ବିଭିନ୍ନ ବସ୍ତିରେ ସ୍ୱଚ୍ଛତା ଅଭିଯାନ ଫେଲ ମାରିଛି!

ରାଉରକେଲା ୩୦-୬ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଗତ ଦୁଇ ଦିନ ତଳେ ରାଉରକେଲା ସମେତ ଦକ୍ଷିଣ ରାଉରକେଲାରେ ମୌସୁମି ଜନିତ ବର୍ଷା ହୋଇଯାଇଛି। ବର୍ଷା ହେବା ଯୋଗୁ ସହରତଳି ଅଂଚଳରେ ଥିବା କିଛି ବସ୍ତି ଜଲାର୍ଣ୍ଣବ ହୋଇଥିଲା। ଆଜି ବର୍ଷା ଛାଡି ଯିବା ପରେ ବସ୍ତି ଅଂଚଳରେ ଡେନ୍ରେଜ ବ୍ୟବସ୍ଥା ନଥିବା କାରଣରୁ ବର୍ଷା ପାଣି ବିଭିନ୍ନ ଜାଗାରେ ଜମି ରହିଛି। ଏବେ ଏହି ପାଣି ପଚି ଯିବା କାରଣରୁ ଦୁର୍ଗନ୍ଧ ବାହାରୁ ଥିବା ବସ୍ତି ବାସିନ୍ଦାଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ଅପରପକ୍ଷରେ ଦୂଷିତ ପାଣି ମଶା, ମାଛିଙ୍କୁ ସହଜରେ ବଂଶ ବିସ୍ତାର କରିବା ଲାଗି ସୁହାଇଛି। ଜମା ରହୁଥିବା ପାଣିକୁ ଯଦି କୌଣସି ଉପାୟରେ…

"ବିଭିନ୍ନ ବସ୍ତିରେ ସ୍ୱଚ୍ଛତା ଅଭିଯାନ ଫେଲ ମାରିଛି!"

ଉତ୍ପାଦନର ୬୦ ବର୍ଷ: ଆରଏସପିରେ ଲୌହ ପୁରୁଷ ସ୍ମାରକ

ରାଉରକେଲା ୩୦-୬ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଭାରତର ମହାରତ୍ନ କମ୍ପାନୀ ସେଲ ଅଧିନସ୍ଥ ରାଉରକେଲା ଇସ୍ପାତ କାରଖାନାରେ ଲୌହ ନିର୍ମାଣର ୬୦ ବର୍ଷର ସଫଳ ଯାତ୍ରାକୁ ଦର୍ଶାଉଥିବା ବ୍ଲାଷ୍ଟ ଫର୍ଣ୍ଣେସ ୧ ନିକଟରେ ନିର୍ମିତ ଏକ ଆକର୍ଷଣୀୟ ସ୍ମାରକ ଲୌହ ପୁରୁଷକୁ କାର୍ଯ୍ୟବିଭାଗର ଇଡ଼ି ଶୁଭେନ୍ଦ୍ର ଦାସ ଉଦଘାଟନ କରିଛନ୍ତି। ଏହି ଅବସରରେ ବହୁ ମହାପ୍ରବନ୍ଧକ, ବିଭାଗ ମୁଖ୍ୟ ଓ କାରଖାନାର ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଉଦଘାଟନୀ ଉତ୍ସବରେ ଶ୍ରୀ ଦାସ ଆରଏସପି ତଥା ବିଶେଷ କରି ବ୍ଲାଷ୍ଟ ଫର୍ଣ୍ଣେସ ସାମୁଦାୟିକଙ୍କ ସୃଜନଶୀଳତା ଓ ପ୍ରତିବଦ୍ଧତାର ଉଚ୍ଚ ପ୍ରଶଂସା କରିଥିଲେ। ପ୍ରକାଶ ଥାଉକି, ସେଲର ପ୍ରଥମ ବ୍ଲାଷ୍ଟ ଫର୍ଣ୍ଣେସ ପାବର୍ତ୍ତୀ ୧୯୫୯ ମସିହା…

"ଉତ୍ପାଦନର ୬୦ ବର୍ଷ: ଆରଏସପିରେ ଲୌହ ପୁରୁଷ ସ୍ମାରକ"

ମଳମୂତ୍ର ତ୍ୟାଗ ବସ୍ତି ହେଲା ଗାଢାଟୋଲା ବସ୍ତି

ରାଉରକେଲା ୩୦-୬ (ଓଡ଼ିଆ ପୁଅ/ଶିବରାମ ପାତ୍ର): ରାଉରକେଲା ସହରକୁ ବାହ୍ୟ ମଳମୂତ୍ର ତ୍ୟାଗମୁକ୍ତ ସହରରେ ପରିଣତ କରିବା ପାଇଁ ଆରଏସସିଏଲ କର୍ତ୍ତୃପକ୍ଷ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ୱାର୍ଡ ନଂ ୪ ଅଧିନରେ ଥିବା ଗାଢାଟୋଲା ବସ୍ତି ସମୂର୍ଣ୍ଣ ବାହ୍ୟ ମଳମୂତ୍ର ତ୍ୟାଗମୁକ୍ତ ବସ୍ତିରେ ପରିଣତ ହୋଇଛି। ଏହି ଅବସରରେ ଏକ ଜନସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ବାହାରେ ମଳତ୍ୟାଗ କରିବାର ଭୟବହତା ସମ୍ପର୍କରେ ଉପସ୍ଥିତ ଅତିଥି ମାନେ ଲୋକ ମାନଙ୍କୁ ବୁଝାଇଥିଲେ। ବାହାରେ ମଳତ୍ୟାଗ ନକରିବା ପାଇଁ ଫାଉଣ୍ଡେସନ ପକ୍ଷରୁ ଲୋକଙ୍କୁ ବୁଝାଯାଇଥିଲା। ଶୌଚାଳୟ ବ୍ୟବହାର କରିବା ଲାଗି ପରାମର୍ଶ ଦିଆଯିବା ସହ ପୁସ୍ତକ ଓ ଭିଡ଼ିଓ ମାଧ୍ୟମରେ ଲୋକଙ୍କୁ ପରାମର୍ଶ ଦିଆଯାଇଥିଲା।…

"ମଳମୂତ୍ର ତ୍ୟାଗ ବସ୍ତି ହେଲା ଗାଢାଟୋଲା ବସ୍ତି"

ଶେଷରେ ହେକେଟ ରୋଡ଼ର ବାଇପାସ ରାସ୍ତା ଖୋଲିଲା

ରାଉରକେଲା ୩୦-୬ (ଓଡ଼ିଆ ପୁଅ/ଶିବରାମ ପାତ୍ର): ହେକେଟ ରୋଡ଼ ବନ୍ଦ ଓ ଖୋଲିବା ପ୍ରସଙ୍ଗରେ ଶେଷରେ ପୂର୍ଣ୍ଣଛେଦ୍ଧ ପଡ଼ିଛି। ରଘୁନାଥପାଲ୍ଲୀ ବିଧାୟକ ସୁବ୍ରତ ତରାଇ ଓ ତାଙ୍କ ପ୍ରତିନିଧିମଣ୍ଡଳୀ, ଆରଏସପିର ବରିଷ୍ଠ ପଦାଧିକାରୀଙ୍କ ଦୀର୍ଘ ଘଂଟା ଆଲୋଚନା ପରେ ହେକେଟ ରୋଡ଼ ପାଖରେ ଥିବା ବାଇପାସ ରାସ୍ତାକୁ ଆରଏସପି ପକ୍ଷରୁ ମରାମତି କରାଯାଇ ସାମୟିକ ଭାବେ ସର୍ବସାଧାରଣଙ୍କ ଯାତାୟତ ନିମନ୍ତେ ଶନିବାର ଠାରୁ ଖୋଲି ଦିଆଯାଇଛି। ରାସ୍ତା ଖୋଲିବା ପରେ ଦକ୍ଷିଣ ରାଉରକେଲାବାସୀଙ୍କ ମନରେ ଖୁସିର ଲହରୀ ଖେଳି ଯାଇଛି। ଅପରପକ୍ଷରେ ହେକେଟ ରୋଡ଼ ଖୋଲିବା ନେଇ ବିଜେଡ଼ି ପକ୍ଷରୁ ହେବାକୁ ଥିବା ଗଣ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି। ରାସ୍ତାରେ ଜମା ହୋଇଥିବା ସ୍ଲାଗକୁ ୨…

"ଶେଷରେ ହେକେଟ ରୋଡ଼ର ବାଇପାସ ରାସ୍ତା ଖୋଲିଲା"

ଜୁଏଲ ମୁକ୍ତିକାନ୍ତଙ୍କୁ ଖରାପ ବ୍ୟବହାର କରିନାହାନ୍ତି: ବିଜେପି

ରାଉରକେଲା ୩୦-୬ (ଓଡ଼ିଆ ପୁଅ/ଶିବରାମ ପାତ୍ର): ରାଉରକେଲା ଖରିଆବାହାଲ ବସ୍ତିର ଯୁବକ ମୁକ୍ତିକାନ୍ତ ବିଶ୍ୱାଳଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ମୁକ୍ତିକାନ୍ତ ଦିଲ୍ଲୀରେ ଗତ ୨୬ ତାରିଖରେ ପହଂଚିବା ପରେ ଜୁଏଲ ଓରାମଙ୍କ ଘରକୁ ଯାଇଥିଲେ। ସେଠାରେ ମୁକ୍ତିକାନ୍ତଙ୍କୁ ଜୁଏଲ କୌଣସି ଖରାପ ବ୍ୟବହାର ପ୍ରଦର୍ଶନ କରି ନାହାନ୍ତି ବୋଲି ରାଉରକେଲା ବିଜେପି ପକ୍ଷରୁ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଦଳର ବରିଷ୍ଠ ନେତା ଧିରେନ ସେନାପତି ପ୍ରକାଶ କରିଛନ୍ତି। ଏହା କେବଳ ବିଜେଡ଼ି ଓ କଂଗ୍ରେସର ଶସ୍ତା ରାଜନିତୀ ବୋଲି ଧିରେନ ପ୍ରକାଶ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେଯେ, ମୁକ୍ତିକାନ୍ତଙ୍କ ପଦଯାତ୍ରା ଓ ତାଙ୍କ ଦ୍ୱାରା ଉଠାଯାଇଥିବା ଦାବିକୁ ଦଳ ସ୍ୱାଗତ କରୁଛି।…

"ଜୁଏଲ ମୁକ୍ତିକାନ୍ତଙ୍କୁ ଖରାପ ବ୍ୟବହାର କରିନାହାନ୍ତି: ବିଜେପି"

ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ କତା ନିଗମ କର୍ମଚାରୀ

ପୁରୀ:୩୦/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଶନିବାର କ୍ଷୁଦ୍ରଶିଳ୍ପ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ସାମଲଙ୍କ ସହିତ ଏକ ବୈଠକରେ ଆଲୋଚନା ପରେ ଆନ୍ଦୋଳନରୁ ଓହରିଛନ୍ତି କତା ନିଗମ କର୍ମଚାରୀ। ପୂର୍ବାହ୍ନରେ କ୍ଷୁଦ୍ରଶିଳ୍ପ ମନ୍ତ୍ରୀ ପ୍ରଫୁଲ୍ଲ ସାମନ୍ତଙ୍କ ଅଧ୍ୟକ୍ଷତାରେ ସର୍କିଟ ହାଉସ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ରାଜସ୍ୱମନ୍ତ୍ରୀ ମହେଶ୍ୱର ମହାନ୍ତି, ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ପ୍ରମୁଖ ଯୋଗଦାନ କରି କର୍ମଚାରୀମାନଙ୍କ ସହିତ ଆଲୋଚନା କରିଥିଲେ। କର୍ମଚାରୀମାନଙ୍କର ଦାବି ସମ୍ପର୍କରେ ବିଚାର ବିମର୍ଷ କରାଯାଇ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ସାମଲ ପ୍ରତିଶ୍ରୁତି ଦେଇଥିଲେ। ବିଶେଷ ସପ୍ତମ ବେତନ କମିଶନ ଲାଗୁ କରାଯିବା ସମ୍ପର୍କରେ ସରକାରଙ୍କ ସହିତ ଆଲୋଚନା ହୋଇ ନିଷ୍ପତ୍ତି ନିଆଯିବ…

"ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ କତା ନିଗମ କର୍ମଚାରୀ"

ସମାଜସେବୀ ରାହସ ବିହାରୀ ପଟ୍ଟନାୟକଙ୍କ ସ୍କୃତି ସଭା

ପୁରୀ:୩୦/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ସମାଜସେବୀ, ସଂଗଠକ ରାହସ ବିହାରୀ ପଟ୍ଟନାୟକଙ୍କ ଏକାଦଶ ଦିବସ ଅବସରରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ବହୁ ବିଶିଷ୍ଟ ଭଦ୍ର ବ୍ୟକ୍ତି, ଭଦ୍ର ମହିଳା, ସମାଜସେବୀ, ସଂଗଠକ ଯୋଗଦେଇ ସ୍ୱର୍ଗତ ପଟ୍ଟନାୟକଙ୍କର ଅମରଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କର ଗୁଣାବଳୀ ଉପରେ ଆଲୋକପାତ କରିଥିଲେ। ସ୍ୱର୍ଗତ ପଟ୍ଟନାୟକଙ୍କ ଘର ଖୋର୍ଦ୍ଧା କୃଷ୍ଣପୁରରେ ହୋଇଥିବା ବେଳେ ସେ ତାଙ୍କର ସମସ୍ତ ରାଜଗାଙ୍ଗପୁରରେ କରି ସେଠାରେ ଲୋକମାନଙ୍କ ଦ୍ୱାରା ବିଶେଷ ପ୍ରଶଂସିତ ହୋଇପାରିଥିଲେ। ସ୍ୱର୍ଗତ ପଟ୍ଟନାୟକଙ୍କ ବୟସ ୮୪ବର୍ଷ ହୋଇଥିବା ବେଳେ ସେ ଜୀବନର ଅନ୍ତିମ ଦିବସ ପର୍ଯ୍ୟନ୍ତ ଜଣେ କର୍ମଠ ଓ ଦକ୍ଷ…

"ସମାଜସେବୀ ରାହସ ବିହାରୀ ପଟ୍ଟନାୟକଙ୍କ ସ୍କୃତି ସଭା"

ଆଇନ ଜିବୀଙ୍କ ସ୍କୃତି ସଭା

ପୁରୀ:୩୦/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ପୁରୀ ବାର୍ ଆସୋସିସେନ ପକ୍ଷରୁ ବରିଷ୍ଠ ଆଇନଜୀବୀ ବା ମନଚରଣ ମହାପାତ୍ରଙ୍କ ସ୍କୃତିସଭା ଶୁକ୍ରବାର ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ବାର୍ ଆସୋସିସେନର ସଭାପତି ସେମାନଙ୍କୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍କୃତିସଭାରେ ହାଇକୋର୍ଟର ବିଚାରପତି ସଂଜୟ କୁମାର ମିଶ୍ର ମୁଖ୍ୟ ଅତିଥି, ପ୍ରାକ୍ତନ ବିଚାରପତି ବିଶ୍ୱନାଥ ମହାପାତ୍ର ମୁଖ୍ୟବକ୍ତା, ଆଡ଼ଭୋକେର୍ଟ ଜେନେରାଲ ସୂର୍ଯ୍ୟପ୍ରସାଦ ମିଶ୍ର ଓ ଜିଲ୍ଲା ଜଜ୍ ଅମ୍ବୁଜମୋହନ ଦାସ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ। ପ୍ରଥମ ଅତିରିକ୍ତ ଜିଲ୍ଲା ଓ ଦୈାରାଜଜ୍ ଶୁଭଦର୍ଶୀ ପଟ୍ଟନାୟକ, ଦ୍ୱିତୀୟ ଅତିରିକ୍ତ ଦୈାରାଜଜ୍, ଏମ୍ .ଆର.ନୋରା ଏବଂ ଏସ୍, ଏନ୍ ଷଡ଼ଙ୍ଗୀ ସଭାରେ ମଂଚାସୀନ ଥିଲେ। ବରିଷ୍ଠ ଆଇନଜିବୀ ପୁଷ୍ପର…

"ଆଇନ ଜିବୀଙ୍କ ସ୍କୃତି ସଭା"

ଅଣସର ପଣା: ମହାପ୍ରଭୁଙ୍କ ଅନନ୍ୟ ନୈବେଦ୍ୟ

ପୁରୀ:୩୦/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ସ୍ନାନପୂର୍ଣ୍ଣିମା ପରଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଅଣସର ବିଧି। ୧୦୮ ଗଡ଼ୁ ସୁବାସିତ ଜଳରେ ସ୍ନାନ କରିବା ପରେ ଏବେ ଚତୁର୍ଦ୍ଧାମୂର୍ତ୍ତୀ ଜ୍ୱର ରୋଗରେ ପିଡ଼ୀତ। ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ଚାଲିଛି ସେବାପୂଜା ଓ ଉପଚାର। ଦଇତାପତି ଓ ପତିମହାପାତ୍ର ସେବକ ମହାପ୍ରଭୁଙ୍କ ସେବାପୂଜା କରୁଛନ୍ତି ଅଣସର ପିଣ୍ଡିରେ। ଅଣସର ବିଧି ଅନୁଯାୟୀ ଶ୍ରୀ ବିଗ୍ରହମାନଙ୍କୁ ଏବେ ଲଘୁ ଉପଚାର ନୈବେଦ୍ୟ ଅର୍ପଣ କରାଯାଉଛି। ସାମାଜିକ ବିଧି ବ୍ୟବସ୍ଥା ଅନୁଯାୟୀ କାହାକୁ ଜ୍ୱର ହେଲେ ଯେପରି ପଥି ଉପଚାର କରାଯାଏ। ସେହି ଭଳି ଭାବେ ମହାପ୍ରଭୁଙ୍କୁ ଭୋଗ ଅର୍ପଣ କରାଯାଉଛି। ରାତ୍ରୀରେ ମହାପ୍ରଭୁଙ୍କ ଚକଟା ଭୋଗ ପରେ ଏହି…

"ଅଣସର ପଣା: ମହାପ୍ରଭୁଙ୍କ ଅନନ୍ୟ ନୈବେଦ୍ୟ"

ଅଲାରନାଥଙ୍କ ଖିରୀ ଭୋଗ:ଏକ ଆଲେଖ୍ୟ

ପୁରୀ:୩୦/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଏହି ଉକ୍ତିଟି ସ୍ପଷ୍ଟ ପ୍ରଣୀୟମାନ ହୁଏ ବ୍ରହ୍ମଗିରିର ପ୍ରସିଦ୍ଧ ଅଲାରନାଥଙ୍କ ପୀଠରେ।ବ୍ରାହ୍ମଣ ବାଳକର ବାତ୍ସଲ୍ୟ ପୂଜାବିଧିରେ ପ୍ରତି ହୋଇ ସ୍ୱୟଂ ଚତୁଃଭୁଜ ନାରାୟଣ ପ୍ରକଟ ହୋଇ ଖିରୀ ଖାଇ ଥିଲେ।ଏହି ଭକ୍ତିତାର ସ୍ପଷ୍ଟତା ପ୍ରମାଣ ଦିଏ। ବିଶ୍ୱାସ ନ ହେଲେ ବି ସତ୍ୟ ଯେ, ଗରମଖିରୀ ଖାଇ ନାରାୟଣଙ୍କ ଶରୀରରେ ମଧ୍ୟ ଫୋଟକା ହୋଇଥିଲା। ଆଜି ବି ମହାପ୍ରଭୁ ଅଲାରନାଥଙ୍କ ପାଷାଣ ପ୍ରତିମାରେ ସେହି ଫୋଟକା ଚିହ୍ନ ରହିଛି ଯାହାକୁ ଦେଖିଲେ ଭକ୍ତ ହୋଇଯାଆନ୍ତି ଭାବ ପ୍ରବଣ। ଏବେ ଚାଲିଛି ଅଣସର। ଏହି ସମୟରେ ପ୍ରଭୁ ଅଲାରନାଥଙ୍କୁ ଖିରୀ ଭୋଗ କରାଯାଏ।ଅଲାରନାଥଙ୍କ ପ୍ରସାଦ ମଧ୍ୟରେ ଖିରୀ ସବୁଠାରୁ ପ୍ରିୟ…

"ଅଲାରନାଥଙ୍କ ଖିରୀ ଭୋଗ:ଏକ ଆଲେଖ୍ୟ"