ଶ୍ରୀ ମନ୍ଦିରରେ ନୃସିଂହ ଜନ୍ମପାଳିତ

ପୁରୀ:୨୯/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ବୈଶାଖ ଶୁକ୍ଳ ଚତୁର୍ଦ୍ଧଶୀ ତିଥିରେ ଶ୍ରୀ ମନ୍ଦିରରେ ପାରମ୍ପରିକ ରୀତିନୀତି ମାନ ପାଳିତ ହୋଇଛି ନୃସିଂହ ଜନ୍ମ ନୀତି।ଏହିଅବସରରେ ଯାତ ଭୋଗ ସରି ଦିଅଁ ଚନ୍ଦନକୁ ବିଜେକରିବା ପରେ ମଧ୍ୟାହ୍ନ ଧୂପ ଅନୁଷ୍ଠିତ ହୋଇଥିଲା। ଦିଅଁ ଫେରିବା ପରେ ଶ୍ରୀ ଅଂଗରୁ ଆଜ୍ଞାମାଳ ଯାଇ ଭକ୍ତନାରାୟଣଙ୍କୁ ପ୍ରଦାନ କରାଯାଥିଲା। ତିନି ବାଡ଼ିରେ ମହାସ୍ନାନ ପନ୍ତୀରେ ମୂର୍ତ୍ତୀ ଅଳଙ୍କାର ଲାଗି ହୋଇଥଇଲା ସଂଧ୍ୟାଧୂପ ପରେ ଦକ୍ଷିଣଘରୁ ନୃସିଂହ ଦେବକୁ ରତ୍ନ ସିଂହାସନଙ୍କୁ ବିଜେକରାଯାଇଥିଲା। ଆଜ୍ଞାମାଳ ପାଇବାପରେ ନୃସିଂହ ଦେବ ମୁକ୍ତିମଣ୍ଡପ ଉପରେ ଥିବା ଖଟୁଲିରେ ବିଜେ କରିଥିଲେ। ଏହି ସମୟରେ ଶ୍ରୀ ମନ୍ଦିର, ନୃସିଂହ ଓ ଖଟୁଲିରେ ଥିବା ନୃସିଂହ ଦେବଙ୍କର…

"ଶ୍ରୀ ମନ୍ଦିରରେ ନୃସିଂହ ଜନ୍ମପାଳିତ"

ସେବାୟତ ଯିବେ ଗର୍ଭଗୃହ ଭିତରକୁ

ପୁରୀ:୨୭/୪(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଶ୍ରୀ ମନ୍ଦିର ଗର୍ଭଗୃହ ପ୍ରବେଶ ଉପରେ ଗତ ୧୬ ତାରିଖ ଶ୍ରୀ ମନ୍ଦିର ପ୍ରଶାସନ ଲଗାଇଥିବା କଟକଣାକୁ ପ୍ରତ୍ୟାହାର କରିନେଇଛି। ସେବାୟତଙ୍କ ଉପରେ ଲାଗୁ କରିଥିବା କଟକଣାକୁ ପ୍ରତ୍ୟାହାର କରିନିଆଯାଇଛି। ଏବେଠୁ ସେବା ପାଇଁ ଆବଶ୍ୟକ ସମସ୍ତ ସେବକ ଗର୍ଭଗୃହକୁ ପ୍ରବେଶ କରିପାରିବେ। ଆବଶ୍ୟକ ହେଲେ ଶ୍ରୀ ମନ୍ଦିର କର୍ମଚାରୀ ଓ ଅଧିକାରୀ ମାନେ ମଧ୍ୟ ଭିତର ଗମ୍ଭୀରାକୁ ଯାଇ ପାରିବେ ବୋଲି ସ୍ପଷ୍ଟ କରିଛି ପ୍ରଶାସନ।ଏ ନେଇ ଗୁରୁବାର ନୂଆ ବିଜ୍ଞପ୍ତି ଜାରି କରିଛି। ନୀତି ପ୍ରଶାସକ ପକ୍ଷରୁ ସବୁ ନିଯୋଗ ଏବଂ ନୀତି ସବ୍ କମିଟି ସଦସ୍ୟମାନଙ୍କୁ ଦିଆଯାଇଥିବା ଏକ ଚିଠିରେ ଦର୍ଶାଯାଇଛ ଯେ, ହାଇକୋର୍ଟଙ୍କୁ ଦିଆଯାଇଥିବା ଏକ…

"ସେବାୟତ ଯିବେ ଗର୍ଭଗୃହ ଭିତରକୁ"

ଭାରତୀୟ ସଫ୍ଟବେସ୍ ବଲ ଦଳରେ ଓଡ଼ିଶାର ଜ୍ୟୋତି ପ୍ରକାଶ

ପୁରୀ :୨୭/୪(ଓଡ଼ିଆ ପୁଅ): ବ୍ୟାଙ୍କକକ୍ଠାରେ ଆସନ୍ତା ମେ ୧ ରୁ ୪ ପର୍ଯ୍ୟନ୍ତ ଆଯୋଜିତ ହେବାକୁ ଥିବା ଓପନ ଇଂଟରନ୍ୟାସନାଲ୍ ସଫ୍ଟବେସ ବଲ ପ୍ରତିଯୋଗିତାରେ ଅଂଶ ଗ୍ରହଣ ନିମେନ୍ତ ଓଡ଼ିଶାର ଜ୍ୟୋତି ପ୍ରକାଶ ସାହୁ ଭାରତୀୟ ସଫ୍ଟବେସବଲ ଦଳରେ ସାମିଲ କ୍ରୀଡ଼ା ଇତିହାସରେ ଏକ ନୂତନ ଫର୍ଦ୍ଦ ଜୋଡ଼ି ଅଛନ୍ତି। ଜ୍ୟୋତି ପ୍ରକାଶ ସାହୁଙ୍କ ଏହି ଅଭୂତ ପୂର୍ବ କୃତୀତ୍ୱ ପାଇଁ ଅଭିନନ୍ଦନରେ ସୁଅ ଛୁଟିଛି। ଜ୍ୟୋତି ପ୍ରକାଶ ଭାରତରେ ପ୍ରତିନିଧିତ୍ୱ କରିବାର ଅବସରରେ ଏବଂ ତାଙ୍କର ଥାଇଲାଣ୍ଡ୍ ଅଭିମୁଖେ ଯାତ୍ରା ପୂର୍ବରୁ ସଫ୍ଟବେସବଲ ଆସୋସିଏସନ୍ ଏବଂ ଝାଡ଼େଶ୍ୱରୀ କ୍ଲବ ପରିସରରେ ଏକ ବର୍ଣ୍ଣାଢ୍ୟ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ସଭାରେ ସଂଘ ଉପଦେଷ୍ଟା…

"ଭାରତୀୟ ସଫ୍ଟବେସ୍ ବଲ ଦଳରେ ଓଡ଼ିଶାର ଜ୍ୟୋତି ପ୍ରକାଶ"

ଆସନ୍ତା କାଲି ବିଶ୍ୱ ନୃତ୍ୟ ଶିଳ୍ପୀ ଦିବସ

ପୁରୀ:୨୭/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଆସନ୍ତା କାଲି ପାଳିତ ହେବ ବିଶ୍ୱ ନୃତ୍ୟ ଶିଳ୍ପୀ ଦିବସ। ଶ୍ରୀ କ୍ଷେତ୍ରର ନୃତ୍ୟଶିଳ୍ପୀ ସଂଘ ଆନୁକୂଲ୍ୟରେ ରବିବାର ପାଳିତ ହେବ ବିଶ୍ୱ ନୃତ୍ୟ ଦିବସ।ଏହି ଅବସରରେ ପୁରୀର ବିଭିନ୍ନ ଓଡ଼ିଶୀ, ଫୋକ୍ ଓ ମଡର୍ଣ୍ଣ ନୃତ୍ୟ ଅନୁଷ୍ଠାନ ଶିଳ୍ପୀ ମାନେ ଏକତ୍ରୀତ ହୋଇ ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିବେ।ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ପୌର ସଦନ ଠାରେ ଆୟୋଜିତ ଉତ୍ସବକୁ ଉଦ୍ଘାଟନ କରିବେ ବୋଲି ୟୁଥ୍ ହଷ୍ଟେଲ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଥିଲା। ସଂଘର ଅଧକ୍ଷ୍ୟ ରୂପଶ୍ରୀ ମହାପାତ୍ର, ସମ୍ପାଦକ ସୁଜିତ ମହାପାତ୍ର ସହ ସମ୍ପାଦକ ଜୟକୃର୍ଷ୍ଣ ପୁଷ୍ପାଳକ, ଅଶୋକ ଦାଶ୍, ନାରୟଣ…

"ଆସନ୍ତା କାଲି ବିଶ୍ୱ ନୃତ୍ୟ ଶିଳ୍ପୀ ଦିବସ"

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

ପୁରୀ:୨୬/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଭୁବନେଶ୍ୱର ଭିଜିଲାନ୍ସ ଅଧିକାରୀମାନଙ୍କ ଦ୍ୱାରା ସତ୍ୟବାଦୀ ବ୍ଳକର ଆର ଡ଼ବ୍ଲୁ ଏସ୍ ଏସ୍ ସହକାରୀ ଯନ୍ତ୍ରୀ ସଂଜୟ କୁମାର ସାହୁ କଷ୍ଟ୍ରକ୍ସନ କାମର ବିଲ୍ ପାସ୍ କରିବା ପାଇଁ ଠିକାଦରଙ୍କ ଠାରୁ ୬,୧୦୦ ଟଙ୍କା ଲାଞ୍ଚ ଗ୍ରହଣ କରୁଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ଭିଜିଲାନ୍ସ କର୍ତୁପକ୍ଷ ଲାଞ୍ଚ ନେଇଥିବା ଟଙ୍କା ଜବତ କରିଥିଲେ।

"ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ"

ବାରୁଦ ବିସ୍ଫୋରଣ: ୫ ଛାତ୍ର ଗୁରୁତର

ପୁରୀ:୨୬/୪(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଦୁଇଟି ଭିନ୍ନ ଭିନ୍ନ ଘଟଣାରେ ବାରୁଦ ବିଷ୍ପୋରଣରେ ୫ ଜଣ ଛାତ୍ର ଗୁରୁତର ହୋଇଛନ୍ତି। ଚିଲିକା ଅନ୍ତଗତ ମହିଷା ବ୍ରହ୍ମପୁରରେ ଏହି ଘଟଣାରେ ୩ ଜଣ ଛାତ୍ର ଆହତ ହୋଇଥିବା ବେଳେ ବ୍ରହ୍ମଗିରି ଥାନା ଅନ୍ତର୍ଗତ ତୋରଣ ଗ୍ରାମର ଅନ୍ୟ ଏକ ଘଟଣାରେ ୨ ଜଣ ଛାତ୍ର ଗୁରୁତର ହୋଇଛନ୍ତି। ମହିଷା ଗ୍ରାମର ଏହି ୩ ଜଣ ଛାତ୍ର ହେଲେ ଶୁଭେନ୍ଦୁ ମିଶ୍ର, ସାହି ପ୍ରସାଦ ବାରିକ ଓ ବୃନ୍ଦାବନ ମହାରଣା ସ୍କୁଲରୁ ଫେରିବା ସମୟରେ ଏହି ୩ ଛାତ୍ର ବାଟରୁ ଏକ ଅଫୁଟା ବାଣ ଗୋଟାଇ ଆଣିଥିଲେ। ଘରେ ଏହି ବାରୁଦକୁ ନିଆଁ ଲଗାଉଥିବାବେଳେ ଏହା ବିସ୍ଫୋରଣ ଘଟିବାରୁ ୩…

"ବାରୁଦ ବିସ୍ଫୋରଣ: ୫ ଛାତ୍ର ଗୁରୁତର"

ଗ୍ରାମ ସ୍ୱରାଜ ଅଭିଯାନ ସମୀକ୍ଷା

ପୁରୀ, ୨୬/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଗ୍ରାମ ସ୍ୱରାଜ ଅଭିଯାନ ଅଗ୍ରଗତି ସମ୍ପର୍କରେ ବୁଧବାର ସମୀକ୍ଷା ବୈଠକ ଜିଲ୍ଲା ଗ୍ରାମ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। କେନ୍ଦ୍ର ଗୃହ ନିର୍ମାଣ ଓ ସହରାଚଂଳ ବିକାଶ ମନ୍ତ୍ରଣାଳୟ ଉପଶାସନ ସଚିବ କଲ୍ୟାଣ କୁମାର ଆର୍ଚାର୍ଯ୍ୟ ସେଥିରେ ଅଧ୍ୟକ୍ଷତା କରିଥିଲେ। ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା, ସୌଭାଗ୍ୟ, ପ୍ରଧାନମନ୍ତ୍ରୀ ଜନଧନ ଯୋଜନା, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଏବଂ ମିଶନ ଇନ୍ଦ୍ରଧନୁଷ କାର୍ଯ୍ୟକ୍ରମ ସମ୍ପର୍କରେ ସେଥିରେ ଆଲୋଚନା କରାଯାଇଥିଲା। ଗ୍ରାମ ସ୍ୱରାଜ ଅଭିଯାନକୁ ସଂକଳ୍ପ ବଦ୍ଧ ଭାବେ କାର୍ଯ୍ୟ କରିବାକୁ ଶ୍ରୀ ଆଚାର୍ଯ୍ୟ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି।୧୧ଟି ବ୍ଲକର…

"ଗ୍ରାମ ସ୍ୱରାଜ ଅଭିଯାନ ସମୀକ୍ଷା"

ବିଜୟକୃଷ୍ଣ ସ୍ମୃତିପ୍ରଦାନ ସମାରୋହ

ପୁରୀ, ୨୫/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ବ୍ରମୋତ୍ରୀ ବିଜୟକୃଷ୍ଣ ସ୍ମୃତି ସଂସଦ ଆନୁକଲ୍ୟରେ ବ୍ରମେତ୍ରୀ ବିଜୟକୃଷ୍ଣ ସ୍ମୃତି ସମ୍ମାନ ପ୍ରଦାନ ସମାରୋହ ନାୟଜ ପ୍ଲାଜା ସମ୍ମଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ସଂସଦର ସଭାପତି ଅମରେଶ ପଟ୍ଟନାୟକଙ୍କ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ କବିତା ପଟ୍ଟନାୟକଙ୍କୁ ବ୍ରମୋତ୍ରୀ ସ୍ମୃତି ସମ୍ମାନ ଓ କଥାଶିଳ୍ପୀ ବିଜୟ କୃଷ୍ଣ ସିଂଙ୍କୁ ବିଜୟ କୃଷ୍ଣ ସ୍ମୃତି ସମ୍ମାାନରେ ସମ୍ବର୍ଦ୍ଧିତ କରାଯାଇଥିଲା। ଡଃ କଲ୍ୟାଣୀନନ୍ଦୀ, ମମତା ଦାସ ମାନପତ୍ର ପାଠ କରିଥିଲେ। ସମାରୋହରେ ସାହିତ୍ୟ ଏକାଡେମୀର ସଭାପତି ହରିହର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମ୍ମାନ ପ୍ରଦାନ କରିବା ସହ ସ୍ମୃତିଚାରଣ କରିଥିଲେ। ସମ୍ବର୍ଦ୍ଧିତ ପ୍ରତିଭା ଦ୍ୱାରା ବ୍ରମୋତ୍ରୀ…

"ବିଜୟକୃଷ୍ଣ ସ୍ମୃତିପ୍ରଦାନ ସମାରୋହ"

ଜଗବନ୍ଧୁ ସିଂଙ୍କ ଶ୍ରାଦ୍ଧସଭା

ପୁରୀ, ୨୫/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ଗବେଷକ ଜଗବନ୍ଧୁ ସିଂଙ୍କ ୭୦ ତମ ଶ୍ରାଦ୍ଧ ବାର୍ଷିକ ସଭା ଜଗବନ୍ଧୁ ସ୍ମୃତି ସଂସଦ ଓ ଚନ୍ଦ୍ରଶେଖର ପାଠାଗାରରେ ମିଳିତ ସହଯୋଗରେ ସୋମବାର ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ରାଜକୃଷ୍ଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଡଃ ହରିହର ମିଶ୍ର ମୁଖ୍ୟ ଅତିଥି, ବାର ଆସୋସିଏନ ସଭାବତି ପ୍ରେମାନନ୍ଦ ମହାନ୍ତି, ପ୍ରତିମା ମିଶ୍ର, ଓ ଆଦିତ୍ୟ ହୃଦୟ ମିଶ୍ର ସମ୍ମାନୀତ ଅତିଥି ରୂପେ ଯୋଗ ଦାନ କରିଥିଲେ। ପ୍ରାରମ୍ଭରେ ଅଧ୍ୟାପକ ଦୟାନିଧୀ ପଣ୍ଡା ଦେବ ପାାଠ କରିଥଲେ। ଏହି ଅବସରରେ ଜଗବନ୍ଧୁ ସ୍ମୃତି ରଚନାବଳୀ ପୁସ୍ତକ ପ୍ରଫେସର କୈଳାସ ଚନ୍ଦ୍ର ଟିକାଏତରାୟଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା।…

"ଜଗବନ୍ଧୁ ସିଂଙ୍କ ଶ୍ରାଦ୍ଧସଭା"

ପରିବେଶ ସୁରକ୍ଷାର ବାର୍ତ୍ତା ନେଇ ସାଇକେଲରେ ଭାରତ ଭ୍ରମଣ

ପୁରୀ, ୨୫/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ବୃକ୍ଷର ସୁରକ୍ଷା ହେଲେ ପରିବେଶର ସୁରକ୍ଷା ହୋଇପାରିବ। ଜୀବଜଗତର ସନ୍ତୁଳନ ରକ୍ଷା ହୋଇପାରିବ। ବୃକ୍ଷର ସୁରକ୍ଷା ଓ ପରିବେଶ ସୁରକ୍ଷାର ବାର୍ତ୍ତା ନେଇ ସାଇକେଲ ଭାରତ ଭ୍ରମଣରେ ବାହାରିଛନ୍ତି ପଶ୍ଚିମ ବଙ୍ଗ ଦକ୍ଷିଣ ଚବିଶି ଜିଲ୍ଲା କାଚରାପଡାର ତାରକା ପିଲା। ୨୦୧୭ ମସିହା ଜୁଲାଇ ୧୦ ତାରିଖରେ ନିଜ ଗ୍ରାମରୁ ସାଇକେଲରେ ବାହାରିଥିବା ତାରକ ମଙ୍ଗଳବାର ପୁରୀରେ ପହଁଚିଛନ୍ତି। ପୁରୀରେ ପହଁଞ୍ଚିବା ପରେ ସେ ତପୋବନ ଆଦର୍ଶ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ପରିବେଶ ସୁରକ୍ଷାର ଟିପ୍ସ ଦେଇଛନ୍ତି। ବିଦ୍ୟାଳୟର ଏକ କାଳାଶଂରେ ସେ ଛାତ୍ର ଛାତ୍ରୀ ମାନଙ୍କୁ ବୃକ୍ଷ ସୁରକ୍ଷା ଓ ପରିବଶେ ସୁରକ୍ଷା ସଂପର୍କରେ ବାର୍ତ୍ତା…

"ପରିବେଶ ସୁରକ୍ଷାର ବାର୍ତ୍ତା ନେଇ ସାଇକେଲରେ ଭାରତ ଭ୍ରମଣ"