲ୍ଲୀପଙ୍କୁ ଝଟକା, ଜୁଏଲଙ୍କୁ ମଉକା

ରାଉରକେଲା୪-୨ (ଓଡ଼ିଆ ପୁଅ/ଶିବରାମ ପାତ୍ର) ସଦ୍ୟ ସମାପ୍ତ ରାଉରକେଲା ଇସ୍ପାତ କାରଖାନା ସୀକୃତପ୍ରାପ୍ତ ଶ୍ରମିକ ସଂଘ ନିର୍ବାଚନରେ ଯଦିଓ ବିଜେପି ସମର୍ଥିତ ଶ୍ରମିକ ସଂଘଠନ ବିଏମସକୁ ଅନନ୍ୟ ସଫଳତା ମିଳିଛି ତେବେ ଦିଲ୍ଲୀପଙ୍କୁ ଝଟକା, ଜୁଏଲଙ୍କୁ ମଉକା ବୋଲି ସହରରେ ଚର୍ଚ୍ଚା ଜୋର ଧରିଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଦିଲ୍ଲୀପ ରାୟ ଓ ବର୍ତ୍ତମାନର କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ମଧ୍ୟରେ ବିଗତ କିଛି ଦିନ ହେବ ସାମାନ୍ୟ ମନାନ୍ତର ଥିବା ବିଭିନ୍ନ ରାଜନୈତିକ ମହଲରେ ଆଲୋଚନା ହେଉଥିବାବେଳେ ବିଗତ ଦିନରେ ସହରରେ ବିଜେପି ପକ୍ଷରୁ ପାଳନ କରାଯାଇଥିବା ବିଜୟ ଉତ୍ସବ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଦିଲ୍ଲୀପ ନିଜକୁ ଦୁରେଇ ରଖିବା ବାସ୍ତବତାକୁ…

"ଦିଲ୍ଲୀପଙ୍କୁ ଝଟକା, ଜୁଏଲଙ୍କୁ ମଉକା"

ଭାରତୀୟ ରେଳବାଇ ପକ୍ଷରୁ ଭ୍ରଷ୍ଟାଚାର ବିରୋଧି ଅଭିଯାନ

ରାଉରକେଲା୪-୨ (ଓଡ଼ିଆ ପୁଅ/ଶିବରାମ ପାତ୍ର) ସାରା ଦେଶରେ ଭାରତୀୟ ରେଳବାଇ ପକ୍ଷରୁ ଭଷ୍ଟ୍ରାଚାର ବିରୋଧି ସଚେତନତା ଅଭିଯାନ ଆରମ୍ଭ କରାଯାଇଛି। ଏହା ସାରା ଦେଶରେ ୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅବସରରେ ଆଜି ରାଉରକେଲା ରେଳ ଷ୍ଟେସନ ଠାରେ ଏହି ଅଭିଯାନ ରାଉରକେଲା ଷ୍ଟେସନ ମାଷ୍ଟର ଏକେ ମିଶ୍ରଙ୍କ ଅଧ୍ୟକ୍ଷତାରେ ଷ୍ଟେସନ ପରିସରରେ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଚକ୍ରଧରପୁର ଡିସିଏମ ପି. ପ୍ରସାଦ ମୁଖ୍ୟ ଅତିତô ଭାବେ ଯୋଗ ଦେଇଥିଲେ। ସେ କହିଲେଯେ, ରେଳବାଇରେ ଦୁର୍ନିତିକୁ ଚେରରୁ ନଷ୍ଟ କରିବାକୁ ପଡ଼ିବ। ଏହି ଅବସରରେ ବିଭିନ୍ନ ଟ୍ରେନର ପାର୍ସଲ ଭ୍ୟାନ, ଟିକେଟ କାଉଣ୍ଟର, ରିଜର୍ଭ କାଉଣ୍ଟରରେ ରେଳବାଇର ବିଭିନ୍ନ ଅଧିକାରୀ ମାନେ ଯୋଗ…

"ଭାରତୀୟ ରେଳବାଇ ପକ୍ଷରୁ ଭ୍ରଷ୍ଟାଚାର ବିରୋଧି ଅଭିଯାନ"