ରତ୍ନଭଣ୍ଡାର ଚାବି ହଜିବା ଏବଂ ଅଚାନକ ଏକ ନକଲି ଚାବି ମିଳିବା ହେଉଛି ସହସ୍ରାଦ୍ଧୀ (ମିଲେନିୟମ)ର ସବୁଠୁ ବଡ ଘୋଟାଲା: ବିଜେପି

– ରତ୍ନଭଣ୍ଡାର ଚାବି ମିଳିବା ପ୍ରସଙ୍ଗରେ ପୁରୀ ଜିଲ୍ଲାପାଳଙ୍କ ଗତକାଲି ଏବଂ ଆଜିର ବକ୍ତବ୍ୟ ଭିତରେ ତାଳମେଳ ନାହିଁ – ଯଦି ରାଜ୍ୟସରକାରଙ୍କ ସତ୍ସାହାସ ଅଛି ତେବେ ବିଜେପି ଦେଇଥିବା ଏତଲାକୁ ଗ୍ରହଣ କରି ଆଜି ସଂଦ୍ଧା ସୁଦ୍ଧା ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗୱାଲଙ୍କୁ ଗିରଫ କରନ୍ତୁ – ସରକାରୀ ଟ୍ରେଜେରୀରେ ରହିବା ଚାବି ରେକର୍ଡ ରୁମ୍କୁ ଆସିଲା କିପରି ? – ଯେତେ ଚେଷ୍ଟା କଲେ ବି ନବୀନ ସରକାର ତାଙ୍କ ଦାୟୀତ୍ୱକୁ ଏଡାଇ ଦେଇ ପାରିବେନି ଭୁବନେଶ୍ୱର, ତା.୧୪/୦୬ (ଓଡ଼ିଆ ପୁଅ) : ନିୟମାନୁଯାୟୀ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଚାବି ଟ୍ରେଜେରୀରେ ରହିବାର ବ୍ୟବସ୍ଥା ଥିଲେ ହେଁ ୧୯୭୦ ମସିହାରୁ ଚାବି ଟ୍ରେଜେରୀକୁ ଫେରିନଥିଲା।…

"ରତ୍ନଭଣ୍ଡାର ଚାବି ହଜିବା ଏବଂ ଅଚାନକ ଏକ ନକଲି ଚାବି ମିଳିବା ହେଉଛି ସହସ୍ରାଦ୍ଧୀ (ମିଲେନିୟମ)ର ସବୁଠୁ ବଡ ଘୋଟାଲା: ବିଜେପି"

ରଜରେ ଘରେ ଘରେ ପିଠାପଣା ଆସାର

ପୁରୀ:୧୫/୬(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଶ୍ରୀକ୍ଷେତ୍ର ସମେତ ପୁର ପଲ୍ଲୀରେ ଆନନ୍ଦ ଉଲ୍ଲାସର ସହ ପାଳିତ ହେଇଛି ରଜ। ରଜ ପାଇଁ ସହରରେ ଥିଲା ଚଳଚଞ୍ଚଳ। ପିଲା ଠାରୁ ବୁଢ଼ା ପର୍ଯ୍ୟନ୍ତ ପ୍ରତ୍ୟେକ ରଜ ମଉରେ ନିଜକୁ ହଜାଇ ଦେଇଥିଲେ। ରଜ ଦୋଳିରେ ଯୁବତୀଙ୍କ କଣ୍ଠରୁ ଭାସି ଆସୁଥିଲା ରଜ ଦୋଳି ଗୀତ। ସହରୀ ସଭ୍ୟତାର ଧିରେ ଧିରେ ଦୂରେଇ ଯାଉଛି ରଜର ସ୍ୱତନ୍ତ୍ରତା। ଗ୍ରାମାଞ୍ଚଳରେ ମଧ୍ୟ ସେହିପରି ଅବସ୍ଥା। ତେବେ ମଧ୍ୟ ରଜ ଦୋଳୀକୁ କେହି ଭୁଲିନାହାନ୍ତି। ରଜ ପର୍ବର ବିଶେଷତ୍ୱ ବିଶେଷ ଭାବେ ବାରି ହୋଇ ପଡିଥିଲା ଯୁବତୀମାନଙ୍କ ନିକଟରୁ। ନୂଆ ଡ୍ରେସ, ଗୋଡରେ ଅଳତା, ମୁଣ୍ଡରେ ଚନ୍ଦନ ଟିପା ପିନ୍ଧି ଯୁବତୀ ଓ…

"ରଜରେ ଘରେ ଘରେ ପିଠାପଣା ଆସାର"

ଯୋକାରେ କଣ୍ଟା ପଡିବା

ପୁରୀ:୧୪/୬(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଆଗାମୀ ଜୁଲାଇ ୧୪ରେ ଅନୁଷ୍ଠିତ ହେବାକୁ ଯାଉଥିବା ବିଶ୍ୱପ୍ରସିଦ୍ଧ ଘୋଷ ଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଚାଲିଛି। ବୁଧବାର ଯୋକା ପକାଯିବା ସହ ସେଥିରେ କଣ୍ଟା ବାଡା ଯାଇଛି। ତିନି ରଥ ପାଇଁ ୪୪ ଯୋକା କାଠରେ ନିର୍ମାଣ କରାଯାଇଛି। ଗୟଳ ମୋଡା ସରିଛି। ରଥଖଳାରେ ଶ୍ରେଣୀ କାମ ଚାଲିଛି। ରଥ ନିର୍ମାଣରେ ୬୦ଜଣ ମହାରଣା ନିୟୋଯିତ ହୋଇଛନ୍ତି। ଅଖରେ ଚକ ଯୋଡାଯିବା ପରେ ଦଣ୍ଡା ପଡିଥିଲା। ସେଥିରେ ଗୁଜ, ଜଳ ଯନ୍ତ୍ର ଓ ନିରାଡି ସଂଯୋଗ ହୋଇଥିଲା। ଗରଗରା ପକାଯିବା ପରେ ଗୟଳ କାମ ଶେଷ ହୋଇଛି। ଚାରି ନାହାକା ଉଠିଛି। ନାହାକା ଉପରେ ପୁଣି…

"ଯୋକାରେ କଣ୍ଟା ପଡିବା"

ରତ୍ନଭଣ୍ଡାର ଚାବି ଦେଖେଇବା ଦାବିରେ ବିକ୍ଷୋଭ

ପୁରୀ:୧୪/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ରତ୍ନଭଣ୍ଡାରର ଡୁପ୍ଲିକେଟ ଚାବି ସମସ୍ତଙ୍କୁ ଦେଖେଇବା ପାଇଁ ଦାବି କରିଛି ଶ୍ରୀଜଗନ୍ନାଥ ସେନା। ଏ ନେଇ ସେନା ପକ୍ଷରୁ ସିଂହଦ୍ୱାର ବିକ୍ଷୋଭ ପ୍ରଦର୍ଶନ ସହ ଜିଲ୍ଲାପାଳଙ୍କ ପୋଷ୍ଟର ପୋଡାଯାଇଛି। ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କ ନେତୃତ୍ୱରେ ସିଂହଦ୍ୱାର ସମ୍ମୁଖରେ ସେନାର ସଦସ୍ୟମାନେ ନାରାବାଜୀ କରିବା ସହ ତୁରନ୍ତ ଜିଲ୍ଲାପାଳ ରତ୍ନଭଣ୍ଡାର ଚାବିଟି ଦେଖାଇବା ପାଇଁ ଦାବି କରିଥିଲେ। ସେନା ଦାବି କରିଛି ଯେ ଜିଲ୍ଲାପାଳ ଯଦି ସତ କହୁଛନ୍ତି ତେବେ ଚାବି ସମସ୍ତଙ୍କୁ ଦେଖେଇବା ସହ ସାର୍ବଜନୀନ କରନ୍ତୁ। ଜଗନ୍ନାଥ ମନ୍ଦିର ମାନୁଆଲରେ ଡୁପ୍ଲିକେଟ ଚାବି କଥା ମୋଟେ ନଥିବା ବେଳେ ଏବେ ଚାବି କିପରି ଆସିଲା ବୋଲି ସେନା…

"ରତ୍ନଭଣ୍ଡାର ଚାବି ଦେଖେଇବା ଦାବିରେ ବିକ୍ଷୋଭ"

ନରେନ୍ଦ୍ରରୁ ମହିଳାଙ୍କ ମୃତଦେହ ଉଦ୍ଧାର

ପୁରୀ:୧୪/୬(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ନରେନ୍ଦ୍ର ପୁଷ୍କରିଣୀରୁ ଜଣେ ମହିଳାଙ୍କ ମୃତଦେହ ଭାସମାନ ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତ ମହିଳାଙ୍କ ପରିଚୟ ମିଳିପାରି ନାହିଁ। ଗୁରୁବାର ସକାଳେ ଗାଧୋଉଥିବା ବେଳେ ବୁଡି ଯାଇ ସେ ମୃତ୍ୟୁବରଣ କରିଥିବା ସନ୍ଦେହ କରାଯାଉଛି। ସ୍ଥାନୀୟ ବାସିନ୍ଦା ମୃତଦେହ ଭାସୁଥିବା ଦେଖି କୁମ୍ଭାରପଡା ଥାନା ପୁଲିସକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗର ସହାୟତାରେ ମୃତଦେହ ଉଦ୍ଧାର କରାଯାଇଛି। ନରେନ୍ଦ୍ର ପୁଷ୍କରିଣୀରେ ନଗାଧୋଇବା ସତର୍କତା ମୂଳକ ସୂଚନା ଫଳକ ଲଗାଯାଇଥିଲେ ମଧ୍ୟ ବାରମ୍ବାର ଏହି ପୁଷ୍କରିଣୀରେ ବୁଡି ଅନେକ ମୃତ୍ୟାହତ ହେଉଥିବାରୁ ଉଦ୍ବେଗ ପ୍ରକାଶ ପାଇଛି।

"ନରେନ୍ଦ୍ରରୁ ମହିଳାଙ୍କ ମୃତଦେହ ଉଦ୍ଧାର"

ଡାକ୍ତରଙ୍କ ଅଭାବ ମିଳୁନି ସ୍ୱାସ୍ଥ୍ୟସେବା, ଅଭିଯୋଗ ଆଣିଲା ସଚେତନ ନାଗରିକ ମଞ୍ଚ

ପୁରୀ:୧୪/୬(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଡାକ୍ତର ଓ କର୍ମଚାରୀଙ୍କ ଅଭାବ ଯୋଗୁ ସଦର ମୁଖ୍ୟ ଚିକିତ୍ସାଳୟରେ ଲୋକମାନେ ସ୍ୱାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ଆଣିଛି ସଚେତନ ନାଗରିକ ମଞ୍ଚ ଓ ୱାଲ୍ଡ ହ୍ୟୁମାନ ରାଇର୍ଟସ ପ୍ରୋଟେକ୍ସନ ଆସେିଏସନ। ୟୁଥ୍ ହଷ୍ଟେଲ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମଞ୍ଚର ସଭାପତି ପ୍ରସନ୍ନ ଦାସ ଓ ଅଶୋକ କୁମାର ଆଢ଼୍ୟ ପ୍ରମୁଖ ସୂଚନା ଦେଇ କହିଲେ ଚିକିତ୍ସାଳୟର ୬୩ଜଣ ଡାକ୍ତରଙ୍କ ମଧ୍ୟରୁ ୨୪ଜଣ ନଥିବା ବେଳେ ମେଡିସିନ୍, ଅସ୍ତି ସଲ୍ୟ ଓ ନିଷ୍ପେତକ ପଦବୀ ମଧ୍ୟ ଖାଲି ପଡିଛି। ସେହିଭଳି ୨୫ଜଣ ଷ୍ଟାଫ୍ ନର୍ସମାନଙ୍କ ମଧ୍ୟରୁ ୧୫ଜଣ କାର୍ଯ୍ୟ କରୁଥିବା ବେଳେ ଅନେକ ପଦବୀରେ ଷ୍ଟାପ୍…

"ଡାକ୍ତରଙ୍କ ଅଭାବ ମିଳୁନି ସ୍ୱାସ୍ଥ୍ୟସେବା, ଅଭିଯୋଗ ଆଣିଲା ସଚେତନ ନାଗରିକ ମଞ୍ଚ"

ରତ୍ନଭଣ୍ଡାର ତାଲା ଭାଙ୍ଗି ସମ୍ପତ୍ତିର ହିସାବ କରିବାକୁ ଦାବି

ଭୁବନେଶ୍ୱର, ୧୩/୬(ଓଡ଼ିଆ ପୁଅ): ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ କମିଶନ୍ ରିପୋର୍ଟକୁ ଅପେକ୍ଷା ନ କରି ତୁରନ୍ତ ଆଇନଗତ ବ୍ୟବସ୍ଥା ଅନୁଯାୟୀ ତାଲା ଭାଙ୍ଗି ରତ୍ନଭଣ୍ଡାର ମଧ୍ୟରେ ଥିବା ସମ୍ପତ୍ତିର ହିସାବ କରିବା ଆବଶ୍ୟକ ବୋଲି ମହାତ୍ମାଗାନ୍ଧୀ ବିଚାର ମଞ୍ଚର ଅଧ୍ୟକ୍ଷ ପ୍ରହଲାଦ କୁମାର ସିଂହ କହିଛନ୍ତି। ଶ୍ରୀ ସିଂହ କହିଛନ୍ତି ଯେ ୪୦ ବର୍ଷ ତଳେ ରତ୍ନଭଣ୍ଡାର ଖୋଲାଯାଇ ସେଥିରେ ୧୨, ୮୩୧ ଭରି ସୁନା ଅଳଙ୍କାର ଓ ୨୨, ୧୫୩ ଭରି ରୁପା ବାସନ ଓ ପୂଜା ସାମଗ୍ରୀ ଥିବା ଆକଳନ କରାଯାଇଥିଲା। ଏହାଛଡ଼ା ଆଉ ୧୪ଟି ସୁନା ଓ ରୁପା…

"ରତ୍ନଭଣ୍ଡାର ତାଲା ଭାଙ୍ଗି ସମ୍ପତ୍ତିର ହିସାବ କରିବାକୁ ଦାବି"

ଶଙ୍କରାଚାର୍ଯ୍ୟଙ୍କ ସିଧା ପ୍ରଶ୍ନର ବିଜେପି ନେତାଙ୍କ ତେରଛା ଉତ୍ତର

ପ୍ରଶ୍ନ ଦୁର୍ଭାଗ୍ୟଜନକ ନାଁ ଉତ୍ତର ଦୁର୍ଭାଗ୍ୟଜନକ? ଭୁବନେଶ୍ୱର(ଦେବଦତ୍ତ ରଥ):ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ଘଟଣାକୁ ନେଇ ଏବେ ବିବାଦ ଏବଂ ରାଜନୀତି ଜୋର ଧରିଛି।ଜଣେ ଆଉ ଜଣଙ୍କ ଉପରେ ଦୋଷ ଲଦି ଚାଲିଛି।ତେବେ ଏସବୁ ଭିତରେ ପୁରୀ ଶଙ୍କରାଚାର୍ଯ୍ୟଙ୍କ ଏକ ପ୍ରଶ୍ନର ଉତ୍ତର ବିଜେପି ନେତା ତେରଛା ଢଙ୍ଗରେ ଦେଇଛନ୍ତି।ପ୍ରଶ୍ନର ଉତ୍ତର,ମନ୍ଦିରରେ କିଏ ନାଁ ମୁଁ କଦଳୀ ଖାଇନି ସଦୃଶ ହେଇଛି। ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ କହିଥିଲେ ଯେ,ଏକଦା ଏମିତି ଦିନ ଥିଲା,ଯେତେବେଳେ ବିଜୁ ଜନତା ଦଳ,ବିଜେପି ସହଯୋଗରେ ଶାସନ କରୁଥିଲା।ଏବଂ ଆଇନ ମନ୍ତ୍ରୀ ବିଜେପିର ହିଁ ଥିଲେ।ଏବେ ପ୍ରଶ୍ନ ଉଠୁଛି ବିଜେପି ସମର୍ଥିତ ବିଜୁ ଜନତା ଦଳ ଶାସନ ସମୟରେ,ଯେତେବେଳେ ବିଜେପିର ବି…

"ଶଙ୍କରାଚାର୍ଯ୍ୟଙ୍କ ସିଧା ପ୍ରଶ୍ନର ବିଜେପି ନେତାଙ୍କ ତେରଛା ଉତ୍ତର"

ଜଗାବଳିଆ କ୍ଳବ ବାର୍ଷିକ ଉତ୍ସବ

ପୁରୀ:୧୧/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) :ଜଗା ବଳିଆ ଯୁବକ ସଂଘ ପକ୍ଷରୁ ଶରଧାବାଲି ଉତ୍ସବ ମୁକ୍ତ କାଶ ରଂଗମଂଚରେ ରବିବାର ସଂଧ୍ୟାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ନଗରପାଳ ଜୟନ୍ତ କୁମାର ଷଡ଼ଙ୍ଗୀ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି କହିଲେ ଯେ ଯୁବକ ସଂଘର କାର୍ଯ୍ୟଧାରା ପ୍ରଶଂସନୀୟ। ସଦସ୍ୟ ମାନେ ନିଜନିଜ ମଧ୍ୟରେ ଉତମ ସମନ୍ନୟ ରଖି କାର୍ଯ୍ୟକରିବାକୁ ସେ ପରାମର୍ଶ ଦେବା ସହ ଯୁବକ ସଂଘର ଉତାରଉତର ଉନ୍ନତି କାମନା କରିଥିଲେ।ଯୁବକ ସଂଗର ସଭାପତି କୈଳାସ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଅନ୍ନପୂର୍ଣ୍ଣା ଦେବୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉପନଗରପାଳ ଶାନ୍ତିଲତା ପ୍ରଧାନ, ପୈାରସଦସ୍ୟ ପ୍ରଦୀପ୍ତ କୁମାର ନାୟକ, ବିଧାୟକଙ୍କ ପ୍ରତିନିଧି ଜୟକୃଷ୍ଣ ଦାସ…

"ଜଗାବଳିଆ କ୍ଳବ ବାର୍ଷିକ ଉତ୍ସବ"

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ବରିଷ୍ଠ ଆଇଏଏସ୍ ଅଧିକାରୀ ପ୍ରଦୀପ ମହାପାତ୍ର ନିଯୁକ୍ତ

ଭୁବନେଶ୍ୱର ୧୧/୬ (ଓଡ଼ିଆ ପୁଅ) ଓଡ଼ିଶା ଆଇଏଏସ୍ ସ୍ଥରରେ ଅଦଳ ବଦଳ ହୋଇଛି।  ବଦଳିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା। ଏବେ ପ୍ରଦୀପ ଜେନାଙ୍କ ସ୍ଥାନରେ ଶ୍ରୀମନ୍ଦିର ପ୍ରଶାସନ ଦାୟିତ୍ୱ ତୁଲାଇବେ ବରିଷ୍ଠ ଆଇଏଏସ୍‌ ଅଧିକାରୀ ପ୍ରଦୀପ୍ତ କୁମାର ମହାପାତ୍ର। ଶ୍ରୀ ମହାପାତ୍ର ସ୍କୁଲ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ଅଛନ୍ତି।

"ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ବରିଷ୍ଠ ଆଇଏଏସ୍ ଅଧିକାରୀ ପ୍ରଦୀପ ମହାପାତ୍ର ନିଯୁକ୍ତ"