ରମାଦେବୀଙ୍କ ୯୧ତମ ଜୟନ୍ତୀ ପାଳିତ

ପୁରୀ, ୧୧-୮(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ବିଶିଷ୍ଟ ସାରସ୍ୱତ ସାଧିକ ତଥା ସମାଜସେବୀ ରମା ଦେବୀଙ୍କର ୯୧ତମ ଜୟନ୍ତୀ ଦୁହିତା, ସୃଜନୀ ସାହିତ୍ୟ ସଂସଦ ଏବଂ ପୂଜ୍ୟପୂଜା ସମନ୍ୱୟ ସମିତି ପକ୍ଷରୁ ସ୍ଥାନୀୟ ଦ୍ୱାରକାନାଥ ନିବାସ ଠାରେ ପାଳିତ ହୋଇଯାଇଛି। ଶିବସୁନ୍ଦର ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡକ୍ଟର କାର୍ତ୍ତିକ ଦାସ ମୁଖ୍ୟ ଅତିଥି, ଶ୍ରୀମନ୍ଦିର ରାଜସ୍ୱ ଅଧିକାରୀ ମଧୁସୂଦନ ଦାସ ମୁଖ୍ୟବକ୍ତା, ଦିଗମ୍ବର ବେହେରା, ରମାଦେବୀ, ସୁକାନ୍ତ ପଣ୍ଡା, ଡକ୍ଟର ପୂର୍ଣ୍ଣେନ୍ଦୁ ଦାସ, ଇଂଅମର ଦାସ, ଆହ୍ଳାଦିନୀ ପଟ୍ଟନାୟକ ପ୍ରମୁଖ ସମ୍ମାନିତ ବକ୍ତା ଭାବେ ଯୋଗ ଦେଇ ରମାଦେବୀଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋଚନା କରିଥିଲେ। ଗଳ୍ପ, କବିତା, ଆତ୍ମଜୀବନୀ ଆଦି ରଚନା କରି…

"ରମାଦେବୀଙ୍କ ୯୧ତମ ଜୟନ୍ତୀ ପାଳିତ"

ଶ୍ରୀମନ୍ଦିରକୁ ଚାଲିଲା ଆଉ ୫ ବିଦ୍ୟୁତ ଚାଳିତ ଗାଡି

ପୁରୀ, ୧୧-୮(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ନବରତ୍ନ କମ୍ପାନି ନାଲ୍କୋ ସ୍ୱଚ୍ଛ ଆଇକନ୍ ସିଟି ଭାବେ ପୁରୀକୁ ନେଇଥିବା ବେଳେ ଏହି ପ୍ରକଳ୍ପର ଏକ ସମୀକ୍ଷା ବୈଠକ ଆଜି ହୋଟେଲ ମେ ଫେୟାର ଠାରେ ଅନୁଷ୍ଠିତ ହୋଇଯାଇଛି। ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ସଚିବ ଅନିଲ୍ ମୁକିମ୍ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ୱଚ୍ଛ ଆଇକନ୍ ସିଟି ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଏହି ପ୍ରକଳ୍ପ ଜରିଆରେ କେଉଁ କେଉଁ ଯୋଜନା ହାତକୁ ନିଆଯାଇଛି ଓ ଏହାର ଅଗ୍ରଗତ ସମ୍ପର୍କରେ ବିସ୍ତୃତ ଆଲୋଚନା ସହ ଅସମ୍ପୂର୍ଣ୍ଣ କାମକୁ ତୁରନ୍ତ ସାରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ଦିବ୍ୟାଙ୍ଗ, ବରିଷ୍ଠ ନାଗରିକଙ୍କ ପାଇଁ ଆଉ ୫ଟି…

"ଶ୍ରୀମନ୍ଦିରକୁ ଚାଲିଲା ଆଉ ୫ ବିଦ୍ୟୁତ ଚାଳିତ ଗାଡି"

କ୍ରାନ୍ତି ଦିବସ ସ୍ମୃତିଚାରଣ ସଭା

ପୁରୀ, ୧୦-୮(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ସର୍ବୋଦୟ ମେଳା କମିଟି ଆନୁକୂଲ୍ୟରେ ଉମାବଲ୍ଲଭ ମହାପାତ୍ରଙ୍କ ସଭାପତିତ୍ୱରେ କ୍ରାନ୍ତି ଦିବସ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁକ୍ତି ସଂଗ୍ରାମରେ ଶହିଦ୍ ହୋଇଥିବା ଦେଶପ୍ରେମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଡଃ. ରମାକାନ୍ତ ମହାପାତ୍ର ଓ ବିନୟ କୁମାର ନନ୍ଦ ବକ୍ତା ଭାବେ ଯୋଗ ଦେଇ ଆଗାମୀ ପିଢ଼ି ସଂଗ୍ରାମୀମାନଙ୍କର ଜୀବନୀ ପାଠ କରି ଦେଶପ୍ରେମ ହେବା ପାଇଁ ଉପଦେଶ ଦେଇଥିଲେ। ସେବା ଓ ତ୍ୟାଗର ଆମର ଏହି ଦେଶ ଯୁବପିଢ଼ୀର ଧେୟ ହେବା ଉଚିତ୍ ବୋଲି ବକ୍ତାମାନେ ମତ ଦେଇଥିଲେ। ଶିକ୍ଷାବିତ୍ ରଘୁନାଥ ମହାପାତ୍ର, ମାୟାଧର ମହାରଣା, ହଟ୍ଟକିଶେର ମଲ୍ଲିକ, ଜଗନ୍ନାଥ ବାରିକ, ଭାସ୍କର ମିଶ୍ର, ଦୁର୍ଗାପ୍ରସାଦ…

"କ୍ରାନ୍ତି ଦିବସ ସ୍ମୃତିଚାରଣ ସଭା"

ଶ୍ରୀମନ୍ଦିର ଜନଶୁଣାଣି

ପୁରୀ, ୧୦-୮(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଶ୍ରୀମନ୍ଦିର ସମ୍ପର୍କରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ପରେ ଶୁକ୍ରବାର ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟ ପରେ ହୋଇଥିବା ଜନ ଶୁଣାଣି। ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ତିନି ଜଣିଆ କମିଟି, ଜନସାଧାରଣ, ଭକ୍ତ, ସେବାୟତ, ବୁଦ୍ଧିଜୀବୀଙ୍କ ଠାରୁ ମତାମତ ସଂଗ୍ରହ କରିଥିଲା। ତେଣୁ ସେବାୟତ ଓ ଅନ୍ୟ କେତେକ ସଂଗଠନ ସୁପ୍ରିମକୋର୍ଟ ଜନଶୁଣାଣି ପାଇଁ ନିର୍ଦ୍ଦେଶ ଦେଇନଥିବା ବେଳେ କମିଟିର ଏଭଳି ଶୁଣାଣିକୁ ବିରୋଧ କରିଥିଲେ। ତେଣୁ ଜନସାଧାରଣଙ୍କ ମତ ଓ ଭାରତର ଧର୍ମପୀଠ ଗୁଡିକର ରୀତିନୀତି ଓ ବ୍ୟବସ୍ଥା ଅନୁଧ୍ୟାନ କରିବା ପରେ କମିଟି ସୁପ୍ରିମକୋର୍ଟଙ୍କୁ ରିପୋର୍ଟ ଦେବେ ବୋଲି କହିଛି। ଶ୍ରୀମନ୍ଦିର ସମ୍ପର୍କରେ ସୁପ୍ରିମକୋର୍ଟ ୧୨ଟି ନିର୍ଦ୍ଦେଶାବଳୀ ରାଜ୍ୟ ସରକାର…

"ଶ୍ରୀମନ୍ଦିର ଜନଶୁଣାଣି"

ବିଜେପି ସମବାୟ ସେଲ୍ ବିକ୍ଷୋଭ

ପୁରୀ, ୧୦-୮(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ପୁରୀ ଜିଲ୍ଲା ସମବାୟ ସେଲ୍ ପକ୍ଷର ୧୩ଦଫା ଦାବି ନେଇ ସମବାୟ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ଦିଆଯାଇଛି। ବିଜେପି ସମବାୟ ସେଲ୍ର ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ନନ୍ଦ, ରମାଦେବୀ, ମନୋରମା ପଣ୍ଡାଙ୍କ ନେତୃତ୍ୱରେ ହୋଇଥିବା ବିକ୍ଷୋଭରେ ରାଜ୍ୟର ପ୍ରତ୍ୟେକ କୃଷକକୁ ଋଣ ମୁକ୍ତ କରିବା ପାଇଁ ସମ୍ପୂର୍ଣ୍ଣ କୃଷି ଋଣ ଛାଡ ପ୍ରତ୍ୟେକ ଚାଷୀ ଓ ଭାଗ ଚାଷୀମାନଙ୍କୁ ଚିହ୍ନଟ କରି ଆଇନମତ ମାନ୍ୟତା ପ୍ରଦାନ ଭାଗ ଚାଷୀଙ୍କୁ ନେଇ ଜେଏଲଜି ଗଠନ କରି ଋଣ ଯୋଗାଣ କ୍ଷେତ୍ରରେ ହୋଇଥିବା ବ୍ୟାପକ ଅନିୟମିତତାର ତଦନ୍ତ ଆଦି ୧୩ଦଫା ଦାବି ରଖାଯାଇଛି। ବିକ୍ଷୋଭରେ ପ୍ରଧାନ…

"ବିଜେପି ସମବାୟ ସେଲ୍ ବିକ୍ଷୋଭ"

ଯୁବ କଂଗ୍ରେସ ପକ୍ଷରୁ ରିଲିଫ୍ ବଣ୍ଟନ

ପୁରୀ:୮/୮(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ପୁରୀ ନଗର କଂଗ୍ରେସ ଓ ଯୁବ କଂଗ୍ରେସ ପକ୍ଷରୁ ପେଣ୍ଠକଟା, ହରଚଣ୍ଡି ବସ୍ତି ଓ ଧୋବାଖାଲ ବସ୍ତିରେ ବର୍ଷା ପାଣି ଘେରରେ ଥିବା ବସ୍ତିବାସିନ୍ଦାମାନଙ୍କୁ ବିସ୍କୁଟ ଓ ଅନ୍ୟାନ୍ୟ ଜିନିଷ ବଣ୍ଟନ କରାଯିବା ସହ ତୁରନ୍ତ ରିଲିଫ ଯୋଗାଇ ଦେବା ପାଇଁ ପ୍ରଶାସନିକ ଅଧିକାରୀଙ୍କ ସହିତ ଆଲୋଚନା କରାଯାଇଛି। ମଙ୍ଗଳବାର ମଧ୍ୟାହ୍ନରେ ଯୁବ କଂଗ୍ରେସ ନେତା ଅମରେନ୍ଦ୍ର ପାଇକରାୟ, ସୁଜିତ୍ ମହାପାତ୍ର, ବିଶ୍ୱନାଥ ଦାସ, ସ୍ମୃତିରଞ୍ଜନ ପତି, ସନ୍ତୋଷ କୁମାର ପାଢ଼ୀ, କଳାକାହ୍ନୁ ଜେନା ପ୍ରମୁଖ ଧୋବାଖାଲ ଓ ହରଚଣ୍ଡି ବସ୍ତି ମଧ୍ୟକୁ ଏକ ଡଙ୍ଗାରେ ଯାଇ ପ୍ରାୟ ୫୦୦ରୁ ୬୦୦ଲୋକଙ୍କୁ ବିସ୍କୁଟ ବଣ୍ଟନ କରିଥିଲେ। ଦୁଇ ବସ୍ତିରେ ପ୍ରାୟ ବହୁ…

"ଯୁବ କଂଗ୍ରେସ ପକ୍ଷରୁ ରିଲିଫ୍ ବଣ୍ଟନ"

ଏବେ ବି ଜଳବନ୍ଦୀ ବସ୍ତି ବାସିନ୍ଦା: ପଲିଥିନ୍ ଓ ରନ୍ଧା ଖାଦ୍ୟ ଯୋଗାଣ।

ପୁରୀ:୮/୮(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଜଳାର୍ଣ୍ଣବ ପୁରୀ ସହର ଜଳବନ୍ଦୀ ଘେରରେ ବସ୍ତି ଓ ଚଳଚଞ୍ଚଳ ବାସିନ୍ଦା ସାଂଘାତିକ ପରିସ୍ଥିତି ଦେଖାଦେଇଛି ପୌରପାଳିକା ଅନୁଷ୍ଠିତ ଚକ୍ରତୀର୍ଥ, ଜେନେରା ସାହି ଓ ଅନ୍ୟାନ୍ୟ ବସ୍ତି ଅଞ୍ଚଳରେ ସାହିର ୫୦ଘର ସମ୍ପୂର୍ଣ୍ଣ ଜଳବନ୍ଦୀ ଘେରରେ ଜିଲ୍ଲା ଓ ପୌର ପ୍ରଶାସନ ପକ୍ଷରୁ ରନ୍ଧାଖାଦ୍ୟ ବ୍ୟତୀତ ଅନ୍ୟ କୌଣସି ସହାୟତା ଯୋଗାଇ ଦିଆଯାଇନାହିଁ। ଗୋରା କବର ଅଞ୍ଚଳ ଷ୍ଟେସନ ବାଲିକୁଦ ଉପର ଏବଂ ରେଲୱେ କଲୋନୀର ଅବସ୍ଥା ମଧ୍ୟ ସମାନ। ୩ଦିନ ଧରି ଲଗାଣ ବର୍ଷା ଓ ସୋମବାର ରାତିରେ ରେକର୍ଡ କାଳୀନ ବର୍ଷା ଯୋଗୁ ପୁରୀ ସହର ଜଳାର୍ଣ୍ଣବ ହୋଇ ପଡିଥିଲା। ବିଶେଷ କରି ପ୍ରଭାବିତ ହୋଇଛନ୍ତି ସହରି ତଳି…

"ଏବେ ବି ଜଳବନ୍ଦୀ ବସ୍ତି ବାସିନ୍ଦା: ପଲିଥିନ୍ ଓ ରନ୍ଧା ଖାଦ୍ୟ ଯୋଗାଣ।"

ନୂତନ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ

ପୁରୀ:୮/୮(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ବରିଷ୍ଠ ପ୍ରଶାସିକ ଅଧିକାରୀ ଡକ୍ଟର ଜ୍ୟୋତି ପ୍ରକାଶ ଦାସ ପୁରୀ ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ବୁଧବାର ଅପରାହ୍ନରେ ଦାୟିତ୍ୱ ଗ୍ରହଣ କରିଛନ୍ତି ଓ ମହାପ୍ରଭୁଙ୍କ ନୀତିକାନ୍ତି ତ୍ୱରାନ୍ୱିତ ସହ ସହରର ସ୍ୱାସ୍ଥ୍ୟ ଭିତ୍ତିଭୂମି ବିଜେପିକୁ ତ୍ୱରାନ୍ୱିତ କରାଯିବ ବୋଲି ଶ୍ରୀମହାପାତ୍ର କହିଛନ୍ତି। ଅପରାହ୍ନରେ ଶ୍ରୀମହାପାତ୍ର ପୁରୀ ଆସି ପ୍ରଥମେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଆର୍ଶୀବାଦ କାମନା କରିଥିଲେ। ପରେ କାର୍ଯ୍ୟାଳୟକୁ ଆସି ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଉଦ୍ଧବ ଚନ୍ଦ୍ର ମାଝୀ, ଉପଜିଲ୍ଲାପାଳ ଭବତରଣ ସାହୁ, ଏପିଡି ପ୍ରସନ୍ତ ଦାସ, ଡେପୁଟି କଲେକ୍ଟର ସାଶୁନ୍ତ ଦାସଙ୍କ ସଭାପତି ବିଭିନ୍ନ…

"ନୂତନ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ"

ବିଶ୍ୱମାତୃ ସ୍ତନ୍ୟପାନ ସପ୍ତାହ

ପୁରୀ:୩/୮(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ):ବିଶ୍ୱ ମାତୃ ସ୍ତନ୍ୟପାନ ସପ୍ତାହ ନାୟକ ପ୍ଲାଜା ସମ୍ମିଳନୀ କକ୍ଷରେ ପାଳିତ ହୋଯାଇଛି। ମହନ୍ତ ରାମଚରଣ ଦାସ ମହାରାଜା ଏହାକୁ ଉଦ୍ଘାଟନ କରିଥିଲେ। ଦ୍ୱାରକାନାଥ ମଙ୍ଗରାଜ ସେଥିରେ ଅଧ୍ୟକ୍ଷତା କରିଥିଲେ। ଉପନଗରପାଳ ଶାନ୍ତିଲତା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋକ ଦେଇ କହିଲେ ଆଜିକାଲି ମାଆ ମାନେ ଛୁଆଙ୍କୁ ସ୍ତନ୍ୟପାନ ବଦଳରେ ଡ଼ବା କ୍ଷୀର ପରି ଭିଟାମିନ୍ ନଥାଏ। ମାଆର କସ କ୍ଷୀର ଛୁଆଙ୍କୁ ହୃଷ୍ଟ ପୁଷ୍ଟ କରିଥାଏ। ସମାଜ ସେବା ଚକ୍ରଧର ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇ କହିଲେ ଅଧିକାଂଶ ମାଆ ସେମାନଙ୍କ ସୁନ୍ଦରତା ରକ୍ଷା ପାଇଁ ଛୁଆ ମାନଙ୍କୁ ବିଭିନ୍ନ ପ୍ରକାର ଡ଼ବା କ୍ଷୀର ଦେଉଛନ୍ତି।ଆଗକାଳରେ ଏହି ସବୁ…

"ବିଶ୍ୱମାତୃ ସ୍ତନ୍ୟପାନ ସପ୍ତାହ"

କାର୍ତ୍ତିକ ମାସରେ ହବିଷ୍ୟାଳିଙ୍କ ପାଇଁ ସ୍ୱାତନ୍ତ୍ର ବ୍ୟବସ୍ଥା

ପୁରୀ:୩/୮(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ):ପାଖେଇ ଆସୁଛି ପବିତ୍ର କାର୍ତିକ ମାସ। ଶ୍ରୀକ୍ଷେତ୍ର ପୁରୀରେ ଏହି ମାସରେ ହଜାର ହଜାର ହବିଷ୍ୟାଳିଙ୍କ ଭିଡ଼ ଲାଗେ। ଏ ନେଇ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ହବିଷ୍ୟାଳିମାବେ କିପରି ସୁରୁଖୁରୁରେ କାର୍ତିକ ମାସ ପାଳି କରିବେ ସେ ନେଇ ଗୁରୁବାର ଏକ ପ୍ରସ୍ତୁତି ବୈଠକ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଅଧ୍ୟକ୍ଷତାରେ ପୁରୀ ସର୍କିଟ୍ ହାଉସ୍ ଠାରେ ଅନୁଷ୍ଠିତ ହୋଇଯାଇଛି। କାର୍ତିକ ମାସକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ୩ହଜାର ହବିଷ୍ୟାଳିଙ୍କ ରହିବା ବ୍ୟବସ୍ଥା କରାଯିବ ବୋଲି ବୈଠକରେ ନିଷ୍ପତି ହୋଇଛି। ସହରରେ ଥିବା ବିଭିନ୍ନ କଲ୍ୟାଣ ମଣ୍ଡପ ଓ ରେଳବାଇ ଯାତ୍ରୀ ନିବାସରେ ସମସ୍ତଙ୍କର ରହିବା ବ୍ୟବସ୍ଥା କରାଯିବ। ସମସ୍ତ…

"କାର୍ତ୍ତିକ ମାସରେ ହବିଷ୍ୟାଳିଙ୍କ ପାଇଁ ସ୍ୱାତନ୍ତ୍ର ବ୍ୟବସ୍ଥା"