ପୁରୀ : ପୁଲିସ କ୍ୱାଟର ଉଦ୍ଘାଟିତ

ପୁରୀ : ୬/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ରିଜର୍ଭ ପୁଲିସ ଲାଇନ ପରିସରରେ ଦୁଇଟି ନବନିର୍ମିତ ବହୁତଳ ବିଶିଷ୍ଟ ପୁଲିସ କ୍ୱାଟର ଉଦ୍ଘାଟିତ ହୋଇଯାଇଛି। କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ରିବର୍ନ କାଟିବା ସହ ଫଳକ ଉନ୍ମୋଚନ କରି ଏହି ଇଓଏଫ୍ ଟାଇପ୍ କ୍ୱାଟର ବିଲ୍ଡିଂକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଏସ୍ପି ଡଃ. ସାର୍ଥକ ଷଡଙ୍ଗୀ, ଅତିରିକ୍ତ ଏସ୍ପି ଧିରେନ୍ଦ୍ର ନନ୍ଦ, ବ୍ରହ୍ମାନନ୍ଦ ଗାଗାରିନ ମହାନ୍ତି, ସିଟି ଡିଏସ୍ପି ପ୍ରଶାନ୍ତ କୁମାର ପଟ୍ଟନାୟକ, ଡିଆଇଭି ଡିଏସ୍ପି ଉମାକାନ୍ତ ମଲ୍ଲିକ, ମୁଖ୍ୟାଳୟ ଡିଏସ୍ପି ସସ୍ମିତା ମହାନ୍ତି, ସରଂକ୍ଷିତ ଆରକ୍ଷୀ ନିରୀକ୍ଷିକ ଚନ୍ଦ୍ରଶେଖର ଦାସ, ଡେପୁଟି କମାଣ୍ଡାଣ୍ଡ ଲିଙ୍ଗରାଜ ମିଶ୍ରଙ୍କ ସମେତ ବିଭିନ୍ନ…

"ପୁରୀ : ପୁଲିସ କ୍ୱାଟର ଉଦ୍ଘାଟିତ"

ପୁରୀ: ଲୋକମେଳାର ତୃତୀୟ ସନ୍ଧ୍ୟା

ପୁରୀ:୬/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ):ଷୋଡଶ ଲୋକମେଳାର ତୃତୀୟ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି। ତୃତୀୟ ସନ୍ଧ୍ୟାରେ ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ ଓଡିଶାର କଳା ଓ ସଂସ୍କୃତି ଅନନ୍ୟ। ମହାପ୍ରଭୁ ଶ୍ରୀଜଗନ୍ନାଥ ଉତ୍କଳ ସଂସ୍କୃତିର ପ୍ରତୀକ। ଶ୍ରୀକ୍ଷେତ୍ର ସମସ୍ତଙ୍କୁ ଭାବଡୋରୀରେ ବାନ୍ଧି ରଖିଛି ବୋଲି ସେ ମତ ଦେବା ସହ ଲୋକକଳା, ଆଦିବାସୀ କଳା ସଂସ୍କୃତିର ପ୍ରଚାର ପ୍ରସାରରେ ସହାୟକ ହୋଇପାରିଛି ବୋଲି କହିଥିଲେ। ପଶୁ ସମ୍ପଦ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ତଥା କମିଶନର ମହେନ୍ଦ୍ର ମଲ୍ଲିକ କହିଲେ ଯେ କୃଷକ ହେଉଛି ଦେଶର ଅନ୍ନଦାତା। ଶିକ୍ଷିତ ଯୁବକମାନେ ଆଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି କୃଷି କ୍ଷେତ୍ରରେ ନୂତନତ୍ୱ ଆଣିବା…

"ପୁରୀ: ଲୋକମେଳାର ତୃତୀୟ ସନ୍ଧ୍ୟା"

ଚଳିତବର୍ଷ ରଥଯାତ୍ରା ଦେଖିବା ପାଇଁ ଦିବ୍ୟାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା: ରଥଯାତ୍ରା ସମୟରେ ଗଡିବ ୧୮୫ ଟି ସ୍ୱତନ୍ତ୍ର ଟ୍ରେନ

ପୁରୀ: ୬/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଦ୍ୱିତୀୟ ରଥଯାତ୍ରା ସମନ୍ୱୟ କମିଟିର ବୈଠକ ସ୍ଥାନୀୟ ଗୋପବନ୍ଧୁ ଆର୍ୟୁବେଦ ସମ୍ମିଳନୀ କକ୍ଷଠାରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଡିଭିଭି ସ୍ୱାମୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ଚଳିତବର୍ଷ ରଥଯାତ୍ରା ସମୟରେ ଦିବ୍ୟାଙ୍କମାନଙ୍କ ପାଇଁ ରଥଯାତ୍ରା ଦେଖିବା ନିମନ୍ତେ ଜଗନ୍ନାଥ ବଲ୍ଲଭ ମଠରେ ସ୍ୱତନ୍ତ୍ର ଗ୍ୟାଲେରୀର ବ୍ୟବସ୍ଥା କରାଯିବ। ଶ୍ରୀଜିଉମାନେ ଗୁଣ୍ଡିଚାଘରେ ଥିବା ମଧ୍ୟ ସେମାନଙ୍କ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ବୈଠକରେ ପ୍ରକାଶ କରିଥିଲେ। ବୈଠକରେ ରଥ ନିର୍ମାଣ, ପାନୀୟ ଜଳ, ବିଦ୍ୟୁତ ଯୋଗାଣ, ସ୍ୱରେଜ ଓ ଡ୍ରେନେଜ ବ୍ୟବସ୍ଥା ପରିମଳ, ସ୍ୱାସ୍ଥ୍ୟସେବା ଓ ଆରକ୍ଷୀ ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା।…

"ଚଳିତବର୍ଷ ରଥଯାତ୍ରା ଦେଖିବା ପାଇଁ ଦିବ୍ୟାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା: ରଥଯାତ୍ରା ସମୟରେ ଗଡିବ ୧୮୫ ଟି ସ୍ୱତନ୍ତ୍ର ଟ୍ରେନ"

ପୁରୀ: ଆସନ୍ତାକାଲି ଅଟୋ ଓ ଟ୍ୟାକ୍ସି ଚଳାଚଳ ବନ୍ଦ ରହିବ

ପୁରୀ:୬/୬(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ):ଆସନ୍ତାକାଲି ପୁରୀ ସହରରେ ଅଟୋ ଓ ରକ୍ସା ଚଳାଚଳ ବନ୍ଦ ରହିବ। ପୋଟ୍ରୋଲ ଓ ଡ଼ିଜେଲର ଅନ୍ୟାଧିକ ଦରବୃଦ୍ଧି ପ୍ରତିବାଦରେ ଗୁରୁବାର ପୁରୀରେ ଅଟୋ ରିକ୍ସା ଓ ଟ୍ୟାକ୍ସି ଚଳାଚଳ ସମ୍ପୁର୍ଣ୍ଣ ବନ୍ଦ ରହିବ। ଜିଲ୍ଲା ଅଟୋଚାଳକ ମହାସଂଘ ଓ ଶ୍ରୀ କ୍ଷେତ୍ରରେ କ୍ଷୁଦ୍ର ପରିବହନ ଚାଳକସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଏ ନେଇ ସୂଚନା ପ୍ରଦାନ କରାଯାଇଛି। ମହାସଂଘ ସଭାପତି ସିକାନ୍ତ ପରିଜା, ଦୁର୍ଗାଚରଣ ଖୁଂଟିଆ, ବସନ୍ତ କୁମାର ରାଉତ, ନିଳାଚଳ କ୍ଷୁଦ୍ରଯାନ ମାଲିକ ସଂଘ ଜଗବନ୍ଧୁ ପଣ୍ଡା ପ୍ରମୁଖ ସମ୍ମିଳନୀରେ କହିଲେ ଯେ ତୈଳଦର ବୃଦ୍ଧି ସମେତ କ୍ଷୁଦ୍ର ଯାନ ଉପରେ ଟିକସ ଦର ବୃଦ୍ଧି ପାଇଁଛି। ପେଟ୍ରୋଲ ଓ…

"ପୁରୀ: ଆସନ୍ତାକାଲି ଅଟୋ ଓ ଟ୍ୟାକ୍ସି ଚଳାଚଳ ବନ୍ଦ ରହିବ"

ଶ୍ରୀଜୀଉଙ୍କ ବନକ ଲାଗି ନୀତିପାଇଁ ସାଧାରଣ ଦର୍ଶକ ୪ ଘଂଟା ପାଇଁ ବନ୍ଦ

ପୁରୀ:୬/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଆଜି ଶ୍ରୀ ମନ୍ଦିରରେ ଶ୍ରୀ ଜୀଉଙ୍କ ବନକ ଲାଗି ନୀତିଲାଗି ପରମ୍ପରା ଓ ରୀତିନୀତି ଭାବେ ସମ୍ପର୍ଣ୍ଣ ହୋଇଛି। ଏହି ବିଶେଷ ନିତିପାଇଁ ୪ ଘଟା ଧରି ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିଥିଲା। ଦି୍ୱତୀୟ ଭୋଗମଣ୍ଡପ ଶେଷ ହେବାପରେ ଶ୍ରୀଜୀଉ ମାନଙ୍କର ବନକ ଲାଗିକରାଯାଇଥିଲା। ଦତ୍ତମହାପାତ୍ର ସେବକ ମାନେ ହରିତାଳ, ହିଙ୍ଗୁଳ, କଳା ଆଦି ପ୍ରକୃତିକ ରଙ୍ଗରେ ଶ୍ରୀଜୀଉଙ୍କ ଶ୍ରୀ ମୁଖ ଶ୍ରୀଙ୍ଗାର କରିଥିଲେ। ଏଥି ପାଇଁ ହିଙ୍ଗୁଳ, ହରିତାଳ, ଶଙ୍ଖ, କେଶର, କର୍ପୁର, କଇଥ ଅଠା, କେଶର, କସ୍ତୁରୀ ଓ କକ୍ଷ ଇତ୍ୟାଦି ବ୍ୟବହାର କରାଯାଇଥିଲା। ପାଳିଆ ପୂଜା ପଣ୍ଡା ଖୁଟିଆ, ପାଳିଆ ପୁଷ୍ପପାଳକ, ଚାଙ୍ଗଡ଼ା ମୁଦୁଲି ଆଦି…

"ଶ୍ରୀଜୀଉଙ୍କ ବନକ ଲାଗି ନୀତିପାଇଁ ସାଧାରଣ ଦର୍ଶକ ୪ ଘଂଟା ପାଇଁ ବନ୍ଦ"

ପେଟ୍ରୋଲ, ଡ଼ିଜେଲ, ଗ୍ୟାସଓ ନିତ୍ୟ ବ୍ୟବହାର୍ଯ୍ୟ ଦରବୃଦ୍ଧି ବିରୁଦ୍ଧରେ ସି.ପି.ଏସ ର ଗଣଧାରଣା

ପୁରୀ:୬/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ):ବୁଧବର ଦିନ ୧୧ଘଟିକା ସମୟରେ ଭାରତର କମ୍ୟୁନିଷ୍ଟ (ମାର୍କ୍ସବାଦୀ)ତରଫରୁ ପୁରୀଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା। ଧାରଣା ଦିଆଯିବାର କାରଣ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ମୂଲ୍ୟ କମ୍ ଥିବାବେଳେ ମୋଦି ସରକାର ଆମଦାନୀ ଶୁଲଭ ଓ ରାଜ୍ୟ ସରକାର ଭି.ଏ.ଟି ଲଗାଇବା ଯୋଗୁଁ ଭାରତରେ ଚଢାଦରରେ ବିକ୍ରି ହେଉଛି। ଗ୍ୟାସ ସବ୍ସିଡ଼ ଓ ଅଣସବସିଡ଼ରେ ମଧ୍ୟ ଟକସ ବୃଦ୍ଧି ଯୋଗୁଁ ମହଙ୍ଗା ହୋଇଛି। ତୈଳକୁ ଜି.ଏସ.ଟି ଅର୍ନ୍ତଭୁକ୍ତ ନ କରି କମ୍ପାନୀମାନଙ୍କୁ ମୁନାଫା ଦେଉଛି ମୋଦି ସରକାର ଫଳରେ ବଜାର ଦର ଅହେତୁକ ବୃଦ୍ଧି ଯୋଗୁଁ ମଧ୍ୟବିତ, ଖଟିଖିଆ, ଚାଷି, ମୂଲିଆ ବର୍ଷ ଶୋଷଣ ଶିକାର ହେଉଛି। କର୍ପୋରେଟ ଓ…

"ପେଟ୍ରୋଲ, ଡ଼ିଜେଲ, ଗ୍ୟାସଓ ନିତ୍ୟ ବ୍ୟବହାର୍ଯ୍ୟ ଦରବୃଦ୍ଧି ବିରୁଦ୍ଧରେ ସି.ପି.ଏସ ର ଗଣଧାରଣା"

ରଥଯାତ୍ରା ଦ୍ଵିତୀୟ ସମନ୍ୱୟ କମିଟୀ ବୈଠକ ଅନୁଷ୍ଠିତ

ପୁରୀ ୬ଜୁନ (ଓଡ଼ିଆ ପୁଅ) ରଥଯାତ୍ରା ସମନ୍ୱୟ କମିଟୀ ଦ୍ଵିତୀୟ ବୈଠକ ଆରଡିସି ପି.ଭି. ସ୍ଵାମୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକର ପ୍ରାରମ୍ଭରେ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ସମସ୍ତଙ୍କୁ ସ୍ଵାଗତ କରିବା ସହିତ ପୂର୍ବ ବୈଠକର ବିବରଣୀ ଉପସ୍ଥାପନ କରିଥିଲେ। ବୈଠକରେ ରଥଯାତ୍ରାରେ କାଠ ଜୋଗାଣ, ରଥ ନିର୍ମାଣ, ନୀତି ସଂପାଦନ, ସ୍ଵାସ୍ଥ୍ୟ ସେବା, ପାଣି ଜୋଗାଣ ବିଦ୍ୟୁତ ଜୋଗାଣ, ପରିବହନ ବ୍ୟବସ୍ଥା, ରାସ୍ତାଘାଟ ମରାମତି, ସ୍ଵାସ୍ଥ୍ୟ, ପରିମଳ ବ୍ୟବସ୍ଥା ଶାନ୍ତିଶୃଖଳା ଏବଂ ପ୍ରଦର୍ଶନୀ ସଂପର୍କିତ ବିସ୍ତୃତ ଆଲୋଚନା କରାଯାଇଥିଲା। ରାଜସ୍ଵ ମନ୍ତ୍ରୀ ମହେଶ୍ଵର ମହାନ୍ତି ଆଇ.ଜି. ସୌମେନ୍ଦ୍ର ପ୍ରିୟଦର୍ଶୀ ନଗରପାଳ ଜୟନ୍ତ ଷଢ଼ଙ୍ଗୀ ଏସ୍ଡିଏମ୍ ବିଭୂତି ଭୂଷଣ ଦାସ ଉପଜିଲାପାଳ ଭବତାରଣ ସାହୁ ଏସ୍.ପି.…

"ରଥଯାତ୍ରା ଦ୍ଵିତୀୟ ସମନ୍ୱୟ କମିଟୀ ବୈଠକ ଅନୁଷ୍ଠିତ"

ଡ଼ାକ୍ତର ପଦବୀପୁରଣ ପାଇଁ ଯୁବ କଗ୍ରେଂସ ଦାବି ପତ୍ର

ପୁରୀ ୫/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ପୁରୀ ସଦର ମୁଖ୍ୟ ଚିକିତ୍ସା ବିଭିନ୍ନ ସମସ୍ୟାକୁ ନେଇ ପୁରୀ ଜୁବ କଗ୍ରେଂସ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଉର୍ଦେଶ୍ୟରେ ଆଜି ପୂର୍ବାହ୍ନରେ ଏକ ଦାବି ପତ୍ର ଏଡ଼ି.ଏମ.ଓ ପ୍ରଦାନ କରିଛନ୍ତି। ସଦର ମୁଖ୍ୟ ଚିକିତ୍ସାଳୟର ବର୍ହିଃବିଭାଗ ନିକଟରେ ବିନା ଟେଣ୍ଡରରେ ସେଟ କାର୍ଯ୍ୟ ଚାଲିଥିବାରରୁ ଏହାର ତଦନ୍ତ ଦାବି କରିଛି ଯୁବ କଗ୍ରେଂସ ଏଥି ସହ ହସପିଟାଲ ଖାଲି ପଡ଼ିଥିବା ୫୦ ପ୍ରତିଶତ ଡ଼ାକ୍ତର ପଦବୀ ପୂରଣ ବିପର୍ଜସ୍ଥ ପରିମେଳ ବ୍ୟବସ୍ତାର ସୁଧାର ଆଣିବା, ହସପିଟାଲରେ ମାଳମାଳ ଦଲାଲଙ୍କ ପାଦୃର୍ଭାବ ପାଇଥିବାରୁ ଏହା ଉପରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ଦାବିପ୍ରସ୍ଥାବରେ ଉଲ୍ଲେଖ ରହିଛି। ସି.ଡ଼ି.ଏମ.ଓ…

"ଡ଼ାକ୍ତର ପଦବୀପୁରଣ ପାଇଁ ଯୁବ କଗ୍ରେଂସ ଦାବି ପତ୍ର"

ଲୋକନୃତ୍ୟରେ କମ୍ପୁଛି ଶରଧାବାଲି

ପୁରୀ ୫/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ପାରମ୍ପାରିକ ଲୋକ ନୃତ୍ୟରେ କମ୍ପୁଛି ଶରଧାବାଲି। ନୃତ୍ୟଶିଳ୍ପୀଙ୍କ ଅଭିନୟର ଯାନ୍ଦୁ ଦର୍ଶକଙ୍କୁ ବାନ୍ଧି ରଖିଛି। ଗୋଟିଏ ମଂଚରେ ନିଜ ରାଜ୍ୟର ଲୋକ ନୃତ୍ୟ ପରିବେଷଣ କରିଛନ୍ତି ୧୫ଟି ରାଜ୍ୟର କଳାକାର ଷୋଡ଼ଶ ଜାତୀୟ ଲୋକମେଳାର ଦ୍ୱିତୀୟ ଦଂଧ୍ୟାରେ ଧରିତ୍ରୀ ସମ୍ପାଦକ ତଥା ସାଂସଦ ତଥାଗତ ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ସେ କହିଲେ ଲୋକକଳା ସବୁ ଭାଷାଭାଷୀ ଲୋକଙ୍କ ପରମ୍ପରାର କଥା କୁହେ।ଏହାକୁ ବଂଚାଇ ରଖିବା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ମିଳିତ ଉଦ୍ୟମର ଆବଶ୍ୟକତା ରହିଛି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ କୂଳପତି ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ, ଅତିରିକ୍ତ ଜିଲ୍ଲାପାଳ ବିଭୂତି…

"ଲୋକନୃତ୍ୟରେ କମ୍ପୁଛି ଶରଧାବାଲି"

ସି.ୱାଇ.ଏସ୍.ଡି., ପ୍ଲାନ ଇଣ୍ଡିଆ ଓ ବିଏମ୍ସି ମିଳିତ ଉଦ୍ଦ୍ୟମରେ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର ୫ ଜୁନ (ଓଡ଼ିଆ ପୁଅ) ସି.ୱାଇ.ଏସ୍.ଡି., ପ୍ଲାନ ଇଣ୍ଡିଆ ଓ ବିଏମ୍ସି ମିଳିତ ଉଦ୍ଦ୍ୟମରେ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମର ଆଜି ଶୂଭାରମ୍ଭ ହୋଇଛି। ମେଫେୟାର ନଗର ଠାରେ ବସ୍ତି ବାସିନ୍ଦା ତଥା ସି.ୱାଇ.ଏସ୍.ଡି., ପ୍ଲାନ ଇଣ୍ଡିଆ ଓ ବିଏମ୍ସିର ଅଧିକାରୀମାନେ ଏକତ୍ରିତ ହୋଇ ଏହାର ଶୂଭାରମ୍ଭ କରିଥିଲେ। ପ୍ରାୟ ୧୨୦ ସ୍ୱେଚ୍ଛାସେବୀ ୧୦ଜଣ ସୁପରଭାଇଜରଙ୍କ ନେତୃତ୍ୱରେ ଏକତ୍ରିତ ହୋଇଥିଲେ। ବସ୍ତିବାସିନ୍ଦାଙ୍କୁ ଡେଙ୍ଗୁ ନିବାରଣ ତଥା ସଚେତନ କରାଇବା ଏହା କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହାପରେ ଏକ ରାଲି କରି ସମସ୍ତେ ସାଲିଆ ସାହିସ୍ଥିତ ମେଫେୟାର ନଗରଠାରେ ବୁଲିଥିଲେ। ଏହି ସଭାରେ ଅତିଥୀଭାବେ ଉପସ୍ଥିତ ଥିଲେ ପୂର୍ବତନ ଡେପ୍ୟୁଟି ମେୟର ତଥା କରପୋରେଟର ଶ୍ରୀମତୀ…

"ସି.ୱାଇ.ଏସ୍.ଡି., ପ୍ଲାନ ଇଣ୍ଡିଆ ଓ ବିଏମ୍ସି ମିଳିତ ଉଦ୍ଦ୍ୟମରେ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ"