କରତ କଳରେ ଚଢଉ, ବିପୁଳ କାଠ ସହ ଯନ୍ତ୍ରାଂଶ ଜବତ

ରାଉରକେଲା ୨୧-୯ (ଓଡ଼ିଆ ପୁଅ/ଶିବରାମ ପାତ୍ର): ରାଉରକେଲା ବନ ବିଭାଗ ପକ୍ଷରୁ ଏକ ୪୦ ଜଣିଆ ଟିମ୍ ବେଦବ୍ୟାସ ଠାରେ ଥିବା ଆଖଣ୍ଡଳମଣି କରତ କଳ ଉପରେ ଚଢାଉ କରି ବିପୁଳ ପରିମାଣର କାଠ ଓ ଯନ୍ତ୍ରାଂଶ ଜବତ କରିଥିଲେ। ଜବତ କାଠ ଓ ଯନ୍ତ୍ରାଂଶର ଆନୁମାନିକ ମୂଲ୍ୟ ପ୍ରାୟ ୧୫ଲକ୍ଷ ହେବ ବୋଲି କୁହାଯାଉଛି। ୬ ଜଣ ସ ମିଲ କର୍ମଚାରୀଙ୍କୁ ଗିରଫ କରିଛି ଟିମ୍। ଚଢଉ ବେଳେ କରତକଳ ମାଲିକ ରମାକାନ୍ତ ବିଶ୍ୱାଳ ଫେରାର ହୋଇଯାଇଥିବା ବନବିଭାଗ ପକ୍ଷରୁ କୁହାଯାଇଛି। ଗତକାଲି ସକାଳ ୧୧ରୁ ଏହି ମିଲରେ ବ୍ୟାପକ ଚଢାଉ କରାଯାଇଥିଲା। ରାଉରକେଲା ବନଖଣ୍ଡ ଅଧିକାରୀ ସଂଜୟ ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଚଢଉରେ…

"କରତ କଳରେ ଚଢଉ, ବିପୁଳ କାଠ ସହ ଯନ୍ତ୍ରାଂଶ ଜବତ"

ବରସୁଆଁ ଗ୍ରାମରେ ୧୪ ଫୁଟ୍ ଲମ୍ବର ଏକ ବିରାଟ ଅଜଗର ସାପ ଉଦ୍ଧାର

ଲହୁଣୀପଡ଼ା ୧୯-୯ (ଓଡ଼ିଆ ପୁଅ/ଶିବରାମ ପାତ୍ର) ସୁନ୍ଦରଗଡ ଜିଲ୍ଲା ଲହୁଣୀପଡା ଥାନା ଅଧିନସ୍ଥ ବରସୁଆଁ ଗ୍ରାମର ସୀତାରାମ୍ ପ୍ରସାଦଙ୍କ ଏକ ଅବ୍ୟବହୃତ ଘର ମଧ୍ୟରୁ ଏକ ବିରାଟ ଅଜଗର ସାପ ଉଦ୍ଧାର କରାଯାଇଛି। ସୂଚନା ମୁତାବକ ସୀତାରାମ ପ୍ରସାଦଙ୍କ ଘରେ କାମ କରୁଥିବା ଜଣେ ଶ୍ରମିକ ଦିନ ୩ଟା ସମୟରେ ଉକ୍ତ ଘରଟିକୁ ସଫା କରୁଥିବା ବେଳେ ସାପଟିକୁ ଦେଖି ହଟାତ୍ ଡରିଯାଇଥିଲା ଓ ଲୋକଙ୍କୁ ଜଣାଇଥିଲେ। ଏହା ଦେଖି ବରସୁଆଁ ବନାଞ୍ଚଳର ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସଙ୍ଗେ ସଙ୍ଗେ ବନବିଭାଗ ତରଫରୁ ସାପ ଧରାଳୀ ଆସି ସାପଟିକୁ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ସାପର ଲମ୍ବ ୧୪ ଫୁଟ୍ ଥିବା ବେଳେ ପାଖାପାଖି ୨୫…

"ବରସୁଆଁ ଗ୍ରାମରେ ୧୪ ଫୁଟ୍ ଲମ୍ବର ଏକ ବିରାଟ ଅଜଗର ସାପ ଉଦ୍ଧାର"

ଭୀମସାର ନିର୍ଦ୍ଦେଶକଙ୍କୁ ଧମକ ନେଇ ଥାନାରେ ମାମଲା

ସମ୍ବଲପୁର, ୧୯/୯ (ଓଡ଼ିଆ ପୁଅ) : ବୁର୍ଲା ବୀର ସୁରେନ୍ଦ୍ର ସାଏ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡ଼ିକାଲ ସାଇନ୍ସ ଏଣ୍ଡ ରିସର୍ଚ୍ଚ (ଭୀମସାର) ନିର୍ଦ୍ଦେଶକ ଡା. ଅଶ୍ୱିନୀ କୁମାର ପୂଜାହାରୀଙ୍କୁ ଜଣେ ରୋଗୀଙ୍କ ଆତ୍ମୀୟ ଟେଲିଫୋନ୍ରେ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି। ଏ ନେଇ ଡା. ପୂଜାହାରୀ ଗତ ୧୩ରେ ବୁର୍ଲା ଥାନାରେ ଏତଲା କରିଥିବା ବେଳେ ପୁଲିସ ଆଇପିସି ୨୯୪, ୫୦୬ ଓ ୫୦୭ରେ ମାମଲା ରୁଜୁ କରିଛି। ନିର୍ଦ୍ଦେଶକ ଡା. ପୂଜାହାରୀ ଆଜି ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇଥିବା ବେଳେ ମାମଲାର ତଦନ୍ତ ଚାଲିଥିବା ବୁର୍ଲା ଥାନା ଆଇଆଇସି ମାନସରଞ୍ଜନ ପ୍ରଧାନ କହିଛନ୍ତି। ବୁର୍ଲା ଭୀମସାରରେ ମସ୍ତିଷ୍କରେ ଆଭ୍ୟନ୍ତରୀଣ ଆଘାତ ଯୋଗୁଁ…

"ଭୀମସାର ନିର୍ଦ୍ଦେଶକଙ୍କୁ ଧମକ ନେଇ ଥାନାରେ ମାମଲା"

ପଲିଥିନ ମୁକ୍ତ ସମ୍ବଲପୁର ପାଇଁ ଏସଏମସିର ଅଭିଯାନ ଜାରି : ମାର୍ଚ୍ଚ ମାସରେ ଲକ୍ଷାଧିକ ଟଙ୍କାର ଜରିମାନା ଅସୁଲ

ସମ୍ବଲପୁର, ୧୯/୯ (ଓଡ଼ିଆ ପୁଅ) – ସମ୍ବଲପୁର ମହାନଗର ନିଗମ ପକ୍ଷରୁ ୨୦୧୫ ମସିହା ଫେବୃଆରୀ ମାସରେ ୫୦ ମାଇକ୍ରନ୍ରୁ କମ୍ ମାନର ପଲିଥିନ ବ୍ୟବହାର ଉପରେ କଟକଣା ଜାରି କରାଯାଇଥିଲା। ହେଲେ ରାଜ୍ୟ ସରକାର ଆସନ୍ତା ଅକ୍ଟୋବର ୨ ତାରିଖରୁ ରାଜ୍ୟର ବଡ଼ ବଡ଼ ସହରରେ ପଲିଥିନ ନିଷେଧ କରିବା ପାଇଁ ଜାରି କରିଥିବା ଚିଠାକୁ କାର୍ଯ୍ୟକାରୀ କରିବା ସକାଶେ ମହାନଗର ନିଗମ ପ୍ରସ୍ତୁତ ହୋଇଛି। ଓଡ଼ିଶାର ପ୍ରଥମ ସ୍ୱାୟତ୍ତ୍ ଶାସନ ସଂସ୍ଥା ଭାବେ ସମ୍ବଲପୁର ମହାନଗର ନିଗମ ବେଆଇନ ପଲିଥିନ ବ୍ୟବହାର ଉପରେ କଟକଣା ଜାରି କରିଥିଲା। ଏହା ଦ୍ୱାରା ପଲିଥିନ୍, ବିଶେଷ କରି ପଲିଥିନ ବ୍ୟାଗ ବ୍ୟବହାର ମହାନଗର ନିଗମ ଅଞ୍ଚଳରେ…

"ପଲିଥିନ ମୁକ୍ତ ସମ୍ବଲପୁର ପାଇଁ ଏସଏମସିର ଅଭିଯାନ ଜାରି : ମାର୍ଚ୍ଚ ମାସରେ ଲକ୍ଷାଧିକ ଟଙ୍କାର ଜରିମାନା ଅସୁଲ"

ଆୟ ବହିର୍ଭୁତ ସମ୍ପତ୍ତି ମାମଲାରେ ଗୁଣୁପୁର I.T.D.A.ଜୁନିଅର ଇଂଜିନିୟର ଫସିଲେ

ବ୍ରହ୍ମପୁର: ୧୯/୦୯ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ବ୍ରହ୍ମପୁର ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଗୁଣପୁର ଆଇ.ଟି.ଡି.ଏ. ର ଜୁନିଅର ଇଂଜିନିୟର ଶ୍ରୀ ଗଗନ ବିହାରୀ ପତିଙ୍କ ବାସ ଭବନ, ପିତୃକ ଘର, ଶ୍ୱଶୁର ଙ୍କ ଘର, ଅଫିସକୁ ମିଶାଇ ପାଞ୍ଚ ଟି ସ୍ଥାନରେ ଚଢ଼ାଉ କରାଯାଇଛି। ଏକ ଅଭିଯୋଗ ମାମଲାରେ ଅଗ୍ରସର ହୋଇ ଭିଜିଲାନ୍ସ ବିଭାଗ ଅଦାଲତରୁ ସର୍ଚ୍ଚ ୱାରେଣ୍ଟ ହାସଲ କରି ବ୍ରହ୍ମପୁର ସିଦ୍ଧାର୍ଥ ନଗରରେ ଥିବା ଶ୍ରୀ ପତି ଙ୍କ ଘର, ବ୍ରହ୍ମପୁର କୋପରେଟିଭ କଲୋନୀରେ ଥିବା ପିତାଙ୍କ ଘର, ବ୍ରହ୍ମପୁର ରାଉତ ପେଟା ସାହିରେ ଥିବା ସ୍ୱସୁରଙ୍କ ଘର, ମୁନିଗୁଡା ଖାନ…

"ଆୟ ବହିର୍ଭୁତ ସମ୍ପତ୍ତି ମାମଲାରେ ଗୁଣୁପୁର I.T.D.A.ଜୁନିଅର ଇଂଜିନିୟର ଫସିଲେ"

ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ଲୁଟ

ବ୍ରହ୍ମପୁର ୧୮-୯ (ଓଡ଼ିଆ ପୁଅ) :ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଅନ୍ତର୍ଗତ ରିଲାଏନ୍ସ ପେଟ୍ରୋଲ ପମ୍ପ କର୍ମଚାରୀ ନିକଟରୁ ବନ୍ଧୁକ ଦେଖାଇ ପ୍ରାୟ ୧୦ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୁତ। ସୂଚନା ଅନୁଯାୟୀ ରିଲାଏନ୍ସ ପେଟ୍ରୋଲ ପମ୍ପ ଦୁଇ କର୍ମଚାରୀ ହରିବନ୍ଧୁ ରେଡି ଓ ନରେଶ ରେଡି ବାଇକ ଯୋଗେ ୯ ଲକ୍ଷ ୨୮ ହଜାର ୮୦୦ ସହ ଟଙ୍କା ନେଇ ନିକଟସ୍ଥ ଜଗନ୍ନାଥପୁର ପରିବା ମାର୍କେଟ ସମ୍ମୁଖରେ ଥିବା ଷ୍ଟେଟ ବ୍ୟାଙ୍କ ଶାଖାକୁ ଜମା କରିବା ପାଇଁ ଯାଉଥିଲେ।ଏହି ସମୟରେ ପାଞ୍ଚ ଜଣ ଦୁର୍ବୁତ ଏକ ଇନୋଭା କାର ଆସି ବାଇକକୁ ଧକା ଦେଇଥିଲେ। ଯାହାଫଳରେ ଦୁଇ କର୍ମଚାରୀ ତଳେ ପଡ଼ି ଯାଇଥିଲେ…

"ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ଲୁଟ"

ଦାମୋଦର ବାବୁଙ୍କ ବାଣକୁ ଆୟୁଧ କଲା କଂଗ୍ରେସ : ବ୍ରହ୍ମପୁରରେ ବିକ୍ଷୋଭ ସମାବେଶରେ ଦୁର୍ନୀତି ବିରୋଧରେ ଓଡ଼ିଆ ଜାତିର ଆବେଗରେ ଆନ୍ଦୋଳନର ଚେତାବନୀ

ବ୍ରହ୍ମପୁର:୧୮/୦୯/୨୦୧୮ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ରାଫେଲ ଯୁଦ୍ଧ ବିମାନ କିଣା ଘଟଣାର ତଦନ୍ତ ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦେଶ ବାସୀଙ୍କୁ ବିଶ୍ୱାସଘାତ କରିଥିବା ଅଭିଯୋଗ କରି ଆଜି ଭାରତୀୟ ଜାତୀୟ କଂଗ୍ରେସ ଦଳ ପକ୍ଷରୁ ବ୍ରହ୍ମପୁରରେ ଆନ୍ଦୋଳନ କରାଯାଇଛି। କର୍ମୀ ଓ ସମର୍ଥକ ମାନେ ଶୋଭାଯାତ୍ରାରେ ସହର ପରିକ୍ରମା କରି ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୫ ଦଫା ଦାବି ନେଇ ବିକ୍ଷୋଭ ସମାବେଶ କରିଥିଲେ। ଏହି ସମାବେଶରେ ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ସଭାପତି ଶ୍ରୀ ପ୍ରଦୀପ କୁମାର ମାଝୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନ ବିରୋଧୀ କାର୍ଯ୍ୟକ୍ରମ ଗୁଡିକର ସମାଲୋଚନା କରିବା ବେଳେ ପୂର୍ବତନ ମନ୍ତ୍ରୀ ଡାକ୍ତର…

"ଦାମୋଦର ବାବୁଙ୍କ ବାଣକୁ ଆୟୁଧ କଲା କଂଗ୍ରେସ : ବ୍ରହ୍ମପୁରରେ ବିକ୍ଷୋଭ ସମାବେଶରେ ଦୁର୍ନୀତି ବିରୋଧରେ ଓଡ଼ିଆ ଜାତିର ଆବେଗରେ ଆନ୍ଦୋଳନର ଚେତାବନୀ"

ଆରଏମସିରେ ୮୦୦ରୁ ଅଧିକ ପଦବୀ ଖାଲି

ଭୁବନେଶ୍ୱର, ୧୮ା୯ (ଓଡ଼ିଆ ପୁଅ) : ରାଉରକେଲା ମହାନଗର ନିଗମ (ଆର୍ଏମ୍ସି)ରେ ୮୦୦ରୁ ଅଧିକ ବିଭିନ୍ନ ପାହ୍ୟାର ପଦବୀ ଖାଲି ପଡ଼ିଛି। ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଦେଇଥିବା ବିବରଣୀରେ ଏହା ଉଲ୍ଲେଖ ଅଛି। ଆର୍ଏମ୍ସି ଓ ରାଉରକେଲା ସ୍ମାର୍ଟସିଟି ପାଇଁ କେଉଁ ପାହ୍ୟାର କେତେ ମଞ୍ଜୁରୀପ୍ରାପ୍ତ ପଦବୀ ରହିଛି, ସେଥିରୁ କେତେ ଖାଲି ପଡ଼ିଛି ଓ ଆଉ କେତେ ପଦବୀ ଆବଶ୍ୟକ ଅଛି ସେ ସଂକ୍ରାନ୍ତରେ ବିଧାୟକ ଶ୍ରୀ ରାୟ ବିଧାନସଭାରେ ପ୍ରଶ୍ନ ଉଠାଇଥିଲେ। ଏହାର ଉତ୍ତରରେ ମନ୍ତ୍ରୀ ଯେଉଁ ତଥ୍ୟ ଦେଇଛନ୍ତି ସେଥିରେ ମହାନଗର ନିଗମ ଲାଗି ଯେତେ ମଞ୍ଜୁରୀପ୍ରାପ୍ତ ପଦବୀ ରହିଛି…

"ଆରଏମସିରେ ୮୦୦ରୁ ଅଧିକ ପଦବୀ ଖାଲି"

ବିଶ୍ୱକର୍ମା ପୂଜାପାଇଁ ଯାନ୍ତ୍ରୀକ ଅନୁଷ୍ଠାନ ଗୁଡ଼ିକ ଉତ୍ସବ ମୁଖର

ପୁରୀ:୧୭/୯(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଦେବଶିଲ୍ପୀ ବିଶ୍ୱକର୍ମାଙ୍କ ପୁଜା ଉତ୍ସବ ସହରରେ ଆନନ୍ଦ ଉଲ୍ଲାସ ସହ ପାଳିତ ହୋଇଯାଇଛି। ଯାନ୍ତ୍ରୀକ ଅନୁଷ୍ଠାନ ଗୁଡ଼ିକ ଏଥିପାଇଁ ଉତ୍ସବ ମୁଖର ହୋଇପଡ଼ିଥିଲା। କାଠଅଡ଼ା, ଲେଦ୍ ଓ ଗ୍ୟାରେଜ୍ ଗୁଡ଼ିକରେ ଦେବଶିଲ୍ପୀଙ୍କ ପୂଜା ଉତ୍ସବକୁ ଶ୍ରଦ୍ଧା ଓ ଭକ୍ତିର ସହ ପାଳନ କରିଥିଲେ। ଏଥିପାଇଁ ନିର୍ମାଣ କାର୍ଯ୍ୟ ବନ୍ଦ ରହିବା ସହ ଦୋକାନ ଗୁଡ଼ିକୁ ଆର୍କଷଣୀୟ ଭାବେ ସଜ୍ଜିତ କରାଯାଇଥିଲା। ନିର୍ମାଣ ସାମଗ୍ରୀଗୁଡ଼ିକ ପୂଜାରେ ବସିବା ସହ ବିଶ୍ୱକର୍ମାଙ୍କ ପୂଜା କରାଯାଇଥିଲା। ଏତତ୍ବ୍ୟତିତ ପୂର୍ତ୍ତବିଭାଗ, ବିଦ୍ୟୁତବିଭାଗ, ଜନସ୍ୱାସ୍ଥ୍ୟ ବିଭାଗ, ଗ୍ରାମ୍ୟପରିମଳ ବିଭାଗ, ଆଇଟିଆଇ ଆଦିରେ ବିଶ୍ୱକର୍ମାଙ୍କ ମୂର୍ତି ବସାଯାଇ ପୁଜାର୍ଚ୍ଚନା କରାଯାଇଥିଲା।

"ବିଶ୍ୱକର୍ମା ପୂଜାପାଇଁ ଯାନ୍ତ୍ରୀକ ଅନୁଷ୍ଠାନ ଗୁଡ଼ିକ ଉତ୍ସବ ମୁଖର"

ଗଣେଶ ଭଷାଣି ଶୋଭାଯାତ୍ରାରେ ଅଘଟଣ : ଯୁବକଙ୍କୁ ଛୁରାଭୂଷି ହତ୍ୟା

ପୁରୀ:୧୮/୯(ଓଡ଼ିଆ ପୁଅ /ବିଜୟ ପଟ୍ଟନାୟକ) : ଭିଆଇପି ରୋଡ଼ରେ ଜଣେ ଯୁବକଙ୍କୁ ଛୁରୀ ଭୂଷି ହତ୍ୟା କରାଯାଇଛି। ଗଣେଶ ବିସର୍ଜନ ଶୋଭାଯାତ୍ରା ବେଳେ ଏପରି ଅଘଟଣ ଘଟିଛି। ମୃତ ଯୁବକ ହେଲେ ୨୩ ବର୍ଷିୟ କୁନମୁନ ନାୟକ ଅଧିକ ରକ୍ତସ୍ରାବ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଡ଼ାକ୍ତର କହିଛନ୍ତି। ଘଟଣା ସ୍ଥଳରେ ଉତେଜନା ଲାଗି ରହିଥିବାରୁ ପୋଲିସ ମୂତୟନ କରାଯାଇଛି। ରବିବାର ରାତି ୯ଟା ବେଳେ ଭିଆଇପି ରୋଡ଼ର ବୈଷ୍ଣୋଦେବୀ ମନ୍ଦିର ଛକରୁ କେତେକ ଯୁବକ ଡ଼ିଜେ ବାଜାସହ ଗଣେଶ ବିସର୍ଜନ ପାଇଁ ଶୋଭାଯାତ୍ରାରେ ଯାଉଥିଲେ। ଜଣେ ଯୁବକଙ୍କ ମୋବାଇଲ ଫୋନ ଚୋରୀ ହୋଇଯାଇଥିଲା। ତାହାକୁ କେନ୍ଦ୍ରକରି ଦୁଇଗୋଷ୍ଟୀ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଅଧିକାଂଶ ଯୁବକ…

"ଗଣେଶ ଭଷାଣି ଶୋଭାଯାତ୍ରାରେ ଅଘଟଣ : ଯୁବକଙ୍କୁ ଛୁରାଭୂଷି ହତ୍ୟା"