ଶ୍ରୀ ମନ୍ଦିରରେ ଠିକା ପରିମଳ କର୍ମଚାରୀଙ୍କ ବିକ୍ଷୋଭ

ପୁରୀ, ୫/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଳାଇଛି ଶ୍ରୀମନ୍ଦିର ଠିକା ପରିମଳ କର୍ମଚାରୀ ସଂଘ। ଶୁକ୍ରବାର ଦିନ ଏନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ କର୍ମଚାରୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କର୍ମଚାରୀମନେ ମାର୍କେଟ ଛକ ଠାରୁ ଏକ ଶୋଭା ଯାତ୍ରା ବାହାରି ଶ୍ରୀ ମନ୍ଦିର କାର୍ଯ୍ୟାଳୟ ନିକଟକୁ ଯାଇଥିଲେ। ସଂଘର ସଭାପତି ଶରତ୍ରାୟଗୁରୁ, କାର୍ଯ୍ୟକାରୀ ସଭାପତି ଜଗନ୍ନାଥ ଦେଓ ଏବଂ ସଂପାଦକ ମନୋଜ କୁମାର ବାରିକ ପ୍ରମୁଖ ବିକ୍ଷୋଭ ସ୍ଥଳରେ ଉଦବୋଧନ ଦେଇ କର୍ମଚାରୀ ମାରଣ ନିତୀର ତୀବ୍ର ପ୍ରତିବାଦ କରିଥିଲେ। ସମାନ କାମକୁ ସମାନ ମଜୁରୀ ପ୍ରଥମ ସପ୍ତାହରେ ମାସିକ ସର୍ବନିମ୍ନ ମଜୁରୀ ପ୍ରଦାନ କରିବା ଠିକାଦାରଙ୍କ ଠାରୁ…

"ଶ୍ରୀ ମନ୍ଦିରରେ ଠିକା ପରିମଳ କର୍ମଚାରୀଙ୍କ ବିକ୍ଷୋଭ"

ବିଳମ୍ବରେ ଅନୁଷ୍ଠିତ ହେଲା ଜିଲ୍ଲା ସଂସ୍କୃତି ବୈଠକ

ପୁରୀ, ୫/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ଦୀର୍ଘ ୧୦ ବର୍ଷ ପରେ ଗୁରୁବାର ଦିନ ଜିଲ୍ଲା ସଂସ୍କୃତି କମିଟି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ଅଧ୍ୟକ୍ଷତା କରିଥିଲେ। ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଦିଆଯାଇଛି। ଚଳିତ ବର୍ଷ ମିଳିଥିବା ୬ ଲକ୍ଷ ଅନୁଦାନକୁ ଖର୍ଚ୍ଚ କରିବା ପାଇଁ ବିଭିନ୍ନ ଯୋଜନା ହୋଇଛି। ବୈଠକରେ ପ୍ରଥମ ଥର ପାଇଁ ନାଟକ ମହୋତ୍ସବ ଆୟୋଜନ ପାଇଁ ନିଷ୍ପତି ହୋଇଥିଲା। ଡିଡିସିର ଆୟୋବୃଦ୍ଧି କରାଯିବା ସହ ଏକ ସ୍ୱତନ୍ତ୍ର ଆକାଉ ଖୋଲାଯିବାକୁ ନିଷ୍ପତି ହୋଇଥିଲା। ସାଂସ୍କୃତିକ ସହାୟତା ପାଇଁ ଲଜିଂ ହାଉସ ଫଣ୍ଡ କୁ ଅନୁରୋଧ କରାଯିବାକୁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଶ୍ରୀ ଜଗନ୍ନାଥ ସଂସ୍କୃତିର…

"ବିଳମ୍ବରେ ଅନୁଷ୍ଠିତ ହେଲା ଜିଲ୍ଲା ସଂସ୍କୃତି ବୈଠକ"

ଗଜପତିଙ୍କ ପୂଷ୍ୟାଭିଷେକ

ପୁରୀ, ୫/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ପୂଷ୍ୟାନକ୍ଷତ୍ର ଯୋଗରେ ଗଜପତି ମହାରାଜ ଦିବ୍ୟସିଂହଦେବଙ୍କ ପୂଷ୍ୟାଭିଷେକ ଶ୍ରୀନଅରରେ ଗୁରୁବାର ସଂଧ୍ୟାରେ ସଂପନ୍ନ ହୋଇଛି। ଏଥିରେ ବରୁଣପୂଜା, ପଂଚଦେବତାପୂଜା, ବର୍ନ୍ଧନୀକଳସୀ ପୂଜା, ରାମାଭିଷେକ ପଟିପୁଜା ଶ୍ରୀ ନଅରରେ କରାଯାଇଥିଲା। ରାଜଗୁରୁ ଦେବୀପ୍ରସାଦ ରାଜଗୁରୁ, ସୁଂଧାଶୁରାଜଗୁରୁ ଏହି କାର୍ଯ୍ୟ ସଂପାଦନା କରିଥିଲେ। ରାଜଗୁରୁ ଆଣୀ ପ୍ରଜ୍ଞା ପାରମିତା ରାଜଗୁରୁ ବନ୍ଦାପନା କରିଥିଲେ। ଏହା ପରେ ଗଜପତି ମହାରାଜାକୁ ପଇତା ଲାଗି ଓ ମହାପ୍ରସାଦ ପ୍ରଦାନ କରାଯାଇଥିଲା। ଗଜପତି ଗାଦିକୁ ବିଜେ କରିବା ପରେ ଷୋଳଶାସନରେ ବ୍ରାହ୍ମଣ ଓ ପଣ୍ଡିତ ମାନେ ନଡିଆ ଓ ପଇତା ପ୍ରଦାନ କରି ଗଜପତିଙ୍କୁ ଆଶୀର୍ବାଦ ନେଇଥିଲେ। କାହାଳୀ, ତେଲିଙ୍ଗୀ ବାଜା, ଝାଞ୍ଜ ଆଦି ପାରମ୍ପାରିକ…

"ଗଜପତିଙ୍କ ପୂଷ୍ୟାଭିଷେକ"

ଶହୀଦଙ୍କ ପାଇଁ ଛାତ୍ର ବିଜେଡିର ସାମୁହିକ ଦୀପଦାନ

ପୁରୀ, ୫/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ଜାମୁ କାଶ୍ମୀରରେ ଶହୀଦ ହୋଇଥିବା ଓଡିଆ ଜବାନ ପ୍ରଦୀପ ପଣ୍ଡାଙ୍କର ଅମରଆତ୍ମାର ସଦଗତି ପାଇଁ ସିଂହଦ୍ୱାର ସମ୍ମୁଖରେ କରାଯାଇଛି ସାମୁହିକ ଦୀପଦାନୠୁରୁବାର ସଂଧ୍ୟାରେ ରାଜ୍ୟ ଛାତ୍ର ବିଜେଡି ଓ ଯୁବଗୋଶ୍ଠୀ ମାନଙ୍କ ପକ୍ଷରୁ ଏହି ସାମୁହିକ ଦୀପଦାନ କାର୍ଯ୍ୟକ୍ରମ ପକ୍ଷରୁ ଏହି ସାମୁହିକ ଦୀପଦାନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ରାଜ୍ୟ ଛାତ୍ର ବିଜେଡି ସଂପାଦକ ଷ୍ଟାଲିନ୍ ପରିଜାଙ୍କ ନେତୃତ୍ୱରେ ଅବିନାଶ ଦଳେଇ, ଭିକାରୀ ଚରଣ ସାମଲ, କିରଣ କୁମାର ସାହୁ, ଶାରଦା ମହାପାତ୍ର, ଆକାଶ କୁମାର ତ୍ରୀପାଠୀ, ଚନ୍ଦନ ବିଶ୍ୱାଳ, ଗୁରୁପ୍ରସାଦ ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥଲେ।ଛାତ୍ର ଓଶ୍ରମିକମାନେ ଅରୁଣସ୍ତମ୍ବ ନିକଟରେ ପ୍ରଦୀପ ପ୍ରଜ୍ୱଳନ…

"ଶହୀଦଙ୍କ ପାଇଁ ଛାତ୍ର ବିଜେଡିର ସାମୁହିକ ଦୀପଦାନ"

ଶ୍ରୀଜିଉଙ୍କ ବନକ ଲାଗି

ପୁରୀ, ୪/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ଗୁରୁବାର ଶ୍ରୀମନ୍ଦିରରେ ବନକ ଲାଗି ନୀତି ପାରମ୍ପାରିକ ରୀତିନୀତି ଅନୁସାରେ ପାଳିତ ହୋଇଯାଇଛି। ଏଥିପାଇଁ ଅପରାହ୍ନରେ ୪ ଘଣ୍ଟାଧରି ଶ୍ରୀଜିଉ ମାନଙ୍କର ଦର୍ଶନ ବନ୍ଦ ରହିଥିଲା। ଏଥିପାଇଁ ଶ୍ରୀଜିଉଙ୍କ ଦ୍ୱିତୀୟ ଭୋଗ ମଣ୍ଡପ ନୀତି ପରେ ଦତ ମହାପାତ୍ର ସେବାୟତ ମାନେ ସଂହାସନ ଉପରକୁ ଯାଇ ଶ୍ରୀଜିଉଙ୍କ ଶ୍ରୀମୁଖ ସିଂହାର କରିଥିଲେ। କଳା, ରାଶିତେଲ, ହରିତାଳ,  ପିଙ୍ଗୁଳ ଆଦି ପ୍ରାକୃତିକ ରଙ୍ଗରେ ସେବକମାନେ ମହାପ୍ରଭୁଙ୍କ ସିଂହାର କରିଥିଲେ। ଏଥିପାଇଁ ଦୀର୍ଘ ୪ଘଣ୍ଟା ଧରି ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିଥିଲା।

"ଶ୍ରୀଜିଉଙ୍କ ବନକ ଲାଗି"

ଗଡିଲା ତମାକୁ ସଚେତନତା ରଥ

ପୁରୀ, ୪/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ଗୁରୁବାର ଠାରୁ ଆରମ୍ଭ ହୋଇଛିି ତମାଖୁ ସଚେତନତା ରଥଯାତ୍ରା। ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଏହି ସଚେତନତା ରଥ ଅଭିଯାନ ଆରମ୍ଭ ହୋଇଛି। ଗୁରୁବାର ପୂର୍ବାହ୍ନରେ ସଦର ମୁଖ୍ୟ ଚିକିତ୍ସାଳୟ ପରିସରରୁ ଏହି ତମାଖୁ ସଚେତନତା ରଥକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ଡାଃ ବିଜନ କୁମାର ମହାନ୍ତି ସବୁଜ ପତାକା ଦେଖାଇ ଉଦ୍ଘାଟନକରିଥିବା ବେଳେ ଉପମୁଖ୍ୟ ଚିକିତ୍ସାଧିକରୀ ଡାଃ ବ୍ରଜବନ୍ଧୁ ଦାସ, ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମର ଜିଲ୍ଲାପରାମର୍ଶଦାତା ଡା ସୁଶାନ୍ତ କୁମାର ବିଶ୍ୱାଳ ଡିଏମପିଟି ନାରାୟଣ ରାଓ ପ୍ରମୁଖ ଉପସ୍ଥିତ ଥିଲେ। ସଚନାଯୋଗ୍ୟ ଯେ ଏହି ୨ଟି ସଚେତନତା ରଥ ଦୀର୍ଘ୧୫ ଦିନ ଧରି ଜିଲ୍ଲାର କୋଣ ଅନୁକୋଣକୁ…

"ଗଡିଲା ତମାକୁ ସଚେତନତା ରଥ"

ଚଳଜିତ୍ର ନିର୍ଦ୍ଦେଶକ ନରେନରାୟ ଆଉ ନାହାନ୍ତି

ପୁରୀ, ୪/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ଓଡିଆ ଚଳଚିତ୍ର ଜଗତର ଜଣେ ଜଣାଶୁଣା ବରିଷ୍ଠ ନିର୍ଦ୍ଦେଶକ ନରେନ୍ ରାୟଙ୍କ ବୁଧବାର ବିଳମ୍ବିତ ରାତ୍ରୀରେ ତାଙ୍କର କଟକ ସ୍ଥିତ ବାସଭବନରେ ପରଲୋକ ହୋଇଥିଲା। ତାଙ୍କ ମୃତ୍ୟୁ ଖବର ପାଇଁ ବହୁ ବିଶିଷ୍ଟ କଳାକାର ଓ ଚଳଚିତ୍ର ନିର୍ଦ୍ଦେଶକ ତାଙ୍କ କଟକ ସ୍ଥିତ ନୂଆବଜାର ନିଜସ୍ୱ ବାସଭବନକୁ ଯାଇ ତାଙ୍କର ଅନ୍ତିମ ଦର୍ଶନ କରିବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜାଳୀ ଅର୍ପଣ କରି ଶୋକ ସନ୍ତପ୍ତ ପରିବାର ବର୍ଗ ପ୍ରତି ଗଭିର ସମ୍ବେଦନା ଜ୍ଞାପନ କରିଥିଲେ। ପ୍ରଥମ ଓଡିଆ ଚଳଚିତ୍ର ଗପ ହେଲେବି ସତ ଚଳଚିତ୍ରର ନିର୍ଦ୍ଦେଶକ ହୋଇଥିଲେ। ତାଙ୍କ ମରଶରୀରକୁ ଗୁରୁବାର କଟକରୁ ସ୍ୱର୍ଗଦ୍ୱାର ଅଣାଯାଇ ଶେଷକୃତ ସଂପନ୍ନ…

"ଚଳଜିତ୍ର ନିର୍ଦ୍ଦେଶକ ନରେନରାୟ ଆଉ ନାହାନ୍ତି"

ପ୍ରାତଃଭ୍ରମଣକାରୀ ସଂଘ ବାର୍ଷିକ ଉତ୍ସବ

ପୁରୀ, ୪/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ଶରଧାବାଲି ପ୍ରା ତଃ ଭ୍ରମଣ କମାରୀ ସଂଘର ବାର୍ଷିକ ଉତ୍ସବ ଓ ସାଧାରଣ ସଭା ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି। ଶରଧାବାଲି ସ୍ଥିତ ଦଶଅବତାର ମଠ ପରିସରରେ ଆୟୋଜିତ ଏହି ଉତ୍ସବରେ ବିଶ୍ୱନାଥ ଦାଶ ଅଧ୍ୟକ୍ଷତା କରିଥିଲେ। ସଂଘର ବରିଷ୍ଠ ସଦସ୍ୟମାନଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ନରସିଂହ ମହାନ୍ତି ଓ ବିଜୟ ପଣ୍ଡା ପରିବେଶଣ କରିଥିଲେ।ପଲିପ୍ରାଣ ଆ ର୍ତ୍ତତ୍ରାଣ ମାନସିଂହ ଓ ଶିଶୁ ସାହିତ୍ୟିକ ସତ୍ୟନାରାୟଣ ମିଶ୍ର କବିତା ପାଠ କରିଥିଲେ। ସଭାପତି ପ୍ରାତଃ ଭ୍ରମଣର ଉପକରିତା ସଂପର୍କରେ ସଭାରେ ଅ୍ରାଲୋକପାତ କରିବା ସହ ଆଧ୍ୟାତ୍ମକ ଭାତୃଭାବ ପାଇଁ ପ୍ରତ୍ୟେକଙ୍କୁ ପରାମର୍ଶ ନେଇଥିଲେ। ଶେଷରେ…

"ପ୍ରାତଃଭ୍ରମଣକାରୀ ସଂଘ ବାର୍ଷିକ ଉତ୍ସବ"

ଅବଢା ଯୋଜନାରୁ ୪୦କୋଟି, ନିର୍ମାଣ ହେବ ଶ୍ରୀ ଜଗନ୍ନାଥ ଷ୍ଟାଡିୟମ୍

ପୁରୀ, ୪/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ଶ୍ରୀଜଗନ୍ନାଥ ଷ୍ଟାଡିୟମ୍ ନିର୍ମାଣ ପାଇଁ ବଢା ଯୋଜନାରୁ ଖର୍ଚ୍ଚ ହେବ ୪୦କୋଟି ଟଭ୍କା। ତାଳବଣିଆ ଇନ୍ଡୋର ଷ୍ଟାଡିୟମ୍ ଏବଂ ସମଙ୍ଗରେ ଗ୍ୟାଲେରୀ ସମେତ ଆଉଟ୍ଡୋର ଷ୍ଟାଡିୟମ ନିର୍ମାଣ କରାଯିବ। ବୁଧବାର ଏଥିପାଇଁ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲେ ମଧ୍ୟ ସ୍ଥାନ ଚିହ୍ନଟ ନେଇ ଚୂଡାନ୍ତ ନିଷ୍ପତି ହୋଇପାରିନାହିଁ। ତାଳବଣିଆରେ ଇନ୍ଡୋର ଷ୍ଟାଡିୟମ ପାଇଁ ଭାରତୀୟ କ୍ରୀଡା ପ୍ରାରଧୀକରଣ ୭କୋଟି ୫ ଲକ୍ଷ ଟଙ୍କା ମଂଜୁର କରିଛି। ରାସ୍ତା ଓ ଗୃହ ନିର୍ମାଣ ଡିଭିଜନ ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ଚୂଡାନ୍ତ କରିବାକୁ ବସିଥିବା ବେଳେ ରାଜ୍ୟ କ୍ରୀଡା ବିଭାଗ ଜିଲ୍ଲାପ୍ରଶାସନ ଅଜ୍ଞାତରେ ଅନ୍ୟ ଏକ ସଂସ୍ଥାକୁ କାର୍ଯ୍ୟାଦେଶ ଦେଇଛନ୍ତି। ଷ୍ଟାଡିୟମ…

"ଅବଢା ଯୋଜନାରୁ ୪୦କୋଟି, ନିର୍ମାଣ ହେବ ଶ୍ରୀ ଜଗନ୍ନାଥ ଷ୍ଟାଡିୟମ୍"

ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ଚୂଡାନ୍ତ ନିଷ୍ପତି ପରେ ବଦଳିବ ମହୋଦଧି ଆରତୀ ଠିକଣା

ପୁରୀ, ୪/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ସ୍ୱର୍ଗଦ୍ୱାର ସମ୍ମୁଖ ବେଳାଭୂମୀ ପରିବର୍ତ୍ତେ ଲାଇଟ୍ ହାଉସ ନିକଟରେ ମହୋଦଧି ଆଳତୀ କରାଯିବ। ଜିଲ୍ଲା ପ୍ରଶାସନ ପକ୍ଷରୁ ବୁଧବାର ଅନୁଷ୍ଠିତ ବୈଠକରେ ଏଥିପାଇଁ ଗୋବର୍ଦ୍ଧନ ପୀଠକୁ ପ୍ରସ୍ତାବ ଦିଆଯାଇଛି। ତେବେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ନିଷ୍ପତି ଚୂଡାନ୍ତ ବୋଲି ଜିଲ୍ଳାପାଳ ଶ୍ରୀ ଅରବିନ୍ଦ ଅଗ୍ରୱାଲ ସୂଚନା ଦେଇଛନ୍ତି। ତୀର୍ଥ ରାଜ ମହୋଦଧୀ ଆରତୀରେ ସହୋଯୋଗର ହାତ ବଢାଇଛି ଜଲ୍ଲା ପ୍ରଶାସନ। ଶ୍ରୀମନ୍ଦିର ପ୍ରଶାଦସନ ଓ ଜିଲ୍ଲା ପରିଷଦ ପକ୍ଷରୁ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦେବା ପ୍ରସ୍ତାବ ଦିଆଯାଇଛି। ବେଳା ଭୂମୀରେ ୭ ଟି ଅସ୍ଥାୟୀ ମଣ୍ଡପ କରାଯିବା ସହ ପ୍ରତେହ ୭ ଜଣ ବ୍ରାହ୍ମଣଙ୍କ ସହ ମହୋଦଧୀରେ ଆଳତୀ କାରାଯିବ।…

"ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ଚୂଡାନ୍ତ ନିଷ୍ପତି ପରେ ବଦଳିବ ମହୋଦଧି ଆରତୀ ଠିକଣା"