ଗୋଖାସାହି ବାସିନ୍ଦାଙ୍କ ଏସପି ଅଫିସ ଘେରାଉ

ପୁରୀ, ୨୩/୪(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ପୁରୀ ପୌରାଚଂଳର ୧ ନମ୍ବର ୱାର୍ଡର ପ୍ରବର୍ତ୍ତନ ମହିଳା କାଉନସିଲର ସତ୍ୟଭାମା ବେହେରାଙ୍କୁ ଗୁଳିମାଡ ଘଟଣାରେ ଏସପିଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଗୋଖାସାହି ବାସିନ୍ଦା, ଜମିବାଡି ବିବାଦ, ଅସମାଜିକ କାର୍ଯ୍ୟାକଳାପକୁ ପ୍ରତିରୋଧ ତଥା ପୁଣି ଦୃର୍ବୃତ ୨ ଟି ବାଇକରେ ଆସି ଶନିବାର ସଂଧ୍ୟାରେ ଦୋକାନ ବନ୍ଦ କରୁଥିବା ବେଳେ ସତ୍ୟଭାମାଙ୍କୁ ୫ ରାଉଣ୍ଡ ଗୁଳିମାଡ କରିଥିଲେ। ଗୋଟିଏ ଗୁଳି ତାଙ୍କ ପେଟରେ ବାଜିଥିଲା। ଗୁରୁତର ଅବସ୍ଥାରେ ସତ୍ୟଭାମାଙ୍କୁ ପ୍ରଥମେ ପୁରୀ ଓ ପରେ କଟକ ସ୍ଥାନାନ୍ତରିତ କରାଯାଇଥିଲା। ଘଟଣାର ୩ ଦିନ ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିବା ତ ଦୂରର କଥା। ଅପରାଧୀଙ୍କ ସପର୍କରେ ଟେର ପାଇପାରିନାହିଁ।…

"ଗୋଖାସାହି ବାସିନ୍ଦାଙ୍କ ଏସପି ଅଫିସ ଘେରାଉ"

ରେଳପଥ ଶ୍ରମିକ କଂଗ୍ରେସର ଗଣଧାରଣା

ପୁରୀ, ୨୩/୪(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ପୁରୀ କୋଚିଂ ଅଫିସରଙ୍କ କାର୍ଯ୍ୟାଳୟ ନିକଟରେ ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସ ପକ୍ଷରୁ ୧୯ ଦଫା ଦାବି ନେଇ ଗଣଧାରଣା ଦିଆଯାଇଛି। ଏନଏଫଆଇଆର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ବିଭୂଦତ୍ତ ଲେଙ୍କା, ପୁରୀ ଶାଖା ସଂପାଦକ ସଂଗ୍ରାମୀ କେଶରୀ ଭୋଳ, ପୂର୍ବତଟ ରେଳବାଇ ୟୁଥ ଶ୍ରମିକ କଂଗ୍ରେସର ସଂପାଦକ ଶମ୍ଭୁନାଥ ପାଶ୍ୱାନ, କାର୍ଯ୍ୟକାରୀ ସଭାପତି ରାମ ନାୟକ, ଉପସଭାପତି ରବି ପାଣିଗ୍ରାହୀ, ସହ ଲକ୍ଷ୍ମୀନାରାୟଣ ଓ ଦୌପଦୀ ମାହାରଣାଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀମାନେ ଏହି ଧାରଣାରେ ସାମିଲ ହୋଇଛନ୍ତି। ୪ ଟି ଆଂଚଳିକ ଦାବି ସହ ମଧ୍ୟରେ ଏସି କଂପାନୀ କର୍ମଚାରୀଙ୍କୁ ଆଲୋକିକରଣ କାର୍ଯ୍ୟରେ ବାଧ୍ୟତା ମୂଳକ ଭାବେ ନିୟୋଜିତ ନକରିବା…

"ରେଳପଥ ଶ୍ରମିକ କଂଗ୍ରେସର ଗଣଧାରଣା"

ସଡକ ସୁରକ୍ଷା ସପ୍ତାହ: ଗାଡି ଚାଳକ ସଚେତନ ହେଲେ ଦୁର୍ଘଟଣା ହ୍ରାସ ପାଇବ

ପୁରୀ, ୨୩/୪(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ଆଂଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ପାଳିତ ହୋଇଯାଇଛି। ଡାକ୍ତରଖାନା ଛକରେ ଏହି ପରିପ୍ରେକ୍ଷୀରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଳାପାଳ ବିଭୂତି ଭୂଷଣ ଦାସ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ କହିଲେ ଦିନକୁ ଦିନ ଏବେ ଦୁର୍ଘଟଣା ବଢିବାରେ ଲାଗିଛି। ଏହାକୁ ପ୍ରତିହିତ କରିବା ପାଇଁ ପ୍ରତ୍ୟେକ ସଚେତନ ହେବା ଜରୁରୀ। ବିଦ୍ୟାଳୟ ସ୍ତରରୁ ଛାତ୍ରଛାତ୍ରୀ ମାନଙ୍କୁ ଏ ଦିଗରେ ସଚେତନ କରାଗଲେ ତାହାର ସୁଦୂର ପ୍ରସାରୀ ହୋଇପାରିବ। ପ୍ରତ୍ୟେକ ଟ୍ରାଫିକ ନିୟମ ମାନିବା ସହ ନିଜର ସୁରକ୍ଷା ପାଇଁ ନିଜେ ଯତ୍ନବାନ ହେଲେ ଦୁର୍ଘଟଣା ହ୍ରାସ ପାଇବ ବୋଲି ସେ ମତ…

"ସଡକ ସୁରକ୍ଷା ସପ୍ତାହ: ଗାଡି ଚାଳକ ସଚେତନ ହେଲେ ଦୁର୍ଘଟଣା ହ୍ରାସ ପାଇବ"

ନାରାୟଣ ଗୁରୁଙ୍କ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା

ପୁରୀ, ୨୩/୪(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ସଂଙ୍ଗୀତ ଗୁରୁ ତଥା ଜାଗା ଆଖାଡାର ସଂଗଠକ ସ୍ୱର୍ଗତ ନାରାୟଣ ଗୁରୁଙ୍କ ପରୋଲୋକରେ ହରଚଣ୍ଡୀ ସାହି ଆଖଡା ପକ୍ଷରୁ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ରବିବାର ସହଧ୍ୟାରେ ଆଖଡା ପରିସରରେ ଆୟୋଜିତ ଏହି ସ୍ମୃତି ସଭାରେ ସଭାପତି ଦିନବନ୍ଧୁ ପ୍ରତିହାରୀ ଅଧ୍ୟକ୍ଷତା କରିଥିଲେ। ପ୍ରାରମ୍ଭରେ ସ୍ୱର୍ଗତ ଗୁରୁଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ସହ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା। ସ୍ୱର୍ଗତ ଗୁରୁଙ୍କ ଜୀବନୀ ଉପରେ ଆଲୋକପାତ କରାଯାଇଥିଲା। ଆଖାଡାର ସଂପାଦକ ଓଠାରୀ ନାରାୟଣ ମେକାପ, ଅଞ୍ଜରୀ ଭିମସେନ ଖୁଣ୍ଟିଆ, ହରେକୃଷ୍ଣ ମହାସୁଆର, ନାରାୟଣ ମହାସୁଆର, ଭିମସେନ ମିଶ୍ର, ସାଇନା ଖୁଣ୍ଟିଆ, ଦୀନବନ୍ଧୁ ତ୍ରିପାଠୀ, ପ୍ରମୁଖ ସ୍ମୃତି ସଭାରେ ଯୋଗଦାନ…

"ନାରାୟଣ ଗୁରୁଙ୍କ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା"

ରଂଙ୍ଗାରଂଙ୍ଗ କଲଚାରଲ ଏକାଡେମୀର ସାମ୍ବାଦିକ ସମ୍ମଳନୀ

ପୁରୀ, ୨୩/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ରଂଙ୍ଗାରଙ୍ଗ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଡଃ ମୈାସୁମୀ ମଂଜରୀ ମିଶନଙ୍କ ସ୍ମୃତିରେ ଆଗାମୀ ୩ ତାରିଖରେ ଆୟୋଜିତ ହେବ ବାର୍ଷିକ ପ୍ରତିଭା ଅନ୍ୱେଷଣ ୨୦୧୮ କାର୍ଯ୍ୟକ୍ରମ। ପୌରସଦନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଶ୍ରୀକ୍ଷେତ୍ର ସୁପର ଡ୍ୟାନସର ପ୍ରତିଯୋଗିତା କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ। ଅନୁଷ୍ଠାନ ସଂପାଦକ ସନ୍ତୋଷ ବାରିକ, ରଚିତା ରାଉତରାୟ, ରାମଚନ୍ଦ୍ର ମିଶ୍ର, ରାମଚନ୍ଦ୍ର ଶୁକ୍ଲା ପ୍ରମୁଖ ସମ୍ମୀଳନୀରେ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇ କହିଲେ ଯେ ଏହି ପ୍ରତିଯୋଗିତା ଓଡିଶୀ ସେମି କ୍ଲାସିକାଲ ଓ ଆଧୁନିକ ବିଭାଗରେ ଅନୁଷ୍ଠିତ ହେବ। ଏହା ସହିତ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ମଧ୍ୟ କରାଯିବ ଉଭୟ ନୃତ୍ୟ…

"ରଂଙ୍ଗାରଂଙ୍ଗ କଲଚାରଲ ଏକାଡେମୀର ସାମ୍ବାଦିକ ସମ୍ମଳନୀ"

ନୀଳାଚଳ ରୋଟାରୀ କ୍ଲବ ଗଭର୍ଣ୍ଣରଙ୍କ ପୁରୀ ପରିଦର୍ଶନ

ପୁରୀ, ୨୩/୪(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ରୋଟାରୀ ଜିଲ୍ଲା ଗଭର୍ଣ୍ଣର ଅଜୟ ଅଗ୍ରୱାଲ ନୀଳାଚଳ ପୁରୀ ରୋଟାରୀ କ୍ଲବ ପରିଦର୍ଶନ କରିଛନ୍ତି। ରବିବାର ସଂଧ୍ୟାରେ ଏହି ପରିପ୍ରେକ୍ଷୀରେ ମହାବୀର ସେରାକନ୍ ହୋଟେଲରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବକୁ ଶ୍ରୀଅଗ୍ରୱାଲ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ। କ୍ଲବର ସଭାପତି ସତ୍ୟପ୍ରକାଶ ପଣ୍ଡା କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ସହ ସ୍ୱାଗତ ଭାଷଣ ଦେଇ ବହୁବିଧ ସମାଜସେବା କାର୍ଯ୍ୟକ୍ରମକୁ ସୂଚନା ଦେଇଥିଲେ। ସଂପାଦକ ଦୁର୍ଗାମାଧବ ପାଢୀ ବର୍ତମାନ ପର୍ଯ୍ୟନ୍ତ ବିଗତ ଦିନର କାର୍ଯ୍ୟକ୍ରମ ସଂପର୍କରେ ପାୱାର ପଏଣ୍ଟ ମାଧ୍ୟମରେ ସୂଚନା ଦେଇଥିଲେ। ରୋଟାରୀ ଜିଲ୍ଲା ଆସିସ୍ଣ୍ଟାଟ ଗଭର୍ଣ୍ଣର ଜୟଶ୍ରୀ ମହାନ୍ତି ଉତ୍ସବରେ ସମ୍ମାନୀତ ଅତିଥୀ ଭାବେ ଯୋଗ ଦେଇ ଗୋଷ୍ଠୀସେବା ମାଧ୍ୟମରେ…

"ନୀଳାଚଳ ରୋଟାରୀ କ୍ଲବ ଗଭର୍ଣ୍ଣରଙ୍କ ପୁରୀ ପରିଦର୍ଶନ"

ରାଜପୁତ କ୍ଷେତ୍ରୀୟ ସଂଘ ବୈଠକ

ପୁରୀ, ୨୩/୪(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ରାଜପୁତ କ୍ଷେତ୍ରୀୟ ସଂଘ ପୁରୀର ଉଦଘାଟନୀ ବୈଠକ ନୃସିଂହ ଦେବଙ୍କ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି। ଅବସରପ୍ରାପ୍ତ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦେବେନ୍ଦ୍ର ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜପୁତ ଏବଂ କ୍ଷେତ୍ରୀୟ ମାନଙ୍କର ସାମାଜିକ ସାଂସ୍କୃତିକ ଓ ଅର୍ଥନୈତିକ ବିକାଶରେ ସଂପର୍କରେ ଆଲୋଚନା କରାଯାଇଥିଲା। ପାରମ୍ପରିକ ସୌଭାଗ୍ୟ ସଂପର୍କ ଓ ସହଯୋଗ ବୃଦ୍ଧି ପାଇଁ ପ୍ରତ୍ୟେକ ସଭ୍ୟ ଉଦ୍ୟମ କରିବାକୁ ଶପଥ ବର୍ଦ୍ଧତା ପ୍ରକାଶ କରିଥିଲେ। ଆଗାମୀ ଦିନରେ ସଂଙ୍ଗଠନକୁ ରାଜ୍ୟସ୍ତର କରିବା ପାଇଁ ବୈଠକରେ ନିଷ୍ପତି ନିଆଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ସାମ୍ବାଦିକ ନାରାୟଣ ପ୍ରସାଦ ସିଂ, ତ୍ରିଲୋଚନ ସିଂ, ନୀଳକଣ୍ଠ ସିଂ, ବାବନ ସିଂ, ହରିଶ…

"ରାଜପୁତ କ୍ଷେତ୍ରୀୟ ସଂଘ ବୈଠକ"

ନାରୀ ନିଯ୍ୟାତନା ବିରୁଦ୍ଧରେ ନାରୀ ସଶକ୍ତି କରଣ ମଂଚ ବିକ୍ଷୋଭ

ପୁରୀ, ୨୧/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଦିନକୁ ଦିନ ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି ନାରି ନଯ୍ୟାତନା। ଏପରିକି ଶିଶୁ ଓ ନାବାଳିକ ମଧ୍ୟ ନିଯ୍ୟାତନାର ଶିକାର ହେଉଛି। ନାରୀ ଜାତିର ସୁରକ୍ଷା ପାଇଁ ଆନ୍ଦୋଳନ ଆରମ୍ଭ ହୋଇଛି। ନାରୀ ସଶକ୍ତିକରଣ ମଂଚ ଏହାର ପ୍ରତିବାଦରେ, ମଂଚ ପକ୍ଷରୁ ଧାରଣା ଦିଆଯିବା ସହ ନାରୀକୁ ସୁରକ୍ଷା ଯୋଗାଇଦେବା ପାଇଁ ଦାବି ହୋଇଛି। ମଂଚ ଅଭିଯୋଗ କରିଛି ଯେ ନିଯ୍ୟାତିତା ମହିଳାଙ୍କ ପରିବାରଙ୍କୁ ସରକାର ଉପଯୁକ୍ତ ନ୍ୟାୟ ପ୍ରଦାନ କରିବା, ଶିଶୁ ଓ ନାରୀଙ୍କ ସୁରକ୍ଷାଙ୍କୁ ଗୁରୁତ୍ୱ ଦେଇ କାର୍ଯ୍ୟ କରନ୍ତୁ। ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ପୀଡିତାଙ୍କ ପରିବାରକୁ ନ୍ୟାୟ ଓ ମହିଳମାନଙ୍କୁ ଉଚିତ୍…

"ନାରୀ ନିଯ୍ୟାତନା ବିରୁଦ୍ଧରେ ନାରୀ ସଶକ୍ତି କରଣ ମଂଚ ବିକ୍ଷୋଭ"

୪ ଦିନ ପରେ ଅଭଡ଼ା ପାଇ ଶ୍ରଦ୍ଧାଳୁଙ୍କ ମନରେ ଆନନ୍ଦର ଲହରି

ପୁରୀ, ୨୧/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ ): – ଦୀର୍ଘ ୪ ଦିନପରେ ମିଳିଲା ମହାପ୍ରସାଦ। ଶୁକ୍ରବାର ଦିନ ମହାପ୍ରସାଦ ପାଇ ସନ୍ତୋଷ ବ୍ୟକ୍ତ କରିଛନ୍ତି ଶ୍ରଦ୍ଧାଳୁ। ବାଦ ବିବାଦକୁ ନେଇ ଦୀର୍ଘ ୪ ଦିନ ଧରି ଶ୍ରୀମନ୍ଦିରରେ ମହାପ୍ରସାଦ ପସ୍ତୁତି ବନ୍ଦ ରହିଥିବା ବେଳେ ହାଇକୋର୍ଟଙ୍କ ନିଷ୍ପତିକୁ ସ୍ୱାଗତ ଜଣାଇ ସୁଆରମାନେ ଶୁକ୍ରବାର ମହାପ୍ରସାଦ ପସ୍ତୁତି କରିଥିଲେ।ସୁଆର ମହାସୁଆର ନିଯୋଗ ପକ୍ଷରୁ ପ୍ରତିବାଦ ସହ କ୍ଷତିପୁରଣ ଦାବି କରି ସିଂହଦ୍ୱାରରେ ଧାରଣା ଦିଆଯାଇଥିଲା। ଏପରିକି ଏହାକୁ ନେଇ ନି ଯୋଗର କର୍ମକର୍ତା ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ଅନୁଷ୍ଠିତ ବୈଠକ ବିଫଳ ହୋଇଥିଲା। ସୋମବାର ଠାରୁ ଗୁରୁବାର ପର୍ୟନ୍ତ ଭକ୍ତମାନେ ଅଭଡ଼ା ପାଇପାରିନଥିଲେ। ଆଜି…

"୪ ଦିନ ପରେ ଅଭଡ଼ା ପାଇ ଶ୍ରଦ୍ଧାଳୁଙ୍କ ମନରେ ଆନନ୍ଦର ଲହରି"

ଉପବାସରେ ମହାପ୍ରଭୁ…

ପୁରୀ ୨୧-୪ (ଓଡ଼ିଆ ପୁଅ/ଦେବପ୍ରସାଦ ମିଶ୍ର) ଜଗ ମୋହନରୁ ଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ ପାଇଁ ଉଚ୍ଚନ୍ୟାୟାଳୟ ନିର୍ଦ୍ଦେଶ ଦେବା ପରେ ଶ୍ରୀ ମନ୍ଦିର ମଧ୍ୟରେ ଅସଂଖ୍ୟ ଭକ୍ତଙ୍କ ସମାବେଶ ହୋଇଥିଲା। ଏଥିରେ ରାଜ୍ୟ ତଥା ଦେଶ ମଧ୍ୟରୁ ଅନେକ ଭକ୍ତ ଦର୍ଶନ ପାଇଁ ଆସିଥିଲେ, ଭଲରେ ଭଲରେ ସମସ୍ତେ ଦର୍ଶନ କରିଥିଲେ ମଧ୍ୟ ଦର୍ଶନ ପରେ ମହାପ୍ରସାଦ ପାଇବା ପାଇଁ ବ୍ୟାକୁଳ ହୋଇ ଉଠିଥିଲେ ଫଳରେ ମନ୍ଦିର ଭିତରେ ଓ ବାହାରେ ଏକ ଅସ୍ୱଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା। ମହାପ୍ରସାଦ ପାଇଁ ଅପେକ୍ଷା କରିଥିବା ଭକ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢିବାରୁ ଲୋକଙ୍କ ମନରେ ଉତ୍କଣ୍ଠା ସାଙ୍ଗକୁ ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ସଂପର୍କରେ ନାନା…

"ଉପବାସରେ ମହାପ୍ରଭୁ…"