ପୁରୀ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ କାର୍ଯ୍ୟକାରିଣୀ ବୈଠକ

କୋଣାର୍କ ୦୭/୧୨ (ଓଡ଼ିଆ ପୁଅ) – କୋଣାର୍କ ତ୍ରବେଣୀଶ୍ୱର ମନ୍ଦିର ପରିସରରେ ପୁରୀ ଜିଲ୍ଲା ନୂତନ ପେନ୍ସନ୍ ଯୋଜନାଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଆଜି ସଭାପତି ଶ୍ରୀ ବିଷ୍ଣୁ ଚରଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଜିଲ୍ଲାର ୧୧ଟି ବ୍ଳକ୍ ମଧ୍ୟରୁ ୮ଟି ବ୍ଳକ୍ର କର୍ମକର୍ତାମାନେ ଉପସ୍ଥିତ ଥିଲେ। ପ୍ରାଥମିକ ଶିକ୍ଷକମାନଙ୍କୁ ଟ୨୮୦୦/- ଗ୍ରେଡ୍ ପେ ହିସାବରେ ତା୦୧.୦୧.୨୦୧୬ରିଖ ଠାରୁ ଦରମା ପ୍ରଦାନ କରିବା ପାଇଁ ସରକାରୀ ଘୋଷଣା ବିଳମ୍ବିତ ହେଉଥିବାରୁ ବୈଠକରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହି ବିଷୟରେ ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀର ବିଧାୟକମାନଙ୍କୁ ଭେଟି ଅବଗତ କରାଇ ଖୁବ୍ ଶିଘ୍ର ସରକାରୀ ଘୋଷଣାନାମା ପ୍ରକାଶ…

"ପୁରୀ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ କାର୍ଯ୍ୟକାରିଣୀ ବୈଠକ"

ଶ୍ରୀଜଗନ୍ନାଥ ଓ ମୁକ୍ତିମଣ୍ଡପ ପଣ୍ଡିତ ସଭା ନିକଟରେ କ୍ଷମା ମାଗିବାକୁ ଦାବି କଲା ସଚେତନ ନାଗରିକ ମଂଚ

ପୁରୀ, ୭/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ଧିରେ ଧିରେ କିଟର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପୂଷ୍ୟାଭିଷେକ ଘଟଣା ବିବାଦୀୟ ହେବାର ଲାଗିଛି। ଏହି ଘଟଣାର ଫଟୋ ସୋସିଆଲ ମିଡିଆରେ ପ୍ରକାଶ ପାଇବା ପରେ ଚାରିଆଡେ ବିରୋଧଭାବ ପ୍ରକାଶ ପାଇଛି। ଏହି ଘଟଣା ପାଇଁ ତୁରନ୍ତ ଶ୍ରୀସାମନ୍ତ ମହାପ୍ରଭୁଙ୍କ ନିକଟରେ କ୍ଷମାଭିକ୍ଷା କରିବା ସହ ମୁକ୍ତି ମଣ୍ଡପ ପଣ୍ଡିତ ସଭା ନିକଟରେ କ୍ଷମାପ୍ରାର୍ଥନାକରନ୍ତୁ ବୋଲି ଦାବି କରିଛି ସଚେତନ ମଂଚ। ତତ୍ସହିତ ଗଜପତିଙ୍କ ପଦମର୍ଯ୍ୟାଦା ହାନୀକରିବାରୁ ସେ ଗଜପତିଙ୍କ ନିକଟରେ ନିସର୍ତ କ୍ଷମାପ୍ରାର୍ଥନା କରନ୍ତୁ ବୋଲି ମଂଚ ପକ୍ଷରୁ ଦାବି ହୋଇଛି। ଏନେଇ ସଂଚ ପକ୍ଷରୁ ରବିବାର ସଂଧ୍ୟାରେ ସିଂହଦ୍ୱାର ସମ୍ମୁଖରେ ମଂଚ ପକ୍ଷରୁ ଶ୍ରୀସାମନ୍ତଙ୍କ କୁଶପୁତଳିକା…

"ଶ୍ରୀଜଗନ୍ନାଥ ଓ ମୁକ୍ତିମଣ୍ଡପ ପଣ୍ଡିତ ସଭା ନିକଟରେ କ୍ଷମା ମାଗିବାକୁ ଦାବି କଲା ସଚେତନ ନାଗରିକ ମଂଚ"

ପୁରୀର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଜବାବ ମାଗିଲା ସଚେତନ ନାଗରିକ ମଂଚ

ପୁରୀ, ୭/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ପୁରୀର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଗଣଧାରଣା ମାଧ୍ୟମରେ ଜବାବ ମାଗିଲା ସଚେତନ ନାଗରିକ ମଂଚ।ଏ ସଂପର୍କରେ ୧୩ ଦଫା ଦାବିରେ ମଂଚ ପକ୍ଷରୁ ରବିବାର ପୂର୍ବାହ୍ନରେ ଗାନ୍ଧୀସ୍ମୃତିପୀଠ ପରିସରରେ ଗଣଧାରଣା ଦିଆଯିବା ସହ ଅନଶନ କରାଯାଇଥିଲା। ବିଗତ ୫ ବର୍ଷ ମଧ୍ୟରେ ପୁରୀର ବିକାଶ ପାଇଁ ହଜାର ହଜାର କୋଟି ଟଙ୍କା ଆସିଥିବା ବେଳେ ଏହି ଟଙ୍କାର ବିକାଶ ବଦଳରେ କେବଳ ବିନାଶ ହୋଇଛି ବୋଲି ଅଭିଯୋଗ କରିଛି ମଧ୍ୟ ଠିକାଦାର, କର୍ମୀ ଓ ଅଫିସର ମାନେ ଭାଗବାଂଟି ଏହାକୁ ହଡପ କରିଛନ୍ତି ବୋଲି ସଂଚ ପକ୍ଷରୁ ଗାନ୍ଧୀସ୍ମୃତି ପୀଠ ପରିସରରେ ଏହି ଅନଶନ କରାଯାଇଥିଲା। ମଂଚରେ ଆବାହକ…

"ପୁରୀର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଜବାବ ମାଗିଲା ସଚେତନ ନାଗରିକ ମଂଚ"

୧୩ରୁ ରାଜ୍ୟସ୍ତରୀୟ ମଂଚନାଟକ ପ୍ରତିଯୋଗିତା

ପୁରୀ, ୭/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ଆସନ୍ତା ୧୩ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠାନ ଆମର ଆନୁକୂଲ୍ୟରେ ଆୟୋଜିତ ହେଉଛି ରାଜ୍ୟସ୍ତରୀୟମଂଚ ନାଟକ ପ୍ରତିଯୋଗିତା। ଏନେଇ ଚନ୍ଦ୍ରଶେଖର ପାଠାଗାର ପରିସରରେ ଆୟୋଜିତ ଏକ ସାସ୍ୱାଦିକ ସମ୍ମିଳନୀରେ ସୂଚନା ଦେିଛନ୍ତି କର୍ମକର୍ତ୍ତା। ଅନୁଷ୍ଠାନର ସଭାପତି ବିଜୟ ଲକ୍ଷ୍ମୀ ଦାସ, ସଂପାଦକ ଗୋବିନ୍ଦ ମହାନ୍ତି, ଉପଦେଷ୍ଠା ରାମଚନ୍ଦ୍ର ପ୍ରତିହାରୀ, ବଟରାଜ ଦେବଗୋସ୍ୱାମୀ, ଡଃ ତୁଳସୀ ଓଝା, ନବକିଶୋର ପ୍ରଧାନ, ନମିତା ମହାନ୍ତି ପ୍ରମୁଖ ସୂଚନା ଦେଇ କହିଲେ ୧୩ ତାରିଖରେ ଅନ୍ନପୂର୍ଣ୍ଣା ରଂଗମଂଚରେ ଏହିନାଟକ ପ୍ରତିଯୋଗିତାକୁ ସାଂସଦ ପିନାକୀ ମିଶ୍ର ଉଦ୍ଘାଟନ କରିବେ। ନଗରପାଳ ଜୟନ୍ତ କୁମାର ଷଢଙ୍ଗୀ, ପୈାର ସଦସ୍ୟ ଭକ୍ତ ଚରଣ ଦାସ, ଏବଂ ଜିଲ୍ଲା…

"୧୩ରୁ ରାଜ୍ୟସ୍ତରୀୟ ମଂଚନାଟକ ପ୍ରତିଯୋଗିତା"

ପୁସ୍ତକମେଳା ଚତୁର୍ଥ ଦିବସ

ପୁରୀ, ୭/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ଶରଧାବାଲିରେ ଚାଲୁଥିବା ପୁସ୍ତକମେଳାର ଶନିବାର ଥିଲା ଚତୁର୍ଥ ଦିବସ। ଚତୁର୍ଥ ସଂଧ୍ୟାରେ ମେଳା କମିଟି ପକ୍ଷରୁ ପ୍ରାଥମିକ ଚିକିତ୍ସା ଓ ଆଶୁ ଆରୋଗ୍ୟ ଶିର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ରେଡକ୍ରଶ କମିଟିର ଅର୍ଥନୈତିକ ସଂପାଦକ ଗୀତାଞ୍ଜଳୀ ପଣ୍ଡା ଏଥିରେ ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ଶିର୍ଷକ ସଂର୍ପକରେ ଆଲୋଜଚନା କରିଥିଲେ। ଆଲୋଚନାଚକ୍ରରେ ପ୍ରାଥମିକ ଚିକିତ୍ସା ସଂପର୍କରେ ସୂଚନା, ରକ୍ତଦାନର ଆବଶ୍ୟକତା, ଓ ଆଶୁଆରୋଗ୍ୟ ସଂପର୍କରେ ଚତୁର୍ଥ ସଂଧ୍ୟାରେ ପ୍ରଶାନ୍ତି ନ୍ୟୃତ୍ୟ ସଂଗୀତ ପରିଷଦ ପକ୍ଷରୁ ଓଡିଶୀ ନୃତ୍ୟ, ମଙ୍ଗଳା ଚରଣ, ପାଣ୍ଡିଆ ଏବଂ ଭଜନକୃତ୍ୟ ପରିବେଶଣ କରାଯାଇଥିଲା। ନୃତ୍ୟଗୁରୁ ସାଗରିକା ମହାପାତ୍ରଙ୍କ ପରିଚାଳନାରେ ଶିଳ୍ପୀମାନେ ନୃତ୍ୟ…

"ପୁସ୍ତକମେଳା ଚତୁର୍ଥ ଦିବସ"

ସହର ଉପକଣ୍ଠକରେ ଫୁଟିଲା ଗୁଳି… ଦୁର୍ଦ୍ଦାନ୍ତ ଗଙ୍ଗା ଭୋଳ ଗୁରୁତର

ପୁରୀ, ୭/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ପୁରୀରେ ପୁଣି ଗୁଳି ଫୁଟିଲା। ପୂର୍ବ ଶତ୍ରୁତାକୁ ନେଇ ଏହି ଗୁଳିକାଣ୍ଡ ଘଟିଥିବା ସୂଚନା ମିଳିଛି। ଏଥିରେ ବାଟ ଗାଁର ଦୁର୍ଦ୍ଦାନ୍ତ ଗଂଗାଧର ଭୋଳ ଗୁରୁତର ଆହତ ହୋଇଛି। ଅବସ୍ଥା ଗୁରୁତର ହେବାରୁ ତାକୁ କଟକ ସ୍ଥାନାନ୍ତର କରାଯାଇଛି। ପୁରୀ ଭୁବନେଶ୍ୱର ଜାତୀୟରାଜପଥର କାଠପୋଲ ନିକଟରେ ଘଟିଛି ଏହିକାଣ୍ଡ।ବାଟଗାଁର ଗଂଗାଭୋଳ ନିଜ ଭାଟିରୁ ଘରକୁ ଫେରୁଥିବା ବେଳେ ହଠାତ୍ ୪ଟି ବାଇକରେ ୮ ଜଣ ଯୁବକ ଆସି କାଠପୋଲ ନିକଟରେ ତାଙ୍କୁ ଖଣ୍ଡା ଓ ଭୂଜାଲିରେ ଆତଙ୍କିତ ଆକ୍ରମଣ କରିଥିଲେ। ଏଥିରେ ଗଂଗା ବର୍ତ୍ତୀ ଯାଇ ଦୈାଡି ପଳାଇବା ସମୟରେ ପଛପଟୁ ଦୁବୃତ ମାନେ ତାଙ୍କୁ ଗୁଳି କରିଥିଲେ।…

"ସହର ଉପକଣ୍ଠକରେ ଫୁଟିଲା ଗୁଳି… ଦୁର୍ଦ୍ଦାନ୍ତ ଗଙ୍ଗା ଭୋଳ ଗୁରୁତର"

ତେଜିଲା କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠାଦାବି

ପୁରୀ, ୭/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ଐତିହ୍ୟ ସଂପନ୍ନ ସହର ଶ୍ରୀକ୍ଷେତ୍ର। ଶ୍ରୀକ୍ଷେତ୍ର ପ୍ରତିଷ୍ଠା ହେବା ପରେ ଦରକାର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ। ଫଳରେ ଶ୍ରୀର ଜଗନ୍ନାଥ ସଂସ୍କୃତି ସଂପର୍କରେ ବିଶେଷ ଗବେଷଣା ହୋଇପାରିବ। ତେଣୁ ପୁରୀରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ଏବେ ଦାବି ଜୋର ଧରିଛି। ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନ ପକ୍ଷରୁ ଗତକିଛି ମାସ ଧରି ଏହା ଦାବି ହୋଇ ଆସୁଥବା ବେଳେ ଏବେ ତାହା ଜୋର ଧରିଛି। ରବିବାର ଏନେଇ ଶ୍ରୀମନ୍ଦିର ସମ୍ମୁଖରେ ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନ ପକ୍ଷର ୁବିଶ୍ୱ ବିଦ୍ୟାଳୟ ପ୍ରତତିଷ୍ଠା ପାଇଁ ଦୀପଦାନ କରାଯିବା ସହ ବିଭିନ୍ନ ସ୍ଲୋଗାନ ଦିଆଯାଇଥିଲା। ପ୍ରାକ୍ତନ ନଗରପାଳ ଗୈାରହରୀ…

"ତେଜିଲା କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠାଦାବି"

ଚତୁର୍ଥ ରାଜୀବ ସ୍ମାରକୀ କ୍ରିକେଟ : ପୁଟିବନ୍ଧ ଚମ୍ପିଅନ୍

ସମ୍ବଲପୁର, ୭/୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – ସ୍ଥାନୀୟ ନକ୍ସାପାଲି ଗୋପାଳଜୀ ୟୁଥ୍ କ୍ଲବ ପକ୍ଷରୁ ଅଏଁଲାପାଲି ଖେଳ ପଡ଼ିଆ ଠାରେ ଆୟୋଜିତ ଚତୁର୍ଥ ରାଜୀବ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ପୁଟିବନ୍ଧ ଦଳ ଚମ୍ପିୟନ ହୋଇଛନ୍ତି। ଆଜି ଅପରାହ୍ନରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ସରଧାପାଲି ଦଳ ଟସ୍ଜିଣି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୪୮ ରନ୍ ସଂଗ୍ରହ କରିଥିଲେ। ଏହାର ଜବାବରେ ପୁଟିବନ୍ଧ ଦଳ ୬ ୱିକେଟ୍ ହରାଇ ୫୫ ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲେ। ଦୁଷ୍ମନ୍ତ ମିଶ୍ର ମ୍ୟାନ ଅଫ ଦି ମ୍ୟାଚ, ଗୋବିନ୍ଦ ଭୋଇ ମ୍ୟାନ ଅଫ ଦି ସିରିଜ, ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଏବଂ ଶ୍ରେଷ୍ଠ ଛକା ପାଇଁ ତଥା…

"ଚତୁର୍ଥ ରାଜୀବ ସ୍ମାରକୀ କ୍ରିକେଟ : ପୁଟିବନ୍ଧ ଚମ୍ପିଅନ୍"

ସମ୍ବଲପୁରର ପ୍ରାଚୀନ କୀର୍ତ୍ତିରାଜୀର ସଂରକ୍ଷଣ ପାଇଁ ଆବଶ୍ୟକ ଅତିରିକ୍ତ ରାଶି ଦିଆଯିବ : ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ

ସମ୍ବଲପୁର, ୭/୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – ସମ୍ବଲପୁରରେ ଚାଲିଥିବା ପ୍ରାଚୀନ କୀର୍ତ୍ତିରାଜୀର ସଂରକ୍ଷଣ କାର୍ଯ୍ୟକୁ ସଂପୂର୍ଣ୍ଣ କରିବା ପାଇଁ ଆବଶ୍ୟକ ଅର୍ଥ ଯୋଗାଇ ଦିଆଯିବ ବୋଲି ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି। ସମଲେଶ୍ୱରୀ ମନ୍ଦିର, ରାନୀ ବଖରୀ, ଭିକ୍ଟୋରିଆ ଟାଉନ ହଲ ଏବଂ ବେଜବରୁଆ ଭବନ ପରିଦର୍ଶନ କରିବା ସହିତ ମନ୍ତ୍ରୀ ଶ୍ରୀ ପଣ୍ଡା ଇନ୍ଟାକ୍, ସମ୍ବଲପୁର ଚାପ୍ଟରର ସଦସ୍ୟମାନଙ୍କ ସହିତ ଏକ ବୈଠକରେ ବିଭିନ୍ନ କାର୍ଯ୍ୟର ସମୀକ୍ଷା ତଥା ଆବଶ୍ୟକତା ସମ୍ପର୍କରେ ଅଲୋଚନା କରିଛନ୍ତି। ସମ୍ବଲପୁର ବିଧାୟିକା ଡା. ରସେଶ୍ୱରୀ ପାଣିଗ୍ରାହୀ, ଇନ୍ଟାକ୍ର ସଂରକ୍ଷଣ ବିଭାଗ ଓଡ଼ିଶା ମୁଖ୍ୟ ସୁଶ୍ରୀ ମଲ୍ଲିକା ମିତ୍ର, ସମ୍ବଲପୁର ଜିଲ୍ଲା…

"ସମ୍ବଲପୁରର ପ୍ରାଚୀନ କୀର୍ତ୍ତିରାଜୀର ସଂରକ୍ଷଣ ପାଇଁ ଆବଶ୍ୟକ ଅତିରିକ୍ତ ରାଶି ଦିଆଯିବ : ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ"

ବ୍ରହ୍ମପୁରରେ ସି.ପି.ଆଇ.ଏମ. ଓଡିଶା ରାଜ୍ୟ ସମ୍ମିଳନୀ

ବ୍ରହ୍ମପୁର: ୭/୦୧/୨୦୧୮ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ ) ଓଡିଶା ଶାଖା ପକ୍ଷରୁ ଆଜି ବ୍ରହ୍ମପୁର ଠାରେ ତିନି ଦିନିଆ ୨୧ଶ ରାଜ୍ୟ ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ କରାଯାଇଛି। ସ୍ଥାନୀୟ ରାମଲିଙ୍ଗମ ପୋଖରୀ ରାସ୍ତାରେ ଆୟୋଜିତ ସାଧାରଣ ସଭାରେ ପାର୍ଟିର ଜାତୀୟ ସମ୍ପାଦକ ଶ୍ରୀ ସୀତାରାମ ୟେଚୁରୀ କେନ୍ଦ୍ରରେ ଶ୍ରୀ ନରେନ୍ଦ୍ର ମୋଦିଙ୍କ ସାମ୍ପ୍ରଦାୟିକ ନୀତି ଏବଂ ଓଡ଼ିଶାରେ ଶ୍ରୀ ନବୀନ ପଟ୍ଟନାୟକଙ୍କ ଜନ ବିରୋଧୀ ନୀତିକୁ ବିରୋଧ କରି ବାମପନ୍ଥୀ ଦଳ ସଂଗ୍ରାମ ଅବ୍ୟାହତ ରଖିବା ସୂଚାଇ ଦେଶର ସ୍ୱାର୍ଥ, ଶ୍ରମିକଙ୍କୁ ଉପଯୁକ୍ତ ମଜୁରୀ ଓ ଦୁର୍ନୀତି ବିରୋଧରେ ସାଲିସ ବିହୀନ ସଂଗ୍ରାମ ଜୋରଦାର କରିବାକୁ ସେ ଆହ୍ୱାନ…

"ବ୍ରହ୍ମପୁରରେ ସି.ପି.ଆଇ.ଏମ. ଓଡିଶା ରାଜ୍ୟ ସମ୍ମିଳନୀ"