ଆରମ୍ଭ ହେଲା ରୁବେଲା ଟିକାକରଣ… ଟିକା ନେଇ ୩ ଛାତ୍ର ଅସୁସ୍ଥ

ପୁରୀ, ୨୯/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ସୋମବାରରୁ ଆରମ୍ଭ ହୋଇଛି ରୁବେଲା ଟିକାକରଣ। ଏହି ପରିପ୍ରେକ୍ଷୀରେ ରବିବାର ପୂର୍ବାହ୍ନରେ ଏକ ସଚେତନତା ଶୋଭାଯାତ୍ରା ଗୁଣ୍ଡିଚା ମନ୍ଦିର ନିକଟରୁ ବାହାରିଲା। ଉପମୁଖ୍ୟ ଚିକିତ୍ସାଧିକାରୀ ଡାଃ ବ୍ରଜବନ୍ଧୁ ଦାସ ପତାକା ଦେଖାଇ ଶୋଭାଯାତ୍ରାକୁ ଉଦଘାଟନ କରିଥିବା ବେଳେ ଡାଃ ଭାସ୍କର ସାମନ୍ତରାୟ, ପିଏମଟି ନାରାୟଣ ରାଓ ପ୍ରମୁଖ ଉପସ୍ଥିତ ତିଲେ। ଏନଏମ୍ ଛାତ୍ରମାନେ ବିଭିନ୍ନ ସଚେତନତା ପ୍ଲାକାର୍ଡ ଧରି ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଗଦାଧାର ଉଚ୍ଚବିଦ୍ୟାଳୟରେ ଟିକା କରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ଜିଲ୍ଲାପରିଷଦ ସଭାପତି ଜ୍ୟୋତିର୍ମୟ ଦଳାଇ ଏହାକୁ ଉଦଘାଟନ କରି ମିଳିମିଳା ଓ ଜର୍ମାନ ମିଳିମିଳାର ପ୍ରତିଷେଧକ ଦିଗରେ ସରକାରଙ୍କ ଏହା ଏକ…

"ଆରମ୍ଭ ହେଲା ରୁବେଲା ଟିକାକରଣ… ଟିକା ନେଇ ୩ ଛାତ୍ର ଅସୁସ୍ଥ"

ପୁରୀ ସହରରେ ଖୋଲାଖୋଲି ଭାଙ୍ଗ ଓ ଚୋରା ମଦ କାରବାର ବୃଦ୍ଧି

ପୁରୀ, ୩୦/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ପୁରୀ ସହର ଏକ ଆନ୍ତର୍ଜାତିକ ମାନ୍ୟତା ପର୍ଯ୍ୟଟନ କ୍ଷେତ୍ର ପ୍ରମୁଖ ତିର୍ଥ କ୍ଷେତ୍ର ହୋଇଥିବା ଯୋଗୁଁ ପ୍ରତେହ ସହରକୁ ଲକ୍ଷାଧିକ ପର୍ଯ୍ୟଟକ ଓ ତିର୍ଥଯାତ୍ରୀ ଆସିଥାନ୍ତି। ସହରର ବିଭିନ୍ନ ସ୍ଥାନରେ ବଟାଭାଙ୍ଗ, ଭାଙ୍ଗ ସରବତ, ଭାଙ୍ଗ ଲଡୁ, ବହୁଳ ଭାବରେ ଖୋଲାଖୋଲି ଅବାଧରେ ବିକ୍ରୀ ଚାଲିଥିଲେ ମଧ୍ୟ ଅବକାରୀ ବିଭାଗ ଓ ପୋଲିସ ପ୍ରଶାସନ ଓ ନୀରବ ଦ୍ରଷ୍ଟା ସାଜିଥିବା କୁହାଯାଇଛି। ବଳଗଣ୍ଡି, ମାର୍କେଟ ଛକ, ଟାଉନ ହଲ ଛକ, ଷ୍ଟେସନ, ଶରଧାବାଲି ପ୍ରମୁଖ ଅଂଚଳରେ ଭାଙ୍ଗ କାରବାର ବୃଦ୍ଧି ପାଉଥିବା ଅଭିଯୋଗ ହୋଇଛି। କେତେକ ପାନ ଦୋକାନରେ ପାନର ପଶରା ଦେଖାଇ ଖୋଲାଖୋଲି ଭାବେ ଭାଙ୍ଗ ବିକୁଥିବା ଅଭିଯୋଗ…

"ପୁରୀ ସହରରେ ଖୋଲାଖୋଲି ଭାଙ୍ଗ ଓ ଚୋରା ମଦ କାରବାର ବୃଦ୍ଧି"

ଚତୁର୍ଥ ଦିନରେ ପରିମଳ କର୍ମଚାରୀଙ୍କ ଧାରଣା..ଆମରଣ ଅନସନ ଧମକ

ପୁରୀ, ୩୦/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ଶ୍ରୀ ଜଗନ୍ନାଥ ମନ୍ଦର ଠିକା ପରିମଳ କର୍ମଚାରୀ ସଂଘର ଅହୋରାତ୍ର ଧାରଣା ୪ ର୍ଥ ଦିନରେ ପହଁଚିଛି। ଆଗାମୀ ଦିନେ ୨ ଦିନ ମଧ୍ୟରେ ଶ୍ରୀମନ୍ଦର ପ୍ରଶାସନ କୈାଣସି ପଦକ୍ଷେପ ଗ୍ରହଣ ନକଲେ କର୍ମଚାରୀ ମାନେ ଆମରଣ ଅନସନ କରିବେ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଖରା, ଶୀତ, କାକର ଖାଇ ଏହି କର୍ମଚାରୀଙ୍କ ମଧ୍ୟରୁ ଜଣେ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି। ଏପଟେ ପ୍ରଶାସନ କୈାଣସି ପଦକ୍ଷେପ ଗ୍ରହଣ ନକରିବାରୁ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ଅନ୍ୟପଟେ ଚୁପ ଥିବା ଶ୍ରମ ଓ ନିୟୋଜନ ବିଭାଗ ପୁଣି ଏକ ତ୍ରିପାକ୍ଷିକ ଚିଠି ନିମନ୍ତେ ନୋଟିସ…

"ଚତୁର୍ଥ ଦିନରେ ପରିମଳ କର୍ମଚାରୀଙ୍କ ଧାରଣା..ଆମରଣ ଅନସନ ଧମକ"

ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ କୋକେଇ ଶୋଭାଯାତ୍ରା

ପୁରୀ, ୩୦/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -କୁନ୍ଦୁଲି ଘଟଣାରେ ଅଭିଯୁକ୍ତ ମାନଙ୍କୁ ଗିରଫ ଦାବି ସହ ସିବିଆଇ ତଦନ୍ତ ଦାବି କରି ଆଜି ମଧ୍ୟାନରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଏକ କୋକେଇ ଶୋଭା ଯାତ୍ରା ବାହାରିଥିଲା। ଏହି ପରିପେକ୍ଷୀରେ ମହିଳା ମୋର୍ଚ୍ଚ ର ସଭାେନତ୍ରୀ ଜ୍ୟୋତି ମହାପାତ୍ରଙ୍କ ନେତୃତ୍ୱରେ ଶତାଧିକ ମହିଳା ଶରଧାବାଲିରୁ ଶେଭାଯାତ୍ରରେ ବାହାରୀ ଟାଉନଥାନା ନିକଟରେ ପହଁଚିଥିଲେ। ଶୋଭାଯାତ୍ରାର ସମ୍ମୁଖ ଭାଗରେ ଏକ କୋକେଇରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତଳିକରା ରଖି ମୋର୍ଚ୍ଚା ସଦସ୍ୟମାନେ ବିଭିନ୍ନ ସ୍ଲୋଗାନ ଦେଇ ଟାଉନଥାନା ନିକଟରେ ପହଁଚିଥିଲେ। ଶୋଭାଯାତ୍ରା ପହଁଚିବା ପରେ ବିକ୍ଷୋଭ ପ୍ରଦଶର୍ନ କରିବା ସହ ବିଭିନ୍ନ ସ୍ଲୋଗାନ ଦିଆଯାଇଥିଲା। କୁନ୍ଦୁଲି ଘଟଣାର ସରକାର କୌଣସି ପଦକ୍ଷେପ ନନେବାକୁ…

"ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ କୋକେଇ ଶୋଭାଯାତ୍ରା"

ଜିଲ୍ଲାପାଳଙ୍କ କାର୍ଯ୍ୟାଳାୟ ସମ୍ମୁଖରେ ବି.ଏସ.ପି ପକ୍ଷରୁ ବିକ୍ଷୋଭ

ପୁରୀ, ୨୯/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ଆଜି ପୂର୍ବାହ୍ନରେ ବହୁଜନ ସମାଜ ପାଟି ପୁରୀ ଜିଲ୍ଲା ଶାଖା ପକ୍ଷରୁ ଏକ ଶୋଭାଯାତ୍ରା ଗୁଣ୍ଡିଚା ମନ୍ଦିର ଠାରୁ ବାହାରୀ ସହରର ମୁକ୍ୟ ରାସ୍ତା ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ପହଂଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦେଇଥିଲେ। ଓଡିଶାର ପ୍ରଭାରୀ ଚମ୍ପାଲାଲ ଜୀ, ରାଜ୍ୟ ଉପସଭାପତି ଆଇନଜିବୀ ସୁବ୍ରତ ସାମଲ, ସାଧାରଣ ସଂପାଦକ ରବିନ୍ଦ୍ର କୁମାର ବଡଜେନା, ବିଭୂତି ଭୂଷଣ ମାଝୀ, ଜିଲ୍ଲା ସଭାପତି ପ୍ରଭାତ ଭୋଇ ଓ ସୁଧୀର କୁମାର ନାୟକ ପ୍ରମୁଖ ଧାରଣା ସ୍ଥଳରେ ଉଦବୋଧନ ଦେଇ କହିଲେ ଯେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଧିଷ୍ଟ ଭାବେ ଦଳିତ, ଆଦିବାସୀ…

"ଜିଲ୍ଲାପାଳଙ୍କ କାର୍ଯ୍ୟାଳାୟ ସମ୍ମୁଖରେ ବି.ଏସ.ପି ପକ୍ଷରୁ ବିକ୍ଷୋଭ"

ବଡିବିଲଡିଂ ପ୍ରତିଯୋଗିତା ଆରମ୍ଭ..ଶୁଭ୍ରାଶୁଂ ଶେଖର ମିଷ୍ଟର ପୁରୀ ହେଲେ

ପୁରୀ, ୨୯/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ପୁରୀ ଆର୍ମେଚର ବଡିବିଲଡିଂ ଆସୋସିଏସନ ତରଫରୁ ଲିଜେଣ୍ଡ ଓ ଜିନ୍ସର ମିଳିତ ସହୋଯୋଗରେ ଜିଲ୍ଲାସ୍ତରୀୟ ବଡିବିଲଡିଂ ପ୍ରତିଯୋଗିତା ପୈାରସଦନ ଠାରେ ଅନୁଷ୍ଠିତ ହୋଇଯାଇଛି। ୫୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଏଥିରେ ଅଂଶ ଗ୍ରହଣ କରି ସୁନ୍ଦର ସ୍ୱାସ୍ଥ୍ୟ ପରିବେଶଣ କରିଥିଲେ। ଏଥିରେ ଶୁଭ୍ରାଶୁଂ ଶେଖର ଜେନ ମିଷ୍ଟର ପୁରୀ ଭାବେ କୃତିତ୍ୱ ହାସଲ କରିଥିବା ବେଳେ ରନସ ର୍ଅଫ ଭାବେ ବିଶ୍ୱନାଥ ଖୁଟିଂଆ ପୁରସ୍କୃତ ହୋଇଥିଲେ। ସୋମନାଥ ଜାଲି ମୋଷ୍ଟ ଇପୁଂଜ, ଏବଂ ସୁବ୍ରତ ସାସମଲ ବେଷ୍ଟ ପୋଜର ଭାବେ ପୁରସ୍କୃତ ହୋଇଥିଲେ। ୫୫ କିଲୋ ବର୍ଗରେ ଏସଏସ ରେଡି ୬୦ କିଲୋ ବର୍ଗରେ ସୁବ୍ରତ ସାସମଲ ୬୫…

"ବଡିବିଲଡିଂ ପ୍ରତିଯୋଗିତା ଆରମ୍ଭ..ଶୁଭ୍ରାଶୁଂ ଶେଖର ମିଷ୍ଟର ପୁରୀ ହେଲେ"

ନାଗରିକ ସଚେତନ ମଂଚ ମୁଖ୍ୟମନ୍ତ୍ରଙ୍କ ନାମରେ ମାମଲା ରୁଜୁ କଲା

ପୁରୀ, ୩୦/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -କୁନ୍ଦୁଲି ପିଡିତା ଆତ୍ମହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀ ଓ ଗୃହ ବିଭାଗକୁ ଦାୟୀ କରିଛି ସଚେନତ ନାଗରିକ ମଂଚ। ଏ ନେଇ ମଂଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କରାଯାଇ ପୁରୀ ଏସଡିଜେଏମଏସ କାର୍ଟରେ ମାମଲା ଡାଏଲ କରିଛି ମଂଚ ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ। ମାନ୍ୟବର ଅଦାଲତ ଏହି ମାମଲାକୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ମାମାଲାରେ ଶ୍ରୀ ପଟ୍ଟନାୟକ ଦର୍ଶାଇଛନ୍ତି ଯେ କୁନ୍ଦୁଲି ପିଡିତା ଆତ୍ମହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଅଧିନସ୍ଥ ଗୃହ ବିଭାଗ ଦାୟୀ। ତେଣୁ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଭାରତୀୟ ଦଣ୍ଡ ବିଧ ଆଇନର ୫୦୬, ୧୨୦ ବି, ୩୦.୩୦୨, ୪୧୬, ୪୦. ଏବଂ ୩୪୦ଦଫାରେ ମକଦମା କରିବା…

"ନାଗରିକ ସଚେତନ ମଂଚ ମୁଖ୍ୟମନ୍ତ୍ରଙ୍କ ନାମରେ ମାମଲା ରୁଜୁ କଲା"

ଓଡିଶା ଶିଳ୍ପୀ ମହାସଂଘର ବୈଠକ

ପୁରୀ, ୩୦/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ଓଡିଶା କୁରାଳ ମହାସଂଘର ଆନୁକୂଲ୍ୟରେ ପୁରୀ କୁରାଳ ମହାସଂଘ କମିଟି ଏବଂ ଓଡିଶା ଶିଳ୍ପୀ ମହାସଂଘର ଆନୁକୂଲ୍ୟରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କର୍ମଶାଳାରେ ଓଡିଶା ଲଳିତ କଳା ଏକାଡେମୀର ସଂପାଦକ ମାନସ କୁମାର ଜେନା ଓ ପୁରୀ ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ଆର .ଏନ ମହାପାତ୍ର ଓ ପୁରୀ ଜିଲ୍ଲା କୁରାଳ ମହାସଂଘର ସଭାପତି ସୁଧାଶୁଂ କୃଷ୍ଣ ମୁଦୁଲି ଉପସଭାପତ ଶ୍ୟାମଘନ ବିଶୋଇ, ଓଡିଶା ଶିଳ୍ପୀ ମହାସଘର ସଂଗଠନର ସହସଂପାଦକ ଭବାନୀ ଓଝା, ବରିଷ୍ଠ କର୍ମକର୍ତା ରାଜେନ୍ଦ୍ର ମହାନ୍ତି, ପୁରୀ ଜିଲ୍ଲା ମହାସଂଘର ମହିଳା ସିଭାପତି ସ୍ୱର୍ଣ୍ଣଲତା ବିଶୋଇ ପ୍ରମୁଖ କର୍ମଶାଳାରେ ଯୋଗ ଦେଇ…

"ଓଡିଶା ଶିଳ୍ପୀ ମହାସଂଘର ବୈଠକ"

ଶହୀଦ ଦିବସ ପାଳିତ

ପୁରୀ, ୩୦/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ଜାତିର ପିତା ମହାତ୍ମାଗାନ୍ଧିଙ୍କର ତିରୋଧାନ ଦିବସ ଓ ଦେଶର ସ୍ୱାଧୀନତା ସଂଗ୍ରାମରେ ଯେଉଁମାନେ ପ୍ରାଣବଳି ଦେଇଥିଲେ ସେମାନଙ୍କ ଉଦ୍ଦେଶ୍ୟରେ ଆଦି ସହୀଦ ଦିବସ ପାଳନ କରାଯାଇଛି। ଶହୀଦ ଦିବସ ଉପଲକ୍ଷେ ଆଜି ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପୂର୍ବାହ୍ନ ୧୧ ଘଯିକା ସମୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଭୂତି ଭୂଷଣ ଦାସଙ୍କ ଅଧ୍ୟକ୍ଷତାରେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ନିର୍ବାଚନ ଡେପୁଟି କଲେକ୍ଟର ଶ୍ରୀ ସୁମନ୍ତ କୁମାର କର, ନିଜାରତ ଅଧିକାରୀ ଶ୍ରୀ ଜିତେନ୍ଦ୍ର କୁମାର ନାୟକ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ ମାନସ ରଂଜନ ବିଶ୍ୱାଳ, ଜିଲ୍ଲା ଯୋଜନା ଅଧିକାରୀ ଶ୍ରୀ ଦେବୀ…

"ଶହୀଦ ଦିବସ ପାଳିତ"

ରେଳଠିକା ଶ୍ରମିକ ସଂଘ ପ୍ରତିଷ୍ଠା ଦିବସ

ପୁରୀ, ୨୯/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ଇଷ୍ଟକୋଷ୍ଟ ରେଲୱେ ଠିକା ଶ୍ରମିକ ସଂଗର ପ୍ରଥମ ବାର୍ଷିକ ପ୍ରତିଷ୍ଠା ଦିବସ ଓୁ ବୈଠକ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ରେଲୱେ ଶ୍ରମିକ ୟୁନିୟନ କାର୍ଯ୍ୟଳାୟର ଆୟୋଜିତ ଏହି ପ୍ରତିଷ୍ଠା ଉତ୍ସବରେ ସାଧାରଣ ସଂପାଦକ ଲକ୍ଷ୍ମଣ ରାଓ ଅଧ୍ୟକ୍ଷତା କରିଥିଲେ। ସଂଘର ଉପଦେଷ୍ଟା ନବକିଶୋର ମହାନ୍ତି, ପୁରୀ ଶାଖା ସଭାପତି ଶ୍ରୀକାନ୍ତ ପରିଜା, ସଂପାଦକ ସନ୍ତୋଷ କୁମାର ସାହୁ, ଜୋନାଲ ସଭାପତି, ତପନ କୁମାର ସେଠୀ ପରିଚାଳନା କମିଟି ସଦସ୍ୟ ଦେବାଶିଷ ସାମଲ, ସୁଧିର ପାଟ୍ଟଯୋଶୀ ପ୍ରମୁଖ ବକ୍ତବ୍ୟ ରଖି କର୍ମଚାରୀଙ୍କ ସର୍ବନିମ୍ନ ଦରମା ପିଏଫ, ଇଏସଆଇ କିପରି ପାଇପାରିବେ ସେ ସଂର୍ପକରେ ଆଲୋଚନା କରିଥିଲେ। ଶେଷରେ…

"ରେଳଠିକା ଶ୍ରମିକ ସଂଘ ପ୍ରତିଷ୍ଠା ଦିବସ"